• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Jelly Fish Death
ଜେଲି ମାଛ ମଡ଼କ

ପୁରୀ : ପୁରୀ ସମୁଦ୍ର କୂଳରେ ଶହ ଶହ ଜେଲି ମାଛ ମଡ଼କ। ଆଜି ସକାଳୁ ଶହ ଶହ ମୃତ ଜେଲି ଫିସ୍ ସମୁଦ୍ର କୂଳରେ ପଡ଼ିଥିବା ଦେଖିବାକୁ ମିଳିଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଏଭଳି ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ପେଣ୍ଠକଟା ଅଞ୍ଚଳରେ ଡିସ୍କୋ କୋକଲି ମାଛ ମଡ଼କ ଦେଖିବାକୁ ମିଳିଥିଲା । ତେବେ ଏହାର ମୃତ୍ୟୁର ପ୍ରକୃତ କାରଣକୁ ନେଇ […]

  • Wednesday, 14 July 2021
corona-state-dead
ଆଜି ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : କରୋନାରେ ଦୈନିକ ମୃତ୍ୟୁରେ ରାଜ୍ୟରେ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂଆ ମୃତ୍ୟୁ ତଥ୍ୟ ସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫ଶହ ୧୬କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ ଆଜି ବି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଦିନକରେ ୧୧ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲିର ହାରଠାରୁ ଏହା ସମାନ୍ୟ ହ୍ରାସ […]

fire
ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ

ପୁରୀ :  ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ ଲାଗି ୨୦ ଏକରରୁ ଅଧିକ ଅଞ୍ଚଳରେ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଘ୍ନିଶମ ଟିମ୍ ପହଞ୍ଚିଥିଲେ ବି ପାଖରେ ପାଣି ନ ଥିବାରୁ ନିଆଁ ଲିଭାଇବାରେ ବିଳମ୍ବ ହୋଇଥିଲା। ମେରାଇନ ଡ୍ରାଇଭରୁ ଦୁଇ କିଲୋମିଟର ଭିତରେ ଅଭୟାରଣ୍ୟରେ ଲାଗିଥିବା ଏହି ନିଆଁ ଯୋଗୁ ହଜାର ହଜାର ଝାଉଁ ଓ କାଜୁ ଗଛ ପୋଡି ନଷ୍ଟ ହୋଇଯାଇଛି। ନିଆଁ ଯୋଗୁଁ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଦେଖାଦେଇଛି। […]

  • Wednesday, 14 July 2021
Kandhamal
କରୋନା ଗୁଜବ; ଲୋକଙ୍କ ଭିତରେ ଟେଷ୍ଟିଂ ଭୟ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁରାଙ୍ଗିଆରେ କରୋନାକୁ ନେଇ ନାନା ଗୁଜବ ପ୍ରଚାର ହେବାରେ ଲାଗିଛି। ଏଥିରେ ପ୍ରଭାବିତ ହୋଇ ଲୋକେ କରୋନା ଟେଷ୍ଟିଂ କରିବାକୁ ମନା କରୁଛନ୍ତି। ଟେଷ୍ଟିଂ କଲେ ସେମାନଙ୍କୁ ଦୂରକୁ ନେଇ ତାଙ୍କ କିଡନି ଓ ଆଖି ତାଡ଼ିନେବା ଭଳି ଗୁଜବ ଶୁଣିବାକୁ ମିଳୁଛି । ଏଥିପାଇଁ ଲୋକେ ଭୟଭୀତ ହୋଇ ଟେଷ୍ଟିଂ କରୁନାହାନ୍ତି। ଗାଁର ଅନେକ ଲୋକଙ୍କୁ ଜ୍ୱର ହୋ‍ଇଥିଲେ ବି ଟେଷ୍ଟିଂ କରୁନାହାନ୍ତି । ସେପଟେ ଏନେଇ […]

Umarkot Tahasildar
ତହସିଲଦାରଙ୍କ ମହତପଣିଆ

ଉମରକୋଟ : ନିଜ ମହତପଣିଆକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଉମରକୋଟ ତହସିଲଦାର ଡା. ହିମାଞ୍ଚଳ ମାଝି। ସପ୍ତାହାନ୍ତ ସଟଡାଉନ୍ ବେଳେ ରାସ୍ତା କଡରେ ଶାଗ ବିକ୍ରି କରୁଥିବା ଜଣେ ମହିଳାଙ୍କୁ ସଚେତନ କରିବା ସହିତ ୫୦ ଟଙ୍କାର ଶାଗକୁ ୨ଶହ ଟଙ୍କାରେ କିଣି ତାଙ୍କୁ ଘରକୁ ଯିବାକୁ କହିଲେ। କରୋନା ଭାଇରସର ଦ୍ୱିତୀୟ ଲହର ହାହାକାର ଖେଳେ‍ଇଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ସରକାରୀ ଓ ପ୍ରଶାସନୀକ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଲକଡାଉନ୍ କଟକଣା […]

  • Wednesday, 14 July 2021
ndrf
ଓଡ଼ିଶାକୁ ଆସିବ ଆଉ ୧୦ NDRF ଟିମ୍

ଭୁବନେଶ୍ଵର : ବାତ୍ୟା ମୁକାବିଲା ପାଇଁ ଓଡ଼ିଶାକୁ ଆସିବ ଆଉ ୧୦ NDRF ଟିମ୍। ସୂଚନା ଦେଲେ NDRF ଡିଜି ସତ୍ୟନାରାୟଣ ପ୍ରଧାନ। ପୂର୍ବରୁ ଓଡ଼ିଶାକୁ ୨୨ଟି ଟିମ୍ ଯାଇଥିବା ବେଳେ SRC ଆଉ ୧୦ ଟିମ୍ ମାଗିଛନ୍ତି। ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏୟାର ଲିଫ୍ଟ କରି ଟିମ୍ ପହଞ୍ଚାଯିବ ବୋଲି ସେ କହିଛନ୍ତି।. ଅନ୍ୟପଟେ ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। କେହି ହେଡକ୍ୱାର୍ଟର ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ […]

  • Wednesday, 14 July 2021
low-pressure
ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର : ଭୀଷଣ ବାତ୍ୟାରେ ପରିଣତ ହେବ

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଲଘୁଚାପ କ୍ଷେତ୍ର ସୃଷ୍ଟି। ଲଘୁଚାପ କ୍ରମେ ଘନୀଭୂତ ହୋଇ ୨୪ରେ ବାତ୍ୟାରେ ପରିଣତ ହେବ। କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହେବ। ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଉପକୂଳ ମୁହାଁ ହେବ ବାତ୍ୟା। ୨୬ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ବାତ୍ୟା […]

Labour
କରୋନା ବେଳେ ଶ୍ରମିକ ଚାଲାଣ!

କୋରାପୁଟ : କରୋନା କାଳରେ ହେଉଛି ଶ୍ରମିକ ଚାଲାଣ। ଶ୍ରମିକଙ୍କୁ ଏକ ଘରୋଇ ବସରେ ତାମିଲନାଡୁ ନେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ କାଠରଗଡା ପଞ୍ଚାୟତର ନୂଆଗୁଡା ଗାଁରେ। ଗାଁର ୧୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ଏକ ବସ ତାମିଲନାଡୁ ତିରୂଚୁର ଜିଲ୍ଲାର ଏକ ଘରୋଇ ସୂତାମିଲକୁ  ଯାଉଥିଲା। ତେବେ ବସଟି ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବିସିଂହପୁର ଥାନା ପୁଲିସ ବସକୁ ଅଟକାଇ ଘଟଣାର ଯାଞ୍ଚ କରିବାରୁ […]

cyclone
ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାରି ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ୨୪ ତାରିଖ ବେଳକୁ ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହିତ ଆହୁରି ଘନୀଭୂତ ହୋଇ ୨୬ ତାରିଖ […]

Balasore
ବାପା କ୍ୟାନସର ଓ କରୋନାରେ ଚାଲିଗଲେ ମାଆ, ଏକୁଟିଆ ହୋଇଗଲା ୯ ବର୍ଷର କୁନି ଝିଅ...

ଗ୍ରାମବାସୀଙ୍କ ସହାୟତାରେ ଚିକିତ୍ସା ପାଇଁ ବାଲେଶ୍ୱର କୋଭିଡ୍ ହସପିଟାଲରେ ଭର୍ତ୍ତି ହେଲେ , ଏପଟେ କୁନି ଝିଅଟି ଘରେ ଏକୁଟିଆ ଅପେକ୍ଷା କରି ରହିଥିଲା ମା ହସପିଟାଲରୁ କେତେବେଳେ ଘରକୁ ଫେରିବ ? ମାତ୍ର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ରେବତୀ।

palli
ପଲ୍ଲୀସଭାରେ ଗୋଷ୍ଠୀ ସଂଘର୍ଷ, ୩ ଆହତ

ଭଦ୍ରକ: ରଣକ୍ଷେତ୍ର ପାଲଟିଲା ପଲ୍ଲୀସଭା। ଭଦ୍ରକ ବ୍ଲକ୍ କୋଡ଼ଗମ୍ଭୀର ଗାଁରେ ଆଜି ସକାଳ ୯ଟା ବେଳେ ଘଟିଛି ସଂଘର୍ଷ। ଦୁଇ ଗୋଷ୍ଠୀ ପରସ୍ପରକୁ ଠେଲା ପେଲା କରିବା ସହ ଗୋଟିଏ ଗୋଷ୍ଠୀ ବାଉଁଶ ଓ ଠେଙ୍ଗାରେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ସୂଚନା ଅନୁସାରେ ବର୍ତ୍ତମାନ ସମୟରେ କରୋନା କଟକଣା ଯୋଗୁଁ କୌଣସି ପଲ୍ଲୀସଭା ନକରିବାକୁ ଗାଇଡଲାଇନ୍ସ […]

  • Wednesday, 14 July 2021
main
ରାଜ୍ୟ ଭିତରେ ଗଡ଼ିବ ୫ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ରାଜ୍ୟ ଭିତରେ ଚାଲିବ ୫ ସ୍ପେଶାଲ ଟ୍ରେନ। ରାଜ୍ୟ ଭିତରେ ୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଲୱେ ପକ୍ଷରୁ ଘୋଷଣା କରାଯାଇଛି। ଭୁବନେଶ୍ୱରରୁ ବଲାଙ୍ଗିର, ଭୁବନେଶ୍ୱରରୁ ଭଦ୍ରକ,  ଭୁବନେଶ୍ୱରରୁ ବ୍ରହ୍ମପୁର, ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଏବଂ  ଭୁବନେଶ୍ୱରରୁ କୋରାପୁଟ ମଧ୍ୟରେ ଚାଲିବ। ଭୁବେନଶ୍ୱର- କୋରାପୁଟ ସ୍ପେଶାଲ ଟ୍ରେନ୍ ଅନୁଗୁଳ, ସମ୍ବଲପୁର ଓ ରାୟଗଡ଼ା ଦେଇ ଯିବ। ଏହି ଟ୍ରେନ ସପ୍ତାହକକୁ ୩ ଦିନ ଚଳାଚଳ କରିବ। ୫ଟି ଯାକ ସ୍ପେଶାଲ୍ ଟ୍ରେନ୍ ଜୁନ୍ […]

  • Wednesday, 14 July 2021
HC
ରଥ ନିର୍ମାଣ ଅଗ୍ରଗତି ସମ୍ପର୍କରେ ଜଣାଅ: ହାଇକୋର୍ଟ

କଟକ: ହାଇକୋର୍ଟରେ ପୁରୀ ରଥଯାତ୍ରା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି। ରଥ ନିର୍ମାଣ ଅଗ୍ରଗତି ସଂପର୍କରେ ଜଣାଇବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରଥଯାତ୍ରା ବନ୍ଦ କରିବାକୁ ନେଇ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଅନ୍ୟପଟେ ଏହି ମାମଲାକୁ ବିରୋଧ କରି ଦୁଇଟି ଇଣ୍ଟରଭିନିଂ ପିଟିସନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। […]

  • Wednesday, 14 July 2021
lightening
ବଜ୍ରପାତ ନେଲା ୩ ଜୀବନ

ବ୍ରହ୍ମପୁର: ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଡେଙ୍ଗାବାଡ଼ି ଗାଁରେ ଦୋକାନ୍ ପିଣ୍ଡାରେ ବସିଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ ମତାଧାରୀ ଗାଁର ଏବଂ ଅନ୍ୟ ଜଣେ ହେଲେ ତାକରଡ଼ା ଗାଁର। ସେହିପରି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ନୂଆସାହି ଗାଁରେ ବଜ୍ରାଘାତରେ ସୁମନ୍ତ କୁମାର ବିଶୋୟୀ ନାମକ ଜଣେ ଯୁବକଙ୍କ […]

pressmeet
'ବିପର୍ଯ୍ୟୟ ବେଳେ ଓଡ଼ିଶା ସହ ଠିଆ ହୋଇଛନ୍ତି ମୋଦି'

ଭୁବନେଶ୍ୱର: ଓଡ଼ିଶାକୁ ବୈମାତୃକ ମନୋଭାବ କହିବାର ଯୁଗ ସରିଛି। ଓଡ଼ିଶାର ବିକାଶ ପାଇଁ ସରକାର ସବୁ ପ୍ରକାର ପ୍ରୟାସ କରିଛନ୍ତି। ବିପର୍ଯ୍ୟୟ ବେଳେ ଓଡ଼ିଶା ସହ ଠିଆ ହୋଇଛନ୍ତି ମୋଦି। ଅଗ୍ରୀମ ଟଙ୍କା ଦେବାର ପରମ୍ପରା ସୃଷ୍ଟି କରିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପିର ପ୍ରେସମିଟରେ ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରୀୟ […]

  • Wednesday, 14 July 2021
ips
ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ IPS ସତ୍ୟଜିତ ମହାନ୍ତି। ଅଗ୍ନିଶମ ଡିଜି ଭାବେ ସୁନୀଲ ରାୟଙ୍କ ଅବସର ପରେ ଏହି ପଦବୀ ଖାଲି ଥିଲା। ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ମଧ୍ୟ ଅଛନ୍ତି ସତ୍ୟଜିତ ମହାନ୍ତି। ଦାୟିତ୍ୱ ନେବା ଅବସରରେ ସେ ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ଶନିବାର ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ କରିଥିଲେ। ବର୍ତ୍ତମାନ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି ଥିବା […]

  • Wednesday, 14 July 2021
suspended
ବାଦାମ କିଣା ଦୁର୍ନୀତି ଅଭିଯୋଗରେ ଲ୍ୟାମ୍ପ୍ସ ଏମ୍‌ଡି ନିଲମ୍ବିତ

ମାଲାକାନଗିରି: ବାଦାମ କିଣାରେ ଦୁର୍ନୀତି ଅଭିଯୋଗ ନେଇ ମାଲକାନଗିରି ପୋଟେରୁ ଲ୍ୟାମ୍ପସ୍ ଏମଡି ନିଲମ୍ବିତ। ପୋଟେରୁ ଲ୍ୟାମ୍ପସ MD ଧନେଶ୍ୱର ପଟ୍ଟନାୟକଙ୍କୁ ନିଲମ୍ବିତ କରିଛନ୍ତି ଲ୍ୟାମ୍ପସ ପ୍ରଶାସକ। ଏହାସହିତ ତଦନ୍ତ କରାଯାଇ ଅନ୍ୟ କର୍ମଚାରୀ ଯଦି ଏହି ଦୁର୍ନୀତିରେ ସାମିଲ ଥିବେ, ତେବେ ତାଙ୍କ ବିରୋଧରେ ବି କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଡମିନିଷ୍ଟ୍ରେଟର୍ ସାମଲ ମାରାଣ୍ଡି ସୂଚନା ଦେଇଛନ୍ତି। ଅଭିଯୋଗ ମୁତାବକ, ପୋଟେରୁ ଲ୍ୟାମ୍ପ ଅଧୀନରେ ଥିବା ଚିନାବାଦାମ ମଣ୍ଡିରୁ ଗଲା କିଛିଦିନ ହେବ ଚାଷୀଙ୍କ […]

  • Wednesday, 14 July 2021
shaan
ଓଡ଼ିଆ ଡ଼ାକ୍ତରଙ୍କୁ ଡକ୍ଟର ସୁର ସମ୍ରାଟ ଆୱାର୍ଡ, ଶାନ୍ କଲେ ପ୍ରଶଂସା

ଭୁବନେଶ୍ୱର: କୋଭିଡ଼ ଯୋଦ୍ଧା ପାଇଲେ ଡକ୍ଟର ସୁର ସମ୍ରାଟ୍ ଆୱାର୍ଡ। ବ୍ରହ୍ମପୁର ଏମକେସିଜି ମେଡିକାଲର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଚନ୍ଦନ ଗନ୍ତାୟତଙ୍କୁ ମିଳିଛି ଏହି ଆୱାର୍ଡ। ଅନଲାଇନରେ ସୁର ସମ୍ରାଟ୍ ନାଁରେ ଏକ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ ଡାକ୍ତର ଚନ୍ଦନ। ଗତ ୩ ସପ୍ତାହ ଧରି ଅନୁଷ୍ଠିତ ହୋଇଥିବା ଏହି ଅନଲାଇନ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ ଦେଶର ପ୍ରାୟ ୨ ହଜାରରୁ ଅଧିକ ପ୍ରତିଯୋଗୀ। ଯେଉଁଥିରେ ଫାଇନାଲ ରାଉଣ୍ଡରେ ଡାକ୍ତର ଚନ୍ଦନ ନିଜ କଣ୍ଠର ଯାଦୁରେ […]

  • Wednesday, 14 July 2021
temple
ସ୍ନାନମଣ୍ଡପର ସ୍ଥିତି ଯାଞ୍ଚ କଲା ASI

ଭୁବନେଶ୍ୱର: ଆସନ୍ତା ଜୁନ୍ ୫ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏହାକୁ ନଜରରେ ରଖି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ASI ପକ୍ଷରୁ ଆଜି ସ୍ନାନମଣ୍ଡପକୁ ଯାଞ୍ଚ କରାଯାଇଛି। ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଯାଞ୍ଚ କରିଛନ୍ତି। ସ୍ନାନମଣ୍ଡପରେ ପଥର ପରିବର୍ତ୍ତନ କିଭଳି ଭାବରେ ହୋଇଛି, ସଠିକ୍ ଭାବେ ହୋଇଛି ନା ନାହିଁ ତାହା ଯାଞ୍ଚ କରିଛନ୍ତି। ଏହାସହ ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପର ବି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗକୁ ରଥଯାତ୍ରା ଥିବାରୁ ଏଭଳି […]

  • Wednesday, 14 July 2021
board
ଜୁନ ୧ରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର: ଜୁନ୍ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅନଲାଇନ୍ ଖାତା ଦେଖା। ଏଥିପାଇଁ ୩୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ। ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ ଟା ଯାଏ ପ୍ରଥମ ସିଫ୍ଟ ଓ ଦିନ ୧.୩୦ରୁ ସଂଧ୍ୟା ୬ଟା ୩୦ ଯାଏ ଦ୍ୱିତୀୟ ସିଫ୍ଟରେ ଖାତା ଦେଖା ହେବ। ଏବେ କେବଳ ଅନଲାଇନ୍ ବିଷୟର ଖାତା ଦେଖା ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଅଫଲାଇନ୍ […]

  • Wednesday, 14 July 2021
elephant
ଚନ୍ଦକାରେ ଖୋଲିବ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ବନାଞ୍ଚଳରେ ହେବ ବନ୍ୟପ୍ରାଣୀଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ।  ବିଶ୍ୱସ୍ତରୀୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ ରହିଛି।  ଏଥିସହ ରାଜ୍ୟର ହାତୀ କରିଡର ସଂଖ୍ୟା ୧୪ରୁ ୧୬କୁ ବଢାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଶିମିଳିପାଳ-ହଦଗଡ଼ ଏବଂ ବରୁଣେଇ-ନୂଆଗଡ଼ ହାତୀଙ୍କ ନୂଆ କରିଡର ହେବ। ଢେଙ୍କାନାଳ, ରେଢ଼ାଖୋଲ ଓ ଆଠମଲ୍ଲିକ ବନଖଣ୍ଡରେ ଜାତୀୟ ରାଜପଥର ଅଣ୍ଡର ପାସ୍ ନିର୍ମାଣ ଚଳିତବର୍ଷ ଶେଷ କରିବାକୁ ମୁଖ୍ୟ ଶାସନ […]

  • Wednesday, 14 July 2021
ips
ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ, ଅଗ୍ନିଶମ ଡିଜି ହେଲେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ।  ବର୍ତ୍ତମାନ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି ଥିବା ସତ୍ୟଜିତ ମହାନ୍ତିଙ୍କୁ କେତୋଟି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବ ଦାୟିତ୍ୱ ସହ ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ ସତ୍ୟଜିତ ମହାନ୍ତି। ସେହିପରି ସେ ହୋମଗାର୍ଡ ଆଣ୍ଡ ଡାଇରେକ୍ଟର ସିଭିଲ୍ ଡିଫେନ୍ସର କମାଣ୍ଡାଣ୍ଟ ଜେନେରାଲ୍ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ବହନ କରିବେ। ଏପଟେ ସେସୁର ସିଇଓ ଭାବେ କାର୍ଯ୍ୟରତ ଅରୁଣ ବୋଥ୍ରାଙ୍କୁ OSRTCର […]

  • Wednesday, 14 July 2021
main-head
ମହାମାରୀ ସଙ୍କଟ ବେଳେ ଓଡ଼ିଶାକୁ ମାଡ଼ିଆସୁଛି ଆତଙ୍କୀ କୀଟ

ଭୁବନେଶ୍ୱର: ମହାମାରୀର ମହାସଙ୍କଟ ଭିତରେ ଏବେ ଦେଶ ଆଉ ରାଜ୍ୟକୁ ଘନେଇ ଆସୁଛି ଆଉ ଏକ ମହାବିପଦ। ତାହା ହେଉଛି, ଆତଙ୍କୀ କୀଟ ପଙ୍ଗପାଳ। ଉତ୍ତରରୁ ଦକ୍ଷିଣ ଭାରତ ଯାଏଁ ଚାଷୀଙ୍କ ନିଦ ହଜାଇ ଦେଇଥିବା ଏହି ଉଡ଼ନ୍ତା ଆତଙ୍କ ଏବେ ଓଡ଼ିଶା ଆସିବାର ଆଶଙ୍କା ବଢ଼ାଇଛି। ଫୁଡ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେସନ୍-ଫାଓ ଆକଳନ କରିଛି ଯେ ଆସନ୍ତା ସପ୍ତାହେ ଭିତରେ ଓଡ଼ିଶା ପଶିପାରନ୍ତି ଏହି ଆତଙ୍କୀ କୀଟ। ଏଭଳି ଯଦି ହୁଏ, ତେବେ କରୋନା ଓ […]

  • Wednesday, 14 July 2021
adivasi
ପଥର ଗୁମ୍ଫାରେ ବିତୁଛି ଜୀବନ

ରାଇରଙ୍ଗପୁର: ଜୀବନ ଭୟରେ ପଥର ଗୁମ୍ଫାରେ ରହୁଛନ୍ତି ଜଣେ ଆଦିବାସୀ ଖଡିଆ ପରିବାର। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଝାଡଖଣ୍ଡ ସୀମାନ୍ତ ମାଙ୍କଡଗୋଡା ଗାଁର ଏହି ଘଟଣା। ଏଇ ଗାଁରେ ରହୁଥିବା ଶନିବାରୀ ଦେହୁରୀଙ୍କୁ ପଡୋଶୀମାନେ ଝଗଡା ପରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଭୟଭୀତ ହୋଇ ଶନିବାରୀ ପରିବାର ସହ ଘର ଛାଡି ଝାଡଖଣ୍ଡ ଅଂଚଳକୁ ପଳାଇ ଯାଇ ସେଠାରେ ଜଙ୍ଗଲରେ ଥିବା ଏକ ପଥର ଗୁମ୍ଫାରେ ରହିଥିଲେ। ଘଟଣା ସଂପର୍କରେ ଜାଣିବା […]

  • Wednesday, 14 July 2021
bande
କୋଭିଡ୍ ଯୋଦ୍ଧାଙ୍କ ପାଇଁ ସାରା ଓଡ଼ିଶା ଗାଇଲା 'ବନ୍ଦେ ଉତ୍କଳ ଜନନୀ'

ଭୁବନେଶ୍ୱର: କୋଭିଡ଼ ଯୋଦ୍ଧାଙ୍କ ପାଇଁ ଗାଇଲେ ବନ୍ଦେ ଉତ୍କଳ ଜନନୀ। ଭୁବନେଶ୍ୱର ସହ ରାଜ୍ୟର କୋଣ ଅନୁକୋଣରେ ଗାଇଲେ ଲୋକେ।  କେବଳ ଜନତା ନୁହଁନ୍ତି, ନେତା, ଅଭିନେତା, ଲୋକପ୍ରିୟ ଗାୟକ ମଧ୍ୟ କରୋନା ମୁକାବିଲାରେ ନିୟୋଜିତ ଥିବା ଲୋକଙ୍କ ପାଇଁ ବନ୍ଦେ ଉତ୍କଳ ଗାଇଛନ୍ତି। କୋଭିଡ଼ ଯୋଦ୍ଧାଙ୍କ ପାଇଁ ଗାଇଲେ ବନ୍ଦେ ଉତ୍କଳ ଜନନୀ: ନବୀନ ନିବାସରେ ଗାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାନସଭା ସମ୍ମୁଖରେ ବିଧାୟକଙ୍କ ସହ ଗାଇଲେ ବାଚସ୍ପତି ସୂର୍ଯ୍ୟ ପାତ୍ର, ଲୋକସେବା ଭବନରେ […]

  • Wednesday, 14 July 2021