• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

railway track
ଇୟରଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ, ଧକ୍କା ଦେଲା ଟ୍ରେନ୍‌

କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କଟକ ଖାନନଗର ଅଞ୍ଚଳରେ ଗତକାଲି ଏହି ଘଟଣା ଥିବାବେଳେ ଆଜି ସକାଳେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। 

arrest
ବଡ଼ ଧରଣର ବାଇକ ଲୁଟର ପର୍ଦ୍ଦାଫାଶ

କଟକ: ଚାଉଳିଆଗଞ୍ଜ ପୋଲିସ ଏକ ବଡ଼ ଧରଣର ବାଇକ ଲୁଟର ପର୍ଦ୍ଦାଫାଶ କରିଛି। ୩ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ୧୮ଟି ବାଇକ ଜବତ କରିଛି। ଗତ କିଛି ଦିନ ତଳେ କଟକ ଓଏମପି ଛକରେ ବାଇକ ଚେକିଂ ଚାଲିଥିବା ବେଳେ ଏକ ଚୋରି ଗାଡ଼ି ସହ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖିଥିଲା ପୋଲିସ। ସେମାନଙ୍କୁ ଜେରା କରିବା ପରେ ଏହି ବାଇକ୍ ଚୋରି ଗ୍ୟାଙ୍ଗ ଉପରୁ ପରଦା ହଟିଥିଲା। ସେମାନଙ୍କ ନିକଟରୁ […]

  • Thursday, 15 July 2021
suicide-up
ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା

ରାୟଗଡା: ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା। ରାୟଗଡ଼ା କଲ୍ୟାଣସିଂପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। କାଶୀପୁର ଥାନା BSF ୬୮ ବାଟାଲିୟନ୍ ଯବାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଯବାନ। ମୃତ ଯବାନଙ୍କ ନାଁ ଦିଲ୍ଲୀପ ମାଇ ସେ ୪ ମାସ ତଳେ ବାହା ହୋଇଥିଲେ। ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ନିଜ […]

  • Thursday, 15 July 2021
raped
୬ ବର୍ଷ ଧରି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରୁଥିଲେ ଟିଉସନ୍ ଶିକ୍ଷକ

ବ୍ରହ୍ମପୁର: ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକ ଗିରଫ। ଗଂଜାମ ଆସିକା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୋରଡ଼ା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ। ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ୬ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଅଧ୍ୟାପକଙ୍କ ଘରକୁ ୨୦୧୪ରେ ଟିଉସନ୍ ହେବାକୁ ଯାଉଥିଲେ। ନବମରେ ଟିଉସନ ପଢ଼ିବାକୁ ଯାଉଥିବା […]

  • Thursday, 15 July 2021
school'
କାଲିଠୁ ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟର ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ ନାମଲେଖା ଆରମ୍ଭ। ନାମଲେଖା ପାଇଁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ସବୁ DEO, BEO, DPCଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯.୩୦ ପର୍ଯ୍ୟନ୍ତ ହେବ ନାମଲେଖା ଚାଲିବ।  ଏକସମୟରେ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ ମନା କରାଯାଇଛି। […]

  • Thursday, 15 July 2021
ciggarate
ମେଡିସିନ୍‌ ବଦଳରେ ବିକୁଥିଲେ ସିଗାରେଟ୍‌ ଓ ଗୁଟଖା

ଭଦ୍ରକ: ମେଡ଼ିସିନ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି କରି ବନ୍ଧା ହେଲା ମାଲିକ। ସପ୍ତାହନ୍ତ ସଟଡାଉନର ସୁଯୋଗ ନେଇ ଦୋକାନ ବଜାର ବନ୍ଦ ବେଳେ ଚୋରାରେ ଗୁଟଖା ଓ ସିଗାରେଟ ବିକ୍ରି ବେଳେ ମିଳିତ ଚଢ଼ାଉ ହୋଇଛି। ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଦିନଦୟାଲ ମେଡ଼ିସିନ ଷ୍ଟୋରରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢ଼ାଉ ହୋଇଥିଲା। ପୋଲିସ ଓ ପ୍ରଶାସନର ମିଳିତ ଚଢ଼ାଉ କରାଯାଇଥିଲା। ଭଦ୍ରକ […]

  • Thursday, 15 July 2021
nabin-modi
ବର୍ତ୍ତମାନ କୋଭିଡ୍ ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ: ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର କୋଭିଡ ସ୍ଥିତି ନେଇ ମୋଦିଙ୍କ ସହ କଥା ହୋଇଛନ୍ତି। ବର୍ତ୍ତମାନ କୋଭିଡ୍ ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ ବୋଲି ନବୀନ କହିଛନ୍ତି ଜାତୀୟସ୍ତରରେ କୋଭିଡ ମୁକାବିଲା ପାଇଁ ଓଡ଼ିଶା ସହଯୋଗ କରିବ। ଦେଶରେ ଅକ୍ସିିଜେନ ଅଭାବ ପୂରଣ କ୍ଷେତ୍ରରେ ଓଡ଼ିଶା ସହଯୋଗ କରିବ ବୋଲି ନବୀନ କହିଛନ୍ତି।

  • Thursday, 15 July 2021
main-chori
କମିଶନରେଟ ପୋଲିସ୍‌ର ସଫଳତା: ୧୨ ବର୍ଷ ପରେ ଫେରିପାଇଲେ ଚୋରି ହୋଇଥିବା ଗାଡ଼ି

କଟକ: ଚୋରି ଓ ଲୁଟ ହୋଇଯାଇଥିବା ସାମଗ୍ରୀ ଜବତ କରି ମାଲିକମାନଙ୍କୁ ଫେରାଇଲା କମିଶନରେଟ ପୋଲିସ। କଟକ ସହରର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ସାମଗ୍ରୀକୁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ତାଙ୍କ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ମୋବାଇଲ ଫୋନ, ଲାପଟପ, ବାଇକ, ଟିଭି ଠାରୁ ଆରମ୍ଭ କରି ସ୍ମାର୍ଟ ୱାଚ୍‌ ଭଳି ଜବତ ସାମଗ୍ରୀ ଆଜି ଦିଆଯାଇଥିଲା। ଜବତ ହୋଇଥିବା ୬୯ଟି ମୋବାଇଲ ଫୋନ, ୨ ଟି ଲାପଟପ, ୧୮ ଟି ବାଇକ, ୩ ଟି […]

  • Thursday, 15 July 2021
evacuation officer
ଫେଲ୍ ମାରିଲା ସୂଚନା,ରାସ୍ତା ମଝିରେ ହଟହଟା ହେଲେ ଅବକାରୀ ଅଧିକାରୀ

ବ୍ରହ୍ମପୁରରୁ ଗଞ୍ଜେଇ ଆସୁଥବା ଭାବି ଏକ ଗାଡ଼ିକୁ ଅଟକାଇ ତଲାସୀ କରିଥିଲେ ଅବକାରୀ ଟିମ୍ । କୋରାପୁଟରୁ ଦିଗପହଣ୍ଡି ରାସ୍ତା ଦେଇ ଆସୁଥିବା ଏକ ସ୍କର୍ପିଓକୁ ଅବକାରୀ ଟିମ୍ ଫାଷ୍ଟ ଗେଟ୍‌ ନିକଟରେ ଅଟକାଇ ଥିଲେ।

cm-naveen
କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ଫର୍ମୁଲା

ଭୁବନେଶ୍ୱର: ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ଫର୍ମୁଲା। ଆଜି ପରିସ୍ଥିତିର ସମୀକ୍ଷା କରି ଅକ୍ସିଜେନ ବ୍ୟବସ୍ଥା ଥାଇ କୋଭିଡ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଯଦିଓ ଏବେ ଅକ୍ସିଜେନ କି ଶଯ୍ୟାର ଅଭାବ ଦେଖା ଦେଇ ନାହିଁ, ତେବେ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ମୂଲ୍ୟବାନ ଜୀବନ ରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଧିକାଂଶ ବେଡ୍ ପାଇଁ ଅକ୍ସିଜେନ ବ୍ୟବସ୍ଥା କରାଯାଉ। ରାଜ୍ୟରେ […]

  • Thursday, 15 July 2021
medical
ହସ୍ପିଟାଲ ପାଇଁ ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଗାଇଡଲାଇନ ସରକାର ଜାରି କରିଛନ୍ତି। ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ କଡ଼ା ତାଗିଦ କରାଯାଇଛି। ପ୍ରତ୍ୟେକ ହସ୍ପିଟାଲ ଅଲଗା ଜ୍ୱର ଓ ଆଇସୋଲେସନ କ୍ଲିନିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ଆସୁଥିବା ସବୁ ଲୋକଙ୍କ ସ୍କ୍ରିନିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ହାତଧୁଆ ବ୍ୟବସ୍ଥା ଓ ସାନିଟାଇଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। In view […]

hyder
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କନଷ୍ଟେବଲ, ୱାଡର ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୨ ଜଣ ଗିରଫ। କନଷ୍ଟେବଲ ମହମ୍ମଦ ମୌସିମଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଜେଲ୍‌ର ଜଣେ ୱାର୍ଡରଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି। ହାଇଦର ଫେରାର ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଲ ମୌସିମ। ପୂର୍ବରୁ ମୌସିମ ସହ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହାଇଦରକୁ ଜଗିବା ଦାୟିତ୍ୱରେ ଥିବା ୬ ପୋଲିସ ନିଲମ୍ବିତ ହୋଇଛନ୍ତି। କଟକ ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର […]

hyder-act
ହାଇଦର ଲିଙ୍କ୍‌ ଅଭିଯୋଗରେ ଆଲବମ୍ ହିରୋଇନ୍ ଗିରଫ

ଭୁବନେଶ୍ୱର: ହାଇଦର ଲିଙ୍କ୍‌ରେ ଆଲବମ୍‌ ହିରୋଇନ। ଗ୍ୟାଙ୍ଗଷ୍ଟର୍ କ୍ରାଇମ ସିଣ୍ଡିକେଟ୍‌ରେ ଯୁବତୀା କେବେ ତା ଅପରାଧ ଦୁନିଆରେ ରହୁଥିଲେ ଛାଇ ଭଳି ତ ଆଉ କେବେ ଗ୍ଲାମର ଗାର୍ଲ ସାଜି ଦର୍ଶକଙ୍କୁ କରୁଥିଲେ ମତୁଆଲା। ବାଲେଶ୍ୱର ଭୋଗରାଇ ଅଞ୍ଚଳର ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀ। ବୟସ ୧୮। ଯାହାଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ। କାରଣ ଚିକିତ୍ସାର ଆଳ କରି ଏସ୍‌ସିବିରେ ଥିବାବେଳେ ହାଇଦରକୁ ଅର୍ଚ୍ଚନା ଆସି ଦେଖାକରିଛନ୍ତି। ଏକାଧିକବାରା କେବଳ ସେ ନୁହଁନ୍ତି, ପଟ୍ଟାମୁଣ୍ଡାଇ ଓ […]

Tempul-5pm
ପୁରୀ ଶ୍ରୀମନ୍ଦିରରେ ପଡ଼ିଲା ରକ୍ତର ଛିଟା

ପୁରୀ: ଶ୍ରୀମନ୍ଦିରରେ ଅଭାବନୀୟ ସ୍ଥିତି ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କର ହୋଇଛି ବଡ଼ ମହାସ୍ନାନ। ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସର ଦୁଇ କର୍ମଚାରୀ ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ଭିତରେ କଥା କଟାକଟି ଓ ଥଟ୍ଟା ମଜା ବେଳେ ଏହି ଗଣ୍ଡଗୋଳ ହୋଇଥିଲା। ମାରପିଟ୍ ବେଳେ ମନୋଜ ପାଣିଗ୍ରାହୀଙ୍କ ମୁଣ୍ଡ ଫାଟିଯିବାରୁ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ପଡ଼ିଥିଲା। ଆଜି ମଧ୍ୟାହ୍ନ ଧୂପ ପରେ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଆହତ ମନୋଜଙ୍କୁ […]

  • Thursday, 15 July 2021
kumbha-mela
କୁମ୍ଭମେଳା ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଭୁବନେଶ୍ୱର: କୁମ୍ଭମେଳା ଫେରନ୍ତାଙ୍କ ପାଇଁ SRCଙ୍କ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ RTPCR ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ SRC ଚିଠି କରିଛନ୍ତି। କୁମ୍ଭମେଳାରେ ସାମିଲ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ବୁଲିଥିବା ସ୍ଥାନ, […]

  • Thursday, 15 July 2021
biju-ramanuj
ରାମାନନ୍ଦ ସାଗର ଓ ତାଙ୍କ ପୁରା ପରିବାରକୁ ଦିନେ ବଞ୍ଚାଇଥିଲେ ବିଜୁ ବାବୁ

ଭୁବନେଶ୍ୱର: ଓଡ଼ିଶା ରାଜନୀତିର ଦିଗ୍ଗଜ ନେତା ବିଜୁ ପଟ୍ଟନାୟକ ଆଉ ଭାରତୀୟ ସିନେ ଶିଳ୍ପ ତଥା ସିରିଏଲ ଜଗତର ଜଶସ୍ୱୀ ନାୟକ। ରାମାନନ୍ଦ ସାଗର ଜଣେ ରାଜନୀତି ଓ ଅନ୍ୟଜଣେ କଳା ସଂସ୍କୃତି କ୍ଷେତ୍ରରେ ବିଶ୍ୱରେ ବିିବିତ। ଦେଶର ଏ ଦୁଇ ମହାନ ବରପୁତ୍ରଙ୍କ ମଧ୍ୟରେ କିଛି ମୂହୁର୍ତ୍ତ ଏଭଳି ସମ୍ପର୍କ ସୃଷ୍ଟି ହୋଇଥିଲା ଯାହା ଆମ ସମସ୍ତଙ୍କ ପାଇଁ ଅଜଣା, ଅକୁହା। କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା ଯେ ରାମାନନ୍ଦ ସାଗାରଙ୍କ ଜୀବନରେ […]

  • Thursday, 15 July 2021
pipili
ମେ ୧୩ରେ ହେବ ପିପିଲି ଉପନିର୍ବାଚନ

ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଛି। ମେ ୧୩ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ। ମେ ୧୬ରେ ହେବ ଭୋଟ ଗଣତି ହେବ। ଏପ୍ରିଲ୍ ୧୯ରେ ବିଜ୍ଞପ୍ତି ପ୍ରକାଶ ସହ ମନୋନୟନପତ୍ର ଦାଖଲ ଆରମ୍ଭ ହେବ। ଏପ୍ରିଲ୍ ୨୬ ମନୋନୟନପତ୍ର ଦାଖଲର ଶେଷ ତାରିଖ। CEOଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ଯୋଗୁଁ ଉପ-ନିର୍ବାଚନ […]

  • Thursday, 15 July 2021
nasa2
'ନାସାର ରୋଭର୍‌ ଚ୍ୟାଲେଞ୍ଜ'ରେ ଓଡ଼ିଶା ତୃତୀୟ

ଭୁବନେଶ୍ୱର: ନାସା ପାଇଁ ରୋଭର ପ୍ରସ୍ତୁତ କରିଥିବା ଓଡିଶାର ନାପସାଟ୍ ଟିମ୍‌କୁ ସମ୍ମାନଜନକ ପୁରସ୍କାର ମିଳିଛି। ହାଇସ୍କୁଲ ଡିଭିଜନରେ ଏହି ଟିମକୁ ବେଷ୍ଟ ଭିଡିଓଗ୍ରାଫି ଆୱାର୍ଡ ମିଳିଛି। ଭାରତର ପ୍ରଥମ ହାଇସ୍କୁଲ ଟିମ୍ ଭାବେ ଓଡିଶାକୁ ଏହି ପୁରସ୍କାର ମିଳିଛି। ସାରା ବିଶ୍ୱର ୮୭ଟି ଟିମ ନେଇ ହୋଇଥିବା ଏହି ପ୍ରତିଯୋଗିତାରେ ନାପସାଟ୍ ଟିମ୍ ତୃତୀୟସ୍ଥାନ ହାସଲ କରିଛି। କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଓଡିଶାର ବଛାବଛା ୧୦ଜଣ ଛାତ୍ରଛାତ୍ରୀ ନାସା […]

  • Thursday, 15 July 2021
night curfew
ଚେତାଇ ଦେଲେ ସିପି, ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅମାନିଆଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ନାଇଟ କର୍ଫ୍ୟୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି। କଟକ ଏବଂ ଭୁବନେଶ୍ୱରରେ ବ୍ୟାପକ ପୋଲିସ ମୁତୟନ ହେବେ। ଭୁବନେଶ୍ୱରରେ ୧୦ ପ୍ଲାଟୁନ ଫୋର୍ସ, ୬୦ ଅଫିସର ମୁତୟନ ହେବେ। ଭୁବନେଶ୍ୱରରେ ୨୫ଟି ଜାଗାରେ କଟକଣା ପଏଣ୍ଟ କରାଯିବ ବୋଲି କହିଛନ୍ତି। ସେହିପରି ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପାସ୍ ଦରକାର ନାହିଁ। ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ। […]

  • Thursday, 15 July 2021
Hyder
ହାଇଦରକୁ ମାଡ଼ିବସିଲା ତେଲେଙ୍ଗାନା ଟାସ୍କଫୋର୍ସ

ଭୁବନେଶ୍ୱର: ହାଇଦରକୁ ମାଡ଼ିବସିଲା ତେଲେଙ୍ଗାନା ଟାସ୍କଫୋର୍ସ। ହାଇଦର ଗିରଫ ଘଟଣାରେ OTVକୁ EXCLUSIVE ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର। ହାଇଦରର ଫଟୋ ଜାରି ସହ ପାଟ୍ରୋଲିଂ ଟିମ୍‌କୁ ଆଲର୍ଟ କରିଥିଲୁ। ସବୁ ସିସିଟିଭିକୁ ଛାନ୍‌ଭିନ୍‌ କରିବା ବେଳେ ସୁରାକ ମିଳିଥିଲା।  ଗାଡ଼ି ବଦଳାଇ ଲୁଚିବା ଉଦ୍ୟମ ବେଳେ  ସେ ଧରାପଡ଼ିଥିଲା। ହାଇଦରକୁ ତେଲେଙ୍ଗାନା ଟାସ୍କଫୋର୍ସ ମାଡ଼ିବସିଥିଲା। ହାଇଦ୍ରାବାଦ ଉପକଣ୍ଠ ଜହିରାବାଦ୍‌ରେ ତାକୁ ଗିରଫ କରାଯାଇଥିଲା। ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି ବୋଲି ହାଇଦ୍ରାବାଦ ସିପି କହିଛନ୍ତି। […]

niranjan
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ। ନିରଞ୍ଜନ ପଟ୍ଟନାୟକଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ନେଇ ନିରଞ୍ଜନଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି। ତେବେ ପରିବାର ପକ୍ଷରୁ କୁହାଯାଇଛି ଯେ, ସେ ତାଙ୍କର ରେଗୁଲାର ହାର୍ଟ ଚେକଅପ୍ ପାଇଁ ମେଡିକାଲରେ ଭର୍ତ୍ତି ହୋଛନ୍ତି। ମିଳିଥିବା ସୂଚନା ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରଙ୍କ ପରାମର୍ଶରେ ସେ ଦିଲ୍ଲୀ ଚିକିତ୍ସା ପାଇଁ ଦିଲ୍ଲୀ […]

  • Thursday, 15 July 2021
rec=search
ବିଶେଷଜ୍ଞଙ୍କ ମତ: ଯେମିତି ବଢୁଛି, ସେମିତି କମିବ କରୋନା

ଭୁବନେଶ୍ୱର: ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ୍, ଛତିଶଗଡ଼ କରୋନା ପାଇଁ ଚାରିଆଡ଼େ ହାହାକାର। ସବୁଠି ଦୁର୍ଦ୍ଦଶାର ଦୟନୀୟ ଚିତ୍ର। କେଉଁଠି ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ବେଡ୍ ନାହିଁ। ଆକ୍ରାନ୍ତଙ୍କୁ ଧରି ଧାଡ଼ିରେ ଶହ ଶହ ଆମ୍ବୁଲାନ୍ସ ତ କେଉଁଠି ଶବ ପାଇଁ ଶ୍ମଶାନରେ ବି ଜାଗା ମିଳୁନି। ଆଉ ଏସବୁ ଭିତରେ ଭୟକୁ ଦ୍ୱିଗୁଣ କରି ଆଜି ଦେଶରେ ଦୁଇ ଲକ୍ଷ ଡେଇଁ ଯାଇଛି। ଦୈନିକ ସଂକ୍ରମଣ ଦୁଇଦିନ ଧରି ହଜାରେ ଉପରେ ବି ଦୈନିକ ମୃତ୍ୟୁର ଧାରା। […]

  • Thursday, 15 July 2021
Hyder
ହଜାରେ କିଲୋମିଟର ଦୂରରେ ଲୁଚିଥିବା ଗ୍ୟାଙ୍ଗଷ୍ଟର ହାଇଦର ଗିରଫ

କଟକ: ଶେଷରେ ପୋଲିସ ହାତରେ ଧରାପଡ଼ିଲା କୁଖ୍ୟାତ ଗାଙ୍ଗଷ୍ଟର ସେଖ୍ ହାଇଦର। ୫ ଦିନ ତଳେ କଟକ ବଡ଼ମେଡିକାଲରୁ ଫେରାର ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଛି କଟକ ପୋଲିସ। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗିରଫ କରାଯାଇଛି। ଏ ନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ହାଇଦରକୁ ଆଜି ସଂଧ୍ୟାରେ କଟକ ପୋଲିସ ତେଲେଙ୍ଗାନାରୁ ଗିରଫ କରିଥିବା ପୋଲିସ କମିଶନର କହିଛନ୍ତି। ଗତ ଏପ୍ରିଲ […]

  • Thursday, 15 July 2021
ramjan
ରମଜାନ ମାସ ପାଇଁ ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ପବିତ୍ର ରମଜାନ ମାସ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି। ଏଥିଲାଗି ଖୁବ୍‌ଶୀଘ୍ର ଏସ୍ଓପି ଜାରି ହେବ। ଧାର୍ମିକ ଅନୁଷ୍ଠାନରେ ୫୦ ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ନେଇ ହେବ ନମାଜ ପାଠ। ଏଥିସହ ମାସ୍କ, ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ ହୋଇଛି। ଏନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡ଼ଲାଇନ ଜାରି କରିଛନ୍ତି। ଏହାକୁ ବିଏମସି ପକ୍ଷରୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର। ସିଏମ୍‌ସି ପକ୍ଷରୁ ମଧ୍ୟ ରମଜାନ […]

  • Thursday, 15 July 2021
bijaymahapatra
ହାଇଦର ଫେରାର ଫଛରେ ବଡ଼ ଅଫିସରଙ୍କ ହାତ: ବିଜୟ

ଭୁବନେଶ୍ୱର: ହାଇଦରକୁ ଫେରାର କରିଦିଆଯାଇଛି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଯେ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି। ଫେରାରର ସତ୍ୟ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଇଛି। ପ୍ରଥମେ STF ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜୟ କହିଛନ୍ତି। ଡିଜି, STF ମୁଖ୍ୟ, ଏଡିଜି, ଡିସିପି ନିଜ ଦାୟିତ୍ୱ ସଠିକ ତୁଲାନ୍ତୁ। ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା। ପ୍ରସ୍ତୁତିରେ ଓଡ଼ିଶାର ବଡ଼ ବଡ଼ […]