• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

hard-yaas
ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ବାତ୍ୟା ୟାସ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ।

  • Wednesday, 14 July 2021
Cyclone-Yaas-
ଧାମରାରୁ ୬୦ କିମି ଦୂରରେ ବାତ୍ୟା: ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଆସିବ ବଡ଼ ଜୁଆର

ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ।

  • Wednesday, 14 July 2021
SRC
ଆକଳନ ସମୟଠାରୁ ଡେରିରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସାମାନ୍ୟ ଡେରି ହେବ। ବିଳମ୍ବ ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି ଯେ, ବାତ୍ୟା ଏବେ ସମୁଦ୍ରରେ ୧୧ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।

  • Wednesday, 14 July 2021
rain
ଧାମରାରୁ ୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ବାତ୍ୟା

ଭଦ୍ରକର ଧାମରାଠାରୁ ମାତ୍ର ୭୦ କିମି ଦୂରରେ ବାତ୍ୟା ୟାସ ରହିଛି। ଏବେ ପାରାଦୀପରୁ ୯୦ ଓ ବାଲେଶ୍ୱରରୁ ୧୩୦ କିମି ଦୂରରେ ବାତ୍ୟା ରହିଛି। ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ୟାସ୍।

  • Wednesday, 14 July 2021
cyclone-Eye
ବାତ୍ୟା ପ୍ରଭାବରେ ସମୁଦ୍ରରେ ୧୩୦ ରୁ ୧୪୦ କିମିରୁ ବହୁଛି ପବନ: ଦିନ ୧୧ଟାରୁ କରିବ ଲ୍ୟାଣ୍ଡଫଲ୍‌

ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ବର୍ତ୍ତମାନ ସମୟରେ ଧାମରାଠାରୁ ୮୫ କିମି ଦୂରରେ ରହିଛି ବାତ୍ୟା। ଏହାସହ ବାତ୍ୟା ଏବେ ପାରାଦୀପରୁ ୯୦ ଓ ବାଲେଶ୍ୱରରୁ ୧୪୦ କିମି ଦୂରରେ ବାତ୍ୟା ରହିଛି

  • Wednesday, 14 July 2021
sajaga
ବାତ୍ୟା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ପ୍ରଶାସନ

ହାତରେ ଆଉ ମାତ୍ର କେଇ ଘଣ୍ଟା ସମୟ। ଓଡ଼ିଶା ମାଟିକୁ ଛୁଇଁବ ବାତ୍ୟା ୟାସ୍। ସବୁ ଆକଳନ ସତ୍ତ୍ୱେ, ଏହା ପ୍ରକୃତରେ କେଉଁଠି ତାଣ୍ଡବ ରଚିବ, କେତେ କ୍ଷୟକ୍ଷତି କରିବ, ଏବେଠୁ କିଛିବି ସଠିକ୍ ଭାବେ କହିବା ମୁସ୍କିଲ୍।

  • Wednesday, 14 July 2021
Yess-Ahwana
ଆଁ କରି ମାଡ଼ି ଆସୁଛି ୟାସ୍‌: ଏପଟେ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ପିସିଆର୍ ଭ୍ୟାନଅଏ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ନିଆଯାଉଛି। କେବଳ ବୟସ୍କ ନୁହଁନ୍ତି, ନବଜାତଠୁ ଆରମ୍ଭ କରି ଗର୍ଭବତୀ ଏବଂ ଅସହାୟଙ୍କୁ ଅଗ୍ରାଧିକାରୀ ଭିତ୍ତିରେ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି । ଟିଏମ୍ସି ସେଣ୍ଟର, ମେଡ଼ିକାଲ, ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଘର ସବୁଠି ଥଇଥାନ୍ କରାଯାଇଛି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ।

  • Wednesday, 14 July 2021
cyeclone
ଟ୍ରେଲର ଦେଖାଉଛି ୟାସ୍‌

ଭାଙ୍ଗିବ, ଉଡ଼େଇବ, ବୁଡ଼େଇବ। ପାଣିପାଗ ବିଭାଗର ପୂର୍ବାନୁମାନ ସହ ତାଳ ଦେଇ ଉପକୂଳକୁ ମାଡ଼ି ଆସୁଛି ୟାସ୍, ମାଡ଼ି ଆସୁଛି ପ୍ରଳୟ। ପାଣିପାଗ ବିଭାଗର ସଦ୍ୟତମ ଆକଳନ କହୁଛି ବାତ୍ୟା ଏବେ ପାରାଦୀପରୁ ୨ ଶହ କିଲୋମିଟର ଦୂରରେ ଅଛି। ଅତି ଭୀଷଣ ରୂପ ନେଇ କାଲି ମଧ୍ୟାହ୍ନ ସୁଦ୍ଧା ଏହା ଧାମରା ପାଖରେ ଲ୍ୟାଣ୍ଡଫଲ୍ କରିବ

  • Wednesday, 14 July 2021
src
ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍

ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍ NDRF, ଓଡ୍ରାଫ୍, ଅଗ୍ନିଶମ, ପୋଲିସ ଆଦି ୪ ହଜାର କର୍ମଚାରୀ ମୁତୟନ କର୍ମଚାରୀ ମୁତୟନ ସଂପର୍କରେ SRC ପ୍ରଦୀପ ଜେନାଙ୍କ ସୂଚନା NDRF ୫୨ଟିମ୍, ଓଡ୍ରାଫ୍ ୬୦ ଟିମ୍, ଅଗ୍ନିଶମ ୨୦୬ ଟିମ୍ ମୁତୟନ ବନ ବିଭାଗର ୮୬ ଗଛ କଟାଳି ଟିମ୍ ମଧ୍ୟ ମୁତୟନ କରାଯାଇଛି ଜରୁରୀ ସ୍ଥିତି ପାଇଁ ୮ଟି ଟିମ୍ ରିଜର୍ଭ ରଖାଯାଇଛି- SRC ସବୁକୁ ମିଶାଇ ପ୍ରାୟ ୪ ହଜାରରୁ […]

  • Wednesday, 14 July 2021
naveen patnaik
ଜିରୋ କାଜୁଆଲିଟି ଆମ ସରକାର ପଲିସି- ମୁଖ୍ୟମନ୍ତ୍ରୀ

ମାଡ଼ି ଆସୁଛି ବାତ୍ୟା। ରାଜ୍ୟର ବାତ୍ୟା ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରୀ ସ୍ତରରେ କେମିତି ପ୍ରସ୍ତୁତି ଚାଲିଛି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ମୁଖ୍ୟ ଶାସନ ସଚିବ ଓ ଏସଆରସି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଲେ, ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

  • Wednesday, 14 July 2021
yaas
ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅତି ଭୀଷଣ ବାତ୍ୟାର ରୂପ ନେବ

ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଆସନ୍ତାକାଲି ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ। ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି IMD ଡିଜି

  • Wednesday, 14 July 2021
next-level
ବାତ୍ୟା ପାଇଁ ଦେଢ ଲକ୍ଷ ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର

ବାତ୍ୟା ୟାସ୍ ପାଇଁ ୭ ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତରଣ ଚାଲିଛି ଏଯାଏ ସ୍ଥାନାନ୍ତରଣ ହେଲେଣି ୧ ଲକ୍ଷ ୫୫ ହଜାର ୧୨୯ ଜଣ ବାଲେଶ୍ୱରରୁ ୪୬ ହଜାର ୮୨୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ଭଦ୍ରକ- ୭୨, ୯୭୦ , ମୟୂରଭଞ୍ଜ- ୩୨୦୦, ପୁରୀ- ୩୫୦୦ କେନ୍ଦ୍ରାପଡ଼ା-୧୮, ୩୯୧, ଜଗତସିଂହପୁର- ୯୧୨୨ ଜଣଙ୍କୁ ସ୍ଥାନାନ୍ତର ଯାଜପୁରରୁ ୧୧୧୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ଭୁବନେଶ୍ୱର: ବାତ୍ୟା ଆସୁଛି, ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା […]

  • Wednesday, 14 July 2021
sEE
ଅଶାନ୍ତ ହେଉଛି ସମୁଦ୍ର: ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ନେଇଯାଉଛି ପ୍ରଶାସନ

ବାତ୍ୟା ୟାସର ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଞ୍ଚୁବିସା ଜେଟି ନିକଟରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ଫଳରେ ପୋଲିସ ପ୍ରଶାସନ ଓ ମତ୍ସ୍ୟ ବିଭାଗ ପକ୍ଷରୁୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଉଛି

  • Wednesday, 14 July 2021
Y K Jethwa
ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ : ଜେଠୱା

ପ୍ରାଥମିକ ସ୍ତରରେ ବାତ୍ୟାର ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଏସଓପି ପାଳନ ହେଉଛି। ସବୁ ଦୁର୍ଗମ ଓ ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଂଚଳକୁ ବୁଲି ସେଠାରେ ପ୍ରାଥମିକ ସୁବିଧା ଯୋଗାଇ ଦିଆଯାଉଛି

  • Wednesday, 14 July 2021
Dibya Sankar Mishra
ବାଲେଶ୍ୱରରେ ବାତ୍ୟା ସମୀକ୍ଷା କଲେ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ

ବାତ୍ୟା ୟାସ୍ ନେଇ ସମୀକ୍ଷା କଲେ ବାଲେଶ୍ୱର ଜିଲ୍ଲାପାଳ, ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଜିଲ୍ଲାରେ ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀରେ ପାଣି, ଖାଦ୍ୟ ଏବଂ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ ଟୋଲଫ୍ରି ନମ୍ବର ଜାରି ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ

  • Wednesday, 14 July 2021
puri-dfd
ବାତ୍ୟା ପାଇଁ ଶ୍ରୀମନ୍ଦିରରେ ଲାଗିଲା ଧବଳ ବାନା

ଶ୍ରୀମନ୍ଦିରର ନୀଳଚକ୍ରରେ ଆଜି ଲାଗିଛି ଧବଳ ବର୍ଣ୍ଣ ବାନା। ଲୋକକଥା ଅଛି ବାନା ଉଡିବ ଧବଳ, ବର୍ଷା ହେବ ପ୍ରବଳ। ଯେତେବେଳେ ବି ଧଳା ରଙ୍ଗର ବାନା ଲାଗେ ସେତେବେଳେ ପ୍ରବଳ ବର୍ଷା ହୋଇଥାଏ ବୋଲି କୁହାଯାଏ

  • Wednesday, 14 July 2021
vehicle
ବାତ୍ୟା ପାଇଁ ଚଣ୍ଡୀଖୋଲରୁ ବାଲେଶ୍ୱର ଗାଡ଼ି ଚଳାଚଳ ବନ୍ଦ

ମାଡ଼ି ଆସୁଛି ବାତ୍ୟା। ତେବେ ବାତ୍ୟାକୁ ନଜରରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ, ଚଣ୍ଡୀଖୋଲରୁ ବାଲେଶ୍ୱର ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

IMD-Malaria-Outbreak
ଫଣି ଠାରୁ ପବନର ବେଗ କମ ରହିବ ହେଲେ କ୍ଷତି କରିବ

ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍‌ରେ SRC ଦେଲେ ବଡ଼ ସୂଚନା। କହିଲେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବା ନେଇ IMD ସୂଚନା ଦେଇଛି। ତଥ୍ୟ ଅନୁସାରେ ଭିତରକନିକା, ଧାମରା, ଚାନ୍ଦବାଲିରେ ଲ୍ୟାଣ୍ଡଫଲ ଆଙ୍କାରେ ସରକାର ପ୍ରସ୍ତୁତି କରିଛନ୍ତି।

boat
ଚିତ୍ରକୋଣ୍ଡାରେ ଡଙ୍ଗା ବୁଡ଼ି ୫ ମୃତ

ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୫ ଜଣଙ୍କ ଜୀବନ ଯାଇଛି। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

  • Wednesday, 14 July 2021
rain
ବାତ୍ୟା ଆସୁଛି: ପାରାଦୀପରେ ବର୍ଷା କଚାଡୁଛି

ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍‌ରେ SRC ଦେଲେ ବଡ଼ ସୂଚନା। କହିଲେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବା ନେଇ IMD ସୂଚନା ଦେଇଛି।

src d
ବାତ୍ୟା ପାଇଁ ସାଢେ ୭ ଲକ୍ଷ ଲୋକଙ୍କୁ କରାଯିବ ସ୍ଥାନାନ୍ତର: SRC

ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍‌ରେ SRC ଦେଲେ ବଡ଼ ସୂଚନା। କହିଲେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବା ନେଇ IMD ସୂଚନା ଦେଇଛି। ତଥ୍ୟ ଅନୁସାରେ ଭିତରକନିକା, ଧାମରା, ଚାନ୍ଦବାଲିରେ ଲ୍ୟାଣ୍ଡଫଲ ଆଙ୍କାରେ ସରକାର ପ୍ରସ୍ତୁତି କରିଛନ୍ତି।

cyclone
ବାତ୍ୟାର ନାଁ ୟାସ୍ କାହିଁକି?

ଏବେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଥିବା ବାତ୍ୟାର ନାଁ ୟାସ୍ କାହିଁକି? ଏହି ନାଁ କିଏ ଦେଇଛି, ଏହାର ଅର୍ଥ କଣ? ବଙ୍ଗୋପସାଗର ଓ ଆରବ ସାଗର ସମେତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିଝଡ଼ର ନାମକରଣ ପାଇଁ ୧୩ଟି ଦେଶ ଦ୍ୱାରା ପ୍ରସ୍ତାବିତ ଏକ ନିର୍ଦ୍ଦିଷ୍ଟ ତାଲିକା ରହିଛି

Naveen
ବାତ୍ୟା ପାଇଁ ସରକାରୀ ସ୍ତରରେ ବସୁଛି ଘନ ଘନ ବୈଠକ

ଜଳ-ସ୍ଥଳ-ଆକାଶରେ ସବୁଠି ଚାଲିଛି ବାତ୍ୟା ପ୍ରସ୍ତୁତି। ଭୀଷଣ ରୂପରେ ମାଡ଼ି ଆସୁଥିବା ବାତ୍ୟା ୟାସ୍ ପାଇଁ ସତର୍କ ଆଉ ସଜାଗ ରହିବାକୁ ଆହ୍ୱାନ ଦେଇଛନ୍ତି ସରକାର।

  • Wednesday, 14 July 2021
yass
ମାଡ଼ି ଆସୁଛି ବାତ୍ୟା: ଘଣ୍ଟାକୁ ୧୮୫ କିଲୋମିଟର ବହିବ ପବନ

ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ଅଶାନ୍ତ ହେଲାଣି ସମୁଦ୍ର, ବଢିଲାଣି ପବନର ବେଗ। ଧୀରେ ଧୀରେ ବର୍ଷାର ବେଗ ବି ବଢିଲାଣି। ଆଉ ଉଗ୍ର ହୋଇ ଉଠିଲାଣି ପ୍ରକୃତି

SRC
ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର

ବାତ୍ୟାକୁ ନେଇ ସରକାରୀ ସ୍ତରରେ ବଡ଼ ଧରଣର ଚାଲିଛି ପ୍ରସ୍ତୁତି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର।  

  • Wednesday, 14 July 2021