• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bus1
ହାଇୱାକୁ ଧକ୍କା ଦେଇ ଓଲଟିଲା ପିକ୍‌ନିକ୍‌ ବସ୍‌

ସାଲେପୁର: ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ। ସାଲେପୁର କମରପଦା ନିକଟରେ ଏକ ପିକ୍‌ନିକ୍‌ ବସ୍‌ ହାଇୱାକୁ ଧକ୍କା ଦେଇ ଓଲଟି ପଡ଼ିଛି। ଏଥିରେ ୨୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ଭୁବନେଶ୍ୱର ନିଳାଦ୍ରୀ ବିହାରରୁ ଜଗତସିଂହପୁରର ଶାରଳା ଓ ଗୋରେଖନାଥ ଦର୍ଶନ କରିବାକୁ ଯାଉଥିଲେ।  

  • Friday, 16 July 2021
stage-up 12
ଏରସମାରେ ଜୋର ଧରୁଛି ରାବଣପୋଡ଼ି ରାଜନୀତି

ଜଗତସିଂହପୁର : ଜଗତସିଂହପୁର ଏରସମାରେ ରାବଣ ପୋଡ଼ିକୁ ନେଇ ଜୋର ଧରିଛି ରାଜନୀତି। ବିଜେଡିରୁ ବହିଷ୍କୃତ ଦାମୋଦରଙ୍କୁ ରାବଣ ପୋଡ଼ିରେ ସାମିଲ ହେବାକୁ ଦିଅାଯାଉନଥିବା ଅଭିଯୋଗ ହୋଇଛି । ଏପରିକି  ଅାଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ହୋଇଥିବା ରାବଣ ପୋଡ଼ି ମଞ୍ଚକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଅାଯାଇଥିବା ଅଭିଯୋଗ ହୋଇଛି। ଦାମଙ୍କ ବଦଳରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ରାବଣ ପୋଡ଼ି ଅାୟୋଜନର ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ବିଧାୟକ ପ୍ରଶାନ୍ତ ମୁଦୁଲି ରାବଣ ପୋଡ଼ି […]

  • Friday, 16 July 2021
ravan-podi-up 12
ବାଲେଶ୍ୱରରେ ନବମୀରେ ହୋଇଥାଏ ରାବଣ ପୋଡ଼ି

ବାଲେଶ୍ୱର  : ରାଜ୍ୟର କିଛି ସ୍ଥାନରେ ଗତକାଲି ଧୂମ୍‌ଧାମରେ ପାଳନ ହୋଇଛି ରାବଣ ପୋଡି ଉତ୍ସବ। ବାଲେଶ୍ୱର ଅାଇଟିଅାଇ ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି। ସବୁଠି ବିଜୟା ଦଶମୀରେ ରାବଣ ପୋଡ଼ି ଅନୁଷ୍ଠିତ ହେଉଥିବା ବେଳେ ବାଲେଶ୍ୱରରେ ଦଶହରାରେ ବାଡ଼ି ଖେଳ ହେଉଥିବାରୁ ନବମୀରେ ରାବଣ ପୋଡ଼ି ହୋଇଥାଏ। ନବମୀ ପୂଜା ସହ ଲୋକେ ରାବଣ ପୋଡ଼ି ଦେଖି ଖୁବ ମଜା ଉଠାଇଥିଲେ। ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାବଣ ପୋଡ଼ି […]

  • Friday, 16 July 2021
gun-attack
ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ କର୍ମଚାରୀଙ୍କୁ ଗୁଳିକରି ହତ୍ୟା

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ୧ ନମ୍ବର ସେକ୍ଟରରେ ଜଣେ ଆର୍‌ଏସ୍‌ପି କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ଘର ଭିତରେ ପଶି ତାଙ୍କୁ ୪ଜଣ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମୃତ ଆରଏସ୍‌ପି କର୍ମଚାରୀଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିକାଣ୍ଡର କାରଣ ଜାଣିବା ସହ ଅପରାଧୀଙ୍କୁ ଧରିବାକୁ ପୁଲିସ୍‌ ଛାନ୍‌ଭିନ୍ ଜାରି […]

  • Friday, 16 July 2021
wife
ମହିଳାଙ୍କୁ ପୋଡ଼ି ମାରି ଦେଇଥିବା ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗି ଘୋଡ଼ାବେଡ଼ା ସାହିରେ ଜଣେ ମହିଳାଙ୍କୁ କିରାସିନ ଢାଳି ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଟୁନା ମହାନ୍ତଙ୍କ ସ୍ତ୍ରୀ ସବିତା ମହାନ୍ତ। ଟୁନା ଆଉ ଜଣେ ଝିଅକୁ ଭଲ ପାଉଛି ବୋଲି ସବିତାଙ୍କ ବାପା ଲମ୍ବୋଦର ମହାନ୍ତ ଅଭିଯୋଗ କରିଛନ୍ତି। ଏହି କାରଣରୁ ସବିତାଙ୍କୁ ଶ୍ୱଶୁର ଘର ଲୋକେ ପୋଡ଼ି ମାରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସବିତା ନିଜ ଦେହରେ କିରାସିନ […]

  • Friday, 16 July 2021
puri
ଫିଟିନି ଶ୍ରୀମନ୍ଦିର ବଡ଼ଦେଉଳର ଦ୍ୱାର

ପୁରୀ: ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ବଡ଼ଦେଉଳର ଦ୍ୱାର ଖୋଲିନାହିଁ। ତେଣୁ ଶ୍ରୀଜିଉଙ୍କ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ମଧ୍ୟ ଆରମ୍ଭ ହୋଇନାହିଁ। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲୁଥିବାରୁ ଏବେ ଶୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି। କାଲି ପୁଲିସ୍‌-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍‌ ମାଡ଼ରେ ସେବାୟତ ଆହତ ହେବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ଦେଖାଦେଇଛି।

  • Friday, 16 July 2021
bolangir1
ଜଣଙ୍କ ଛୁଆକୁ ଆଉ ଜଣଙ୍କୁ ଦେଇଦେଲେ କର୍ମଚାରୀ

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଏକ ସାଂଘାତିକ ଭୁଲ୍ ସାମ୍ନାକୁ ଆସିଛି। ଗୋଟିଏ ନବଜାତ ଶିଶୁ ଅସୁସ୍ଥ ହେବା ପରେ ତାକୁ ବୁର୍ଲା ପଠା ଯାଇଥିଲା। ତେବେ ତା’ ବାପାଙ୍କ ବଦଳରେ ଆଉ ଏକ ଶିଶୁର ବାପାଙ୍କୁ ତାକୁ ହସ୍ତାନ୍ତର କରାଯାଇଥିଲା। ଏହି ଭୁଲ୍‌କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଯିବାରୁ ଅବହେଳା ଅଭିଯୋଗ କରି ତାଙ୍କ ବାପା ଥାନାରେ ଏକ ଏତଲା ଦେଇଛନ୍ତି। ଗତ ୨୫ ତାରିଖରେ […]

  • Friday, 16 July 2021
bear
କୂଅରେ ଗଳି ପଡ଼ିଲେ ୬ଟି ଜଙ୍ଗଲି ବାର୍‌ହା

ସୁବର୍ଣ୍ଣପୁର  : ସୁବର୍ଣ୍ଣପୁର ଜିଲ୍ଲା ଖଲିଅାପାଲି ଗାଁ ପାଖରେ କୂଅରେ ଗଳିପଡ଼ିଲେ ୬ଟି ଜଙ୍ଗଲି ବାର୍‌ହା। ଫସଲ ଖାଇବା ଲାଗି ଅାସି କୂଅରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ମୁରଗାବାରି ଜଙ୍ଗଲରୁ ଏହି ବାର୍‌ହା ପଲ ଅାସିଥିଲେ। ଗାଁ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ପହଞ୍ଚଛନ୍ତି। ଲୋକଙ୍କ ସହାୟତାରେ ବାର୍‌ହା ଗୁଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି। ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ କୂଅରେ ବାଡ଼ା ନଥିବାରୁ ଏଭଳି ଘଟଣା ଘଟିଥିବା କୁହାଯାଇଛି।

  • Friday, 16 July 2021
mu-UP
ଝିଅର ଶବ କାନ୍ଧରେ ବୋହିବା ଘଟଣା

ଗଜପତି : ଗଜପତି ଜିଲ୍ଲା ଲକ୍ଷ୍ମୀପୁର ପଞ୍ଚାୟତରେ ଝିଅର ଶବ କାନ୍ଧରେ ବୋହିବା ଘଟଣା । ସହାୟତା ରାଶି ପାଇଁ ବାପା ମୁକୁନ୍ଦ ଦୋରା ନିଜେ ପୋତିଥିବା ଶବକୁ ବାହାର କରିଥିବା କହିଛନ୍ତି ଗଜପତି ଏସ୍‌ପି ଅମୂଲ୍ୟ ଦାସ। ଝିଅର ଶବକୁ ବାପା ପୋତିଦେଇଥିଲା ।ଯେତେବେଳେ ସହାୟତା ରାଶି ପାଇଁ ଅାସିଲା, ପୋଷ୍ଟ ମର୍ଟମ ଜରୁରୀ ବୋଲି କୁହାଯାଇଥିଲା ।ତେଣୁ ସେ ନିଜେ ଶବକୁ ପୋତିଥିବା ସ୍ଥାନରୁ ବାହାର କରି ଶବ ବ୍ୟବଛେଦ ପାଇଁ ଅାଣିଥିବା କହିଛନ୍ତି […]

  • Friday, 16 July 2021
accident-up
କେନ୍ଦୁଝର ଜିଲ୍ଲାର ୨ଟି ସ୍ଥାନରେ ଦୁର୍ଘଟଣା

କେନ୍ଦୁଝର  : କେନ୍ଦୁଝର ଜିଲ୍ଲାର ୨ଟି ଜାଗାରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ସଦର ଥାନା ଜଡ଼ି ଚାତର ଗାଁ ପାଖରେ ୨୦ ନମ୍ବର ଜାତୀୟ ରାଜପଥ ଉପରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଶଙ୍କିରି ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁହେଁ ବାଇକ୍‌ରେ ଘରକୁ ଫେରିବାବେଳେ ଦୁର୍ଘଟଣା ହୋଇଥିଲା। ସେହିପରି ଅଞ୍ଜ ପାଖରେ ଟ୍ରଲର ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।

  • Friday, 16 July 2021
v1
ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ବାଲିଆପାଳ ପଞ୍ଚୁପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ବାରିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି। ମନୋରଞ୍ଜନଙ୍କ ବାସଭବନ ସହ ଶେରଗଡ଼ ସ୍ଥିତ ଶ୍ୱଶୁର ଘର, ବାଲିଆପାଳର ପଞ୍ଚୁପାଲି, ଅଙ୍ଗାରଗଢ଼ିଆ, ମଣ୍ଡଗାଁରେ ଚଢ଼ାଉ ଚାଲିଛି। ବାଲେଶ୍ୱର ଭିଜିଲାନ୍ସର ୧୬ଜଣିଆ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି।

  • Friday, 16 July 2021
train-up
ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବ୍ରହ୍ମପୁର  : ବ୍ରହ୍ମପୁର ଓ ଗୋଳନ୍ଥରା ମଧ୍ୟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ଼ରୁ ବିଶାଖାପାଟଣା ଯାଉଥିବା ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଞ୍ଚି ବଗିଗୁଡ଼ିକୁ ଟ୍ରାକ୍‌କୁ ଅାଣିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ଲାଇନଚ୍ୟୁତ ଯୋଗୁଁ ଅପ୍ ଲାଇନ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ପାଖ ଷ୍ଟେସନରେ ଅଟକି ରହିଥିବା ଅନ୍ୟ ଟ୍ରେନଗୁଡ଼ିକୁ ଡାଉନ ଲାଇନରେ ଚଲାଇବାକୁ ପଦକ୍ଷେପ ନିଅାଯାଇଛି। […]

  • Friday, 16 July 2021
puja
ଅାଜି ପବିତ୍ର ବିଜୟାଦଶମୀ

ଭୁବନେଶ୍ୱର : ଅାଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୂପ ଅନୁଷ୍ଠିତ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ ପ୍ରସ୍ତୁତି ଓ ଅାୟୋଜନ କରାଯାଇଛି ।  ଅାଜି ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ୫ଟି ସ୍ଥାନରେ ରାବଣ ପୋଡି ହେଉଛି। ଏଥିପାଇଁ କ୍ଷେତ୍ର ସ୍ତରକୁ ଯାଇ ପୁଲିସ ଗାଇଡ୍‌ ଲାଇନର ପୁନଃ ଯାଞ୍ଚ କରିବ ବୋଲି ଡିସିପି ସୂଚନା ଦେଇଛନ୍ତି। ରାବଣ ପୋଡି […]

  • Friday, 16 July 2021
dana-up
ଗଜପତିରେ ଦାନ ମାଝୀ ଘଟଣାର ପୁନରାବୃତ୍ତି ପ୍ରସଙ୍ଗ

ଭୁବନେଶ୍ୱର : ତିତ୍‌ଲି ବାତ୍ୟା ଛଡ଼ାଇନେଲା ଅଲିଅଳି ଝିଅକୁ। ପାଣିସୁଅରେ ଭାସିଯିବାର ୬ ଦିନ ପରେ ଝିଅର ଶବକୁ ଗଳିତ ଅବସ୍ଥାରେ ଉଦ୍ଧାର କଲା ବାପ। ହେଲେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନେବାକୁ ବ୍ୟବସ୍ଥା ହୋଇପାରିଲାନି। ବାଧ୍ୟ ହୋଇ ଝିଅର ଶବକୁ କାନ୍ଧରେ ୮ କିଲୋମିଟର ଯାଏ ବୋହିବା ପରେ ଅଟୋ ଯୋଗାଡ଼ କଲା ପୁଲିସ୍। ଦୁଇ ବର୍ଷ ତଳର ଦାନ ମାଝୀର ପରିବର୍ତ୍ତିତ ସଂସ୍କରଣ ଭାବେ ଏମିତି ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି ବାତ୍ୟା ବିଧ୍ୱସ୍ତ […]

  • Friday, 16 July 2021
1
ଓଡ଼ିଶା ଗସ୍ତରେ ମଣିପୁର ରାଜ୍ୟପାଳ ନଜ୍‌ମା ହେପ୍‌ତୁଲ୍ଲା

ଭୁବନେଶ୍ୱର: ମଣିପୁର ରାଜ୍ୟପାଳ ନଜ୍‌ମା ହେପ୍‌ତୁଲ୍ଲା ଓଡ଼ିଶା ଗସ୍ତରେ ଆସିଛନ୍ତି । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସେ ଚିଲିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ସେ ଭୁବନେଶ୍ୱର ବିମାନବନ୍ଦରରେ ନିଜ ଝିଅଙ୍କ ସହିତ ଆସି ପହଞ୍ଚିଛନ୍ତି।

  • Friday, 16 July 2021
maha-maya-up
ଭକ୍ତି ଓ ଶ୍ରଦ୍ଧାର ସହ ଚାଲିଛି ଦେବୀଙ୍କ ଅାରାଧନା

ଭୁବନେଶ୍ୱର :  ଶାରଦୀୟ ଦୁର୍ଗାପୂଜାର ଅନନ୍ୟ ପରମ୍ପରା। ଦେବୀ ଦୁର୍ଗା ବେଶରେ ପୂଜା ପାଉଛନ୍ତି କୁମାରୀ। ମାଅାଙ୍କ ମୃଣ୍ମୟୀ ମୂର୍ତ୍ତି ଅାଗରେ ହିଁ ନିଷ୍ଠା, ଭକ୍ତି ଓ ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା। ପବିତ୍ର ମହାନବମୀ ତିଥିରେ ପୁରୀ, ସମ୍ବଲପୁର ଓ ରାଜଧାନୀର କିଛି ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ପୁରୀର ଦୁର୍ଗାବାଡ଼ିରେ ବହୁ ସଂଖ୍ୟାରେ ବଙ୍ଗୀୟ ପରିବାର ଏକାଠି ହୋଇ ମହାଅାଡମ୍ଭରରେ ମା’ଙ୍କ ପୂଜା ଅାରାଧନା କରିଥିଲେ।ସେହିଭଳି ସମ୍ବଲପୁର ଗୋବିନ୍ଦତୋଳା ଓ ରାଜଧାନୀ ଉପକଣ୍ଠ […]

  • Friday, 16 July 2021
surya-up up
ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଜୋତା ମାଡ଼ ଅାହ୍ୱାନ

ଭୁବନେଶ୍ୱର: ସରକାରୀ କର୍ମଚାରୀ ହୁଅନ୍ତୁ କି ମଧ୍ୟସ୍ତି କିମ୍ବା ଟାଉଟର ତିତ୍‌ଲି କ୍ଷତିଗ୍ରସ୍ତଙ୍କ ଲାଗି ସରକାର ଘୋଷଣା କରିଥିବା ସହାୟତା ଦେବା ଲାଗି କେହି ଯଦି ଲାଞ୍ଚ ମାଗନ୍ତି, ତେବେ ସେମାନଙ୍କୁ ଜୋତାରେ ପିଟ। ଗଞ୍ଜାମ ଜିଲ୍ଲା ଅାସ୍କାରେ ଅାଜି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ବେଳେ ଏହା କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ ଅାହୁରି ମଧ୍ୟ କହିଛନ୍ତି ,ସମସ୍ତ କ୍ଷତିଗ୍ରସ୍ତଙ୍କ ଲାଗି ମୁଣ୍ଡପିଛା କ୍ଷତିପୂରଣ ରାଶି ନିର୍ଦ୍ଧାରଣ ହୋଇଛି। କ୍ଷତି ପୂରଣ ରାଶି […]

  • Friday, 16 July 2021
pc-1
ପଦାରେ ପଡ଼ିଲା ବିଜେଡିର ଦଳୀୟ କନ୍ଦଳ

ବାରଙ୍ଗ : ପଦାରେ ପଡ଼ିଲା ବିଜେଡିର ଦଳୀୟ କନ୍ଦଳ। ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର ବାରଙ୍ଗ ଠାରେ ପାଞ୍ଚ ପଞ୍ଚାୟତ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ବିରୋଧରେ ପିସି କାରବାର ଓ ପାନୀୟ ଜଳ ମେଗା ପ୍ରକଳ୍ପ କରାଇ ନ ଦେବା ଅଭିଯୋଗ ପ୍ରତିବାଦରେ ଏହି ଶୋଭାଯାତ୍ରା କରାଯାଇଛି । ଏଥିରେ ୨ ଶହରୁ ଅଧିକ ମହିଳା ଓ ବିଜେଡି କର୍ମୀ ସାମିଲ ହୋଇ ବାରଙ୍ଗ କଲେଜ ଛକରେ ବିଧାୟକଙ୍କ କୁଶ […]

  • Friday, 16 July 2021
d1
ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଦୀପ ମହାରଥୀଙ୍କ ପ୍ରତିକ୍ରିୟାକୁ ସମାଲୋଚନା କଲେ ଧର୍ମେନ୍ଦ୍ର

ପିପିଲି: ପିପିଲି ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ନେଇ ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପ୍ରତିକ୍ରିୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହି ମନ୍ତବ୍ୟ ଦଳିତ ବିରୋଧୀ ଓ ମହିଳା ବିରୋଧୀ ମାନସିକତାର ଚରମ ନିଦର୍ଶନ। ଭାରତ ବର୍ଷରେ ଏଭଳି ଅଭାବନୀୟ ସ୍ଥିତି କେବେ ହୋଇନଥିବ। ଦଳିତ ଝିଅ ପୀଡ଼ିତା ହେଲା, ଜୀବନ ଗଲା, ଚାର୍ଜସିଟ୍‌ ହେଲା, ମନ୍ତ୍ରୀ ଇସ୍ତଫା ବି […]

  • Friday, 16 July 2021
brahmaigir
ବ୍ରହ୍ମଗିରିରେ ଅାଜି ମା’ ଦୁର୍ଗାଙ୍କ ମହାନବମୀ ପୂଜା ଅନୁଷ୍ଠିତ

ବ୍ରହ୍ମଗିରି : ବ୍ରହ୍ମଗିରିରେ ଅାଜି ଜଗତଜନନୀ ମା’ ଦୁର୍ଗାଙ୍କ ମହାନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସୁସଜ୍ଜିତ ତୋରଣ, ରଙ୍ଗିନ ଅାଲୋକମାଳା ସାଙ୍ଗକୁ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ଓ ମେଢ ବେଶ ଅାକର୍ଷଣ ହୋଇଛି । ମା’ଙ୍କୁ ୫ ଦିନ ଧରି ଅର୍ଥାତ ଦଶହରା ପର୍ଯ୍ୟନ୍ତ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଦର୍ଶନ କରି ଅାଶିଷ ଲାଭ କରିବା ପାଇଁ ଶହ ଶହ ମହିଳା ଓ ପୁରୁଷଙ୍କ ସମାଗମ ହେଉଛି । ବିଭିନ୍ନତା ମଧ୍ୟରେ ଏକତା […]

  • Friday, 16 July 2021
rape-up up
ପୁଣି ଲଜ୍ଜା! ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ

ନୟାଗଡ  : ପୁଣି ଲଜ୍ଜା! ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ। ଘଟଣା ଘଟିଛି ନୟାଗଡ ଜିଲ୍ଲା ନୂଅାଗାଁ ଅଞ୍ଚଳରେ। ନାବାଳିକା ଜଣକଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା। ପରେ ଦୁଷ୍କର୍ମ କରାଯାଇଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ଗତକାଲି ସଂଧ୍ୟାରେ ଟ୍ୟୁସନକୁ ଯାଉଥିବା ସମୟରେ ବାଇକ୍‌ରେ ଯୁବକମାନେ ତାଙ୍କୁ ଜୋର ଜବରଦସ୍ତ ଉଠାଇନେଇଥିଲେ। ପରେ ଗାଁଲୋକେ ନାବାଳିକାଙ୍କୁ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ […]

  • Friday, 16 July 2021
girl-deadbody-up
ତିତ୍‌ଲି ତାଣ୍ଡବ ପରେ ବ୍ୟବସ୍ଥାର ନିର୍ଦ୍ଦୟ ରୂପ

ଗଜପତି  : ତିତ୍‌ଲି ତାଣ୍ଡବ ପରେ ସାମ୍ନାକୁ ଅାସିଲା ବ୍ୟବସ୍ଥାର ନିର୍ଦ୍ଦୟ ରୂପ। ବାତ୍ୟାର ସପ୍ତାହ ପରେ ମିଳିଲା ନିଖୋଜ ନାବାଳିକାର ମୃତଦେହ। ହେଲେ ପୁଲିସ୍ ନଅାସିବାରୁ ବ୍ୟବଚ୍ଛେଦ ପାଇଁ ଝିଅ ଶବକୁ ୮ କିଲୋମିଟର ବୋହିଲା ଅସହାୟ ବାପା। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅାତଙ୍କପୁରରେ। ଗାଁର ମୁକୁନ୍ଦ ଦୋରାଙ୍କ ୮ ବର୍ଷୀୟା ଝିଅ ବନିତା ବାତ୍ୟା ପର ଠାରୁ ନିଖୋଜ ହୋଇଯାଇଥିଲା। ଗତକାଲି ଗାଁ  ନିକଟ ଝରଣା କୂଳରେ ବନିତାର […]

  • Friday, 16 July 2021
konark
କୋଣାର୍କ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ତନାଘନା ଜାରି

କୋଣାର୍କ : କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ସରଗରମ। ପୁରୀ ମେଡିକାଲରେ ଚିକିତ୍ସାଧୀନ ପୀଡ଼ିତାଙ୍କୁ ଭେଟିଛନ୍ତି ରାଜ୍ୟ ମହିଳା କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ଏବଂ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ପୀଡ଼ିତାଙ୍କୁ ଭେଟି ବାହାରକୁ ଅାସିବା ପରେ ପ୍ରଭାତି ରାଜ୍ୟ ସରକାର ଏବଂ ଜିଲ୍ଲା ପୁଲିସକୁ ଭର୍ତ୍ସନା କରିଛନ୍ତି। ପୁଲିସର ଇଙ୍ଗିତରେ […]

  • Friday, 16 July 2021
mao
ଓଡ଼ିଶା ସୀମାନ୍ତରେ ଲାଲବାହିନୀର ଲଙ୍କାକାଣ୍ଡ

ଝାଡ଼ଖଣ୍ଡ  : ଓଡ଼ିଶା ସୀମାନ୍ତରେ ଲାଲବାହିନୀର ଲଙ୍କାକାଣ୍ଡ।  ଝାଡ଼ଖଣ୍ଡ ଲୋହରଦଗା ଜିଲ୍ଲାରେ ୭ଟି ଟ୍ରକ୍‌କୁ ଜାଳିଦେଇଛନ୍ତି ମାଓବାଦୀ। ଲୋହରଦଗା ଜିଲ୍ଲାର କିସୋକୋ-ଚିରୁଗୁଟା ରୋଡରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଭିଅାଇଛନ୍ତି । ସମସ୍ତ ଟ୍ରକରେ ବକ୍ସାଇଟ୍ ବୋଝେଇ ହୋଇଥିଲା ବୋଲି ସୂଚନା ମିଳିଛି । ଗତ ଦୁଇ ଦିନ ଧରି ବିହାର ଓ ଝାଡ଼ଖଣ୍ଡର କିଛି ଜିଲ୍ଲାରେ ପୂର୍ବ ବିହାର-ପୂର୍ବୋତ୍ତର ଝାଡ଼ଖଣ୍ଡ ସ୍ପେଶାଲ ଏରିଅା କମିଟି ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଅାଯାଇଥିଲା । ଅାଉ ଏହି […]

  • Friday, 16 July 2021
a11
ଠକେଇ ଅଭିଯୋଗରେ ହାଇଟେକ୍ ମେଡିକାଲ୍‌ ଅଧିକାରୀ ଗିରଫ

ଭୁବନେଶ୍ୱର: ମେଡିକାଲ୍‌ କଲେଜରେ ନାମ ଲେଖାଇବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ହାଇଟେକ୍ ମେଡିକାଲ୍‌ର ଅଧିକାରୀ ତିରୁପତି ଚୌଧୁରୀ ୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଝାଡ଼ଖଣ୍ଡ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଆଜି ତିରୁପତି ଚୌଧୁରୀଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ପୁଲିସ୍‌ ଆବେଦନ କରିବ। ୨୦୧୩ ମସିହାରେ ନାମ ଲେଖାଇବା ପାଇଁ ଡିଲ୍ ହୋଇଥିଲା। କିନ୍ତୁ ପରେ ନାମ ଲେଖା ହୋଇ ନପାରିବାରୁ ସମ୍ପୃକ୍ତ ଛାତ୍ର ଝାଡ଼ଖଣ୍ଡରେ କେସ୍ କରିଥିଲେ। […]

  • Friday, 16 July 2021