ହୀରାକୁଦ: ଆଜି ଖୋଲିବ ହୀରାକୁଦ ଜଳଭଣ୍ଡର ଗେଟ୍। ସକାଳ ୧୦ଟା ପରେ ଯେ କୌଣସି ମୁହୂର୍ତ୍ତରେ ଗେଟ୍ ଖୋଲିବ ବୋଲି ସୂଚନା ଦିଆଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢିଚାଲଛି। ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ୬୧୬ ଫୁଟ ଜଳ ରହିଛି। ତେଣୁ ଆଜି ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏ ନେଇ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ […]
ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ କରୋନା ବିପଦ ! ହସ୍ପିଟାଲ ଜରିଆରେ ସଂକ୍ରମଣର ଆକ୍ରାନ୍ତ ହେଉଛନ୍ତି କରୋନା ଯୋଦ୍ଧା। ଏହି ଦୁଇଟି ଘଟଣା ଏବେ ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ମହାମାରୀ କରୋନା ମୁକାବିଲାର ଆଗ ଧାଡ଼ିର ଯୋଦ୍ଧା ଅନେକ ଡାକ୍ତର, ନର୍ସ ନିଜ କୋଭିଡ୍ରେ ଆକ୍ରାନ୍ତ ହେଉଛନ୍ତି। ପୁଣି ଡାକ୍ତରଖାନାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବା ନିହାତି ଭାବେ ଗମ୍ଭୀର ବିଷୟ। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ […]
କଟକ: ଆତଙ୍କବାଦୀ ସନ୍ଦହେରେ ଗିରଫ ହୋଇଥିବା କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଅବଦୁର ରେହମାନ ପାରୋଲରେ ଜେଲ୍ରୁ ବାହାରିଛନ୍ତି। ଚାରି ଘଣ୍ଟା ପାଇଁ ଅବଦୁରକୁ ଜେଲ ବାହାରକୁ ଛଡ଼ା ଯାଇଛି। ମା’ଙ୍କ ଶ୍ରାଦ୍ଧକର୍ମରେ ଯୋଗଦେବାକୁ ସେ ପାରୋଲରେ ଆସିଥିବା ଜଣାଯାଇଛି । ଦିଲ୍ଲୀ କୋର୍ଟଙ୍କ ଆଦେଶ ବଳରେ ତାଙ୍କୁ ପାରୋଲ ପାଇଁ ଅନୁମତି ମିଳିଛି। ଦିଲ୍ଲୀ କୋର୍ଟଙ୍କ ଅନୁମତି ମିଳିବା ପରେ ଜଗତପୁର ପୁଲିସ୍ ଅବଦୁରଙ୍କୁ ଚୌଦ୍ୱାର ଜେଲ ଆଣି ତାଙ୍କ ଗାଁ ପଶ୍ଚିମକଚ୍ଛକୁ ନେଇଛି। ସୂଚନାଯୋଗ୍ୟ, […]
ପୁରୀ; ଶ୍ରଦ୍ଧାଳୁ ନାହାନ୍ତି। କୋଳାହଳ ନାହିଁ। ତଥାପି ନୀତିକାନ୍ତି ଭିତରେ ଆରମ୍ଭ ହୋଇଛ ଶ୍ରୀଜିଉଙ୍କ ନବଦିନ ବ୍ୟାପି ଯାତ୍ରା। ବଡଦାଣ୍ଡରେ ତିନିରଥ ଉପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି। ଠାକୁରରାଜା ଛେରା ପହରା କରିବା ପରେ ବଡଦାଣ୍ଡରେ ଗଡିବା ଆରମ୍ଭ କରିଛି ରଥ। ପ୍ରଥମେ ବଡଭାଇ ଭଳଭଦ୍ରଙ୍କ ତଳଧ୍ୱଜ ରଥ ଟଣା ଚାଲିଛି। ରଥ ଟାଣି ନେଉଛନ୍ତି ପୋଲିସ ଓ ସେବାୟତ। ଗଡି ଗଡି ଚାଲିଛି ବଳଦେବଙ୍କ ରଥ। ଚର୍ମଚକ୍ଷୁରେ ନ ହେଲ ନାହିଁ ଟେଲିଭିଜନ ପରଦାରେ ଲୋକେ ଦେଖୁଛନ୍ତି […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନରୁଦ୍ଧାର ଓ ସ୍ଥାନାନ୍ତର ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ ମନ୍ଦିର ପୁନରୁଦ୍ଧାର ପାଇଁ ASI ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର। ମନ୍ଦିରର ଐତିହାସିକ ମହତ୍ତ୍ୱ ଥିବାରୁ ଅନ୍ୟତ୍ର ସ୍ଥାନାନ୍ତର […]
ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ଭଦ୍ରକ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଏଇ ଅଧିକାରୀ ଜଣକ ହେଉଛନ୍ତି ବୈଲୋଚନ ପୁହାଣ। ଭଦ୍ରକ ସହରରେ ଥିବା ତାଙ୍କର ଘର, ବଣିଆ ସ୍ଥିତ ପୈତୃକ ଘର, ଚରମ୍ପା ସ୍ଥିତ ଶ୍ୱଶୁର ଘର ଓ ଅଫିସ ସହ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନ୍ୟାନ୍ୟ କାଗଜପତ୍ର ଭିଜିଲାନ୍ସ […]
ମାଲକାନଗିରି: ଜିଲ୍ଲା ମାଥିଲି କାଳିଆ ନାଏକଗୁଡ଼ାରେ ବିଷ ଖାଇ ପରିବାରର ୫ ଜଣ ଅସୁସ୍ଥ ହୋଇଛନ୍ତି। ଗାଁ ଲୋକଙ୍କ ସହାୟତାରେ ସେମାନଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଅଭିଯୁକ୍ତଙ୍କ ୨ ଝିଅ, ଗୋଟିଏ ପୁଅ, ସ୍ତ୍ରୀ ଓ ଭାଇ ଅଛନ୍ତି। ଗତକାଲି ରାତିରେ ପରିବାରର ସମସ୍ତେ ଭାତ ଖାଇଥିଲେ। ଏହାର କିଛି ସମୟ ପରେ ସେମାନଙ୍କ ବାନ୍ତି ହୋଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ […]
୧) ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା: ଆଜିଠୁ କରୋନା ଲକ୍ଷଣ ପାଇଁ ଘର ଘର ବୁଲି ସର୍ଭେ କରିବେ ଆଶା ଦିଦି ଓ ANM କର୍ମୀ। କରୋନା ଲକ୍ଷଣର ହେବ ଯାଞ୍ଚ, ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ।.. ୨) ଦେଶରେ ବୃଦ୍ଧି ପାଉଛି କରୋନାର କହର…କଣ୍ଟେନମେଣ୍ଟ ଜୋନରେ କୋଭିଡ ପରୀକ୍ଷଣ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ବ୍ୟବହାର କରିବାକୁ ICMRର ସୁପାରିଶ। ୩) ପଞ୍ଚଭୂତରେ ବିଲୀନ ହେଲେ ବଲିଉଡର ଧୋନୀ: ଅନ୍ତିମ […]
ପୁରୀ: ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ଓ ପବନ। ପବନ ଯୋଗୁ ବାଉଁଶ ସହ ଉଡ଼ିଯାଇଛି ଶ୍ରୀମନ୍ଦିରର ପତିତପାବନ ବାନା । ଯେହେତୁ ନୀଳଚକ୍ରରେ ଅନ୍ୟ ବାନା ରହିଛି, ତେଣୁ ନୀତିକାନ୍ତିରେ ବିଭ୍ରାଟ ହୋଇନି । ଆଜି ପ୍ରବଳ ବର୍ଷା ଯୋଗୁ ବଡଦାଣ୍ଡ ଆଣ୍ଠୁଏ ପାଣିର ଲହଡ଼ା ମାରୁଛି। ଏମିତିକି ରଥ ଖଳାରେ ମଧ୍ୟ ପାଣି ପଶିଯାଇଥିଲା । କିଛି ରଥକାଠ ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା । ହେଲେ ପରେ ରଥଖଳାରୁ ପାଣି ନିଷ୍କାସନ ହୋଇଯାଇଛି […]
ବରଗଡ଼: ଅନ୍ ଲାଇନ୍ରେ ମଗାଇଥିଲେ ଜିନିଷ। ଘରେ ପହଞ୍ଚିଲା ପାର୍ସଲ। କିଛି ଦିନ ପରେ ଜଣାପଡ଼ିଲା ସେ କରୋନା ଆକ୍ରାନ୍ତ। ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ ପାର୍ସଲରୁ କରୋନା ଭାଇରସ ଆସିଥିବା ସନ୍ଦେହ କରାଯାଉଛି। ପଦ୍ମପୁର ବ୍ଲକରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି ୩ କରୋନା ରୋଗୀ। ଏକାଥରକେ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ଅଞ୍ଚଳବାସୀଙ୍କ ଚିନ୍ତା ବଢି ଯାଇଥିଲା। ତେବେ ସେମାନଙ୍କ ମଧ୍ୟରେ ଥିବା ଜଣେ ସ୍ଥାନୀୟ ଲୋକ କେମିତି ସଂକ୍ରମିତ […]
ଭୁବନେଶ୍ୱର: କରୋନା କଟକଣା ଭିତରେ ସ୍ୱତନ୍ତ୍ର ଓଜେଇଇର ଅନଲାଇନ୍ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତିର ଖବର। ସ୍ୱତନ୍ତ୍ର ଓଜେଇଇର ଅନଲାଇନ୍ ପାଇଁ ଆବେଦନ ଓ ଫି ଦାଖଲର ଅବଧି ବୃଦ୍ଧି କରାଯାଇଛି । କୋଭିଡ୍ ସ୍ଥିତି ଲାଗି ବି. ଟେକ୍ ସ୍ପେଶାଲ ଓଜେଇଇ ପାଇଁ ଅନଲାଇନ୍ ଆପ୍ଲିକେସନ ଦାଖଲ କରିବାର ଶେଷ ତାରିଖ ଜୁନ୍ ମାସ ୩୦ ତାରିଖ ଯାଏଁ ବୃଦ୍ଧି ହୋଇଛି। ସେହିଭଳି ଅନଲାଇନ୍ ଆବେଦନ ଫି ଭରିବାର ଶେଷ ତାରିଖ ଜୁଲାଇ […]
ସୁନ୍ଦରଗଡ଼(ରଞ୍ଜିତ୍ ଚୌଧୁରୀ): ଯେତେ ଅଭିଜ୍ଞ ମଣିଷ ହେଲେ ବି ବେଳେବେଳେ ବିପଦବେଳେ ବୁଦ୍ଧି ହଜିଯାଏ। ହେଲେ ଏଇ ଛୋଟ ପିଲାଟିକୁ ଦେଖନ୍ତୁ। ଜୀବନମରଣ ବେଳରେ ବୁଦ୍ଧି ଖର୍ଚ୍ଚ କରି ଧୈର୍ଯ୍ୟର ସହ ସାମ୍ନା କରିଥିଲା ଆଉ ସେଇଥି ପାଇଁ ମୃତ୍ୟୁ ମୁହଁରୁ ବଞ୍ଚି ପାରିଥିଲା। ସୁନ୍ଦରଗଡ଼ ଜିଲ୍ଲା କେ. ବଳଙ୍ଗ ଥାନା କମାରପୋଷ ଗାଁର ଛୋଟ ପିଲାଟିଏ କ୍ରିଷ୍ଣା ମହାନ୍ତ । ଗତକାଲି ଗାଁର କିଛି ଯୁବକଙ୍କ ସହ ସେ ବିପାଖ ନାଳକୁ ଗାଧୋଇବା ପାଇଁ ଯାଇଥିଲା। […]
ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାରେ ଗଜପତି ଜିଲ୍ଲାର ଏସ୍ପି ସାରା ଶର୍ମା । କେତେବେଳେ ଗୀତ ଗାଇ ତ କେତେବେଳେ ବ୍ୟାୟାମ ଶିଖାଇ ଚର୍ଚ୍ଚାକୁ ଆସିଥିବା ଏସ୍ପି ସାରା ଶର୍ମା ଏବେ ଏକ ଅବେହଳିତ ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି। ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ଏକ ପାହାଡିଆ ଗାଁ ସିଣ୍ଡିବୁରୁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛନ୍ତି ସାରା ଶର୍ମା । ସେ ପୋଲିସରେ ଯୋଗ ଦେବା ଆଗରୁ ଛତିଶଗଡ଼ […]
ପୁରୀ: ଜଗନ୍ନାଥଙ୍କ ସେବାରେ ନିଜକୁ ସାମିଲ କରିଛି ବୟନିକା। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ମାସ୍କ ବଣ୍ଟନ କରିବ ବୟନିକା । ସେବାୟତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତଙ୍କୁ ମାସ୍କ ଯୋଗାଇ ଦେବାପାଇଁ ସ୍ଥିର କରିଛନ୍ତି । ଏଥିପାଇଁ ବୟନିକାକୁ ୫ହଜାର ମାସ୍କ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ ପରେ ଆଜିଠାରୁ ବୟନିକା ପକ୍ଷରୁ ମାସ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥର ରଙ୍ଗକୁ ଆଧାର କରି […]
ବ୍ରହ୍ମପୁର: ଜାପାନର ୟୋକୋହମା ବନ୍ଦରରେ ଅଟକି ଥିବା ଜାହାଜରେ ଜଣେ ଓଡ଼ିଆ ଇଞ୍ଜିନିୟର ଫସି ରହିଛନ୍ତି। ତାଙ୍କ ନାଁ ଶିବାଶିଷ ନାୟକ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବୋଲି ଜଣାପଡ଼ିଛି। ଉଦ୍ଧାର କରିବାକୁ ସେ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। କରୋନା ଭାଇରସ୍ ଆକ୍ରାନ୍ତ ସନ୍ଦେହରେ ପ୍ରାୟ ୩ ହଜାର ୭ଶହ ଯାତ୍ରୀ ଓ ଜାହାଜ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଜାହାଜରେ ୧୭୪ଜଣ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। […]
ନବରଙ୍ଗପୁର:ନବରଙ୍ଗପୁରରେ ଜନନୀ ଯନ୍ତ୍ରଣାର ଶେଷ ନାହିଁ। ନକଲି ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହୋଇ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ନବରଂଗପୁର ରାଇଘର ବ୍ଲକର ହାତୀଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମକାଢଡ଼ଗି ଗ୍ରାମରେ । ଅଭିଯୋଗ ଅନୁସାରେ, ଗର୍ଭବତୀ ଜଣକ ୩ ମାସର ଗର୍ଭବତୀ ହୋଇଥିଲେ । କିଛି ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସାପାଇଁ ଗତ ରବିବାର ଦାସପୁର ଗ୍ରାମର ନକଲି ଡାକ୍ତର ନନ୍ଦୁରାମ […]
କଟକ: ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆଜି ନିରାଡମ୍ବର ଭାବେ କନଫରେନ୍ସ ହଲରେ ସାବିତ୍ରୀ ରଥଙ୍କୁ ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି। ଏହା ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତିଙ୍କ ସଖ୍ୟା ୧୬ ହେଲା। କରୋନା ପାଇଁ ନିରାଡମ୍ବର ଭାବେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ। ସୂଚନାଥାଉ କି, ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଥିଲେ। ତାଙ୍କ ନିଯୁକ୍ତିକୁ ସୁପ୍ରିମ୍କୋର୍ଟ କଲେଜିଅମ ମିଟିଂରେ ମଞ୍ଜୁରୀ ମିଳିଥିବାବେଳେ […]
ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଏକ ସାଧାରଣ ଘଟଣାକୁ ନେଇ ଗଣ୍ଡଗୋଳ ଘଟଣାରେ ୩ ଜଣ RPF ଯବାନ ଗିରଫ ହୋଇଛନ୍ତି। ଏଥିସହିତ ଜଣେଜଣେ ରେଲୱେ କର୍ମଚାରୀଙ୍କୁ ଗିରଫ କରିଛି ବନ୍ଧମୁଣ୍ଡା ପୋଲିସ । ସୂଚନାଥାଉ କି, ଗତ ମେ’ ୨୯ ତାରିଖରେ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଦୀର୍ଘ ସମୟ ଧରି ଲାଇନ୍ କାଟ ହୋଇଥିଲା। ଘରେ ଲାଇନ୍ ନ ଥିବାରୁ ୩ ଯବାନ ଓ ଜଣେ ରେଳବାଇ କର୍ମଚାରୀ ଉତ୍ତ୍ୟକ୍ତ ହୋଇ ଜଣେ ARM ଓ […]
ପୁରୀ: ପୁରୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଉଛି କାର୍ଯ୍ୟାନୁଷ୍ଠାନ। ଆଗକୁ ଆସୁଛି ରଥଯାତ୍ରା। ତେଣୁ କରୋନାକୁ ଦୃଷ୍ଟିରେ ରଖି ପୁରୀରେ ସେବାୟତଙ୍କୁ ଦିଆଯାଉଛି ହୋମିଓପାଥି ଔଷଧ। କରୋନା ସଂକ୍ରମଣ ଏଡ଼ାଇବା ପାଇଁ ପ୍ରତିଷେଧକ ସ୍ୱରୂପ ଶ୍ରୀମନ୍ଦିର ସେବାୟତମାନଙ୍କୁ ହୋମିଓପାଥି ଔଷଧ ଦିଆଯାଉଛି । ଏହି ଔଷଧ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହା ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ଔଷଧ […]
ଯାଜପୁର: ବିଚ୍ ରାସ୍ତାରେ ଜଣେ ମହିଳାଙ୍କୁ ଅମାନୁଷିକ ମାଡ଼। ମାଡ ଆଉ କେହି ନୁହେଁ, ନିଜ ଦେଢଶୁର ମାରୁଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହୋଇଛି। ଘଟଣାଟି ଯାଜପୁର ଜିଲ୍ଲା ନୂଆପାଟଣା ଗାଁର ବୋଲି ଜଣାଯାଇଛି। ତେବେ ସବୁଠାରୁ ଦୁଃଖର ବିଷୟ ଏହା ଯେ, ଘଟଣାସ୍ଥଳରେ ଏତେ ଲୋକ ଗଦା ହୋଇ ଦେଖୁଥିଲେ ମଧ୍ୟ କେହି ଏହାର ବିରୋଧ କରୁନାହାନ୍ତି। ଭିଡିଓରେ ଦେଖିବକୁ ମିଳିଛି, ନୂଆପାଟଣା ଗାଁର ଗୋଟିଏ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। କୌଣସି […]
ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳର ଜଡ଼ିଦା ଗାଁରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉପରକୁ ଏସିଡ଼ ମାଡ ହୋଇଛି। ତାଙ୍କର ଅବସ୍ଥା ଗୁରୁତର ଅଛି। ତାଙ୍କୁ ଉଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏପରି ଅମାନବୀୟ ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ଉଦଳା ଅଞ୍ଚଳର ଶିବପ୍ରସାଦ ପାଇ ଜଣେ ମାନସିକ ଅନଗ୍ରସର ବ୍ୟକ୍ତି। ଦୁଇଦିନ ତଳେ ରାତିରେ ଶିବପ୍ରସାଦ ଘର ପାଖରେ ପଡ଼ିଥିବା ହ୍ୟୁମ ପାଇପରେ ଶୋଇଥିଲେ । ସେଠାରେ ତାଙ୍କୁ କେହି […]
ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩ ପଜିଟିଭଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ଅଛନ୍ତି। ଆକ୍ରାନ୍ତ ଜଣକ ଡମଣା ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବକ । ଏ ନେଇବିଏମ୍ସି ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି। ସେ ମୁମ୍ବାଇରୁ ଫେରିଥିଲେ। ମୁମ୍ବାଇରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟିନରେ ଥିଲେ। ପଜିଟିଭ୍ ବାହାରିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ତାଙ୍କ ଆଖପାଖ ଘରକୁ ସାନିଟାଇଜ୍ କରାଯାଉଛି। ଗତକାଲି ଭୁବନେଶ୍ୱରରେ ଗୋଟିଏ ପରିବାରରୁ ଦୁଇ କରୋନା […]
ଭୁବନେଶ୍ୱର: ଉତ୍ତର ଓ ପଶ୍ଚିମ ଭାରତରେ ଧ୍ୱଂସଲୀଳା ରଚିଥିବା ପାକିସ୍ତାନୀ ପଙ୍ଗପାଳ ଦଳ ଓଡ଼ିଶା ଆସିବେ କି ନାହିଁ ତାହା ଆଉ ୪, ୫ ଦିନ ପରେ ଜଣାପଡ଼ିବ । ତେବେ ସେମାନଙ୍କ ଗତିବିଧି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଏହାସହ ଆଜି ସକାଳେ କେନ୍ଦ୍ରୀୟ ସମନ୍ୱିତ କୀଟ ପରିଚାଳନା କେନ୍ଦ୍ର-CIPMs ସହ ଏନେଇ ଆଲୋଚନା ହୋଇଛି ବୋଲି ରାଜ୍ୟ କୃଷି ନିର୍ଦ୍ଦେଶକ ଏମ୍. ମୁଥୁକୁମାର କହିଛନ୍ତି । ସୂଚନା ଅନୁଯାୟୀ ପଙ୍ଗପାଳ ଏବେ […]
ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ଏକ ଶିବିର ଔଷଧ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। କରୋନା ସ୍ଥିତି ରାଜ୍ୟରେ ବୃଦ୍ଧି ପାଉଥିବାବେଳେ ରଥଯାତ୍ରା ହେବ କି ନାହିଁ ସ୍ଥିର ହୋଇନାହିଁ। ଏପରି ପରିସ୍ଥିତିରେ ସ୍ନାନଯାତ୍ରା ପରେ ଅଣସରରେ ଅଛନ୍ତି ଶ୍ରୀଜିଉ। ଏହି ଅବସରରେ ସେବାୟତଙ୍କ ରୋଗ ପ୍ରତିରୋଧକ […]
ଭୁବନେଶ୍ୱର: କିଛି ଦିନ ତଳେ ଖୋର୍ଦ୍ଧା ଜେଲରେ ବ୍ରାଉନସୁଗର କାରବାର ହେଉଥିବା ନେଇ ଭିଡିଓ ଭାଇରାଲ ଘଟଣାରେ ମତ ରଖିଛନ୍ତି ଏସ୍ପି । ଏହି ଭାଇରାଲ ଭିଜୁଆଲଟି ଖୋର୍ଦ୍ଧା ଜେଲ୍ର ହୋଇଥିବା ସ୍ପଷ୍ଟ କରିଛନ୍ତି ଏସ୍ପି । ସେ କହିଛନ୍ତି ଖୋର୍ଦ୍ଧା ସବ୍ ଜେଲରେ ବ୍ରାଉନସୁଗର କାରବାର ଚାଲିଥିବା ନେଇ ଗତ ୬ ତାରିଖରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହି ଘଟଣା ପରେ ଖୋର୍ଦ୍ଧା ଜେଲ୍ରେ ଜୋରଦାର ଚଢାଉ ହୋଇଥିଲା। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଚଢ଼ାଉ […]