ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ଅଶାନ୍ତ ହେଲାଣି ସମୁଦ୍ର, ବଢିଲାଣି ପବନର ବେଗ। ଧୀରେ ଧୀରେ ବର୍ଷାର ବେଗ ବି ବଢିଲାଣି। ଆଉ ଉଗ୍ର ହୋଇ ଉଠିଲାଣି ପ୍ରକୃତି
ବାତ୍ୟାକୁ ନେଇ ସରକାରୀ ସ୍ତରରେ ବଡ଼ ଧରଣର ଚାଲିଛି ପ୍ରସ୍ତୁତି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର।
ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା। ତେବେ ବାତ୍ୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଏସଆରସି। ସେ କହିଛନ୍ତି ଯେ, ବାତ୍ୟା ପବନ କମୁ କମୁ କିଛି ଲୋକ ଜେନେରେଟର ଲଗାଇଥାନ୍ତି। ତେଣୁ ଏହାଦ୍ୱାରା ବ୍ୟାକ୍ କରେଣ୍ଟ ଯାଏ, ଯେଉଁଥି ଲାଗି ବିଦ୍ୟୁତ୍ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ ଜେନେରେଟର ନଲଗାଇବା ଲାଗି ପରାମର୍ଶ ଦେଲେ ଏସଆରସି। ବାତ୍ୟା ପରେ ସକାଳ ୬ରୁ ସଂଧ୍ୟା ୬ ଯାଏ ଜେନେରେଟର ନଲଗାଇବାକୁ କହିଲେ ଏସଆରସି। ଏହାସହ ବାତ୍ୟାରେ […]
ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ SRC ପ୍ରଦୀପ ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୨ NDRF ଟିମ୍ ଆସିଯାଇଛି, ଆଜି ଆଉ ୩୦ ଟିମ୍ ଆସି ପହଞ୍ଚିବ। ଏହାସହ ଓଡ୍ରାଫ୍ ଟିମ୍ ୫୦ରୁ ୬୦ ଓ ଅଗ୍ନିଶମ ଟିମ୍ ୧୭୫ରୁ ୨ଶହ ପ୍ରସ୍ତୁତ ମଧ୍ୟ ରହିଛି।
ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। କେହି ହେଡକ୍ୱାର୍ଟର ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ଜଳସମ୍ପଦ ବିଭାଗ।
ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି। କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କଲା ପାଣିପାଗ ବିଭାଗ।
ୟାସ୍ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିପାରେ। ମଝିରେ ମଝିରେ ଏହା ୧୮୫ କି.ମି ମଧ୍ୟ ଛୁଇଁପାରେ। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡ଼ି
ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରର ଲଘୁଚାପ। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅବପାତ ବା ଡିପ୍ରେସନରେ ପରିଣତ ହେବ।
ରାଜ୍ୟରେ ଜାରି ରହିଛି ଦୁଇ ଦିନିଆ ସପ୍ତାହାନ୍ତ ସଟଡାଉନ୍। ଆଜି ସଟଡାଉନ୍ର ଦ୍ୱିତୀୟ ଦିନ, ଗତକାଲି ଭଳି ଆଜି ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି
କମିବାରେ ନା ନେଉନାହିଁ କରୋନା। ଆଜି ପୁଣି ରାଜ୍ୟରୁ ୧୨,୮୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭,୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୫,୬୫୭ ରହିଛି
ଦୁର୍ଗମ ଆଦିବାସୀ ଅଞ୍ଚଳକୁ ଛୁଇଁଛି କରୋନା। ବଣ୍ଡା ଓ ଡଙ୍ଗରିଆ କନ୍ଧଙ୍କ ଗାଁରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ଉଭୟ ଅଞ୍ଚଳକୁ ସିଲ୍ କରି ଟେଷ୍ଟିଂକୁ ବଢ଼ାଯାଇଛି। ହେଲେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ହାଟ ଉପରେ ନିର୍ଭର କରୁଥିବା ବଣ୍ଡା ଲୋକଙ୍କ ଘରେ ଏବେ ଖାଦ୍ୟ ସାମଗ୍ରୀର ଅଭାବ
ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଲୋକଙ୍କୁ ସ୍ଥାନାନ୍ତରିତ,ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଅବପାତର ରୂପ ନେବ। ଏହାପରେ କେଉଁ ଦିଗରେ ମୁହାଁଇ ସ୍ଥଳ ଭାଗକୁ ଆସିବ ସେନେଇ ଭାରତୀୟ ପାଣିପାଗ ବିଭାଗ ତରଫରୁ ସ୍ପଷ୍ଟ ସୂଚନା ଦିଆଯାଇପାରେ
ଲକଡାଉନ୍ ଓ ସଟଡାଉନ୍ କିଛି ମାନୁନି କରୋନା। ରାଜ୍ୟରେ ବଢିଚାଲିଛି ସଂକ୍ରମଣ। ଆଶା କରାଯାଉଥିଲା କଟକଣା କଡ଼ାକଡ଼ି ହେବା ପରେ ସଂକ୍ରମଣ କମିବ। ମାତ୍ର ଉଭୟ ପଜିଟିଭ୍ ଓ ମୃତ୍ୟୁରେ ଆଜି ସବୁ ରେକର୍ଡ ଭାଙ୍ଗିଛି ମହାମାରୀ
ବେଳ ଥାଉ ଥାଉ ସତର୍କ,ସଜାଗ ହେଲାଇଣି ପ୍ରଶାସନ। ସଜ ହେଲାଣି ସାଜସରଞ୍ଜାମ, ମହାମାରୀର ମହାବିପତ୍ତି ବେଳେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି
କରୋନାରେ ସଂକ୍ରମିତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ IFS ଅଭୟକାନ୍ତ ପାଠକ। ଉଭୟଙ୍କୁ ଝାରପଡ଼ା ଜେଲରରେ ଆଇସୋଲେସନରେ ରଖାଯାଇଛି। କାଲି ଝାରପଡ଼ା ଜେଲରେ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ କରୋନା ସଂକ୍ରମିତ।
ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର, ଓ NDRF ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ଏହି ବୈଠକରେ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାପାଳ ମଧ୍ୟ ସାମିଲ ହୋଇଛନ୍ତି।
ଗୋଟେ ପଟେ ଛଟପଟ ହେଉଛନ୍ତି ରୋଗୀ, ଅନ୍ୟପଟେ ଖତ ଖାଉଛି ଭେଣ୍ଟିଲେଟର। ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଗୁରୁତର ରୋଗୀଙ୍କୁ ଭେଣ୍ଟିଲେଟର ମିଳୁନଥିବା ବେଳେ, କନା ଢାଙ୍କି ଗଦା ହୋଇଛି ଭେଣ୍ଟିଲେଟର।
ଆସୁଛି ବାତ୍ୟା। ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ତେବେ ଏହାରି ମଧ୍ୟରେ ବାତ୍ୟାକୁ ନେଇ ଓଟିଭିକୁ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ, ୨୫ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।
କରୋନା ମହାମାରୀବେଳେ ବାତ୍ୟା ଆସୁଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। ବାତ୍ୟା ଆସୁଥିବାରୁ ବର୍ଷା ହେବ। ବର୍ଷାରେ ଓଦା ହେଲେ ରୋଗ ପ୍ରତିରୋଧକ ଶକ୍ତି କମିଥାଏ ଓ ସଂକ୍ରମଣ ହେବାର ସମ୍ଭାବନା ଥାଏ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ପୁରା ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ଏ ନେଇ ସୂଚନା ଦେଇ ଏସଆର୍ସି ପ୍ରଦୀପ ଜେନା। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଆଜି IMD, NDMA ସଦସ୍ୟଙ୍କ ସହ ବୈଠକ ହୋଇଛି।
ଭାରତରେ ଅକ୍ସିଜେନ ଜନିତ ସମସ୍ୟା ଯୋଗୁଁ କରୋନା ରୋଗୀଙ୍କ ମୃତ୍ୟୁ ଖବରରେ ବ୍ୟଥିତ ହୋଇ ମହାନତା ଦେଖାଇଲେ ପ୍ରବାସୀ ଓଡିଆ
ମହାମାରୀର ମହାବିପଦ ଏମିତି ମାଡ଼ି ଆସିଲା ଯେ, ଗତ ୧୨ ଦିନ ଭିତରେ ଉଜାଡ଼ି ଦେଲା ଶିଳ୍ପୀଙ୍କ ପରିବାରକୁ। ବଡ଼ପୁଅ ଯଶୋବନ୍ତ ମହାପାତ୍ର କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ
ବାୟୋ ବବଲ୍ ବା ଜୈବ ଫୋଟକାର ସୁରକ୍ଷା ବଳୟ ଭିତରେ ଚାଲିବ ରଥ ନିର୍ମାଣ। ରଥ କାମରେ ନିୟୋଜିତ ସେବାୟତଙ୍କ ଭିତରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ଉଦ୍ୟମ ହେଉଛି।
ପଶ୍ଚିମରେ ତାଉତେ ପରେ ପୂର୍ବ ଭାରତକୁ ଡରାଇଲାଣି। ସମ୍ଭାବ୍ୟ ବାତ୍ୟା ୟାସ୍ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି IMD