ଭୁବନେଶ୍ୱର:ସବୁ ୟୁନିଭର୍ସିଟିରେ ହେବ ଅନ୍ ଲାଇନ୍ କ୍ଲାସ। ତୁରନ୍ତ କ୍ଲାସ ଆରମ୍ଭ କରିବାକୁ ସବୁ କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ଉଚ୍ଚ ଶିକ୍ଷା ସଚବ। ଜୁଲାଇ ୧୩ରୁ ସବୁ ଶିକ୍ଷାନୁଷ୍ଠାନରେ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଏହା ସହ ପିଲାଙ୍କୁ ଲାଇବ୍ରେରୀରୁ ବହି ଦେବାକୁ ମଧ୍ୟ କୁହାଯାଇଛି । ସବୁ ଶିକ୍ଷାନୁଷ୍ଠାନରେ ହେଲ୍ପଲାଇନ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଜାରି ହୋଇଛି । ଏଥିସହ […]
ବ୍ରହ୍ମପୁର: କୋଭିଡ୍ ହସ୍ପିଟାଲ୍ରେ ଆକ୍ରାନ୍ତଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବାପାଙ୍କର ମୃତ୍ୟୁ ହୋଇଥିବା ପୁଅ ଅଭିଯୋଗ କରିଛନ୍ତି। ଗତ ୨୪ ତାରିଖରେ ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତ ୨୮ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା। ହେଲେ ଏହାପରେ ସେ ବାପାଙ୍କ ମୃତ୍ୟୁ ପରେ ବି ତାଙ୍କୁ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଇବଗା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଘଟଣାକୁ ନେଇ ରାଜନୀତି ତେଜୁଛି। ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି। ରାଜ୍ୟ ସରକାର ଘଟଣାକୁ ଗୁରୁତ୍ୱ ସହ ନେଇ ନାହାନ୍ତି ା ଆଦିବାସୀ ନାବାଳିକାଙ୍କୁ ନିର୍ଯାତନା ଦିଆଗଲା। ଏହାସତ୍ତ୍ୱେ ରାଜ୍ୟ ରାଜ୍ୟ ସରକାର SC/ST ଆଇନରେ ମାମଲା ରୁଜୁ କରିନାହାନ୍ତି ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୂରା ମାମଲାକୁ ନେଇ ସ୍ୱତନ୍ତ୍ର ଭାବେ କ୍ରାଇମବ୍ରାଞ୍ଚ ଏକ ଟିମ୍ ଗଠନ କରିଛି। ଏହି ଟିମ୍ ଘଟଣାର ଖୋଲତାଡ଼ କରିବ ବୋଲି ମହାନିର୍ଦ୍ଦେଶକ ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ମିଳିବା ପରେ ଜଣେ ମହିଳା ଡିଏସ୍ପିଙ୍କ ନେତୃତ୍ୱରେ ଏହି ଟିମ୍ ସୁନ୍ଦରଗଡ଼ ଯାଇଛି। ଏ ନେଇ ଡିଜିପି ଟ୍ୱିଟ୍ କରି କହିଛନ୍ତି। ଏହି ମାମଲାରେ ଜଣେ ପୋଲିସ୍ ଅଧିକାରୀଙ୍କ ନାଁରେ […]
ବଲାଙ୍ଗିର:ଛୁଇଁଦେଲେ ବ୍ୟାପିଯିବ କରୋନା। ସେହି ଭୟରେ ସମ୍ପର୍କ ଭିତରେ ବଢି ଚାଲିଛି ଦୂରତା । ହେଲେ କରୋନା ମହାମାରୀକୁ କିନ୍ତୁ ହାର ମାନିବାକୁ ପଡ଼ିଛି ପ୍ରେମ ପାଖରେ। ଏମିତି ସମୟରେ ସମ୍ପର୍କରେ ଦୂରତା ସୃଷ୍ଟି ହେଉଥିବାବେଳେ ଏଠି ପ୍ରେମୀ ଯୁଗଳ ସବୁଦିନ ପାଇଁ ପରସ୍ପରର ଆପଣାର ପାଲଟି ଯାଇଛନ୍ତି। କ୍ୱାରେଣ୍ଟିନ୍ ସେଣ୍ଟରରେ ବିବାହ କରିଛନ୍ତି। ପରସ୍ପରକୁ ବରଣମାଳା ପିନ୍ଧାଇ ସାତ ଜନ୍ମର ସାଥୀ ହୋଇଛନ୍ତି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତେଲେନପାଲି କ୍ୱାରେଣ୍ଟିନ୍ ସେଣ୍ଟରରେ। […]
ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ବିକ୍ଷୋଭ ପ୍ରକାଶ କରିଛି କଂଗ୍ରେସ୍। ଏନେଇ କଂଗ୍ରେସ ସମେତ ରାଜ୍ୟର ୧୩ଟି ରାଜନୈତିକ ଦଳ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଲା ବନ୍ଦ ଯୋଗୁ ରାଜ୍ୟ ତଥା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଏନେଇ ସେମାନେ ଆଜି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବେ। ଦେଶରେ କୋଭିଡ୍ ଟେଷ୍ଟିଂ ହାର ଯଥେଷ୍ଟ କମ୍ ରହିଥିବାରୁ ସଂକ୍ରମଣ ଦିନକୁ […]
ବୀରମିତ୍ରପୁର: ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ରେଂଜ ଡିଆଇଜି କବିତା ଜଲାନ୍। ଗର୍ଭପାତ ଘଟଣାରେ ଜଣେ ଡିଏସ୍ପି ମାମଲାର ତଦନ୍ତ କରୁଛନ୍ତି । ଘଟଣାରେ ଯେଉଁ ମାନଙ୍କର ସମ୍ପୃକ୍ତି ଥିବ, ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଟିଭିକୁ ସୂଚନା ଦେଇଛନ୍ତି ଡିଆଇଜି […]
ଭୁବନେଶ୍ୱର: ଅନ୍ଲାଇନ୍ ପାଠପଢ଼ା ଉପରେ ଦିଆଯିବ ଗୁରୁତ୍ୱ। ଅନ୍ଲାଇନ୍ରେ ପିଲାମାନେ କିପରି ବିଭିନ୍ନ ଟପିକ୍ ବିଷୟ ଅନୁସାରେ ପଢିପାରିବେ, ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ୍କୁ ଆସିପାରିଛନ୍ତି। ତେବେ ଯେଉଁମାନେ ଆସିପାରି ନାହାଁନ୍ତି, ଏଥିପାଇଁ ଗଠିତ କମିଟି ଗ୍ରାମାଞ୍ଚଳଗୁଡ଼ିକୁ ଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଏହାର ବିକଳ୍ପ […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର । ଆକ୍ରାନ୍ତ ଦୁଇ ବ୍ୟକ୍ତି ମହାରାଷ୍ଟ୍ର ଫେରନ୍ତା BSF ଯବାନ ବୋଲି ଜଣାପଡିଛି l ସେମାନେ ମହାରାଷ୍ଟ୍ରରୁ ଆସି କ୍ୱାରେଣ୍ଟିନ ସେଣ୍ଟରରେ ରହିଥିଲେ l ଏହି ଜଣଙ୍କୁ ମିଶାଇ ଜିଲ୍ଲାରେ ୯ ଜଣ BSF କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି l ପୂର୍ବରୁ ଜିଲ୍ଲାରେ ସର୍ବମୋଟ ୧୨ ଜଣ […]
ପୁରୀ: ବହୁଦିନର ଦାବି ପରେ ଭୁବନେଶ୍ୱରରୁ ପୁରୀ ଜିଲ୍ଲାକୁ ଆଜିଠୁ ଆରମ୍ଭ ହେଲା ମୋ ବସ ସେବା । ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏହାର ଉଦଘାଟନ କରିବା ସହ ମୋ ବସରେ ବସିଥିଲେ। ଏହି ବସ୍ ପିପିଲି ଯିବା ରାସ୍ତାରେ ଦାଣ୍ଡମୁକୁନ୍ଦପୁରରେ ଷ୍ଟପେଜ ରହିବ। ଏହାକୁ ନେଇ ଯାତ୍ରୀ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଭୁବନେଶ୍ୱରରୁ ପିପିଲିକୁ ମୋ ବସ୍ରେ ଭଡ଼ା ୩୦ ଟଙ୍କା ରହିଥିବା […]
ବାଲେଶ୍ୱର: ବାଲେଶ୍ୱର ଅଙ୍ଗାରଗଡ଼ିଆ ଠାରେ ରେଳ ଫ୍ଲାଏ ଓଭର ବ୍ରିଜ କାମ ହେଉଥିବା ସ୍ଥାନରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ସୋନା ସୋରେନ । ସେ ଟ୍ରାକ୍ଟରରେ ଏକ କଂକ୍ରିଟ ପିଲାରକୁ ନେଇ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଶ୍ରମିକ ଜଣକ ଏହି କଂକ୍ରିଟ ପିଲାର ତଳେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣା ଘଟିବା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ସହଦେଖୁଣ୍ଟା […]
ସୋର: ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଯାଉଥିଲେ ଡାକ୍ତରଖାନା। ବାଟରେ ଚାଲିଗଲା ପୁଅର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗାଁରେ। ଗତକାଲି ମଇତାପୁର ଗାଁର ଭାଗିରଥୀ ବେହେରାଙ୍କୁ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପୁଅ ମନୋଜ ତାଙ୍କୁ ନେଇ ପ୍ରଥମେ ସିମୁଳିଆ ଡାକ୍ତରଖାନା ଯାଇଥିଲେ। ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନା ନେବାକୁ କହିଥିଲେ। ଆଜି ସକାଳେ ମନୋଜ […]
ସମ୍ବଲପୁର: ପାରମ୍ପରିକ ପୂଜାର୍ଚ୍ଚନା ପରେ ଖୋଲିଛି ହୀରାକୁଦ ଡ୍ୟାମ୍ ଗେଟ୍। ନିଷ୍କାସିତ ହୋଇଛି ଚଳିତବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ପରେ ପରେ ଆଉ ୪ଟି ଗେଟ୍ ଖୋଲିଲା। ବର୍ତ୍ତମାନ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢି ଚାଲିଥିବାରୁ ଗେଟ୍ ଖୋଲା ଯାଇଛି । ଏହା ପୂର୍ବରୁ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ […]
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ କେନ୍ଦ୍ରର ହୋଇଥିବାବେଳେ ୩୬ ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫ ହଜାର ୬୯୨କୁ ବୃଦ୍ଧି ପାଇଛି। ୪,୧୨୩ ଜଣ ଆରୋଗ୍ୟ ଲାଭ କରି ଫେରିଥିବାବେଳେ ୧,୮୧୫ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, […]
ହୀରାକୁଦ: ଆଜି ଖୋଲିବ ହୀରାକୁଦ ଜଳଭଣ୍ଡର ଗେଟ୍। ସକାଳ ୧୦ଟା ପରେ ଯେ କୌଣସି ମୁହୂର୍ତ୍ତରେ ଗେଟ୍ ଖୋଲିବ ବୋଲି ସୂଚନା ଦିଆଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢିଚାଲଛି। ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ୬୧୬ ଫୁଟ ଜଳ ରହିଛି। ତେଣୁ ଆଜି ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏ ନେଇ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ […]
ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ କରୋନା ବିପଦ ! ହସ୍ପିଟାଲ ଜରିଆରେ ସଂକ୍ରମଣର ଆକ୍ରାନ୍ତ ହେଉଛନ୍ତି କରୋନା ଯୋଦ୍ଧା। ଏହି ଦୁଇଟି ଘଟଣା ଏବେ ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ମହାମାରୀ କରୋନା ମୁକାବିଲାର ଆଗ ଧାଡ଼ିର ଯୋଦ୍ଧା ଅନେକ ଡାକ୍ତର, ନର୍ସ ନିଜ କୋଭିଡ୍ରେ ଆକ୍ରାନ୍ତ ହେଉଛନ୍ତି। ପୁଣି ଡାକ୍ତରଖାନାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବା ନିହାତି ଭାବେ ଗମ୍ଭୀର ବିଷୟ। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ […]
କଟକ: ଆତଙ୍କବାଦୀ ସନ୍ଦହେରେ ଗିରଫ ହୋଇଥିବା କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଅବଦୁର ରେହମାନ ପାରୋଲରେ ଜେଲ୍ରୁ ବାହାରିଛନ୍ତି। ଚାରି ଘଣ୍ଟା ପାଇଁ ଅବଦୁରକୁ ଜେଲ ବାହାରକୁ ଛଡ଼ା ଯାଇଛି। ମା’ଙ୍କ ଶ୍ରାଦ୍ଧକର୍ମରେ ଯୋଗଦେବାକୁ ସେ ପାରୋଲରେ ଆସିଥିବା ଜଣାଯାଇଛି । ଦିଲ୍ଲୀ କୋର୍ଟଙ୍କ ଆଦେଶ ବଳରେ ତାଙ୍କୁ ପାରୋଲ ପାଇଁ ଅନୁମତି ମିଳିଛି। ଦିଲ୍ଲୀ କୋର୍ଟଙ୍କ ଅନୁମତି ମିଳିବା ପରେ ଜଗତପୁର ପୁଲିସ୍ ଅବଦୁରଙ୍କୁ ଚୌଦ୍ୱାର ଜେଲ ଆଣି ତାଙ୍କ ଗାଁ ପଶ୍ଚିମକଚ୍ଛକୁ ନେଇଛି। ସୂଚନାଯୋଗ୍ୟ, […]
ପୁରୀ; ଶ୍ରଦ୍ଧାଳୁ ନାହାନ୍ତି। କୋଳାହଳ ନାହିଁ। ତଥାପି ନୀତିକାନ୍ତି ଭିତରେ ଆରମ୍ଭ ହୋଇଛ ଶ୍ରୀଜିଉଙ୍କ ନବଦିନ ବ୍ୟାପି ଯାତ୍ରା। ବଡଦାଣ୍ଡରେ ତିନିରଥ ଉପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି। ଠାକୁରରାଜା ଛେରା ପହରା କରିବା ପରେ ବଡଦାଣ୍ଡରେ ଗଡିବା ଆରମ୍ଭ କରିଛି ରଥ। ପ୍ରଥମେ ବଡଭାଇ ଭଳଭଦ୍ରଙ୍କ ତଳଧ୍ୱଜ ରଥ ଟଣା ଚାଲିଛି। ରଥ ଟାଣି ନେଉଛନ୍ତି ପୋଲିସ ଓ ସେବାୟତ। ଗଡି ଗଡି ଚାଲିଛି ବଳଦେବଙ୍କ ରଥ। ଚର୍ମଚକ୍ଷୁରେ ନ ହେଲ ନାହିଁ ଟେଲିଭିଜନ ପରଦାରେ ଲୋକେ ଦେଖୁଛନ୍ତି […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନରୁଦ୍ଧାର ଓ ସ୍ଥାନାନ୍ତର ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ ମନ୍ଦିର ପୁନରୁଦ୍ଧାର ପାଇଁ ASI ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର। ମନ୍ଦିରର ଐତିହାସିକ ମହତ୍ତ୍ୱ ଥିବାରୁ ଅନ୍ୟତ୍ର ସ୍ଥାନାନ୍ତର […]
ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ଭଦ୍ରକ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଏଇ ଅଧିକାରୀ ଜଣକ ହେଉଛନ୍ତି ବୈଲୋଚନ ପୁହାଣ। ଭଦ୍ରକ ସହରରେ ଥିବା ତାଙ୍କର ଘର, ବଣିଆ ସ୍ଥିତ ପୈତୃକ ଘର, ଚରମ୍ପା ସ୍ଥିତ ଶ୍ୱଶୁର ଘର ଓ ଅଫିସ ସହ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନ୍ୟାନ୍ୟ କାଗଜପତ୍ର ଭିଜିଲାନ୍ସ […]
ମାଲକାନଗିରି: ଜିଲ୍ଲା ମାଥିଲି କାଳିଆ ନାଏକଗୁଡ଼ାରେ ବିଷ ଖାଇ ପରିବାରର ୫ ଜଣ ଅସୁସ୍ଥ ହୋଇଛନ୍ତି। ଗାଁ ଲୋକଙ୍କ ସହାୟତାରେ ସେମାନଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଅଭିଯୁକ୍ତଙ୍କ ୨ ଝିଅ, ଗୋଟିଏ ପୁଅ, ସ୍ତ୍ରୀ ଓ ଭାଇ ଅଛନ୍ତି। ଗତକାଲି ରାତିରେ ପରିବାରର ସମସ୍ତେ ଭାତ ଖାଇଥିଲେ। ଏହାର କିଛି ସମୟ ପରେ ସେମାନଙ୍କ ବାନ୍ତି ହୋଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ […]
୧) ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା: ଆଜିଠୁ କରୋନା ଲକ୍ଷଣ ପାଇଁ ଘର ଘର ବୁଲି ସର୍ଭେ କରିବେ ଆଶା ଦିଦି ଓ ANM କର୍ମୀ। କରୋନା ଲକ୍ଷଣର ହେବ ଯାଞ୍ଚ, ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ।.. ୨) ଦେଶରେ ବୃଦ୍ଧି ପାଉଛି କରୋନାର କହର…କଣ୍ଟେନମେଣ୍ଟ ଜୋନରେ କୋଭିଡ ପରୀକ୍ଷଣ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ବ୍ୟବହାର କରିବାକୁ ICMRର ସୁପାରିଶ। ୩) ପଞ୍ଚଭୂତରେ ବିଲୀନ ହେଲେ ବଲିଉଡର ଧୋନୀ: ଅନ୍ତିମ […]
ପୁରୀ: ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ଓ ପବନ। ପବନ ଯୋଗୁ ବାଉଁଶ ସହ ଉଡ଼ିଯାଇଛି ଶ୍ରୀମନ୍ଦିରର ପତିତପାବନ ବାନା । ଯେହେତୁ ନୀଳଚକ୍ରରେ ଅନ୍ୟ ବାନା ରହିଛି, ତେଣୁ ନୀତିକାନ୍ତିରେ ବିଭ୍ରାଟ ହୋଇନି । ଆଜି ପ୍ରବଳ ବର୍ଷା ଯୋଗୁ ବଡଦାଣ୍ଡ ଆଣ୍ଠୁଏ ପାଣିର ଲହଡ଼ା ମାରୁଛି। ଏମିତିକି ରଥ ଖଳାରେ ମଧ୍ୟ ପାଣି ପଶିଯାଇଥିଲା । କିଛି ରଥକାଠ ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା । ହେଲେ ପରେ ରଥଖଳାରୁ ପାଣି ନିଷ୍କାସନ ହୋଇଯାଇଛି […]
ବରଗଡ଼: ଅନ୍ ଲାଇନ୍ରେ ମଗାଇଥିଲେ ଜିନିଷ। ଘରେ ପହଞ୍ଚିଲା ପାର୍ସଲ। କିଛି ଦିନ ପରେ ଜଣାପଡ଼ିଲା ସେ କରୋନା ଆକ୍ରାନ୍ତ। ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ ପାର୍ସଲରୁ କରୋନା ଭାଇରସ ଆସିଥିବା ସନ୍ଦେହ କରାଯାଉଛି। ପଦ୍ମପୁର ବ୍ଲକରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି ୩ କରୋନା ରୋଗୀ। ଏକାଥରକେ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ଅଞ୍ଚଳବାସୀଙ୍କ ଚିନ୍ତା ବଢି ଯାଇଥିଲା। ତେବେ ସେମାନଙ୍କ ମଧ୍ୟରେ ଥିବା ଜଣେ ସ୍ଥାନୀୟ ଲୋକ କେମିତି ସଂକ୍ରମିତ […]