• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

2
ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ

ସମ୍ବଲପୁର: ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବ ହେଉଥିବାରୁ ଚାଷୀ ଅସନ୍ତୋଷ ତେଜୁଛି। ଖରିଫ ଫସଲର ସମୟ ବିତି ଯାଇଥିଲେ ମଧ୍ୟ ତା’ ପୂର୍ବ ବର୍ଷର ପ୍ରଧାନ ମନ୍ତ୍ରୀ ଫସଲ ବୀମା ରାଶି ମିଳି ନାହିଁ। ଏହାର ପ୍ରତିବାଦରେ ସମ୍ବଲପୁର ଜିଲ୍ଲାର ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ଜିଲ୍ଲାର ୧୭ଟି ସ୍ଥାନରେ ଚକା ଜାମ୍ କରିଥିଲେ ଚାଷୀ। ଜିଲ୍ଲାର ୧୭ଟି ସ୍ଥାନରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ଯାଏ ଚାଷୀମାନେ ଆନ୍ଦୋଳନ କରିଥିଲେ। ଯଦି ବୀମା ରାଶି […]

  • Thursday, 15 July 2021
7
ଧରାପୃଷ୍ଠରେ ଧନଦାତ୍ରୀ

ଢେଙ୍କାନାଳ: ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଧରାବତରଣ ପରେ ସବୁଠି ପୂଜାର୍ଚ୍ଚନା ଚାଲିଛି। ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯିବା ସହ ସହର ଗୁଡ଼ିକ ରଙ୍ଗୀନ ଆଲୋକ ମାଲାରେ ଝଟକୁଛି। ବିଶେଷ କରି ଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଆଡ଼ମ୍ବର ଭାବେ ପୂଜା ପାଳନ ହେଉଛି। ବୁଧବାର ଦିନଠୁ ଆରମ୍ଭ ହୋଇଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ଦୀର୍ଘ ୧୦ ଦିନ ଧରି ଚାଲିବ। ଚଳିତ ବର୍ଷ ଢେଙ୍କାନାଳ ସହରରେ ପ୍ରାୟ ୩୮ ମଣ୍ଡପରେ […]

  • Thursday, 15 July 2021
3
ଧୁମ୍‌ଧାମ୍‌ରେ ଚାଲିଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ବେଶ୍‌ ଧୁମ୍‌ଧାମ୍‌ରେ ଚାଲିଛି। ବିନକାର ଜୁହ୍ନାପଡ଼ାରେ ଚଳିତଥର ୩୫ ତମ ଗଜଲକ୍ଷ୍ମୀ ପୂଜାର ଆୟୋଜନ କରାଯାଇଛି। ସେହିପରି ନୂଆପଡ଼ା ପୂଜା କମିଟି ପକ୍ଷରୁ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜା ଚାଲିଛି। ୩୩ ବର୍ଷରେ ପଦାର୍ପଣ କରିଛି ମା’ଙ୍କ ପୂଜା। ସେହିପରି ଡୁଙ୍ଗୁରୁପାଲି ରାମପୁର ପୂଜା କମିଟି ତରଫରୁ ମଧ୍ୟ ପୂଜାର ଆୟୋଜନ କରାଯାଇଛି। ଏଠାରେ ୪୦ ବର୍ଷରେ ପଦାର୍ପଣ କରିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ଆସନ୍ତା ୫ […]

  • Thursday, 15 July 2021
elephant
ଅନୁଗୁଳରେ ହାତୀ ଆତଙ୍କ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରେଞ୍ଜରେ ହାତୀ ଆତଙ୍କ ଦେଖାଦେଇଛି। ଟିଟିପିଏସ ଆସ୍ ପଣ୍ଡ୍‌ ନିକଟରେ ପ୍ରାୟ ୨୨ଟି ହାତୀ ଓ କଙ୍କିଳି ଗାଁ ନିକଟରେ ପ୍ରାୟ ୬ଟି ହାତୀ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ହାତୀପଲ ଏହି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ଆସିଥିବା ଅନୁମାନ କରାଯାଉଛି। ଟିଟିପିଏସ୍‌ ଆସ୍ ପଣ୍ଡ ଓ କଙ୍କିଳି ଗାଁ ନିକଟରେ ବନ ବିଭାଗ ଓ […]

  • Thursday, 15 July 2021
1
କଂଗ୍ରେସ ଭବନରେ ସ୍ୱାଭିମାନ ସଂକଳ୍ପ ସମାବେଶ

ଭୁବନେଶ୍ୱର: ଭୁବନେଶ୍ୱରରେ କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଏହି ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟିର ସମ୍ପାଦକ ତଥା ଓଡ଼ିଶା ମହିଳା କଂଗ୍ରେସର ପ୍ରଭାରୀ ସନ୍ଧ୍ୟା ସାୱାଲାଖେ ମଧ୍ୟ ଯୋଗ ଦେଇଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ, ଦୁଷ୍କର୍ମ, ନାବାଳିକାଙ୍କୁ ଯୌନ ନିର୍ଯାତନା, ପାରିବାରିକ ହିଂସା ବଢ଼ି ଚାଲିଥିବାବେଳେ, ସଂସଦ ଓ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ଉଭୟ […]

  • Thursday, 15 July 2021
6
ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ସାଧାରଣରେ ଅସନ୍ତୋଷ

ବାଲେଶ୍ୱର: ବାଲେଶ୍ୱରରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ଅସନ୍ତୋଷ ଦେଖା ଦେଇଛି। ଦିନେ କି ଦୁଇଦିନ ନୁହେଁ ମାସମାସ ଧରି ଘନଘନ ବିଦ୍ୟୁତ କାଟ୍ ହୋଇଥିବା ବେଳେ ଏହାକୁ ନେଇ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସେପଟେ ଘୋଷଣା ମାଧ୍ୟମରେ ବିଦ୍ୟୁତ୍‌ କାଟ୍ ହେଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ସହର ସାରା ଆଲୋକ ବ୍ୟବସ୍ଥା ହୋଇଛି। ସ୍ଥାନେସ୍ଥାନେ ବିଦ୍ୟୁତ୍‌ ଖୁଣ୍ଟ। ହେଲେ କେତେବେଳ ବିଦ୍ୟୁତ୍‌ ଆସିବ ଓ ଯିବ ତାହା କାହାକୁ ବି ଜଣାନାହିଁ। […]

  • Thursday, 15 July 2021
1
ତିତ୍‌ଲି ପ୍ରଭାବରେ ଉଜୁଡ଼ି ଯାଇଛି ଫସଲ; ଚିନ୍ତାରେ ଚାଷୀ

ଗଜପତି: ବାତ୍ୟା ତିତ୍‌ଲି ପ୍ରଭାବରେ ଗଜପତି ଜିଲ୍ଲାରେ ଫସଲ ସମ୍ପୂର୍ଣ୍ଣ ଭାବରେ ଉଜୁଡ଼ି ଯାଇଛି। ତିତ୍‌ଲି ବାତ୍ୟା ବେଳେ ହୋଇଥିବା ପ୍ରବଳ ପବନରେ ଧାନ ଗଛ ସବୁ ନଇଁ ଯାଇଛି। ହଜାର ହଜାର ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କରଜ ଓ ବ୍ୟାଙ୍କରୁ ଋଣ ଆଣି ଚାଷୀ ଚାଷ କରିଥିଲେ। ଭଲ ଫସଲ ମଧ୍ୟ ହୋଇଥିଲା। କିନ୍ତୁ ବାତ୍ୟା ସବୁ ଧୂଳିସାତ୍ କରିଦେଲା। ଏବେ ସରକାରୀ ସହାୟତା […]

  • Thursday, 15 July 2021
gajalaxmi puja
ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହୋଇଛି ଢେଙ୍କାନାଳ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହୋଇଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ଗତକାଲିଠୁ ଆରମ୍ଭ ହୋଇଥିବା ଏହି ପୂଜା ଦୀର୍ଘ ୧୦ଦିନ ଧରି ଚାଲିବ। ଏଥିପାଇଁ ସହରର ସମସ୍ତ ପୂଜା ମଣ୍ଡପକୁ ବେଶ୍‌ ଆକର୍ଷଣୀୟ ଭାବେ ସଜା ଯାଇଛି। ଚଳିତ ବର୍ଷ ସହରରେ ପ୍ରାୟ ୩୮ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ହେଉଛି। ପ୍ରତିଦିନ ସକାଳୁ ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଗୋ ପୂଜା ସହ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଗଜଲକ୍ଷ୍ମୀଙ୍କ ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ […]

  • Thursday, 15 July 2021
sundari
ବାଘୁଣୀକୁ କାବୁ କରିବାକୁ ଟ୍ରାଙ୍କୁଲାଇଜ୍ ଟିମ୍‌ ସାରା ରାତି ଅନିଦ୍ରା

ଅନୁଗୁଳ: ସାରା ରାତି ଅନିଦ୍ରା ରହି ପରିଶ୍ରମ କରିବା ବୃଥା ଯାଇଛି। ବାଘୁଣୀ ‘ସୁନ୍ଦରୀ’ର ପତ୍ତା ନାହିଁ। ଗତରାତିରେ ଟ୍ରାଙ୍କୁଲାଇଜ୍ ଟିମ୍‌କୁ ଚକମା ଦେଇ କୁଆଡ଼େ ଛୁ ହୋଇଯାଉଛି ବାଘୁଣୀ। ଗଛ ଉପରେ ମଞ୍ଚା ବାନ୍ଧି ଜଗିବା ସତ୍ତ୍ୱେ ତାର ଖୋଜ ଖବର ନାହିଁ। ଗତ ରାତିରେ ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିରେ ସଫଳତା ମିଳି ନାହିଁ। ଗତକାଲିଠାରୁ ଚାଲିଛି ଏହି ଅପରେସନ୍‌। ଟ୍ରାଙ୍କୁଲାଇଜ୍‌ କରି ‘ସୁନ୍ଦରୀ’କୁ ସୁରକ୍ଷିତ ଭାବେ ଯନ୍ତାରେ ରଖା ଯିବ।  […]

  • Thursday, 15 July 2021
2
ଆସନ୍ତାକାଲି ମହିଳା କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ମହିଳା କଂଗ୍ରେସ ପକ୍ଷରୁ ପିସିସି କାର୍ଯ୍ୟାଳୟରେ ସ୍ୱାଭିମାନ ସଂକଳ୍ପ ସମାବେଶ ଅନୁଷ୍ଠିତ ହେବ। ଏଥିରେ ପିସିସି ସଭାପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଓଡ଼ିଶା କଂଗ୍ରେସର ବହୁ ନେତାଙ୍କ ସମେତ ରାଜ୍ୟର କୋଣ ଅନୁକୋଣରୁ ବହୁ କର୍ମୀ ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ନିଶା ମୁକ୍ତ ଓଡ଼ିଶା ଗଠନ, ବିଧାନସଭା ଓ ସଂସଦରେ ସଂରକ୍ଷଣ ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି ସରକାର ଫେଲ୍‌ […]

  • Thursday, 15 July 2021
1
ଝାରପଡ଼ା ଜେଲ୍‌ ଗଲେ ଅଭିଜିତ ଆୟାର

ଭୁବନେଶ୍ୱର: ଅଭିଜିତ ଆୟାରଙ୍କୁ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଜିତଙ୍କୁ ଭୁବନେଶ୍ୱରର ଭାରପ୍ରାପ୍ତ SDJMଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଅଭିଜିତ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଫଳରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପଟେ କୋଣାର୍କ ଥାନାରେ ବି ତାଙ୍କ ବିରୋଧରେ ଏତଲା ଥିବାରୁ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କୋଣାର୍କ ପୁଲିସ୍‌ ମଧ୍ୟ SDJM କୋର୍ଟରେ […]

  • Thursday, 15 July 2021
chiken
ବାର୍ଡ ଫ୍ଲୁ ଆତଙ୍କ: ଆଜି ବି ଜାରି ରହିବ କୁକୁଡ଼ା ମରା ଅଭିଯାନ

କଟକ(ବିବର୍ତ୍ତନ ପଣ୍ଡା): ବାର୍ଡ ଫ୍ଲୁର ପ୍ରତିକାର ପାଇଁ ଆଜି ବି କଟକର ବିଭିନ୍ନ ସ୍ଥାନରେ କୁକୁଡ଼ାମରା ଅଭିଯାନ ଜାରି ରହିବ। ଗତକାଲି କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ୪ ଶହରୁ ଅଧିକ ବତକ ଓ କୁକୁଡ଼ାଙ୍କୁ ପ୍ରଶାସନ ପକ୍ଷରୁ ମରାଯାଇଥିଲା। ଏହାସହ ୬ ହଜାରରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଥିଲା। ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜରୁରୀକାଳୀନ ବୈଠକ ବସିଥିଲା। ସଂକ୍ରମିତ ଅଞ୍ଚଳରେ ୩ ମାସ ପର୍ଯ୍ୟନ୍ତ କୁକୁଡ଼ା, ବତକ […]

  • Thursday, 15 July 2021
7
ଅବହେଳା ଅଭିଯୋଗ ଆଣି ରିଲିଫ୍‌ କ୍ୟାମ୍ପ୍‌ ଛାଡ଼ିଲେ ଲୋକେ

ଗଜପତି: ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ଅବହେଳା ଅଭିଯୋଗ। ବାତ୍ୟା ଆଶ୍ରୟସ୍ଥଳରେ ଖାଇବାକୁ ମିଳିଲା ନାହିଁ। ଫଳରେ  ଖାଇବାକୁ ନ ପାଇ ଲୋକେ ରିଲିଫ୍‌ କ୍ୟାମ୍ପ୍‌ ଛାଡିଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ ଅନ୍ତର୍ଗତ ଖଜୁରୀପଦା ଆଶ୍ରୟସ୍ଥଳ ଛାଡ଼ି ପଳାଇଛନ୍ତି। ବାତ୍ୟା ପରେ ବର୍ଷାରେ ପଥର ଅତଡ଼ା ଖସିବାରୁ ରାଗେଇଝୋଲି ଗାଁର କିଛି ଲୋକଙ୍କ ଘର ଭାଙ୍ଗି ଯିବାରୁ ଲୋକମାନେ ଖଜୁରୀପଦା ଆଶ୍ରୟସ୍ଥଳରେ ରହୁଥିଲେ। ହେଲେ ସେଠାରେ ଠିକ୍ ଭାବେ ଖାଇବାକୁ ନମିଳିବାରୁ ଲୋକମାନେ ଆଶ୍ରୟସ୍ଥଳ ଛାଡ଼ି […]

  • Thursday, 15 July 2021
representational image
ଡ୍ରେନ ମଧ୍ୟରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଯାଜପୁର: ଡ୍ରେନ୍‌ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ଯାଜପୁର ଜିଲ୍ଲା ଚୋରଦା ଛକ ନିକଟ ଏକ ଡ୍ରେନ୍‌ ମଧ୍ୟରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପୁଲିସ୍‌ ଶିଶୁପୁତ୍ରକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଶିଶୁପୁତ୍ରଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଶିଶୁପୁତ୍ରକୁ କିଏ ଏବଂ କେଉଁ ପରିସ୍ଥିତିରେ ଏଭଳି ଅବସ୍ଥାରେ ଛାଡି ଚାଲି ଦେଇଥିଲେ  ସେନେଇ ପୁଲିସ୍‌ ତଦନ୍ତ ଚଳାଇଛି।

  • Thursday, 15 July 2021
6
ତିତ୍‌ଲି ପ୍ରଭାବରେ ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜି ଯାଇଥିବା ପରିବାରକୁ ମିଳିବ ନୂଆ ସିଲିଣ୍ଡର

ଭୁବନେଶ୍ୱର: ତିତ୍‌ଲି ପ୍ରଭାବିତ ଜିଲ୍ଲାମାନଙ୍କରେ ଏଲ୍‌ପିଜି ଉପଭୋକ୍ତାମାନଙ୍କୁ ସହାୟତା ନିମନ୍ତେ  ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତିତ୍‌ଲି ପ୍ରଭାବରେ ବର୍ଷା ଓ ବନ୍ୟାରେ ପ୍ରଭାବିତ ଗଜପତି, ରାୟଗଡ଼ା ଓ ଗଞ୍ଜାମ ଆଦି ଜିଲ୍ଲାର ଏଲ୍‌ପିଜି ଉପଭୋକ୍ତାମାନଙ୍କ ପାଇଁ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ତୈଳ ବିପଣନ କମ୍ପାନୀମାନେ ତ୍ୱରିତ  ପଦକ୍ଷେପ ନେଇଛନ୍ତି। ବାତ୍ୟା […]

  • Thursday, 15 July 2021
1
ତିତ୍‌ଲିର ୧୨ ଦିନ ପରେ ପଥର ତଳୁ ଉଦ୍ଧାର ହେଲା ମୃତଦେହ

ଗଜପତି: ତିତ୍‌ଲିର ୧୨ ଦିନ ପରେ ଉଦ୍ଧାର ହେଲା ମୃତଦେହ। ତିତ୍‌ଲିରେ ପ୍ରଭାବିତ ଗଜପତି ଜିଲ୍ଲା କଇଁପୁର ପଞ୍ଚାୟତ ସୁଆବା ଗାଁର ଶେଖର ଶବରଙ୍କ ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛି। ଗାଁ ନିକଟ ଏକ ପଥର ତଳୁ ଶେଖରଙ୍କ ମୃତଦେହ ଠାବ ହୋଇଥିଲା। ଏହାପରେ ପୁଲିସ୍‌ କର୍ମୀ ଓ ଗାଁ ଲୋକଙ୍କ ସହାୟତାରେ ପ୍ରାୟ ୪ କିଲୋମିଟର କାନ୍ଧରେ ବୋହି ମୃତଦେହକୁ ଅଣାଯାଇଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।  

  • Thursday, 15 July 2021
kkkkk
ଜଙ୍ଗଲରୁ ୪ ଅପରାଧୀ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଘିଆପଡ଼ା ନିକଟସ୍ଥ ଜଙ୍ଗଲରୁ ୪ ଅପରାଧୀ ଗିରଫ। ସେମାନଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ ଜବତ କରିଛି ପୁଲିସ୍‌। ପାଟ୍ରୋଲିଂ କରୁଥିବା ସମୟରେ ନିକଟସ୍ଥ ଜଙ୍ଗଲର କିଛି ଅପରାଧୀ ହିଂସାକାଣ୍ଡ ଘଟାଇବା ନିମନ୍ତେ ଯୋଜନା କରୁଥିବାର କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ଚଢ଼ଉ କରିଥିଲା। ସେହି ସମୟରେ ୪ ଜଣ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ୍‌।

  • Thursday, 15 July 2021
elephant
କାନ୍ଥ ଭାଙ୍ଗିଲେ, ଧାନ ଖାଇଲେ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଗାଁ ମୁହାଁ ହୋଇଛନ୍ତି କୁଳଡ଼ିହା ଅଭୟାରଣ୍ୟର ହାତୀ। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଜଙ୍ଗଲରୁ ଆସି ଔପଦା ବ୍ଲକ ଢୋଲପୁର ଗାଁରେ ପ୍ରବେସ କରିଥିଲେ। ଗାଁରେ ପ୍ରଭାକର ପାତ୍ରଙ୍କ ଘରେ ପଶି ହାତୀପଲ ତାଙ୍କ ଘର କାନ୍ଥ ଭାଙ୍ଗି ଦେବା ସହିତ ଧାନ ସବୁ ଖାଇଦେଇଛନ୍ତି। ହାତୀ ଦେଖି ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ।

  • Thursday, 15 July 2021
hhhhh
ଭାଲୁର ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଖଇରପୁଟ ପାଣ୍ଡରାଗୁଡା ଗାଁ ନିକଟରୁ ଭାଲୁର ମୃତଦେହ ଉଦ୍ଧାର ହୋଇଛି। ଦୁର୍ବୃତ ଭାଲୁଟି ମାରି ତାର ନଖ କାଟି ନେଇଯାଇଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ସେନେଇ ଅଧିକ ତଦନ୍ତ ଚଳାଇଛି ବନ ବିଭାଗ।

  • Thursday, 15 July 2021
money
୧୨୦ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଜବତ ହେଲା ବ୍ରାଉନ୍‌ସୁଗର। ଆଜି ଭୋରରୁ ଜଳେଶ୍ୱର ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୧୨୦ ଗ୍ରାମର ବ୍ରାଉନ୍‌ସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ଅବକାରୀ ବିଭାଗ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଏକ ଇଣ୍ଡିଗୋ କାରରେ ଧଳା ଜହର ଭୁବନେଶ୍ୱରକୁ ଆସୁଥିବା ବେଳେ ଅବକାରୀ ବିଭାଗ ୬୦ ନମ୍ବର NHର […]

  • Thursday, 15 July 2021
1
ଶୌଚାଳୟ ନିର୍ମାଣ ପାଇଁ ମିଳୁନି ହିତାଧିକାରୀଙ୍କୁ ଟଙ୍କା

ଆଳି(ବନମାଳି ସାହୁ): କେନ୍ଦ୍ର ସରକାରଙ୍କ ସ୍ୱଛ ଭାରତ ମିଶନରେ ଗାଁ ଗହଳିର ଗରିବ ଲୋକମାନଙ୍କୁ ସୁବିଧାରେ ପାଇଖାନା ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ହିତାଧିକାରୀମାନଙ୍କୁ ୧୨ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜିକୁ ୨ବର୍ଷ ହେବ ପାଇଖାନା ର୍ନିମାଣ କରିସାରିଥିଲେ ମଧ୍ୟ ହିତାଧୀକାରୀଙ୍କୁ ଟଙ୍କା ମିଳୁନଥିବା ଅଭିଯୋଗ ହୋଇଛି। ହିତାଧିକାରୀମାନେ ବାରମ୍ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡି ନିରାଶ ହେଉଛନ୍ତି। ଗତ ୨ […]

  • Thursday, 15 July 2021
6
ଗଜଲକ୍ଷ୍ମୀ ପୂଜାକୁ ନେଇ ଚଳଚଞ୍ଚଳ ଢେଙ୍କାନାଳ ସହର

ଢେଙ୍କାନାଳ: ଗଜଲକ୍ଷ୍ମୀ ପୂଜାପାଇଁ ଢେଙ୍କାନାଳ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ଗୁଡିକରେ କାରିଗରମାନେ ଶେଷ ସ୍ପର୍ଶ ଦେଉଛନ୍ତି। ଅନ୍ୟପଟେ ବିଭିନ୍ନ ପୂଜାକମିଟି ପକ୍ଷରୁ ତୋରଣ ଓ ଲାଇଟ୍‌ ସାଜସଜା ଚାଲିଛି। ୧୧ ଦିନ ଧରି ପାଳିତ ହେବାକୁ ଥିବା ଏହି ଉତ୍ସବ ପାଇଁ ସହରରେ ୪୦ଟି ସ୍ଥାନରେ ମେଢ଼ ନିର୍ମାଣ ଚାଲିଛି। ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରିବା ସହିତ ଶାନ୍ତି କମିଟି […]

  • Thursday, 15 July 2021
12
ପାଟଣାଗଡ଼ରୁ ଜବତ ହେଲା ୮ଲକ୍ଷ ଟଙ୍କା

ସୋନପୁର(ରବିନ୍ଦ୍ର ହୋତା): ଝାରସୁଗୁଡ଼ା, ରାୟଗଡ଼ା, ରାଉରକେଲା, ଗଂଜାମ ପରେ ଏବେ ସୋନପୁର ଓ ପାଟଣାଗଡ଼ରୁ ଜବତ ହୋଇଛି ବେନାମୀ ଟଙ୍କା। ପାଟଣାଗଡ଼ ବର୍ଥଲା ଛକରେ ଯାନବାହନ ଯାଞ୍ଚ ବେଳେ ୮ ଲକ୍ଷ ଟଙ୍କା ଜବତ ହୋଇଛି। ଏକ ମାରୁତି ବ୍ରିଜ୍ କାର୍‌ରେ ଓଡ଼ଇପାଲି ଗାଁର ଚୁଡ଼ାମଣି କଟା ନାମକ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିବା ବେଳେ ପୁଲିସ୍ ତାଙ୍କୁ ଧରିଛି। ଚୂଡ଼ାମଣି ତାଙ୍କ କପା ମିଲ୍ ପାଇଁ ଏହି ଟଙ୍କା ନେଉଥିବା କହିଛନ୍ତି। ସେପଟେ ପୁଲିସ […]

  • Thursday, 15 July 2021
body1
ପୁଅ, ଝିଅଙ୍କୁ ବିଷ ଦେଇ ପୋଖରୀକୁ ଫିଙ୍ଗି ଦେଲା ମା’

ନୟାଗଡ଼: ପୁଅ, ଝିଅକୁ ବିଷ ଦେଇ ପୋଖରୀକୁ ଫିଙ୍ଗିଦେଲା ମା’। ଏହାସହ ସେ ନିଜେ ମଧ୍ୟ ବିଷ ପିଇ ପୋଖରୀକୁ ଡେଇଁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବାବେଳେ ମେଡ଼ିକାଲ୍‌ ନେବାବେଳେ ପୁଅର ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟପଟେ, ମା’କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଲକ୍ଷ୍ମୀପ୍ରସାଦ ଗାଁରେ ଏହି ଘଟଣା ଘଟିଛି। କଲ୍ୟାଣୀ ଖୁଣ୍ଟିଆ ନାମକ ଜଣେ ମହିଳା ନିଜର ୫ ବର୍ଷୀୟ […]

  • Thursday, 15 July 2021
sundari
‘ସୁନ୍ଦରୀ’କୁ ଧରିବା ପାଇଁ କସରତ

ଅନୁଗୁଳ: ଗତକାଲିର ଉତ୍ତେଜନା ପରେ ବାଘୁଣୀ ‘ସୁନ୍ଦରୀ’କୁ ଧରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ଏନ୍‌କ୍ଲୋଜର୍ ଭିତରକୁ ନେବା ପାଇଁ ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିପାରେ। ଟ୍ରାଙ୍କୁଲାଇଜ୍ କରିବା ପାଇଁ  ଗତକାଲି ରାତିରେ ଅନୁଗୁଳରେ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି। ଏହି ଟିମ୍‌ରେ ଓୟୁଏଟି ଓ ନନ୍ଦନକାନନର ବିଶେଷଜ୍ଞ ଡାକ୍ତର ଅଛନ୍ତି। ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ପାଖାପାଖି ଦେଢ଼ମାସ […]

  • Thursday, 15 July 2021