• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

javan
ସହକର୍ମୀଙ୍କୁ ବଞ୍ଚାଇବା ପାଇଁ ବାଜି ଲଗାଇଲେ ଜୀବନ

ମାଲକାନଗିରି: ସାଥୀ ଯବାନଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜିରେ ଲଗାଇଥିଲେ ସୁରକ୍ଷାକର୍ମୀ । ପାଣିରେ ଭିଜି ଭିଜି କାନ୍ଧରେ ଆହତ ସହକର୍ମୀଙ୍କୁ ବୋହି ଭରା ନଈ ପାର୍ ହୋଇଥିଲେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବସ୍ତର ଜିଲ୍ଲାରେ। ବସ୍ତର ଜିଲ୍ଲାର ପୁଷପାଲ୍‌ରେ କମ୍ବିଂ ଅପରେସନ ସାରି ସିଆରପିଏଫ୍ ଯବାନ କ୍ୟାମ୍ପକୁ ଫେରୁଥିଲେ। ହଠାତ ଲାଣ୍ଡମାଇନ ବିସ୍ଫୋରଣ ହେଲା। ଜଣେ ଯବାନ ଆହତ ହୋଇଥିଲେ। ଆହତ ଯବାନ ହେଲେ ରୋଶନ […]

  • Saturday, 10 July 2021
field
ଜୁଲାଇ ସରିଲା, ସ୍ୱାଭାବିକ ବର୍ଷା ନାହିଁ

ଭୁବନେଶ୍ୱର: ଲୁଚକାଳି ଖେଳୁଛି ମୌସୁମୀ । କେଉଁଠି ଝିପିଝିପି ବର୍ଷା ତ କେଉଁଠି ପ୍ରବଳ । କେଉଁଠି ବନ୍ୟା ତ କେଉଁଠି ମରୁଡ଼ି। ଚାଷକାମ ଆଗେଇ ପାରୁନି।  ଜୁଲାଇରେ ରାଜ୍ୟରେ ସ୍ୱାଭାବିକ ଠାରୁ ୯ ପ୍ରତିଶତ କମ୍ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୩୩.୮ ମିଲିମିଟର ଓ ଭଦ୍ରକରେ ସର୍ବନିମ୍ନ ୧୭୮.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୧୭ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ […]

  • Saturday, 10 July 2021
1234
ଦେବଦୂତ ସାଜିଲେ ଗ୍ରାମବାସୀ, ପ୍ଲାଷ୍ଟିକ ଜାଲ କାଟି ଉଦ୍ଧାର କଲେ ମାଙ୍କଡ଼ ଛୁଆ

ପୁରୀ: ଛୋଟ ମାଙ୍କଡ ଛୁଆଟିଏ। ଛନଛନ ପରିବା ବଗିଚା ଦେଖି ଲୋଭକୁ ସମ୍ବରଣ କରି ପାରି ନ ଥିଲା। ଖାଦ୍ୟର ଭଣ୍ଡାର ହାତମୁଠାରେ ପାଇ ମା’କୁ ଛାଡ଼ି ଧାଇଁ ଆସିଲା ଛୁଆ ମାଙ୍କଡଟି। ହେଲେ ସେ ଜାଣି ପାରି ନ ଥିଲା ସେଠି ତା ପାଇଁ ମରଣର ଜାଲ ବିଛା ଯାଇଛି ବୋଲି ! ପୁରୀ ଜିଲ୍ଲାର ଏକ କ୍ଷେତରେ ପରିବା ଫସଲକୁ ସୁରକ୍ଷା ଦେବା ପାଇଁ ପ୍ଲାଷ୍ଟିକ ଜାଲି ଘେରାଇଥିଲେ ଜମି ମାଲିକ। ଛନଛନ ପରିବା […]

  • Saturday, 10 July 2021
123
ମହାପ୍ରଭୁଙ୍କର ମସ୍ତକରେ ଆଜି ଲାଗିବ ହୀରା ଖଚିତ ଚିତା

ପୁରୀ: ଆଜି ଚିତାଲାଗି ଅମାବାସ୍ୟା। ଏଥିପାଇଁ ଶ୍ରୀମନ୍ଦିରରେ ରୀତିନୀତି ଅନୁସାରେ ଚିତାଲାଗି ପାଇଁ ପ୍ରସ୍ତୁତି ଚାଲିଛି। ଠାକୁରଙ୍କ ନିର୍ଦ୍ଧାରିତ ନୀତିକାନ୍ତି ସରିବା ପରେ ଦଇତାପତି ସେବାୟତ ଓ ପତି ମହାପାତ୍ର ମହାପ୍ରଭୁଙ୍କ ମସ୍ତକରେ ହୀରା, ନୀଳା, ମାଣିକର ଦୁର୍ମୂଲ୍ୟ ଚିତା ଲଗାଇବେ। ସେବାୟତମାନେ ବାସୁଙ୍ଗା ପାଟରେ ଜଗନ୍ନାଥଙ୍କ ପାଇଁ ହଳଦିଆ ରଙ୍ଗ, ବଳଭଦ୍ରଙ୍କ ପାଇଁ ନୀଳ, ଦେବୀ ସୁଭଦ୍ରାଙ୍କ ପାଇଁ ନାଲିର ଶ୍ରୀପଟ, ଶ୍ରୀପଟି ଓ ଶ୍ରୀ ପେଚ ତିଆରି କରିବେ। ତା’ ପରେ ଆଜିର ଦିନରେ […]

  • Saturday, 10 July 2021
bjp
ବିଜେପି ଦାବି କଲା, ଜଳବନ୍ଦୀ ଜୀବନରୁ ରାଜଧାନୀବାସୀଙ୍କୁ ମୁକ୍ତି ଦିଅ

ଭୁବନେଶ୍ୱର: ଭୁବନେଶ୍ୱରରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଜଳ ନିଷ୍କାସନ ବ୍ୟବସ୍ଥା। ଅଳ୍ପ ବର୍ଷାରେ ବି ବେହାଲ ହୋଇ ପଡ଼ୁଛି ରାଜଧାନୀ । ଏପରି ଜଳବନ୍ଦୀ ଜୀବନରୁ ରାଜଧାନୀବାସୀଙ୍କୁ ମୁକ୍ତି ଦେବାକୁ ଦାବି କରିଛି ବିଜେପି। ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ଦାବି ନେଇ ବିକ୍ଷୋଭ କରିଛି ବିଜେପି। ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ। ସେମାନେ ଅଭିଯୋଗ କରିଛନ୍ତି ଯେ,  ଚଳିତ ବର୍ଷାଋତୁରେ ସ୍ମାର୍ଟ ସିଟି ଅବସ୍ଥା ବେହାଲ୍ […]

  • Saturday, 10 July 2021
minister
ମାଲକାନଗିରି ବନ୍ୟା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ

ମାଲକାନଗିରି: ମାଲକାନଗିରିରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ଆଜି ମାଲକାନଗିରି ଜିଲ୍ଲା ଗସ୍ତ ଯାଇ ମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଗସ୍ତବେଳେ ତାଙ୍କ ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ମଧ୍ୟ ଉପସ୍ଥିତ ଥିଲେ। ବର୍ଷା ପରର ପରିସ୍ଥିତି, କ୍ଷୟକ୍ଷତି ଏବଂ ଲୋକଙ୍କ ଅବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ମନ୍ତ୍ରୀ ପରଖିବେ। ଗତ କିଛି ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା  ମୁଖ୍ୟତଃ ମାଲକାନଗିରିରେ ପରିସ୍ଥିତି ସଙ୍ଗୀନ […]

  • Saturday, 10 July 2021
keluni
ନିଜେ ଖୋଳିଲେ, ଜଳବନ୍ଦୀ ଜୀବନରୁ ମୁକ୍ତି ପାଇଲେ ଗ୍ରାମବାସୀ

ପୁରୀ: ଚାରି ଦିନ ଜଳବନ୍ଦୀ ରହିଲେ। ପ୍ରଶାସନକୁ ଗୁହାରି କରି କରି ଶୁଣିଲାନି। ଶେଷରେ ନିଜ ପାଇଁ ନିଜେ ବାହାରିଲେ। ନଦୀ ମୁହାଁଣ ଖୋଳି ଜଳ ନିଷ୍କାସନର ବ୍ୟବସ୍ଥା କଲେ। ଏହି ଘଟଣା ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ତଣ୍ଡାହାର ଗାଁର । କେଳୁଣୀ ମୁହାଣ ବନ୍ଦ ହୋଇଯିବା ପରେ ବର୍ଷାଜଳ ନିଷ୍କାସନ ହୋଇ ପାରୁ ନ ଥିଲା। ଏପରିକି କାଦୁଆ ଓ ପ୍ରାଚୀ ନଦୀରେ ଜମି ରହିଥିବା ବର୍ଷା ଜଳ ମଧ୍ୟ ନିଷ୍କାସିତ ହୋଇ […]

  • Saturday, 10 July 2021
123
ଉଦ୍ଧାର ହେଲେ ୧୫ ଶିଶୁ ଶ୍ରମିକ

ରାୟଗଡ଼ା:୧୫ ଶିଶୁ ଶ୍ରମିକଙ୍କୁ ଆଜି ରାୟଗଡ଼ା ପୋଲିସ ଉଦ୍ଧାର କରିଛି। ଅପରେସନ ମୁସ୍କାନ ଅଭିଯାନରେ ଏହି ଶିଶୁମାନଙ୍କୁ ବଭିନ୍ନ ଦୋକାନ, ହୋଟେଲରୁ ଉଦ୍ଧାର କରାଯାଇଛି। ଟାଉନ ଥାନା ପୋଲିସ ସହରର ବିଭିନ୍ନ ହୋଟେଲ, ଲଜ୍ ଓ ଫାଷ୍ଟ ଫୁଡ଼ ଦୋକାନ ଉପରେ ଚଢ଼ାଉ କରିଥିଲା। ଏହି ୧୫ ଜଣ ଶିଶୁ  ଜିଲ୍ଲାର କାଶୀପୁର, କୋଟାପେଟା, ରାୟଗଡ଼ା ସହରର ବୋଲି ଜଣା ପଡିଛି । ପୋଲିସ ଏମାନଙ୍କୁ ଉଦ୍ଧାର କରିବା ପରେ ଚାଇଲ୍ଡ ଲାଇନରେ ଜିମା ଦିଆଯାଇଛି ।  ଆଜି […]

  • Saturday, 10 July 2021
snake
ଫାର୍ମରେ ପଶି କୁକୁଡା ଖାଇଦେଲା ଅଜଗର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ଲରାସରା ଗାଁରେ ଏକ ଅଜଗର  କୁକୁଡା ଗିଳି ଦେଇଛି। କିଛି ସମୟ ପରେ ଏହାକୁ ଓଗାଳିଛି। ଏମିତି ଏକ ଦୃଶ୍ୟକୁ ଗାଁ ଲୋକେ କ୍ୟାମେରାରେ ରେକର୍ଡିଂ କରିଛନ୍ତି। ପ୍ରାୟ ୭ ଫୁଟ ଲମ୍ବର ଏହି ଅଜଗର ସାପ। ଏକ କୁକୁଡ଼ା ଫାର୍ମରେ ପଶି ଗୋଟିଏ କୁକୁଡ଼ାକୁ ଗିଳି ଦେଇଥିଲା । ଏହାପରେ ସାପର ପେଟ ଫୁଲିଯିବା ସହ ଆଉ କୁଆଡେ ଯାଇପାରି ନଥିଲା । କିଛି ସମୟ ପରେ ସାପର […]

  • Saturday, 10 July 2021
loot1
ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଅଳଙ୍କାର

ଭୁବନେଶ୍ୱର: ରାଜଧାନୀରେ ଚାଲିଛି ଲୁଟେରାରାଜ୍‌। ଦିନ ଦ୍ୱିପହରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଝାମ୍ପି ନେଇଛନ୍ତି । ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳରେ ଜଣେ ରେଲ୍‌ୱେ କର୍ମଚାରୀଙ୍କ ପତ୍ନୀଙ୍କଠାରୁ ସୁନା ଅଳଙ୍କାର ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି ୩ ଜଣ ଦୁର୍ବୃତ୍ତ।  ଆଜି ସକାଳେ ମହିଳା ଜଣକ  ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହ ବ୍ରହ୍ମପୁର ଯାଉଥିଲେ। ଘରୁ ଏକ ଅଟୋରେ ବସି ସମସ୍ତେ ଷ୍ଟେସନ  ଯାଉଥିଲେ। ଗାଡ଼କଣ ନିକଟରେ ୩ଜଣ ଦୁର୍ବୃତ୍ତ ଅଟୋକୁ ଅଟକାଇଥିଲେ।  […]

  • Saturday, 10 July 2021
jagakalaia
ଗାଁକୁ ଫେରିପାରୁ ନ ଥିବାରୁ କ୍ଷୋଭ ପ୍ରକାଶ କଲେ ଜଗା-କାଳିଆଙ୍କ ବାପା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ଥିବା ମୁଣ୍ଡ ଯୋଡ଼ା ଶିଶୁ ଜଗା-କାଳିଆଙ୍କ ବାପା ଭୂୟାଁ କହଁର ଗାଁକୁ ଫେରିବାକୁ ଚାହୁଁଛନ୍ତି।  ହେଲେ ଗାଁକୁ ଆସିବାକୁ ତାଙ୍କୁ ଅନୁମତି ମିଳୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ,  ଘରକୁ ଫେରିବାକୁ ଚାହୁଁଥିଲେ ବି ରାଜ୍ୟ ସରକାର ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଭୂୟାଁ ଓଟିଭିକୁ କହିଛନ୍ତି ଯେ, ୨ ବର୍ଷ ହେଲାଣି […]

  • Saturday, 10 July 2021
hrpc
ଆଇଆଇସିଙ୍କୁ ମାଡ଼ ଘଟଣାର ତଦନ୍ତ ପାଇଁ ପହଞ୍ଚିଲା HRPC ଟିମ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଆଇଆଇସିଙ୍କୁ ମାଡ଼ମରା ଘଟଣାର ତଦନ୍ତ କରୁଥିବା HRPC ଟିମ୍ ଆଜି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ କରିଛନ୍ତି । ଅତିରିକ୍ତ ଏସ୍‌ପି ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ଏହି ୫ ଜଣିଆ ଟିମ୍ ମେଡିକାଲ ଯାଇ ସିଡିଏମ୍ଓଙ୍କୁ ଭେଟିଛି। ଏଥିସହ ଆହତ ପୋଲିସ ଅଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ମୃତ ନାବାଳକର ଶବ ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ମଧ୍ୟ ଟିମ୍ ଆଲୋଚନା କରିଛି । ତେବେ ତଦନ୍ତ ପ୍ରକ୍ରିୟା ଚାଲିଥିବାରୁ ଗଣମାଧ୍ୟମକୁ ସବିଶେଷ […]

  • Saturday, 10 July 2021
p1
ସ୍ଥଳଭାଗ ଛୁଇଁଲା ‘ପେତାଇ’

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ଘୂର୍ଣ୍ଣିଝଡ଼ ‘ପେତାଇ’। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ‘ପେତାଇ’ ସ୍ଥଳଭାଗ ଛୁଇଁଛି । ତେବେ ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ରରେ ଏହା ଦୁର୍ବଳ ହୋଇ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁଛି। ଏହାର  ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ପେତାଇକୁ ମୁକାବିଲା କରିବା ପାଇଁ ଆନ୍ଧ୍ରପ୍ରଦେଶରେ ସରକାର ତତ୍ପର ହୋଇଛନ୍ତି। ୧୨ଟି NDRF ଟିମ୍ ମହଜୁଦ ରହିବା ସହ ୬ଟି ଜିଲ୍ଲାର ୩୫୦ ଗାଁର […]

  • Saturday, 10 July 2021
sagarika-satya
ସଂସଦରେ ଜଲୱା ଦେଖାଇଲେ, ପ୍ରଶଂସା ସାଉଁଟିଲେ ଭିନ୍ନକ୍ଷମ ଭାଇଭଉଣୀ

ଯାଜପୁର: ଭିନ୍ନକ୍ଷମ ହେଲେ ବି ସେମାନେ ସକ୍ଷମ। ଆଉ ସେଥିପାଇଁ ଯାଜପୁର ଜିଲ୍ଲାର ଦୁର୍ଗମ ଝାଲପଡା ଗ୍ରାମରୁ ବାହାରି  ସଂସଦ ଭବନରେ ଦେଖାଇ ପାରିଛନ୍ତି ନିଜର ଜଲୱା । ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ନୃତ୍ୟ ଦେଖି ସ୍ତବ୍ଧ ହୋଇଯାଇଛନ୍ତି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଅନ୍ୟମାନେ। ଏମାନେ ହେଲେ ସତ୍ୟବ୍ରତ ସାହୁ ଓ ତାଙ୍କ ଭଉଣୀ ସାଗରିକା। ଝାଲପଡ଼ା ବିପ୍ରଚରଣ ସାହୁଙ୍କ ତିନି ସନ୍ତାନ। ସାନ ପୁଅ-ଝିଅ ସତ୍ୟବ୍ରତ ଓ ସାଗରିକାକୁ ନେଇ ତାଙ୍କର ଚିନ୍ତା। ଦୁହେଁ ଭିନ୍ନକ୍ଷମ। […]

  • Saturday, 10 July 2021
magic pen
ମ୍ୟାଜିକ୍‌ ପେନ୍‌ରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଏଟିଏମ୍‌ ଲୁଟ୍‌, ସୁନା ଅଳଙ୍କାର, ଟଙ୍କା, ବାଇକ୍‌, ମୋବାଇଲ୍‌ ଇତ୍ୟାଦି ଲୁଟ୍‌ ଚାଲିଥିବା ବେଳେ ଏହା ଭିତରେ ଲୁଟେରାମାନେ ଲୁଟ୍‌ ପାଇଁ ଆଉ ଏକ ଅଭିନବ ଉପାୟ ଆପଣାଇଛନ୍ତି। ମ୍ୟାଜିକ୍‌ ପେନ୍‌ରେ ଚାଲିଛି ଲକ୍ଷାଧିକ ଟଙ୍କା ଲୁଟ୍‌। ଆପଣ ନିଶ୍ଚୟ ଭାବୁଥିବେ କି ମ୍ୟାଜିକ୍‌ ପେନ୍‌ରେ କେମିତି କେହି ଜଣେ ଲୁଟ୍‌ କରିପାରିବ। ତାହା ବି ପୁଣି ଲକ୍ଷାଧିକ ଟଙ୍କା। ତେବେ ପଢ଼ନ୍ତୁ ଏହି ଘଟଣା। ଭୁବନେଶ୍ୱର ଲକ୍ଷ୍ମୀସାଗର […]

  • Saturday, 10 July 2021
1111
ଦ୍ରୁତ ଗତିରେ ଆସୁଥିଲା, ଟ୍ରକ ପଛରେ ପିଟି ହୋଇଗଲା ବାଇକ୍‌

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଉଜ୍ଜଳପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଉଜ୍ଜଳପୁର ଭାଲୁପତ୍ର ଅଂଚଳର ନିରଞ୍ଜନ ସାହୁ ଓ ପ୍ରଦୀପ ଚୌଧୁରୀ । ଉଜ୍ଜ୍ୱଳପୁର ବାଇପାସ ନିକଟରେ ଏକ ଟ୍ରକ ଛିଡା ହୋଇଥିଲା। ରବିବାର ରାତି ପ୍ରାୟ ସାଢେ ୧୧ଟାରୁ ୧୨ଟା ମଧ୍ୟରେ  ନିରଞ୍ଜନ ଓ ପ୍ରଦୀପ ବାଇକ୍‌ରେ ଘରକୁ ଫେରୁଥିଲେ।  ଦ୍ରୁତ ଗତିରେ ଆସୁଥିବାବେଳେ ଛିଡା ହୋଇଥିବା ଏହି ଟ୍ରକ […]

  • Saturday, 10 July 2021
pregnant lady
ନଈ ପାର ହୋଇ ମେଡିକାଲ ଗଲେ ଗର୍ଭବତୀ

ନୂଆପଡ଼ା : ଗାଁକୁ ରାସ୍ତା ନାହିଁ। ତେଣୁ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଅଣ୍ଟେ ପାଣିରେ ନଦୀ ପାର କରାଇ ଡାକ୍ତରଖାନା ନେଲେ ଗାଁ ଲୋକ। ଏପରି ଘଟଣା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ରେ ଘଟିଛି। ଗତକାଲି ଚିତାରମା ଗାଁର ବିଜେଶ୍ୱର ଚିନ୍ଦାଙ୍କ ପତ୍ନୀ ନିରୁ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଗାଁକୁ ରାସ୍ତା ନାହିଁ ଓ ବର୍ଷା ଲାଗି ରହିଥିବାରୁ ପତ୍ନୀଙ୍କୁ ମେଡିକାଲ୍‌ କେମିତି ନେବେ? ଏହାକୁ ନେଇ ବିଜେଶ୍ୱର ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ କୌଣସି ଉପାୟ ନପାଇ ସେ ଗାଁ […]

  • Saturday, 10 July 2021
lootera
ଲୁଟେରା ଗ୍ୟାଙ୍ଗ୍ ଗିରଫ

ଝାରସୁଗୁଡ଼ା: ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ୍‌ପାଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଝାରସୁଗୁଡ଼ା ପୁଲିସ୍ ଗିରଫ କରିଛି। ଲୁଟପାଟ ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଛି ଚୋରି ସମୟର ଭିଡିଓ ଫୁଟେଜ୍। ସୁନ୍ଦରଗଡ଼ ଟାଉନ ଥାନା ସୁନାରୀପଡ଼ା ଛକରେ ଗତ ୨୨ ତାରିଖ ଦିନ ୧୧ଟା ସମୟରେ ଏହି ଲୁଟପାଟ୍‌ ହୋଇଥିଲା। ସିସିଟିଭିରେ କଏଦ୍‌ ହୋଇଥିବା ଭିଡିଓରେ ୩ ଜଣ ଚୋର ପୂରା ଯୋଜନାବଦ୍ଧ ଭାବେ ଆସି ଟଙ୍କା ଚୋରି କରୁଥିବାର ଦେଖାଯାଉଛି। ଆଉ ଜଣେ […]

  • Saturday, 10 July 2021
Capture-5
ବରିଷ୍ଠ ନାଗରିକଙ୍କ ପାଇଁ କରାଯାଉଛି ୧୫୦ କମ୍ପ୍ଲେକ୍ସ

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ମାଆ ବାପାଙ୍କୁ ଅତ୍ୟାଚାର ନେଇ ରାଜ୍ୟରେ ୨୮୬ଟି ମାମଲା ରୁଜୁ ହୋଇଛି । ତା ମଧ୍ୟରୁ ୧୧୯ଟି ମାମଲା ଫଇସଲା ହୋଇଛି । ପୁରୀ ଜିଲ୍ଲାର ଜଣଙ୍କୁ ଏହି ମାମଲାରେ ଦଣ୍ଡିତ କରାଯାଇଥିବା ଶ୍ରୀ ପଣ୍ଡା […]

  • Saturday, 10 July 2021
cyclone
ମାଡ଼ି ଆସୁଛି ବାତ୍ୟା! ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ ଠାରୁ ୧୦୪୦ କିଲୋମିଟର ଦୂରରେ ଓ ଦକ୍ଷିଣ-ଦକ୍ଷିଣ ପୂର୍ବ ମାଛଲିପଟନମ୍‌ (ଆନ୍ଧ୍ରପ୍ରଦେଶ) ଠାରୁ ୧୨୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆଜି ଏହା ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଫଳରେ ଏହାର ପ୍ରଭାବରେ ଆସନ୍ତାକାଲି […]

  • Saturday, 10 July 2021
Capture-1
ସ୍ଥାୟୀ ପୋଲ ଭାଙ୍ଗିଗଲା, ଅସ୍ଥାୟୀ ପୋଲ ଭାସିଗଲା, ଯିବୁ କେମିତି...

ରାୟଗଡ଼ା:ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ରାୟଗଡ଼ା । ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ଓ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧିପାଉଛି। ପ୍ରଖର ସ୍ରୋତରେ କଲ୍ୟାଣୀ ନଦୀର ପୋଲ ଧୋଇଯାଇଛି। କଲ୍ୟାଣସିଂହପୁରରେ କଲ୍ୟାଣୀ ନଦୀରେ ଥିବା ସ୍ଥାୟୀ ପୋଲ ୨୦୧୭ରେ ଭାଙ୍ଗିଯାଇଥିଲା । ଲୋକେ ଯାତାୟାତ ସୁବିଧା ପାଇଁ  ଏକ ଅସ୍ଥାୟୀ ମାଟି ପୋଲ ନିର୍ମାଣ କରିଥିଲେ। ଏବେ ବନ୍ୟର ଯୋଗୁ ଏହି ଅସ୍ଥାୟୀ ପୋଲ ଭାସି ଯାଇଛି। ପୋଲ  ଉପରେ ୫ ଫୁଟର ପାଣି ଚାଲୁଛି। ଫଳରେ ଯାତାୟାତ […]

  • Saturday, 10 July 2021
1111
ଚା’ ପିଇବାକୁ ଯାଇଥିଲେ, ଚୋର ମାରିଲା ଚମ୍ପଟ

ସୋନପୁର: ପୋଲିସ ହେପାଜତରୁ ଫେରାର୍ ହୋଇଯାଇଛି ଚୋର। ଚୋରକୁ ଧରି ଫେରିବା ବାଟରେ ପୁଲିସ ବାବୁଙ୍କୁ ଥକ୍କା ଲାଗିଲା।  ଚୋରକୁ ଗାଡ଼ିରେ ବସାଇ ଯାଇଥିଲେ ଚା ପିଇବାକୁ। ଚା ପିଇ ସାରିବା ବେଳକୁ ଚୋର ଛୁ…। ଘଟଣା ଘଟିଛି ଦେଓଗାଁ ଥାନା ଅଞ୍ଚଳରେ। ଆଜି ବିଦ୍ୟୁତ ତାର ଚୋରି ଅଭିଯୋଗରେ ଦେଓଗାଁ ପୁଲିସ ସମ୍ବଲପୁର ଗଣ୍ଡେରପୁର ଗାଁରୁ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ଯୁବକଙ୍କ ନାଁ ଗୁଲେଠୁ ଭରାଗାଗର। ଅଭିଯୁକ୍ତ ଗୁଲେଠୁଙ୍କୁ ଧରି ଫେରିବା ବାଟରେ […]

  • Saturday, 10 July 2021
3333
୧୦ ଘଣ୍ଟା ଅଟକ ପରେ ଶିକ୍ଷକଙ୍କୁ ଛାଡ଼ିଲେ

ସୋର (ଶଶିକାନ୍ତ ବେହେରା): କେନାଲରେ ବୁଡ଼ି ୨ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ପରେ ବାଲେଶ୍ୱର ଖଇରା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।  ଖଇରା ଥାନା ରଟିଣା ପ୍ରହଲ୍ଲାଦ ନୋଡାଲ ହାଇସ୍କୁଲର ଶିକ୍ଷକଙ୍କୁ ଗାଁ ଲୋକେ ଦୀର୍ଘ ୧୦ ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛନ୍ତି । ଏହି ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକାଙ୍କୁ ବୁଝାଶୁଝା କରିବା ପରେ ପ୍ରତି ମୃତଛାତ୍ରଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଉପଜିଲ୍ଲାପାଳ […]

  • Saturday, 10 July 2021
222
ସାବଧାନ! ସହର ଭିତରେ ବୁଲୁଛନ୍ତି ଭାଲୁ

ନବରଙ୍ଗପୁର: ସାବଧାନ ! ସହର ଭିତରେ ବୁଲୁଛନ୍ତି ଭାଲୁ। ଦୁଇ ଦୁଇଟି ଭାଲୁ। ୧୫ ଦିନ ହେଲା ସହରର ବିଭିନ୍ନ କଲୋନୀରେ, ଗଳିକନ୍ଦିରେ ବୁଲୁଛନ୍ତି। ଆମ ନବରଙ୍ଗପୁର ସହର କଥା କହୁଛୁ। ସହରରେ ୧୫ ଦିନ ହେଲାଣି ଭାଲୁ ଆତଙ୍କ ସୃଷ୍ଟି କରିଛି।  ସହରର ଜମାଲ କଲୋନୀରେ ୨ଟି ଭାଲୁ ପଶିଯାଇ ଏଣେ ତେଣେ ବୁଲୁଛନ୍ତି । ଲୋକେ ଆତଙ୍କିତ ହୋଇପଡିଛନ୍ତି । ହେଲେ ବନ ବିଭାଗର ନିଘା ନାହିଁ। ତେଣୁ ନିଜ ସୁରକ୍ଷା ନିଜେ କରୁଛନ୍ତି […]

  • Saturday, 10 July 2021
1
ବିଜୟଙ୍କ ଅକାଳ ମୃତ୍ୟୁକୁ ନେଇ ଥମୁନି ଉତ୍ତେଜନା: ଡ୍ରାଇଭର,ପୁଲିସଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱର: ଦୁଇଦିନ ହେଲା ବାଲିଆପାଳରେ ଥମୁନି ଉତ୍ତେଜନା । ନାବାଳକ ବିଜୟ ଦଳାଇର ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଗାଁ ଲୋକେ । ଗତକାଲି ବିଜୟର ମୃତ ଦେହ ଉଦ୍ଧାର କରିବା ପରେ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରି  ତୁରନ୍ତ ଅଭିଯୁକ୍ତର ଗିରଫ ଦାବି କରିଥିଲେ ସ୍ଥାନୀୟ ଲୋକେ । ଏପରିକି ପୁଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି  ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ। ଏହି […]

  • Saturday, 10 July 2021