ନୂଆଦିଲ୍ଲୀ: ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଆସନ୍ତାକାଲିଠାରୁ ରିଜର୍ଭେସନ୍ କାଉଣ୍ଟରରେ ମିଳିବ ରିଜର୍ଭ ଟିକେଟ। ଏଥିସହ କମନ୍ ସର୍ଭିସ ସେଣ୍ଟର ଏବଂ ଏଜେଣ୍ଟଙ୍କ ଜରିଆରେ ମଧ୍ୟ ରିଜର୍ଭ ଟିକେଟ୍ ମିଳିପାରିବ। ଏ ନେଇ ଭାରତୀୟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରିଜର୍ଭେସନ୍ କାଉଣ୍ଟର ଖୋଲିବାକୁ ନେଇ ସମ୍ପୂର୍ଣ୍ଣ ନିଷ୍ପତ୍ତି ଜୋନାଲ୍ ରେଲେଓ୍ୱ ନେବେ। ଏହି ଅନୁସାରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ରୋଡ୍ ଡିଭିଜନର ୧୨ଟି ଷ୍ଟେସନରେ ରିଜର୍ଭେସନ୍ କାଉଣ୍ଟର […]
ଭୁବନେଶ୍ୱର: ଖୋର୍ଦ୍ଧା ବାଘମାରୀ ପୋଡ଼ାଡିହରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୧୦ ଆକ୍ରମଣକାରୀ ଚିହ୍ନଟ। ଆକ୍ରମଣକାରୀ ଚିହ୍ନଟ ନେଇ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ଲାଗି ଏସଡିପିଓଙ୍କ ନେତୃତ୍ୱରେ ୩ ଟିମ ଗଠନ କରାଯାଇଛି। ସାମାନ୍ୟ କଥାକଟାକଟିକୁ ନେଇ ଯୁବକ ଜଣଙ୍କୁ ନିର୍ଦ୍ଧୂମ ମାଡ଼ ମାରିଥିଲେ। ୧୦ରୁ ୧୨ ଯୁବକ ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ସଂଘବଦ୍ଧ ହୋଇ ମାଡ ମାରିଥିଲେ। ଠେଙ୍ଗା, ବାଡ଼ିରେ ମାଡ଼ ମାରିବା ସହ […]
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆକାଶ ମାର୍ଗରୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ। ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଭୁବନେଶ୍ୱର ଡିସିପି ଏନେଇ ଏୟାରପୋର୍ଟରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହାପୂର୍ବରୁ ଡିଜି ଇଣ୍ଟେଲିଜେନ୍ସ ସତ୍ୟଜିତ ମହାନ୍ତି, ଏଡିଜି-ହେଡକ୍ୱାର୍ଟର ସୌମେଦ୍ର ପ୍ରିୟଦର୍ଶୀ, […]
ଭୁବନେଶ୍ୱର: ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ହେଲିକେପଟରେ ଯାଇ ଆକାଶମାର୍ଗରୁ ବାତ୍ୟା ଅମ୍ପନରେ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବ୍ୟାପକ ଫସଲ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତାକାଲି ସକାଳ ସୁଦ୍ଧା ରାସ୍ତା ସଫା ହେବା ସହ ଯୋଗାଯୋଗ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ। ଯୁଦ୍ଧକାଳୀନ ଭିତ୍ତିରେ […]
ଭୁବନେଶ୍ୱର: କରୋନା ଓ ବାତ୍ୟା ସ୍ଥିତି ସତ୍ତ୍ୱେ ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। HSC, SOSC ଓ ମଧ୍ୟମା ପାଇଁ ଖାତା ମୂଲ୍ୟାୟନ ଆରମ୍ଭ ହେବ। ପୂର୍ବ ନିଷ୍ପତ୍ତି ଅନୁସାରେ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ସିଫ୍ଟରେ ଖାତା ଦେଖା ହେବ ଏବଂ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ମୋଦି। ଓଡ଼ିଶା ଗସ୍ତରେ ଆସି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି। ଏହାସହ ରାଜ୍ୟ ସରକାରଙ୍କ ସହ ବାତ୍ୟା କ୍ଷୟକ୍ଷତି ନେଇ ବୈଠକ କରିବା ସମ୍ଭାବନା ରହିଛି। ତେବେ ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଅମ୍ପନ ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ କ୍ଷୟକ୍ଷତି ଘଟିଛି। ସେପଟେ ଏଥିପାଇଁ ଡିଜି ଇଣ୍ଟେଲିଜେନ୍ସ ସତ୍ୟଜିତ ମହାନ୍ତି, ଏଡିଜି ହେଡକ୍ୱାର୍ଟର […]
ଭୁବନେଶ୍ୱର: ଅମ୍ପନ ବାତ୍ୟା ପରେ କ୍ଷୟକ୍ଷତି ଓ ସ୍ଥିତି ବାବଦରେ କ୍ୟାବିନେଟ ସଚିବ ରାଜୀବ ଗୌହାଙ୍କ ସହ ଆଲୋଚନା। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଏନେଇ ହୋଇଛି ଆଲୋଚନା ହୋଇଛି। ବାତ୍ୟାରେ ୮୯ ବ୍ଲକ ପ୍ରଭାବିତ ହୋଇଛି। ୧୫ଶହ ଗ୍ରାମପଞ୍ଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି। ବାତ୍ୟା ଅମ୍ପନ ସମୟରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କ୍ୟାବିନେଟ ସଚିବଙ୍କୁ ଏନେଇ ଅବଗତ କରିଛନ୍ତି। ମୁଖ୍ୟ ଶାସନ […]
ପୁରୀ: ବଢ଼ିଲା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ନେଇ ସମ୍ଭାବନା। ଅଳ୍ପ ସେବାୟତଙ୍କୁ ନେଇ ଚଳିତ ଥରର ସ୍ନାନ ଯାତ୍ରା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଆଜି ୧୦ଟି ନିଯୋଗର ସେବାୟତଙ୍କୁ ନେଇ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ମୁତାବକ, ଏଥର ସ୍ନାନ ପୂର୍ଣ୍ଣିମା ନେଇ ବରିଷ୍ଠ ସେବାୟତଙ୍କ ସହ ବୈଠକ ହୋଇଛି। କମ୍ ସଂଖ୍ୟକ ସେବାୟତ ସ୍ନାନ ନୀତିରେ ଯୋଗଦେବେ। ଏନେଇ ୨୫ ତାରିଖ ସୁଦ୍ଧା ସେବାୟତଙ୍କ […]
ଭୁବନେଶ୍ୱର: ଅମ୍ପନ ବାତ୍ୟାରେ କେନ୍ଦ୍ରାପଡ଼ା ସାତଭାୟାର ଜଣେ ମହିଳାଙ୍କର ମୃତ୍ୟୁ ନେଇ ସୂଚନା ମିଳିଥିବା ଟ୍ୱିଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମହିଳା ଜଣକ ହେଲେ ୫୭ ବର୍ଷୀୟା କୋଇଲି ବେହେରା। ତେବେ ସେ ବାତ୍ୟା ଆଶ୍ରୟସ୍ଥଳକୁ ନଯାଇ ଘରେ ଥିଲେ। ଘଟଣା ସଂପର୍କରେ ବୈଜୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇଥିବା ଲେଖିଛନ୍ତି। ଜିଲ୍ଲାପାଳ ଏନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବୈଜୟନ୍ତ ଟ୍ୱିଟ କରିଛନ୍ତି। ସେହପରି ବାତ୍ୟା ଅମ୍ପନ […]
ଭୁବନେଶ୍ୱର: ବାତ୍ୟା ଅମ୍ପନ IMDର ପୂର୍ବ ଆକଳନ ଅନୁଯାୟୀ ଗତି କରୁଛି। ଜଗତସିଂହପୁର ଦେଇ ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ। ଅପରାହ୍ନ ୪ଟାରୁ ୪.୩୦ ମଧ୍ୟରେ ଭୋଗରାଇ ଓ ତାଳସାରି ଅତିକ୍ରମ କରିବ। ରାତି ସାଢେ ୮ଟାରୁ ସାଢେ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ବାତ୍ୟା ଅମ୍ପନ ନେଇ ଏହି ତାଜା ସୂଚନା ଦେଇଛନ୍ତି SRC ପ୍ରଦୀପ କୁମାର ଜେନା। ବାତ୍ୟା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ପବନର ବେଗ ବଢିବ। […]
ଭୁବନେଶ୍ୱର: ବାତ୍ୟା ଅମ୍ପନ ପୂର୍ବାନୁମାନ କରାଯାଇଥିବା ଦିଗରେ ହିଁ ଗତି କରୁଛି। ଏହା ସକାଳ ୭ଟା ସୁଦ୍ଧା ପାରଦୀପଠାରୁ ୧୨୦ କିଲୋମିଟର ଦୂରରେ ରହିଛି। ଆଜି ଅପରାହ୍ଣରୁ ସଂଧ୍ୟା ଭିତରେ ଦୀଘା ଓ ହାତିଆ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଆଜି ସକାଳ ସୁଦ୍ଧା ବାତ୍ୟା ପ୍ରଭାବରେ ପାରାଦୀପରେ ସର୍ବାଧିକ ୧୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ପାରାଦୀପରେ ଘଣ୍ଟାପ୍ରତି ୯୬ କିଲୋମିଟର ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ସକାଳ ସୁଦ୍ଧା ଘଣ୍ଟାପ୍ରତି ୭୪ […]
ଭୁବନେଶ୍ୱର: ବାତ୍ୟା ଅମ୍ପନର ପ୍ରଭାବରେ ଆଜି ରାଜ୍ୟର ୧୩ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ାରେ ଜୋରଦାର ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସକାଳ ୫ଟା ୩୦ ଯାଏଁ ପ୍ରବଳ ବର୍ଷା ହେବା ନେଇ SRC ଟ୍ୱିଟ୍ କରି […]
ଭୁବନେଶ୍ୱର: ଅମ୍ପନର କରାଳ ରୂପରେ ଅଶାନ୍ତ ହେଉଛି ପାରାଦୀପ। ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛ ବର୍ଷା ପବନ। ପାରାଦୀପରେ ବର୍ତ୍ତମାନ ପବନର ବେଗ ୯୬ କିମି ଥିଲେ ବି ଏହା ୧୩୫ କିମି ଯାଏ ବଢିବା ନେଇ ସମ୍ଭାବନା ରହିଛି। ଅମ୍ପନର ପ୍ରଥମ ବଡ଼ ପ୍ରଭାବ ପାରାଦୀପ ଅଞ୍ଚଳରେ ପଡ଼ିଛି। ପାରାଦୀପ ଠାରୁ ୧୮୦ କିମି ଦୂରରେ ରହିଛି ଅମ୍ପନ। ଗତ ୬ ଘଣ୍ଟା ଧରି ପ୍ରାୟ ୧୧ ବେଗରେ ଗତି କରୁଛି ଅମ୍ପନ। […]
ଭୁବନେଶ୍ୱର: ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ରାଜ୍ୟର ସମୁଦ୍ର ଏବଂ ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ରାତି ୧୧ଟା ସୁଦ୍ଧା ୧ ଲକ୍ଷ ୬ ହଜାର ୪୭୬ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧୩ଟି ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସବୁଠୁ ଅଧିକ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦ ହଜାର ୯୭୦ ଜଣଙ୍କୁ ୮୨ଟି ସୁରକ୍ଷିତ ସେଲ୍ଟରକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ଭଦ୍ରକ ଜିଲ୍ଲାରୁ ୨୦ ହଜାର ୧୭୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱରରୁ ୧୯ ହଜାର […]
ଜଗତସିଂହପୁର: ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ଏହିକ୍ରମରେ ଜଗତସିଂହପୁରରେ ୯୦୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୧୨ଟି ଆଶ୍ରୟସ୍ଥଳୀରେ ରଖାଯାଇଥିବା ନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଜିଲ୍ଲାର ୯୦୭୬ ଲୋକ କେଉଁ ସ୍ଥାନରୁ କେଉଁଠି ସ୍ଥାନାନ୍ତର କରାଯାଇଛି, ସେନେଇ ସବିଷେଶ ତଥ୍ୟ ରଖିଛନ୍ତି। ବାଲିକୁଦାରୁ ୫୫୦ ଜଣ ୧୫ ଟି ଆଶ୍ରୟସ୍ଥଳୀରେ ରହିଛନ୍ତି। ଏରସମାରୁ ୨୫୦୧ ଜଣ ୩୪ଟି […]
ଭୁବନେଶ୍ୱର: ଆଜି ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅମ୍ପନ। ଭେରି ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଏହା ଉପକୂଳ ଆଡ଼କୁ ମାଡ଼ିଆସୁଛି। ଏବେ ପାରାଦୀପଠାରୁ ୨୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଅମ୍ପନ୍’। ଦୀଘାଠାରୁ ୩୯୦ କିଲୋମିଟର ଦୂରରେ ରହିଛି ଏହି ବାତ୍ୟା। ସମୁଦ୍ରରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅର୍ଥାତ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ସୁନ୍ଦରବନ ନିକଟରେ ସ୍ଥଳଭାଗ […]
ଭୁବନେଶ୍ୱର: ଏସଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବାତ୍ୟା ଅମ୍ପନ୍ ମୁକାବିଲା ଓ ଏନେଇ ପ୍ରସ୍ତୁତି ସମ୍ପର୍କରେ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାମାନଙ୍କ ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେସିଂରେ ଆଲୋଚନା କରିଛନ୍ତି। ବାତ୍ୟା ମୁକାବିଲା ନେଇ ଆଲୋଚନା କରିଛନ୍ତି। ବାତ୍ୟା ପୂର୍ବରୁ କିପରି ଲୋକେ ସୁରକ୍ଷିତ ରହିପାରିବେ ଓ ସ୍ଥାନାନ୍ତର ହୋଇପାରିବ, ସେନେଇ ଆଲୋଚନା କରିଥିଲେ। ଏହାସହ ସମ୍ଭାବ୍ୟ କ୍ଷୟକ୍ଷତି ପରେ କଣ […]
କେନ୍ଦୁଝର: ବଢ଼ିଲା କେନ୍ଦୁଝର ପାଟଣା ଥାନା ଆଇଆଇସି ସାରାଣୀ ଜେନାଙ୍କ ପାଇଁ ଅଡ଼ୁଆ। ଥାନାରେ ଯୁବକଙ୍କୁ ମାଡ଼ ଘଟଣାରେ ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ୍। ଏନେଇ ୪ ସପ୍ତାହରେ ରିପୋର୍ଟ ଦେବାକୁ ସନ୍ଧ୍ୟାରାଣୀଙ୍କୁ OHRC ନୋଟିସ୍ କରିଛନ୍ତି। ଏସମ୍ପର୍କରେ କେନ୍ଦୁଝର ଏସପିଙ୍କୁ ବି ଜବାବ ମାଗିଛନ୍ତି ମାନବାଧିକାର କମିଶନ୍। ତୁରନ୍ତ IIC ସନ୍ଧ୍ୟାରାଣୀଙ୍କ ଦରମାରୁ ୧୦ ହଜାର କାଟି ପୀଡ଼ିତଙ୍କୁ ୧୦ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ରାଜ୍ୟ ଗୃହ ସଚିବ […]
କଟକ: ସାବତ ମାର ସାଂଘାତିକ ନିର୍ଯାତନା। ୭ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବେ ଚେଙ୍କ ଦେଇଛି ସାବତ ମା। ସାବତ ମାର ସାଂଘାତିକ ନିର୍ଯାତନା। ୭ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବେ ଚେଙ୍କ ଦେଇଛି ସାବତ ମା। ଅଭିଯୋଗ ଆସିଛି କଟକ ସିଡିଏ ସେର-୭ ଅଞ୍ଚଳରୁ। ଘର କାମ ନକରିବାରୁ ଏବଂ ଦୁଷ୍ଟାମୀ କରୁଥିବାରୁ ଛୁରୀକୁ ତତାଇ ଶିଶୁଟିକୁ ଚେଙ୍କ ଦେଇଥିବା ସଂଗୀନ ଅଭିଯୋଗ ବି ଆସିଛି। ଚେଙ୍କ ପ୍ରଭାବରେ ଶିଶୁଟିର ମୁହଁ, ନାକ ଏବଂ ଓଠ […]
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରୁ ପୁଣି ଭାଇରାଲ ହେଲା ଟିକଟକ୍ ଭିଡିଓ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉଫୁଲା ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏହି ଭିଡିଓ ଭାଇରାଲ ହୋଇଥିବା କୁହାଯାଉଛି। ଏଠାରେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ୧୦୬ ଜଣ ରହୁଛନ୍ତି। ତେବେ ଏମାନଙ୍କ ଭିତରୁ ଗୋଟିଏ ରୁମରେ ଥିବା ୫ ଜଣ ଯୁବକ କ୍ୱାରେଣ୍ଟିନ୍ ଓ ସାମାଜିକ ଦୂରତ୍ୱ ନିୟମ ଭୁଲି ନାଚଗୀତ ଭିଡିଓ ସୁଟିଂ କରିଥିବା ଦେଖାଯାଉଛି। ପରେ ଭିଡିଓକୁ ଟିକଟକ ସୋସିଆଲ ମିଡିଆରେ ଅପଲୋଡ୍ କରିବାରୁ […]
ଭୁବନେଶ୍ୱର: ବାତ୍ୟା ଆସୁଛି। ବାତ୍ୟା ସମୟରେ ନିଜକୁ କିଭଳି ରଖିବେ ସୁରକ୍ଷିତ, କଣ କରିବେ, କଣ କରିବେ ନାହିଁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୂତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ବାତ୍ୟା ସମୟରେ ନିଜକୁ ସୁରକ୍ଷିତ ରଖନ୍ତୁ ଓ ପକ୍କା ଘର ଭିତରେ ରୁହନ୍ତୁ। ଯେଉଁମାନଙ୍କର ଚାଳ, ଟାଇଲ୍ ଓ ଆଜବେଷ୍ଟସ୍ ଘର ଅଛି ସେମାନେ ନିକଟସ୍ଥ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚାଲି ଯାଆନ୍ତୁ ଅଯଥା ଚାଳ, ଟାଇଲ୍ ଛପର ଘରେ ରହି ରିସ୍କ ନିଅନ୍ତୁ ନାହିଁ […]
ଭୁବନେଶ୍ୱର: ସମୁଦ୍ରରୁ ଉପକୂଳ ଆଡ଼କୁ ମାଡିଆସୁଛି ମହାବାତ୍ୟା ଅମ୍ପନ। ଏହା ପ୍ରଭାବରେ ଆଜି ରାତିରୁ ହିଁ ୫ଟି ଜିଲ୍ଲା ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ବର୍ଷା ଆରମ୍ଭ ହେବା ସହ ଘଣ୍ଟାପ୍ରତି ୪୫ରୁ ୫୫ ଏବଂ ବେଳେ ବେଳେ ୬୫ କିଲୋମିଟର ବେଗରେ ପବନ ହେବ। ଉପକୂଳ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନ ବହିବ। ତେବେ ୧୯ ଓ ୨୦ରେ […]
ଭୁବନେଶ୍ୱର: ୧୮୯୧ ପରଠୁ ଏପର୍ଯ୍ୟନ୍ତ ଯେତିକି ବାତ୍ୟା ହୋଇଛି, ତାହା ମଧ୍ୟରେ ୧୯୯୯ ମହାବାତ୍ୟା ସବୁଠୁ ବଡ଼। ସେହିପରି ୨୦୦୬ରେ ବାତ୍ୟା ଅଗ୍ନି ସବୁଠୁ ଛୋଟ। ୯୯ର ମହାବାତ୍ୟା ପରେ ଅମ୍ପନ ହେଉଛି ବଙ୍ଗୋପସାଗରରେ ୨ୟ ମହାବାତ୍ୟା ବୋଲି କହିଛନ୍ତି ଆଇଏମଡି ଡିଜି। ଗତ ୩ ଦଶନ୍ଧି ଧରି ବିଭିନ୍ନ ବାତ୍ୟାକୁ ନେଇ ଅଧିକ ତଥ୍ୟ ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ ୧୮୯୧ରୁ ଏଯାଏ ଯେତିକି ବାତ୍ୟା ହୋଇଛି ୯୯ ସବୁଠୁ […]
କେନ୍ଦୁଝର: ଥାନା ଭିତରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଯୁବକଙ୍କୁ ନିସ୍ତୁକ ମାଡ଼ ସାଙ୍ଗକୁ ଗୋଇଠା। ଏ ଦୃଶ୍ୟ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଏଭଳି ଅମାନୁଷିକ ଭାବେ ମାଡ଼ ମାରୁଥିବା ଏହି ମହିଳା ହେଉଛନ୍ତି ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନା। ଜମିବାଡ଼ି ବିବାଦକୁ ନେଇ ଯୁବକକଙ୍କୁ ଲାଠିରେ ନିସ୍ତୁକ ମାଡ ମାରୁଛନ୍ତି। ଏତିକିରେ ମନ ଶାନ୍ତ ହେଉନି ଗୋଇଠା ପରେ ଗୋଇଠା ମାରିଚାଲିଛନ୍ତି। ଆଇଆଇସିଙ୍କ ଏହି ମାଡ଼ର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ପୂର୍ବରୁ […]