• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁରାଙ୍ଗିଆରେ କରୋନାକୁ ନେଇ ନାନା ଗୁଜବ ପ୍ରଚାର ହେବାରେ ଲାଗିଛି। ଏଥିରେ ପ୍ରଭାବିତ ହୋଇ ଲୋକେ କରୋନା ଟେଷ୍ଟିଂ କରିବାକୁ ମନା କରୁଛନ୍ତି। ଟେଷ୍ଟିଂ କଲେ ସେମାନଙ୍କୁ ଦୂରକୁ ନେଇ ତାଙ୍କ କିଡନି ଓ ଆଖି ତାଡ଼ିନେବା ଭଳି ଗୁଜବ ଶୁଣିବାକୁ ମିଳୁଛି । ଏଥିପାଇଁ ଲୋକେ ଭୟଭୀତ ହୋଇ ଟେଷ୍ଟିଂ କରୁନାହାନ୍ତି। ଗାଁର ଅନେକ ଲୋକଙ୍କୁ ଜ୍ୱର ହୋ‍ଇଥିଲେ ବି ଟେଷ୍ଟିଂ କରୁନାହାନ୍ତି ।

ସେପଟେ ଏନେଇ ଖବର ପାଇବା ପରେ ବିଡିଓ, ତହସିଲଦାର ଓ ମେଡିକାଲ କର୍ମଚାରୀ ବୁରାଙ୍ଗିଆରେ ପହଞ୍ଚି କିଛି ଲୋକଙ୍କୁ ଟେଷ୍ଟିଂ କରିଛନ୍ତି । ଏଥିରୁ ୩ ଜଣଙ୍କଠାରେ କରୋନା ପଜିଟିଭ୍ ବାହାରିଛି। ମେଡିକାଲ ଟିମ୍ ଆହୁରି ଅଧିକରୁ ଅଧିକ ଲୋକଙ୍କର କରୋନା ଟେଷ୍ଟିଂ କରିବାକୁ ଚାହିଁଥିଲେ ମଧ୍ୟ ଅନେକ ଲୋକେ ପିଲା ଛୁଆଙ୍କୁ ନେଇ ବଣ ଜଙ୍ଗଲକୁ ଲୁଚିବାକୁ ପଳାଇଥିଲା ବେଳେ ଆଉ କିଛି ଲୋକେ ତାଟି କବାଟ ବନ୍ଦକରି ଘରେ ରହିଥିଲେ।

ତେବେ ଗ୍ରାମରେ ପ୍ରାୟ ୫୦ ରୁ ୬୦ ଘର ଜ୍ୱରରେ ପଡିଥିବା ବେଳେ ସେଥିରୁ ବହୁତ କମ୍ ଟେଷ୍ଟିଂ ହୋ‍ଇଛନ୍ତି ବୋଲି ଗ୍ରାମବାସୀ କୁହନ୍ତି। ପୂନର୍ବାର ଟେଷ୍ଟିଂ ପାଇଁ ଦାବି ହେଉଛି।

ସେପଟେ ଆଜିଠୁ ରାଜ୍ୟବ୍ୟାପୀ ଗ୍ରାମାଞ୍ଚଳରେ ହେବ ଡୋର ଟୁ ଡୋର କରୋନା ସର୍ଭେ। ଅଗଷ୍ଟ ୨୩ ପର୍ଯ୍ୟନ୍ତ ଦୀର୍ଘ ୨ ମାସ ଧରି ଘର ଘର ବୁଲି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ଅଙ୍ଗନବାଡ଼ି ଓ ଆଶା କର୍ମୀ। ଘର ଘର ବୁଲି ଜ୍ୱର ପରୀକ୍ଷା କରିବେ, କୋଭିଡ୍ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ଚିହ୍ନଟ କରିବେ, ଦରକାର ପଡିଲେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା ମଧ୍ୟ କରିବେ। ଏଥିସହ କୋଭିଡ୍ ନିୟମ ପାଳନ ସମ୍ପର୍କରେ ସଚେତନତା ସୃଷ୍ଟିକରିବେ। ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ଏଥିରେ ସହଯୋଗ କରିବା ଲାଗି ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିବେଦନ କରିଛି ।

Karona-rumors-fear-of-testing-among-people
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories