• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

CM Nnaveen Patnaik
ଉତ୍ତମ ଶାସନକୁ ମୁଖ୍ୟ ଆଧାର କରିବାକୁ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଉତ୍ତମ ଶାସନ ଓ ଶାସନରେ ସନ୍ତୁଷ୍ଟିକୁ ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ଆଧାର କରିବାକୁ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଦେଶର ଅନ୍ୟ ଉନ୍ନତ ରାଜ୍ୟଠାରୁ ଓଡ଼ିଶାକୁ ଆହୁରି ଆଗକୁ ନେବା ଏବଂ ସରକାରୀ ସେବା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେହିଭଳି ଫାଇଭ୍‌ ଟି (ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ) ଫର୍ମୁଲାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନେଇ ତାଗିଦ ମଧ୍ୟ […]

  • Sunday, 11 July 2021
school
ସ୍କୁଲ୍‌ ଆସିଲେ ଛାତ୍ରଛାତ୍ରୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର: ସ୍କୁଲ୍‌ ଯିବାକୁ ଛାତ୍ରଛାତ୍ରୀଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ। ଏଭଳି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ୧୦ରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ପ୍ରାଥମିକ ସ୍କୁଲ୍‌ ଗୁଡ଼ିକୁ ବନ୍ଦ କରି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ସବୁ ସ୍କୁଲ୍‌ରେ ଥିବା ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍କୁଲ୍‌ରେ ପଢ଼ିବେ । ଏହି ପିଲାମାନଙ୍କ ଯାତାୟାତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି,“୧୦ରୁ କମ୍ […]

  • Sunday, 11 July 2021
bjp
ବିଜେପିରେ ଯୋଗ ଦେଲେ ଅଶ୍ୱିନୀ ବୈଷ୍ଣବ; କଂଗ୍ରେସ କହିଲା ବିଜେପି-ବିଜେଡି କରିଛନ୍ତି ଭିତିରିଆ ମେଣ୍ଟ

ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏହି ସମୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ନେତା ସମୀର ମହାନ୍ତି, ଗୋଲକ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିଜେପିରେ ଯୋଗ ଦେବାପରେ ଅଶ୍ୱିନୀ ବୈଷ୍ଣବ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,‘ ଓଡ଼ିଶାବାସୀଙ୍କ ସେବା ପାଇଁ ବିଜେପି ସୁଯୋଗ ଦେଇଛି। ଦଳ ଏହି […]

  • Sunday, 11 July 2021
cloudy
ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ୨୨ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ୨୨ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଗଞ୍ଜାମ, ଗଜପତି, ନୂଆପଡ଼ା ଓ ବଲାଙ୍ଗିର। ଦିନ ୧୨ଟା ୧୫ ଯାଏ ସତର୍କ ରହିବାକୁ ଏହି […]

  • Sunday, 11 July 2021
rain
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତକାଲି ଓଡ଼ିଶା ଛୁଇଁଛି। ଏବେ ମୌସୁମୀ ବାୟୁ ଉତ୍ତର ଓଡ଼ିଶାର ବାଲେଶ୍ୱର, ଯାଜପୁର ଓ ଭଦ୍ରକ, କେନ୍ଦ୍ରାପଡ଼ା ଭଳି ଅନେକ ଜିଲ୍ଲାରେ ପହଞ୍ଚି ସାରିଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ରାୟଗଡ଼ା, ଗଞ୍ଜାମ,କନ୍ଧମାଳ ଜିଲ୍ଲାରେ ମୌସୁମୀ ପ୍ରବେଶ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୌସୁମୀ ବାକି ଜିଲ୍ଲା ଗୁଡ଼ିକରେ ପହଞ୍ଚିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓ […]

  • Sunday, 11 July 2021
koraput
୯୦ଟି ସ୍କୁଲରେ ପଡ଼ିଲା ତାଲା

କୋରାପୁଟ: ଦୀର୍ଘ ଦିନର ଖରାଛୁଟି ପରେ ଗତକାଲି ସାରା ରାଜ୍ୟରେ ସ୍କୁଲ ଖୋଲିଥିବା ବେଳେ କୋରାପୁଟ ଜିଲ୍ଲାର ୯୦ଟି ସ୍କୁଲରେ ତାଲା ଝୁଲିଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲାର ବାଲିପଦରଗୁଡ଼ା ସମେତ ୯୦ଟି ସ୍କୁଲରେ ତାଲା ପଡ଼ିଛି। ୧୦ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବାରୁ ସେହି ସ୍କୁଲ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଏନେଇ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ବାଲିପଦରଗୁଡାର ସ୍କୁଲ ଶିକ୍ଷକ ଜୟରାମ ସୁନା କହିଛନ୍ତି, ‘ପାହାଡ଼ ପାଦଦେଶରେ ବାଲିପଦରଗୁଡା ଗାଁ ରହିଛି। […]

  • Sunday, 11 July 2021
results ..
ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ, ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ www.chseodisha.nic.in, www.orissaresults.nic.in  ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। କଳା ଫଳାଫଳ ଏଥର କଳାରେ ମୋଟ ୨ ଲକ୍ଷ ୩୫ ହଜାର ୧୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପାସ୍ କରିଛନ୍ତି।  ସେମାନଙ୍କ ମଧ୍ୟରୁ […]

  • Sunday, 11 July 2021
stray dogs
ଶିଶୁର ମୃତଦେହକୁ ଖାଇଦେଲେ କୁକୁର

ବଲାଙ୍ଗିର: ବଲାଙ୍ଗିରର ଭୀମଭୋଇ ମେଡିକାଲ୍‌ କଲେଜ ଓ ହସପିଟାଲ୍‌ ଗେଟ୍ ଆଗରେ ଗୋଟିଏ କୁକୁର ଏକ ଶିଶୁର ମୃତଦେହକୁ ଝୁଣି ଖାଉଥିବା ଦେଖିବାକୁ ମିଳିଛି। ଆଜି ସକାଳ ପ୍ରାୟ ୮ଟା ବେଳେ ଏହି ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଏହା ଦେଖି କୁକୁର ମୁହଁରୁ ମୃତଦେହଟିକୁ ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ଆଉ କିଛି କୁକୁର ପହଞ୍ଚି ମୃତଦେହକୁ ଝୁଣି ଖାଇ ଦେଇଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି,“ ମେଡିକାଲ ଛକରେ ମୁଁ ମୋ ବନ୍ଧୁମାନଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ କୁକୁରଟିଏ […]

  • Sunday, 11 July 2021
leopard
କ୍ରାଇମ୍‌ବ୍ରାଞ୍ଚ କବ୍‌ଜାରେ ବାଘ ଛାଲ ରାକେଟ୍

ଭୁବନେଶ୍ୱର: କ୍ରାଇମ୍‌ବ୍ରାଞ୍ଚ କବ୍‌ଜାରେ ପୁଣି ବାଘ ଛାଲ ରାକେଟ୍। ୭ ଫୁଟର କଲରାପତରିଆ ବାଘ ଛାଲ ସହ ୩ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଜେଲ୍ ବିଭାଗ କର୍ମଚାରୀଙ୍କ ପୁଅ ଅଛନ୍ତି ବୋଲି ସୂଚନା ମିଳିଛି।  ଗିରଫ ଅଭିଯୁକ୍ତ ମାନେ ହେଲେ ରମଣୀସେନ ବେହେରା, ଯଜ୍ଞଦତ୍ତ ବେହେରା ଓ ସଚିକାନ୍ତ ନାୟକ। ରମଣୀସେନ ଏହି ମାମଲାର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଛି। ରାଉରକେଲାରେ ବାଘ ଛାଲ ବିକ୍ରି କରିବା ପାଇଁ […]

  • Sunday, 11 July 2021
odia jawan martyr
ସହିଦଙ୍କ କଫିନ୍ ଉପରେ ଦଳୀୟ ପତାକା ଢାଙ୍କିବା ଘଟଣାରେ ବିଜେଡିକୁ ଘେରିଲା ବିଜେପି

ଭୁବନେଶ୍ୱର: ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ କଫିନ୍ ଉପରେ ଦଳୀୟ ପତାକା ଢଙ୍କାଯିବା ଘଟଣାକୁ ନେଇ ବିଜେଡିକୁ ଘେରିଲା ବିଜେପି। ଏ ଘଟଣାକୁ ରାଜ୍ୟ ବିଜେପିର ପୂର୍ବତନ ସୈନିକ ସେଲ୍‌ ଦୃଢ଼ ନିନ୍ଦା କରିବା ସହିତ ବିଜେଡି ସଭାପତି ଏଥିପାଇଁ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛି। ସେଲ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ସହିଦ ଅଜିତ ସାହୁଙ୍କ ପାର୍ଥିବ ଶରୀର ଉପରେ ଜାତୀୟ ପତାକା ରହିବା ଜାଗାରେ ଗୋଟିଏ ରାଜନୈତିକ ଦଳର […]

  • Sunday, 11 July 2021
heavy rainfall
ଓଡ଼ିଶା ଛୁଇଁଲା ମୌସୁମୀ: ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଫଳରେ ଏହାର ପ୍ରଭାବରେ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ମୌସୁମୀ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ, ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଗତକାଲିଠାରୁ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏବେ […]

  • Sunday, 11 July 2021
rain
ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ୧୧ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି  ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଅପରାହ୍ଣ ସାଢ଼େ ଗୋଟାଏ ଯାଇ ସତର୍କ ରହିବାକୁ ୧୧ଟି ଜିଲ୍ଲାକୁ ପରାମର୍ଶ ଦିଆଯାଇଥିଲା। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ନୟାଗଡ଼। ସେହିପରି ପ୍ରବଳ ବର୍ଷା ଓ ଘଡ଼ଘଡ଼ି ମାରିବା ନେଇ ଆଜି ଦିନ […]

  • Sunday, 11 July 2021
school
ସରିଲା ଛୁଟି, ଖୋଲିଲା ସ୍କୁଲ

ଭୁବନେଶ୍ୱର: ଖରା ଛୁଟି ପରେ ଆଜିଠୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିଛି। ପାଗରେ ପରିବର୍ତ୍ତନ ଯୋଗୁ ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତି ବଦଳାଇଥିଲେ। ପୂର୍ବରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ପ୍ରଥମେ ଜୁନ୍ ୧୮ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଛୁଟି ଘୋଷଣା କରିଥିଲେ। ୧୯ତାରିଖରେ ସ୍କୁଲ ଖୋଲିବାକୁ ଥିବା ବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁ ପୁଣି ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ବୃଦ୍ଧି କରିଥିଲେ ସରକାର। ୨୬ ତାରିଖରେ ସ୍କୁଲ ଖୋଲିଥାନ୍ତା। ଖରା କମିବା ସହ ପାଗରେ ପରିବର୍ତ୍ତନ […]

  • Sunday, 11 July 2021
ajit sahoo
ସହିଦ ଅଜିତ ସାହୁଙ୍କ କଫିନ୍ ଉପରେ ବିଜେଡି ପତାକା ଢାଙ୍କିବା ଘଟଣାକୁ ନିନ୍ଦା କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ସହିଦ୍ ଅଜିତ ସାହୁଙ୍କ ମରଶରୀର ନେଇ ଆସିଥିବା କଫିନ୍ ଉପରେ ବିଜେଡିର ଦଳୀୟ ପତାକା ଢଙ୍କାଯିବା ଘଟଣାକୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନିନ୍ଦା କରିଛନ୍ତି। ଟ୍ୱିଟ୍ କରି ବୈଜୟନ୍ତ ଲେଖିଛନ୍ତି, ‘ସହିଦ ଓଡ଼ିଆ ଯବାନଙ୍କୁ ନେଇ ଶାସକ ଦଳର ଏଭଳି ରାଜନୀତି ଦୁର୍ଭାଗ୍ୟଜନକ। କଫିନ ଉପରେ ତ୍ରିରଙ୍ଗା ପରିବର୍ତ୍ତେ ଦଳୀୟ ପତାକା ଢଙ୍କାଯିବା ନିନ୍ଦନୀୟ। ଏଭଳି ଘଟଣାର ଦୃଷ୍ଟି ଆକର୍ଷଣ ପାଇଁ ସେ ଜାତୀୟ ଗଣମାଧ୍ୟମକୁ ଅନୁରୋଧ କରିବା ସହ ବିଜେଡି ଏଥିପାଇଁ […]

  • Sunday, 11 July 2021
yoga
ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଆୟୋଜନ କରାଯାଇଥିଲା।  ଜନତା ମଇଦାନରେ ଆୟୋଜିତ ଯୋଗ ଶିବିରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ରାଷ୍ଟ୍ରୀୟ ବିଜେପି ଉପ-ସଭାପତି ବୈଜୟନ୍ତ ପଣ୍ଡା, ବିଜେପି ନେତା ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।  ଯୋଗ ମହୋତ୍ସବ ସମିତି ପକ୍ଷରୁ ଏଠାରେ ଯୋଗ ଶିବିର ଆୟୋଜିତ ହୋଇଥିଲା। ରାଜଧାନୀର କସ୍ତୁରବା ଶିକ୍ଷାଶ୍ରମ ପଡ଼ିଆରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି।  […]

  • Sunday, 11 July 2021
alaranath
ଅଣସର ଘରେ ଶ୍ରୀଜିଉ, ସେପଟେ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଗହଳି

ବ୍ରହ୍ମଗିରି: ଆଜିଠାରୁ ମହାପ୍ରଭୁ ଅଲାରନାଥଙ୍କର ଅଣସର ଦର୍ଶନ ଆରମ୍ଭ ହୋଇଛି। ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉ ୧୫ଦିନ ଧରି ଅଣସର ଘରେ ରହିବେ। ଏହି ସମୟରେ ଶ୍ରୀଜିଉଙ୍କ ଚାଲିବ ଗୁପ୍ତ ଉପଚାର। ରତ୍ନସିଂହାସନରେ ଆଉ ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ପାଇବେ ନାହିଁ। ଏହି ସମୟରେ ତିନି ବାଡ଼ରେ ପଟିଦିଅଁ ପୂଜା ପାଇବାର ବିଧି ରହିଛି। ତେବେ ଏହି ସମୟରେ ବ୍ରହ୍ମଗିରିରେ ଚତୁର୍ଭୁଜ ନାରାୟଣ ରୂପୀ ଅଲରାନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନ […]

  • Sunday, 11 July 2021
drive
ଏଣିକି ବିନା ହେଲ୍‌ମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇପାରିବେନି

ଭୁବନେଶ୍ୱର: ବିନା ହେଲ୍‌ମେଟ୍‌ରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇପାରିବେ ନାହିଁ। ଆଉ ଯଦି ବି ବିନା ହେଲ୍‌ମେଟ୍‌ରେ ଯାଆନ୍ତି, ଏଥିପାଇଁ ଆପଣଙ୍କୁ ଆଇନ ଅନୁସାରେ ଦଣ୍ଡିତ ହେବାକୁ ପଡ଼ିବ। ଏଭଳି କିଛି କଟକଣା ରାଜଧାନୀ ଭୁବନେଶ୍ୱରରେ ଲାଗିଛି। ଏଣିକି ବିନା ହେଲ୍‌ମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ବାଇକ ଚାଳକ ଯାଇ ପାରିବେନି। ଯଦି ବିନା ହେଲମେଟ୍‌ରେ ବାଇକ ଚଲାଇଲେ କିମ୍ବା ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ […]

  • Sunday, 11 July 2021
college students
ସରିଲା ଖରାଛୁଟି, ଖୋଲିଲା କଲେଜ

ଭୁବନେଶ୍ୱର: ଖରାଛୁଟି ପରେ ଆଜିଠୁ ରାଜ୍ୟର ସମସ୍ତ କଲେଜ ଖୋଲିଛି। ଆସନ୍ତା ୨୦ ତାରିଖରୁ ପାଠପଢ଼ା ଆରମ୍ଭ ହେବ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଥିବାରୁ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ସେହିପରି ଯୁକ୍ତ ତିନି ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ୨୦ରୁ ଆରମ୍ଭ ହେବ। ଚଳିତ ବର୍ଷ ସାଧାରଣ ନିର୍ବାଚନ ଯୋଗୁ ସମସ୍ତ କଲେଜରେ ପରୀକ୍ଷା ଶୀଘ୍ର ହୋଇଯାଇଥିଲା। ଏହାପରେ ସମସ୍ତ କଲେଜ ବନ୍ଦ ରହିଥିଲା

  • Sunday, 11 July 2021
dgp
ଓଡ଼ିଶାରେ ଖୋଲିବ ଆଉ ୩ଟି ସାଇବର ଥାନା

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୩ଟି ସାଇବର ଥାନା।  ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା କରାଯିବା ନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ୩ ଦିନିଆ ସାଇବର ତଦନ୍ତ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଅବସରରେ ଡିଜିପି ଏହି ସୂଚନା ଦେଇଛନ୍ତି। ଏହାସହ  ରାଜ୍ୟରେ ସାଇବର ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ମାମଲା ଯେଉଁ ଅନୁପାତରେ ବଢ଼ୁଛି, ସେହି ଅନୁପାତରେ ଥାନା ନାହିଁ। ତେଣୁ ସାଇବର […]

  • Sunday, 11 July 2021
maoist
କ୍ୟାଡର୍ ମାଓବାଦୀ ଚନ୍ଦନ ଗିରଫ

ମାଲକାନଗିରି: ମାଲକାନଗିରି ପୁଲିସ୍‌କୁ ବଡ଼ ସଫଳତା ମିଳିଛି। କ୍ୟାଡର୍ ମାଓବାଦୀ ଚନ୍ଦ୍ର ସିସା ଓରଫ୍ ଚନ୍ଦନକୁ ପୁଲିସ୍ ଗିରଫ କରିଛି। ଚନ୍ଦନ ଆନ୍ଧ୍ର-ଓଡ଼ିଶା ଜୋନାଲ୍ ବର୍ଡର୍ କମିଟି ସଦସ୍ୟ ଥିଲା। ତା ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଗତକାଲି ଚନ୍ଦନଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ଏନେଇ ମାଲକାନଗିରି ଏସ୍‌ପି ଜଗମୋହନ ମିନା ସୂଚନା ଦେଇଛନ୍ତି। ଗତକାଲି ସ୍ୱାଭିମାନ ଅଞ୍ଚଳରେ ମାଲକାନଗିରି ପୁଲିସ୍‌ ଓ ବିଏସ୍ଏଫ୍ ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା। […]

  • Sunday, 11 July 2021
murder
ଥାନାରେ ଅଭିଯୋଗ କରିବାରୁ ପତ୍ନୀ ଓ ଶାଶୂଙ୍କୁ ହାଣି ଦେଲା ଜ୍ୱାଇଁ

ବାରିପଦା (ମାଣିକ ଲାଲ ପାଣି): ଥାନାରେ ଅଭିଯୋଗ କରିବାରୁ ପତ୍ନୀଙ୍କ ସହିତ ଶାଶୂଙ୍କୁ ହାଣି ମାରି ଦେଇଛନ୍ତି ଜଣେ ବ୍ୟକ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ କଣ୍ଟାପାଳ ଗାଁରୁ ଏଭଳି ଅଭିଯୋଗ  ଆସିଛି। ମୃତକ ଦ୍ୱୟ ହେଲେ ମମତା ମହାନ୍ତ ଏବଂ ତାଙ୍କ ଝିଅ ସୁମତି ମହାନ୍ତ। ମମତାଙ୍କ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ପୁଲିସ୍ ଅଟକ ରଖିଛି। ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ସବୁବେଳେ ମଦ ପିଇ ପତ୍ନୀ ସୁମତିଙ୍କୁ ମାରପିଟ କରୁଥିଲେ। ଏନେଇ ଗତକାଲି ସନ୍ଧ୍ୟାରେ […]

  • Sunday, 11 July 2021
bolangir encounter
ବଲାଙ୍ଗିରରେ ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ କଲା ପୁଲିସ୍‌

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ମହିମୁଣ୍ଡାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ଆହତ ହୋଇଛି। ସୀତାରାମର ବାମ ଗୋଡ଼ ଆଣ୍ଠୁ ନିକଟରେ ଗୁଳି ବାଜିଛି। ତାକୁ ପ୍ରଥମେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ବହୁ ଡକାୟତି ଓ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ସୀତାରାମ ଗତକାଲି ମହିମୁଣ୍ଡାରେ ଥିବା ସୂଚନା ପାଇ ପୁଇଁନ୍ତଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ସେଠାରେ ଚଢ଼ାଉ […]

  • Sunday, 11 July 2021
cloudy
ଧୂଳିଝଡ଼, ବଜ୍ରପାତ ସହ ବର୍ଷା ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼, ବଜ୍ରପାତ ସହ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୨ଟା ଯାଏ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି  କେନ୍ଦୁଝର, ମୟୂରଭଂଜ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି।

  • Sunday, 11 July 2021
lightning
ବଜ୍ରପାତ ନେଲା ୩ ଜୀବନ

ଭୁବନେଶ୍ୱର: ରାଜ୍ୟର ଦୁଇଟି ଅଲଗା ଅଲଗା ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ପଦ୍ମପୁର ବିଶିପାଲିରେ ବଜ୍ରପାତରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ କୈଳାସ ବରିହା ଓ ତାଙ୍କ ପତ୍ନୀ କିଶୋରୀ ବରିହା। ଉଭୟ ରାତିରେ ଶୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନଇରୀରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି।  ଏଥିରେ […]

  • Sunday, 11 July 2021
bus hits a man
ପଥଚାରୀଙ୍କୁ ଧକ୍କା ଦେଲା ବସ୍‌

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼-କଲମପୁର ରାସ୍ତାର ଭତ୍ରାଗଡ଼ା ଛକରେ ବସ୍ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ହେମରାଜ ପୂଜାରୀ। ସେ ଭତ୍ରାଗଡ଼ାକୁ ଯାଉଥିବା ବେଳେ କଲମପୁର ପଟୁ ଆସୁଥିବା ‘ସନ୍ତୋଷୀ’ ନାମକ ଏକ ଘରୋଇ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା। ହେମରାଜ ଜଣେ ଦିନ ମଜୁରିଆ। ସେ ରାତିରେ କାମ ସାରି ଜୁନାଗଡ଼ରୁ ଫେରୁଥିଲେ। […]

  • Sunday, 11 July 2021