ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘାରିଲାଣି ପଙ୍ଗପାଳ ଚିନ୍ତା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ପଙ୍ଗପାଳ ସମସ୍ୟା ନେଇ ଆଜି ଆଲୋଚନା ହୋଇଛି। ଏହାର ମୁକାବିଲା ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଙ୍ଗପାଳ ଏବେ ଛତିଶଗଡ଼ରୁ ମଧ୍ୟପ୍ରଦେଶ ଆଡ଼େ ମୁହାଁଇଥିବା କୃଷି ବିଭାଗ ସୂଚନା ଦେଇଛନ୍ତି। ସେମାନେ ଓଡ଼ିଶା ଆସିବା ସମ୍ଭାବନା ରହିଛି। ପବନର ଦିଗ ଅନୁସାରେ ଗତିବିଧି ପରିବର୍ତ୍ତନ କରୁଛନ୍ତି। ଏଥିଲାଗି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା ସୀମାବର୍ତ୍ତି […]
ଉମରକୋଟ: ଯେଉଁ ପୁଅର ହାତ ଧରି ଦିନେ ଚାଲି ଶିଖାଇ ଥିଲେ ସେଇ ପୁଅକୁ ପିଟି ପିଟି ହତ୍ୟା କରିଦେଲା ବାପା। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ରାଇଘର ଥାନା ସରଗୁଲି ଗାଁର ଅମଲ ବସୁ। ୧୦ ବର୍ଷ ତଳେ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହି ଅପରାଧରେ ତାଙ୍କୁ ଜେଲ ଦଣ୍ଡ ମିଳିଥିଲା। ପରେ ଦ୍ୱିତୀୟ ବିବାହ କରି କୁମୁଲି ଛକରେ ପରିବାର ସହ ରହୁଥିଲେ। ୨ୟ ପତ୍ନୀଙ୍କ ପୁଅ ଅସିତ୍ ଓ ବିଶ୍ୱଜିତ୍ଙ୍କ […]
ରାଉରକେଲା: ଆଈର ହାତ ଧରି ନଦୀ ପାର ହେଉଥିଲା। କେମିତି କେଜାଣି ହାତ ଖସିଗଲା ଆଉ ଭରା ନଦୀର ସୂଅରେ ଭାସିଗଲା ୪ ବର୍ଷର କୁନି ଝିଅ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ରାଉରକେଲାରେ। ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସମରଝୋଲା ଗାଁର ଜଣେ ବୟସ୍କା ମହିଳା ତାଙ୍କର ଦୁଇଜଣ ନାତି ନାତୁଣୀକୁ ଧରି ଆସିଥିଲେ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ନିକଟକୁ । ସେଠାରେ କାମ ସାରି ପୁଣି ପିଲାମାନଙ୍କ ସହ କାଠ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ବିପୁଳ ପରିମାଣର ଧଳା ଜହର। କ୍ରାଇମବ୍ରାଞ୍ଚ ଏସଟିଏଫ ଖଣ୍ଡଗିରି ଛକରୁ ଏହାକୁ ଜବତ କରିଛି। ଜବତ ବ୍ରାଉନସୁଗରର ଦାମ ୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ୨ ଜଣ ବ୍ୟକ୍ତି ବାଇକ୍ରେ ବ୍ରାଉନସୁଗର ନେଇ ଯାଉଥିଲା। ଖବର ପାଇ STF ସେମାନଙ୍କୁ ଖଣ୍ଡଗିରି ଛକରୁ ଧରିଥିଲା। ଦୁଇ ବେପାରୀଙ୍କୁ ଗିରଫ କରିବା ସହ ଉକ୍ତ ବାଇକକୁ ଜବତ କରିଛି STF । ଏହି ଘଟଣା ପରେ ରାଜଧାନୀରେ […]
ଝାରସୁଗୁଡ଼ା: ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ଘରର ବଡ଼ ପୁଅଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ପରିବାର। ପୁଅର ଶବଘରେ ପଡ଼ିଥିବାବେଳେ ପରିବାରର ଅନ୍ୟ ୫ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଗତକାଲି ରାତିରେ ପରିବାରର ୫ ଜଣ ସଦସ୍ୟ ଫିନାଇଲ ପିଇ ଦେଇଛନ୍ତି। ମାଆ, ୩ ଭଉଣୀ ଓ ଜଣେ ଭାଇ […]
ଉମରକୋଟ(କାର୍ତ୍ତିକ ମଲ୍ଲିକ): ଏକାଠି କାମ କରୁ କରୁ ମନ ଦେଇଦେଲେ। ଆଉ ତା’ପରେ ଦୁହଁ ଦୁହିଁଙ୍କ ସୁଖଦୁଃଖର ସାଥୀ ପାଲଟିଗଲେ। ହେଲେ ଜାଣି ନ ଥିଲେ ଏଇ ପ୍ରେମ ଦିନେ ସେମାନଙ୍କ ପାଇଁ ଏମିତି ଦୁର୍ଦ୍ଦିନ ଆଣିଦେବ ବୋଲି। ଏବେ ସେମାନେ ପରିବାର ଲୋକଙ୍କ ପାଇଁ ପର ହୋଇଯାଇଛନ୍ତି। ଏପରିକି ସେମାନଙ୍କ ଜାତି ବି ଗ୍ରହଣ କରିନି। ଏବେ ମୁଣ୍ଡ ଉପରେ ଖୋଲା ଆକାଶ। ଭବିଷ୍ୟତ ଅନ୍ଧକାର। କୁଆଡେ ଯିବେ ? କ’ଣ କରିବେ ? ଲକ୍ଡାଉନ […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ତେଲିପାଳ ଟିଏମସି ସେଣ୍ଟରରେ କ୍ୱାରେଣ୍ଟିନରେ ରହିଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାର ଦୋଷୀ ଦିନକ ପରେ ଜାମିନ୍ ପାଇ ବାହାରେ ବୁଲୁଛନ୍ତି। ଏହି ଘଟଣା ପରେ ଭୟଭୀତ ହୋଇ ପୀଡ଼ିତା ଯୁବତୀଜଣକ ସୋଶାଲ ମିଡିଆ ଜରିଆରେ ନ୍ୟାୟ ଭିକ୍ଷା କରିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି। ବରହମପୁର ଥାନା ଅଧୀନ ତେଲିପାଳ ଟିଏମସି ସେଣ୍ଟରରେ ପ୍ରବାସୀ ଯୁବତୀଙ୍କୁ ଜଣେ ବାହାର ଲୋକ ପଶି ଗତ ୨୬ ତାରିଖ ଅସଦାଚରଣ କରିବା ସହ ଦୁଷ୍କର୍ମ […]
ଭୁବନେଶ୍ୱର: ମେ ୩୧ ତାରିଖରେ ଲକ୍ଡାଉନ୪.୦ ଶେଷ ହେବା ପରେ ଆଜି ଓଡ଼ିଶାରେ ଜାରି ହୋଇଛି ନୂଆ ଲକ୍ଡାଉନ ଗାଇଡଲାଇନ। ଏହି ଗାଇଡଲାଇନ ଅନୁସାରେ ୩୦ ଜୁନ୍ ଯାଏ ଧର୍ମୀୟ ସ୍ଥାନକୁ ସର୍ବସାଧାରଣଙ୍କ ପ୍ରବେଶ ମନା କରାଯାଇଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ସେହିପରି ସପିଙ୍ଗ କଂପ୍ଲେକ୍ସ ମଧ୍ୟ ୩୦ ଜୁନ୍ ଯାଏ ଖୋଲିପାରିବ ନାହିଁ। ତେବେ ହୋଟେଲ ଖୋଲି ପାରବ। କିନ୍ତୁ ସବୁ କର୍ମଚାରୀଙ୍କୁ […]
ଭୁବନେଶ୍ୱର:ରାଜ୍ୟରେ ପୁଣି ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ହଜାର ୧୦୪କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଛି ସୂଚନା। ଆଜି ୧୯ ଜିଲ୍ଲାରୁ ୧୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବାବେଳେ କଟକରୁ୨୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳ […]
ଭୁବନେଶ୍ୱର: ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ସାଂଘାତିକ ଅବ୍ୟବସ୍ଥା ଆଉ ବିଭ୍ରାଟ। କେଉଁଟି ଖାଇବାକୁ ନାହିଁ ତ କେଉଁଠି ଶୋଇବାକୁ ଜାଗା ନାହିଁ। କେଉଁଠି ପାଣି ନାହିଁ ତ କେଉଁଠି ଲାଇଟ୍ ନାହିଁ। ପୁଣି କେଉଁଠି ସଙ୍ଗରୋଧ କେନ୍ଦ୍ରରେ ପ୍ରଶାସନିକ ନିର୍ଯାତନା। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ସଙ୍ଗରୋଧ କେନ୍ଦ୍ର ଥିଲା ନିଆରା । ଏଠି ସମସ୍ୟା ଥାଇପାରେ ହେଲେ ମିଳୁଥିବା ସ୍ନେହ, ସହନଭୂତି ଏସବୁ ଦୁଃଖକୁ ଦୂରେଇ ଦେଉଥିଲା। ସେଥିପାଇଁ ତ ଏହି କେନ୍ଦ୍ରରେ […]
ଭୁବନେଶ୍ୱର:ଆଉ କିଛି ସମୟ ପରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ରାଜ୍ୟବାସୀ ଗାଇବେ ‘ବନ୍ଦେ ଉତ୍କଳ ଜନନୀ’। ସାଢେ ୫ଟା ବାଜିବାକୁ ଆଉ ମାତ୍ର କେତେ ମିନିଟ ବାକି। କରୋନା ମୁକାବିଲା କରିବାରେ ରାଜ୍ୟବାସୀ ସଫଳ ହୋଇଛନ୍ତି। ତେଣୁ କରୋନା ଯୋଦ୍ଧାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆଜି ସାଢେ ୫ଟାବେଳେ ବନ୍ଦେ ଉତ୍କଳ ଜନନୀର ସମୂହ ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏମିତିକି କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ମହତ କାର୍ଯ୍ୟକୁ […]
ପୁରୀ: ଆସୁଛି ସ୍ନାନଯାତ୍ରା। ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଚାହିଁ ବସିଛନ୍ତି। ହେଲେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତ୍ତି ଭକ୍ତଙ୍କୁ ହତାଶ କରିଛି। ସ୍ନାନଯାତ୍ରାରେ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ନାହିଁ । ଭକ୍ତମାନଙ୍କୁ ସିଧାସଳଖ ଦର୍ଶନର ସୁବିଧା ମିଳିବ ନାହିଁ। ଘରେ ରହି ମହାପ୍ରଭୁଙ୍କ ଦର୍ଶନ କରିବେ। ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏପରି ସୂଚନା […]
ପୁରୀ:ଆସୁଛି ପୁରୀରଥ ଯାତ୍ରା। ତା’ ପୂର୍ବରୁ ସ୍ନାନଯାତ୍ରା। ଏହି ସମୟରେ ସାଧାରଣତଃ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟେ। ହେଲେ ଏଥର ପରିସ୍ଥିତି ଭିନ୍ନ। କରୋନାକୁ ସଂକ୍ରମଣକୁ ନେଇ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ ଜାରି ରହିଛି। ୫ମ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି। କିଛି ଦିନ ଟ୍ରେନ, ବସ୍ ଚଳାଚଳ ବନ୍ଦ ରହିବା ପରେ ଏବେ ସ୍ୱାଭାବିକ ରହିଛି। ତେଣୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ ଜମିବାର ସମ୍ଭାବନା ରହିଛି। ଏପରି ପରିପ୍ରେକ୍ଷୀରେ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୮ ଜିଲ୍ଲାରେ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୭ ଜଣ ସୁସ୍ଥ ହୋଇଥିବାବେଳେ ୮୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଓ ଗଜପତିରେ ସର୍ବାଧିକ ୧୦ ଜଣ […]
ପୁରୀ: ଲକଡାଉନ୍ ପାଇଁ ଦୀର୍ଘ ଅଢ଼େଇ ମାସ ବନ୍ଦ ରହିବା ପରେ ଆଜିଠୁ ପୁଣି ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟକ୍ରମ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦ କାମ ଚାଲିଛି। ପ୍ରଥମେ ଉତ୍ତରପାର୍ଶ୍ୱ ପାଖରୁ ଉଚ୍ଛେଦ କାମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସତ୍ୟନାରାୟଣ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ। ଏହି ମନ୍ଦିର ମଧ୍ୟରେ ଥିବା ମଠ ଓ ଦୋକାନ ଗୁଡିକର ଉଚ୍ଛେଦ କରାଯିବ। ପୂର୍ବରୁ ଉତ୍ତରପାର୍ଶ୍ୱ ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲା। ତେବେ […]
ସମ୍ବଲପୁର: ସମ୍ବଲପୁର ସହରରେ ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଛି ଦେବ ବିବାହ । ମାଆ ପାର୍ବତୀଙ୍କ ପାଣି ଗ୍ରହଣ କରିଛନ୍ତି ଦେବ ଦେବ ମହାଦେବ। ଆସନ୍ତାକାଲି ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ। ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହର ଉତ୍ସବମଖର ହୋଇଥିଲେ ହେଁ ଯାତ୍ରା ଆଡମ୍ବର ନାହିଁ। ସାଦାସିଧା ତଥା ନିରାଡମ୍ବର ଭାବେ ବାହାଘର ସରିଛି ଦେବ ବିବାହ। ଏଥର କନ୍ୟା ଘରେ ବାହାଘର ହୋଇନି । ବରଂ ମନ୍ଦିର ପରିସରରେ ବ୍ରାହ୍ମ ମୁହୂର୍ତ୍ତରେ ହାତଗଣ୍ଠି ପଡ଼ିଥିଲା। ଆସନ୍ତାକାଲି […]
ଭୁବନେଶ୍ୱର:ରାଜ୍ୟରେ ପୁଣି ୬୭ କରୋନା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୨ ଜଣ ଲୋକାଲ କେସ୍। ଏଥସହିତ ମୋଟ ଆକ୍ଟିଭ କେସ ୮୪୧ ହୋଇଥିବାବେଳେ ୮୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୭ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ […]
ଭୁବନେଶ୍ୱର:ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍। ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି। ପ୍ରଥମ ଦଫାରେ ପ୍ରଥମ ଦଫାରେ କାଲିଠାରୁ କିଛି କିଛି ବସ୍ ଚଳାଚଳ କରିବ। ପୂରା ମାତ୍ରାରେ ବସ୍ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ କହିଛନ୍ତି। ସୂଚନାଥାଉ କି, ୨୫ ତାରିଖରୁ ରାଜ୍ୟ ଭିତରେ ଘରୋଇ ବସ୍ ଓ ଟ୍ୟାକ୍ସି ଚଳାଚଳ […]
ପାରଳାଖେମୁଣ୍ଡି: ଜନନୀ ଯନ୍ତ୍ରଣାର ଆଉ ଏକ ଦୃଶ୍ୟ। କେତେବେଳେ ଦୁର୍ଗମ ରାସ୍ତା ତ କେତେବେଳେ ଆମ୍ବୁଲାନ୍ସ ସମସ୍ୟା ଗର୍ଭବତୀଙ୍କ ପାଇଁ ଥିଲା ବାଧକ । ହେଲେ ଏବେ ବାଧକ ସାଜି ଠିଆ ହୋଇଛି କରୋନା । ବଫର ଜୋନରୁ ଆସିଥିବାରୁ ଜଣେ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନାରୁ ବହାର କରିଦେଲେ ହସ୍ପିଟାଲ କତ୍ତୃପକ୍ଷ । ମହିଳାଜଣକ ଡାକ୍ତରଖାନା ବାରଣ୍ଡାରେ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ। ହେଲେ ନା ଡାକ୍ତର, ନା ନର୍ସ ନା ମେଡିକାଲ କର୍ତ୍ତୃପକ୍ଷ କାହାରି ଦୃଦୟ ତରଳିଲା […]
ସମ୍ବଲପୁର:ଆଜି ଦେବ ଦେବ ମହାଦେବଙ୍କ ବିବାହ। ମା’ ପାର୍ବତୀଙ୍କ ହାତ ଧରିବେ ପ୍ରଭୁ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ। ବାଜା, ବାଣ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କନ୍ୟା ଘରକୁ ଯିବେ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ। ସମ୍ବଲପୁର ସହରରେ ପ୍ରତିବର୍ଷ ପବିତ୍ର ଶୀତଳଷଷ୍ଠୀ ଉତ୍ସବ ବେଶ ଆଡମ୍ବର ସହ ପାଳନ ହୋଇଥାଏ। ଏଥର ମଧ୍ୟ ପରମ୍ପରା ଅନୁସାରେ ବିବାହ ଅନୁଷ୍ଠିତ ହେଉଛି। ଏଥିପାଇଁ ସହର ଚଳଚଞ୍ଚଳ […]
ଭୁବନେଶ୍ୱର:ଆଜି ରାଜ୍ୟରେ ଆଉ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ୭୬ଙ୍କ ମଧ୍ୟରୁ ୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି। ଆଜି ଚିହ୍ନଟ ହୋଇଥିବା ୭୬ ଜଣ ୧୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରୁ ୧୬, ଖୋର୍ଦ୍ଧା ଓ […]
ଯାଜପୁରରୋଡ: ୮ ବର୍ଷର ପିଲାଟିଏ। ଜାଣେନି କ’ଣ ଭୁଲ..କ’ଣ ଠିକ। ୩୦ ଫୁଟ ଉଚ୍ଚରେ ବସି ରାଜରାସ୍ତାରେ ଧାଉଁଧିବା ଗାଡ଼ିକୁ ଦେଖିବା, ସହରର ଦୃଶ୍ୟ ଉପଭୋଗ କରିବା ଖୁବ୍ ମଜା ଲାଗୁଥିଲା। ତାର କୌତୁହଳୀ ମନ ତାକୁ ଟାଣି ନେଉଥିଲା ୩୦ ଫୁଟ ଉଚ୍ଚ ଟ୍ରାନ୍ସଫର୍ମର ଉପରକୁ। ହେଲେ ଦେଖିବା ଲୋକର ଛାତି ଥରି ଯାଉଥିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଗତକାଲି ଅପରାହ୍ନରେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡିରେ। ରଗଡି ସ୍ଥିତ ଯାଜପୁରରୋଡ […]
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରେ ଯୁବକଙ୍କୁ ମାଡ଼ ଅଭିଯୋଗ। ଗର୍ଭବତୀ ସ୍ତ୍ରୀଙ୍କୁ ଭେଟିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ । ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତୋଡଙ୍ଗା ପଞ୍ଚାୟତ କ୍ୱାରେଣ୍ଟିନ୍ ସେଣ୍ଟରରୁ। ଅଭିଯୋଗରୁ ଜଣାଯାଇଛି, ଉଭୟେ ସ୍ୱାମୀ-ସ୍ତ୍ରୀ କିଛି ଦିନ ତଳେ ଦିଲ୍ଲୀରୁ ଗାଁକୁ ଫେରିଥିଲେ। ତେଣୁ ଘରକୁ ନ ଯାଇ ଉଭୟ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗତ ରାତିରେ ସ୍ତ୍ରୀଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ସ୍ୱାମୀଙ୍କୁ ଫୋନ୍ କରିଥିଲେ […]
ପୁରୀ: କରୋନା ଯେତେ ଦୁଃଖଦ ଅନୁଭୂତି ଆଣୁନା କାହିଁକି, ସୌରଭ-ପିଙ୍କିଙ୍କ ପାଇଁ କିନ୍ତୁ ସ୍ମରଣୀୟ ହୋଇ ରହିବ। ତାଙ୍କ ପ୍ରେମକୁ ଦିନେ ପରିବାର ଲୋକେ ଏଡାଇ ଦେଲେ। ପ୍ରେମକୁ ସଫଳ କରିବା ପାଇଁ ଉପାୟ ନ ପାଇ ଉଭୟେ ସମାଜ ଆଖିରୁ ଲୁଚି ଲୁଚି ପଳାଇଥିଲେ। ହେଲେ ଆଜି କରୋନା ପାଇଁ ସେଇ ସମାଜ ତାଙ୍କୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇଛି। ପୁରୀ ଜିଲ୍ଲା ନିମାପଡା ଶଗଡା ଅଞ୍ଚଳର ସୌରଭ ଓ ପିଙ୍କିରାଣୀ ପରସ୍ପରକୁ ଭଲ ପାଉଥିଲେ ମଧ୍ୟ […]
ରାଉରକେଲା: କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାରକୁ ନେଇ ରାଉରକେଲାରେ ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି। ରାସ୍ତା ଉପରେ ଉଭୟ ପୋଲିସ-ଜନତା ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ରାଉରକେଲା ମୁଖ୍ୟ ରାସ୍ତାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ ଜଣାଇଥିବା ବେଳେ ପୁଲିସ୍ ଉପରକୁ ଟେକା, ପଥର ମାଡ଼ କରିବାକୁ ପଛାଇ ନାହାନ୍ତି। ଏହି ଘଟଣାରେ ୧୫ରୁ ଅଧିକ ପୁଲିସ୍ କର୍ମୀ ଆହତ ହୋଇଥିବା ଜଣାଯାଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା […]