• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

surjya-dama
‘ସୂର୍ଯ୍ୟ ଜଣେ ଉଦ୍ଭଟ ପାଗଳ’ : ଦାମ

ଭୁବନେଶ୍ୱର : ତିତ୍‌ଲି ମୃତ୍ୟୁ ସଂଖ୍ୟାକୁ ନେଇ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। କହିଛନ୍ତି, ‘ସୂର୍ଯ୍ୟ ପାତ୍ର ଜଣେ ଉଦ୍ଭଟ ପାଗଳ’ । ସେହି ଅଞ୍ଚଳର ମନ୍ତ୍ରୀ ହୋଇ ସେ ତଥ୍ୟ ରଖିନଥିଲେ କିପରି ? ସେହିଭଳି ଜିଲ୍ଲାପାଳ, ଏସ୍ଆର୍‌ସି ଯଦି ଖବର ପାଉନାହାନ୍ତି, ତାହେଲେ ସରକାର କେମିତି ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ଦାମ । ସେପଟେ ଗଣମାଧ୍ୟମ ଯେଉଁ ସମୟରେ ପଚାରିଥିଲା, ସେତେବେଳେ ତାଙ୍କ ପାଖରେ […]

  • Friday, 16 July 2021
6
ଅାସ୍କାବାସୀଙ୍କୁ ଅସରନ୍ତି ଦୁଃଖ ଦେଇଗଲା ତିତ୍‌ଲି

 ଆସିକା : ରାତି ଅଧରେ ରୋଷ ଦେଖାଇଲା ଋଷିକୂଲ୍ୟା। ଅଚାନକ ବନ୍ୟାରେ ମାଟିରେ ମିଶିଗଲା ମୁଣ୍ଡ ଉପରର ଅାଶ୍ରା । ଯେଉଁଠି ଜୀବନକୁ ରାହା ମିଳୁଥିଲା ତାର ଏଭଳି ଅବସ୍ଥା ଦେଖି ଅାଖିରୁ ଲୁହୁ ଶୁଖୁନି ଅାସ୍କା କାଳୀ ମନ୍ଦିର ସାହିର ପ୍ରଭାସିନୀ ଚୌଧୁରୀଙ୍କର । ବାପା ମାଅାଙ୍କ ଅକାଳ ବିୟୋଗ ପରେ ଦୁଇ ଭାଇ ଭଉଣୀଙ୍କୁ ନେଇ ଏଇଠି ରହୁଥିଲେ ପ୍ରଭାସିନୀ, ହେଲେ ପ୍ରଳୟଙ୍କରୀ ବନ୍ୟା ତାଙ୍କୁ ସର୍ବହରା ସଜାଇଦେଲା । ସାହି ପଡିଶାଙ୍କ ସହାୟତାରେ […]

  • Friday, 16 July 2021
prasanta muduli
ଦାମଙ୍କୁ କଟାକ୍ଷ କଲେ ବିଜେଡି ବିଧାୟକ

ପାରାଦୀପ : ଗତକାଲି ଏରସମାରେ ହୋଇଥିବା ସ୍ୱାଭିମାନ ସମାବେଶକୁ ନେଇ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ବିଧାୟକ ଦାମୋଦର ରାଉତଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଯଦି ତାଙ୍କର (ଦାମ) ସବୁ କିଛି ମନେଥିଲା ତେବେ ଦଳରେ ଥିବାବେଳେ କାହିଁକି କହୁନଥିଲେ। ଏରସମାରେ ଆୟୋଜିତ ସ୍ୱାଭିମାନ ସମାବେଶର କୌଣସି ମହତ୍ୱ ନାହଁ।” ଗତକାଲି ସ୍ୱାଭିମାନ ସମାବେଶରେ ନବୀନଙ୍କ ଉପରେ ବର୍ଷିଥିଲେ ଦାମ। ବାଲିକୁଦା ଏରସମା ଦୁର୍ନୀତି ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ସମାବେଶରେ ନିଜ ଅଭିଭାଷଣରେ […]

  • Friday, 16 July 2021
train
ସୁଡ଼ଙ୍ଗରେ ଫସିଥିଲା ହୀରାଖଣ୍ଡ ଏକ୍ସପ୍ରେସ୍‌

ଭୁବନେଶ୍ୱର : ଛତିଶଗଡ଼ର ଜଗଦଲପୁରରୁ ଭୁବନେଶ୍ୱର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ୬ ଘଣ୍ଟା ବିଳମ୍ବରେ ଚାଲୁଛି। ସକାଳ ୮ଟାରେ ବ୍ରହ୍ମପୁରରେ ପହଞ୍ଚିବାକୁ ଥିବା ଟ୍ରେନ ବର୍ତ୍ତମାନ ଯାଏ ପହଞ୍ଚି ନାହିଁ। ଗତ ରାତିରେ ଟ୍ରେନଟି କୋରାପୁଟର କେଆର ଲାଇନ ସୁଡ଼ଙ୍ଗରେ ଫସି ରହିଥିଲା। ରାତି ୮ଟାରୁ ଭୋର ୪ଟା ଯାଏ ଟ୍ରେନ ସୁଡ଼ଙ୍ଗ ଭିତରେ ରହିଥିଲା। ଅମ୍ଳଜାନ ଅଭାବରୁ ଟ୍ରେନରେ ଥିବା ଯାତ୍ରୀମାନେ ଅଣନିଶ୍ୱାସି ହୋଇପଡ଼ିଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚି ମରାମତି କରିବା ପରେ ସୁଡ଼ଙ୍ଗ ଭିତରୁ […]

  • Friday, 16 July 2021
a1
କୋଟିଆ ପରେ ଏବେ ମାଲାକାନଗିରି ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନଜର

ମାଲକାନଗିରି: ରାଜ୍ୟ ସରକାରଙ୍କ ଅବହେଳାରୁ ପୁଣି ଥରେ ଓଡ଼ିଶା ସୀମା ଗାଁ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନଜର। କୋରାପୁଟ କୋଟିଆ ପରେ ଏବେ ମାଲକାନଗିରି ଜିଲ୍ଲା ସୀମାରେ ଥିବା କିଛି ପଞ୍ଚାୟତ ଉପରେ ଆନ୍ଧ୍ର ସରକାରଙ୍କ ନଜର ରହିଛି। ଚିତ୍ରକୋଣ୍ଡା ବ୍ଲକ୍‌ର ଆନ୍ଧ୍ର ପ୍ରଦେଶ ସୀମାରେ ଥିବା କିଛି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଏକ ଗାଡ଼ି ଦ୍ୱାରା ଆନ୍ଧ୍ରପ୍ରଦେଶ ନିଆଯାଇ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି।  ଏମିତି […]

  • Friday, 16 July 2021
chhatara
ଅାସନ୍ତାକାଲି ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

କଳାହାଣ୍ଡି  : ଅାସନ୍ତାକାଲି ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଅନୁଷ୍ଠିତ ହେବ। ଏନେଇ ଚଳଚଞ୍ଚଳ ହୋଇଉଠିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ମା’ ମାଣିକେଶ୍ୱରୀଙ୍କ ପୀଠ । ମା’ଙ୍କ ଦର୍ଶନ ପାଇଁ ପାଖାପାଖି ଅଞ୍ଚଳ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ମାନସିକଧାରୀମାନେ ଅାସି ମା’ଙ୍କ ଅାରାଧନା କରୁଛନ୍ତି। ଭିଡକୁ ଅାଖି ଅାଗରେ ରଖି ପୁଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି। ଛତର ଯାତ୍ରା ପାଇଁ ବିଭିନ୍ନ ଘୁମୁରା ଦଳ, ଘଣ୍ଟ ଦଳ ନିଜର […]

  • Friday, 16 July 2021
m1
ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ଗତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରୀଲ୍‌ ଭାଙ୍ଗି ମାଆ ଦୁର୍ଗାଙ୍କର ୨ କିଲୋଗ୍ରାମ୍‌ ଓଜନର ରୁପା ମୁକୁଟ, ୧୦ ଗ୍ରାମ୍‌ ଓଜନର ସୁନା ହାର ସହିତ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ମନ୍ଦିରର ପୂଜକ ସକାଳୁ ଆସି ଦେଖିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ପହଞ୍ଚି ତଦନ୍ତ କରିବା ସହ ପୂର୍ବରୁ ଚୋରି ଅଭିଯୋଗ ଥିବା ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା […]

  • Friday, 16 July 2021
baby-up
ବାଲିଗଦା ଉପରେ ପ୍ରସବ କଲେ ମହିଳା

କୋରାପୁଟ  : ଡାକ୍ତରଖାନା ପରିସରରେ ଥିବା ବାଲି ଗଦା ଉପରେ ପ୍ରସବ । କୋରାପୁଟ ମେଡିକାଲ କଲେଜ ପରିସରରେ ଥିବା ମାତୃ ଓ ଶିଶୁ ଚିକିତ୍ସାଳୟ ଅାଗରେ ଥିବା ବାଲିଗଦା ଉପରେ ଶିଶୁ ପୁତ୍ର ଜନ୍ମ ଦେଲେ ମହିଳା । ମିଳିଥିବା ସୂଚନା ଅନୁସାରେ, ପ୍ରସବ ଯନ୍ତ୍ରଣା ହେବାରୁ ବଡ଼ସୁକୁ ଗାଁର ଧନ ଜାନୀ ନିଜ ସ୍ତ୍ରୀଙ୍କୁ ବାଇକ୍‌ରେ ମେଡିକାଲ କଲେଜକୁ ଅାଣିଥିଲେ। ପାହାନ୍ତିଅା ସମୟରେ ମେଡିକାଲରେ ପହଞ୍ଚିଥିଲେ। ଗୋଟିଏ ପଟେ ଡାକ୍ତରଖାନାରେ କାଗଜପତ୍ର କାମରେ ବିଳମ୍ବ […]

  • Friday, 16 July 2021
puri
ଶ୍ରୀମନ୍ଦିରରେ ମହାପ୍ରସାଦ ମୂଲ୍ୟ ନିର୍ଦ୍ଧାରଣ ନେଇ ବୈଠକ

ପୁରୀ :  ଶ୍ରୀମନ୍ଦିରରେ ମହାପ୍ରସାଦ ମୂଲ୍ୟ ନିର୍ଦ୍ଧାରଣ ନେଇ ବୈଠକ । ମୁଖ୍ୟ ପ୍ରଶାସକ, ସୁଅାର ଓ ମହାସୁଅାର ନିଯୋଗକୁ ନେଇ ବୈଠକ ହୋଇଛି। କୋଠଭୋଗ ସାମଗ୍ରୀ ଓ ସେ ସମ୍ପର୍କିତ ଖର୍ଚ୍ଚ ନେଇ ଅାଲୋଚନା ଚାଲିଛି।  ଖୁବ୍‌ ଶୀଘ୍ର ମହାପ୍ରସାଦ ଦର ତାଲିକା ପ୍ରକାଶ କରିବାକୁ ନିଷ୍ପତ୍ତି ନିଅାଯିବ। ଅାନନ୍ଦ ବଜାରରେ ଅଭିଯୋଗ ପ୍ରକୋଷ୍ଠ ଓ ହେଲ୍‌ପ ଡେସ୍କ ବ୍ୟବସ୍ଥା ନେଇ ନିଷ୍ପତ୍ତି ହେବ। ହେଲ୍‌ପ ଡେସ୍କରେ ସୁଅାର ମହାସୁଅାର ଓ ପ୍ରଶାସନ ପ୍ରତିନିଧି ମଧ୍ୟ […]

  • Friday, 16 July 2021
surya--1-up
ବାଆଁରେଇଲେ ସୂର୍ଯ୍ୟ

ଭୁବନେଶ୍ୱର : ତିତ୍‌ଲିରେ ଜିରୋ କାଜୁଅାଲ୍‌ଟି ହୋଇଛି, କାହାର ମୃତ୍ୟୁ ଘଟିନି। ନିଜ ପୂର୍ବ ମନ୍ତବ୍ୟକୁ ବାଆଁରେଇ ଏହା କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ତିତ୍‌ଲି ପରେ ହୋଇଥିବା ବର୍ଷା ଯୋଗୁଁ ପାହାଡ଼ ଧସି ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ପାହାଡ଼ ଧସିବାରୁ କିଛି ଲୋକଙ୍କ ମୃତ୍ୟୁ ଘଟିଛି । ଘଟଣା ଦିନ ଗଣମାଧ୍ୟମ ପଚାରିଲା ବେଳେ ତାଙ୍କ  ପାଖରେ ତଥ୍ୟ ନଥିଲା ବୋଲି କହିଛନ୍ତି ସୂର୍ଯ୍ୟ। ସୂଚନା ଯେ , କିଛି ଦିନ ତଳେ […]

  • Friday, 16 July 2021
dama-up
ନବୀନଙ୍କ ଉପରେ ବର୍ଷିଲେ ଦାମ

ଏରସମା  : ଏରସମା ସ୍ୱାଭିମାନ ସମାବେଶରେ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ଦାମୋଦର ରାଉତ। କହିଲେ , ନବୀନଙ୍କୁ ଦୁର୍ନୀତିର ନାୟକ କହିବାରୁ ଓ ଦୁର୍ନୀତିର ପର୍ଦ୍ଦାଫାସ୍ କରିବାରୁ ମୋତେ ମନ୍ତ୍ରୀ ଓ ଦଳରୁ ବିଦା କରାଗଲା। ଏହାସହ ନବୀନଙ୍କ ଭଲ ଓଡ଼ିଆ ନକହି ପାରିବାକୁ ନେଇ ମଧ୍ୟ ନିନ୍ଦା କଲେ ଦାମ।  କହିଲେ- ନବୀନ ବାରିପଦାକୁ ବାଡ଼ିପଡ଼ା, ଚଣ୍ଡୀଖୋଲକୁ ଚଡ଼ିଖୋଲ କୁହନ୍ତି। ବିଜୁବାବୁଙ୍କ ପୁଅ ହୋଇ ଠିକ୍ ଓଡ଼ିଆ ନକହି ପାରିବାରୁ ତିରସ୍କାର କରୁଛି ବୋଲି […]

  • Friday, 16 July 2021
gun-attack
ପାରାକୁ ଗୁଳିମାଡ଼

ପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକ ହେଲେ ସଞ୍ଜୟ ବେହେରା ଓରଫ ପାରା। ତାଙ୍କ ବାମ ପଟ କାନ୍ଧରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାରାଙ୍କ ଉପରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଣ୍ଡିଚା ମନ୍ଦିରର ପଛପଟେ ରହୁଥିବା ସଞ୍ଜୟ ସକାଳେ […]

  • Friday, 16 July 2021
ele11
ଚିକିତ୍ସିତ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ

ସୁନ୍ଦରଗଡ଼: ଚିକିତ୍ସିତ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ। ସୁନ୍ଦରଗଡ଼ ବରସୁଆଁ ରେଞ୍ଜ ତାଳଡିହି ଜଙ୍ଗଲରେ ଦନ୍ତା ହାତୀଟି ୨ ଦିନ ଧରି ଅସୁସ୍ଥ ହୋଇ ରହିଥିଲା। ମିଳିଥିବା ସୂଚନା ଅନୁସାରେ, ହାତୀଟି ୨ ଦିନ ଧରି ଅସୁସ୍ଥ ଥିବାବେଳେ ବନବିଭାଗର ଏକ ଟିମ୍‌ ହାତୀର ଚିକିତ୍ସା କରୁଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

  • Friday, 16 July 2021
k1
ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ବିଶେଷ କରି କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପାରଦ ତଳକୁ ତଳକୁ ଖସି ଚାଲିଛି। ହେଲେ ଏବର୍ଷ କନ୍ଧମାଳର ସଦରମହକୁମା ଫୁଲବାଣୀରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ି ତୁଳନାରେ କମ୍‌ ରହିଛି। କନ୍ଧମାଳ ସହ କୋରାପୁଟ, କେନ୍ଦୁଝର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଅତ୍ୟଧିକ ଶୀତ ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ […]

  • Friday, 16 July 2021
piyus-up
ଦିନିକିଅା ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

ଝାରସୁଗୁଡା : ଦିନିକିଅା ଓଡ଼ିଶା ଗସ୍ତରେ ଅାସି ଅାଜି ଝାରସୁଗୁଡାର ସମଲେଶ୍ୱରୀ କୋଇଲା ଖଣି ପରିଦର୍ଶନ କରିଛନ୍ତି କେନ୍ଦ୍ର କୋଇଲା ଓ ରେଳମନ୍ତ୍ରୀ ପୀୟୂଷ ଗୋୟଲ। ଏଠାରୁ କିଭଳି ଅଧିକ କୋଇଲା ଉତ୍ପାଦନ କରାଯାଇ ରେଳ ଯୋଗେ ପରିବହନ ହେବ ସେ ନେଇ ଏମସିଏଲ ଅଧିକାରୀଙ୍କ ସହ ଅାଲୋଚନା କରିଛନ୍ତି। ଏହାପରେ କେନ୍ଦ୍ରମନ୍ତ୍ରୀ ତାଳଚେର ଯାଇ ଏମସିଏଲର ଭୁବନେଶ୍ୱରୀ କୋଇଲା ଖଣି ଓ ଅନନ୍ତ କୋଇଲା ଖଣି ପରିଦର୍ଶନ କରିଥିଲେ।  ତାଙ୍କ ସହ କୋଲ ଇଣ୍ଡିଅାର ଅଧ୍ୟକ୍ଷ […]

  • Friday, 16 July 2021
death
ପୁଣି ମେଣ୍ଢା ମାରିଲା ଅଜଣା ଜନ୍ତୁ

କଟକ: କଟକ ନରାଜରେ ପୁଣି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ପୁଣି ଆଉ ଗୋଟିଏ ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ଅଭିଯୋଗ ହୋଇଛି। ନରାଜ ଗୋପାଳ ସାହିର କୈଳାସ ସାହୁଙ୍କ ମେଣ୍ଢାଶାଳରୁ ଗୋଟିଏ ମେଣ୍ଢାକୁ ଅଜଣା ଜନ୍ତୁ ମାରି ଦେଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ନରାଜ ଅଞ୍ଚଳରେ ୧୭ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିଲା। ଗତକାଲି ପୁଣି ଆଉ ଗୋଟିଏ ମେଣ୍ଢାର ମୃତ୍ୟୁ ହେବାରୁ ଗୋପାଳ ସାହିରେ ଆତଙ୍କ ଖେଳିଯାଇଛି। ହାତୀ ପାଇଁ ସିଡିଏ […]

  • Friday, 16 July 2021
5
ତିତ୍‌ଲି ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କି ସରକାର ?

ଗଜପତି : ଗଜପତିରେ ତିତ୍‌ଲିର ତାଣ୍ଡବ । ବାତ୍ୟା ଓ ବନ୍ୟାର ପ୍ରଭାବରେ ଧ୍ୱଂସ ବିଧ୍ୱସ୍ତ ପୁରା ଜିଲ୍ଲା। ଗଜପତିରେ ଏହି ଦୈବି ଦୁର୍ବିପାକ ବଢାଇଛି ସରକାରଙ୍କ ଚିନ୍ତା। ଅାଜି ମୁଖ୍ୟ ଶାସନ ସଚିବ ପାରଳାଖେମୁଣ୍ଡି ଯାଇ ସ୍ଥିତି ସମୀକ୍ଷା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିପନ୍ନଙ୍କୁ ଦୁଇ ମାସର ଅାଗୁଅା ରାସନ୍ ସାମଗ୍ରୀ ପ୍ରଦାନ ଓ ରାସନ କାର୍ଡଧାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଏକ ହଜାର ଟଙ୍କା ସହାୟତା ପ୍ରଦାନ […]

  • Friday, 16 July 2021
killer
ଧର୍ମଗଡ଼ ସୂର୍ଯ୍ୟକାନ୍ତି ମେହେର ହତ୍ୟାର ପର୍ଦ୍ଦାଫାସ୍

କଳାହାଣ୍ଡି : ଯାଅାକୁ ହତ୍ୟା ପାଇଁ ସୁପାରୀ। କଳାହାଣ୍ଡି ଧର୍ମଗଡ଼ର ଚର୍ଚ୍ଚିତ ସୂର୍ଯ୍ୟକାନ୍ତି ମେହେର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ୍‌। ସୂର୍ଯ୍ୟକାନ୍ତିଙ୍କ ହତ୍ୟା ପାଇଁ ଯାଅା ସୁପାରୀ ଦେଇଥିବା ଜଣାପଡିଛି। ଅଭିଯୁକ୍ତ ଯାଅା ଚନ୍ଦ୍ରକାନ୍ତି ଓ ସୁପାରୀ କିଲର ଟଙ୍କଧର ପାଣ୍ଡେକୁ ଗିରଫ କରିଛି ପୁଲିସ୍‌। ଗତ ଫେବ୍ରୁଅାରୀ ୧୮ ତାରିଖରେ ଜୁନାଗଡ଼ ମାଟିଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ। ସୂର୍ଯ୍ୟକାନ୍ତିଙ୍କ ତଣ୍ଟିକାଟି ପଥରରେ ଛେଚି ମାରିଥିଲା ଟଙ୍କଧର। ପାରିବାରିକ କଳହ ପାଇଁ ସୂର୍ଯ୍ୟକାନ୍ତିଙ୍କ ହତ୍ୟା ଯୋଜନା […]

  • Friday, 16 July 2021
bus accident
ପୋଲ ଉପରୁ ଖସି ପଡିଲା ବସ୍ : ୩୦ ଯାତ୍ରୀ ଅାହତ, ୫ ଗୁରୁତର

ମାଲକାନଗିରି  : ପୋଲ ତଳକୁ ଖସିଲା ବସ୍‌। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ନିକଟରେ ଥିବା ଏକ ବ୍ରିଜ୍‌ ଉପରୁ ବସ୍‌ଟି ତଳକୁ ଖସି ଯାଇଥିବା ଜଣାପଡିଛି। ବସ୍‌ ଦୁର୍ଘଟଣାରେ ୩୦ ଜଣ ଅାହତ ହୋଇଥିବାବେଳେ ୫ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଗୋବିନ୍ଦପାଲି, ମାଥିଲି, ଖଇରପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।  ଜୟପୁରା ଠାରୁ ଜାନବାଇ ଅଭିମୁଖେ ଯିବାବେଳେ ମହାବାହୁ ନାମକ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଏଥିରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଅାହତ ଯାତ୍ରୀଙ୍କୁ ପ୍ରଥମେ ବିଏସ୍ଏଫ୍ […]

  • Friday, 16 July 2021
sashti
ଅାଜି ମଣ୍ଡପରେ ଷଷ୍ଠୀ, ପୀଠରେ ସପ୍ତମୀ ପୂଜା

ଭୁବନେଶ୍ୱର : ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଅାଜି ମଣ୍ଡପ ଗୁଡିକରେ ମାଅାଙ୍କର ହେବ ଷଷ୍ଠୀ ପୂଜା। ଷଷ୍ଠୀ ପୂଜାରେ ବିଲ୍ୱବରଣ ସହ ଅନ୍ୟାନ୍ୟ ରୀତିନୀତି ରହିଛି। ବିଲ୍ୱବରଣ ପରେ ଦୁର୍ଗତିନାଶିନୀ ମାଆ ଦୁର୍ଗା ସୁସଜ୍ଜିତ ପୂଜା ମଣ୍ଡପରେ ବିଜେ କରିଥାନ୍ତି। କାଲି ମହାସପ୍ତମୀରେ ମାଆଙ୍କର ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପନ କରାଯିବ। ଅାଜିଠୁ ମାଆଙ୍କର ଯଥାରୀତି ପୂଜାର୍ଚ୍ଚନା ଅାରମ୍ଭ ହେଉଥିବାରୁ ପୂଜା ମଣ୍ଡପ ଗୁଡିକରେ ଲାଗିଗଲାଣି ଗହଳି […]

  • Friday, 16 July 2021
death in gajapti
ଗଜପତିରେ ବଢୁଛି ମୃତ୍ୟୁ ସଂଖ୍ୟା

ଗଜପତି : ବାତ୍ୟା ତିତ୍‌ଲି ପ୍ରଭାବରେ ଗଜପତି ଜିଲ୍ଲାରେ ବଢିଚାଲିଛି ମୃତ୍ୟୁ ସଂଖ୍ୟା। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ପରେ ଅାଉ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ଅାଶଙ୍କା କରାଯାଉଛି। କଇଁପୁର ପଞ୍ଚାୟତରେ ପାହାଡ଼ ଧସି ୧୫ ଜଣ ନିଖୋଜ ଥିଲେ। ଏପର୍ଯ୍ୟନ୍ତ ନିଖୋଜ ୧୫ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ସେପଟେ ଲକ୍ଷ୍ମୀପୁରରେ ୨ ନିଖୋଜଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଠାବ […]

  • Friday, 16 July 2021
puja
ଅାଜି ଦେବୀ ପୀଠରେ ଷଷ୍ଠୀ ପୂଜା, କାଲି ମଣ୍ଡପରେ ଷଷ୍ଠୀ

କଟକ : ଦଶହରା ପାଇଁ ଚଳଚଞ୍ଚଳ ଗାଁଠୁ ସହର । ଅାଜି ଦେବୀ ପୀଠ ଗୁଡ଼ିକରେ ଷଷ୍ଠୀ ପୂଜା କରାଯାଉଥିବା ବେଳେ ଅାସନ୍ତାକାଲି ମଣ୍ଡପରେ ମାଅାଙ୍କର ହେବ ଷଷ୍ଠୀ ପୂଜା। ବିଲ୍ୱବରଣ ସହ ଜଗତ ଜନନୀଙ୍କ ଅାବାହନ ପାଇଁ ସବୁଠି ଚାଲିଛି ପ୍ରସ୍ତୁତି। ପୂଜା ମଣ୍ଡପ ଓ ତୋରଣରେ ଝଲସୁଛି ସହର ବଜାର। କଟକରେ ମା’ଙ୍କ ପୂଜା ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି।  ପୂଜା ମଣ୍ଡପ ଗୁଡିକରେ ମା’ଙ୍କୁ ବିଭିନ୍ନ ଅଳଙ୍କାରରେ ଅାଭୂଷିତ କରାଯାଉଛି। ସେପେଟେ ମାଆ […]

  • Friday, 16 July 2021
ganita-up
ପ୍ରକୃତ ଗରିବ ପାଉନାହାନ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡ

ଭୁବନେଶ୍ୱର : ନୂଅା ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଅଡୁଅାରେ ସରକାର। ଅାବେଦନକାରୀଙ୍କ ସଂଖ୍ୟା ୩୫ ଲକ୍ଷ ଟପିଯିବା ପରେ ବିଗିଡ଼ି ଯାଇଛି ସରକାରଙ୍କ ଗରିବ ଗଣିତ। ଏହାସତ୍ତ୍ୱେ ବି ଅନେକ ସ୍ଥାନରେ କାର୍ଡ ପାଇନାହାନ୍ତି ଯୋଗ୍ୟ ହିତାଧିକାରୀ । ନିଜସ୍ୱ ସ୍କିମ୍‌ରେ ସରକାର ନିୟମ କୋହଳ କରିଥିବାରୁ ହିତାଧୀକାରୀଙ୍କ ସଂଖ୍ୟା ବଢୁଛି । ତେବେ ଦଳୀୟ ସମର୍ଥନ ଭିତ୍ତିରେ ବି କାର୍ଡ ବଣ୍ଟାଯାଉଥିବା ନେଇ ବିରୋଧୀ ଅଭିଯୋଗ ଅାଣିବା ପରେ ସରକାରଙ୍କ ଉଦ୍ଦେଶ୍ୟକୁ […]

  • Friday, 16 July 2021
jay-panda
ଟ୍ୱିଟ୍ କରି ସୁଷମା ସ୍ୱରାଜଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ

ଭୁବନେଶ୍ୱର : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଯୋଗୁଁ ଘରକୁ ଫେରିଲେ ଅାବୁଧାବିରେ ଫସିଥିବା ଓଡ଼ିଆ ଯୁବକ ସନ୍ତୋଷ କୁମାର ସ୍ୱାଇଁ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା କଳାଙ୍ଗ ପାଇକସାହିର ସନ୍ତୋଷ, ଜଣେ ସ୍ଥାନୀୟ ଏଜେଣ୍ଟଙ୍କ ଜରିଅାରେ ଅାବୁଧାବି ଯାଇ ଏକ ଘରୋଇ କମ୍ପାନୀରେ ୯ମାସ ହେଲା କାମ କରୁଥିଲେ, ହେଲେ ସେଠାରେ ତାଙ୍କୁ ଦରମା ମିଳୁନଥିବା ସହ ଦୟନୀୟ ଅବସ୍ଥାରେ କାମ କରାଯାଉଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ସେଠାରୁ ଫେରାଇ […]

  • Friday, 16 July 2021
jharkhanda
ପାଣ୍ଡିଆନଙ୍କ ଦୁର୍ନୀତିର ଗୁମର ଖୋଲିଲେ ଲକ୍ଷ୍ମଣ ଟୁଡୁ

ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ବିଜେଡି ସାଂସଦ ଲକ୍ଷ୍ମଣ ଟୁଡୁ। ଆଜି ସେ ସିଧାସଳଖ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ପାଣ୍ଡିଆନ୍‌ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ ରହିଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀ ଟୁଡୁ କହିଛନ୍ତି-“ଭିକେ ପାଣ୍ଡିଆନ ମୟୂରଭଞ୍ଜର ଜିଲ୍ଲାପାଳ ଥିବା ବେଳେ ସୁଦାମ ମାର୍ଣ୍ଣି ସାଂସଦ ଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ଲୁହାପଥର ଚୋରା ଚାଲାଣର ଭିତିରି ବୁଝାମଣା ଥିଲା। ସେଥିପାଇଁ ପାଣ୍ଡିଆନ୍‌ଙ୍କ […]

  • Friday, 16 July 2021