• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

oil-tanker-burn-12
ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଲାଗି ଜଳିଗଲା ତେଲ ଟ୍ୟାଙ୍କର

ସୋନପୁର : ହାଇଓ୍ୱା ସହ ମୁହାଁମୁହିଁ ଧକ୍କା ଲାଗି ଜଳିଗଲା ତେଲ ଟ୍ୟାଙ୍କର। ଟ୍ୟାଙ୍କର ଭିତରେ ଜୀବନ୍ତ ଜଳିଗଲେ ଡ୍ରାଇଭର।  ସୋନପୁର-ସମ୍ବଲପୁର ରାସ୍ତାର ପତ୍ରାପାଲିରେ ଘଟିଛି ଏହି  ଦୁର୍ଘଟଣା । ସମ୍ବଲପୁରରୁ ସୋନପୁରକୁ ଅାସୁଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ସହ ବିପରୀତ ଦିଗରୁ ଯାଉଥିବା ଏକ ହାଇଓ୍ୱା ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଟ୍ୟାଙ୍କରର ଡ୍ରାଇଭର ଗାଡିରୁ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ […]

  • Friday, 16 July 2021
balyatra
ଏବର୍ଷ ବି ରାଜଧାନୀବାସୀ ଉଠାଇବେ ବାଲିଯାତ୍ରାର ମଜା

ଭୁବନେଶ୍ୱର : ଚଳିତ ବର୍ଷ ମଧ୍ୟ ରାଜଧାନୀବାସୀ ବାଲିଯାତ୍ରାର ମଜା ଉଠାଇବେ। ଓଡିଶାର ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିଥିବା ବାଲିଯାତ୍ରାର ନିଅାରା ସ୍ୱାଦ ମିଳିବ କୁଅାଖାଇ ନଦୀପଠାରେ । ଏନେଇ ସୋମବାର ସର୍କିଟ ହାଉସ୍‌ ଠାରେ ଭୁବନେଶ୍ୱର ବାଲିଯାତ୍ରା କମିଟିର ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିଯାତ୍ରାର ସଭାପତି ତଥା ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ କମିଟିର ବିଭିନ୍ନ ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ । ପୂର୍ବବର୍ଷ ୩ ଦିନ ପାଇଁ […]

  • Friday, 16 July 2021
ips
IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରେ ଫେରିଥିବା ୧୯୮୪ ବ୍ୟାଚ ଆଇପିଏସ ଆରପି ସିଂହଙ୍କୁ ଜେଲ ଡିଜି ଓ ନିର୍ଦ୍ଦେଶକ(କରେକ୍ସନାଲ ସର୍ଭିସ) ଭାବେ ଅବସ୍ଥାପିତ କରିଯାଇଛି। ଶ୍ରୀ ସିଂହ ଆସନ୍ତାମାସ ସରକାରୀ ଚାକିରିରୁ ଅବସର ନେବେ। ସେହିପରି ୧୯୮୮ ବ୍ୟାଚ ଆଇପିଏସ୍ ଅତିରିକ୍ତ ଡିଜି(ଜେଲ୍) ବିଏନ୍ ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଥିବାବେଳେ ,କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ୩ମାସ […]

  • Friday, 16 July 2021
lightening-up
ବସ୍ ଉପରେ ବଜ୍ରପାତ, ହେଲ୍‌ପର ମୃତ

ବରଗଡ଼  : ବସ୍ ଉପରେ ବଜ୍ରପାତ । ବର୍ତ୍ତିଗଲେ ଯାତ୍ରୀ, ହେଲ୍‌ପର ମୃତ । ଘଟଣା ଘଟିଛି ବରଗଡ଼ ହଳଦୀପାଲି ନିକଟରେ । ମୃତ ହେଲପରଙ୍କ ନାଁ ଶାନ୍ତନୁ ନାଏକ । ଘର ବଲାଙ୍ଗିର ଜିଲ୍ଲା ଲରମ୍ଭା ବୋଲି ଜଣାପଡ଼ିଛି । ବରଗଡ଼ରୁ ବଲାଙ୍ଗିର ଯାଉଥିବା କୁମୁଦିନୀ ନାମକ ଏକ ଘରୋଇ ବସ୍ ଉପରେ ଚଢ଼ି ହେଲ୍‌ପର ଶାନ୍ତନୁ ତାରପଲିନ୍ ବାନ୍ଧୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ବସ୍ ଛାତ ଉପରେ ହିଁ […]

  • Friday, 16 July 2021
train
ମୋବାଇଲ ଫୋନ ପାଇଁ ଜୀବନକୁ ବାଜି

ବାଲେଶ୍ୱର  : ମୋବାଇଲ ପାଇଁ ଜୀବନକୁ ବାଜି। ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଷ୍ଟେସନ ନିକଟରେ। ଯୁବକ ଜଣକ ହେଲେ ରଂଜନ ବିନ୍ଧାଣୀ । ଟ୍ରେନରୁ ଡେଇଁ ପଡିବା ପରେ ଗୁରୁତର ହୋଇ ସେ ବାଲେଶ୍ୱର ମେଡିକାଲ କଲେଜ ଅାଣ୍ଡ  ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଥିଲା ଏମିତି – ବସ୍ତା ଥାନା ଅନ୍ତର୍ଗତ ବୋଧିମୁହାଁ ଗାଁର ରଂଜନ ଫାଷ୍ଟ ପାସେଞ୍ଜରରେ ବାଲେଶ୍ୱର ଅାସୁଥିଲେ। ଟ୍ରେନର ଗେଟ୍ […]

  • Friday, 16 July 2021
ayar-up
ଅଭିଜିତ ଅାୟର ମିତ୍ର ଗିରଫ

ଭୁବନେଶ୍ୱର : ମହଙ୍ଗା ପଡିଲା ଓଡ଼ିଶା ସଂପର୍କରେ ଅରୁଚିକର ମନ୍ତବ୍ୟ ଦେବା । ଟୁଇଟରରେ କୋଣାର୍କ ସଂପର୍କରେ ନିନ୍ଦାସୂଚକ ଭିଡିଓ ଛାଡିଥିବା ଅଭିଜିତ୍ ଅାୟର ମିତ୍ରଙ୍କୁ ଗିରଫ କରିଛି ସହିଦ ନଗର ପୁଲିସ। ଶ୍ରୀମନ୍ଦିର, କୋଣାର୍କ ଓ ଓଡ଼ିଶାର କଳାସଂସ୍କୃତି ଉପରେ ଅଭିଜିତ୍ ସୋଶାଲ ମିଡିଅାରେ ନିନ୍ଦାସୂଚନା ମନ୍ତବ୍ୟ ଥିବା ଭିଡିଓ ଅପଲୋଡ୍ କରିଥିଲେ। ଏହାକୁ ନେଇ ମନୋରଂଜନ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ସହିଦନଗର ଥାନାରେ ମାମଲା ରୁଜୁ କରିଥିଲେ । ତାଙ୍କ ବିରୁଦ୍ଧରେ ୫ଟି […]

  • Friday, 16 July 2021
gitanjali-2
ବିଜେଡି ମହିଳା ସମାବେଶକୁ ନଯିବାରୁ ଅାକ୍ରମଣ ଘଟଣା

ଜଗତସିଂହପୁର : ବିଜେଡି ମହିଳା ସମାବେଶରେ ଯୋଗ ନଦେବାରୁ ଜଗତସିଂହପୁର ଜିଲ୍ଲା ଖୋଲାସପୁର ଗ୍ରାମର ଗୀତଞ୍ଜଳୀ ବାରିକଙ୍କ ପରିବାରକୁ ଅାକ୍ରମଣ ଘଟଣାରେ ପୁଲିସର ନିଷ୍କ୍ରିୟତା। ପ୍ରତିବାଦରେ ଖୋଲାସପୁର ଗ୍ରାମବାସୀଙ୍କ ସହିତ ଏସ୍‌ପିଙ୍କୁ ଭେଟି ଗୀତାଞ୍ଜଳୀ ବାରିକ ଅଭିଯୋଗ କରିଛନ୍ତି। ଗତମାସ ୩୦ ତାରିଖରେ ଜଗତସିଂହପୁରରେ ବିଜେଡିର ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା।  ଯେଉଁଥିରେ ଗୀତାଞ୍ଜଳୀ ବାରିକ ନାମକ ମହିଳା ଯୋଗ ଦେଇନଥିଲେ। ଏଥିପାଇଁ ଗ୍ରାମର ସରପଞ୍ଚଙ୍କ ସହ ଅନ୍ୟ ୭ ଜଣ ତାଙ୍କୁ ଏବଂ ତାଙ୍କ ପରିବାରକୁ […]

  • Friday, 16 July 2021
deadbody found
ବିଲରୁ ମୃତଦେହ ଉଦ୍ଧାର

ମୟୂରଭଞ୍ଜ  : ମୟୂରଭଞ୍ଜ ଉଦଳା ରଙ୍ଗାମାଟିଅା ଗ୍ରୀଡ ନିକଟ ବିଲରୁ ମୃତଦେହ ଉଦ୍ଧାର। ମୃତକ ହେଲେ ଚୁଳିଅାପୋଷି ଗାଁର ବିଶ୍ୱଜିତ ପାତ୍ର । ବିଶ୍ୱଜିତ୍‌ଙ୍କୁ କେହି ହତ୍ୟା କରି ବିଲରେ ପୋତି ଦେଇଥିବା ସନ୍ଦେହ କରାଯାଉଛି। ଗତକାଲି ସନ୍ଧ୍ୟାରୁ ବିଶ୍ୱଜିତ୍  ଘରକୁ ଫେରିନଥିଲେ। ଅାଜି ସକାଳେ କିଛି ଲୋକ ବିଲରେ ମୃତଦେହ ଥିବା ସନ୍ଦେହ କରି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସେଠାରେ ମୃତଦେହକୁ ଚିହ୍ନଟ କରିଥିଲେ ପରିବାର ଲୋକେ। ପୁଲିସ […]

  • Friday, 16 July 2021
arrest
କାର୍ ଡକାୟତି ମାମଲାରେ ୪ ଜଣ ଗିରଫ

ଜୟପୁର  : କାର୍ ଡକାୟତି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପୁର ପୁଲିସ। ଗିରଫ ଡକାୟତମାନେ ହେଲେ ବାରିଣିପୁଟର ଦୈତାରୀ ଖରା, ଉପେନ୍ଦ୍ର ଖୋସଲା,  ଜି.ଧର୍ମାରା ଓ ବାବୁଲି ପାଙ୍ଗୀ। ବାବୁଲି ପାଙ୍ଗୀ ଜଣେ ବିଜେଡି ନେତା ବୋଲି ଜଣାପଡ଼ିଛି। ସେ ବାରିଣିପୁଟ ପଞ୍ଚାୟତର ସମିତି ସଭ୍ୟ ଥିଲେ। ସୂଚନା ଅନୁସାରେ ଛତିଶଗଡ ଜଗଦଲପୁରର କାର୍ ଡ୍ରାଇଭର୍ ସୁଜନ ସରକାର ଯାତ୍ରୀଙ୍କୁ ରାୟଗଡାରେ ଛାଡ଼ି କରି ଫେରୁଥିବାବେଳେ ବାରିଣିପୁଟରେ ବିଶ୍ରାମ ନେଉଥିଲେ। […]

  • Friday, 16 July 2021
adoptaion of chiul;d
ଅନାଥ ୨ ଶିଶୁଙ୍କୁ ଅାପଣାଇଲା ପ୍ରଶାସନ

ଗଜପତି  : ତିତ୍‌ଲି ବାତ୍ୟାରେ ବାପାଙ୍କୁ ହରାଇ ଅନାଥ ହୋଇଥିବା ୨ ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ଅାପଣାଇ ନେଇଛି। ବାତ୍ୟାରେ ପ୍ରାଣ ହରାଇଥିବା ସୁଅାବା ଗାଁର ଶେଖର ଶବରଙ୍କ ପୁଅ ଓ ଝିଅଙ୍କ ଲାଳନପାଳନ ଦାୟିତ୍ୱ ନେଇଛି ଜିଲ୍ଲା ପ୍ରଶାସନ। ବାତ୍ୟା ପରେ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପାହାଡ଼ରୁ ପଥର ଖସିବାରୁ ଶେଖର ଶବର ଭାସିଯାଇ ପ୍ରାଣ ହରାଇଥିଲେ। ବନ୍ୟା ଛାଡ଼ିବା ପରେ ଶେଖରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲା ଗାରାବନ୍ଧ ପୁଲିସ। […]

  • Friday, 16 July 2021
thana-up 12
ଅଇଁଠାପାଲି ଥାନା ଘେରିଲେ କରମଟୋଲା ଗାଁ ଲୋକେ

ସମ୍ବଲପୁର : ସମ୍ବଲପୁର ଅଇଁଠାପାଲ୍ଲୀ ବୁଢ଼ାରାଜା ପାହାଡ଼ ତଳେ ଯୁବକଙ୍କୁ ଛୁରାମାଡ଼ର ପ୍ରତିବାଦରେ କରମଟୋଲା ଗାଁ ଲୋକେ ଅଇଁଠାପାଲି ଥାନା ଘେରାଉ କରିଛନ୍ତି। ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଅଟକ ରଖିଥିବା ଖବର ପାଇ ଗାଁ ଲୋକେ ଥାନାକୁ ଅାସିଥିଲେ । ସେଠାରେ ଉତ୍ତେଜନା ଦେଖାଦେଇଛି। ଗତକାଲି ବୁଢ଼ାରାଜା ପାହାଡ଼ ତଳେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ କରମଟୋଲା ଗାଁର ବିଶାଳ ଖଡ଼ିଆଙ୍କ ମୃତ୍ୟୁ ହୋଇଥିଲା।

  • Friday, 16 July 2021
sundari-up
ଅପରେସନ ସୁନ୍ଦରୀ

ଅନୁଗୁଳ : ଅପରେସନ ସୁନ୍ଦରୀ। ମଣିଷ ଖିଅା ବାଘୁଣୀକୁ କାବୁ କରିବାକୁ ଚାଲିଛି କସରତ । ତାକୁ ଧରିବାକୁ ଜୋରସୋରରେ ଉଦ୍ୟମ ଚାଲିଛି । ୬ ଜଣିଅା ଟ୍ରାଙ୍କୁଲାଇଜ୍ ଟିମ୍ ଅନୁଗୁଳରୁ ସାତକୋଶିଅା କୁମୁରି ଗାଁରେ ପହଞ୍ଚିଛନ୍ତି । ଏହି ଟିମ୍ ସହିତ ଯାଇଛନ୍ତି ୨ ପ୍ଲାଟୁନ ପୁଲିସ ଫୋର୍ସ।  GPS ଟ୍ରାକିଂ ଦ୍ୱାରା ସୂଚନା ମିଳିଛି ଯେ, କୁମୁରି ଓ ବାଘମୁଣ୍ଡା ଗାଁ ମଧ୍ୟରେ ଥିବା ଜଙ୍ଗଲରେ ବିଚରଣ କରୁଛି ସୁନ୍ଦରୀ । ତାକୁ ଟ୍ରାଙ୍କୁଲାଇଜ୍ […]

  • Friday, 16 July 2021
bjd-1-up
ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ

ଖଣ୍ଡପଡ଼ା : ବଢୁଛି ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ । ଜନ ସମ୍ପର୍କ ପଦଯାତ୍ରା ବେଳେ ମୁହାଁମୁହିଁ ହୋଇଛନ୍ତି ବିଧାୟକ ଅନୁଭବ ପଟ୍ଟନାୟକ ଓ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ ଗୋଷ୍ଠୀ। ବନମାଳିପୁର ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ବେଳେ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ତୀବ୍ର ବିରୋଧ କରିଛନ୍ତି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ। ସୌମ୍ୟଙ୍କ ଗୋଷ୍ଠୀ ପକ୍ଷରୁ ବିଧାୟକଙ୍କ ବିରୋଧରେ ପ୍ରବଳ ନାରାବାଜି ସାଙ୍ଗକୁ ପୋଷ୍ଟର ଓ ବ୍ୟାନରରେ ମଧ୍ୟ […]

  • Friday, 16 July 2021
saibani
ଓଟିଭିର ମହାପ୍ରଭାବ ; ଡୁଙ୍ଗୁରିପାଲିର ୮୦ ବର୍ଷର ବୃଦ୍ଧାଙ୍କୁ ମିଳିବ ରାସନ କାର୍ଡ

ଭୁବନେଶ୍ୱର: ଓଟିଭିର ମହାପ୍ରଭାବ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ୮୦ ବର୍ଷର ବୃଦ୍ଧା ସାଇବାନୀ ଗୁରୁଙ୍କୁ ଖାଉଟି କାର୍ଡ ମିଳିନଥିବା ସମ୍ପର୍କରେ ଗତକାଲି ଖବର ପ୍ରସାରଣ ପରେ ଅାଜି କାର୍ଡ ଯୋଗାଇକୁ ପ୍ରଶାସନର ତତ୍ପରତା। ଡୁଙ୍ଗୁରିପାଲି ଯୋଗାଣ ନିରୀକ୍ଷକ ଗାଁକୁ ଯାଇ ସାଇବାନୀଙ୍କ ଲାଗି ଅାବେଦନ ଫର୍ମ ଭରିବା ସହ ଅାବଶ୍ୟକ ଡକ୍ୟୁମେଣ୍ଟ ସଂଗ୍ରହ କହିଛନ୍ତି । ଅାସନ୍ତା ମାସରୁ ତାଙ୍କୁ ରାସନକାର୍ଡ ଜରିଅାରେ ଚାଉଳ ଯୋଗାଇ ଦିଅାଯିବ ବୋଲି କହିଛନ୍ତି ଯୋଗାଣ ନିରୀକ୍ଷକ। ସେପଟେ ଅାସନ୍ତା ମାସରୁ […]

  • Friday, 16 July 2021
burn-up
ଜହ୍ଲାଦ ଜ୍ୱାଇଁର ଜଘନ୍ୟ କାଣ୍ଡ

ଜଗତସିଂପୁର  : ପାରିବାରିକ କଳହର ଭୟଙ୍କର ରୂପ । ଜହ୍ଲାଦ ଜ୍ୱାଇଁର ଜଘନ୍ୟ କାଣ୍ଡ । ଜାଳି ମାରିଦେଲା ପତ୍ନୀ, ଶାଶୁ ଅାଉ ଶ୍ୱଶୁରଙ୍କୁ । ଅାଉ ସେହି ନିଆଁରେ ଜଳିପୋଡ଼ି ଛାରଖାର ହୋଇଗଲା ଜ୍ୱାଇଁ । ବୀଭତ୍ସ ଅାଉ ଭୟଙ୍କର ଏହି ଦୃଶ୍ୟ । ଯାହାକୁ ଦେଖିଲେ ହୃଦୟ ଥର୍ ଉଠିବ । ମରି ପଡ଼ିଛି ଚାରି ଚାରିଟି ମୃତଦେହ । ଅାଉ ଏହି ମୃତଦେହ ଗୁଡ଼ିକ ହେଉଛି ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ବନାପାଟ […]

  • Friday, 16 July 2021
bank
ଜନଧନ ଯୋଜନାରେ ବ୍ୟାପକ ହରିଲୁଟ୍ !

ଭୁବନେଶ୍ୱର :  କେନ୍ଦ୍ର ସରକାରଙ୍କ ଜନଧନ ଯୋଜନା । ଜିରୋ ବାଲାନ୍ସରେ ଅାକାଉଣ୍ଟ। ବ୍ୟାଙ୍କ ସହିତ ତଳରୁ ତଳ ସ୍ତର ଲୋକଙ୍କୁ ଯୋଡିବାର ଭିନ୍ନ ପ୍ରୟାସ । କିନ୍ତୁ ଏଥିରେ ଚାଲିଛି ହରିଲୁଟ। ବିଭିନ୍ନ ଜାଗାରେ ଷ୍ଟେଟ ବ୍ୟାଙ୍କ ଖୋଲିଥିବା ସି.ଏସ୍.ପି କାଉଣ୍ଟରରେ ଚାଲିଛି ବେଅାଇନ କାରବାର । ଖାତା ଖୋଲିବା, ଟଙ୍କା ଡିପୋଜିଟ କରିବା ଏବଂ ଟଙ୍କା କାଢିବା ପାଇଁ ଖୋଲାଖୋଲି ଚାଲିଛି କମିଶନ କାରବାର । ଯାହାର ଏକ ଭିଡ଼ିଓ ଭାଇରାଲ୍ ହୋଇଛି । […]

  • Friday, 16 July 2021
aahar
‘ରାତ୍ରି ଆହାର’ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆହାର ଯୋଜନାରେ ନୂଆ ପଦକ୍ଷେପ। ଏଣିକି ରାତିରେ ମଧ୍ୟ ଆହାର ମିଳିବ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ରାତ୍ରି ଆହାର’ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ରାତ୍ରି ଆହାର କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ସମ୍ ଓ କଳିଙ୍ଗ ହସ୍ପିଟାଲ ପରିସରରେ ମଧ୍ୟ ଏହି ଯୋଜନା ଲାଗୁ ହୋଇଛି।  ରାଜ୍ୟର ମୋଟ୍‌ ୫୬ଟି କେନ୍ଦ୍ରରେ ରାତିରେ ଆହାର ମିଳିବ। ଏହି କ୍ରମରେ କୋରାପୁଟ, ସମ୍ବଲପୁର […]

  • Friday, 16 July 2021
ambulance
ପୁଣି ଫେଲ ମାରିଲା ଅାମ୍ବୁଲାନ୍ସ ସେବା

ରାୟଗଡା : ପୁଣି ଫେଲ୍ ମାରିଲା ଅାମ୍ବୁଲାନ୍ସ ସେବା। ୮ କିଲୋମିଟର ଭାରରେ ବୁହା ହୋଇ ମେଡିକାଲ ଗଲେ ରୋଗୀ।  ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରାମାଳି ଗାଁରେ। ଗାଁର ପୁଲୁକା ଶିକକା ବହୁ ଦିନରୁ ରୋଗରେ ପୀଡ଼ିତ ଥିଲେ। ଗତକାଲି ରାତିରେ ଗୋଡହାତ ଫୁଲି ଯିବାରୁ ଚଲାବୁଲା କରିପାରିଲେ ନାହିଁ। ମେଡିକାଲ ନେବା ପାଇଁ ଫୋନ କରିବାରୁ ଅାମ୍ବୁଲାନ୍ସ ଉପଲବ୍ଧ ନଥିବା କୁହାଯାଇଥିଲା। ଫଳରେ ନିରୂପାୟ ହୋଇ କମ୍ବଳରେ ଭାର କରି […]

  • Friday, 16 July 2021
bse
ମାଟ୍ରିକ ପରୀକ୍ଷାରେ ସିସିଟିଭି ଲଗାଇବା ବ୍ୟବସ୍ଥା ନେଇ ଆଶଙ୍କା

ଭୁବନେଶ୍ୱର: ଏଥର ମାଟ୍ରିକ ପରୀକ୍ଷା ବେଳେ ହଲ୍‌ରେ ସିସିଟିଭି ବ୍ୟବସ୍ଥା ଲାଗୁ ନେଇ ଆଶଙ୍କା ଦେଖାଦେଇଛି। ନିଜେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ଆଶଙ୍କା ପ୍ରକାଶ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ସିସିଟିଭି ଲଗାଇବାରେ ବଜେଟ୍‌ ବାଧକ ସାଜିଛି। କଲେଜମାନଙ୍କରେ ସ୍ୱତନ୍ତ୍ର ଫଣ୍ଡ୍ ବ୍ୟବସ୍ଥା ରହିଥିବା ବେଳେ ସ୍କୁଲ୍‌ରେ ସ୍ୱତନ୍ତ୍ର ଫଣ୍ଡ୍ ବ୍ୟବସ୍ଥା ନାହିଁ। ତେଣୁ କଲେଜଗୁଡ଼ିକ ସ୍ୱତନ୍ତ୍ର ପାଣ୍ଠିରେ ସିସିଟିଭି ଲଗାଇ ପାରିବେ। ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ସିସିଟିଭି ଲାଗିବ […]

  • Friday, 16 July 2021
fire-up-12
ବାଘୁଣୀ ‘ସୁନ୍ଦରୀ’କୁ ନେଇ ଥମୁନି ଉତ୍ତେଜନା

ଅନୁଗୁଳ : ବାଘୁଣୀ ‘ସୁନ୍ଦରୀ’କୁ ନେଇ ଥମୁନି ଉତ୍ତେଜନା । ସଂଧ୍ୟାରେ ପୁଣି ଲଙ୍କାକାଣ୍ଡ ଭିଅାଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଗୋଟିଏ ପୁଲିସ ଗାଡ଼ିରେ ଲୋକେ ନିଆଁ ଲଗାଇ ଦେଇଛନ୍ତି। କାଞ୍ଜରା ମୁଣ୍ଡାସାହି ନିକଟରେ ଏହି ଲଙ୍କାକାଣ୍ଡ ଭିଅାଇଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କ ଢ଼େଲାମାଡ଼ରେ ୩ ଜଣ ବରିଷ୍ଠ ଅଧତ୍କାରୀ ଅାହତ ହୋଇଥିବା ଖବର ଅାସିଛି । ଉପଜିଲ୍ଲାପାଳ, ତହସିଲଦାର ଏବଂ ଅନୁଗୁଳ IIC ଅାହତ ହୋଇଥିବା ସୂଚନା ମିଳିଛି । ସେପଟେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ […]

  • Friday, 16 July 2021
puri-bombing-up 12
ପୁରୀରେ ଗୋଷ୍ଠୀ ସଂଘର୍ଷ

ପୁରୀ : କମେଣ୍ଟ ମରା ଓ ପୂର୍ବ ଶତ୍ରୁତାକୁ ନେଇ ପୁରୀରେ ଗୋଷ୍ଠୀ ସଂଘର୍ଷ। ବଳିଅାପଣ୍ଡା ଥାନା ମଙ୍ଗଳାସାହିରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସିରିଜ୍ ବୋମା ମାଡ଼ ସାଙ୍ଗକୁ ଦୁଇ ଗୋଷ୍ଠୀ ପରସ୍ପରକୁ ଧାରୁଅା ଅସ୍ତ୍ରରେ ଅାକ୍ରମଣ କରିବା ଫଳରେ ଉଭୟ ପକ୍ଷରୁ ୬ ଜଣ ଅାହତ ହୋଇଛନ୍ତି। ଦୁଇ ଜଣ ଅାହତଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି। ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ […]

  • Friday, 16 July 2021
titli-1
ତିତ୍‌ଲି ବିପର୍ଯ୍ୟୟରୁ ମୁକୁଳି ପାରୁନି ଦକ୍ଷିଣ ଓଡ଼ିଶା

ଭୁବନେଶ୍ୱର : ବାତ୍ୟା ତିତ୍‌ଲିକୁ ବିତିଲାଣି ପ୍ରାୟ ୧୧ ଦିନ। କିନ୍ତୁ ଏଯାଏଁ ଏହି କ୍ଷୟକ୍ଷତିରେ ଅାସିନି ସୁଧାର। ବିଶେଷତଃ ତିତ୍‌ଲି ବିପର୍ଯ୍ୟୟରୁ ମୁକୁଳି ପାରୁନି ଦକ୍ଷିଣ ଓଡ଼ିଶା। ୧୨ ଦିନ ହେବ ରେଳ ସଂଯୋଗରୁ ବିଚ୍ଛିନ୍ନ ହୋଇରହିଛି ପାରଳାଖେମୁଣ୍ଡି ଓ ଗୁଣପୁର ଅଞ୍ଚଳ। ତିତ୍‌ଲି ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ପାରଳାଖେୁଣ୍ଡି ଓ ପୁରୁଣାପାଟଣା ମଧ୍ୟରେ ଏ ବିରାଟ ଘାଇ କାରଣରୁ ଧୋଇଯାଇଥିବା ରେଳଧାରଣା ଏବେ ବି ଅସଜଡ଼ା । ଫଳରେ ପାରଳା, କାଶୀନଗର, ଗୁଣପୁର […]

  • Friday, 16 July 2021
bjp
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଟକରେ ଋଣହୁଙ୍କାର

କଟକ: ପିପିଲି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଘଟଣାରେ ତଥ୍ୟ ପ୍ରମାଣ ଯୋଗାଡ଼ରେ କ୍ରାଇମ୍‌ବ୍ରାଞ୍ଚ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା କଟକରେ ଋଣହୁଙ୍କାର କରିଥିଲା। ଆଜି ଏହି ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ଶୋଭାଯାତ୍ରା କରିଛି। ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦରଘା ବଜରାରୁ ଏକ ରାଲି ବାହାରି ବକ୍ସି ବଜାର ଦେଇ କ୍ରାଇମ୍‌ବ୍ରାଞ୍ଚ ଅଫିସ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଅଫିସ ଘେରାଉ କରାଯିବ […]

  • Friday, 16 July 2021
ratha
କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠୁ ବଡ଼ ରଥ ଭାବେ GRRF ପକ୍ଷରୁ ଘୋଷଣା

କେନ୍ଦୁଝର: କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠୁ ବଡ଼ ରଥ ବୋଲି ଗ୍ଲୋବାଲ୍ ରେକର୍ଡସ୍‌ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ (GRRF) ଘୋଷଣା କରିଛି। ଫଳରେ ଏହା ଗିନିଜ୍ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇବାକୁ ପଥ ପରିଷ୍କାର ହୋଇଛି ବୋଲି ସୂଚନା ମିଳିଛି। ପୂର୍ବରୁ କେନ୍ଦୁଝର ଦେବୋତ୍ତର ବିଭାଗ ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ବଡ଼ରଥ ବୋଲି ବାରମ୍ବାର ବିଭିନ୍ନ ଫୋରମ୍‌ରେ ଦାବି ହୋଇ ଆସୁଥିଲା। ତେବେ GRRF ପକ୍ଷରୁ ଏନେଇ ଯାଞ୍ଚ କରାଯିବା ପରେ ବିଧିବଦ୍ଧ ଘୋଷଣା […]

  • Friday, 16 July 2021
dead-body-11
ଶୋଇଥିବା ବେଳେ ପଥରରେ ଛେଚି ହତ୍ୟା!

ଭଦ୍ରକ: ଘରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ବଛିପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗଣେଶ ଶତପଥୀ (୪୦) ସୂଚନା ଅନୁସାରେ, ଗଣେଶ ଓ ତାଙ୍କ ଝିଅ ଗତକାଲି ରାତିରେ ଘରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘର ଭିତରେ ପଶି ଗଣେଶଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘରର କବାଟ […]

  • Friday, 16 July 2021