• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

corona
୧୦୦ ତଳେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କିନ୍ତୁ ଏବେବି ଛାଡ଼ୁନି ଡର

କ୍ରମାଗତ ଭାବରେ ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ୧୬ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜିଲ୍ଲାରୁ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

Kotia
କୋଟିଆ ମାମଲା: ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ

jagannath-land-pkg
ଭୁଲ କଲେ ସରକାର, ଭୋଗୁଛନ୍ତି ସାଧାରଣ ଲୋକେ

ସରକାରୀ ବ୍ୟବସ୍ଥାର ତ୍ରୁଟି ଯୋଗୁ ୯ ବର୍ଷ ହେଲା ହନ୍ତସନ୍ତ ହେଉଛନ୍ତି ଲୋକେ। ନିଜ ବାପା ଜେଜେ ଅମଳର ସ୍ଥିତିବାନ ସମ୍ପତ୍ତିର ମାଲିକାନା ହରାଇ ବସିଛନ୍ତି ଖୋର୍ଦ୍ଧା ସହ ପୁରୀ ଜିଲ୍ଲାର ୩୬ଟି ମୌଜାର ଲୋକେ। ୨୦୧୨ରେ ଶହ ଶହ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ଭୁଲବଶତଃ ଜଗନ୍ନାଥ ମହାପ୍ରଭୂଙ୍କ ନାମକୁ ଚାଲିଯାଇଛି।

  • Wednesday, 14 July 2021
By-low
NMAର ଏକାମ୍ର କ୍ଷେତ୍ର ବାଇ-ଲକୁ ନେଇ ବଢୁଛି ବିବାଦ

ଏକାମ୍ର କ୍ଷେତ୍ର ପାଇଁ NMAର ଚିଠା ଅଧିନିୟମକୁ ନେଇ ତେଜୁଛି ଅସନ୍ତୋଷ। ଲିଙ୍ଗରାଜ ମନ୍ଦିର ଚିଠା ଅଧିନିୟମ ବା ବାଇ-ଲ ଜାରି ହୋଇନଥିଲେ ମଧ୍ୟ ଏହା ପ୍ରତ୍ୟାହାର ଲାଗି NMA କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।

  • Wednesday, 14 July 2021
Eswar
ମହଙ୍ଗା ପଡିଲା ଦେଶ ବିରୋଧୀ ଷଡଯନ୍ତ୍ର: ଈଶ୍ୱର ବେହେରାକୁ ଆଜୀବନ ସଜା

ଦେଶଦ୍ରୋହ ଅପରାଧରେ ଚାନ୍ଦିପୁର ଆଇଟିଆରର ପୂର୍ବତନ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

  • Wednesday, 14 July 2021
bhubaneswar
ମିଳିଲା କଟାମୁଣ୍ଡ, ହଟିଲା ସସ୍‌ପେନ୍ସ

କଟାମୁଣ୍ଡ ମିଳିଲା, ସସ୍ପେନ୍ସ ବି ହଟିଲା। ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ରାସ୍ତାରୁ ୮ଦିନ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ସହ ଉନ୍ମୋଚିତ ହୋଇଛି ଜଘନ୍ୟ ହତ୍ୟାର ରହସ୍ୟ।

  • Wednesday, 14 July 2021
Eswar-behera
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟ ISIକୁ ଦେବା ପ୍ରସଙ୍ଗ: ଇଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ ଦେଲେ ଏଡିଜେ

ISI ଲିଙ୍କରେ ଗିରଫ ହୋଇଥିବା ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଈଶ୍ୱରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଲେଶ୍ୱର ଏଡିଜେ କୋର୍ଟ। ସୂଚନା ଅନୁସାରେ, ଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହେବା ପରେ, ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଏଡିଜେ।

  • Wednesday, 14 July 2021
Kotia
ଆନ୍ଧ୍ରପ୍ରଦେଶ ପଟକୁ କାହିଁକି ଢଳିଲେ କୋଟିଆ ବାସିନ୍ଦା?

କୋଟିଆକୁ ନେଇ ଥମୁନି ରାଜନୀତି ବିବାଦ, ବିତର୍କ ଓ ବିରୋଧ। ସେପଟେ କିନ୍ତୁ ଆନ୍ଧ୍ର ସରକାର ଏଠାକାର ୩ଟି ଗାଁରେ ନିର୍ବାଚନ କରାଉଥିବା ବେଳେ ଆଜି ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ବିଜେପିର ସ୍ୱତନ୍ତ୍ର ପ୍ରତିନିଧି ଦଳ। କୋଟିଆରେ ଏ ସ୍ଥିତି ପାଇଁ ଦଳ ରାଜ୍ୟ ସରକାରଙ୍କୁ ସିଧାସଳଖ ଦୋଷ ଦେଇଛି

  • Wednesday, 14 July 2021
SCB
ଅବସ୍ଥା ଆଉ ବ୍ୟବସ୍ଥା ମଧ୍ୟରେ ବଡ଼ ଫରକ, କେବଳ କଥାରେ ରହିଯାଇଛି କି SCB ର ଭାଗ୍ୟ?

କଟକ ବଡ଼ ମେଡିକାଲ ରାଜ୍ୟର ସବୁଠୁ ବଡ଼ ଡାକ୍ତରଖାନା ଭାବେ ଆମେ ସମସ୍ତେ ଜାଣିଛନ୍ତି। ପୂର୍ବ ଭାରତର ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ।

  • Wednesday, 14 July 2021
corona
ପଞ୍ଜୀକରଣ କରି ଟିକା ନନେଲେ କଟିବ ଦରମା?

ପଞ୍ଜୀକରଣ କରି ଟିକା ନନେଲେ ଦରମା କଟାଯାଇପାରେ। ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏହି ଚେତାବନୀ ଦେଇଛି। କୋଓ୍ବିନ୍ ଆପରେ ପଞ୍ଜୀକରଣ କରି ଟିକା ନେଉନଥିବାରୁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୧୦ ତାରିଖ ମଧ୍ୟରେ ଟିକା ନନେଲେ ଦରମା କଟାଯିବା ସମ୍ଭାବନା ଥିବା ବିଭାଗ ଚେତାବନୀ ଦେଇଛି

scientist
ନାସା ଯିବେ ୧୦ ଓଡ଼ିଆ କୁନି ବୈଜ୍ଞାନିକ

ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ନାସା ଯିବେ ୧୦ ଓଡ଼ିଆ ଛାତ୍ରଛାତ୍ରୀ। ନିଜ ପ୍ରକଳ୍ପ ଲୁନାର ରୋଭର ପାଇଁ ନାସା ଦ୍ୱାରା ଆୟୋଜିତ ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି କୁନି ବୈଜ୍ଞାନିକଙ୍କ ଟିମ୍।

  • Wednesday, 14 July 2021
IMD
ଓଡ଼ିଶାରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର: ଜାଣନ୍ତୁ କେଉଁଠି?

ବାଲେଶ୍ୱରରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର। ଓଡ଼ିଶା ବଜ୍ରପାତ ପ୍ରବଣ ଅଞ୍ଚଳରେ ଆସୁଥିବାରୁ ଏବଂ ପ୍ରତିବର୍ଷ ବଜ୍ରପାତ ଘଟି ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଏଭଳି ଗବେଷଣା କେନ୍ଦ୍ର ଉପଯୋଗୀ ହେବ ବୋଲି କୁହାଯାଉଛି

  • Wednesday, 14 July 2021
dog lover
ବୁଲା କୁକୁରଙ୍କ ଅନ୍ନଦାତା : ମୋଚିରାମଙ୍କୁ ଦେଖିବା ମାତ୍ରେ ପାଖକୁ ଧାଇଁ ଆସନ୍ତି କୁକୁର ଦଳ

ମୋଚିରାମ ଓ ବୁଲା କୁକୁରଙ୍କ ଏପରି ଏକ ନିଆରା କାହାଣୀ । ବସିଲେ କି ଉଠିଲେ କିମ୍ବା ଯୁଆଡେ ଗଲେ ଆପଣାର ଲୋକ ପଛରେ ଦଳ ଦଳ ହୋଇ ଦୌଡ଼ନ୍ତି କୁକୁର । ପ୍ରତିଦିନ କୁକୁର ଦଳ ତାଙ୍କ ବାଟ ଚାହିଁ ବସିଥାଆନ୍ତି ।

manarega
ମନରେଗାରେ ମହା ଦୁର୍ନୀତି: କାମ ନକରି ବି ନାଁରେ ଉଠିଛି ଟଙ୍କା?

ଗଞ୍ଜାମ ଖଲିକୋଟ ବ୍ଲକ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବଡ଼ ଘୋଟାଲାର ଅଭିଯୋଗ ହୋଇଛି। ଅନେକ ହିତାଧିକାରୀ ଆଦୌ କାମ କରିନାହାନ୍ତି, ତେବେ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା ହରିଲୁଟ୍ ହୋଇଛି।

  • Wednesday, 14 July 2021
recharge
ମହଙ୍ଗା ପଡ଼ିଲା ଡାଟା ସହ ଅନ୍‌ଲିମିଟେଡ୍ କଲ୍ ମୋହ: ଜାଣନ୍ତୁ କଣ ରହିଛି ପୂରା ଘଟଣା

ଚିଟଫଣ୍ଡ ଷ୍ଟାଇଲରେ ସାଇବର ଠକଙ୍କ ନୂଆ ଫଣ୍ଡା ଏବେ ସାମ୍ନାକୁ ଆସିଛି। ଅଭିନବ ଉପାୟରେ ଉପଭୋକ୍ତାଙ୍କୁ ଚୁନା ଲଗାଇବାର ନୂଆ ତରିକା ଦେଖିବାକୁ ମିଳୁଛି। କଳାଧନ୍ଧାରେ ପକେଟ୍ ଗରମ କରିବା ପାଇଁ ନା କୌଣସି ପାସୱାର୍ଡ଼ ଦରକାର ନା କୌଣସି ଓଟିପିର ଝାମେଲା

  • Wednesday, 14 July 2021
naveen
କୋରାପୁଟ କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଦେଖି ଚେଇଁଲେ କି ଓଡ଼ିଶା ସରକାର?

ନିଜେ କୋଟିଆ ଯିବି, ଲୋକଙ୍କ କଥା ବୁଝିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋରାପୁଟର ବିବାଦୀୟ କୋଟିଆରେ ଭର୍ଚୁଆଲରେ ଆଜି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • Wednesday, 14 July 2021
matric-khabara
ମେ ୩ ରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା

ମେ ୩ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ରେ ସରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ମେ ୩ ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା ହେବ ବୋଲି ଜଣାଯାଇଛି।

  • Wednesday, 14 July 2021
police
ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ନିର୍ଯାତନା ଘଟଣା: ମୁଖ୍ୟ ଅଭିଯୁକ୍ତ ଅଟକ

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଅଟକ ରଖାଯାଇଛି। ସୁରେଶଙ୍କୁ ପୋଲିସ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ତେବେ ସୁରେଶ ପଳାସପଲ୍ଲୀ ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଥିବା ଜଣାପଡ଼ିଛି।

  • Wednesday, 14 July 2021
Trancpharency
ମାସ ମାସ ହେଲା ଇ-ଡେସପାଚରେ ଅପଲୋଡ୍ ହୋଇନି ବିଭାଗୀୟ ନିଷ୍ପତ୍ତି ସଂପର୍କିତ ଚିଠି

ପ୍ରଶାସନରେ ରହିବ ସ୍ୱଚ୍ଛତା, ବ୍ୟବହାର ହେବ ଅତ୍ୟାଧୁନିକ। ଜ୍ଞାନକୌଶଳ ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସିର ନାରା ଦେଇ ପଞ୍ଚମ ପାଳି ଆରମ୍ଭ କରିଥିଲା ବିଜେଡି ସରକାର। ଶାସନରେ ସ୍ୱଚ୍ଛତା ରଖିବା ଲାଗି ସରକାରଙ୍କ ନିଷ୍ପତ୍ତି ସଂପର୍କିତ ସବୁ ଚିଠି ଇ-ଡେସପ୍ୟାଚରେ ଅପଲୋଡ୍ କରିବାକୁ ସ୍ଥିର ହୋଇଥିଲା।

  • Wednesday, 14 July 2021
jharaphul
କେବେ ଫିଟିବ ଝରାଫୁଲ ନାୟକ ମୃତ୍ୟୁର ଗୁମର?

କେବେ ଫିଟିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁର ଗୁମର? ମୟୂରଭଞ୍ଜର ଯଶୀପୁର ବୃନ୍ଦେଇ ପୋଷୀର ଆଦିବାସୀ ଛାତ୍ରୀ ମୃତ୍ୟୁ ଘଟଣାକୁ ୮ ଦିନ ବିତିଥିଲେ ବି ଏଯାଏଁ ଘଟଣା ଉପରୁ ଉଠି ପାରୁନି ପରଦା

railways
ରେଳ ବଜେଟକୁ ନେଇ ଚାଲିଛି ରାଜନୀତି

ଚଳିତ ବର୍ଷ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୬, ୯୯୫ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ, ଯାହାକି ଗତବର୍ଷ ଅପେକ୍ଷା ୬୦ ପ୍ରତିଶତ ଅଧିକ। ପୂର୍ବତଟ ରେଲେଓ୍ୱ ପକ୍ଷରୁ ଆଜି ଏ ସଂପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଛି।

  • Wednesday, 14 July 2021
ValentinesDay
ସାବଧାନ! ଭାଲେଣ୍ଟାଇନସ୍ ଡେ'ରେ ଆପଣ ଠକାମୀର ହୋଇପାରନ୍ତି ଶିକାର, ଜାଣନ୍ତୁ କେମିତି?

ଭୁବନେଶ୍ୱର: ପାଖେଇ ଆସୁଛି ଭାଲେଣ୍ଟାଇନ ଡେ। ଏହି ସ୍ୱତନ୍ତ୍ର ଦିନକୁ ପାଳନ କରିବାକୁ ଯୁବ ପୀଢିମାନେ କେତେ କଣ ଯେ ଚିନ୍ତା କରିଥିବେ ତାହାକୁ ହୁଏତ ଆପଣ କଳ୍ପନା କରିନଥିବେ। କିଏ କିଛି ନିଆରା ଉପହାର ଦେବାକୁ ଚିନ୍ତା କରୁଥିବ ତ ଆଉ କିଏ ନୂଆ ସ୍ଥାନକୁ ବୁଲିବାକୁ ପ୍ଲାନ କରୁଥିବେ। ଏଠାରେ ଆମେ କହିରଖୁଛି ଯେ, ଆପଣମାନେ ସମସ୍ତେ ପ୍ରତିଦିନ ଗଣମାଧ୍ୟମରେ ଅନେକ ସ୍କାମ ବାବଦରେ ଖବର ଦେଖୁଥିବେ। ସୂଚନା ଅନୁସାରେ, TAJ ସମେତ ବିଳାସପୂର୍ଣ୍ଣ […]

  • Wednesday, 14 July 2021
jharaphula
ଭୁବନେଶ୍ୱରରେ ପହଞ୍ଚିଲା ରାକେଶ: ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ କେବେ ?

ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ଆଉ ଏହାରି ମଧ୍ୟରେ ଭୁବନେଶ୍ୱରରେ ପହଂଚିଲା  ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ। ଅଧିକ ଖୋଳତାଡ ଲାଗି ରାକେଶକୁ ଭୁବନେଶ୍ୱର ଅଣାଯାଇଥିବା ନେଇ ସୂଚନା ମିଳିଛି।

  • Wednesday, 14 July 2021
railway
ସିବିଆଇ ଜାଲରେ ରେଲୱେ ଅଧିକାରୀ, ଭିଜିଲାନ୍ସ ଜାଲରେ ଫରେଷ୍ଟର

ସିବିଆଇ ଜାଲରେ ପଡ଼ିଲେ ପୂର୍ବତଟ ରେଲ୍‌ୱେର ସିନିଅର ଟ୍ରାଭେଲିଂ ଇନ୍ସପେକ୍ଟର ରବି ନାରାୟଣ ରଥ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବି ନାରାୟଣ ରଥଙ୍କ ଘରେ ସିବିଆଇ ରେଡ଼୍ ହୋଇଥିବା ନେଇ ସୂଚନା ମିଳିଛି।

  • Wednesday, 14 July 2021
corona
୨୪ ଘଣ୍ଟାରେ ୬୦ ଆକ୍ରାନ୍ତ ଚିହ୍ନଟ, ପୁଣି ଥରେ ୧୦୦ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ୨୪ ଘଣ୍ଟାରେ ପୁଣି ୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

  • Wednesday, 14 July 2021