• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

manjula
ଓଟିଭିରେ ଖବର ପ୍ରସାରଣ ପରେ ପଶିଲା ଚେତା,ମଞ୍ଜୁଳାକୁ ମିଳିଲା ସହାୟତା

ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ।

exam
ଏବର୍ଷ ହେବନି ଯୁକ୍ତ ୩ ଓ ପିଜି ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୩ ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବନାହିଁ। ସେହିପରି ପିଜି  ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ମଧ୍ୟ ହେବନାହିଁ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା   ଦେଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନା ପରେ ମନ୍ତ୍ରୀ ଏହା କହିଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟ ବିକଳ୍ପ ବ୍ୟବସ୍ଥା ଦ୍ୱାରା ସେମାନଙ୍କୁ ପରବର୍ତ୍ତୀ ସେମିଷ୍ଟରକୁ ଉନ୍ନୀତ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ଲୋକସେବା ଭବନରେ ଉଚ୍ଚଶିକ୍ଷା […]

  • Wednesday, 14 July 2021
pang
ଧରାପଡ଼ିଲେ ଦୁଇ ବଜ୍ରକାପ୍ତା ମାଫିଆ

କଟକ: ଆଠଗଡ ବନଖଣ୍ଡରେ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ୍। ବଡମ୍ବା ନିକଟ ମହୁଲିଆ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ ନେଇ ରେଢାଖୋଲରୁ ଦୁଇ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ବିପୁଳ ବଜ୍ରକାପ୍ତା କାତି ଜବତ କରାଯାଇଛି। କିଛି ଦିନ ତଳେ ଛୋଟ ବଜ୍ରକାପ୍ତା ଚାଲାଣ ବେଳେ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଏହି ବଜ୍ରକାପ୍ତା ଚୋର ଚାଲାଣରେ ଏବେ ସୁଦ୍ଧା ମୋଟ ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଥିବା […]

  • Wednesday, 14 July 2021
rail-line
ଇୟର ଫୋନ୍ ଲଗାଇ ରେଳ ଧାରଣାକୁ ଚାଲିଆସିଲେ ଯୁବକ, ତା' ପରେ...

ନୂଆପଡା: ମୋବାଇଲ୍ ହେଲା କାଳ। ମୋବାଇଲରେ ଗପିଗପି ରେଳ ଧାରଣା ଉପରକୁ ଚାଲିଯିବା ପରେ ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ସିଆଲଟି ଅଞ୍ଚଳରେ। ମୃତ ଯୁବକଙ୍କ ନାଁ କ୍ଷୀରମୋହନ ମାଝୀ। ସେ କାନରେ ଇୟର ଫୋନ୍ ଲଗାଇ ମୋବାଇଲ୍ରେ ଗପି ଗପି ରେଳ ଧାରଣା ଉପରକୁ ଚାଲିଯାଇଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଆଜି ସକାଳୁ ରେଳ ଧାରଣାରୁ […]

  • Wednesday, 14 July 2021
girl
କ୍ୱାରେଣ୍ଟିନ୍ ସେଣ୍ଟରରେ ଯୁବତୀଙ୍କୁ ଅସଦାଚରଣ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ିର ଏକ କ୍ୱାରେଣ୍ଟିନ ସେଣ୍ଟରରେ ଯୁବତୀଙ୍କୁ ଅସଦାଚରଣ। ଅଭିଯୋଗ ରାତିରେ ଦୁଇ ଜଣ ଯୁବତୀ ଶୌଚାଳୟ ଯାଇଥିବା ବେଳେ ଜଣେ ଯୁବକ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଯୁବତୀ ଜଣକ ପାଟି କରିବାକୁ ସଂପୃକ୍ତ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ବିଡିଓଙ୍କୁ ଜଣାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ପ୍ରକାଶଥାଉକି, ଦାରିଙ୍ଗବାଡ଼ି ସ୍ଥିତ […]

  • Wednesday, 14 July 2021
mada
ମଦ ପାଇଁ ଡ଼ହଳବିକଳ, ବୋହିନେଲେ ପେଟି ପେଟି ମଦ

ଭୁବନେଶ୍ୱର: ସରକାରଙ୍କ ନାକତଳେ ନିୟମକୁ ଫୁ ଅନଲାଇନରେ ମଦ ବିକ୍ରି ହେବ ବୋଲି ସରକାର କରିଥିବା ନିୟମକୁ ଆଜି ସକାଳୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ମଦ ଦୋକାନୀ ଦୋକାନ ଖୋଲି ଅଫଲାଇନରେ ମଦ ବିକ୍ରି ହେବା ମାତ୍ରେ ସାମାଜିକ ଦୂରତାର ଧଜିଆ ଉଡାଇ ପୋଲିସ ଉପସ୍ଥିତିରେ ପେଟି ପେଟି ମଦ ବୋହି ନେଇଗଲେ ଗ୍ରାହକ। ସକାଳ ୭ଟା  ରାଜଧାନୀରେ ମଦ ଦୋକାନ ଖୋଲୁ ଖୋଲୁ ଲାଗିଗଲା ଗ୍ରାହକଙ୍କ ଗହଳି। ଦୁଇ ମାସ ପରେ ଦୋକାନ ଖୋଲିଥିବାରୁ ଆଗତୁରିଆ […]

  • Wednesday, 14 July 2021
hotel
ବିମାନ ଚଳାଚଳ ପରେ ହୋଟେଲ ଖୋଲିବାକୁ ହାରୋର ନିବେଦନ

ଭୁବନେଶ୍ୱର: ଭୁବନେଶ୍ୱରକୁ ଆଜିଠୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବା ପରେ ହୋଟେଲ ଖୋଲିବା ନେଇ ଉଠିଲା ଦାବି। ଭୁବନେଶ୍ୱରରେ ହୋଟେଲ ବୁକିଂ ପାଇଁ ଗ୍ରାହକଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଥିବାରୁ ଏ ନେଇ ବିଏମସି କମିଶନରଙ୍କୁ ଚିଠି ଲେଖିଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ୍  ଆସୋସିଏସନ୍  ଅଫ୍  ଓଡ଼ିଶା (ହାରୋ)। ଆଜି ଭୁବନେଶ୍ୱରକୁ ଗୋଟିଏ ବିମାନ ସେବା ଆରମ୍ଭ କରିଥିବା ଏବଂ ଆଗାମୀ ଦିନରେ ଆଉ ଦୁଇଟି କମ୍ପାନୀ ପକ୍ଷରୁ ବିମାନ ସେବା ଆରମ୍ଭ ହେବା ନେଇ […]

  • Wednesday, 14 July 2021
fire
ତାତିରେ ଜଳୁଛି ସାରା ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୩ ସହର

ଭୁବନେଶ୍ୱର: ତାତିରେ ଜଳୁଛି ସାରା ଓଡ଼ିଶା। ଆଜି ବି ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା। ସେଠାରେ ତାପମାତ୍ରା ଥିଲା ୪୫.୫ ଡିଗ୍ରୀ ସେଲସିୟସ୍। ୪୦ ଡିଗ୍ରୀ ଉପରେ ରାଜ୍ୟର ୧୩ଟି ସହର ତାପମାତ୍ରା ଥିଲା।  ୪୩ ଉପରେ ରହିଥିଲା ୯ଟି ସହର। ତାଳଚେର ୪୪.୯, ବଲାଙ୍ଗିର ୪୪.୮, ଭବାନୀପାଟଣା ୪୪.୬, ଝାରସୁଗୁଡ଼ା ୪୪.୨, ଅନୁଗୁଳ ୪୩.୫, ସମ୍ବଲପୁର ୪୩.୩, ହୀରାକୁଦ ୪୩.୩, ବୌଦ୍ଧ ୪୩.୨, ସୋନପୁର ୪୨.୨, ମାଲକାନଗିରି ୪୨, ସୁନ୍ଦରଗଡ଼ ୪୧.୪ ଓ […]

  • Wednesday, 14 July 2021
nandan
କାଲିଠୁ ଟ୍ୱିନ୍‌ ସିଟିରେ ଗଡ଼ିବ 'ମୋ ବସ୍'

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଚାଲିବ ମୋ ବସ୍। ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍‌ରେ ଚାଲିବ ମୋ ବସ୍। ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ। ତେବେ ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ଚାଲିବ। ସେହିପରି ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ, ଡୁମୁଡୁମା-ମଞ୍ଚେଶ୍ୱର ଚାଲିବ। ଏବେ ମୋ ବସ୍ ଏବେ ଶ୍ରମିକଙ୍କୁ ନେବା ଆଣିବା କରୁଛି।

  • Wednesday, 14 July 2021
shakti
ଶକ୍ତି ଦେଖାଇଲା ମାଓବାଦୀ: ଜଙ୍ଗଲ ଭିତରେ ଏନକାଉଣ୍ଟର ବେଳର ଭିଡିଓ ଜାରି

ମାଲକାନାଗିରି: ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ଼ ସୁକମା ଜଙ୍ଗଲରେ ହୋଇଥିବା ପୋଲିସ-ମାଓବାଦୀ ଏନକାଉଣ୍ଟର ବେଳର ଭିଡିଓ ଜାରି କଲା ସିପିଆଇ ମାଓବାଦୀ ଦଣ୍ଡକାରଣ୍ୟ ସଂଗଠନ। ମୀନପା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ସମୟ ସହ ତା ପରବର୍ତ୍ତୀ ସମୟର ଚିତ୍ରକୁ ନେଇ ଏକ ୧୨ ମିନିଟ୍ ଅବଧିର ଭିଡିଓ ଜାରି କରିଛି ଦଣ୍ଡକାରଣ୍ୟ ମାଓ ସଂଗଠନ। ଯେଉଁଥିରେ ଏନକାଉଣ୍ଟର ବେଳେ ଗୁଳି ବିନିମୟ ସହ ପରେ ସହିଦ ଯବାନଙ୍କ ମୃତଦେହ ପଡିଥିବା ବେଳର ଦୃଶ୍ୟ ରହିଛି। ଏହା […]

  • Wednesday, 14 July 2021
migg
ବିନା ସୂଚନାରେ ଓଡ଼ିଶା ଆସୁଛନ୍ତି ୨୦ ହଜାର ପ୍ରବାସୀ

ଭୁବନେଶ୍ୱର: ଏସଆରସି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀଙ୍କ ସଂପର୍କରେ ପ୍ରାଶାସନିକ ଅଧିକାରୀ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଛି। ଟ୍ରେନ ଯୋଗେ ଏବେ ଅନେକ ପ୍ରବାସୀ ଆସୁଛନ୍ତି। ଏଣୁ ସେମାନେ ଆସିବା ସମ୍ପର୍କରେ ଆଗୁଆ ସୂଚନା ନଦେଲେ ସମସ୍ୟା ଦେଖା ଦେଇପାରେ ବୋଲି ସେ କହିଛନ୍ତି। ବିନା ସୂଚନାରେ ତେଲେଙ୍ଗାନାରୁ ଆସୁଛନ୍ତି ୨୦ ହଜାରରୁ ଅଧିକ ପ୍ରବାସୀ। ୧୨ଟି ଟ୍ରେନରେ ସେମାନେ ଓଡ଼ିଶା ଫେରୁଥିବା ବେଳେ, ଏନେଇ […]

  • Wednesday, 14 July 2021
trick
କେନ୍ଦୁଝରରେ ଅଟକି ରହିଛି ପାରାଦୀପର ଶହ ଶହ ଗାଡ଼ି

କେନ୍ଦୁଝର: ଲୁହାପଥର ଅନଲୋଡ ନେଇ ପାରାଦୀପ ଓ କେନ୍ଦୁଝର ଟ୍ରକ ମାଲିକ ସଂଘ ମଧ୍ୟରେ ଛକାପଞ୍ଝା ସ୍ଥିତି। ପାରାଦୀପ ଟ୍ରକ ମାଲିକ ସଂଘର ଦାଦାଗିରିକୁ ବିରୋଧ କରି କେନ୍ଦୁଝରରେ ଅଟକି ରହିଛି ପାରାଦୀପ ଅଞ୍ଚଳର ଶହ ଶହ ଗାଡ଼ି। ପାରାଦୀପ ପୋର୍ଟରେ ଅନଲୋଡିଂ ପାଇଁ ଯାଉଥିବା ଗାଡିଗୁଡିକ ଧାଡିରେ ଯାଇ ସିରିଏଲ ଅନୁସାରେ ଖାଲି କରିବାର ନିୟମ ରହିଛି। ହେଲେ ସେଠାକାର ମାଲିକ ଓ ସଂଘର କର୍ମକର୍ତ୍ତା ସିରିଏଲ ବ୍ରେକ୍ କରି ନିଜ ନିଜ ଅଞ୍ଚଳ ଗାଡିଗୁଡିକୁ […]

  • Wednesday, 14 July 2021
cuttack
କାଲିଠୁ କଟକରେ ଅନଲାଇନ୍ ମଦ ବିକ୍ରି

ଭୁବନେଶ୍ୱର: ଅନଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଲାଗିରହିଥିବା ଟଣାଓଟରା ଭିତରେ ଶେଷରେ ହଁ ମାରିଲା କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ। ଆସନ୍ତାକାଲିଠାରୁ କଟକରେ ଅନଲାଇନରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି। କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି ନୁହଁ, ବରଂ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିଁ ଗ୍ରାହକଙ୍କୁ ମଦ ଡେଲିଭରି ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ଆସନ୍ତାକାଲିଠୁ ସକାଳ ୭ଟାରୁ ଦିନ […]

  • Wednesday, 14 July 2021
migrants
ଚେନ୍ ପୁଲ୍ କରି ଟ୍ରେନରୁ ଛୁ ମାରିଲେ ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର: ଚେନ୍ ପୁଲ୍ କରି ଛୁ ମାରିଲେ ପ୍ରବାସୀ ଓଡ଼ିଆ। ଗଂଜାମ ଛତ୍ରପୁର ନିକଟରେ ଟ୍ରେନର ଚେନ୍ ଭିଡି ଓହ୍ଲାଇ ପଡିଥିଲେ ଶତାଧିକ ପ୍ରବାସୀ ଓଡ଼ିଆ। ସେମାନେ ଚାଲି ଚାଲି ଯାଉଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଏହାପରେ ପୋଲିସ ଓ ଆରପିଏଫ ଟିମ ପହଞ୍ଚି ୬୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରି ଛତ୍ରପୁରର ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖିଛି।ଆଉ କିଛି ଲୋକ ଫେରାର ହୋଇଯାଇଥିବା ଜଣାପଡିଛି। ସେହିଭଳି ଟ୍ରେନକୁ ସିଗନାଲ ନମିଳିବାରୁ […]

  • Wednesday, 14 July 2021
wave
୫ ଦିନ ସିଝିବ ଅଧା ଓଡ଼ିଶା, ୧୦ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ ଦିନ ଜାରି ରହିବ ଗ୍ରୀଷ୍ମପ୍ରବାହ। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଅତ୍ୟଧତ୍କ ଗରମ ଅନୁଭୂତ ହେବ। ପାଣିପାଗ ବିଭାଗ ପକ୍ଷରୁ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୭, ୨୮ ଓ ୨୯ ତାରିଖ ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେପଟେ ତାତିରେ ଜଳୁଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା। ରାଜ୍ୟରେ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ। ୪୫.୮ ଡିଗ୍ରୀ ସହ ଟିଟିଲାଗଡ଼ […]

  • Wednesday, 14 July 2021
mercury
ପାରଦ ବଢୁଛି, ପ୍ରତିଷେଧମୂଳକ ପଦକ୍ଷେପ ନିଅ: ଏସ୍ଆରସି

ଭୁବନେଶ୍ୱର: ଗ୍ରୀଷ୍ଣ ପ୍ରବାହର ମୁକାବିଲା ଲାଗି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ଚିଠି। ଚଳିତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିଷେଧାତ୍ମକ ପଦକ୍ଷେପ ସହ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତ ଏସ୍ଆରସି।ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ହେଲାଣି। ସର୍ବାଧିକ ତାପମାତ୍ରା ଟିଟିଲାଗଡରେ ରେକର୍ଡ କରାଯାଇଛି। ଏଥିଦୃଷ୍ଟିରୁ କୌଣସି ଅଞ୍ଚଳରେ ପିଇବା ପାଣି ସମସ୍ୟା ଯେପରି ନଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ତାସହ ନଳକୂପ, ପାନୀୟ ଜଳ ପାଇପ […]

  • Wednesday, 14 July 2021
modi
୫ଶହ କୋଟି ପ୍ୟାକେଜକୁ ନେଇ ରାଜନୀତି; ବିରୋଧୀଙ୍କ ପ୍ରଶ୍ନ, ଓଡ଼ିଶା ମାଗିଥିଲା କେତେ?

ଭୁବନେଶ୍ୱର: ରାଜ୍ୟକୁ ଅମ୍ପନ କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀଙ୍କ ୫ଶହ କୋଟି ଘୋଷଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ସମୀକ୍ଷା କଲାବେଳେ କେହି ବି ଜଣେ ମନ୍ତ୍ରୀ ନଥିଲେ। ଉଭୟ ବାତ୍ୟା ଏବଂ କରୋନା ମୁକାବିଲା ନେଇ ମନ୍ତ୍ରୀଙ୍କୁ ସାମିଲ କରାଯାଉନାହିଁ। ସେହିପରି ଫନି ସମୟରେ କେନ୍ଦ୍ର ଦେଇଥିବା ସହାୟତା ରାଶି ଏବେ ବି ସାଧାରଣ ଲୋକଙ୍କୁ ମିଳିନି। ତେବେ କ୍ଷୟକ୍ଷତି ନେଇ ଓଡ଼ିଶା କେତେ ମାଗିଥିଲା ତାହା ପ୍ରକାଶ […]

  • Wednesday, 14 July 2021
Lekhshree
ହାଇଦର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଲେଖାଶ୍ରୀ

ଭୁବନେଶ୍ୱର: ହାଇଦର ଫେରାର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ତେଲାଙ୍ଗାନାରୁ ହାଇଦରକୁ ସେଠାକାର ପୋଲିସ ଗିରଫ କରିଥିଲାବେଳେ ଓଡ଼ିଶା ସରକାର ପିଠି ଥାପୁଡ଼ାଉଛନ୍ତି ବୋଲି ସେ କହିଛନ୍ତି। ଚିକିତ୍ସା ପାଇଁ ଆସିଥିବା ହାଇଦର ହସ୍ପିଟାଲରେ ଥିବାବେଳେ ପୋଲିସ ହୋଟେଲରେ ରହୁଥିଲା।କେବଳ ଏତିକି ନୁହେଁ, କଡ଼ା ସୁରକ୍ଷାରେ ଥିବା ଜେଲ୍ ଭିତରେ ହାଇଦର ମୋବାଇଲ୍ ବ୍ୟବହାର କରିବା ସହ ବାହାରର ଅପରାଧକୁ ମଧ୍ୟ ନିୟନ୍ତ୍ରଣ କରୁଥିଲା। ତା’ ସହିତ ଝିଅମାନଙ୍କୁ […]

Bijay
‘ଟୀକାକରଣ ନେଇ ଓଡ଼ିଶା ସଂପୂର୍ଣ୍ଣ ପ୍ରସ୍ତୁତ’

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବ। ପୂର୍ବରୁ ଏହା ୪୫ ବର୍ଷରୁ ଊର୍ଦ୍ଧ୍ୱ ଥିଲା। ତେବେ ୧୮ ବର୍ଷ ବୟସରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ଟୀକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।  ମେ ୧ ତାରିଖରୁ ଓଡ଼ିଶା ଯୁବବର୍ଗଙ୍କୁ ଟୀକାକରଣ ନେଇ ବ୍ୟବସ୍ଥା କରାଯିବ।ଟୀକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ୍‌ ଓ […]

liquor
ଓଡ଼ିଶାରେ ଅନଲାଇନରେ ବିକ୍ରି ହେବ ମଦ

ଭୁବନେଶ୍ୱର: ରାଜ୍ୟରେ ମଦ ଅନଲାଇନରେ ବିକ୍ରି କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସରକାର। ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି କଟକର ବିଦେଶୀ ମଦ ବ୍ୟବସାୟୀ ମାଲିକ ସଂଘ। ତେବେ କେବଳ ଅନଲାଇନ ନୁହେଁ, ଅଫଲାଇନରେ ମଧ୍ୟ ମଦ ବିକ୍ରି କରାଯିବାକୁ ଅନୁମତି ଦିଆଯାଉ ବୋଲି ସଂଘ ଦାବି କରିଛି। ଅନଲାଇନରେ ମଦ ବିକ୍ରି ହେଲେ ବ୍ୟବସାୟୀ ମଦ ନିଗମ ଦ୍ୱାରା ଧାର୍ଯ୍ୟ ଟାର୍ଗେଟ ଫୁଲଫିଲ କରିପାରିବେନି ବୋଲି କହିଛି ସଂଘ। ଏହାସହ ଗ୍ରାହକଙ୍କ ନିକଟକୁ ମଦ ପହଞ୍ଚାଇବା […]

  • Wednesday, 14 July 2021
fire
ଗାଡ଼ିରୁ ଡିଜେଲ କାଢି ନେଉଥିଲେ ଅଗ୍ନିଶମ କର୍ମଚାରୀ, ଦେଖିଦେଲା ଡ୍ରାଇଭର

କୋରାପୁଟ: ଗାଡ଼ିରୁ ତେଲ କଢାଯିବାକୁ ନେଇ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି। କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଘଟଣ। ଗତ ୧୭ ତାରିଖ ଦିନ ବୈପାରିଗୁଡା ଅଗ୍ନିଶମ କାର୍ଯ୍ୟାଳୟରେ ଥିବା ଅଗ୍ନିଶମ ଗାଡ଼ିରୁ ତେଲ ବାହାର କରିବାକୁ ନେଇ ଡ୍ରାଇଭର ଓ ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୈପାରୀଗୁଡା କାର୍ଯ୍ୟାଳୟରେ ଥିବା ଗାଡ଼ିରୁ ଅଗ୍ନିଶମ ଅଧିକାରୀ ଦୁଇ ଜଣ ଯୁବକଙ୍କୁ ଆଣି ଗାଡ଼ିରୁ ଡ଼ିଜେଲ ବାହାର କରୁଥିବା […]

  • Wednesday, 14 July 2021
reserve
କାଲିଠୁ କାଉଣ୍ଟରରେ ମିଳିବ ରିଜର୍ଭେସନ ଟିକେଟ, ଓଡ଼ିଶାରେ ଏସବୁ ଷ୍ଟେସନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଆସନ୍ତାକାଲିଠାରୁ ରିଜର୍ଭେସନ୍ କାଉଣ୍ଟରରେ ମିଳିବ ରିଜର୍ଭ ଟିକେଟ। ଏଥିସହ କମନ୍ ସର୍ଭିସ ସେଣ୍ଟର ଏବଂ ଏଜେଣ୍ଟଙ୍କ ଜରିଆରେ ମଧ୍ୟ ରିଜର୍ଭ ଟିକେଟ୍ ମିଳିପାରିବ। ଏ ନେଇ ଭାରତୀୟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରିଜର୍ଭେସନ୍ କାଉଣ୍ଟର ଖୋଲିବାକୁ ନେଇ ସମ୍ପୂର୍ଣ୍ଣ ନିଷ୍ପତ୍ତି ଜୋନାଲ୍ ରେଲେଓ୍ୱ ନେବେ। ଏହି ଅନୁସାରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ରୋଡ୍ ଡିଭିଜନର ୧୨ଟି ଷ୍ଟେସନରେ ରିଜର୍ଭେସନ୍ କାଉଣ୍ଟର […]

  • Wednesday, 14 July 2021
village
ଗାଁ ଦାଣ୍ଡରେ ଯୁବକଙ୍କୁ ଠେଙ୍ଗା, ପଥରରେ ମାଡ଼ମରା ଘଟଣାର ୧୦ ଆକ୍ରମଣକାରୀ ଚିହ୍ନଟ

ଭୁବନେଶ୍ୱର: ଖୋର୍ଦ୍ଧା ବାଘମାରୀ ପୋଡ଼ାଡିହରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୧୦ ଆକ୍ରମଣକାରୀ ଚିହ୍ନଟ। ଆକ୍ରମଣକାରୀ ଚିହ୍ନଟ ନେଇ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।  ଆକ୍ରମଣକାରୀଙ୍କୁ ଧରିବା ଲାଗି ଏସଡିପିଓଙ୍କ ନେତୃତ୍ୱରେ ୩ ଟିମ ଗଠନ କରାଯାଇଛି। ସାମାନ୍ୟ କଥାକଟାକଟିକୁ ନେଇ ଯୁବକ ଜଣଙ୍କୁ ନିର୍ଦ୍ଧୂମ ମାଡ଼ ମାରିଥିଲେ। ୧୦ରୁ ୧୨ ଯୁବକ ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ସଂଘବଦ୍ଧ ହୋଇ ମାଡ ମାରିଥିଲେ। ଠେଙ୍ଗା, ବାଡ଼ିରେ ମାଡ଼ ମାରିବା ସହ […]

  • Wednesday, 14 July 2021
modi2222
କାଲି ଓଡ଼ିଶା ଆସୁଛନ୍ତି ମୋଦି, ଆକାଶମାର୍ଗରୁ ଦେଖିବେ ବାତ୍ୟାଞ୍ଚଳ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆକାଶ ମାର୍ଗରୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ। ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଭୁବନେଶ୍ୱର ଡିସିପି ଏନେଇ ଏୟାରପୋର୍ଟରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହାପୂର୍ବରୁ ଡିଜି ଇଣ୍ଟେଲିଜେନ୍ସ ସତ୍ୟଜିତ ମହାନ୍ତି, ଏଡିଜି-ହେଡକ୍ୱାର୍ଟର ସୌମେଦ୍ର ପ୍ରିୟଦର୍ଶୀ, […]

  • Wednesday, 14 July 2021