ଅକ୍ସିଜେନ ପାଇଁ ରାଜ୍ୟରେ ଟାସ୍କଫୋର୍ସ ଗଠନ ହୋଇଛି। ଅକ୍ସିଜେନ ଆବଶ୍ୟକତା ଓ ପରିଚାଳନା ପାଇଁ ଟାସ୍କଫୋର୍ସ ଟାସ୍କ ଫୋର୍ସ ଗଠନ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ସିଜେନ ଯୋଗାଣ ବ୍ୟବସ୍ଥା କେମିତି ଚାଲିଛି ତାହାକୁ ନେଇ ଏଣିକି ପ୍ରତି ଘଣ୍ଟାରେ ତର୍ଜମା କରାଯିବ
ଖୋର୍ଦ୍ଧା ଜିଲ୍ଲାରେ ଅମାନିଆଙ୍କୁ ସାବାଡ କରିବାକୁ ଓ ଅଯଥା ଭିଡ଼ କମାଇବାକୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଫୁଟ୍ ପାଟ୍ରୋଲିଂ। ନୂଆ ବସଷ୍ଟାଣ୍ଡଠାରୁ ଚାଲି ଚାଲି ପାଟ୍ରୋଲିଂ ଟିମ୍ ସହର ଭିତରେ ଅଯଥାରେ ବୁଲୁଥିବା ଲୋକଙ୍କୁ ଫାଇନ୍ କରିଛି।
ସମ୍ବଲପୁର ବୁର୍ଲା ଭିମସାର୍ କୋଭିଡ୍ ହସ୍ପିଟାଲ ICUରେ ନାଚିଲେ ଡାକ୍ତର ଓ ନର୍ସ। ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ଲାଗି ବିଭିନ୍ନ ଗୀତର ତାଳେ ତାଳେ ନାଚିଛନ୍ତି ଡାକ୍ତର ଓ ନର୍ସ
ଗ୍ରାମାଞ୍ଚଳରେ ବଢୁଥିବା କରୋନା ସଂକ୍ରମଣ ଉପରେ କେମିତି ଲାଗିବ ରୋକ୍? ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏ ଚିନ୍ତା ଘାରିଥିବା ବେଳେ ସ୍ଥିତି ମୁକାବିଲା ପାଇଁ ଗାଁରେ ଗାଁରେ ବ୍ୟାପକ ହୋଇଛି ସଂକ୍ରମଣ ବିରୋଧୀ ଅଭିଯାନ
ଖାଲି ସୁନ୍ଦରଗଡ଼ କାହିଁକି, ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ଶ୍ମଶାନ ଓ କଟକର ସତୀଚୌରା ଶ୍ମଶାନରେ ସମାନ ଅବସ୍ଥା। ଏଠିବି ସମାନ ଦୃଶ୍ୟ, ଏକାଥରେ ଜଳୁଛି ୪-୫ଟି ଜୁଇ
ଗୋଟିଏ ବାତ୍ୟା ନ ଯାଉଣୁ ଆଉ ଏକ ବାତ୍ୟାର ପଦଧ୍ୱନୀ ଶୁଣିବାକୁ ମିଳିଲାଣି। ପଶ୍ଚିମ ଉପକୂଳରେ ବାତ୍ୟା ତାଉତେ ରଚିଥିବା ଧ୍ୱଂସଲୀଳାର ଆକଳନ ସରିବା ଆଗରୁ ପୂର୍ବ ଉପକୂଳରେ ଆଉ ଏକ ବାତ୍ୟା ଦାନା ବାନ୍ଧିଲାଣି।
ଭୁବନେଶ୍ୱର: ମେ ୨୪ରୁ ରାଜ୍ୟବ୍ୟାପୀ ଘର ଘର ବୁଲି ସର୍ଭେକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS ଚିଠି କରିଛନ୍ତି। ପ୍ରତିଦିନ ଘର ଘର ବୁଲି ଜ୍ୱର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ବୋଲି ସୂଚନା ମିଳିଛି। ଏହାସହ ଆକ୍ରାନ୍ତଙ୍କୁ ଔଷଧ ବ୍ୟବସ୍ଥା କରିବା ସହ ଆବଶ୍ୟକ ସ୍ଥଳେ ହସ୍ପିଟାଲ ପଠାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଲକ୍ଷଣ ଥିଲେ ନିକଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଟେଷ୍ଟିଂ କରାଇବେ ଏବଂ ଲିଫ୍ଲେଟ୍ […]
ନିଶାସକ୍ତ ପୁତୁରାର କଟୁରୀ ଚୋଟରେ ଦାଦାର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲ ବରୀ ରାମଚନ୍ଦ୍ରପୁର ଥାନା ରମ୍ପା ଗ୍ରାମରେ। ମୃତକ ଜଣକ ହେଉଛନ୍ତି, ଦେବେନ୍ଦ୍ର ବାହାଲିଆ
ରାଜ୍ୟରେ ଆଜି ଆଉ ୧୦ ହଜାର ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୪୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
କରୋନାରୁ ସୁସ୍ଥ ହେଲା ପରେ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମଣ ହେଉଛନ୍ତି ଅନେକ ଲୋକ। ତେବେ ଏହି ଘଟଣା ଜଣାପଡିବା ପରେ ଅନେକ ଚିନ୍ତାରେ ଅଛନ୍ତି।
ଲକଡାଉନ୍ ବଢ଼ିବା ପରେ ମୋ ବସ୍ ସେବାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଭୁବନେଶ୍ୱରର କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ପ୍ରେସମିଟ୍। କହିଲେ, ଗତ ଦୁଇ ତିନି ଦିନ ହେଲା ଭୁବନେଶ୍ୱରରୁ ଏକ ହଜାର ପାଖାପାଖି କେସ୍ ଆସୁଛି। 'ଏବେ ଆମ ପାଖରେ ୩୫୫୩ ବିଭିନ୍ନ ବିଭାଗର ବେଡ୍ ଅଛି'। ୫୩୧ ଆଇସିୟୁ, ୮୩୬ ଏଚଡିୟୁ, ୨୧୮୬ ସାଧାରଣ ବେଡ୍ ରହିଛି।
ସଂକ୍ରମଣ ବଢିବା ପରେ ତତ୍ପରତା ଦେଖାଇଲା ପ୍ରଶାସନ। କୋଭିଡ ନିୟମ ଉଲ୍ଲଘଂନ କରି କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଥିବା କଳିଙ୍ଗ ବିକାଶ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ସିଲ୍ କଲା ପ୍ରଶାସନ
ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଏହି ଟିକା ଆସିଛି। ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା। ଇଣ୍ଡିଗୋ ବିମାନରେ ଏହି ଟିକା ସବୁ ପହଞ୍ଚିଥିବା ସୂଚନା ମିଳିଛି। ସୋମବାରରୁ କେବଳ ବିଏମ୍ସି ଅଞ୍ଚଳରେ ହେବ ଟିକାକରଣ ।
କରୋନାର କଷ୍ଟ ଭିତରେ ବଢୁଛି ମାନସିକ ଚାପ, ବଢୁଛି ମାତ୍ରାଧିକ ଭୟ। ବିଷାଦଗ୍ରସ୍ତ ହୋଇ କେଉଁଠି ନା କେଉଁଠି ଆତ୍ମୀୟ ସ୍ୱଜନଙ୍କୁ ହରାଇ ବସୁଛନ୍ତି ଲୋକେ।
ନୂଆ ସଂକ୍ରମଣରେ ଲଗାମ ନାହିଁ। କି ଟିକା ଟେନସନରେ ବିରାମ ବି ନାହିଁ। କେଉଁଠି କରୋନା ସଂଜୀବନୀ ନେବାକୁ ଲମ୍ବା ଲାଇନ୍ ତ ପୁଣି କେଉଁଠି ଟିକା ନଥିବାରୁ ଭ୍ୟାକ୍ସିନେସନ ବନ୍ଦ ଲେଖି କାନ୍ଥରେ ଲାଗିଛି ନୋଟିସ୍। ଏମିତି ଦୃଶ୍ୟ ସମ୍ବଲପୁର ସହର ହସ୍ପିଟାଲରେ ଦେଖିବାକୁ ମିଳିଛି।
କରୋନାକୁ ନେଇ ପ୍ରେସମିଟ୍ କଲେ ସ୍ୱାସ୍ଥ୍ୟ ବିଭାଗର ACS। କହିଲେ, କୋଭିଡ୍ ନିୟମ ମାନିଲେ ହିଁ କରୋନାକୁ ଆମେ ରୋକିପାରିବା। ଦ୍ୱିତୀୟ ଲହରୀ ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ। ଦେଶରେ ୮ ଦିନ ହେଲା ୩.୫ ଲକ୍ଷରୁ ଅଧିକ କେସ୍ ଆସୁଛି
ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ। କମିଶନରେଟ୍ ପୋଲିସ୍ ସ୍ପେଶାଲ ସ୍କ୍ୱାର୍ଡ଼ କଲା ଏନକାଉଣ୍ଟର। ସୂଚନା ଅନୁସାରେ, ବାବୁର ବାମ ଗୋଡ଼ରେ ଗୁଳି ବାଜିଛି। ପୋଲିସ ଗୁଳିରେ ଆହତ ହୋଇ SCB ମେଡିକାଲରେ ଭର୍ତ୍ତି ହୋଇଛି।
ରାଜ୍ୟରେ ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି। କେତେବେଳେ ସଂକ୍ରମଣ ତ କେତେବେଳେ ବଢୁଛି ମୃତ୍ୟୁସଂଖ୍ୟା। ରାଜ୍ୟବାସୀଙ୍କ ପାଇଁ ମହାମାରୀ ଦୈନିକ ସତର୍କ ଘଣ୍ଟି ବଜାଉଥିବା ସତ୍ତ୍ୱେ କିଛି ଲୋକ ଏବେ ବି ବେଫିକର, ବେପରବାୟ ଅଛନ୍ତି।
ବାରିପଦାରୁ ବାଲେଶ୍ୱର, କଟକରୁ କୋରାପୁଟ ସବୁଠି ସମାନ ଚିତ୍ର ଦେଖିବାକୁ ମିଳିଛି। ଟିକାର ଅଭାବ ଯୋଗୁଁ ଟିକାକରଣ ଅଭିଯାନରେ ବାଧା ଉପୁଜିଛି। ଆଜି ୧୨ଟି ଜିଲ୍ଲାରେ ବନ୍ଦ ରହିଛି କୋଭିଡ୍ ଭ୍ୟାକ୍ସିନେସନ୍
କରୋନାକୁ ନେଇ ପ୍ରେସମିଟ୍ କଲେ ପୋଲିସ ମହାନିର୍ଦ୍ଦେଶକ। କହିଲେ, କରୋନାକୁ ରୋକିବାକୁ ହେଲେ ମାସ୍କ ପିନ୍ଧିବା ନିହାତି ଦରକାର। ଏହାସହ ସାମାଜିକ ଦୂରତା ପିନ୍ଧିବା ମଧ୍ୟ ନିହାତି ଦରକାର ବୋଲି କହିଲେ ପୋଲିସ ଡିଜିପି ଅଭୟ।
ପିପିଲି ଲାଗି କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା। ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲିର କଂଗ୍ରେସ ପ୍ରାର୍ଥୀ। ବିଶ୍ୱକେଶନଙ୍କ ନାଁ ଘୋଷଣା କଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ।
ରାଜ୍ୟରେ ଲଗାତର ଦୁଇ ଦିନ ଧରି ସଂକ୍ରମଣର ୬ ହଜାର ଟ୍ରେଣ୍ଡ ରହିଛି। ପ୍ରତିଦିନ ନୂଆ ନୂଆ ଅଲୋଡ଼ା ରେକର୍ଡ। ହେଲେ, ଏହାର ଶେଷ କେଉଁଠି?
ସାଘାଂତିକ ଭାବେ ସଂକ୍ରମଣ କରିବାର କ୍ଷମତା ଥିବା ବେଙ୍ଗଲ ଷ୍ଟ୍ରେନକୁ ଜଗିବାକୁ ପୁରା ସଜାଗ ହୋଇଛନ୍ତି ସରକାର। ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ପରେ ଆଜିଠୁ ପଶ୍ଚିମବଙ୍ଗର ଦୁଇ ମୁଖ୍ୟ ପ୍ରବେଶପଥ ଉଦୟପୁର ଓ ଲକ୍ଷ୍ମଣନାଥ ସହ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାରେ ଆରମ୍ଭ ହୋଇଛି କଡ଼ାକଡ଼ି କୋଭିଡ୍ ଯାଞ୍ଚ।
କରୋନା ଲଢ଼େଇରେ ବଡ଼ ଆଶ୍ୱସ୍ତି ଆଣିଥିବା କରୋନା ଟିକାକୁ ନେଇ ରାଜ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। କାରଣ ମେ୧ରୁ ରାଜ୍ୟ ସରକାର ଆଉ ଘରୋଇ ହସ୍ପିଟାଲକୁ ଯୋଗାଇବେନି କରୋନା ଟିକା। ଟିକା ଉତ୍ପାଦନକାରୀ କମ୍ପାନୀଙ୍କଠାରୁ ଘରୋଇ ହସ୍ପିଟାଲ୍ ଗୁଡ଼ିକ ସିଧାସଳଖ ଟିକା କିଣିବେ