ବାଙ୍କୀ: ବାଙ୍କୀର ଆରାଧ୍ୟ ଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳୁ ସେବାୟତମାନଙ୍କ ଦ୍ୱାରା ୧୦୮ ଗରାରେ ପବିତ୍ର ଜଳଲାଗି ଓ ମାଜଣା କରାଯିବା ପରେ ମହାଷ୍ଟମୀର ନୀତିକାନ୍ତି ଆରମ୍ଭ ହୋଇଥିଲା। ସୂର୍ଯ୍ୟପୂଜା, ମଙ୍ଗଳଆଳତି, ଦ୍ୱାରପାଳ ପୂଜା ପରେ ବଲ୍ଲଭ ପୂଜା ସହ ମାଣ୍ଡୁଅ ଭୋଗ ଲାଗି ହେବ। ମା’ଙ୍କୁ ଆଜି ସୁସଜ୍ଜିତ ପାଟ୍ଟବସ୍ତ୍ର ଦ୍ୱାରା ମହିଷାମର୍ଦ୍ଦିନୀ ବେଶ କରାଯାଇଛି। ଏହି ବେଶରେ ମା’ଙ୍କୁ ଦର୍ଶନ […]
ମାଲକାନଗିରି: ଲୁଚାଛପାରେ ମାଓବାଦୀଙ୍କୁ ଗୁଳି, ବନ୍ଧୁକ ଯୋଗାଉଥିବା ଅଭିଯୋଗରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାର କାସୋଲି ଫୋର୍ସ କ୍ୟାମ୍ପରେ କାର୍ଯ୍ୟରତ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍। ତାଙ୍କ ନାଁ ରାଜୁ କୁଜୁର। ପୁଲିସ ତାଙ୍କୁ ଗିରଫ କରିବା ପରେ ଡେମୋ ପ୍ରଦର୍ଶନ କରାଇଛି। ସେ କେମିତି ସୁରକ୍ଷା ତାରବାଡ଼କୁ ଡେଇଁ ମାଓବାଦୀଙ୍କୁ ସହଯୋଗ କରୁଥିଲେ, ତାହାର ଡେମୋ ସେ କରି ଦେଖାଇଛନ୍ତି। ଏହି ଘଟଣାକୁ ନେଇ ସଂପୃକ୍ତ ଯବାନ କିମ୍ବା […]
ଚାନ୍ଦବାଲି: ଫାର୍ମାସିଷ୍ଟଙ୍କ ଭୁଲ୍ ଇଞ୍ଜେକ୍ସନ୍ ଦେବା ଯୋଗୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଫାର୍ମାସିଷ୍ଟଙ୍କୁ ଗିରଫ କରିବା ସହ କ୍ଷତିପୂରଣ ଦାବିରେ ଭଦ୍ରକ- ଚାନ୍ଦବାଲି ରାସ୍ତାରେ ବାଳକର ମୃତଦେହ ରଖି ରାସ୍ତାରୋକ କରିଥିଲେ। ଅଭିଯୋଗ ଅନୁସାରେ, ଚାନ୍ଦବାଲି ନୂଆଗାଁ ଇଚ୍ଛାପୁର ଗାଁର ସରୋଜ ମହାଳିକଙ୍କ ୯ ବର୍ଷର ପୁଅ କୁନା ମହାଳିକଙ୍କୁ ଜ୍ୱର ହୋଇଥିଲା। ଦୁଇ ଦିନ ହେଲା ଜ୍ୱର ନ ଛାଡ଼ିବାରୁ ପରିବାର ଲୋକେ ଜଣେ ଫାର୍ମାସିଷ୍ଟଙ୍କୁ ଦେଖାଇଥିଲେ। […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବିଭିନ୍ନ ନଦୀରେ ଜଳସ୍ତର କମିଛି। ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ବୁଢାବଳଙ୍ଗ ଓ ଜଳକା ନଦୀରେ ବନ୍ୟା ଅସିବାରୁ ଏହାର ପ୍ରଭାବରେ ପାଖାପାଖି ୬ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଏବେ ବି କିଛି ଅଞ୍ଚଳ ପାଣି ଘେରରେ ରହିଛି। ପାଣିରେ ବୁଡ଼ି ଶହ ଶହ ଏକର ଚାଷ ଜମିର ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି।
ବାଲେଶ୍ୱର: ବାତ୍ୟା ତିତ୍ଲିର ପ୍ରଭାବ ବାଲେଶ୍ୱର ଜିଲ୍ଲାରେ ବି ଦେଖିବାକୁ ମିଳିଛି। ଏହି ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବସ୍ତା ବ୍ଲକ୍ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏବେ ଏହା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ମୁଳିଆପଦା, ଝିଙ୍କିରିଆ ଓ ତିତ୍ରିତା ଅଞ୍ଚଳରେ ବର୍ଷା ହେବାରୁ ଏହାର ଜଳସ୍ତର ବୃଦ୍ଧି ପାଇଛି। ଜଳକା ନଦୀର ବିପଦ ସଙ୍କେତ […]
କେନ୍ଦ୍ରାପଡ଼ା: ଦୁର୍ବୃତ୍ତଙ୍କ ଏସିଡ୍ ମାଡ଼ରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଗୁରତର ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ମର୍ଶାଘାଇ ଥାନା ପାଟଳି ପଙ୍କ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅବସ୍ଥାରେ ତିନି ଜଣଙ୍କୁ କେହି ଦୁର୍ବୃତ୍ତ ଏସିଡ୍ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ହୋଇଥିବା ହିଂମାଶୁ ବାରିକ, ପତ୍ନୀ ନମିତା ବାରିକ ଏବଂ ଦୁଇ ବର୍ଷର ଝିଅ ଶୁଭଶ୍ରୀ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏସିଡ୍ ଆକ୍ରମଣର […]
ବରଗଡ଼: ବରଗଡ଼ରେ ହେବ ଟୁଜି ଇଥାନଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ। ଧାନ ନଡ଼ାରୁ ପ୍ରସ୍ତୁତ ହେବ ବାୟୋ ଇନ୍ଧନ। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବଉଳସିଂହା ଗାଁରେ ଦେଶର ପ୍ରଥମ ଟୁଜି ଇଥାନଲ ପ୍ରକଳ୍ପ ପ୍ରତିଷ୍ଠା ହେବ। ଆଜି ହେବାକୁ ଥିବା ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଭାସ ସିଂ, ମନ୍ତ୍ରୀ ସୁଶାନ୍ତ ସିଂ […]
ଭୁବନେଶ୍ୱର: ରାଜ୍ୟରେ ଏବେ ବାଘ ଗଣନା ଚାଲିଛି। ୨୦୧୪ ଓ ୨୦୧୬ ଗଣନାରେ ସଂଖ୍ୟାକୁ ନେଇ ବିବାଦ ଦେଖା ଦେଇଥିଲା। ଏଥର ଗଣନାରେ ଯେଭଳି କୌଣସି ବିବାଦ ନ ହେବ ଓ ବାଘର ପ୍ରକୃତ ସଂଖ୍ୟା ବାହାରିବ ସେଥିପାଇଁ ବନ ବିଭାଗ ତତ୍ପର ହୋଇଉଠିଛି। ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ରାଜ୍ୟ ବନ ବିଭାଗ କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି ଗଣନା ଜାରି ରହିଛି। ଏଥର ଗଣନାରେ ରାଜ୍ୟର ପ୍ରାୟ ସମସ୍ତ […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ସଦର ମହକୁମାର ଜଣେ ବ୍ୟକ୍ତିଙ୍କ ଘରୁ ଅଜଗର ସାପ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଅଜଗର ସାପର ଲମ୍ବ ୧୨ ଫୁଟ ବୋଲି ଜଣାପଡ଼ିଛି। ସାପଟି ରୋଷେଇ ଘରେ ଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ।
ବାଲେଶ୍ୱର: ବାଲେଶ୍ୱର ଫିରିଙ୍ଗିପାଟଣାର ବହୁ ଚର୍ଚ୍ଚିତ ମାନସ ଦାସ ଫତେ ସିଂ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ସହଦେବଖୁଣ୍ଟା ପୁଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାଁ ସାମସନ୍ ମହାପାତ୍ର। ପୁଲିସ୍ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଅଫୁଟା ଗୁଳି, ୧୫ ହଜାର ଟଙ୍କା, ଏଟିଏମ୍ କାର୍ଡ ଏବଂ ଅନ୍ୟାନ୍ୟ ଜିନିଷ ସବୁ ଜବତ କରିଛି। ସୂଚନାଥାଉ କି, ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖ ବିଳମ୍ବିତ ରାତିରେ ଫିରିଙ୍ଗିପାଟଣାର ଟ୍ରାନ୍ସପୋର୍ଟ ବ୍ୟବସାୟୀ ମାନସ […]
ପୁରୀ: ହୋମଗାର୍ଡଙ୍କୁ ଆକ୍ରମଣ। ପୁରୀ ଜିଲ୍ଲାର ମଶାଣି ଚଣ୍ଡୀ ଛକ ନିକଟରେ କାର୍ଯ୍ୟରତ ହୋମଗାର୍ଡ ଗୁଣମଣି ରାଉତଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଗୁଣମଣିଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ବାମ ହାତ, ମୁଣ୍ଡ ଓ ପିଟିରେ ଆଘାତ ଲାଗିଛି। ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ବାସେଳୀ ଥାନା ଗୋଖା ସାହିରେ ଜମିଜମା ବିବାଦକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଯୁବକ ସଂପୃକ୍ତ […]
ଚିତ୍ରକୋଣ୍ଡା : ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଶେଷରେ କିଛି ବାଟ ଷ୍ଟ୍ରେଚରରେ ଅଣାଯାଇ ବାଇକ୍ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ପାବିଲିଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ପାର୍ବତୀ ଖରାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା। ଶେଷରେ ପରିବାର ଲୋକେ ଗ୍ରାମବାସୀ, ସୁପରଭାଇଜର ଓ ଏଏନ୍ଏମ୍ ଦିଦି ମିଶି ତାଙ୍କୁ ଷ୍ଟ୍ରେଚରରେ ବୋହି ମୁଖ୍ୟରାସ୍ତା ପର୍ଯ୍ୟନ୍ତ […]
କାମାକ୍ଷାନଗର: ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ରାଜୁତି ଚାଲିଛି। କୁକୁର କାମୁଡ଼ା ହେଉ ଅବା ସାପ କାମୁଡ଼ା, ଏବେ ବି ହସ୍ପିଟାଲକୁ ନ ଯାଇ ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କା କରୁଛନ୍ତି ଲୋକେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଗୁଣ୍ଡିଚାନାଳି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗାଁର ଜଣେ ମହିଳାଙ୍କୁ ବିଷାକ୍ତ କୀଟ କାମୁଡ଼ିଥିଲା। ଏହା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ନେଇ ଗାଁର ଜଣେ […]
ଗଞ୍ଜାମ : ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଯେଉଁଥିପାଇଁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଫଳରେ ଗର୍ଭ ଯନ୍ତ୍ରଣା ପାଉଥିବା ପ୍ରସୂତୀମାନଙ୍କୁ ଭାରରେ ବୋହି ନେଉଛନ୍ତି ପରିବାର ଲୋକେ। ଏଭଳି ଘଟଣା ବାରମ୍ବାର ଘଟିଥିଲେ ମଧ୍ୟ ପ୍ରଶାସନର ଚେତା ପସୁନି। ପୁଣି ଏମିତି ଏକ ଘଟଣା ଘଟିଛି । ଗାଁକୁ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ। ଫଳରେ ଅଧରାସ୍ତାରେ ପ୍ରସବ କରିବା ସହ ଏକ […]
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡିରେ ଚାଲିଛି ପ୍ରାର୍ଥୀ ଖୋଜା। ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ପାଇଁ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହ ଦଳର ସୁପ୍ରିମୋ ମାରାଥନ ଆଲୋଚନା ଚଳାଇଛନ୍ତି । ଦଳ ଅଦଳ ବଦଳ ପ୍ରକ୍ରିୟା ଓ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସେକେଣ୍ଡ ଫେଜ୍ରେ ୩୫ଟି ବିଧାନସଭା ମଧ୍ୟରୁ ଏବେ ୨୪ ଜଣ ବିଜେଡି ବିଧାୟକ ଅଛନ୍ତି। ସେଥିମଧ୍ୟରୁ ୧୦ […]
ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ସହରରେ ଦନ୍ତା ଆତଙ୍କ। ଆଜି ସୁନ୍ଦରଗଡ଼ ସହରର ରାଣୀ ବଗିଚା ଅଞ୍ଚଳକୁ ଏକ ଦନ୍ତା ହାତୀ ପଶି ଆସିଥିଲା। ଇବ୍ ନଦୀ ଆରପଟୁ ହାତୀଟି ରାଣୀବଗିଚା ଅଞ୍ଚଳକୁ ପଶି ଆସି ପ୍ରାୟ ଅଧଘଣ୍ଟା ରହିବା ପରେ ବନବିଭାଗ କର୍ମଚାରୀ ନିକଟସ୍ଥ ସୁବୁଲିଆ ଜଙ୍ଗଲକୁ ତାକୁ ଘଉଡ଼ାଇ ଦେଇଥିଲେ। ସୁନ୍ଦରଗଡ଼ ଫରେଷ୍ଟ ରେଞ୍ଜ ଅଧିକାରୀ ଓ ଅତିରିକ୍ତ ବନ ସଂରକ୍ଷକଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି। ଆଜି ସଂଧ୍ୟାରେ ହାତୀକୁ […]
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଟାଉନ ଥାନା ବଣିଆପାଟ ଛକ ନିକଟସ୍ଥ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ଦୁର୍ବୃତ୍ତ ଜଣକ ଏଟିଏମ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲା କିନ୍ତୁ ସେଥିରେ ସଫଳ ହୋଇ ପାରି ନଥିଲା। ସୂଚନା ଅନୁସାରେ, ଏଟିଏମ୍ ଭିତରୁ ଶବ୍ଦ ଶୁଭିବାରୁ ନିକଟସ୍ଥ ଜିମ୍ରୁ ଜଣେ ବ୍ୟକ୍ତି ଆସି ସେଠାରେ କିଏ ବୋଲି ପ୍ରଶ୍ନ କରିଥିଲେ ଓ ପୁଲିସ ପୁଲିସ ବୋଲି ଡାକିଥିଲେ। ଏହାପରେ ଦୁର୍ବୃତ୍ତ […]
ଗଞ୍ଜାମ: ଚାଷୀର ପିଛା ଛାଡ଼ୁନି ସମସ୍ୟା। ଧାନମଣ୍ଡି ଖୋଲିଲା ଓ ବନ୍ଦ ହୋଇଗଲା। କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ବିକ୍ରି କରି ନପାରି ହତାସ୍ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ମଶାବାଡି ଗାଁର ଚାଷୀ। ଏହି ଗାଁର ଚାଷୀମାନଙ୍କର କୋକଲବା ସୋସାଇଟି ଧାନମଣ୍ଡିରେ ଧାନ ବିକ୍ରି ନିମନ୍ତେ ନାମ ପଞ୍ଜିକରଣ ହୋଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଧାନ ବିକ୍ରି ହୋଇପାରିନାହିଁ। ସେପଟେ, ଗତ ଫେବୃଆରୀ ୨୮ ତାରିଖରୁ ଧାନମଣ୍ଡି ବନ୍ଦ ହୋଇସାରିଲାଣି। ଫଳରେ କମ୍ ଦରରେ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଭେପଦର ଗାଁରେ ୧୪ ଦିନ ହେଲା ଲାଇନ୍ ନାହିଁ। ପରୀକ୍ଷା ଚାଲିଥିବା ବେଳେ ବିଜୁଳି ନଥିବାରୁ ପାଠପଢ଼ାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ। ଗାଁ ନିଟକରେ ଥିବା ଛାତ୍ରୀ ନିବାସରେ ପିଲାଏ ଲଣ୍ଠନ, ଦୀପ ଜାଳି ବହୁ କଷ୍ଟରେ ପଢୁଛନ୍ତି। ସେପଟେ ଗ୍ରାମବାସୀ ବି ଡିବିରି ଆଲୁଅରେ ଚଳୁଛନ୍ତି। ଅସହ୍ୟ ଗରମ ସାଙ୍ଗକୁ ବିଦ୍ୟୁତକାଟ ଯୋଗୁଁ ଅତିଷ୍ଠ ହୋଇପଡ଼ିଛନ୍ତି ଲୋକେ। ଏନେଇ ବିଦ୍ୟୁତ ବିଭାଗ ଓ ଜିଲ୍ଲା ମଙ୍ଗଳ […]
ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ତାରାସିଂଠାରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ରଣଘଣ୍ଟା ଯାତ୍ରାରେ ବନ୍ଦ ହେଲା ପଶୁବଳି। ପ୍ରତିବର୍ଷ ଏଠାରେ ଶହ ଶହ ପଶୁପକ୍ଷୀଙ୍କୁ ବଳି ଦିଆଯାଏ। ତେବେ ଚଳିତବର୍ଷ ପ୍ରଶାସନର ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରୁ ଏଠାରେ ପଶୁବଳିକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଫାଲଗୁନ୍ ଅମାବାସ୍ୟା ପର ଗୁରୁବାରଠୁ ୩ ଦିନ ଧରି ରଣଘଣ୍ଟା ଯାତ୍ରା ଅନୁଷ୍ଠିତ ହୁଏ। ମାଆଙ୍କ ପ୍ରତିମୂର୍ତ୍ତି ସ୍ୱରୂପ ଦୁଇଟି ଘଣ୍ଟିକୁ ଆବହନ କରି ଅଣାଯାଏ। ତା’ପରେ ମାଆଙ୍କୁ […]
ସୁନ୍ଦରଗଡ଼: ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ସାଲେଇପାଲି ଗାଁରେ। ଭୋଜି ଖାଇବା ବେଳେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ୧୫ ଜଣ ଆହତଙ୍କୁ ଲହୁଣିପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ୧୦ ଜଣ ଘରୁକୁ ଫେରିଥିବା ବେଳେ ଅନ୍ୟ ୫ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।
ଭୁବନେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳରୁ ଏହି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ପରିମାଣ ପ୍ରାୟ ୫ କୁଇଣ୍ଟାଲ ହେବ। ରାୟଗଡ଼ା ଜିଲ୍ଲା ବିଷମକଟକ ଜେଲ୍ ନିକଟରୁ ଦୁର୍ଘଟଣା ଗସ୍ତ ଏକ ଗାଡ଼ିରୁ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ସେହିପରି ଦ୍ରୁତ ଗତିରେ ଯାଉଥିବା ଏକ ମ୍ୟାକ୍ସ ଗାଡ଼ିକୁ ଅଟକାଇ ସେଥିରୁ ମଧ୍ୟ ପୁଲିସ ବିପୁଳ ପରିମାଣର ଗଞ୍ଜେଇ […]
କୋନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କ୍ରାଇମ୍ବ୍ରାଞ୍ଜ ହାତରେ ଧରା ପଡ଼ିଛନ୍ତି ଜଣେ ନକଲି ଶିକ୍ଷୟିତ୍ରୀ। କେନ୍ଦ୍ରାପଡ଼ା ବିଲହାଟ ଗ୍ରାମ୍ୟ ବ୍ୟାଙ୍କରୁ ଜାଲ୍ ପ୍ରମାଣପତ୍ର ଦେଇ ଟଙ୍କା ହଡ଼ପ ଘଟଣାରେ ଇଓଡବ୍ଲ୍ୟୁ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଅନ୍ନପୂର୍ଣ୍ଣା ଦାଶ। ତାଙ୍କ ଘର ପାଟକୁରା ଥାନା ଗରଦପୁର ଅଞ୍ଚଳରେ। ଗତ ୨୦୧୩ ମସିହାରେ ଜାଲ୍ କାଗଜପତ୍ର ଦେଇ କିଛି ଲୋକ ବ୍ୟାଙ୍କରୁ ଋଣ ଉଠାଇଥିଲେ। ଏକଥା ଜଣାପଡ଼ିବା ପରେ ବ୍ୟାଙ୍କ ପରିଚାଳକ ଓ କ୍ଷେତ୍ର ପରିଚାଳକଙ୍କୁ ନିଲମ୍ବିତ […]
ଫୁଲବାଣୀ: ପୋଷ୍ଟ ଅଫିସ୍ରେ ଜମାକାରୀଙ୍କ ଅର୍ଥ ଆତ୍ମସାତ୍ ହୋଇଛି। କନ୍ଧମାଳ ଜିଲ୍ଲା ରଣପାଟୁଳି ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଜମାକାରୀମାନେ ପୋଷ୍ଟ ଅଫିସରେ ବିଭିନ୍ନ ଯୋଜନାରେ ଟଙ୍କା ଡିପୋଜିଟ୍ କରୁଥିଲେ। କିନ୍ତୁ ପୋଷ୍ଟ ମାଷ୍ଟର ରାମଚରଣ ସେଠୀ ସେହି ଟଙ୍କାକୁ ଜମା ନ କରି ଆତ୍ମସାତ୍ କରୁଥିଲେ। କିଛି ମାସ ଧରି ସେ ଅଫିସ ନ ଆସିବାରୁ ଜମାକାରୀ ମାନେ ଟଙ୍କା ଉଠାଇ ନ ପାରି ଅସୁବିଧାରେ […]
ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ବୁଢାବଳଙ୍ଗ ନଦୀ ବଢୁଛି। ମୟୂରଭଞ୍ଜର ଅସ୍ତିଆ ନିକଟରେ ବୁଢାବଳଙ୍ଗର ବିପଦ ସଂକେତ ୨୯.୭ ମିଟର ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା ଅସ୍ତିଆ ଠାରେ ୨୩.୨ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଏନେଇ ମୟୂରଭଞ୍ଜ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୟାସର ପ୍ରଭାବ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ ଯେଉଁଠି ପାଣି ଜମିଛି, ସେଇଠି ଅଫିସରମାନେ ସଜାଗ ଅଛନ୍ତି। […]