• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bank
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଅଭିଯୋଗ

ବାରିପଦା: ପୁଣି ଥରେ ଡକାୟତଙ୍କ ଟାଗେର୍ଟରେ ବ୍ୟାଙ୍କ। ବାରିପଦା ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍‌ରେ ଏହି ଡକାୟତି ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟର ଜଗୁଆଳିଙ୍କ କହିବା ଅନୁସାରେ, କିଛି ଶବ୍ଦ ଶୁଭିବାରୁ ସେ ବାହାରକୁ ଆସିଥିଲେ। […]

  • Friday, 16 July 2021
hanger
ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣକୁ ନେଇ ହ୍ୟାଙ୍ଗର ସିଲ୍ ପ୍ରସଙ୍ଗ

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ନେଇ ହ୍ୟାଙ୍ଗର ସିଲ ପ୍ରସଙ୍ଗ।  ୪୨ ଦିନ ପରେ ହ୍ୟାଙ୍ଗର ସିଲ୍ ଖୋଲିଲା ପୁରୀ ପୁଲିସ । ଜଣେ ଏସ୍‌ଡିପିଓ ଏବଂ ମେରାଇନ ଥାନା IIC ସିଲ୍ ଖୋଲିଥିବା ଜଣାପଡିଛି।ହ୍ୟାଙ୍ଗର ଖୋଲିଲେ ବି ଗୋଟିଏ ହେଲିକପ୍ଟର ପୁଣିଥରେ ସିଲ୍ କରିଛି ପୁରୀ ପୁଲିସ। ହ୍ୟାଙ୍ଗରରେ ଥିବା ୩ଟି ହେଲିକପ୍ଟରରୁ ଗୋଟିଏକୁ ପୁଣି ସିଲ୍ କରିଛି ପୁଲିସ। ସେପ୍ଟେମ୍ବର ୧୭ରେ ଇମ୍ଫା ହ୍ୟାଙ୍ଗରକୁ ସିଲ୍ କରିଥିଲା ପୁଲିସ୍‌। […]

  • Friday, 16 July 2021
kendrapada
ଆସିଥିଲେ ଦୁଇଟି ଡଙ୍ଗାରେ, ଫେରିଲେ ଗୋଟିଏ ଡଙ୍ଗାରେ

କେନ୍ଦ୍ରାପଡ଼ା: ବସ୍‌ ଦୁର୍ଘଟଣା ହେଉ କିମ୍ବା ଡଙ୍ଗା ବୁଡ଼ି ସବୁବେଳେ ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାର ଅନେକ କାରଣ ସମ୍ନାକୁ ଆସିଥାଏ। ସେଥିମଧ୍ୟରୁ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବା କାରଣଟି ପ୍ରାୟ ମୁଖ୍ୟ କାରଣ ହୋଇଥାଏ। ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ […]

  • Friday, 16 July 2021
bijayashree
‘ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହା ଏକ କଲରାପତରିଅା ବାଘ’ : ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର : ବରଗଡ଼ ଡେବ୍ରିଗଡ଼ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଗଳିତ ପଶୁ ପ୍ରାଥମିକ ତଦନ୍ତରୁ ଏହା କଲରାପତରିଅା ବାଘ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି । ମୃତ ପଶୁର ଦେହାବଶେଷ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍‌କୁ ପଠାଯାଇଛି। ରିପୋର୍ଟ ଅାସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବ ବୋଲି ସେ କହିଛନ୍ତି। ବାଘ ମୃତ୍ୟୁ ନେଇ ବନ ବିଭାଗ ମାମଲା ରୁଜୁ କରି ତଦନ୍ତ ଅାରମ୍ଭ କରିଛି । ବରଗଡ଼ […]

  • Friday, 16 July 2021
khurania
BSFର ଅାଇଜି ହେଲେ ଓ୍ୱାଇ.ବି.ଖୁରାନିଅା

ଭୁବନେଶ୍ୱର : IPS ଯୋଗେଶ ବାହାଦୂର ଖୁରାନିଅାଙ୍କୁ ନୂଅା ନିଯୁକ୍ତି ମିଳିଛି। ବର୍ଡର ସିକ୍ୟୁରିଟି ଫୋର୍ସ BSFର ଅାଇଜି ହେଲେ ଓ୍ୱାଇ.ବି.ଖୁରାନିଅା। କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ତାଙ୍କୁ BSFର ଅାଇଜି ଭାବେ ନିଯୁକ୍ତି ଦିଅାଯାଇଛି। ନିଯୁକ୍ତିର ୫ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ । ଖୁରାନିଅାଙ୍କ ସ୍ଥାନରେ ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଭାବେ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଅାଯାଇଛି। ଅସିତ ପାଣିଗ୍ରାହୀଙ୍କୁ କମ୍ୟୁନିକେଶନର ଅତିରିକ୍ତ ଦାୟିତ୍ୱ ମିଳିଛି।

  • Friday, 16 July 2021
representational image
କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ଏବେବି ଜଣେ ନିଖୋଜ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ପାଣି ଭିତରରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଆଉ ଜଣେ ୬ ବର୍ଷର ନାବାଳିକା ନିଖୋଜ ଥିବା ଜଣାପଡ଼ିଛି। ବାକି ୪୫ ଜଣ ସୁରକ୍ଷିତ ଅଛନ୍ତି। ଡଙ୍ଗାରେ ପାଖାପାଖି ୫୫ ଜଣ ଥିଲେ ବୋଲି ସୂଚନା ମିଳିଛି। ଗତକାଲି ରାତି ୩ଟା ଯାଏ ଉଦ୍ଧାରକାର୍ଯ୍ୟ ଚାଲିଥିଲା। ମୃତକମାନେ ଜଗତସିଂହପୁର […]

  • Friday, 16 July 2021
JAGA
ଜଗା-କାଳିଅାଙ୍କ ଚିକିତ୍ସାକୁ ପୂରିଲା ବର୍ଷେ

ଭୁବନେଶ୍ୱର : ଦିଲ୍ଲୀ ଏମ୍‌ସରେ କନ୍ଧମାଳର ଜଗା-କାଳିଅାଙ୍କ ଚିକିତ୍ସାକୁ ପୂରିଲା ବର୍ଷେ। ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଏବେ ଦୁଇ ଭାଇ ନୂଅା ଦୁନିଅା ଦେଖୁଛନ୍ତି। ଜଗାର ସ୍ୱାସ୍ଥ୍ୟରେ ଅାଶାନୁରୂପ ଉନ୍ନତି ଅାସିଛି ଓ ସେ ସାଧାରଣ ପିଲାଙ୍କ ଭଳି ଖେଳକୁଦ ସହ ପାଠ ପଢ଼ିପାରିବ ବୋଲି କହିଛନ୍ତି ଡାକ୍ତର। ତେବେ ଜଗା ଭଳି କାଳିଅାର ସ୍ୱାସ୍ଥ୍ୟାବସ୍ଥାରେ ସେତେଟା ଉନ୍ନତି ଅାସିନାହିଁ। କନ୍ଧମାଳ ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଅାଙ୍କ ସମ୍ପର୍କରେ ଗତ ବର୍ଷ ଜୁନ୍ ୨୮ରେ […]

  • Friday, 16 July 2021
dama-dama
ବିଧାୟକ ଦାମୋଦର ରାଉତଙ୍କୁ ଅଣ୍ଡାମାଡ଼

ନିଆଳି : ବିଧାୟକ ଦାମୋଦର ରାଉତଙ୍କୁ ଅଣ୍ଡାମାଡ଼ । କଟକ ନିଅାଳି ହାଇସ୍କୁଲ ପଡ଼ିଆରେ ଦୁର୍ନୀତି ବିରୋଧୀ ସମାବେଶ କରୁଥିବା ବେଳେ ଦାମଙ୍କ ସଭାମଞ୍ଚ ଉପରକୁ ଅଣ୍ଡା ମାଡ଼ ହୋଇଛି । କାହା ଦେହରେ ବାଜି ନଥିଲେ ବି ଅଣ୍ଡା ମଞ୍ଚରେ ପଡ଼ିଥିଲା। ହାଇସ୍କୁଲ ପଡ଼ିଆ ପାଚେରୀ ବାହାରୁ ଅଣ୍ଡାମାଡ଼ କରି ଅନ୍ଧାରରେ ଦୌଡ଼ି ପଳାଇଥିଲେ ଦୁର୍ବୃତ୍ତ। ଅଣ୍ଡାମାଡ଼ ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ଦାମଙ୍କ ବିରୋଧରେ ନାରାବାଜି କରିଥିଲେ । ଦାମଙ୍କ ସଭାମଞ୍ଚ ଅାଗରେ ଅଙ୍ଗନବାଡ଼ି କର୍ମୀ […]

  • Friday, 16 July 2021
modi
ମୋଦି ପୁରୀରୁ ନିର୍ବାଚନ ଲଢ଼ିବା ୯୦ ପ୍ରତିଶତ ସମ୍ଭାବନା : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀରୁ ମୋଦି ଲଢ଼ିବା ୯୦ ପ୍ରତିଶତ ସମ୍ଭାବନା ରହିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ଏବେ ଓଡ଼ିଶା ରହିଛି ଏବଂ ସେ ପୁରୀକୁ ଭଲ ପାଆନ୍ତି। ଗତ ଥର ସେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବାରଣାସୀରୁ ଲଢ଼ି ବିଜୟୀ ହୋଇଥିଲେ। ତେଣୁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀକ୍ଷେତ୍ର ପୁରୀରୁ ମୋଦି ଲଢ଼ି ପାରନ୍ତି ବୋଲି ସେ […]

  • Friday, 16 July 2021
titilagarh-up12
କୁଖ୍ୟାତ ଅପରାଧୀ ଘରେ ପୁଲିସର ଚଢ଼ଉ

ଟିଟିଲାଗଡ଼ : ଟିଟିଲାଗଡ଼ର କୁଖ୍ୟାତ ଅପରାଧୀ ଲୋକନାଥ କୁମ୍ଭାର ଘରେ ପୁଲିସ ଚଢ଼ଉ କରିଛି। ହାଇସ୍କୁଲପଡ଼ାରେ ଥିବା ଲୋକନାଥର ଘରେ ଚଢ଼ଉ କରି ୩୭ ଲକ୍ଷ ୩୨ ହଜାର ୧୭୦ ଟଙ୍କାର ସହ ବହୁ ମୂଲ୍ୟର ଅଳଙ୍କାର ଜବତ କରିଛି ପୁଲିସ। ତେବେ ଚଢ଼ଉ ପୂର୍ବରୁ ଲୋକନାଥ ଫେରାର ହୋଇଯାଇଛି। ଲୋକନାଥ ନାଁରେ ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ଗତକାଲି ଏକ ୱାରେଣ୍ଟ ଅାଧାରରେ ପୁଲିସ ଚଢ଼ଉ କରିଥିଲା।

  • Friday, 16 July 2021
arjun tripathy
ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ପ୍ରସଙ୍ଗ : ଘଟଣାକୁ ନିନ୍ଦାକଲା ନବରଙ୍ଗପୁର ଜିଲ୍ଲା ବିଜେଡ଼ି

ନବରଙ୍ଗପୁର : ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ଘଟଣାକୁ ନିନ୍ଦା କରିଛି ନବରଙ୍ଗପୁର ଜିଲ୍ଲା ବିଜେଡି। ଏକ ସମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିଛନ୍ତି ଜିଲ୍ଲା ବିଜେଡି ସଭାପତି ଅର୍ଜୁନ ତ୍ରିପାଠୀ।  ଅାମ ଗାଁ ଅାମ ବିକାଶ ଯୋଜନାରେ ଏକ କମ୍ୟୁନିଟି ସେଣ୍ଟର ଉଦ୍‌ଘାଟନ ପାଇଁ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉମରକୋଟ ବ୍ଲକ୍ ମୁଣ୍ଡିଗୁଡା […]

  • Friday, 16 July 2021
anganwadi-worker-up
ଅଙ୍ଗନବାଡ଼ି କର୍ମୀଙ୍କ ଜରିଅାରେ ଦାମଙ୍କୁ ବିରୋଧ ପ୍ରଦର୍ଶନ

ନିଅାଳି : ମୟୂରଭଞ୍ଜ ପରେ ନିଅାଳିରେ ଦାମଙ୍କୁ ବିରୋଧ। ଅଙ୍ଗନବାଡ଼ି କର୍ମୀ ଦାମଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି । ଦାମଙ୍କ ସଭାମଞ୍ଚ ଅାଗରେ ଅଙ୍ଗନବାଡ଼ି କର୍ମୀ ହାତରେ ଦାମ ବିରୋଧୀ ପ୍ଲାକାର୍ଡ ଧରି ରାଲି କରିଛନ୍ତି।  ନିଅାଳି ହାଇସ୍କୁଲ ପଡ଼ିଆରେ ଦୁର୍ନୀତି ବିରୋଧୀ ସମାବେଶ କରୁଥିବା ବେଳେ ଦାମୋଦର ରାଉତଙ୍କୁ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଥିଲା।

  • Friday, 16 July 2021
cbi
ସିବିଅାଇର ଦୁଇ ଜଣିଅା ଟିମ୍ ସୁନାବେଡ଼ାରେ ଆରମ୍ଭ କଲେ ଖୋଳତାଡ଼

କୋରାପୁଟ : ସୁନାବେଡା ହାଲ୍‌ର ଫାଇନାନ୍ସ ମ୍ୟାନେଜରଙ୍କ ଏକ ଲକ୍ଷ ୬୭ ହଜାର ଟଙ୍କା ଏବଂ କାଗଜପତ୍ର ଜାଳିବା ମାମଲାରେ ଅାରମ୍ଭ ହୋଇଛି ସିବିଅାଇ ତଦନ୍ତ । ଗତକାଲିଠୁ ସିବିଅାଇର ଦୁଇ ଜଣିଅା ଟିମ୍ ସୁନାବେଡ଼ାରେ ପହଞ୍ଚି ଖୋଲତାଡ଼ ଅାରମ୍ଭ କରିଛି। ଅାଜି ତଦନ୍ତକାରୀ ସଂସ୍ଥା ହାଲ୍ ଯାଇ ତନାଘନା ଜାରି ରଖିଛି। ଏନେଇ କୋରାପୁଟ୍ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅାଲୋଚନା କରିଛି ସିବିଅାଇ ଟିମ୍। ମାମଲାରେ ହିନ୍ଦୁସ୍ତାନ୍ ଏରୋନେଟିକ୍ସ ଲିମିଟେଡ-ହାଲ୍‌ର ୪ ଜଣ ଠିକାଦାରଙ୍କୁ ଗିରଫ କରାଯାଇଛି। […]

  • Friday, 16 July 2021
egg attack
ମନ୍ତ୍ରୀ ରମେଶ ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ଅଭିଯୋଗ

ଉମରକୋଟ : ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ଅଭିଯୋଗ। ‘ଅାମ ଗାଁ ଅାମ ବିକାଶ’ ଯୋଜନାରେ ଏକ କମ୍ୟୁନିଟି ସେଣ୍ଟର ଉଦଘାଟନ ପାଇଁ ଅନୁସୂଚନିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉମରକୋଟ ବ୍ଲକ୍ ମୁଣ୍ଡିଗୁଡା ଗାଁକୁ ଯାଉଥିଲେ। ତେବେ ଗାଁରେ ପଶିବା ପୂର୍ବରୁ ଉଭୟ ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ିକୁ ଲକ୍ଷ୍ୟ କରି କିଛି କଂଗ୍ରେସ କର୍ମୀ ଅଣ୍ଡା […]

  • Friday, 16 July 2021
titli up
ତିତ୍‌ଲି ଜନିତ ମୃତ୍ୟୁ ସଂଖ୍ୟା ୭୭ ଛୁଇଁଲା

ଭୁବନେଶ୍ୱର : ତିତ୍‌ଲି ବାତ୍ୟାଜନିତ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି। ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ଅାଜି ଏହି ସୂଚନା ଦେଇଛନ୍ତି। ୫୮ ଜଣଙ୍କର ମୃତ୍ୟୁ ତାଲିକା ମିଳିଛି । ବାକି ୧୯ ଜଣଙ୍କର ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ କମିଶନର। ସେପଟେ ବାତ୍ୟାର ୧୫ ଦିନ ପରେ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳିଥିଲା ଟପ୍ ଅଫିସରଙ୍କୁ। ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ, ନଗର ଉନ୍ନୟନ ସଚିବ ମାଥି ଭାତନନ୍ […]

  • Friday, 16 July 2021
2
ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ପ୍ରବଳ ଶୀତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ କୋଲ୍ଡ ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି। ଭୁବନେଶ୍ୱର, ଅନୁଗୁଳ ଓ ଟିଟିଲାଗଡ଼ରେ କୋଲ୍ଡ ୱେଭ୍‌ ସ୍ଥିତି ଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କିଛି ଦିନ ହେବ ରାଜ୍ୟର ପ୍ରାୟ ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ସେଲସିୟସ୍‌ରୁ […]

  • Friday, 16 July 2021
berhmpur
ବ୍ରହ୍ମପୁରରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ; ୩ ନାବାଳକଙ୍କୁ ଗିରଫ କଲା ପୁଲିସ

ବହ୍ମପୁର  : ନାବାଳକଙ୍କ ହାତରେ ହତ୍ୟାକାଣ୍ଡ । ନିଜ ସମ୍ପର୍କୀୟ ମହିଳାଙ୍କୁ ଗାଳିଗୁଲଜ ଓ ଅନୈତିକ ସଂପର୍କର ପ୍ରତିଶୋଧ ନେବାକୁ ଯାଇ ଗଳାକାଟି ହତ୍ୟା । ପ୍ରଥମେ ବ୍ଲେଡରେ ତଣ୍ଟି କାଟିବା ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା।  ଗତ ଅକ୍ଟୋବର ୧୯ ତାରିଖରେ ବହ୍ମପୁର ଗୋସାଇଁ ନୂଅାଗାଁ ହତ୍ୟାକାଣ୍ଡ ଘଟଣାରେ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ବ୍ରହ୍ମପୁର ପୁଲିସ୍‌। ଘଟଣାରେ ସଂପୃକ୍ତ ୩ଜଣ ନାବାଳକଙ୍କୁ ପୁଲିସ୍‌ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ପଥରକୁ […]

  • Friday, 16 July 2021
1
ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଆସିକା: ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଆଠଗଡ଼ପାଟଣାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଗାଁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ଆସିକା ଓ ଭୁବନେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁଲିସ୍ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ସୂଚନା ଅନୁସାରେ, ଗତ ୨୪ ତାରିଖରେ ଆଠଗଡ଼ପାଟଣା ଗାଁର କବିର ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ କବିସୂର୍ଯ୍ୟନଗର ଥାନା ଅର୍ଜୁନପଲ୍ଲୀ ଗାଁ ଛକରେ […]

  • Friday, 16 July 2021
j panda up
ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ନାଁରେ ବୈଜୟନ୍ତଙ୍କୁ ଅପମାନ ଉଦ୍ୟମ

ତାଳଚେର : ମୟୂରଭଞ୍ଜରେ ଦାମଙ୍କ ପରେ ଅାଜି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ । ତାଳଚେରରେ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ନାଁରେ ଅପମାନ ଉଦ୍ୟମ କରାଯାଇଛି । କିଶୋର କ୍ଲବ ଦଶହରା ଉତ୍ସବରେ ଯୋଗ ଦେବାକୁ ସଭାସ୍ଥଳକୁ ଗଲା ବେଳେ ଫୁଲତୋଡା ଦେଇ କିଛି ଯୁବକ ଅପମାନଜନକ ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି । ୮ଶହ କୋଟି ବିଦ୍ୟୁତ୍‌ ବିଲ୍ ବକେୟା କହି ଅପମାନ ଉଦ୍ୟମ କରିଛନ୍ତି ଏକ ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀ । ସେପଟେ ଘଟଣା […]

  • Friday, 16 July 2021
b1
ସରକାରୀ ଡାଏରୀରେ ତ୍ରୁଟିକୁ ନେଇ ବିରୋଧ

ଭୁବନେଶ୍ୱର: ସରକାରୀ ଡାଏରୀରେ ତ୍ରୁଟି। ‘ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ’ ପଂକ୍ତିଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ଧର୍ମପଦ ପୁସ୍ତକର। କିନ୍ତୁ ଚଳିତ ବର୍ଷ ଛପାଯାଇଥିବା ରାଜ୍ୟ ସରକାରଙ୍କ ଡାଏରୀରେ ଏହି ପଂକ୍ତିଟି କବିବର ରାଧାନାଥ ରାୟଙ୍କର ବୋଲି ଉଲ୍ଲେଖ କରାଯାଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡାଏରୀ ଖଣ୍ଡେ ପାଇବା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ […]

  • Friday, 16 July 2021
kumari up
ପିପିଲି ଗୋପୀନାଥପୁର ଅଂଚଳରେ କୁମାର ପୂର୍ଣ୍ଣିମା ପାଳିତ

ପିପିଲି : ଅାଶ୍ୱିନ ମାସ ପୂର୍ଣ୍ଣିମା ତଥା କାର୍ତ୍ତିକ ମାସର ଅାରମ୍ଭରେ କୁଆଁରୀମାନେ ପାଳନ କରନ୍ତି କୁମାର ପୂର୍ଣ୍ଣିମା ଉତ୍ସବ । ପୁରୀ ଜିଲ୍ଲା ଧଉଳି ଉପକଣ୍ଠ ଗୋପୀନାଥପୁରରେ ଏହି ଅବସରରେ ପାଳନ କରାଯାଉଛି କୁମାର ପୂର୍ଣ୍ଣିମା । ବଡି ଭୋରରୁ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଖଇ ଅର୍ପଣ କରିଥିଲେ କୁମାରୀମାନେ । ସାତ ଅାଞ୍ଜୁଳା ଖଇରେ ନଡିଅା, ଗୁଆ, କଦଳୀ, ଅାଖୁ, ଜହ୍ନି ଅାଦି ଦେଇ ଆଂଜୁଳା ଟେକା କରିଥିଲେ । ତେବେ ପରମ୍ପରା ଅନୁଯାୟୀ, କୁମାର […]

  • Friday, 16 July 2021
e1
ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ। ଝୁମ୍ପୁରା ବ୍ଲକ ଅଫିସ୍‌ ପାଖରେ ଥିବା ଆମ୍ବ ବଗିଚାରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ସକାଳୁ ବାଲିବନ୍ଧ ପଟୁ ହାତୀ ଆସି ବଗିଚାରେ ଅଛନ୍ତି। ୮ଟି ହାତୀ ପ୍ରବେଶ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଜନବସତି ଭିତରେ ହାତୀ ପସିଯିବାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟପଟେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଗୁଡ଼ିକୁ ଘଉଡ଼ାଇବା ଲାଗି ଉଦ୍ୟମ କରୁଛନ୍ତି।

  • Friday, 16 July 2021
drowning up
ଋଷିକୂଲ୍ୟା ନଦୀରେ ଭାସିଗଲେ ୨ ଭାଇ

ଗଞ୍ଜାମ  : ରୁଷିକୂଲ୍ୟା ନଦୀରେ ଭାସିଗଲେ ୨ ଭାଇ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭୀମପୁର ନିକଟରେ ଘଟିଛି ଅଘଟଣ। ଭୀମପୁରର ଗୌତମ ପ୍ରଧାନଙ୍କ ଦୁଇ ପୁଅ ୧୭ ବର୍ଷୀୟ ସଂଗ୍ରାମ ଓ ୧୩ ବର୍ଷୀୟ ଶୁଭମ୍ ଅାଜି ଗାଧୋଇବା ଲାଗି ରୁଷିକୁଲ୍ୟା ନଦୀକୁ ଯାଇଥିଲେ । ଏହି ସମୟରେ ସେମାନେ ନଦୀ ସୁଅରେ ଭାସିଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମବାହିନୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।  

  • Friday, 16 July 2021
supremecourt
ଲୋକାୟୁକ୍ତ ମାମଲା ; ଓଡ଼ିଶାର ଅାବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମ ଝଟ୍‌କା। ଓଡ଼ିଶା ସରକାରଙ୍କ ଅାବେଦନକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ। ଲୋକାୟୁକ୍ତ ନିଯୁକ୍ତ କରିବାକୁ ଅାଉ ୩ ମାସ ମହଲତ ମାଗିଥିଲେ ରାଜ୍ୟ ସରକାର। ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ କେବେ ସୁଦ୍ଧା କାର୍ଯ୍ୟକାରୀ କରିବେ ନିର୍ଦ୍ଦିଷ୍ଟ ଭାବେ ଜଣାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକାୟୁକ୍ତ ଗଠନ ନେଇ ବିଧାନସଭାରେ ବିଲ୍ ପାରିତ ହେବାର ୪ ବର୍ଷରୁ ଅଧିକ […]

  • Friday, 16 July 2021
dama
ବ୍ଲାକ୍ ରୋଜ୍ ପ୍ରସଙ୍ଗ : CBI ତୀର ମାରିଲେ ଦାମ

ଭୁବନେଶ୍ୱର : ବ୍ଲାକ୍‌ରୋଜ୍ ପ୍ରସଙ୍ଗରେ ଅାଜି ପୁଣି CBI ତୀର ମାରିଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ। CBI ସହ ଶହେ କୋଟିର ଡିଲ୍ ହୋଇଥିବା ଦାମ ଅଭିଯୋଗ କରିଛନ୍ତି। ବ୍ଲାକ୍‌ରୋଜ୍ ନେଇ CBI ଯୁଗ୍ମ ନିର୍ଦ୍ଦେଶକ ତଥ୍ୟ ନେଇଥିଲେ । ହେଲେ ଓଡ଼ିଶା ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ସମର୍ଥନ ପରେ ଡିଲ୍ ହୋଇଥିଲା। ଏଥିପାଇଁ ସିବିଅାଇ ସହ ନବୀନ ପଟ୍ଟନାୟକ ଶହେ କୋଟିର ଡିଲ୍ କରିଥିଲେ। ଦାମ ଅଭିଯୋଗ କରିଛନ୍ତି ଏହାସହ ଚିଟ୍‌ଫଣ୍ଡ ମାମଲାରେ ବିଭିନ୍ନ ନେତା […]

  • Friday, 16 July 2021