ଭୁବନେଶ୍ୱର: ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଗତକାଲି ରାତି ୧୦ଟାରୁ ଆଜି ଭୋର ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା ନାଇଟ୍ କର୍ଫ୍ୟୁ । ଜରୁରୀ କାମ ନ ଥାଇ ଘରୁ ବାହାରକୁ ବାହାରୁଥିବା ଅମାନିଆଙ୍କୁ ଛକ ଛକରେ ଜଗିଥିଲା ପୋଲିସ । ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଥିଲା । ଏଥିପାଇଁ ଏହି ୧୦ ଜିଲ୍ଲାରେ ରାତି ସାରା ପୋଲିସ ଫୋର୍ସ ମୁତୟନ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କୋର ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ ମାରିବା ଘଟଣାରେ ନିକିରାଇ ପୋଲିସ ୩ ଜଣଙ୍କୁ ଗିରଫ୍ କରିଛି l ଗିରଫ୍ ବ୍ୟକ୍ତି ମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ l ପୀଡିତା ମହିଳାଙ୍କ ମାମୁଁଙ୍କ ଏତଲା ଆଧାରରେ ତଦନ୍ତ କରି ପୋଲିସ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି l ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ […]
ଭୁବନେଶ୍ୱର: କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଓଡ଼ିଆ ଯୁବକଙ୍କ ମରଶରୀର ସ୍ୱଦେଶ ଫେରିଛି । କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖି ମରଶରୀର ଫେରାଇ ଆଣିବାକୁ ନିବେଦନ କରିଥିଲେ ଶ୍ରୀ ପଣ୍ଡା । ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କର ମରଶରୀର ଆସି ପହଞ୍ଚିଥିଲା। କେନ୍ଦ୍ରାପଡ଼ା ପାଟକୁରା ଥାନା ଅନ୍ତର୍ଗତ ପ୍ରଧାନ ପାଟିକିରା ଗାଁର ପ୍ରଭାତ କୁମାର ବାରିକ କତାରର ଦୋହାରେ ରହୁଥିଲେ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ୩୦୦ ଟପିଛି। ଗତକାଲି ୨୯୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୯୪। ଏଥିମଧ୍ୟରୁ ୨୩୧ କ୍ୱରେଣ୍ଟିନ୍ରେ ଥିବାବେଳେ ୧୬୩ ଲୋକାଲ କେସ ରହିଛି। ସମସ୍ତ ରୋଗୀ ୨୫ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ୫ଟି ଜିଲ୍ଲାରୁ କେହି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଖୋର୍ଦ୍ଧା […]
ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି। ୧୯୩୬ ପୂର୍ବରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ […]
ପିପିଲି: ପିପିଲିରେ ନିର୍ବାଚନ ମାହୋଲ ସରଗରମ ହେଉଛି। ପ୍ରାର୍ଥିପତ୍ର ଦାଖଲ ପରେ ପ୍ରଚାର ମାହୋଲ ଜମୁଛି। ବିଶେଷକରି ବିଜେଡି-ବିଜେପି କମର କଷି ସାରିଲେଣି। ସବୁ ରାଜନୈତିକ ଦଳ ଷ୍ଟାର କ୍ୟାମ୍ପେନର ମନୋନୀତ କରି ସାରିଲେଣି। ଗତକାଲି ବିଜେପି ତାର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଥିଲା। ଆଜି ବିଜେଡି ପିପିଲି ନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି। ପିପିଲି ବିଧାୟକ ପ୍ରଦୀପ୍ତ ମହାରଥୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେଉଛି। ସ୍ୱର୍ଗତ ପ୍ରଦୀପ ମହାରାଥୀଙ୍କ […]
ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ହେଲାଣି ତାତି । ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଡହଡହ ଖରାରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ରାଜ୍ୟବାସୀ। ମାର୍ଚ୍ଚ ମାସରେ ଯଦି ଏମିତି ଖରା, ଏପ୍ରିଲ, ମେ’ କେମିତି କଟିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟବାସୀ। ଗତକାଲି ୪୨.୨ ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଥିଲା ଟିଟିଲାଗଡ଼ । ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୧.୫, ଝାରସୁଗୁଡ଼ା ୪୧.୨, […]
ପିପିଲି: ପିପିଲି ଉପନିର୍ବାଚନ ପାଇଁ କମର କସୁଛନ୍ତି ରାଜନୈତିକ ଦଳ। ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନମଣ୍ଡିଳ ପରିବେଶ ସରଗରମ। ରାଜ୍ୟ ରାଜନୀତିରେ ବି ଦେଖା ଦେଇଛି ଚାପା ଗୁଞ୍ଜରଣ। ଏସବୁ ଭିତରେ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ ନୋମିନେସନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ମନୋନୀତ କରିଛି ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ। ସେହିପରି କଂଗ୍ରେସ ପ୍ରାର୍ଥୀ […]
ଭୁବନେଶ୍ୱର: ଟ୍ୱିନ୍ସିଟି ପୋଲିସ୍ କର୍ମୀଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଜକୁ ଫିଟନେସ୍ ନ ରଖିଲେ ବେତନ ବୃଦ୍ଧି ନ ହୋଇପାରେ। ଏଥିସହ ସ୍ୱାସ୍ଥ୍ୟଗତ କାରଣରୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇପାରେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ୍ କମିଶନର। ଆସନ୍ତା ସପ୍ତାହ ମଧ୍ୟରେ ପୋଲିସ୍ କର୍ମୀଙ୍କ ଉଚ୍ଚତା ଏବଂ ଓଜନ ମାପ କରାଯିବ। ପୋଲିସ୍ କର୍ମୀଙ୍କ ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ ଓଜନ ସେମାନଙ୍କର କେତେ ରହିଛି ତାହା […]
ଦେବଗଡ଼: କାଳ ହେଲା ସେଲ୍ଫି ନିଶା। ସେଲ୍ଫି ନେବା ସହ ଭିଡିଓ କଲିଂ ବେଳେ ଝରଣାରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଦେବଗଡ ଜିଲ୍ଲା ସଦର ମହକୁମା ସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ୧ ନମ୍ବର ଜଳକୁଣ୍ଡରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦେବଗଡ଼ର ବ୍ୟବସାୟୀ ସ୍ୱର୍ଗତଃ କ୍ରିଷ୍ନା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ ଗତକାଲି ସକାଳେ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡରେ ପାହାଡ ଉପରେ ଥିବା ଜଳକୁଣ୍ଡକୁ ଯାଇଥିଲେ। […]
ଭୁବନେଶ୍ୱର: ରହସ୍ୟ ଘେର ଭିତରେ ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଏହି ଘଟଣାରେ ପୋଲିସ୍ ତଦନ୍ତକୁ ଜୋରଦାର କରିଛି। ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁ ଦୀପୁଙ୍କୁ ଆଜି GRP ଜେରା କରିଛି। ଆସନ୍ତାକାଲି ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିପାରେ GRP। ଏହା ପୂର୍ବରୁ ପପୁ, ବିକାଶ, ପ୍ରୀତମଙ୍କୁ ଜେରା କରି ସାରିଛି GRP। ଏଥିସହ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ମଧ୍ୟ ଜେରା କରି ସାରିଛି ଜିଆରପି। କେବେଠୁ ଆଦିତ୍ୟ ଭଡ଼ାରେ ଥିଲେ […]
ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କମିଶନରେଟ୍ ପୁଲିସ୍ର ଜଣେ କାର୍ଯ୍ୟରତ କନଷ୍ଟେବଲ୍। ଏରିଅର ଟଙ୍କା କରାଇଦେବାକୁ କନଷ୍ଟେବଲ୍ ସୁରେଶ ଦାସ ଜଣେ ବ୍ୟକ୍ତିଙ୍କୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଇଥିଲେ। ସୁରେଶ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ହଠାତ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଧରିଥିଲା। ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୁରେଶ, ଆକାଉଣ୍ଟସ […]
ଭୁବନେଶ୍ୱର: ବଢ଼ିଲା ସ୍କୁଲ ଆଡମିଶନ୍ ତାରିଖ। ମହାମାରୀ କରୋନା ପାଇଁ ସ୍କୁଲ୍ରେ ଆଡମିଶନ ତାରିଖ ସମୟ ସୀମାକୁ ଓଡ଼ିଶା ସରକାର ବୃଦ୍ଧି କରିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ସୂଚନା ମିଳିଛି। ଆଡମିଶନ୍ ତାରିଖ ଅଗଷ୍ଟ ୧୪ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଜୁନ୍ ୮ ରୁ ଆଡ଼ମିଶନ ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ […]
ଉଦଳା: ଜଣେ ମହିଳା ହୋଇ ବି ବୁଝି ପାରିଲେନି ଗର୍ଭବତୀଙ୍କ କଷ୍ଟ। ଖାକି ପୋଷାକ ତଳେ ହଜିଗଲା ମାନବିକତା। ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇଲେ। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଏସ୍ପି। ଗତକାଲି ଶରତ ଥାନା OIC ରୀନା ବକ୍ସଲା ନିର୍ଦ୍ଦେଶ ଯୋଗୁ ଜଣେ ଜଣେ ଗର୍ଭବତୀଙ୍କ ୩ କିମି ଚାଲି ଚାଲି ଥାନାକୁ ଆସିବାକୁ ବାଧ୍ୟ ହୋଇଥିଲେ। ଅଭିଯୋଗ ପାଇବା ପରେ ମୟୂରଭଞ୍ଜ ଏସ୍ପି ଗତକାଲି ତାଙ୍କୁ […]
ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ପଡୁଥିବା ଏହି ପର୍ବକୁ ଭାଷା, ବର୍ଣ୍ଣ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସଭିଏଁ ପାଳନ କରିଥାନ୍ତି। ଏହି ପର୍ବରେ ଲେକୋ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ଭ୍ରମଣ କରାଇଥାନ୍ତି। ଏହି ଅବସରରେ ଠାକୁରଙ୍କ ଅବିର ଖେଳ ମଧ୍ୟ ହୋଇଥାଏ। ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ତେବେ କରୋନା ଯୋଗୁଁ ଚଳିତ ବର୍ଷ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଯାଇଛି। […]
କଲ୍ୟାଣସିଂହପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ନଦୀର ଏକ ଅସ୍ଥାୟୀ ପୋଲ ଧୋଇ ଯାଇଛି। ଏଥିଯୋଗୁ ୬ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଛି। ଏହି ପୋଲ ଦେଇ କଲ୍ୟାଣସିଂହପୁର, ପୂଜାରିଗୁଡା, ସୁନାଖଣ୍ଡି, ପାରସାଲି, ପଲମା ଓ କନ୍ଧାକାତିପାଡୁ ପଞ୍ଚାୟତର ୨ ହଜାରରୁ ଅଧିକ ଲୋକ ପ୍ରତିଦିନ ଯିବାଆସିବା କରିଥାନ୍ତି। ପୋଲ ଧୋଇଯିବା ଦ୍ୱାରା ଲୋକମାନଙ୍କୁ ପ୍ରାୟ ୫୦ କି.ମି. ବୁଲି ବୁଲି ଯିବାକୁ ପଡୁଛି। ୨୦୦୭ରେ କଲ୍ୟାଣୀ ନଦୀରେ ବନ୍ୟା ଯୋଗୁ ସ୍ଥାୟୀ ପୋଲ ଭାସି […]
ଭୁବନେଶ୍ୱର: ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ତାଗିଦ୍। ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡ଼ି ପ୍ରତ୍ୟାହାର ହେବ। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ତାଙ୍କ ବିଭାଗର ଅଧିକାରୀଙ୍କୁ ଆଜି ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଗାଡ଼ି ଯୋଗାଇ ଦିଆଯିବା ସତ୍ତ୍ୱେ ଅଧିକାରୀମାନେ ବିଳମ୍ବରେ ଆସୁଥିବାରୁ ତାଗିଦ୍ କରିଛନ୍ତି ସଚିବ। ଅଗଷ୍ଟ ପହିଲାରୁ ଯଦି ଅଧିକାରୀମାନେ ବିଳମ୍ବରେ ଆସନ୍ତି, ତେବେ ସେମାନଙ୍କ ନିକଟରୁ ଗାଡ଼ି ପ୍ରତ୍ୟହାର କରି ନିଆଯିବ ବୋଲି ଆଜି ବିଧିବଦ୍ଧ ନୋଟିସ୍ […]
ଭୁବନେଶ୍ୱର: ଏବେବି ରହସ୍ୟ ଘେର ଭିତରେ ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଆଦିତ୍ୟଙ୍କ ମୃତ୍ୟୁ ପରେ ଜବତ ହୋଇଥିବା ସୁଇସାଇଡ୍ ନୋଟ୍କୁ ଫୋରେନସିକ୍ ଲ୍ୟାବ୍କୁ ପଠାଯାଇଛି। ଏଥିସହ ପୂର୍ବ ହାତଲେଖା, ଚେକ୍ ଦସ୍ତଖତ ମଧ୍ୟ ଫୋରେନସିକ୍ ଲ୍ୟାବ୍କୁ ପଠାଯାଇଛି। ଏସବୁ ଯାଞ୍ଚ କରିବା ପାଇଁ ରାଜ୍ୟ ଫୋରେନସିକ୍ ଲ୍ୟାବ୍କୁ ଜିଆର୍ପି ପଠାଇଛି। ମୃତ୍ୟୁର ୪ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିଦ ହଜାଇ ଦେଇଛି। ପ୍ରତିଦିନ ନୂଆ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦୀର୍ଘମାସ ପରେ ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଥିଲାବେଳେ ଆଜି ୨୦୦ ଟପିଛି। ଗତ କାଲି ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଆଜି ରୋଗଙ୍କ ସଂଖ୍ୟା ବୃଦ୍ଧି ପାଇଁ ୨୧୪ ଛୁଇଁଛି। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା […]
ଭୁବନେଶ୍ୱର: ରାଜଧାନୀରେ ହୁ ହୁ ହୋଇ ଯେମିତି ମାଡି ଚାଲିଛି କରୋନା। ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କରୋନା ପଜିଟିଭ ବାହାରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂ। ଏହି ଘଟଣା ଜଣାପଡ଼ିବା ପରେ ଚିନ୍ତା ବଢିଯାଇଛି। ସ୍କୁଲ ଭାଇସ୍ ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ, ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥିଲେ। ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ। […]
ଭୁବନେଶ୍ୱର: ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ ଖାତା ଦେଖା ଶେଷ ହୋଇଛି। ଏବେ ଟାବୁଲେସନ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଯୁକ୍ତ ୨ ରେଜଲ୍ଟକୁ ନେଇ ମନ୍ତ୍ରୀ କହିଛନ୍ତି, ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି। ସଟ୍ଡାଉନ୍ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ତେଣୁ ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ […]
ନବରଙ୍ଗପୁର: ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ନାଇଟ୍ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ମଧ୍ୟ ଲଗାଯାଇଛି। ଏଗୁଡ଼ିକ ହେଲା ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଜରୁରୀ ନଥିବା ସେମିନାର, ୱାର୍କସପ୍, କନ୍ଫରେନ୍ସ ବାତିଲ କରାଯିବ। ଗହଳି ହେଉଥିବା ଧାର୍ମିକ […]
ବାରିପଦା: ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ବେଲଗଡ଼ିଆ ରାଜପ୍ରସାଦରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଜମାତା ଗତକାଲି ଦିନରେ ସୁସ୍ଥ ଥିଲେ। ସକାଳ ଜଳଖିଆ ସହ ଦିନରେ ଭୋଜନ ମଧ୍ୟ କରିଥିଲେ। ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ। ଏହାପରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ […]
ଭୁବନେଶ୍ୱର: ଅନେକ ମିଠା ମିଠା ସ୍ୱପ୍ନ ଦେଖାଇ ଜୀବନସାଥୀ ଭାବେ ତାଙ୍କୁ ଗ୍ରହଣ କରିଥିଲେ। ଏକାଠି ହାତ ଧରି ଚାଲିବାର ପ୍ରତିଶ୍ରୁତି ଦେଇଥିଲେ। ସ୍ୱାମୀଙ୍କ ସହ ଘର ସଂସାର ଗଢିବା ଆଶାରେ ସେ ବି ବାପଘରୁ ପାଦ କାଢିଥିଲେ। ହେଲେ ଜାଣିପାରି ନ ଥିଲେ, ସେ ପ୍ରେମିକ ନୁହେଁ, ଏକ ପାପୀକୁ ପ୍ରେମ କରୁଛନ୍ତି ବୋଲି। ସ୍ୱାମୀ-ସ୍ତ୍ରୀ ପବିତ୍ର ସମ୍ପର୍କରେ ସେ ଏକ କଳଙ୍କ ବୋଲି । ଏମିତି ଜଣେ ପାପୀ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି […]