• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

police
ଜମି ବିବାଦରୁ ଗଳାକାଟି ଦେଲେ

ଟିଟିଲାଗଡ: ଜମି ବିବାଦରୁ ହତ୍ୟା । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ।  ଜଣେ ବ୍ୟଙ୍କିଙ୍କ ଗଳାକାଟି ହତ୍ୟା କରିବା ପରେ ପାହାଡ଼ ତଳକୁ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ଗତକାଲି ରାତିରେ ମୃତଦେହକୁ ଉଦ୍ଧାର କରିଛନ୍ତି। ଟିଟିଲାଗଡ ଥାନା ଅନ୍ତର୍ଗତ ଚୋରମରା ଗାଁରେ ଗତକାଲି ସଂଧ୍ୟାରେ ଲୋକେ ନଦୀପଠାକୁ ଯାଇଥିବାବେଳେ ପାହାଡ ତଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।  ମୃତ ଯୁବକ ଜଣକ ଚୋରମରା ଗାଁ ର ଗର୍ଜନ ରଣା ବୋଲି ଜଣାପଡିଥିଲା। […]

  • Tuesday, 13 July 2021
bike
ଖାଲରେ ଖସି ପଡ଼ିଲା ବାଇକ୍‌, ଚାଲିଗଲା ୪ ନାବାଳକଙ୍କ ଜୀବନ

କୋରାପୁଟ: କାଳ ହେଲା ବାଇକ୍ ଚଲାଇବା। ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ। ୟୁଟର୍ଣ୍ଣ ନେଇ ପାରିଲେନି। ଖାଲ ଭିତରକୁ ଖସି ପଡ଼ିଲା ବାଇକ୍। ଫଳରେ ୪ ନାବାଳକଙ୍କର ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କୋରାପୁଟରେ। ଗୋଟିଏ ବାଇକ୍‌ରେ ୪ ଜଣ ନାବାଳକ ପାଡୁଆ ଆସୁଥିଲେ। ପାଡ଼ୁଆ ଡାକବଙ୍ଗଳା ଛକ ନିକଟରେ ୟୁ ଟର୍ଣ୍ଣ ନେବାବେଳେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳ ଖାଲକୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଛି। […]

igh-11
ରାଉରକେଲା IGHରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଉରକେଲା: ସୁନ୍ଦରଗଡ଼ରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ବୁଧବାର ରାଉରକେଲା ଆଇଜିଏଚରେ  ଭର୍ତ୍ତି ହୋଇଥିଲା।  ଆଜି ତାଙ୍କର ମୃତ୍ୟୁ ଘଟିଛି। ୬୪ ବର୍ଷିୟ ଏହି ବ୍ୟକ୍ତି ଜଣକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଆଇଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ କରୋନା ଚିକିତ୍ସା କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଛି ନା ଅନ୍ୟ କେଉଁ ରୋଗ କାରଣରୁ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନି।  […]

  • Tuesday, 13 July 2021
electicity
ଏଣିକି ଅନ୍ଧାରରେ ରହିବେନି ଟୁଇନ୍‌ ସିଟିବାସୀ

ଭୁବନେଶ୍ୱର:  ଟୁଇନ୍ ସିଟିରେ ଦୂର ହେବ ବିଦ୍ୟୁତ୍‌ ସମସ୍ୟା। ଏଣିକି  ଭୁବନେଶ୍ୱର ଓ କଟକବାସୀ ପାଇବେ ନିରବଚ୍ଛିନ୍ନ ବିଦ୍ୟୁତ ସେବା।  ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ଭୂତଳ ବିଦ୍ୟୁତ୍ ସେବା ଯୋଜନାରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇଁ ୧୬୦୦ କୋଟିର ବ୍ୟୟ ଅଟକଳ କରାଯାଇଛି । ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି […]

  • Tuesday, 13 July 2021
corona-virus-w
DSPଙ୍କ ପରିବାରର ୪ କରୋନା ଆକ୍ରାନ୍ତ

କଟକ: କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୋଲିସ DSPଙ୍କ ପରିବାରର ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। DSPଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କର ପିରବାର ସଦସ୍ୟଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଏଥିସହିତ ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆଉ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  DSPଙ୍କ ପରିବାର୪ ସଦସ୍ୟଙ୍କ ସହ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପଜିଟିଭ ମଧ୍ୟ ପଜିଟିଭ ଆସିଛନ୍ତି। କଣ୍ଟାକ୍ଟ ଟ୍ରେସିଂ ପରେ ୧୨୫ ଜଣଙ୍କ ସ୍ୱାବ୍ ପରୀକ୍ଷା […]

  • Tuesday, 13 July 2021
river
ପୂଜା ଫୁଲ ନଦୀରେ ପକାଇବାକୁ ଯାଇ ଭାସିଗଲା କୁନିପୁଅ

ବାଲେଶ୍ୱର:ଠାକୁର ପୂଜା  ବାସି ଫୁଲକୁ ପାଣିରେ ପକାଇବା ପାଇଁ  ମା’ଙ୍କ ସାଙ୍ଗରେ ନଦୀକୁ ଯାଇଥିଲା କୁନି ପୁଅ । ହେଲେ ଆଉ ଘରକୁ ଫେରିଲେନି। ନଦୀରେ ଭାସୁଥିବା କୁନି ପୁଅର ଚପଲ ଦେଖି ଡାକ ପକାଇଲେ ମା’। ଗାଁ ଲୋକ ଆସି ବହୁ ଖୋଜାଖୋଜି କଲେ। ହେଲେ ପୁଅ ମିଳିଲାନି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁରାଣୀପଦା ଗ୍ରାମରେ। ଗ୍ରାମର ପ୍ରଭାସ କୁମାର ସିଅଙ୍କ ୭ବର୍ଷର ପୁଅ ଶୁଭ୍ରଜିତ।  […]

ganjam-1
ଏଇ ଜିଲ୍ଲାରେ ଗାଡ଼ି ଚଳାଚଳ ମନା

ବ୍ରହ୍ମପୁର:  ଗଂଜାମ ଜିଲ୍ଲାରେ ଭୟଙ୍କର ରୂପ ନେଲାଣି କରୋନା।  ଦ୍ରୁତ ଗତିରେ ବଢି ଚାଲିଛି କରୋନା। ସଂକ୍ରମଣକୁ ନଜରରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଗାଡି ଚଳାଚଳକୁ ମନା କରାଯାଇଛି। ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ କଟକଣା ନେଇ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ଏହି ସମୟରେ କେବଳ କୃଷି, ମାଲ ପରିବହନ ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ବ୍ୟବହୃତ ଗାଡିକୁ ଅନୁମତି ମିଳିବ । ଅନ୍ୟଗାଡ଼ି ଗଡ଼ିବାକୁ କଟକଣା ଜାରି କରାଯାଇଛି। ଦୁଇ […]

  • Tuesday, 13 July 2021
murder
ଜମି ନେଇଗଲା ଜୀବନ

କେନ୍ଦ୍ରାପଡ଼ା: ଜମି ନେଲା ଜୀବନ। ଗାଁ ଦାଣ୍ଡରେ ଜଣେ ବୃଦ୍ଧଙ୍କୁ ପିିଟି ପିଟି ହତ୍ୟା କରିଦେଲେ। ଏପରି  ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ। ମୃତକ ହେଉଛନ୍ତି ଧରଣୀଧର ଦାସ । ସୁରଞ୍ଜନ ମଣ୍ଡଳ ଏବଂ ଧରଣୀଧରଙ୍କ ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗି ରହିଥିଲା। ଗତକାଲି ସଂଧ୍ୟାରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିବାବେଳେ ସୁରଞ୍ଜନ ହଠାତ୍‌ ଉତ୍ତ୍ୟକ୍ତ ହୋଇ ଧରଣୀଧରଙ୍କୁ ଗାଁ ଦାଣ୍ଡରେ ଠେଙ୍ଗାରେ ପିଟି ଥିଲା। ଫଳରେ ଧରଣୀଧରଙ୍କର […]

  • Tuesday, 13 July 2021
online
ସବୁ ୟୁନିଭର୍ସିଟିରେ ଆରମ୍ଭ ହେବ ଅନ୍‌ଲାଇନ୍‌ କ୍ଲାସ

ଭୁବନେଶ୍ୱର:ସବୁ ୟୁନିଭର୍ସିଟିରେ ହେବ ଅନ୍‌ ଲାଇନ୍‌ କ୍ଲାସ। ତୁରନ୍ତ କ୍ଲାସ ଆରମ୍ଭ କରିବାକୁ ସବୁ  କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ଉଚ୍ଚ ଶିକ୍ଷା ସଚବ। ଜୁଲାଇ ୧୩ରୁ ସବୁ ଶିକ୍ଷାନୁଷ୍ଠାନରେ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଏହା ସହ ପିଲାଙ୍କୁ ଲାଇବ୍ରେରୀରୁ ବହି ଦେବାକୁ ମଧ୍ୟ କୁହାଯାଇଛି । ସବୁ ଶିକ୍ଷାନୁଷ୍ଠାନରେ ହେଲ୍‌ପଲାଇନ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଜାରି ହୋଇଛି । ଏଥିସହ […]

  • Tuesday, 13 July 2021
covid hospital
କୋଭିଡ ହସ୍‌ପିଟାଲରେ ଚିକତ୍ସାରେ ଅବହେଳା ଯୋଗୁ ମୃତ୍ୟୁ !

ବ୍ରହ୍ମପୁର: କୋଭିଡ୍ ହସ୍ପିଟାଲ୍‌ରେ ଆକ୍ରାନ୍ତଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବାପାଙ୍କର ମୃତ୍ୟୁ ହୋଇଥିବା ପୁଅ ଅଭିଯୋଗ କରିଛନ୍ତି। ଗତ ୨୪ ତାରିଖରେ ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।  ଏହାପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତ ୨୮ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା।  ହେଲେ ଏହାପରେ ସେ ବାପାଙ୍କ ମୃତ୍ୟୁ ପରେ ବି ତାଙ୍କୁ […]

  • Tuesday, 13 July 2021
bjp
ରାଇବଗା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ସରକାରଙ୍କୁ ଘେରିଲା ବିଜେପି, ଆଣିଲା ଏମିତି ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଇବଗା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଘଟଣାକୁ ନେଇ ରାଜନୀତି ତେଜୁଛି। ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି। ରାଜ୍ୟ ସରକାର ଘଟଣାକୁ ଗୁରୁତ୍ୱ ସହ ନେଇ ନାହାନ୍ତି   ା ଆଦିବାସୀ ନାବାଳିକାଙ୍କୁ ନିର୍ଯାତନା ଦିଆଗଲା। ଏହାସତ୍ତ୍ୱେ ରାଜ୍ୟ ରାଜ୍ୟ ସରକାର SC/ST ଆଇନରେ ମାମଲା ରୁଜୁ କରିନାହାନ୍ତି ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି […]

  • Tuesday, 13 July 2021
soumendra
ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସୁନ୍ଦରଗଡ଼: ସୁନ୍ଦରଗଡ଼ ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୂରା ମାମଲାକୁ ନେଇ ସ୍ୱତନ୍ତ୍ର ଭାବେ କ୍ରାଇମବ୍ରାଞ୍ଚ ଏକ ଟିମ୍ ଗଠନ କରିଛି। ଏହି ଟିମ୍‌ ଘଟଣାର ଖୋଲତାଡ଼ କରିବ ବୋଲି ମହାନିର୍ଦ୍ଦେଶକ ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ମିଳିବା ପରେ ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଟିମ୍ ସୁନ୍ଦରଗଡ଼ ଯାଇଛି। ଏ ନେଇ ଡିଜିପି ଟ୍ୱିଟ୍ କରି କହିଛନ୍ତି। ଏହି ମାମଲାରେ ଜଣେ ପୋଲିସ୍ ଅଧିକାରୀଙ୍କ ନାଁରେ […]

  • Tuesday, 13 July 2021
marriage
କ୍ୱାରେଣ୍ଟିନ ସେଣ୍ଟରରେ ବାହାଘର; ବରଣମାଳା ଦେଇ ହେଲେ ସାତଜନ୍ମର ସାଥୀ

ବଲାଙ୍ଗିର:ଛୁଇଁଦେଲେ ବ୍ୟାପିଯିବ କରୋନା। ସେହି ଭୟରେ ସମ୍ପର୍କ ଭିତରେ ବଢି ଚାଲିଛି ଦୂରତା । ହେଲେ କରୋନା ମହାମାରୀକୁ କିନ୍ତୁ ହାର ମାନିବାକୁ ପଡ଼ିଛି ପ୍ରେମ ପାଖରେ। ଏମିତି ସମୟରେ ସମ୍ପର୍କରେ ଦୂରତା ସୃଷ୍ଟି ହେଉଥିବାବେଳେ ଏଠି ପ୍ରେମୀ ଯୁଗଳ ସବୁଦିନ ପାଇଁ ପରସ୍ପରର ଆପଣାର ପାଲଟି ଯାଇଛନ୍ତି। କ୍ୱାରେଣ୍ଟିନ୍ ସେଣ୍ଟରରେ ବିବାହ କରିଛନ୍ତି।  ପରସ୍ପରକୁ ବରଣମାଳା ପିନ୍ଧାଇ ସାତ ଜନ୍ମର ସାଥୀ ହୋଇଛନ୍ତି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତେଲେନପାଲି କ୍ୱାରେଣ୍ଟିନ୍ ସେଣ୍ଟରରେ। […]

  • Tuesday, 13 July 2021
congress
ବିଜେଡି ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ସମେତ ୧୩ ଦଳ

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ବିକ୍ଷୋଭ ପ୍ରକାଶ କରିଛି କଂଗ୍ରେସ୍‌।  ଏନେଇ କଂଗ୍ରେସ ସମେତ ରାଜ୍ୟର ୧୩ଟି ରାଜନୈତିକ ଦଳ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଲା ବନ୍ଦ ଯୋଗୁ ରାଜ୍ୟ ତଥା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବା ସେମାନେ ଅଭିଯୋଗ ଆଣିଛନ୍ତି।  ଏନେଇ ସେମାନେ ଆଜି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବେ। ଦେଶରେ କୋଭିଡ୍ ଟେଷ୍ଟିଂ ହାର ଯଥେଷ୍ଟ କମ୍ ରହିଥିବାରୁ ସଂକ୍ରମଣ ଦିନକୁ […]

  • Tuesday, 13 July 2021
minor
ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା; ଥାନାଧିକାରୀ ନିଲମ୍ବିତ

ବୀରମିତ୍ରପୁର: ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ରେଂଜ ଡିଆଇଜି କବିତା ଜଲାନ୍। ଗର୍ଭପାତ ଘଟଣାରେ ଜଣେ ଡିଏସ୍‌ପି ମାମଲାର ତଦନ୍ତ କରୁଛନ୍ତି । ଘଟଣାରେ ଯେଉଁ ମାନଙ୍କର ସମ୍ପୃକ୍ତି ଥିବ, ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଟିଭିକୁ ସୂଚନା ଦେଇଛନ୍ତି ଡିଆଇଜି […]

  • Tuesday, 13 July 2021
sameer
 ଅନ୍‌ଲାଇନ୍‌ ପାଠପଢ଼ା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଅନ୍‌ଲାଇନ୍ ପାଠପଢ଼ା ଉପରେ ଦିଆଯିବ ଗୁରୁତ୍ୱ। ଅନ୍‌ଲାଇନ୍‌ରେ ପିଲାମାନେ କିପରି ବିଭିନ୍ନ ଟପିକ୍ ବିଷୟ ଅନୁସାରେ ପଢିପାରିବେ, ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ୍‌କୁ ଆସିପାରିଛନ୍ତି। ତେବେ ଯେଉଁମାନେ ଆସିପାରି ନାହାଁନ୍ତି, ଏଥିପାଇଁ ଗଠିତ କମିଟି ଗ୍ରାମାଞ୍ଚଳଗୁଡ଼ିକୁ ଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଏହାର ବିକଳ୍ପ […]

  • Tuesday, 13 July 2021
ngpur
ନବରଙ୍ଗପୁର ଜିଲ୍ଲାରେ ୨ ବିଏସ୍‌ଏଫ ଯବାନ କରୋନା ଆକ୍ରାନ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର । ଆକ୍ରାନ୍ତ ଦୁଇ ବ୍ୟକ୍ତି ମହାରାଷ୍ଟ୍ର ଫେରନ୍ତା BSF ଯବାନ ବୋଲି ଜଣାପଡିଛି l ସେମାନେ ମହାରାଷ୍ଟ୍ରରୁ ଆସି କ୍ୱାରେଣ୍ଟିନ ସେଣ୍ଟରରେ ରହିଥିଲେ l ଏହି ଜଣଙ୍କୁ ମିଶାଇ ଜିଲ୍ଲାରେ ୯ ଜଣ BSF କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି l ପୂର୍ବରୁ ଜିଲ୍ଲାରେ ସର୍ବମୋଟ ୧୨ ଜଣ […]

  • Tuesday, 13 July 2021
mo bus
ଆଜିଠୁ ପିପିଲିକୁ ଗଡ଼ିଲା ‘ମୋ ବସ୍’

ପୁରୀ: ବହୁଦିନର ଦାବି ପରେ ଭୁବନେଶ୍ୱରରୁ ପୁରୀ ଜିଲ୍ଲାକୁ ଆଜିଠୁ ଆରମ୍ଭ ହେଲା ମୋ ବସ ସେବା । ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏହାର ଉଦଘାଟନ କରିବା ସହ ମୋ ବସରେ ବସିଥିଲେ। ଏହି ବସ୍‌ ପିପିଲି ଯିବା ରାସ୍ତାରେ ଦାଣ୍ଡମୁକୁନ୍ଦପୁରରେ ଷ୍ଟପେଜ ରହିବ।  ଏହାକୁ ନେଇ ଯାତ୍ରୀ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଭୁବନେଶ୍ୱରରୁ ପିପିଲିକୁ ମୋ ବସ୍‌ରେ ଭଡ଼ା ୩୦ ଟଙ୍କା ରହିଥିବା […]

  • Tuesday, 13 July 2021
bls-accident
ଟ୍ରାକ୍ଟରରୁ ଖସି ପଡ଼ିଲା କଂକ୍ରିଟ ପିଲାର, ଚାପି ହୋଇଗଲେ ଶ୍ରମିକ

ବାଲେଶ୍ୱର: ବାଲେଶ୍ୱର ଅଙ୍ଗାରଗଡ଼ିଆ ଠାରେ ରେଳ ଫ୍ଲାଏ ଓଭର ବ୍ରିଜ କାମ ହେଉଥିବା ସ୍ଥାନରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ସୋନା ସୋରେନ । ସେ ଟ୍ରାକ୍ଟରରେ ଏକ କଂକ୍ରିଟ ପିଲାରକୁ ନେଇ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଶ୍ରମିକ ଜଣକ ଏହି କଂକ୍ରିଟ ପିଲାର ତଳେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣା ଘଟିବା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ସହଦେଖୁଣ୍ଟା […]

  • Tuesday, 13 July 2021
accident
ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେଇ ଯାଉଥିଲେ, ବାଟରେ ଚାଲିଗଲା ପୁଅର ଜୀବନ

ସୋର: ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଯାଉଥିଲେ ଡାକ୍ତରଖାନା। ବାଟରେ ଚାଲିଗଲା ପୁଅର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ  ଥାନା ଅନ୍ତର୍ଗତ ମଇତାପୁର ଗାଁରେ। ଗତକାଲି ମଇତାପୁର ଗାଁର ଭାଗିରଥୀ ବେହେରାଙ୍କୁ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପୁଅ ମନୋଜ ତାଙ୍କୁ ନେଇ ପ୍ରଥମେ ସିମୁଳିଆ ଡାକ୍ତରଖାନା ଯାଇଥିଲେ। ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନା ନେବାକୁ କହିଥିଲେ। ଆଜି ସକାଳେ ମନୋଜ […]

  • Tuesday, 13 July 2021
hirakud.jpg-1
ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍‌

ସମ୍ବଲପୁର: ପାରମ୍ପରିକ ପୂଜାର୍ଚ୍ଚନା ପରେ ଖୋଲିଛି ହୀରାକୁଦ ଡ୍ୟାମ୍‌ ଗେଟ୍‌। ନିଷ୍କାସିତ ହୋଇଛି ଚଳିତବର୍ଷର ପ୍ରଥମ ବନ୍ୟାଜଳ ।  ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ପରେ ପରେ ଆଉ ୪ଟି ଗେଟ୍ ଖୋଲିଲା। ବର୍ତ୍ତମାନ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢି ଚାଲିଥିବାରୁ ଗେଟ୍ ଖୋଲା ଯାଇଛି । ଏହା ପୂର୍ବରୁ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ […]

  • Tuesday, 13 July 2021
coronavirus
ଚିହ୍ନଟ ହେଲେ ଆଉ ୨୧୦ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ କେନ୍ଦ୍ରର ହୋଇଥିବାବେଳେ ୩୬ ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜିର ସଂଖ୍ୟାକୁ ମିଶାଇ  ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫ ହଜାର ୬୯୨କୁ ବୃଦ୍ଧି ପାଇଛି। ୪,୧୨୩ ଜଣ ଆରୋଗ୍ୟ ଲାଭ କରି ଫେରିଥିବାବେଳେ ୧,୮୧୫ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, […]

  • Tuesday, 13 July 2021
hirakud
ଆଜି ପ୍ରଥମ ବନ୍ୟାଜଳ ଛାଡିବ ହୀରାକୁଦ

ହୀରାକୁଦ: ଆଜି ଖୋଲିବ ହୀରାକୁଦ ଜଳଭଣ୍ଡର ଗେଟ୍‌।  ସକାଳ ୧୦ଟା ପରେ ଯେ କୌଣସି ମୁହୂର୍ତ୍ତରେ ଗେଟ୍‌ ଖୋଲିବ ବୋଲି ସୂଚନା ଦିଆଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢିଚାଲଛି। ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ୬୧୬ ଫୁଟ ଜଳ ରହିଛି। ତେଣୁ ଆଜି ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏ ନେଇ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ […]

  • Tuesday, 13 July 2021
hospital-1
ବିପଦରେ କରୋନା ଯୋଦ୍ଧା; DMET ଜାରି କଲା ମାର୍ଗଦର୍ଶିକା

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ କରୋନା ବିପଦ ! ହସ୍ପିଟାଲ ଜରିଆରେ ସଂକ୍ରମଣର ଆକ୍ରାନ୍ତ ହେଉଛନ୍ତି କରୋନା ଯୋଦ୍ଧା। ଏହି ଦୁଇଟି ଘଟଣା ଏବେ ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ମହାମାରୀ କରୋନା ମୁକାବିଲାର ଆଗ ଧାଡ଼ିର ଯୋଦ୍ଧା ଅନେକ ଡାକ୍ତର, ନର୍ସ ନିଜ କୋଭିଡ୍‌ରେ ଆକ୍ରାନ୍ତ ହେଉଛନ୍ତି। ପୁଣି ଡାକ୍ତରଖାନାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବା ନିହାତି ଭାବେ ଗମ୍ଭୀର ବିଷୟ। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ […]

  • Tuesday, 13 July 2021