ଭୁବନେଶ୍ୱର : ଭୁବନେଶ୍ୱର ବାଙ୍କୁଆଳ ନିକଟରେ କୁଆଖାଇରେ ବୁଡ଼ି ଜଣେ ଇଂଜିନିୟରିଂ ଛାତ୍ର ପ୍ରାଣ ହରାଇଛନ୍ତି। ମୃତକ ଛାତ୍ର ହେଲେ ମହେନ୍ଦ୍ର ଖଟୁଆ। ଘର କେନ୍ଦ୍ରାପଡ଼ାରେ। ସେ ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ସେ ୬ ସାଙ୍ଗଙ୍କ ସହ ଅପରାହ୍ନରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା।
ପାରଳାଖେମୁଣ୍ଡି : ସକ୍ରିୟ ରାଜନୀତିର ମଇଦାନକୁ ଓହ୍ଲାଇପାରନ୍ତି ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ। ସେ ନିଜେ ଏ ସଂପର୍କରେ ସଂକେତ ଦେଇଛନ୍ତି। ଲୋକେ ଚାହିଁଲେ ରାଜନୀତିକୁ ଆସିବେ ବୋଲି କହିଛନ୍ତି କଲ୍ୟାଣୀ ଦେବୀ। ଚର୍ଚ୍ଚା ହେଉଛି ସେ ବିଜେଡିରେ ଯୋଗ ଦେବେ। ପ୍ରାଥମିକ ସ୍ତରରେ ଆଲୋଚନା ସରିଥିବା ବେଳେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ ପାଇଁ ଉପର ସ୍ତରରୁ ମଧ୍ୟ ସବୁଜ ସଂକେତ ମିଳିଥିବା ସୂଚନା ମିଳିଛି। କଲ୍ୟାଣୀ ଦେବୀଙ୍କ ବାପା ଗୋପୀନାଥ ଗଜପତି କଂଗ୍ରେସ ଟିକଟରେ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ୍ ଉଲସୁରେଇ କନ୍ୟା ଆଶ୍ରମର ଛାତ୍ରୀ ଅସୁସ୍ଥ। ୧୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଲହୁଣୀପଡ଼ା ଓ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ମାଟ୍ରିକ୍ ପରୀକ୍ଷା ଦେଇ ଆସିବାପରେ ପେଟ କାଟିଥିଲା। ଏକ ଟିମ୍ ସ୍କୁଲ ଯାଇ ଛାତ୍ରୀମାନଙ୍କ ଚିକିତ୍ସା କରିଥିଲେ ବି ସେମାନେ ଭଲ ହୋଇନଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
କେନ୍ଦୁଝର : ବେଆଇନ ଖଣି ଖନନ ମାମଲା। କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇଛନ୍ତି ୮ ଖଣି ଲିଜ୍ଧାରୀ। କୋର୍ଟରେ ହାଜର ହେବାକୁ ୯ ଜଣ ଖଣି ମାଲିକଙ୍କୁ ନୋଟିସ୍ ହୋଇଥିବା ବେଳେ ଖଣି ଲିଜ୍ଧାରୀ ଅର୍ଜୁନ ଲୋଧା ଅନୁପସ୍ଥିତ ଥିଲେ। ସମସ୍ତ ଲିଜ୍ଧାରୀ ୭ ଦିନ ମଧ୍ୟରେ ଜରିମାନା ଦାଖଲ ନକଲେ ୧୨ ପ୍ରତିଶତ ସୁଧ ଲାଗୁ ହେବା ଏବଂ ପରେ ଲିଜ୍ଧାରୀଙ୍କ ସମ୍ପତ୍ତି ଜବତ କରିବା ସହ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି ହେବ […]
ପୁରୀ : ପୁଲୱାମାରେ ସହିଦ୍ ହୋଇଥିବା ୨ଓଡ଼ିଆ ଯବାନଙ୍କ ଏକାଦଶାହ ପାଳନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ମୁଣ୍ଡନ ହେବା ସହ ତିଳତର୍ପଣ କରାଯାଇଛି। ଏହି ଅବସରରେ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା। ଶ୍ରୀଜଗନ୍ନାଥ ସେନାର ଆବାହକ ସହିଦ୍ଙ୍କ ପରିବାର ଠାରୁ ଚିତାଭସ୍ମ ଗ୍ରହଣ କରି ସ୍ୱର୍ଗଦ୍ୱାର ଓ ମହୋଦଧିରେ ବିସର୍ଜନ କରିଥିଲେ। ଏହାସହ ସହିଦ୍ ମନୋଜ ବେହେରାଙ୍କ ସର୍ମ୍ପକୀୟଙ୍କୁ ତଣ୍ଟିଆ ମାରି ଅସମ୍ମାନୀତ କରିବା ଘଟଣାକୁ […]
ବ୍ରହ୍ମପୁର : ପୁଲିସ୍ ପରିଚୟ ଦେଇ ମହିଳାଙ୍କଠୁ ଲୁଟ୍। ବ୍ରହ୍ମପୁର ବଡ଼ବଜାର ଥାନା ଖାସ୍ପା ସାହିରେ ଜଣେ ମହିଳାଙ୍କଠୁ ୭ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ , ବଡ଼ବଜାର ଥାନା ଗୌଡ଼ ସାହିର ପାର୍ବତୀ ବେହେରା, ନିକଟରେ ଥିବା ଏକ ମନ୍ଦିରକୁ ଯାଇଥଇଲେ। ସେତିକି ବେଳେ ୩ ଜଣ ଲୁଟେରା ତାଙ୍କୁ ଟାର୍ଗେଟ କରିଥିଲେ। ପ୍ରଥମେ ବୃଦ୍ଧାଙ୍କୁ ପୁଲିସ୍ର ପରିଚୟ ଦେଇ ଭରସା ଦେଖାଇଥିଲେ। ଆଗରେ ପୁଲିସ୍ ଚେକିଂ କରୁଛି, […]
ନୂଆପଡ଼ା : ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍। ଫଳରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗତ ୨୨ ତାରିଖ ଦିନ କେରାପଦର ଦ୍ୱାରଶନୀ ହାଇସ୍କୁଲର ସହକାରୀ ଶିକ୍ଷକ ସର୍ବଜ୍ଞ ସୁପକାର ନିଜ ପୁତୁରା ଜ୍ଞାନଦତ୍ତ ସୁପକାରଙ୍କ ସହ କରଙ୍ଗାମାଲ ହାଇସ୍କୁଲକୁ ଯାଇଥିଲେ। ସର୍ବଜ୍ଞ ନିଜ ମୋବାଇଲ ତାଙ୍କ ପୁତୁରାକୁ ଦେଇଥିଲେ। ପୁତୁରା ଜ୍ଞାନଦତ୍ତ ଫଟୋ ଉଠାଇ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଆଜି ସନ୍ଧ୍ୟାରେ […]
ଭୁବନେଶ୍ୱର : ମହାନଦୀ ଜଳବିବାଦ ମାମଲାରେ ଆସନ୍ତାକାଲି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ। ସୁପ୍ରିମ୍କୋର୍ଟ ପରିସରରେ ଏହି ବୈଠକ ବସିବ। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ମହାନଦୀ ଜଳ ଛାଡିବାକୁ ହେବ, ସେ ସମ୍ପର୍କରେ ଉଭୟ ରାଜ୍ୟ ଆଲୋଚନା କରିବେ। ଦୁଇ ରାଜ୍ୟର ଜଳସମ୍ପଦ ଅଧିକାରୀ ମାନଙ୍କ ସହ ବୈଷୟିକ ବିଶେଷଜ୍ଞ ମାନେ ଉପସ୍ଥିତ ରହିବେ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଚୂଡ଼ାନ୍ତ ରାୟ […]
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ୍ଟାମାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରି ରାଜ୍ୟର ଓବିସି ଓ ଚାଷୀ ପରିବାରର ପିଲାମାନଙ୍କୁ ଭଣ୍ଡାଇବା ପାଇଁ ବଡ ସ୍ୱପ୍ନ ଦେଖାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଓବିସି ବର୍ଗର ପିଲାମାନଙ୍କ ପାଇଁ ଶିକ୍ଷା ଓ ଚାକିରିରେ ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଥିବା ବେଳେ […]
ଭୁବନେଶ୍ୱର : ଆଜି ରାତି ସାଢ଼େ ୧୧ଟାରୁ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ମାରିବାର ସମ୍ଭାବନା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨ ରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିଲା। ତେବେ ଗତକାଲି ରାଜଧାନୀ ଭୁବନେଶ୍ୱର ପାରଦ ସର୍ବାଧିକ ରହିଥିଲା। ଯାହାଫଳରେ ଦିନରେ ଗରମ ଅନୁଭବ […]
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅର୍ଥ ବାର୍ଷିକ ୧୦ ହଜାରକୁ ବୃଦ୍ଧି ପାଇଁ କଲେ ଦାବି। ଭୂମିହୀନ ଓ ଭାଗଚାଷୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ ପାଇଁ ପ୍ରସ୍ତାବ ଦେଲେ ନବୀନ। ଆଉ ମଧ୍ୟ କାଳିଆ ଯୋଜନା ନେଇ ମଧ୍ୟ ମୋଦିଙ୍କୁ ଚିଠିରେ ଅବଗତ କଲେ ନବୀନ। ପୂର୍ବରୁ ଥରେ ଏନେଇ ଚିଠି ଲେଖିଥିବା କଥା ମଧ୍ୟ ଉଲ୍ଲେଖ କଲେ ମୁଖ୍ୟମନ୍ତ୍ରୀ।
କଟକ : ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନର ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ଏହାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସତର୍କ ହୋଇଛି ବୋର୍ଡ। ଭାଇରାଲ୍ ରୋକିବା ପାଇଁ କେତେକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି। ଆଗରୁ ଜାରି ହୋଇଥିବା ନିୟମର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେବା ସହିତ ମୋବାଇଲ୍କୁ ପୂରାପୂରି ବ୍ୟାନ୍ କରାଯାଇଛି। ପରୀକ୍ଷାକେନ୍ଦ୍ରକୁ କେହି ବି ମୋବାଇଲ ନେଇପାରିବେ ନାହିଁ, ଯଦି କିଏ ଏହାର ଉଲ୍ଲଂଘନ […]
ଭୁବନେଶ୍ୱର : ଛତିଶଗଡ଼ ମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କୁ ମିଳିଲା ଓଡ଼ିଶା କଂଗ୍ରେସ ଦାୟିତ୍ୱ। ସିଂଦେଓଙ୍କୁ ସାମୟିକ ଭାବେ ଓଡ଼ିଶାର ଇନ୍ଚାର୍ଜ ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ତେବେ ଜିତେନ୍ଦ୍ର ସିଂହ ପୂର୍ବପରି ପ୍ରଭାରୀ ଦାୟିତ୍ୱରେ ରହିବେ। ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ପୁରୀ : ଧର୍ମ, ଭକ୍ତ, ସେବକ ଓ ପ୍ରଶାସନ ଶ୍ରୀମନ୍ଦିରର ଏହା ଚାରିଟି ସ୍ତମ୍ଭ। ତେଣୁ ସଂସ୍କାର ପ୍ରକ୍ରିୟାରେ ଯେମିତି ଏଥିରୁ କୌଣସି ଗୋଟିଏ ବି ପ୍ରଭାବିତ ନହୁଏ, ତା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍କ୍ୟୁରୀ ରଞ୍ଜିତ୍ କୁମାର। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା ନେଇ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ଶ୍ରୀନଅରରେ ଠାକୁରଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କ ସହ କରିଥିଲେ କଥାବାର୍ତ୍ତା। ଏହାପରେ ଶ୍ରୀମନ୍ଦିର […]
ବାଙ୍କୀ : ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ। କଟକ ବାରଙ୍ଗ ଥାନା ମୁଣ୍ଡଳୀ ବ୍ରିଜ୍ରୁ ମହାନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ରିଜ୍ ଉପରୁ ତାଙ୍କର ସ୍କୁଟି ଏବଂ ଭ୍ୟାନିଟି ମିଳିଛି। ଭ୍ୟାନିଟିରେ ଥିବା ପରିଚୟପତ୍ରରେ ତାଙ୍କ ନାଁ ପୁଷ୍ପା ବେହେରା ବୋଲି ଲେଖାଯାଇଛି। ଯୁବତୀ ଜଣକ ଭୁବନେଶ୍ୱରରେ ରହୁଥିବା ଜଣାପଡ଼ିଛି। ବାରଙ୍ଗ ପୁଲିସ୍ ଓ ଦମକଳ ବାହିନୀ ଉଦ୍ଧାର କରିଛନ୍ତି ମୃତଦେହ। ସେ କାହିଁକି ଆତ୍ମହତ୍ୟା କଲେ, ମୃତ୍ୟୁ ପଛର […]
କଟକ : ସହିଦ୍ଙ୍କ ସଂପର୍କୀୟଙ୍କୁ ତଣ୍ଟିଆ ମାରିବା ଘଟଣାରେ ବିଧାୟକ ଦେବାଶିଷ ସାମନ୍ତରାୟ ଯେତେ ସଫେଇ ଦେଉଛନ୍ତି, ସେତେ ଅଡୁଆରେ ପଡୁଛନ୍ତି। ଏହି ଘଟଣା ପାଇଁ କ୍ଷମା ମାଗିବା ସହ ଦେବାଶିଷ ସ୍ପଷ୍ଟୀକରଣ ଦେଇଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଠେଲି ସହିଦ୍ଙ୍କ ସଂପର୍କୀୟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ସେ ସହିଦ୍ଙ୍କ ସଂପର୍କୀୟଙ୍କ ହାତ ଧରି ବସାଇ ଦେଇଥିଲେ। ହେଲେ ଆଜି ଏ କଥାକୁ ଖଣ୍ଡନ କରିଛନ୍ତି ଜୁଏଲ୍। କହିଛନ୍ତି ,ଦେବାଶିଷ ଯାହା କହିଛନ୍ତି […]
ଭୁବନେଶ୍ୱର : ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ନେଇ ଆରମ୍ଭ ହେଲା ଉଜ୍ଜ୍ୱଳା ଦିଦି ଅଭିଯାନ। କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ମହିଳାଙ୍କୁ ସଚେତନ କରିବେ ଏହି ଉଜ୍ଜ୍ୱଳା ଦିଦି। ବିଶେଷ ଭାବେ ମହିଳା ସଶକ୍ତି କରଣ, ସ୍ୱଚ୍ଛତା, ସୁରକ୍ଷା ସହ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ମହିଳାଙ୍କୁ ସଚେତନ କରିବେ। ଆଜି ଭୁବନେଶ୍ୱରରେ ପ୍ରାୟ ୧୦ ହଜାର ଉଜ୍ଜ୍ୱଳା ହିତାଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଛି ଉଜ୍ଜ୍ୱଳା ଦିଦି ସମାବେଶ। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]
ରାଉରକେଲା : ରାଉରକେଲା କୁଆରମୁଣ୍ଡା ଡ଼ନ୍ ବାସ୍କୋ ସ୍କୁଲ ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ର ନିଖୋଜ। ଛାତ୍ର ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା କାଲଟା ଅଞ୍ଚଳର ପଦୁ ଗୋପଙ୍କ ପୁଅ ଅରୁଣ କୁମାର ଗୋପ। ଅରୁଣ ଗତ ୫ ଫେବ୍ରୁଆରୀରୁ ନିଖୋଜ ହୋଇଥିବା ଜଣାପଡିଛି। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଘଟଣାର ୧୧ ଦିନ ପରେ ଥାନାରେ ରିପୋର୍ଟ ଦେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ପୁଲିସ୍ ଗୋଟିଏ ଅପହରଣ ମାମଲା ରୁଜ୍ଜୁ କରି ତଦନ୍ତ […]
ନୂଆପଡ଼ା(ମାୟାଧର ସରାଫ): ମହଙ୍ଗା ପଡ଼ିଲା ପ୍ରେମରେ ପ୍ରତାରଣା। ବ୍ଲାକ୍ମେଲିଂ ଓ ପ୍ରେମିକର ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୁଲିସ୍ ପ୍ରେମିକାକୁ ଗିରଫ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଖଡ଼ିଆଳ ଅଞ୍ଚଳର ଜଣେ ଯୁବକ ଓ ବଲାଙ୍ଗିରର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେବେ ଯୁବକଙ୍କୁ ବାରମ୍ବାର ବିଭିନ୍ନ କାରଣ ଦର୍ଶାଇ ପ୍ରତାରଣା ଦେଇଥିଲେ ଯୁବତୀ। କେବଳ ଏତିକି ନୁହେଁ ଯୁବତୀ ଜଣକ ତାଙ୍କୁ ଦାମୀ ଫୋନ୍ ଉପହାରରେ ମାଗିଥିଲେ। ଫୋନ୍ […]
ଭୁବନେଶ୍ୱର: ପାଣି ଓ ବିଦ୍ୟୁତ୍ ଯୋଗାଣରେ ବିଳମ୍ବ ହେବା ପ୍ରତିବାଦରେ ଭୁବନେଶ୍ୱର ଗ୍ୟାରେଜ୍ ଛକରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ମ୍ୟୁନିସିପାଲଟି ପକ୍ଷରୁ ପାଣି ଯୋଗାଣ କରାଯାଇନଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି ବିଦ୍ୟୁତ୍ ଯୋଗାଣରେ ମଧ୍ୟ ବିଳମ୍ବ ହେଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।
ରାୟଗଡ଼ା : ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ପୁଣି ନିର୍ଯାତନା ଅଭିଯୋଗ। କଲ୍ୟାଣସିଂପୁର ବ୍ଲକ୍ ଚେରାପାଇ ଗ୍ରାମର ୩୬ ଜଣ ଶ୍ରମିକଙ୍କୁ ଗତ କିଛି ମାସ ତଳେ ରାୟଗଡ଼ାର ଜଣେ ଠିକାଦାର ହାଇଦ୍ରାବାଦରେ ବ୍ରିଜ୍ କାମରେ ନିୟୋଜିତ କରିଥିଲେ। ଶ୍ରମିକମାନେ ସେଠାରେ ୩ ମାସ କାମ କରିଥିଲେ ବି ତାଙ୍କୁ ମଜୁରୀ ମିଳିନଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରମ ବିଭାଗ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ଶେଷରେ ଥାନାରେ ଏତଲା ଦେଇଛନ୍ତି ଶ୍ରମିକମାନେ। ସେପଟେ ଏନେଇ […]
କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲା ନରସିଂହପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ୭୫ଟି ପଞ୍ଚାୟତରେ ୯୨୦ କୋଟି ଟଙ୍କା ବ୍ୟୟରେ ୩୦ଟି ପ୍ରକଳ୍ପ ଲାଗି ଉଦ୍ଘାଟନ ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ। ଏହି ଅବସରରେ ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ମୋବାଇଲ ଏବଂ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର : ଦିନ ଦ୍ୱିପହରେ ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ। ଲୁଟେରାଙ୍କୁ ଧରିବା ପାଇଁ ମହିଳା ହେଲେ କ୍ଷତବିକ୍ଷତ। ଲୁଟେରା ଓ ମହିଳାଙ୍କ ମଧ୍ୟରେ ୧୦ ମିନିଟ୍ର ଧସ୍ତାଧସ୍ତି ପରେ ଧରା ପଡିଲା ଲୁଟେରା। ମିଳିଥିବା ସୂଚନା ମୁତାବକ,ଆଜି ମଧ୍ୟାହ୍ନ ୧୨ଟାରେ ଜିଜିପି କଲୋନୀର ମଳୟ ବିହାରରେ ଘଟିଛି ଏଭଳି ଘଟଣା। ମାର୍କେଟରୁ ସଉଦା କିଣି ଘରକୁ ଫେରୁଥିଲେ ଅଭିଜିତା ମହାପାତ୍ର ନାମକ ଏହି ମହିଳା। ଏହି ସମୟରେ ପଲ୍ସରରେ ଆସିଲେ ୨ ଜଣ ଲୁଟେରା। ଠିକଣା […]
ଭୁବନେଶ୍ୱର : ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆପଡ଼ାର ୫ଜଣ ଶିକ୍ଷକଙ୍କୁ ଅଟକ ରଖିଛି ବୋଡେନ ଥାନା ପୁଲିସ୍। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଇଓ ୫ଜଣ ଶିକ୍ଷକଙ୍କ ବିରୋଧରେ ବୋଡେନ ଥାନାରେ ଏତଲା ଦେଇଥିଲା। ଏତଲାକୁ ଭିତ୍ତି କରି ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍ୟପଟେ ବୋର୍ଡ ସଭାପତିଙ୍କ ନିର୍ଦ୍ଦେଶର ୨୪ଘଣ୍ଟା ପରେ ବି ଢେଙ୍କାନାଳ ଓ କୋରାପୁଟରେ ଏତଲା ହୋଇନାହିଁ। ଜିଲ୍ଲା ଶିକ୍ଷାଧିକାରୀ ମାନେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଏତଲା ଦେବେ ବୋଲି ଗତକାଲି ବୋର୍ଡ […]
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍କ୍ୟୁରି ରଣଜିତ କୁମାର। ଆସନ୍ତାକାଲି ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ସଂସ୍କାର ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ଆଲୋଚନା କରିବେ। ଆସନ୍ତା ୨୭ ତାରିଖରେ ସୁପ୍ରିମ୍କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଅଛି। ତା ପୂର୍ବରୁ ଆମିକସ୍କ୍ୟୁୟରିଙ୍କ ପୁରୀ ଗସ୍ତର ବେଶ୍ ଗୁରୁତ୍ୱ ରହିଛି। ସୁପ୍ରିମ୍କୋର୍ଟ ଦେଇଥିବା ୧୨ସୂତ୍ରୀ ସଂସ୍କାର ପ୍ରସ୍ତାବକୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ରାଜ୍ୟ ସରକାରଙ୍କ ମତ […]