• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ojee
ବଢିଲା ସ୍ୱତନ୍ତ୍ର ଓଜେଇଇ ଅନଲାଇନ୍ ଆବେଦନ ଓ ଫି ଦାଖଲର ଅବଧି

ଭୁବନେଶ୍ୱର: କରୋନା କଟକଣା ଭିତରେ ସ୍ୱତନ୍ତ୍ର ଓଜେଇଇର ଅନଲାଇନ୍ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତିର ଖବର।  ସ୍ୱତନ୍ତ୍ର ଓଜେଇଇର ଅନଲାଇନ୍ ପାଇଁ ଆବେଦନ ଓ ଫି ଦାଖଲର ଅବଧି ବୃଦ୍ଧି କରାଯାଇଛି । କୋଭିଡ୍ ସ୍ଥିତି ଲାଗି ବି. ଟେକ୍ ସ୍ପେଶାଲ ଓଜେଇଇ ପାଇଁ ଅନଲାଇନ୍ ଆପ୍ଲିକେସନ ଦାଖଲ କରିବାର ଶେଷ ତାରିଖ ଜୁନ୍ ମାସ ୩୦ ତାରିଖ ଯାଏଁ ବୃଦ୍ଧି ହୋଇଛି। ସେହିଭଳି ଅନଲାଇନ୍ ଆବେଦନ ଫି ଭରିବାର ଶେଷ ତାରିଖ ଜୁଲାଇ […]

  • Tuesday, 13 July 2021
rescue
ଗାଧୋଉଥିବାବେଳେ ମାଡ଼ି ଆସିଲା ପାଣି, ଭାସି ଯାଉଥିଲା ଛୋଟପିଲାଟି, ଆଉ ତା’ ପରେ...

ସୁନ୍ଦରଗଡ଼(ରଞ୍ଜିତ୍ ଚୌଧୁରୀ): ଯେତେ ଅଭିଜ୍ଞ ମଣିଷ ହେଲେ ବି ବେଳେବେଳେ ବିପଦବେଳେ ବୁଦ୍ଧି ହଜିଯାଏ। ହେଲେ ଏଇ ଛୋଟ ପିଲାଟିକୁ ଦେଖନ୍ତୁ। ଜୀବନମରଣ ବେଳରେ ବୁଦ୍ଧି ଖର୍ଚ୍ଚ କରି ଧୈର୍ଯ୍ୟର ସହ ସାମ୍ନା କରିଥିଲା ଆଉ ସେଇଥି ପାଇଁ ମୃତ୍ୟୁ ମୁହଁରୁ ବଞ୍ଚି ପାରିଥିଲା। ସୁନ୍ଦରଗଡ଼ ଜିଲ୍ଲା କେ. ବଳଙ୍ଗ ଥାନା କମାରପୋଷ ଗାଁର ଛୋଟ ପିଲାଟିଏ କ୍ରିଷ୍ଣା ମହାନ୍ତ । ଗତକାଲି ଗାଁର କିଛି ଯୁବକଙ୍କ ସହ ସେ ବିପାଖ  ନାଳକୁ ଗାଧୋଇବା ପାଇଁ ଯାଇଥିଲା। […]

  • Tuesday, 13 July 2021
sp
ଦୁର୍ଗମ ସିଣ୍ଡିବୁରୁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କଲେ, ଦୁଃଖ ଶୁଣିଲେ ଏସ୍‌ପି ସାରା ଶର୍ମା

ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାରେ ଗଜପତି ଜିଲ୍ଲାର ଏସ୍‌ପି ସାରା ଶର୍ମା । କେତେବେଳେ ଗୀତ ଗାଇ ତ କେତେବେଳେ ବ୍ୟାୟାମ ଶିଖାଇ ଚର୍ଚ୍ଚାକୁ ଆସିଥିବା ଏସ୍‌ପି ସାରା ଶର୍ମା ଏବେ ଏକ ଅବେହଳିତ ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି। ଗଜପତି  ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ଏକ ପାହାଡିଆ ଗାଁ ସିଣ୍ଡିବୁରୁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛନ୍ତି ସାରା ଶର୍ମା । ସେ ପୋଲିସରେ ଯୋଗ ଦେବା ଆଗରୁ ଛତିଶଗଡ଼ […]

  • Tuesday, 13 July 2021
mask
ରଥଯାତ୍ରାବେଳେ ବୟନିକା ମାସ୍କ ପିନ୍ଧିବେ ସେବାୟତ

ପୁରୀ: ଜଗନ୍ନାଥଙ୍କ ସେବାରେ ନିଜକୁ ସାମିଲ କରିଛି ବୟନିକା। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ  ଶ୍ରୀମନ୍ଦିର ସେବାୟତଙ୍କୁ ମାସ୍କ ବଣ୍ଟନ କରିବ ବୟନିକା । ସେବାୟତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତଙ୍କୁ ମାସ୍କ ଯୋଗାଇ ଦେବାପାଇଁ ସ୍ଥିର କରିଛନ୍ତି । ଏଥିପାଇଁ ବୟନିକାକୁ ୫ହଜାର ମାସ୍କ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ ପରେ ଆଜିଠାରୁ ବୟନିକା ପକ୍ଷରୁ ମାସ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥର ରଙ୍ଗକୁ ଆଧାର କରି […]

  • Tuesday, 13 July 2021
engineer
ଜାପାନରେ ଫସିଛନ୍ତି ଓଡ଼ିଆ ଇଞ୍ଜିନିୟର, ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ

ବ୍ରହ୍ମପୁର: ଜାପାନର ୟୋକୋହମା ବନ୍ଦରରେ ଅଟକି ଥିବା ଜାହାଜରେ ଜଣେ ଓଡ଼ିଆ ଇଞ୍ଜିନିୟର ଫସି ରହିଛନ୍ତି। ତାଙ୍କ ନାଁ ଶିବାଶିଷ ନାୟକ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବୋଲି ଜଣାପଡ଼ିଛି।  ଉଦ୍ଧାର କରିବାକୁ ସେ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। କରୋନା ଭାଇରସ୍‌ ଆକ୍ରାନ୍ତ ସନ୍ଦେହରେ ପ୍ରାୟ ୩ ହଜାର ୭ଶହ ଯାତ୍ରୀ ଓ ଜାହାଜ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇଛି।  ବର୍ତ୍ତମାନ ସୁଦ୍ଧା ଜାହାଜରେ ୧୭୪ଜଣ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। […]

  • Tuesday, 13 July 2021
deadbody
ନକଲି ଡାକ୍ତରଙ୍କ ହାତରେ ଚାଲିଗଲା ଗର୍ଭବତୀଙ୍କ ଜୀବନ

ନବରଙ୍ଗପୁର:ନବରଙ୍ଗପୁରରେ ଜନନୀ ଯନ୍ତ୍ରଣାର ଶେଷ ନାହିଁ। ନକଲି ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହୋଇ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ନବରଂଗପୁର ରାଇଘର ବ୍ଲକର ହାତୀଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମକାଢଡ଼ଗି ଗ୍ରାମରେ । ଅଭିଯୋଗ ଅନୁସାରେ, ଗର୍ଭବତୀ ଜଣକ ୩ ମାସର ଗର୍ଭବତୀ ହୋଇଥିଲେ । କିଛି ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା।  ପରିବାର ଲୋକେ ତାଙ୍କୁ ଚିକିତ୍ସାପାଇଁ  ଗତ ରବିବାର ଦାସପୁର ଗ୍ରାମର ନକଲି ଡାକ୍ତର ନନ୍ଦୁରାମ […]

  • Tuesday, 13 July 2021
high-court
ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ

କଟକ: ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆଜି ନିରାଡମ୍ବର ଭାବେ  କନଫରେନ୍ସ ହଲରେ ସାବିତ୍ରୀ ରଥଙ୍କୁ ଶପଥ  ପାଠ କରାଇଲେ ମୁଖ୍ୟ ବିଚାରପତି। ଏହା ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତିଙ୍କ ସଖ୍ୟା ୧୬ ହେଲା। କରୋନା ପାଇଁ ନିରାଡମ୍ବର ଭାବେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ। ସୂଚନାଥାଉ କି, ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଥିଲେ। ତାଙ୍କ ନିଯୁକ୍ତିକୁ ସୁପ୍ରିମ୍‌କୋର୍ଟ କଲେଜିଅମ ମିଟିଂରେ ମଞ୍ଜୁରୀ ମିଳିଥିବାବେଳେ […]

  • Tuesday, 13 July 2021
raurkela
ବିଜୁଳି କାଟରୁ ଗଣ୍ଡଗୋଳ; ୩ RPF  ଯବାନଙ୍କ ସହ ୪ ଗିରଫ

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଏକ ସାଧାରଣ ଘଟଣାକୁ ନେଇ ଗଣ୍ଡଗୋଳ ଘଟଣାରେ ୩ ଜଣ  RPF  ଯବାନ ଗିରଫ ହୋଇଛନ୍ତି। ଏଥିସହିତ ଜଣେଜଣେ ରେଲୱେ କର୍ମଚାରୀଙ୍କୁ ଗିରଫ କରିଛି ବନ୍ଧମୁଣ୍ଡା ପୋଲିସ । ସୂଚନାଥାଉ କି, ଗତ ମେ’ ୨୯ ତାରିଖରେ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଦୀର୍ଘ ସମୟ ଧରି ଲାଇନ୍‌ କାଟ ହୋଇଥିଲା। ଘରେ ଲାଇନ୍‌ ନ ଥିବାରୁ  ୩ ଯବାନ ଓ ଜଣେ ରେଳବାଇ କର୍ମଚାରୀ ଉତ୍ତ୍ୟକ୍ତ ହୋଇ ଜଣେ ARM ଓ […]

  • Tuesday, 13 July 2021
homeopathy
ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେବାୟତଙ୍କୁ ହୋମିଓପାଥି ଔଷଧ

ପୁରୀ: ପୁରୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଉଛି କାର୍ଯ୍ୟାନୁଷ୍ଠାନ। ଆଗକୁ ଆସୁଛି ରଥଯାତ୍ରା। ତେଣୁ କରୋନାକୁ ଦୃଷ୍ଟିରେ ରଖି  ପୁରୀରେ ସେବାୟତଙ୍କୁ ଦିଆଯାଉଛି ହୋମିଓପାଥି ଔଷଧ। କରୋନା ସଂକ୍ରମଣ ଏଡ଼ାଇବା ପାଇଁ ପ୍ରତିଷେଧକ ସ୍ୱରୂପ ଶ୍ରୀମନ୍ଦିର ସେବାୟତମାନଙ୍କୁ ହୋମିଓପାଥି ଔଷଧ ଦିଆଯାଉଛି । ଏହି ଔଷଧ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହା ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।  ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ଔଷଧ […]

  • Tuesday, 13 July 2021
woman
ଗାଁ ଦାଣ୍ଡରେ ମହିଳାଙ୍କୁ ଘୋଷାରି ପିଟିଲେ ଦେଢଶୁର

ଯାଜପୁର: ବିଚ୍ ରାସ୍ତାରେ ଜଣେ ମହିଳାଙ୍କୁ  ଅମାନୁଷିକ ମାଡ଼। ମାଡ ଆଉ କେହି ନୁହେଁ, ନିଜ ଦେଢଶୁର ମାରୁଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହୋଇଛି। ଘଟଣାଟି ଯାଜପୁର ଜିଲ୍ଲା ନୂଆପାଟଣା ଗାଁର ବୋଲି ଜଣାଯାଇଛି। ତେବେ ସବୁଠାରୁ ଦୁଃଖର ବିଷୟ ଏହା ଯେ, ଘଟଣାସ୍ଥଳରେ ଏତେ ଲୋକ ଗଦା ହୋଇ ଦେଖୁଥିଲେ ମଧ୍ୟ କେହି ଏହାର ବିରୋଧ କରୁନାହାନ୍ତି। ଭିଡିଓରେ ଦେଖିବକୁ ମିଳିଛି, ନୂଆପାଟଣା ଗାଁର ଗୋଟିଏ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। କୌଣସି […]

  • Tuesday, 13 July 2021
acid
ମାନସିକ ଅନଗ୍ରସର ଯୁବକଙ୍କୁ ଏସିଡ ମାଡ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳର ଜଡ଼ିଦା ଗାଁରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉପରକୁ ଏସିଡ଼ ମାଡ ହୋଇଛି। ତାଙ୍କର ଅବସ୍ଥା ଗୁରୁତର ଅଛି। ତାଙ୍କୁ ଉଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଏପରି ଅମାନବୀୟ ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ଉଦଳା ଅଞ୍ଚଳର ଶିବପ୍ରସାଦ ପାଇ ଜଣେ ମାନସିକ ଅନଗ୍ରସର ବ୍ୟକ୍ତି। ଦୁଇଦିନ ତଳେ ରାତିରେ ଶିବପ୍ରସାଦ ଘର ପାଖରେ ପଡ଼ିଥିବା ହ୍ୟୁମ ପାଇପରେ ଶୋଇଥିଲେ । ସେଠାରେ ତାଙ୍କୁ କେହି […]

  • Tuesday, 13 July 2021
coorn
ଭୁବନେଶ୍ୱର ଡମଣାରୁ ଚିହ୍ନଟ ହେଲେ କରୋନା ପଜିଟିଭ

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩ ପଜିଟିଭଙ୍କ ମଧ୍ୟରୁ  ଭୁବନେଶ୍ୱରର ଜଣେ ଅଛନ୍ତି।   ଆକ୍ରାନ୍ତ ଜଣକ ଡମଣା ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବକ । ଏ ନେଇବିଏମ୍‌ସି ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି। ସେ  ମୁମ୍ବାଇରୁ ଫେରିଥିଲେ। ମୁମ୍ବାଇରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟିନରେ ଥିଲେ।  ପଜିଟିଭ୍ ବାହାରିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ତାଙ୍କ ଆଖପାଖ  ଘରକୁ ସାନିଟାଇଜ୍ କରାଯାଉଛି। ଗତକାଲି ଭୁବନେଶ୍ୱରରେ ଗୋଟିଏ ପରିବାରରୁ ଦୁଇ କରୋନା […]

  • Tuesday, 13 July 2021
pangapala
ଜୁଲାଇରେ ଓଡ଼ିଶାରେ ପହଞ୍ଚିବେ ପଙ୍ଗପାଳ !

ଭୁବନେଶ୍ୱର: ଉତ୍ତର ଓ ପଶ୍ଚିମ ଭାରତରେ ଧ୍ୱଂସଲୀଳା ରଚିଥିବା ପାକିସ୍ତାନୀ ପଙ୍ଗପାଳ ଦଳ ଓଡ଼ିଶା ଆସିବେ କି ନାହିଁ ତାହା ଆଉ ୪, ୫ ଦିନ ପରେ ଜଣାପଡ଼ିବ । ତେବେ ସେମାନଙ୍କ ଗତିବିଧି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଏହାସହ ଆଜି ସକାଳେ କେନ୍ଦ୍ରୀୟ ସମନ୍ୱିତ କୀଟ ପରିଚାଳନା କେନ୍ଦ୍ର-CIPMs ସହ ଏନେଇ ଆଲୋଚନା ହୋଇଛି ବୋଲି ରାଜ୍ୟ କୃଷି ନିର୍ଦ୍ଦେଶକ ଏମ୍. ମୁଥୁକୁମାର କହିଛନ୍ତି । ସୂଚନା ଅନୁଯାୟୀ ପଙ୍ଗପାଳ ଏବେ […]

  • Tuesday, 13 July 2021
temple
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ  ଆୟୋଜିତ ଏକ ଶିବିର ଔଷଧ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। କରୋନା ସ୍ଥିତି ରାଜ୍ୟରେ ବୃଦ୍ଧି ପାଉଥିବାବେଳେ ରଥଯାତ୍ରା ହେବ କି ନାହିଁ ସ୍ଥିର ହୋଇନାହିଁ। ଏପରି ପରିସ୍ଥିତିରେ ସ୍ନାନଯାତ୍ରା ପରେ ଅଣସରରେ ଅଛନ୍ତି ଶ୍ରୀଜିଉ। ଏହି ଅବସରରେ ସେବାୟତଙ୍କ ରୋଗ ପ୍ରତିରୋଧକ […]

  • Tuesday, 13 July 2021
khordha
ଖୋର୍ଦ୍ଧା ସବ୍ ଜେଲର ୫ ନମ୍ବର ୱାର୍ଡରେ ଚାଲିଥିଲା ବ୍ରାଉନସୁଗର କାରବାର

ଭୁବନେଶ୍ୱର:  କିଛି ଦିନ ତଳେ ଖୋର୍ଦ୍ଧା ଜେଲରେ ବ୍ରାଉନସୁଗର କାରବାର ହେଉଥିବା ନେଇ ଭିଡିଓ ଭାଇରାଲ ଘଟଣାରେ ମତ ରଖିଛନ୍ତି ଏସ୍‌ପି । ଏହି ଭାଇରାଲ  ଭିଜୁଆଲଟି ଖୋର୍ଦ୍ଧା ଜେଲ୍‌ର ହୋଇଥିବା ସ୍ପଷ୍ଟ  କରିଛନ୍ତି ଏସ୍‌ପି  । ସେ କହିଛନ୍ତି  ଖୋର୍ଦ୍ଧା ସବ୍ ଜେଲରେ ବ୍ରାଉନସୁଗର କାରବାର ଚାଲିଥିବା ନେଇ ଗତ ୬ ତାରିଖରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହି ଘଟଣା ପରେ ଖୋର୍ଦ୍ଧା ଜେଲ୍‌ରେ ଜୋରଦାର ଚଢାଉ ହୋଇଥିଲା। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଚଢ଼ାଉ […]

  • Tuesday, 13 July 2021
jharpda
ଖୋର୍ଦ୍ଧା ପରେ ଝାରପଡା ଜେଲରେ ନିଶା କାରବାର; ଭିଡିଓ ଭାଇରାଲ

ଭୁବନେଶ୍ୱର: କିଛି ଦିନ ତଳେ ଖୋର୍ଦ୍ଧା ଜେଲରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଭିଡିଓ ଭାଇରାଲ ହେବା ପରେ ଏବେ  ଭୁବନେଶ୍ୱର ଝାରପଡା ଜେଲରେ ନିଶା କାରବାର ଚାଲିଥିବ ଭିଡିଓ ସାମ୍ନାକୁ ଅସିଛି । ରାଜଧାନୀର କେନ୍ଦ୍ରରେ  ଥିବା ଏଇ ଜେଲ ଭିତରେ ଗଞ୍ଜେଇ, ସିଗାରେଟ ଓ  ଟଙ୍କା ଦିଆନିଆ ଚାଲିଥିବା ଭିଡିଓ ଭାଇରାଲ ପରେ ଏନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଜେଲର କଡା ସୁରକ୍ଷା ବଳୟ ମଧ୍ୟରେ କିଭଳି ଏହି କାରବାର କରାଯାଇଛି […]

  • Tuesday, 13 July 2021
exam
ଆଜିଠୁ ଆରମ୍ଭ ହେଲା +୨ ଅଫଲାଇନ୍ ଖାତା ଦେଖା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫଲାଇନ୍ ଖାତା ଦେଖା । ରାଜ୍ୟର ମୋଟ୍ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ହେବ  ଖାତା ଦେଖା।  କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟ ଉପରେ ଖାତା ଦେଖା ଆରମ୍ଭ ହେବ।  ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ ବୋଲି ଜଣାପଡ଼ିଛି । ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ ଟାରେ ପ୍ରଥମ ସିଫ୍ଟ ଓ ଦିନ ସାଢେ ଗୋଟାଏରୁ ସଂଧ୍ୟା ୬ଟା ୩୦ […]

  • Tuesday, 13 July 2021
sabyasa
ପୁଣି ପ୍ରବାସ ଫେରନ୍ତାଙ୍କୁ ସହାୟତାର ହାତ ବଢାଇଲେ ସବ୍ୟସାଚୀ

ଭୁବନେଶ୍ୱର: ପୁଣି ଥରେ ପ୍ରବାସ ଫେରନ୍ତାଙ୍କୁ ସାହାଯ୍ୟର ହାତ ବଢାଇ ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ। ଲକ୍‌ଡାଉନ୍‌ ବେଳେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ରାଜସ୍ଥାନରେ ଫସି ରହିଥିବା କିଛି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଫେରାଇ ଆଣିଛନ୍ତି। ଏଥିପାଇଁ ସେ ଦୁଇଟି ବସ୍‌ର ବ୍ୟବସ୍ଥା କରିଥିଲେ। ଏବେ ସୁନ୍ଦରଗଡ଼ ଜିଲ୍ଲାର ଝିଅ ପିଙ୍କି ମିଞ୍ଜଙ୍କୁ ବଢାଇଛନ୍ତି ସହାୟତାର ହାତ । ପିଙ୍କି ମ୍ବାଇରେ ଏକ କମ୍ପାନୀରେ କାମ କରୁଥିଲ। ଟ୍ରେନ୍ ଚାଲିବା ପରେ ଯୁବତୀ […]

  • Tuesday, 13 July 2021
jhia
ଝିଅର ଶୁଦ୍ଧିକ୍ରିୟା କରୁଥିଲେ, ଖବର ଆସିଲା ଝିଅ ବଞ୍ଚିଛି....

ରାଉରକେଲା: ପ୍ରାୟ ଏକ ବର୍ଷ ଧରି ନିଖୋଜ ହୋଇଯାଇଥିଲେ ଝିଅ। ଅନେକ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରୁଥିଲେ ପରିବାର ଲୋକେ। ଶେଷରେ ଝିଅକୁ ନ ପାଇ ପରିବାରର ଲୋକେ ଝିଅର ମୃତ୍ୟୁ ହୋଇଥିବା ଭାବି କ୍ରିୟାକ୍ରମ କରିବାକୁ ଲାଗିଥିଲେ। ହେଲେ ଏହାପୂର୍ବରୁ ଝିଅ ଜୀବତ ଥିବା ନେଇ ଆସିଲା ଖବର। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଲାଠିକଟା ବ୍ଲକ ଚାନ୍ଦିପୋଷ ଅଞ୍ଚଳରେ। ବର୍ଷେ ତଳୁ ଚମ୍ପାଝରଣର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ।  […]

  • Tuesday, 13 July 2021
puri
ପୁରୀରେ କାହିଁକି କୋହଳ ହେଲା ସଟଡାଉନ ?

ପୁରୀ: ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି।  ପ୍ରତି ଶନିବାର, ରବିବାର ୨ ଦିନ ପାଇଁ ୧୧ଟି ଜିଲ୍ଲା ହେବ ସଟଡାଉନ। ଏହି ୧୧ ଜିଲ୍ଲା ମଧ୍ୟରେ ପୁରୀ ଥିଲେ ହେଁ ସଟ୍‌ଡାଉନ କଟକଣା ପୁରୀରେ ସାମାନ୍ୟ କୋହଳ କରାଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଦୁଇଦିନ ପାଇଁ ପୁରୀରେ ୧୪୪ ଧାରା ଜାରି କରାଯାଇଥିଲା। ଦୁଇଦିନ ଧରି ଘରୁ ବାହରି ପାରି ନ ଥିଲେ ପୁରୀ ବାସିନ୍ଦା । ତେଣୁ […]

  • Tuesday, 13 July 2021
brown sugar
ଜେଲ୍ ଭିତରେ ଚାଲିଛି ଧଳା ଜହରର କାରବାର

ଭୁବନେଶ୍ୱର: ଜେଲ୍ ଭିତରେ କଟକଣା ଭିତରେ ବି ଚାଲିଛି ଧଳା ଜହରର କାରବାର । ଲୁଚାଛପାରେ ବି ନୁହେଁ, ଜେଲର‌ ଚାରି କାନ୍ଥ ଭିତରେ ଖୁଲମଖୁଲା ବସୁଛି ବ୍ରାଉନସୁଗାର ହାଟ । ଏମିତି ଅଭିଯାଗ ଆସିଛି ଖୋର୍ଦ୍ଧା ଜେଲ୍‌ରୁ।  ଏହି ଜେଲ୍ ଭିତରେ ପ୍ରତିଦିନ ଏଭଳି ବେଧଡକ୍ ଭାବେ ଧଳା ଜହରର କଳା କାରବାର ଚଳାଇଛନ୍ତି ଅନ୍ତେବାସୀ । କେବଳ ବିକ୍ରି ହେଉଛି, ତା ନୁହେଁ।  କଏଦୀ ମାନେ ଏସବୁ ଖୋଲାଖୋଲି ସେବନ ମଧ୍ୟ କରୁଛନ୍ତି । […]

  • Tuesday, 13 July 2021
ମୋବାଇଲ୍_ ଟର୍ଚ୍ଚରେ ପଡ଼ିଲା ଷ୍ଟିଚ୍_
ନବନିର୍ମିତ ଡାକ୍ତରଖାନାରେ ନ ଥିଲା ଲାଇଟ୍‌, ମୋବାଇଲ୍‌ ଟର୍ଚ୍ଚରେ ହେଲା ରୋଗୀସେବା

ନୟାଗଡ଼: ଡାକ୍ତରଖାନାରେ ଥିଲା ଚକାଚକ୍‌। ବହୁ କୋଟି ଟଙ୍କା ବ୍ୟୟରେ ଅଳ୍ପଦିନ ତଳା ନିର୍ମାଣ କରାଯାଇଛି। ହେଲେ ଭିତରେ ଅନେକ ଅବ୍ୟବସ୍ଥା। ଏହି ନବନିର୍ମିତ ଡାକ୍ତରଖାନାରେ ବିଦ୍ୟୁତ୍ ସୁବିଧା ଉପଲବ୍ଧ ନାହିଁ। ଏପଟେ ଗୁରୁତର ଅବସ୍ଥାରେ ଆସିଥିବା ଜଣେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶେଷରେ ବାଧ୍ୟ ହୋଇ ମୋବାଇଲ ଟର୍ଚ୍ଚ ଲାଇଟ୍ ଜଳାଇ ଜଣେ ଗୁରୁତର ଆହତ ବ୍ୟଙ୍କିଙ୍କର ଚିକିତ୍ସା କରାଗଲା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରଣପୁର ବ୍ଲକ ରାଜ […]

  • Tuesday, 13 July 2021
jagannatha
ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ଇସ୍ତଫାପତ୍ର ପ୍ରତ୍ୟାହାର କରିନେଲେ ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ। ତେବେ ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ସେ ମନ ପରିବର୍ତ୍ତନ କରି ପୁଣି ଏକାଠି ହୋଇ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳରେ କିଛି ମାତ୍ରାରେ ଅବ୍ୟବସ୍ଥା ଥିବାରୁ ଅସନ୍ତୋଷ ଥିଲା।  […]

  • Tuesday, 13 July 2021
vacc
ଶେଷରେ ରାୟଗଡ଼ା ଛୁଇଁଲା କରୋନା

ଭୁବନେଶ୍ୱର:ରାୟଗଡ଼ା ଛୁଇଁଲା କରୋନା। ଓଡ଼ିଶାର ୨୯ ଜିଲ୍ଲା କରୋନା ଆକ୍ରାନ୍ତ ହୋଇଥିବାବେଳେ ଏକମାତ୍ର ଜିଲ୍ଲା ରାୟଗଡ଼ାରେ ପହଞ୍ଚି ନ ଥିଲା କରୋନା। ହେଲେ ଆଜି ରାୟଗଡ଼ାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୧୧ ରହିଛି।  ରାୟଗଡ଼ାରୁ ଚିହ୍ନଟ ପଜିଟିଭ ଜଣକ ଦିଲ୍ଲୀରୁ ଫେରିଥିଲେ। ତାଙ୍କୁ […]

  • Tuesday, 13 July 2021
loctus
ରାଜ୍ୟ ସରକାରଙ୍କୁ ଘାରିଲାଣି ପଙ୍ଗପାଳ ଚିନ୍ତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘାରିଲାଣି ପଙ୍ଗପାଳ ଚିନ୍ତା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ପଙ୍ଗପାଳ ସମସ୍ୟା ନେଇ ଆଜି ଆଲୋଚନା ହୋଇଛି। ଏହାର ମୁକାବିଲା ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଙ୍ଗପାଳ ଏବେ ଛତିଶଗଡ଼ରୁ ମଧ୍ୟପ୍ରଦେଶ ଆଡ଼େ ମୁହାଁଇଥିବା କୃଷି ବିଭାଗ ସୂଚନା ଦେଇଛନ୍ତି। ସେମାନେ ଓଡ଼ିଶା ଆସିବା ସମ୍ଭାବନା ରହିଛି। ପବନର ଦିଗ ଅନୁସାରେ ଗତିବିଧି ପରିବର୍ତ୍ତନ କରୁଛନ୍ତି। ଏଥିଲାଗି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା ସୀମାବର୍ତ୍ତି […]

  • Tuesday, 13 July 2021