ରାୟଗଡ଼ା : ରାୟଗଡ଼ାରେ ପ୍ରମାଣପତ୍ର ପାଇଁ ନାକେଦମ ହେଉଛନ୍ତି ଦିବ୍ୟାଙ୍ଗ। ସ୍ୱାସ୍ଥ୍ୟ ପରୀକ୍ଷାବେଳେ ସେମାନଙ୍କୁ ଅଣଦେଖା ବି କରାଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଡାକ୍ତରଙ୍କ ଦେଖାନମିଳିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ ଏମାନଙ୍କ ପାଇଁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ଏଠାରେ ୨ ମାସରେ ଥରେ ଶାରୀରିକ ଓ ମାନସିକ ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପରିଚୟ ପତ୍ର ପ୍ରଦାନ କରାଯାଏ। […]
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଆସୁଥିବା କାଠ ପଡ଼ି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଟ୍ରାକ୍ଟରରୁ ରଥକାଠ ତଳକୁ ଓହ୍ଲାଉଥିବା ବେଳେ ଶ୍ରମିକଙ୍କ ଗୋଡରେ ପଡ଼ିଥିଲା। ଆହତ ଶ୍ରମିକଙ୍କ ନାଁ ମାନସ ପ୍ରଧାନ। ପ୍ରଥମେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଦଶପଲ୍ଲାରୁ ୪୦ ଫୁଟିଆ ଫାଶୀ କାଠ ଅଣାଯାଉଥିଲା।
ଭୁବନେଶ୍ୱର: ବାତ୍ୟା ‘ଫୋନି’ରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍। ବାତ୍ୟା ପୁନରୁଦ୍ଧାର ପ୍ରସଙ୍ଗରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଶକ୍ତି ସଚିବଙ୍କ ନେତୃତ୍ୱରେ ଏହି ଟିମ୍ ଓଡ଼ିଶା ଆସୁଛନ୍ତି। ଏହି ଟିମ୍ରେ ଟେଲିକମ୍, ବ୍ୟାଙ୍କିଙ୍ଗ ବ୍ୟାପାର ସଚିବ ଓ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ଆସନ୍ତା ସପ୍ତାହରେ ଗୃହ ବିଭାଗର ଏକ ଟିମ୍ ମଧ୍ୟ ଓଡ଼ିଶା ଆସିବ। […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ତାଣ୍ଡବର ୯ ଦିନ ପରେ ମଧ୍ୟ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବିଦ୍ୟୁତ ସେବା ମିଳିପାରନି। ଏବେବି ବହୁ ଅଞ୍ଚଳରେ ବିଜୁଳି ଆସିପାରିନି। ଅନ୍ୟପଟେ କିନ୍ତୁ ସରକାର ଦାବି କରୁଛନ୍ତି, ଆଜି ସୁଦ୍ଧା ଭୁବନେଶ୍ୱର ସହରାଞ୍ଚଳରେ ସବୁ ଉପଭୋକ୍ତାଙ୍କୁ ବିଜୁଳି ଦେଇଦେବେ। ଗତକାଲି ହୋଇଥିବା ପ୍ରେସମିଟ୍ରେ ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱର ସହରାଞ୍ଚଳର ବିଦ୍ୟୁତ ପୁନଃସଂଯୋଗ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। […]
କୋରାପୁଟ : କୋରାପୁଟକୁ ମିଳିବ ଜାତୀୟ ଜଳ ପୁରସ୍କାର। ପ୍ରତି ଇଞ୍ଚ ମାଟି ଓ ପ୍ରତି ବିନ୍ଦୁ ଜଳର ସଦୁପଯୋଗ କରି କୋରାପୁଟ ଜିଲ୍ଲା ୨୦୧୮ମସିହା ବର୍ଷ ପାଇଁ ଜାତୀୟ ଜଳ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛି। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ ଠାରୁ ଏ ସଂକ୍ରାନ୍ତରେ ଚିଠି ପାଇବା ପରେ ପୁରସ୍କାର ଗ୍ରହଣ କରିବା ପାଇଁ ଦିଲ୍ଲୀ ଯାଇଛନ୍ତି କୋରାପୁଟ ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ। ସେ କହିଛନ୍ତି, […]
ଭୁବନେଶ୍ୱର (ଆଲୋକ ମହାନ୍ତି) : ଅଷ୍ଟଧାତୁ ମୂର୍ତ୍ତିର ନେପାଳ ଲିଙ୍କ୍। ଚୋରି ରାକେଟର ଚେର ଖୋଜୁଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ଏନ୍ଆଇଏ ଓ ସିବିଆଇର ସ୍ୱତନ୍ତ୍ର ୱିଙ୍ଗ୍କୁ ତଥ୍ୟ ମାଗିଛି ଏସ୍ଟିଏଫ୍। ରାକେଟ୍ ପଛରେ ରହିଛି ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ଲିଙ୍କ୍। ମୋବାଇଲ ଯାଞ୍ଚରୁ ୪ଟି ରାଜ୍ୟର ମୂର୍ତ୍ତି ଚୋରଙ୍କ ସହ ବଳିଷ୍ଠ ଲିଙ୍କ୍ ସାମ୍ନାକୁ ଆସିଛି। ଧରାପଡିଥିବା ଅଭିଯୁକ୍ତର ତିନିଦିନିଆ ରିମାଣ୍ଡ ସରିବା ପରେ ତା ନାଁରେ ଆଉ କେଉଁଠି ଓ କେତୋଟି ଅପରାଧ ରହିଛି, ସେନେଇ […]
ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଅଞ୍ଚଳକୁ ବିଜୁଳି ଆସିନଥିବାରୁ ପ୍ରତିବାଦ ହୋଇଛି। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି। ଭୁବନେଶ୍ୱର ପ୍ରଶାନ୍ତି ବିହାର କିଛି ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ପଟିଆ ବିଗ୍ବଜାର-ଶିଖରଚଣ୍ଡୀ ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି। ସେହିଭଳି ପୁରୁଣା ଭୁବନେଶ୍ୱରର ତିନି ମୁଣ୍ଡିଆ ଛକରେ ବି ରାସ୍ତାରୋକ ହୋଇଥିଲା। ସମାନ ଦାବି ନେଇ ଖଣ୍ଡଗିରି ଛକରେ ମଧ୍ୟ ଜାତୀୟ ରାଜପଥକୁ ସ୍ଥାନୀୟ ଅଞ୍ଚଳବାସୀ ଅବରୋଧ କରିଥିଲେ। ‘ଫୋନି’ ଯିବାର ୯ ଦିନ ପରେ […]
ବାଲେଶ୍ୱର : ଆସନ୍ତାକାଲି ମାଟ୍ରିକ୍ ପରୀକ୍ଷାର ଇଂରାଜୀ ବିଷୟ ଅଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାରୁ ବାକି ସମସ୍ତ ବିଷୟର ପରୀକ୍ଷା କେମିତି ଭଲରେ ହେବ ,ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଛି ବୋର୍ଡ। ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବା ବୋର୍ଡ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ଭାଇରାଲ୍କୁ ନେଇ ଛାତ୍ରଛାତ୍ରୀମାନେ ବି ଟିକେ ଚାପରେ ଅଛନ୍ତି। ନିଜେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଅସାଧୁ ଉପାୟ […]
ଭଞ୍ଜନଗର : ଗଂଜାମ ଜିଲ୍ଲା ସୋରଡ଼ା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ରାଜ୍ୟରେ ନବୀନ ସରକାର ନୁହେଁ, ପାଣ୍ଡିଆନ୍ ସରକାର ଚାଲିଛି; ତେବେ ଆମେ ନବୀନ ବାବୁଙ୍କୁ କାହିଁକି ଭୋଟ୍ ଦେବା ବୋଲି ଉପସ୍ଥିତ ଜନତାଙ୍କୁ କହିଥିଲେ ଜୁଏଲ୍। ସହିଦ୍ଙ୍କ ଦାଦାଙ୍କୁ ବିଜେଡି ନେତା ଠେଲି ଦେଉଛନ୍ତି। ରାଜ୍ୟରେ ଯଦି ନବୀନ ସରକାର ଥାନ୍ତା ତେବେ ପାଟି ଖୋଲିଥାନ୍ତେ। ହେଲେ ଏହା ପାଣ୍ଡିଆନ୍ […]
ଭୁବନେଶ୍ୱର : କ୍ୟାନ୍ସର ଲକ୍ଷଣ, ନିରାକରଣ ଏବଂ ଚିକିତ୍ସାର ବ୍ୟବସ୍ଥା ଏବେ ମୋବାଇଲରେ ଉପଲବ୍ଧ ହେବ। ଏନେଇ ଲୋକଙ୍କୁ ଅବଗତ କରାଇବାକୁ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ସଂଗଠନ ‘ଉମିଦେଁ’ ଏକ କ୍ୟାନ୍ସର ଆପ୍ ଲୋକାର୍ପଣ କରିଛି। ଏହି ଆପ୍ ମୋବାଇଲରେ ଡାଉନ୍ଲୋଡ୍ ହେବା ପରେ ବିନା ଇଣ୍ଟରନେଟ୍ରେ ପରବର୍ତ୍ତୀ ସମୟରେ ଚାଲିପାରିବ। ଏଥିରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସବୁ ପ୍ରକାର ତଥ୍ୟ ଉପଲବ୍ଧ ରହିଛି।
ଭୁବନେଶ୍ୱର : ଭୁବନେଶ୍ୱର ବାଙ୍କୁଆଳ ନିକଟରେ କୁଆଖାଇରେ ବୁଡ଼ି ଜଣେ ଇଂଜିନିୟରିଂ ଛାତ୍ର ପ୍ରାଣ ହରାଇଛନ୍ତି। ମୃତକ ଛାତ୍ର ହେଲେ ମହେନ୍ଦ୍ର ଖଟୁଆ। ଘର କେନ୍ଦ୍ରାପଡ଼ାରେ। ସେ ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ସେ ୬ ସାଙ୍ଗଙ୍କ ସହ ଅପରାହ୍ନରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା।
ପାରଳାଖେମୁଣ୍ଡି : ସକ୍ରିୟ ରାଜନୀତିର ମଇଦାନକୁ ଓହ୍ଲାଇପାରନ୍ତି ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ। ସେ ନିଜେ ଏ ସଂପର୍କରେ ସଂକେତ ଦେଇଛନ୍ତି। ଲୋକେ ଚାହିଁଲେ ରାଜନୀତିକୁ ଆସିବେ ବୋଲି କହିଛନ୍ତି କଲ୍ୟାଣୀ ଦେବୀ। ଚର୍ଚ୍ଚା ହେଉଛି ସେ ବିଜେଡିରେ ଯୋଗ ଦେବେ। ପ୍ରାଥମିକ ସ୍ତରରେ ଆଲୋଚନା ସରିଥିବା ବେଳେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ ପାଇଁ ଉପର ସ୍ତରରୁ ମଧ୍ୟ ସବୁଜ ସଂକେତ ମିଳିଥିବା ସୂଚନା ମିଳିଛି। କଲ୍ୟାଣୀ ଦେବୀଙ୍କ ବାପା ଗୋପୀନାଥ ଗଜପତି କଂଗ୍ରେସ ଟିକଟରେ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ୍ ଉଲସୁରେଇ କନ୍ୟା ଆଶ୍ରମର ଛାତ୍ରୀ ଅସୁସ୍ଥ। ୧୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଲହୁଣୀପଡ଼ା ଓ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ମାଟ୍ରିକ୍ ପରୀକ୍ଷା ଦେଇ ଆସିବାପରେ ପେଟ କାଟିଥିଲା। ଏକ ଟିମ୍ ସ୍କୁଲ ଯାଇ ଛାତ୍ରୀମାନଙ୍କ ଚିକିତ୍ସା କରିଥିଲେ ବି ସେମାନେ ଭଲ ହୋଇନଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
କେନ୍ଦୁଝର : ବେଆଇନ ଖଣି ଖନନ ମାମଲା। କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇଛନ୍ତି ୮ ଖଣି ଲିଜ୍ଧାରୀ। କୋର୍ଟରେ ହାଜର ହେବାକୁ ୯ ଜଣ ଖଣି ମାଲିକଙ୍କୁ ନୋଟିସ୍ ହୋଇଥିବା ବେଳେ ଖଣି ଲିଜ୍ଧାରୀ ଅର୍ଜୁନ ଲୋଧା ଅନୁପସ୍ଥିତ ଥିଲେ। ସମସ୍ତ ଲିଜ୍ଧାରୀ ୭ ଦିନ ମଧ୍ୟରେ ଜରିମାନା ଦାଖଲ ନକଲେ ୧୨ ପ୍ରତିଶତ ସୁଧ ଲାଗୁ ହେବା ଏବଂ ପରେ ଲିଜ୍ଧାରୀଙ୍କ ସମ୍ପତ୍ତି ଜବତ କରିବା ସହ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି ହେବ […]
ପୁରୀ : ପୁଲୱାମାରେ ସହିଦ୍ ହୋଇଥିବା ୨ଓଡ଼ିଆ ଯବାନଙ୍କ ଏକାଦଶାହ ପାଳନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ମୁଣ୍ଡନ ହେବା ସହ ତିଳତର୍ପଣ କରାଯାଇଛି। ଏହି ଅବସରରେ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା। ଶ୍ରୀଜଗନ୍ନାଥ ସେନାର ଆବାହକ ସହିଦ୍ଙ୍କ ପରିବାର ଠାରୁ ଚିତାଭସ୍ମ ଗ୍ରହଣ କରି ସ୍ୱର୍ଗଦ୍ୱାର ଓ ମହୋଦଧିରେ ବିସର୍ଜନ କରିଥିଲେ। ଏହାସହ ସହିଦ୍ ମନୋଜ ବେହେରାଙ୍କ ସର୍ମ୍ପକୀୟଙ୍କୁ ତଣ୍ଟିଆ ମାରି ଅସମ୍ମାନୀତ କରିବା ଘଟଣାକୁ […]
ବ୍ରହ୍ମପୁର : ପୁଲିସ୍ ପରିଚୟ ଦେଇ ମହିଳାଙ୍କଠୁ ଲୁଟ୍। ବ୍ରହ୍ମପୁର ବଡ଼ବଜାର ଥାନା ଖାସ୍ପା ସାହିରେ ଜଣେ ମହିଳାଙ୍କଠୁ ୭ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ , ବଡ଼ବଜାର ଥାନା ଗୌଡ଼ ସାହିର ପାର୍ବତୀ ବେହେରା, ନିକଟରେ ଥିବା ଏକ ମନ୍ଦିରକୁ ଯାଇଥଇଲେ। ସେତିକି ବେଳେ ୩ ଜଣ ଲୁଟେରା ତାଙ୍କୁ ଟାର୍ଗେଟ କରିଥିଲେ। ପ୍ରଥମେ ବୃଦ୍ଧାଙ୍କୁ ପୁଲିସ୍ର ପରିଚୟ ଦେଇ ଭରସା ଦେଖାଇଥିଲେ। ଆଗରେ ପୁଲିସ୍ ଚେକିଂ କରୁଛି, […]
ନୂଆପଡ଼ା : ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍। ଫଳରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗତ ୨୨ ତାରିଖ ଦିନ କେରାପଦର ଦ୍ୱାରଶନୀ ହାଇସ୍କୁଲର ସହକାରୀ ଶିକ୍ଷକ ସର୍ବଜ୍ଞ ସୁପକାର ନିଜ ପୁତୁରା ଜ୍ଞାନଦତ୍ତ ସୁପକାରଙ୍କ ସହ କରଙ୍ଗାମାଲ ହାଇସ୍କୁଲକୁ ଯାଇଥିଲେ। ସର୍ବଜ୍ଞ ନିଜ ମୋବାଇଲ ତାଙ୍କ ପୁତୁରାକୁ ଦେଇଥିଲେ। ପୁତୁରା ଜ୍ଞାନଦତ୍ତ ଫଟୋ ଉଠାଇ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଆଜି ସନ୍ଧ୍ୟାରେ […]
ଭୁବନେଶ୍ୱର : ମହାନଦୀ ଜଳବିବାଦ ମାମଲାରେ ଆସନ୍ତାକାଲି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ। ସୁପ୍ରିମ୍କୋର୍ଟ ପରିସରରେ ଏହି ବୈଠକ ବସିବ। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ମହାନଦୀ ଜଳ ଛାଡିବାକୁ ହେବ, ସେ ସମ୍ପର୍କରେ ଉଭୟ ରାଜ୍ୟ ଆଲୋଚନା କରିବେ। ଦୁଇ ରାଜ୍ୟର ଜଳସମ୍ପଦ ଅଧିକାରୀ ମାନଙ୍କ ସହ ବୈଷୟିକ ବିଶେଷଜ୍ଞ ମାନେ ଉପସ୍ଥିତ ରହିବେ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଚୂଡ଼ାନ୍ତ ରାୟ […]
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ୍ଟାମାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରି ରାଜ୍ୟର ଓବିସି ଓ ଚାଷୀ ପରିବାରର ପିଲାମାନଙ୍କୁ ଭଣ୍ଡାଇବା ପାଇଁ ବଡ ସ୍ୱପ୍ନ ଦେଖାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଓବିସି ବର୍ଗର ପିଲାମାନଙ୍କ ପାଇଁ ଶିକ୍ଷା ଓ ଚାକିରିରେ ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଥିବା ବେଳେ […]
ଭୁବନେଶ୍ୱର : ଆଜି ରାତି ସାଢ଼େ ୧୧ଟାରୁ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ମାରିବାର ସମ୍ଭାବନା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨ ରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିଲା। ତେବେ ଗତକାଲି ରାଜଧାନୀ ଭୁବନେଶ୍ୱର ପାରଦ ସର୍ବାଧିକ ରହିଥିଲା। ଯାହାଫଳରେ ଦିନରେ ଗରମ ଅନୁଭବ […]
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅର୍ଥ ବାର୍ଷିକ ୧୦ ହଜାରକୁ ବୃଦ୍ଧି ପାଇଁ କଲେ ଦାବି। ଭୂମିହୀନ ଓ ଭାଗଚାଷୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ ପାଇଁ ପ୍ରସ୍ତାବ ଦେଲେ ନବୀନ। ଆଉ ମଧ୍ୟ କାଳିଆ ଯୋଜନା ନେଇ ମଧ୍ୟ ମୋଦିଙ୍କୁ ଚିଠିରେ ଅବଗତ କଲେ ନବୀନ। ପୂର୍ବରୁ ଥରେ ଏନେଇ ଚିଠି ଲେଖିଥିବା କଥା ମଧ୍ୟ ଉଲ୍ଲେଖ କଲେ ମୁଖ୍ୟମନ୍ତ୍ରୀ।
କଟକ : ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନର ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ଏହାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସତର୍କ ହୋଇଛି ବୋର୍ଡ। ଭାଇରାଲ୍ ରୋକିବା ପାଇଁ କେତେକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି। ଆଗରୁ ଜାରି ହୋଇଥିବା ନିୟମର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେବା ସହିତ ମୋବାଇଲ୍କୁ ପୂରାପୂରି ବ୍ୟାନ୍ କରାଯାଇଛି। ପରୀକ୍ଷାକେନ୍ଦ୍ରକୁ କେହି ବି ମୋବାଇଲ ନେଇପାରିବେ ନାହିଁ, ଯଦି କିଏ ଏହାର ଉଲ୍ଲଂଘନ […]
ଭୁବନେଶ୍ୱର : ଛତିଶଗଡ଼ ମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କୁ ମିଳିଲା ଓଡ଼ିଶା କଂଗ୍ରେସ ଦାୟିତ୍ୱ। ସିଂଦେଓଙ୍କୁ ସାମୟିକ ଭାବେ ଓଡ଼ିଶାର ଇନ୍ଚାର୍ଜ ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ତେବେ ଜିତେନ୍ଦ୍ର ସିଂହ ପୂର୍ବପରି ପ୍ରଭାରୀ ଦାୟିତ୍ୱରେ ରହିବେ। ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ପୁରୀ : ଧର୍ମ, ଭକ୍ତ, ସେବକ ଓ ପ୍ରଶାସନ ଶ୍ରୀମନ୍ଦିରର ଏହା ଚାରିଟି ସ୍ତମ୍ଭ। ତେଣୁ ସଂସ୍କାର ପ୍ରକ୍ରିୟାରେ ଯେମିତି ଏଥିରୁ କୌଣସି ଗୋଟିଏ ବି ପ୍ରଭାବିତ ନହୁଏ, ତା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍କ୍ୟୁରୀ ରଞ୍ଜିତ୍ କୁମାର। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା ନେଇ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ଶ୍ରୀନଅରରେ ଠାକୁରଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କ ସହ କରିଥିଲେ କଥାବାର୍ତ୍ତା। ଏହାପରେ ଶ୍ରୀମନ୍ଦିର […]
ବାଙ୍କୀ : ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ। କଟକ ବାରଙ୍ଗ ଥାନା ମୁଣ୍ଡଳୀ ବ୍ରିଜ୍ରୁ ମହାନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ରିଜ୍ ଉପରୁ ତାଙ୍କର ସ୍କୁଟି ଏବଂ ଭ୍ୟାନିଟି ମିଳିଛି। ଭ୍ୟାନିଟିରେ ଥିବା ପରିଚୟପତ୍ରରେ ତାଙ୍କ ନାଁ ପୁଷ୍ପା ବେହେରା ବୋଲି ଲେଖାଯାଇଛି। ଯୁବତୀ ଜଣକ ଭୁବନେଶ୍ୱରରେ ରହୁଥିବା ଜଣାପଡ଼ିଛି। ବାରଙ୍ଗ ପୁଲିସ୍ ଓ ଦମକଳ ବାହିନୀ ଉଦ୍ଧାର କରିଛନ୍ତି ମୃତଦେହ। ସେ କାହିଁକି ଆତ୍ମହତ୍ୟା କଲେ, ମୃତ୍ୟୁ ପଛର […]