ଜଗତସିଂହପୁର: କ୍ୱାରେଣ୍ଟିନ କେନ୍ଦ୍ରରେ ଜଣେ ପ୍ରବାସୀଙ୍କୁ ସରପଞ୍ଚଙ୍କ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ଏରସମାବ୍ଲକ ଗଡ଼ବିଶୁନପୁର ପଞ୍ଚାୟତରୁ। ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ପ୍ରଭାକର ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ଯୁବକଙ୍କୁ ପିଟୁଥିବା ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ସେମାନେ ଯୁବକଙ୍କ ଉପରକୁ ଚେୟାର ଫିଙ୍ଗିବା ସହ ଠେଙ୍ଗାରେ ପିଟିବାକୁ ଉଦ୍ୟମ କରୁଥିବା ଦେଖାଯାଉଛି। ତେବେ ଯୁବକ ଜଣକ ହଇରାଣ କରୁଥିବାରୁ ତାଙ୍କୁ ତାଗିଦ କରାଯାଇଥିବା […]
ଭୁବନେଶ୍ୱର: ପୂର୍ବ ଅଭିଜ୍ଞତା ହେଉ ବା ସଠିକ୍ ତାଲିମ୍, ଅମ୍ପନ ବାତ୍ୟାରେ ଘାଇଲା ପଶ୍ଚିମବଙ୍ଗରେ କିନ୍ତୁ କମାଲ କରୁଛନ୍ତି ଓଡ୍ରାଫ୍ ଏବଂ ଓଡ଼ିଶା ଅଗ୍ନିଶମ ଟିମ୍। ପାଣି,ବିଜୁଳି ଓ ଗମନାଗମନ ପାଇଁ ଯେଉଁ କୋଲକାତା ସହରରେ ଲୋକେ ଦୁର୍ଦ୍ଦଶାରେ ଛଟପଟ ହେଉଛନ୍ତି, ସେଠି ସେମାନଙ୍କ ଜୀବନ ଯାତ୍ରା ସ୍ୱାଭାବିକ କରିବାକୁ ସତେ ଯେମିତି ଯୋଦ୍ଧା ଭଳି ଲାଗିଛନ୍ତି। ଯେଉଁଥିପାଇଁ ସେମାନଙ୍କ ପାଖକୁ ଏବେ ଛୁଟିଛି ସାବାସୀ ସାଙ୍ଗକୁ ପ୍ରଶଂସାର ସୁଅ। ଛଅ ଦିନ ପରେ ବି ତାଜା […]
ଭୁବନେଶ୍ୱର: ଫ୍ଲୁ ଲକ୍ଷଣ ଅର୍ଥାତ୍, ସର୍ଦ୍ଦି, ଜ୍ୱର, କାଶ ଆଦି ଥିଲେ ଲୋକଙ୍କୁ ୧୦୪କୁ ଫୋନ୍ କରି ଜଣାଇବାକୁ କହିଛନ୍ତି ସରକାର। କାରଣ ଏସବୁ କରୋନାର ଲକ୍ଷଣ କିନ୍ତୁ ଏଥିପ୍ରତି କେତେ ସଜାଗ ଓ ସଚେତନ ଔଷଧ ଦୋକାନୀ? ଏନେଇ ଓଟିଭିର ଅନୁସନ୍ଧାନମୂଳକ ରିପୋର୍ଟକୁ ନେଇ ହଇଚଇ ଆରମ୍ଭ ହୋଇଛି। ଫ୍ଲୁ ଲକ୍ଷଣ ଥିବା ରୋଗୀ ଆସିଲେ ସେମାନଙ୍କ ନାଁ, ଠିକଣା ଓ ଫୋନ ନମ୍ବର ରଖିବାକୁ କହିଥିଲେ ସରକାର। ତେବେ ଦୋକାନୀ ନିର୍ଦ୍ଦେଶ ମାନିବେ କଣ ପୂର୍ବଭଳି […]
ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ।
ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୩ ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବନାହିଁ। ସେହିପରି ପିଜି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ମଧ୍ୟ ହେବନାହିଁ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନା ପରେ ମନ୍ତ୍ରୀ ଏହା କହିଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟ ବିକଳ୍ପ ବ୍ୟବସ୍ଥା ଦ୍ୱାରା ସେମାନଙ୍କୁ ପରବର୍ତ୍ତୀ ସେମିଷ୍ଟରକୁ ଉନ୍ନୀତ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ଲୋକସେବା ଭବନରେ ଉଚ୍ଚଶିକ୍ଷା […]
କଟକ: ଆଠଗଡ ବନଖଣ୍ଡରେ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ୍। ବଡମ୍ବା ନିକଟ ମହୁଲିଆ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ ନେଇ ରେଢାଖୋଲରୁ ଦୁଇ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ବିପୁଳ ବଜ୍ରକାପ୍ତା କାତି ଜବତ କରାଯାଇଛି। କିଛି ଦିନ ତଳେ ଛୋଟ ବଜ୍ରକାପ୍ତା ଚାଲାଣ ବେଳେ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଏହି ବଜ୍ରକାପ୍ତା ଚୋର ଚାଲାଣରେ ଏବେ ସୁଦ୍ଧା ମୋଟ ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଥିବା […]
ନୂଆପଡା: ମୋବାଇଲ୍ ହେଲା କାଳ। ମୋବାଇଲରେ ଗପିଗପି ରେଳ ଧାରଣା ଉପରକୁ ଚାଲିଯିବା ପରେ ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ସିଆଲଟି ଅଞ୍ଚଳରେ। ମୃତ ଯୁବକଙ୍କ ନାଁ କ୍ଷୀରମୋହନ ମାଝୀ। ସେ କାନରେ ଇୟର ଫୋନ୍ ଲଗାଇ ମୋବାଇଲ୍ରେ ଗପି ଗପି ରେଳ ଧାରଣା ଉପରକୁ ଚାଲିଯାଇଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଆଜି ସକାଳୁ ରେଳ ଧାରଣାରୁ […]
ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ିର ଏକ କ୍ୱାରେଣ୍ଟିନ ସେଣ୍ଟରରେ ଯୁବତୀଙ୍କୁ ଅସଦାଚରଣ। ଅଭିଯୋଗ ରାତିରେ ଦୁଇ ଜଣ ଯୁବତୀ ଶୌଚାଳୟ ଯାଇଥିବା ବେଳେ ଜଣେ ଯୁବକ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଯୁବତୀ ଜଣକ ପାଟି କରିବାକୁ ସଂପୃକ୍ତ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ବିଡିଓଙ୍କୁ ଜଣାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ପ୍ରକାଶଥାଉକି, ଦାରିଙ୍ଗବାଡ଼ି ସ୍ଥିତ […]
ଭୁବନେଶ୍ୱର: ସରକାରଙ୍କ ନାକତଳେ ନିୟମକୁ ଫୁ ଅନଲାଇନରେ ମଦ ବିକ୍ରି ହେବ ବୋଲି ସରକାର କରିଥିବା ନିୟମକୁ ଆଜି ସକାଳୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ମଦ ଦୋକାନୀ ଦୋକାନ ଖୋଲି ଅଫଲାଇନରେ ମଦ ବିକ୍ରି ହେବା ମାତ୍ରେ ସାମାଜିକ ଦୂରତାର ଧଜିଆ ଉଡାଇ ପୋଲିସ ଉପସ୍ଥିତିରେ ପେଟି ପେଟି ମଦ ବୋହି ନେଇଗଲେ ଗ୍ରାହକ। ସକାଳ ୭ଟା ରାଜଧାନୀରେ ମଦ ଦୋକାନ ଖୋଲୁ ଖୋଲୁ ଲାଗିଗଲା ଗ୍ରାହକଙ୍କ ଗହଳି। ଦୁଇ ମାସ ପରେ ଦୋକାନ ଖୋଲିଥିବାରୁ ଆଗତୁରିଆ […]
ଭୁବନେଶ୍ୱର: ଭୁବନେଶ୍ୱରକୁ ଆଜିଠୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବା ପରେ ହୋଟେଲ ଖୋଲିବା ନେଇ ଉଠିଲା ଦାବି। ଭୁବନେଶ୍ୱରରେ ହୋଟେଲ ବୁକିଂ ପାଇଁ ଗ୍ରାହକଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଥିବାରୁ ଏ ନେଇ ବିଏମସି କମିଶନରଙ୍କୁ ଚିଠି ଲେଖିଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ହାରୋ)। ଆଜି ଭୁବନେଶ୍ୱରକୁ ଗୋଟିଏ ବିମାନ ସେବା ଆରମ୍ଭ କରିଥିବା ଏବଂ ଆଗାମୀ ଦିନରେ ଆଉ ଦୁଇଟି କମ୍ପାନୀ ପକ୍ଷରୁ ବିମାନ ସେବା ଆରମ୍ଭ ହେବା ନେଇ […]
ଭୁବନେଶ୍ୱର: ତାତିରେ ଜଳୁଛି ସାରା ଓଡ଼ିଶା। ଆଜି ବି ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା। ସେଠାରେ ତାପମାତ୍ରା ଥିଲା ୪୫.୫ ଡିଗ୍ରୀ ସେଲସିୟସ୍। ୪୦ ଡିଗ୍ରୀ ଉପରେ ରାଜ୍ୟର ୧୩ଟି ସହର ତାପମାତ୍ରା ଥିଲା। ୪୩ ଉପରେ ରହିଥିଲା ୯ଟି ସହର। ତାଳଚେର ୪୪.୯, ବଲାଙ୍ଗିର ୪୪.୮, ଭବାନୀପାଟଣା ୪୪.୬, ଝାରସୁଗୁଡ଼ା ୪୪.୨, ଅନୁଗୁଳ ୪୩.୫, ସମ୍ବଲପୁର ୪୩.୩, ହୀରାକୁଦ ୪୩.୩, ବୌଦ୍ଧ ୪୩.୨, ସୋନପୁର ୪୨.୨, ମାଲକାନଗିରି ୪୨, ସୁନ୍ଦରଗଡ଼ ୪୧.୪ ଓ […]
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଚାଲିବ ମୋ ବସ୍। ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍ରେ ଚାଲିବ ମୋ ବସ୍। ୭ଟି ରୁଟ୍ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ। ତେବେ ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ଚାଲିବ। ସେହିପରି ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ, ଡୁମୁଡୁମା-ମଞ୍ଚେଶ୍ୱର ଚାଲିବ। ଏବେ ମୋ ବସ୍ ଏବେ ଶ୍ରମିକଙ୍କୁ ନେବା ଆଣିବା କରୁଛି।
ମାଲକାନାଗିରି: ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ଼ ସୁକମା ଜଙ୍ଗଲରେ ହୋଇଥିବା ପୋଲିସ-ମାଓବାଦୀ ଏନକାଉଣ୍ଟର ବେଳର ଭିଡିଓ ଜାରି କଲା ସିପିଆଇ ମାଓବାଦୀ ଦଣ୍ଡକାରଣ୍ୟ ସଂଗଠନ। ମୀନପା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ସମୟ ସହ ତା ପରବର୍ତ୍ତୀ ସମୟର ଚିତ୍ରକୁ ନେଇ ଏକ ୧୨ ମିନିଟ୍ ଅବଧିର ଭିଡିଓ ଜାରି କରିଛି ଦଣ୍ଡକାରଣ୍ୟ ମାଓ ସଂଗଠନ। ଯେଉଁଥିରେ ଏନକାଉଣ୍ଟର ବେଳେ ଗୁଳି ବିନିମୟ ସହ ପରେ ସହିଦ ଯବାନଙ୍କ ମୃତଦେହ ପଡିଥିବା ବେଳର ଦୃଶ୍ୟ ରହିଛି। ଏହା […]
ଭୁବନେଶ୍ୱର: ଏସଆରସି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀଙ୍କ ସଂପର୍କରେ ପ୍ରାଶାସନିକ ଅଧିକାରୀ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଛି। ଟ୍ରେନ ଯୋଗେ ଏବେ ଅନେକ ପ୍ରବାସୀ ଆସୁଛନ୍ତି। ଏଣୁ ସେମାନେ ଆସିବା ସମ୍ପର୍କରେ ଆଗୁଆ ସୂଚନା ନଦେଲେ ସମସ୍ୟା ଦେଖା ଦେଇପାରେ ବୋଲି ସେ କହିଛନ୍ତି। ବିନା ସୂଚନାରେ ତେଲେଙ୍ଗାନାରୁ ଆସୁଛନ୍ତି ୨୦ ହଜାରରୁ ଅଧିକ ପ୍ରବାସୀ। ୧୨ଟି ଟ୍ରେନରେ ସେମାନେ ଓଡ଼ିଶା ଫେରୁଥିବା ବେଳେ, ଏନେଇ […]
କେନ୍ଦୁଝର: ଲୁହାପଥର ଅନଲୋଡ ନେଇ ପାରାଦୀପ ଓ କେନ୍ଦୁଝର ଟ୍ରକ ମାଲିକ ସଂଘ ମଧ୍ୟରେ ଛକାପଞ୍ଝା ସ୍ଥିତି। ପାରାଦୀପ ଟ୍ରକ ମାଲିକ ସଂଘର ଦାଦାଗିରିକୁ ବିରୋଧ କରି କେନ୍ଦୁଝରରେ ଅଟକି ରହିଛି ପାରାଦୀପ ଅଞ୍ଚଳର ଶହ ଶହ ଗାଡ଼ି। ପାରାଦୀପ ପୋର୍ଟରେ ଅନଲୋଡିଂ ପାଇଁ ଯାଉଥିବା ଗାଡିଗୁଡିକ ଧାଡିରେ ଯାଇ ସିରିଏଲ ଅନୁସାରେ ଖାଲି କରିବାର ନିୟମ ରହିଛି। ହେଲେ ସେଠାକାର ମାଲିକ ଓ ସଂଘର କର୍ମକର୍ତ୍ତା ସିରିଏଲ ବ୍ରେକ୍ କରି ନିଜ ନିଜ ଅଞ୍ଚଳ ଗାଡିଗୁଡିକୁ […]
ଭୁବନେଶ୍ୱର: ଅନଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଲାଗିରହିଥିବା ଟଣାଓଟରା ଭିତରେ ଶେଷରେ ହଁ ମାରିଲା କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ। ଆସନ୍ତାକାଲିଠାରୁ କଟକରେ ଅନଲାଇନରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି। କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି ନୁହଁ, ବରଂ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିଁ ଗ୍ରାହକଙ୍କୁ ମଦ ଡେଲିଭରି ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ଆସନ୍ତାକାଲିଠୁ ସକାଳ ୭ଟାରୁ ଦିନ […]
ବ୍ରହ୍ମପୁର: ଚେନ୍ ପୁଲ୍ କରି ଛୁ ମାରିଲେ ପ୍ରବାସୀ ଓଡ଼ିଆ। ଗଂଜାମ ଛତ୍ରପୁର ନିକଟରେ ଟ୍ରେନର ଚେନ୍ ଭିଡି ଓହ୍ଲାଇ ପଡିଥିଲେ ଶତାଧିକ ପ୍ରବାସୀ ଓଡ଼ିଆ। ସେମାନେ ଚାଲି ଚାଲି ଯାଉଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଏହାପରେ ପୋଲିସ ଓ ଆରପିଏଫ ଟିମ ପହଞ୍ଚି ୬୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରି ଛତ୍ରପୁରର ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖିଛି।ଆଉ କିଛି ଲୋକ ଫେରାର ହୋଇଯାଇଥିବା ଜଣାପଡିଛି। ସେହିଭଳି ଟ୍ରେନକୁ ସିଗନାଲ ନମିଳିବାରୁ […]
ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ ଦିନ ଜାରି ରହିବ ଗ୍ରୀଷ୍ମପ୍ରବାହ। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଅତ୍ୟଧତ୍କ ଗରମ ଅନୁଭୂତ ହେବ। ପାଣିପାଗ ବିଭାଗ ପକ୍ଷରୁ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୭, ୨୮ ଓ ୨୯ ତାରିଖ ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେପଟେ ତାତିରେ ଜଳୁଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା। ରାଜ୍ୟରେ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ। ୪୫.୮ ଡିଗ୍ରୀ ସହ ଟିଟିଲାଗଡ଼ […]
ଭୁବନେଶ୍ୱର: ଗ୍ରୀଷ୍ଣ ପ୍ରବାହର ମୁକାବିଲା ଲାଗି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ଚିଠି। ଚଳିତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିଷେଧାତ୍ମକ ପଦକ୍ଷେପ ସହ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତ ଏସ୍ଆରସି।ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ହେଲାଣି। ସର୍ବାଧିକ ତାପମାତ୍ରା ଟିଟିଲାଗଡରେ ରେକର୍ଡ କରାଯାଇଛି। ଏଥିଦୃଷ୍ଟିରୁ କୌଣସି ଅଞ୍ଚଳରେ ପିଇବା ପାଣି ସମସ୍ୟା ଯେପରି ନଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ତାସହ ନଳକୂପ, ପାନୀୟ ଜଳ ପାଇପ […]
ଭୁବନେଶ୍ୱର: ରାଜ୍ୟକୁ ଅମ୍ପନ କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀଙ୍କ ୫ଶହ କୋଟି ଘୋଷଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ସମୀକ୍ଷା କଲାବେଳେ କେହି ବି ଜଣେ ମନ୍ତ୍ରୀ ନଥିଲେ। ଉଭୟ ବାତ୍ୟା ଏବଂ କରୋନା ମୁକାବିଲା ନେଇ ମନ୍ତ୍ରୀଙ୍କୁ ସାମିଲ କରାଯାଉନାହିଁ। ସେହିପରି ଫନି ସମୟରେ କେନ୍ଦ୍ର ଦେଇଥିବା ସହାୟତା ରାଶି ଏବେ ବି ସାଧାରଣ ଲୋକଙ୍କୁ ମିଳିନି। ତେବେ କ୍ଷୟକ୍ଷତି ନେଇ ଓଡ଼ିଶା କେତେ ମାଗିଥିଲା ତାହା ପ୍ରକାଶ […]
ଭୁବନେଶ୍ୱର: ହାଇଦର ଫେରାର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ତେଲାଙ୍ଗାନାରୁ ହାଇଦରକୁ ସେଠାକାର ପୋଲିସ ଗିରଫ କରିଥିଲାବେଳେ ଓଡ଼ିଶା ସରକାର ପିଠି ଥାପୁଡ଼ାଉଛନ୍ତି ବୋଲି ସେ କହିଛନ୍ତି। ଚିକିତ୍ସା ପାଇଁ ଆସିଥିବା ହାଇଦର ହସ୍ପିଟାଲରେ ଥିବାବେଳେ ପୋଲିସ ହୋଟେଲରେ ରହୁଥିଲା।କେବଳ ଏତିକି ନୁହେଁ, କଡ଼ା ସୁରକ୍ଷାରେ ଥିବା ଜେଲ୍ ଭିତରେ ହାଇଦର ମୋବାଇଲ୍ ବ୍ୟବହାର କରିବା ସହ ବାହାରର ଅପରାଧକୁ ମଧ୍ୟ ନିୟନ୍ତ୍ରଣ କରୁଥିଲା। ତା’ ସହିତ ଝିଅମାନଙ୍କୁ […]
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବ। ପୂର୍ବରୁ ଏହା ୪୫ ବର୍ଷରୁ ଊର୍ଦ୍ଧ୍ୱ ଥିଲା। ତେବେ ୧୮ ବର୍ଷ ବୟସରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ଟୀକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ମେ ୧ ତାରିଖରୁ ଓଡ଼ିଶା ଯୁବବର୍ଗଙ୍କୁ ଟୀକାକରଣ ନେଇ ବ୍ୟବସ୍ଥା କରାଯିବ।ଟୀକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ୍ ଓ […]
ଭୁବନେଶ୍ୱର: ରାଜ୍ୟରେ ମଦ ଅନଲାଇନରେ ବିକ୍ରି କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସରକାର। ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି କଟକର ବିଦେଶୀ ମଦ ବ୍ୟବସାୟୀ ମାଲିକ ସଂଘ। ତେବେ କେବଳ ଅନଲାଇନ ନୁହେଁ, ଅଫଲାଇନରେ ମଧ୍ୟ ମଦ ବିକ୍ରି କରାଯିବାକୁ ଅନୁମତି ଦିଆଯାଉ ବୋଲି ସଂଘ ଦାବି କରିଛି। ଅନଲାଇନରେ ମଦ ବିକ୍ରି ହେଲେ ବ୍ୟବସାୟୀ ମଦ ନିଗମ ଦ୍ୱାରା ଧାର୍ଯ୍ୟ ଟାର୍ଗେଟ ଫୁଲଫିଲ କରିପାରିବେନି ବୋଲି କହିଛି ସଂଘ। ଏହାସହ ଗ୍ରାହକଙ୍କ ନିକଟକୁ ମଦ ପହଞ୍ଚାଇବା […]
କୋରାପୁଟ: ଗାଡ଼ିରୁ ତେଲ କଢାଯିବାକୁ ନେଇ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି। କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଘଟଣ। ଗତ ୧୭ ତାରିଖ ଦିନ ବୈପାରିଗୁଡା ଅଗ୍ନିଶମ କାର୍ଯ୍ୟାଳୟରେ ଥିବା ଅଗ୍ନିଶମ ଗାଡ଼ିରୁ ତେଲ ବାହାର କରିବାକୁ ନେଇ ଡ୍ରାଇଭର ଓ ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୈପାରୀଗୁଡା କାର୍ଯ୍ୟାଳୟରେ ଥିବା ଗାଡ଼ିରୁ ଅଗ୍ନିଶମ ଅଧିକାରୀ ଦୁଇ ଜଣ ଯୁବକଙ୍କୁ ଆଣି ଗାଡ଼ିରୁ ଡ଼ିଜେଲ ବାହାର କରୁଥିବା […]