• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

school
ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ : ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି। ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।  ମହାରାଷ୍ଟ୍ର, ଗୁଜରାଟ ଭଳି କିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ବିଚାର ବିମର୍ଶ କରି  ଏପରି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିଛି। […]

  • Tuesday, 13 July 2021
education
ବଜେଟ୍‌ରେ ଶିକ୍ଷାକୁ ଗୁରୁତ୍ୱ: ୨୪, ୩୭୦ କୋଟିର ବ୍ୟୟବରାଦ୍‌

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ସରକାର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ୨୪, ୩୭୦ କୋଟିର ବଜେଟ୍‌ ରଖିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ ହୋଇଥିବା ବେଳେ ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି […]

  • Tuesday, 13 July 2021
deadbody-found
ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଠାବ କରାଯାଇଛି।ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଆଜି ସକାଳେ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ଭରତପୁର ପୋଲିସ୍‌ ଉଦ୍ଧାର କରିଛି। ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ମୃତଦେହଟି ୧୦ରୁ ୧୫ ଦିନ ହେଲା ଝୁଲି ରହିଥିବା ସନ୍ଦେହ କରାଯାଉଥିବା ବେଳେ ପଚିସଢ଼ି ନଷ୍ଟ ହୋଇଯାଇଛି। ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ପୋଲିସ୍‌ ସନ୍ଦେହ […]

  • Tuesday, 13 July 2021
supreme-court
ନୟାଗଡ଼ ନାବାଳିକା ମୃତ୍ୟୁ ମାମଲା : ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ସପ୍ତାହ ମହଲତ ଦେଲେ ସୁପ୍ରିମକୋର୍ଟ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲେ ସୁପ୍ରିମକୋର୍ଟ। ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନାବାଳିକାର ମା ସୌଦାମିନି ସାହୁ। ମାମଲାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ। #ପରୀ_ମାମଲା #ରାଜ୍ୟକୁ_୪_ସପ୍ତାହ […]

BMC
କରୋନା ସଂକ୍ରମଣ ରୋକିବାକୁ BMC ପକ୍ଷରୁ ଆଡଭାଇଜରୀ : ଗଠନ ହେଲା ୫ଟି ସ୍ୱତନ୍ତ୍ର ସ୍କ୍ୱାଡ୍

ଭୁବନେଶ୍ୱର: ସାବାଡ଼ ହେବେ ଅମାନିଆ। କରୋନା ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି। କମିଶନରେଟ ପୋଲିସ ସହ ଆଲୋଚନା କରି କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ଆଉ ଏଥିପାଇଁ ବିଏମସି ପକ୍ଷରୁ ୫ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଯାଞ୍ଚ ଆରମ୍ଭ ହୋଇଛି। ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି କୁହାଯାଉଛି। […]

  • Tuesday, 13 July 2021
sabhinka-swartha-pai
'ଅଧିନିୟମ' ପ୍ରତ୍ୟାହାର ନହେଲେ କ୍ଷତି ସହିବ କିଏ?

ପୁରୀ: ଜାତୀୟ ସ୍ମାରକ ପ୍ରାଧିକରଣ-NMAର ଅଧିନିୟମ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସଂସ୍କୃତି ବିଭାଗର NMAକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କର ସେବା କରୁଥିବା ସେବାୟତ ମାନେ କ୍ଷତି ସହିବେ। ତେଣୁ ସେବାୟତ, ଭକ୍ତ ଓ ଭଗବାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିବା ପାଇଁ ଚିଠି ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସକ ଅନୁରୋଧ […]

  • Tuesday, 13 July 2021
anganwadi
ଅଙ୍ଗନବାଡ଼ି ହେବ ତ ଏମିତି: ପ୍ଲେ-ସ୍କୁଲଠାରୁ ଅଧିକ ସୁନ୍ଦର ଓ ବ୍ୟବସ୍ଥିତ

ଆଳି: ଦିନକୁ ଦିନ ବେସରକାରୀ ଶିକ୍ଷାନୁଷ୍ଠାନର ଚାହିଦା ବଢୁଛି। ଆକର୍ଷଣୀୟ ଶିକ୍ଷା ଉପକରଣ ଏବଂ ଅତ୍ୟାଧୁନିକ ଶୈଳୀର ପାଠପଢା ପାଇଁ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାମାନେ ମନବଳାଉଥିବା ବେଳେ ଆଳିର ଏକ ଅଙ୍ଗନବାଡି ଶିକ୍ଷା କେନ୍ଦ୍ରକୁ ନେଇ ଚର୍ଚ୍ଚା କୁନି କୁନି ପିଲାମାନଙ୍କୁ ପାଠପଢା ସହ ଶିକ୍ଷାନୁଷ୍ଠାନ ପ୍ରତି ଆକୃଷ୍ଟ କରିବା ଏଠାରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। କେଉଁଠି କାନ୍ଥରେ ଲେଖାହୋଇଛି ସଚେତନତାର ବାର୍ତ୍ତା ତ ଆଉ କେଉଁଠି ଚିତ୍ରିତ ହୋଇଛି ପଶୁ ପକ୍ଷୀଙ୍କ ଛବି। ଆକାଶ ପରି […]

  • Tuesday, 13 July 2021
PURI
ପୁରୀ ସହରବାସୀଙ୍କୁ ୟୁଜର୍ସ ଫି ତଣ୍ଡ : ମାସକୁ ୬୦ଟଙ୍କାରୁ ଆରମ୍ଭ କରି ୫ ହଜାର ପର୍ଯ୍ୟନ୍ତ ଶୁଳ୍କ

ପୁରୀ(ପ୍ରଦୀପ ମହାନ୍ତି): ପୁରୀକୁ ସ୍ୱଚ୍ଛ ସହର ଭାବେ ଗଢିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି।ଏଣିକି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଦେବାକୁ ପଡିବ ୟୁଜର୍ସ ଫି। ଏଭଳି ନିୟମ ଚଳିତ ମାସରୁ ଲାଗୁ କରିଛି ପୁରୀ ପୌରସଂସ୍ଥା। ମାସକୁ ୬୦ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ଶୁଳ୍କ ବା ୟୁଜର୍ସ ଫି। ସରକାରଙ୍କ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଆଇନ ତଥା ପୁରୀ ପୌରପରିଷଦ ବୈଠକ ପ୍ରସ୍ଥାବ ଅନୁଯାୟୀ ଅଳିଆ ସୃଷ୍ଟିକାରୀଙ୍କ ନିକଟରୁ ବର୍ଜ୍ୟବସ୍ତୁ […]

  • Tuesday, 13 July 2021
Headless Body In Bhubaneswar
ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା; ପୋଷ୍ଟମର୍ଟମ ରିପୋର୍ଟ ଦେଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଭରତପୁର-ଚନ୍ଦକା ରାସ୍ତାର ଦାସପୁରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମହିଳାଙ୍କୁ ପ୍ରଥମେ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଏହି ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ପ୍ରଥମେ ମହିଳାଙ୍କର ଶ୍ୱାସରୁଦ୍ଧ କରାଯାଇଥିଲା। ପରେ ମୁଣ୍ଡ କାଟି ଅଲଗା ଅଲଗା ଭାବେ ଦୁଇଟି ଯାକ ଭାଗକୁ ଫିଙ୍ଗି ଦିଆଯାଇଛି। ଏକ ବିଶ୍ୱସ୍ତ ସୂତ୍ରରୁ ପୋଷ୍ଟମର୍ଟମ ରିପୋର୍ଟରେ ଏହି ତଥ୍ୟ ଥିବାର ସୂଚନା […]

  • Tuesday, 13 July 2021
5pm-minister
ବିଧାନସଭାର ଅପରାହ୍ନ ଅଧିବେଶନରେ ପୁଣି ହୋହାଲ୍ଲା: ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ମଣ୍ଡି ସମସ୍ୟା ନେଇ ବିଧାନସଭାର ଅପରାହ୍ନ ଅଧିବେଶନରେ ପୁଣି ଗୃହରେ ହଙ୍ଗାମା ହୋଇଛି।  ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କପି ଚିରିଲେ ବିରୋଧୀ ଦଳ ନେତା। ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଚାଷୀ ସମସ୍ୟାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଥିଲେ ବିଜେପି ବିଧାୟକ। ଫଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଉତ୍ତର କପି ଚିରି ବାଚସ୍ପତିଙ୍କ ଟେବୁଲ ଉପରକୁ ଫିଙ୍ଗି ଦେଇଥିଲେ। ସେପଟେ ସର୍ବଦଳୀୟ ବୈଠକ ଡାକି […]

  • Tuesday, 13 July 2021
school
ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଦୀର୍ଘ ୧୦ ମାସ ସ୍କୁଲ୍‌ ବନ୍ଦ ରହିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଶୀଘ୍ର ଖୋଲିପାରେ। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସଙ୍କେତ ଦେଇଛନ୍ତି। ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଅଙ୍ଗନବାଡ଼ି ଯେହେତୁ ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବ। ଏଥିପାଇଁ SOP ପ୍ରସ୍ତୁତ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେବେଠାରୁ ସ୍କୁଲ୍‌ ଖୋଲିବ, ସେ ସଂପର୍କରେ କିଛି ସ୍ପଷ୍ଟ କରିନାହାନ୍ତି ମନ୍ତ୍ରୀ […]

130318578_458398575308698_5712473629185841409_n
ହଜିଯାଉଛି ପ୍ରାଚୀନ କୀର୍ତ୍ତିରାଜି: ସୁରକ୍ଷା ଅଭାବରୁ ନଷ୍ଟ ହେଉଛି ଐତିହ୍ୟ

କୋରାପୁଟ(ଟି. ଗୌରୀଶଙ୍କର): ହଜିଯାଉଛି ପ୍ରାଚୀନ କୀର୍ତ୍ତିରାଜି। ସୁରକ୍ଷା ଅଭାବରୁ ନଷ୍ଟ ହେଉଛି ଐତିହ୍ୟ। ଏମିତି ବର୍ଷ ବର୍ଷ ଧରି ମୁକୁଳା ହୋଇ ପଡି ରହିଛି ଶହ ଶହ ବର୍ଷର ପ୍ରାଚୀନ  ମନ୍ଦିର। ପ୍ରଶାସନର ଅବହେଳା ହେତୁ ନଷ୍ଟ ହେବାକୁ ବସିଛି ପ୍ରାକୃତିକ ପରିବେଶ ମଧ୍ୟରେ ଥିବା କୋରାପୁଟ ଜିଲ୍ଲାର ଅନେକ ପୁରୁଣା ମନ୍ଦିର। ସବୁଜ ବନାନୀ ଭିତରେ ଭଗବାନ୍ ନାରାୟଣଙ୍କ ମନ୍ଦିର।  ଏଠାରେ ସ୍ଥାନୀୟ ଲୋକେ ଭଗବାନ ନାରାୟଣଙ୍କୁ ପୂଜା କରନ୍ତି। ପ୍ରତ୍ୟେକ ଦିନ ଏଠାରେ ଶହ […]

  • Tuesday, 13 July 2021
OTV-PORTAL
ଏମିତି କେଉଁ କଥା ଲୁଚାଇ ରଖିଥିଲେ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ?

ଚୌଦ୍ୱାର: ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ବିଜେପି କହିଛି। ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ଅଭିଯୋଗ ଅନୁସାରେ, ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି। ପାରିପାର୍ଶ୍ୱିକରୁ ଯେମିତି ଦେଖାଯାଉଛି, ତାଙ୍କୁ ପୂରା ଦଳି ଚକଟି ମକଚି ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ଥିଲେ କେଉଁଠି, ତାଙ୍କୁ ସେମାନେ ଲୁଚାଇ ରଖିଥିଲେ। ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ, କାଳେ କିଛି ପ୍ରଘଟ […]

high court
‘ଶାଶୂ ଘରେ ବୋହୂକୁ କ୍ରୀତଦାସ ଭଳି ବ୍ୟବହାର କରାଯାଇ ପାରିବନି’

କଟକ: ଶାଶୂଘରେ ବୋହୂ କ୍ରୀତଦାସ ନୁହେଁ। ଶାଶୂ ଘରେ ବୋହୂକୁ କୌଣସି ପରିସ୍ଥିତିରେ ବି କ୍ରୀତଦାସ ଭଳି ବ୍ୟବହାର କରାଯାଇ ପାରିବ ନାହିଁ। ଶାଶୂଘରେ ବୋହୂକୁ ମାନବିକ ସମବେଦନା ମିଳିବା ଆବଶ୍ୟକ ଏକ ବଧୂ ନିର୍ଯାତନା ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେବା ସହ ଅଭିଯୁକ୍ତ ସ୍ୱାମୀର ଜାମିନ ଆବେଦନ ଖାରଜ କରିଛନ୍ତି। ଏକ ଯୌତୁକ ଜନିତ ନିର୍ଯାତନା ଓ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଦାୟର ନିୟମିତ ଜାମିନ ଆବେଦନର ଶୁଣାଣି […]

  • Tuesday, 13 July 2021
Man Burns Wife
ଫୋନ୍‌ରେ କଥା ହେବାରୁ ସ୍ତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ସ୍ୱାମୀ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଫୋନ୍‌ରେ ‌ ଦୀର୍ଘ ସମୟ କଥା ହେବାରୁ ସ୍ତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ସ୍ୱାମୀ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଚୂନରଗଡି ଗାଁରୁ ଏଭଳି ଅଭିଯୋଗ ଆସିଛି। ଶୁକ୍ରବାର ଦିନ ଏହି ଘଟଣା ଘଟିଛି। ଅଭିଯୁକ୍ତ ସ୍ୱାମୀ ନବକିଶୋର କବାଟଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦୀର୍ଘ ସମୟ ଧରି ସ୍ତ୍ରୀ ରିଙ୍କି ମହାକୁଡ଼ ଫୋନ୍‌ରେ କଥା ହେଉଥିବା ଦେଖି ନବକିଶୋର ରାଗି ଯିବା ସହ ଫୋନ୍‌ରେ […]

  • Tuesday, 13 July 2021
gold
ବିଶ୍ୱାସରେ ବିଷ: ଯେଉଁ ଘରେ କାମ କରୁଥିଲେ, ସେହି ଘରେ କଳାକନା ବୁଲାଇଲେ

ଭୁବନେଶ୍ୱର: ଘରୋଇ ସହାୟିକାଙ୍କ ମାୟା ଜାଲରେ ଧୋକ୍କା ଖାଇଲେ ମାଲିକାଣୀ। ମାଲିକଙ୍କ ଅଗୋଚରରେ ଘରେ ବୁଲାଇ ଦେଲେ କଳାକନା। ଯେଉଁଘରେ କାମ କରୁଥିଲେ ସେହି ଘରୁ ସମସ୍ତ ସୁନା ଚୋରି କରି ଏବେ ଧରାପଡିଛନ୍ତି। ଘରୋଇ ସହାୟିକା ଜଣକ ଚୋରି କଲା ପରେ ଯେପରି କାହାର ସନ୍ଦେହ ନହେବ, ସେଥିପାଇଁ ଫେରାର ନହୋଇ ମାଲିକଙ୍କ ଘରେ କାମ ମଧ୍ୟ କରୁଥିଲେ। ତେବେ ଘରୁ ଚୋରି ହେବା ପରେ ମାଲିକ ଏନେଇ ଭୁବନେଶ୍ୱର ଖଣ୍ଡିଗରି ଥାନାରେ ଏତଲା ଦେଇଥିଲେ। […]

  • Tuesday, 13 July 2021
Bhrugu Baxipatra
କୋଟିଆ ପରେ ପାତ୍ରପୁର ଉପରେ ଆନ୍ଧ୍ରର ଆଖି

ଭୁବନେଶ୍ୱର: କେବଳ କୋରାପୁଟ ଜିଲ୍ଲା କୋଟିଆ ନୁହେଁ, ଗଞ୍ଜାମ ଜିଲ୍ଲା ଚିିକିଟିର ପାତ୍ରପୁରରେ ମଧ୍ୟ ନିର୍ବାଚନ କରାଉଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ଓଟିଭି ବିତର୍କରେ ସାମିଲ ହୋଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଏହା କହିଛନ୍ତି। ଏହି ପ୍ରସଙ୍ଗରେ ଆପତ୍ତି ଉଠାଇ ଭୃଗୁ କହିଛନ୍ତି ଯେ, କେବଳ କୋଟିଆ ନୁହେଁ, ଓଡ଼ିଶାର ସୀମା ଆଜି ଅସୁରକ୍ଷିତ। ଆଜି ଚିକିଟି ବିଧାନସଭାର ପାତ୍ରପୁର ବ୍ଲକ୍‌ରେ ମଧ୍ୟ ଆନ୍ଧ୍ରପ୍ରଦେଶ ନିର୍ବାଚନ କରାଉଛି।କୋଟିଆ ଏବଂ ଚିକିଟି ପାତ୍ରପୁରରେ ଓଡ଼ିଆ ଲୋକ ଆନ୍ଧ୍ରପ୍ରଦେଶର […]

Naavin-KO
’ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ’: ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ

ଭୁବନେଶ୍ୱର: ’ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ’। ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବକ୍ତବ୍ୟ ରଖିଛନ୍ତି। ନବୀନ କହିଛନ୍ତି, ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରର ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏସବୁ ଦେଶର ଶାନ୍ତି ଏବଂ ବିକାଶରେ ବଡ଼ ବାଧକ। ଏବେ ସମୟ ଆସିଛି ଦେଶ ଏମିତି ନିର୍ବାଚନୀ ବାତାବରଣରୁ ଉର୍ଦ୍ଧ୍ୱକୁ ଆସିବା ଆବଶ୍ୟକ। ନିର୍ବାଚନ ବାତାବରଣରୁ ବାହାରି ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ ବୋଲି […]

  • Tuesday, 13 July 2021
Paintin
ଚିତ୍ରଶିଳ୍ପୀଙ୍କ ସ୍ପର୍ଶରେ ଜୀବନ୍ତ ହୋଇଉଠିଲା ନିର୍ଜୀବ କାନଭାସ: କରୋନା କାଳରେ କମାଳ ଦେଖାଇଲେ ଆଦିବାସୀ ଚିତ୍ରଶିଳ୍ପୀ 

ବଲାଙ୍ଗୀର(ଘଟେଶ୍ୱର ମିଶ୍ର): ଚିତ୍ର ନୁହେଁ ତ ସତେ ଯେମିତି ଆଙ୍କି ହୋଇପଡ଼ିଛି ପ୍ରକୃତିର ଶୋଭାରାଜି। ପରିବେଶକୁ ତୂଳୀରେ ବାନ୍ଧି ରଖିଛି କଳାକାର। କରୋନା ଯୋଗୁଁ ପ୍ରାୟ ବର୍ଷେ ହେଲା ବନ୍ଦ ଥିଲା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ। କଟକଣା କୋହଳ ହେଲା ପରେ ଧୀରେ ଧୀରେ ସବୁକିଛି ସ୍ୱାଭାବିକ ହେଉଛି। ଏପରି ସମୟରେ ବଲାଙ୍ଗିରରେ ଆୟୋଜିତ ହୋଇଛି ଆଦିବାସୀ ଚିତ୍ରଶିଳ୍ପୀ ଶିବିର। ଆଦିବାସୀ ପରମ୍ପରା ଓ ଚିତ୍ର ମାଧ୍ୟମରେ କଳାକୁ ଜୀବନ୍ତ କରିଛନ୍ତି କଳାକାର।  କଳାକୃତୀକୁ ଦେଖି କିଛି […]

  • Tuesday, 13 July 2021
cuttack
ପରିଣତ ବୟସରେ ଅଲୋଡ଼ା ଜନ୍ମଦାତ୍ରୀ: କେଉଁଠି ମାଡ଼ ଖାଉଛି ମା’, ଆଉ କେଉଁଠି ରୋଗିଣା ମା’କୁ ନପଚାରି ବାହାରେ ରହୁଛି ପୁଅ

ତିଗିରିଆ(ଶଶିକାନ୍ତ ବେହେରା) : ମାଆ- ଦୁନିଆର ସବୁଠାରୁ ମଧୁର ଶବ୍ଦ। ମାଆ-ଏକ ଉପମା ବିହୀନ ଶବ୍ଦ। କୁହାଯାଏ, ମାଆ ଋଣ କେବେ ସୁଝି ହୁଏନି। ହେଲେ ଆଜିକା ଯୁଗରେ ପୁଅ ପାଇଁ ମାଆ ବାପା ସତେ ଯେମିତି ଅଲୋଡ଼ା ହୋଇଯାଇଛନ୍ତି। ଭାଗ୍ୟର ବିଡମ୍ବନା, କେଉଁଠି ପୁଅ ବାପାମା’ଙ୍କୁ ପଚାରୁନି ତ କେଉଁଠି ମାକୁ ମାଡ଼ ମାରୁଛି।  ଆଉ କେଉଁଠି ରୋଗୀଣା ମାଆ ଓ ବାପାକୁ ନପଚାରି ବାହାରେ ରହୁଛି ପୁଅ। ମାଆ ପାଇଁ ଅସହ୍ୟ ହେଉଛି ପୁଅର […]

  • Tuesday, 13 July 2021
arrest
ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ବ୍ୟବସାୟୀ ସୁଶୀଲ ଅଗ୍ରଓ୍ୱାଲ

ଅନୁଗୁଳ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ବ୍ୟବସାୟୀ ସୁଶୀଲ ଅଗ୍ରଓ୍ୱାଲ। ଅନୁଗୁଳ ସଦର ପୋଲିସ୍ ସୁଶୀଲଙ୍କୁ ଗିରଫ କରିଛି। ସୁଶୀଲ ଓ ତାଙ୍କର ଜଣେ ବ୍ୟବସାୟୀ ବନ୍ଧୁଙ୍କଠାରୁ ଅନୁଗୁଳର ଜଣେ ଶିକ୍ଷକ ବଂଶୀଧର ଦେହୁରୀ ଟଙ୍କା କରଜ ନେଇଥିଲେ। ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ବାବଦକୁ ୨୫ ଲକ୍ଷ ଟଙ୍କା ସୁଧ ଆକାରରେ ଦେଇଥିବା ଅଭିଯୋଗ ହୋଇଛି। ଟଙ୍କା ଉଦ୍ଧାର ଆଣିବା ପରେ ମାସକୁ ମାସ  ସୁଧ ସହ ଋଣ ଶୁଝୁଥିଲେ ଶିକ୍ଷକ ଜଣକ। ମାତ୍ର […]

  • Tuesday, 13 July 2021
teacher
ଅଦରକାରୀ ପଦାର୍ଥରେ କିଟିମିଟିଆ ଗଣିତ ପାଠ : ସହଜ ଗଣିତ ଶିକ୍ଷା ଦେବା ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ନିଆରା ପ୍ରୟାସ

ଭଦ୍ରକ(ପାର୍ଥ ସାରଥୀ ନାୟକ): କାଚ ଚୁଡ଼ିରେ ବୃତ୍ତର ପରିଧି, ପରିସୀମା ଓ ଜ୍ୟାର ପରିକଳ୍ପନା। ବାଡ଼ିରେ ରେଖା ସରଳରେଖା, ପୁଣି କାଡ଼ବୋର୍ଡ଼ ଅବ୍ୟବହୃତ, ସୋଲ, ଧୂପକାଠି, ଅଣ୍ଡାଖୋଳ ଝାଡ଼ୁକୁ ବ୍ୟ‍ବହାର ଗଣିତ ପାଠକୁ ସରଳ ଭାଷାର ବୁଝାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଅଳିଆ ଅବାର୍ଜନା ଓ ଅଦରକାରୀ ପଦାର୍ଥରେ ତ୍ରିଭୁଜ, ଚତୁର୍ଭଜ, ବୃତ୍ତ ଚିତ୍ର ସାଙ୍ଗକୁ ତାହାର ସରଳ ସୂତ୍ର ଦ୍ୱାରା ପିଲାଙ୍କୁ ବୁଝାଇବା ଲାଗି ଏଭିଳି ଅଭିନବ ପ୍ରୟାସ କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ  ଚଉଁରମୁକୁନ୍ଦରପୁର […]

  • Tuesday, 13 July 2021
odisha
ଅଭିନବ ଠକେଇ: ୯୯୯ ଟଙ୍କା ରିଚାର୍ଜରେ ମାଗଣା କଲ୍‌ର ଲୋଭନୀୟ ଅଫର ଦେଇ ଠକୁଥିଲେ

ଚୌଦ୍ୱାର(ପ୍ରକାଶ ନାୟକ): ଦିନକୁ ଦିନ ସାଇବର ଠକମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଦେଇ ଅନ୍‌ଲାଇନ୍‌ରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରୁଥିବା ବେଳେ ଏବେ ମୋବାଇଲ ଓ ଟିଭି ରିଚାର୍ଜ ନାଁରେ ଠକେଇ ଘଟଣା ସାମ୍ନାକୁ ଆସିଛି। ସାଙ୍ଗଭି ନାମକ ଏକ ଘରୋଇ ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆସିଛି। ସଂପୃକ୍ତ ସଂସ୍ଥା ରିଚାର୍ଜ ଓଡ଼ିଶା ନାଁରେ ଅଫର ଦେଇ ଲୋକଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ସଂସ୍ଥାର […]

  • Tuesday, 13 July 2021
angul-sambalpur
ନିର୍ମାଣ ନ ସରୁଣୁ ଜାତୀୟ ରାଜପଥ ଫାଟି ଆଁ: ୧ ୨୫୫ କୋଟି ଟଙ୍କାରେ ନିର୍ମିତ ୧୫୦ କିଲୋମିଟର ରାସ୍ତାର ଦୁରବସ୍ଥା କହିଲେ ନ ସରେ

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର-ଅନୁଗୁଳ ୪୨ ନମ୍ବର ଜାତୀୟ ରାଜପଥରେ ଯିଏ ଥରେ ଯିବ, ସେ ଅନୁଭବ କରିବ ରାସ୍ତାର ଦୂରାବସ୍ଥା। ନିର୍ମାଣ ସରିନି, କିନ୍ତୁ ଏନ୍ଏଚ୍ ଫାଟି ଆଁ କଲାଣି। ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଫାଟ ପ୍ୟାଚ୍ ପକାଯାଉଛି, ତଥାପି ଫାଟ ଜଳଜଳ ଦିଶୁଛି। ହଜାର ହଜାର କୋଟି ଟଙ୍କାରେ ନିର୍ମାଣାଧୀନ ଏହି NHରେ ଫାଟ କଥା କେବଳ ଲୋକଙ୍କ ଅଭିଯୋଗ ଭିତରେ ସୀମିତ ନାହିଁ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି […]

  • Tuesday, 13 July 2021
odisha
କଂଗ୍ରେସର ଓଡ଼ିଶା ବନ୍ଦ: ସକାଳ ୭ରୁ ଦିନ ୧ଟା ଯାଏ ୬ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଅର୍ଥାତ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବନ୍ଦକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ […]

  • Tuesday, 13 July 2021