• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dharmendra
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୟାଗଡ ( ସତ୍ୟ ନାରାୟଣ ସୁରଜଗଦେବ) : ନୟାଗଡ ଜିଲ୍ଲା ରଣପୁର ର୍ନିବାଚନ ମଣ୍ଡଳୀର ଡିମିଷରରେ ବିଜେପିର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟରେ ଅପାରଗ ସରକାର ଚାଲିଥିବାବେଳେ ଏଠି ନାରୀ, ଯୁବକ ସୁରକ୍ଷିତ ନୁହନ୍ତି ବୋଲି ଧର୍ମେନ୍ଦ୍ର କହିଥିଲ।    ଯୁବକଙ୍କୁ ରୋଜଗାର ଭଳି ଜନହିତକର କାର୍ଯ୍ୟରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଫେଲ୍‌ ମାରିଥିବା ସେ […]

  • Friday, 16 July 2021
babu0
ପଦ୍ମ ଧରିଲେ ବିଜେଡି ଛାଡ଼ିଥିବା ଯୁବ ନେତା ବାବୁ ସିଂହ

ଭୁବନେଶ୍ୱର : ବିଜେପିରେ ମିଶିଲେ ଯୁବ ନେତା ବାବୁ ସିଂହ। ଆଜି  ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବାବୁସିଂ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ, ବିଜେପି ନେତା ଅପରାଜିତା ଷଡଙ୍ଗୀଙ୍କ ସହ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଅଛନ୍ତି। ବାବୁଙ୍କ […]

  • Friday, 16 July 2021
strike3
ନିମ୍ନମାନର କେନାଲ କାମ ; ଚାଷ ଜମିକୁ ପାଣି ମାଡୁନଥିବା ଅଭିଯୋଗ

କାମାକ୍ଷାନଗର ( ରାକେଶ ଦେହୁରୀ) :  ନିମ୍ନମାନର କେନାଲ କାମ ହୋଇଥିବାରୁ ଚାଷ ଜମିକୁ ପାଣି ମାଡୁନଥିବା ଅଭିଯୋଗ। ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଛନ୍ତି ବାଲିକୁମା ପଞ୍ଚାୟତ ଉର୍ବେଙ୍ଗି ଗାଁର ଚାଷୀ। ଏହି ଗାଁର ଚାଷୀ ଅଭିଯୋଗ କରିଛନ୍ତି, ଡଣ୍ଡାଧାର ଡ୍ୟାମ-ରାମିଆଳ କେନାଲରେ ନିମ୍ନମାନର କାମ ହୋଇଥିବାରୁ ଜମିକୁ ଜଳସେଚନ ହୋଇପାରୁନି। ଫଳରେ ଚାଷ ନଷ୍ଟ ହେଉଛି। କ୍ଷତିଗ୍ରସ୍ତ ହେଉଛନ୍ତି ଗୋଠପସୀ, ପିଢ଼ପସୀ, ନୁଆଁପସୀ, କଇଁଆନାଳୀ,ଟାସିରପସି ଆଦି ଅଞ୍ଚଳର ଚାଷୀ। ସେପଟେ […]

  • Friday, 16 July 2021
wine protest
ମଦ କାରବାର ବନ୍ଦ କରିବା ଦାବିରେ ତାତିଲେ ଲୋକେ

ଗୁଣପୁର (ଇନ୍ଦ୍ରଜିତ୍‌ ପଣ୍ଡା) : ମଦ କାରବାର ବନ୍ଦ କରିବା ଦାବିରେ ତାତିଲେ ଲୋକେ। ରାୟଗଡ଼ା ଜିଲ୍ଲା ଗୁଣପୁରରେ ମଦ ବିରୋଧୀ ସ୍ଲୋଗାନ ଦେଇ ଶତାଧିକ ଲୋକଙ୍କ ଶୋଭାଯାତ୍ରା। ମାତୃଶକ୍ତି ମହାସଂଘ ପକ୍ଷରୁ ଗୁଣପୁର ସମତେ ରାମନାଗୁଡ଼ା, ଗୁଡ଼ାରୀ, ପଦ୍ମପୁର ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ମଦ ବନ୍ଦ ପାଇଁ ଗ୍ରାମସଭା ଦେଇଥିବା ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରିବା, ଗାଁ ଗାଁରେ ବେଆଇନ୍ ମଦ ବିକ୍ରି ବନ୍ଦ […]

  • Friday, 16 July 2021
kk
ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ସୁନ୍ଦରଗଡ଼ (ବିଜୟ ବରୁଆ) : ସାମ୍ନାକୁ ଆସିଛି ଆଉ ଏକ ଅସଦାଚରଣ ଘଟଣା ।  ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳର ଏକ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଭାବକ ଥାନାରେ ଅଭିଯୋଗ କରିଛନ୍ତି। ସ୍କୁଲ ହଷ୍ଟେଲରେ ପ୍ରଧାନଶିକ୍ଷକ ଅନେକ ଛାତ୍ରୀଙ୍କୁ ଅସଦାଚରଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ସେପଟେ ପୁଲିସ […]

  • Friday, 16 July 2021
bjp
ବିଜେଡି ନାଁରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଜୋରଦାର ହୋଇଛି ତୁ ତୁ ମେ ମେ। ଆଜି ବିଜେଡି ନାଁରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେପି। ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଭିନ୍ନ ଜାଗାରେ ସରକାରୀ ଯୋଜନା ସଂପର୍କିତ ହୋର୍ଡିଂ ଲାଗିଥିବା ଅଭିଯୋଗ କରିଛି। ଏଥିସହିତ ବିଭିନ୍ନ ରାସନ ଦୋକାନରେ ଏଲଇଡି ବଲ୍‌ବ ବି ମିଳୁଥିବା ଅଭିଯୋଗ କରିଛି ଦଳ। ସେପଟେ ରାଜ୍ୟ […]

  • Friday, 16 July 2021
rally
ନିଜ ସଂସଦୀୟ କ୍ଷେତ୍ରରେ ବୈଜୟନ୍ତଙ୍କୁ ଜୋରଦାର ସ୍ୱାଗତ

କଟକ : କେନ୍ଦ୍ରାପଡ଼ାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା। ବିଜେପିରେ ଯୋଗ ଦେବା ପରେ ଆଜି ପ୍ରଥମ କରି ନିଜ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ାକୁ ଯାଇଥିଲେ ବୈଜୟନ୍ତ। ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀଙ୍କ ସହ ସମର୍ଥକମାନେ ବୈଜୟନ୍ତଙ୍କୁ ସ୍ୱାଗତ କରିଛନ୍ତି। କେନ୍ଦ୍ରାପଡ଼ା ଦୁହୁରିଆରୁ ତାଙ୍କୁ ଏକ ବାଇକ୍ ରାଲିରେ ବଳଦେବଜୀଉ ରଥ ଦାଣ୍ଡ ପର୍ଯ୍ୟନ୍ତ ନିଆଯାଇଥିଲା। ପରେ ମାଉସୀମା ମନ୍ଦିର ନିକଟରେ ଥିବା ଇଚ୍ଛାପୁରରେ ଏକ ସଭାରେ ଯୋଗ ଦେଇଥିଲେ। […]

  • Friday, 16 July 2021
strike
ପାନୀୟ ଜଳ ପାଇଁ ଗରା, ବାଲ୍‌ଟି ଧରି ଆନ୍ଦୋଳନ

କେନ୍ଦୁଝର( ପ୍ରଣୟ ପାଣି)  : ଖରା ଆରମ୍ଭରୁ ଜଳ କଷ୍ଟ। ପାନୀୟ ଜଳ ପାଇଁ ଗରା, ବାଲ୍‌ଟି ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ। କେନ୍ଦୁଝର ସଦର ନରଣପୁର ପଞ୍ଚାୟତର ହଳଦିଆଟାଙ୍ଗିରି ନିକଟରେ ଲୋକେ ରାସ୍ତାରୋକ୍‌ କରିଛନ୍ତି। ପାଣି ପାଇଁ ହଳଦିଆଟାଙ୍ଗିରି ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ କରିଆସୁଛନ୍ତି। ବାରମ୍ବାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଛି। ୪ ଦିନ ହେଲା ଏନେଇ ପ୍ରଶାସନକୁ ମଧ୍ୟ ଜଣାଇ ଆସୁଛନ୍ତି ଗ୍ରାମବାସୀ। ତଥାପି କିଛି ଫଳ ନମିଳିବାରୁ ଲୋକେ ବାଧ୍ୟ […]

  • Friday, 16 July 2021
police
ପଶ୍ଚିମବଙ୍ଗକୁ ବିସ୍ଫୋରକ ଚାଲାଣ ଘଟଣାରେ ଡିଲର୍ ସୁକାନ୍ତ ସାହୁ ଗିରଫ

ଜଳେଶ୍ୱର (ଅଜିତ୍ ଦାସ) : ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବିସ୍ଫୋରକ ଚାଲାଣ ଘଟଣାରେ ଡିଲର୍ ସୁକାନ୍ତ ସାହୁ ଗିରଫ। ବାଲେଶ୍ୱର ବସ୍ତାରୁ ତାଙ୍କୁ ଗିରଫ କରିଛି କୋଲକତା ପୁଲିସର STF। ତାଙ୍କୁ କୋଲକତା ପୁଲିସ ଟ୍ରାଂଜିଟ୍‌ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ଏହା ଆଗରୁ ୨ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିଲା। ବିସ୍ଫୋରକ ଚାଲାଣ ସହିତ ନକ୍ସଲଙ୍କ ସଂପର୍କ ଅଛି କି ନାହିଁ, ତାର ତଦନ୍ତ ହେବ ବୋଲି ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ STF ଏସ୍‌ପି ରାହୁଲ୍ ପିଆର୍ କହିଛନ୍ତି। […]

  • Friday, 16 July 2021
cpiml
ପ୍ରାର୍ଥୀ ତାଲିକା ଘୋଷଣା କଲା CPIML

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ପୂରା ଦମ୍‌ରେ ଲାଗିପଡିଛନ୍ତି। ପ୍ରାର୍ଥୀ ତାଲିକା ପ୍ରସ୍ତୁତିରେ ଭୁବନେଶ୍ୱରରେ ସିପିଆଇ(ଏମ-ଏଲ) ଏକ ସାମ୍ବାଦିକ ସମ୍ମିଳନୀ କରି ସାଧାରଣ ନିର୍ବାଚନ ପାଇଁ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୁରୀ ଓ କୋରାପୁଟ ନିର୍ବାଚନୀ ମଣ୍ଡଳୀରୁ ଚଳିତ ବର୍ଷ ଲୋକସଭା ଆସନ ପାଇଁ  ପ୍ରାର୍ଥୀ ଦେବ ସିପିଆଇ(ଏମ-ଏଲ)। ପୁରୀରୁ  ମନ୍ଦାକିନୀ ସେଠୀ ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଛିଡା ହେବେ। କୋରାପୁଟରୁ ଲୋକସଭା ପ୍ରାର୍ଥୀ ହେବେ ଦାମୋଦର ଶବର। […]

  • Friday, 16 July 2021
police
ବାଣୀବିହାରରେ ପଶିଲା ପୁଲିସ୍‌ ,୭ ନମ୍ବର ବଏଜ୍ ହଷ୍ଟେଲରେ ଚଢ଼ାଉ

ଭୁବନେଶ୍ୱର : ବାଣୀବିହାରରେ ପୁଲିସର ଚଢ଼ାଉ। ବିଦା ହେଲେ ଅଣଛାତ୍ର। ଉତ୍କଳ ବିଶ୍ୱବିଦ୍ୟାଳୟର ୭ ନମ୍ବର ବଏଜ୍ ହଷ୍ଟେଲରେ ପୁଲିସ୍‌ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ହଷ୍ଟେଲରୁ ୬୦ରୁ ଅଧିକ ଅଣଛାତ୍ରଙ୍କୁ ବାହାର କରାଯାଇଛି। ଏହାସହ ୭ ନମ୍ବର ହଷ୍ଟେଲରୁ ବହୁ ପରିମାଣର ମଦ ବୋତଲ ଜବତ କରାଯାଇଛି। ହଷ୍ଟେଲର କିଛି ରୁମ୍‌କୁ ଅନେକ ଦିନ ଧରି ଏହି ଅଣଛାତ୍ରମାନେ କବ୍‌ଜା କରି ବାର୍ଷିକ ଭଡ଼ା ଆକାରରେ ମଧ୍ୟ ପ୍ରଦାନ […]

  • Friday, 16 July 2021
mao
ଜଙ୍ଗଲ କଟାକୁ ବିରୋଧ କରି ମାଓ ପୋଷ୍ଟର

ଉମରକୋଟ (କାର୍ତ୍ତିକ ମଲ୍ଲିକ) : ଜଙ୍ଗଲ କଟାକୁ ବିରୋଧ କରି ମାଓ ପୋଷ୍ଟର। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ ଜଙ୍ଗଲରେ ଲାଗିଛି ମାଓ ପୋଷ୍ଟର। ଜଙ୍ଗଲ କାଟିଲେ ହାତ କଟାଯିବ ବୋଲି ବିଭିନ୍ନ ପୋଷ୍ଟରରେ ଉଲ୍ଲେଖ ରହିଛି।  ଏହା ସହ ଜଙ୍ଗଲ ଧ୍ୱଂସ କରୁଥିବା ମୁଖ୍ୟ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଉଲ୍ଲେଖ କରାଯାଇଛି। କେବଳ ଏତିକି ନୁହେଁ ଜଙ୍ଗଲ ବଞ୍ଚାଇବାକୁ ସାଧାରଣ ଲୋକଙ୍କୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦିଆଯାଇଛି। ସିତାନଦୀ ଏରିଆ ମାଓବାଦୀ କମିଟି ପକ୍ଷରୁ ପୋଷ୍ଟର […]

  • Friday, 16 July 2021
1
ଏପ୍ରିଲ ୧୧ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସହ ମତଦାନ ତାରିଖ ଘୋଷଣା ହୋଇଛି। ଜାତୀୟ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ଦେଶର ମୋଟ ୫୪୫ଟି ସିଟ୍ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ କରାଯିବ। ତେବେ ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ଏପ୍ରିଲ ୧୧ରୁ ୨୯ତାରିଖ ମଧ୍ୟରେ […]

  • Friday, 16 July 2021
dama
ବିଜେପିରେ ଯୋଗ ଦେବେ କି ଦାମ ?

ଭୁବନେଶ୍ୱର : ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା। ଦିଲ୍ଲୀରୁ ଫେରିବା ପରେ OTVକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି  ଯେ ବିଜେପିରେ ଯୋଗ ଦେବା ପାଇଁ ପ୍ରସ୍ତାବ ଆସିଛି; କିନ୍ତୁ ହଁ କରିନି କି ନାହିଁ କରିନି। ସେପଟେ କଂଗ୍ରେସ ମଧ୍ୟ ସହଯୋଗ ଲୋଡୁଥିବା କଥା କହିଛନ୍ତି ଦାମ। ସହଯୋଗୀମାନଙ୍କୁ ପଚାରି ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବି ଦାମ କହିଛନ୍ତି। ତେବେ ମୋର କିଛି ଅଭୀପ୍‌ସା ନାହିଁ […]

  • Friday, 16 July 2021
ଜୋମମୋ ପଦହେଈ
ବିଜୁ ପକ୍କାଘରକୁ ନେଇ ବିଜେଡି-ବିଜେପି କଳି

ଭୁବନେଶ୍ୱର : ବିଜୁ ପକାଘରକୁ ନେଇ ବଢୁଛି ବିଜେଡି- ବିଜେପି କଳି। ଆଜି ସରକାର ୨୦ ଲକ୍ଷ ଘର କରିଥିବା ନେଇ ଦେଇଥିବା ରାଜ୍ୟ ସରକାରଙ୍କ ବିଜ୍ଞାପନ ଉପରେ ଆପତ୍ତି ଉଠାଇ, ଏଥିରେ କେନ୍ଦ୍ରର ଭାଗ କେତେ ବୋଲି ପ୍ରଶ୍ନ କରିଛି ବିଜେପି। ଦଳର ମୁଖପାତ୍ର ଅଭିଯୋଗ କରିଛନ୍ତି ୧୧ ସେପେମ୍ବର ୨୦୧୮ରେ ସରକାର ବିଧାନସଭାରେ , ବିଜୁ ପକାଘର ବାବାଦକୁ ୩ ଲକ୍ଷ ୭୭ ହଜାର ଏବଂ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ […]

  • Friday, 16 July 2021
nn
ସୁନ୍ଦରଗଡ଼ରୁ ନିଖୋଜ ନାବାଳିକା ଉତ୍ତରପ୍ରଦେଶରୁ ଉଦ୍ଧାର

ସୁନ୍ଦରଗଡ଼ (ବିଜୟ ବରୁଆ) : ସୁନ୍ଦରଗଡ଼ରୁ ନିଖୋଜ ନାବାଳିକା ୧୨ ଦିନ ପରେ ଉତ୍ତରପ୍ରଦେଶରୁ ଉଦ୍ଧାର। ଉତ୍ତରପ୍ରଦେଶ ମୁଜାଫରନଗରରୁ ଉଦ୍ଧାର କରିଛି ଲେଫ୍ରିପଡ଼ା ପୁଲିସ। ଆଜି ଏକ ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର। ଚାକିରି ଦେବା ନାଁରେ ନାବାଳିକାକୁ ଉତ୍ତରପ୍ରଦେଶ ନେଇ ଦଲାଲ ୬୦ ହଜାରରେ ବିକ୍ରି କରିଥିବା ପୁଲିସ୍‌ କହିଛି। ଏହି ଘଟଣାରେ ୩ ଦଲାଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଲେଫ୍ରିପଡ଼ାର ଜଣେ […]

  • Friday, 16 July 2021
gg
୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ରାଉରକେଲା( ସତ୍ୟାନନ୍ଦ ମହାନ୍ତି) : ରାଉରକେଲା ରେଳବାଇ କଲୋନୀ ଅଞ୍ଚଳର ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍‌। ନାବାଳିକାଟି ଘର ଆଗରେ ଖେଳୁଥିବା ବେଳେ ଅଭିଯୁକ୍ତ ନେଗଲୁ ଓରଫ ଅଜୟ ରାଓ ଉକ୍ତ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିଲା। ନାବାଳିକାକୁ ଉଦ୍ଧାର କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ପ୍ରଥମେ ଅଭିଯୁକ୍ତ ଯୁବକ ଅଜୟକୁ ଧରି ଛେଚିବା ପରେ ପ୍ଲାଣ୍ଟ ସାଇଟ୍‌ ଥାନା […]

  • Friday, 16 July 2021
kalia2
କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାଲିଗୁଡ଼ା(ଅଜିତ୍‌ ନାୟକ) : କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ। ମହାସିଙ୍ଗ ଠାରେ ଆୟୋଜିତ କାଳିଆ ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଜରିଆରେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ଲୋନ୍‌ ଯୋଗାଇ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ କାଳିଆ ଯୋଜନା ମାଧ୍ୟମରେ କିଭଳି ଚାଷୀଙ୍କ ପ୍ରଗତି ଓ ଉନ୍ନତି ହେବ ତା ଉପରେ […]

  • Friday, 16 July 2021
medical
ଡାକ୍ତରଖାନାରେ ବର୍ଷ ବର୍ଷ ଧରି ଝୁଲୁଛି ତାଲା, ଚିକିତ୍ସା ନପାଇ ରୋଗୀ ହନ୍ତସନ୍ତ

ଫୁଲବାଣୀ ( ତ୍ରିନାଥ ସାହୁ) :  ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନିର୍ମାଣ ହେଉଛି ଚିକିତ୍ସାଳୟ। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏସବୁ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ଡାକ୍ତର ନଥିବାରୁ ଡାକ୍ତରଖାନାରେ ବର୍ଷ ବର୍ଷ ଧରି ତାଲା ଝୁଲୁଥିବାରୁ ନିରାଶ ହୋଇ ଫେରୁଛନ୍ତି ରୋଗୀ। ବାହାରୁ ଚକ୍‌ଚକ୍, କିନ୍ତୁ ଭିତର ଫମ୍ପା। ୧୫ରୁ ୧୬ ବର୍ଷ ହେଲାଣି କୋମାରେ କନ୍ଧମାଳ ଜିଲ୍ଲା ମିଣିଆ […]

  • Friday, 16 July 2021
child rescured
ପାଟଣାଗଡ଼ ମେଡିକାଲରୁ ଚୋରି ଶିଶୁପୁତ୍ରକୁ ଉଦ୍ଧାର କଲା ପୁଲିସ୍

ପାଟଣାଗଡ଼ : ୩ ଦିନ ପରେ ମିଳିଲା ପାଟଣାଗଡ଼ ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁପୁତ୍ର। ପୁଲିସ ଶିଶୁକୁ ଉଦ୍ଧାର କରି ମାଆକୁ ହସ୍ତାନ୍ତର କରିଛି। ଏହି ଘଟଣାରେ ସଂପୃକ୍ତ ଜଣେ ମହିଳାଙ୍କ ସମେତ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ। ଗତ ୬ ତାରିଖରେ ପାଟଣାଗଡ଼ ହସ୍ପିଟାଲରୁ ମାଆ କୋଳରୁ ଶିଶୁ ପୁତ୍ରକୁ ଚୋରି କରିନେଇଥିଲେ ଜଣେ ମହିଳା। ସିସିଟିଭି ଫୁଟେଜ ଆଧାରରେ ପୁଲିସ ପିଲା ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁକଦେବ ସାହୁ […]

  • Friday, 16 July 2021
Dengue
କରୋନା କାଳରେ ଡେଙ୍ଗୁକୁ ନେଇ ବଢ଼ିଲା ଚିନ୍ତା

ସେହିପରି ଘରୋଇ ମେଡିକାଲରେ ଟେଷ୍ଟ ବେଳେ ସଠିକ ମାନଦଣ୍ଡକୁ ଧ୍ୟାନ ଦିଆ ଯାଉନାହିଁ ବୋଲି ସେ କହିଛନ୍ତି । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ମେଡିକାଲ, RMRC, AIIMS ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଙ୍ଗ ବ୍ୟବସ୍ଥା ରହିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସେ କହିଛନ୍ତି।

satya
କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଠିକ୍‌ ନୁହେଁ : ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର :  ବିଭିନ୍ନ ସୋଶାଲ୍ ମିଡ଼ିଆରେ ଘୂରି ବୁଲୁଥିବା କଂଗ୍ରେସ୍‌ର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଠିକ୍ ନୁହେଁ । କଂଗ୍ରେସ ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି। ଗତକାଲି କଂଗ୍ରେସର ପ୍ରଦେଶ ନିର୍ବାଚନ କମିଟି ବୈଠକ ପରେ ରାଜ୍ୟର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଲାଗି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଥିଲା। ତେବେ ସୋଶାଲ୍ ମିଡ଼ିଆରେ ଯେଉଁ ତାଲିକା ପ୍ରକାଶ ପାଇଥିଲା ତାହା ଠିକ୍ ନୁହେଁ […]

  • Friday, 16 July 2021
bjp35
ବିଜେପି ନେତା STFରେ ହାଜର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ଟିଟୋ ସହ ଲିଙ୍କ ଅଭିଯୋଗରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସର ସମନ ପରେ ହାଜର ହୋଇଛନ୍ତି। ପାରାଦୀପରେ ଥିବା ଟିଟୋର ପେଟ୍ରୋଲ ପମ୍ପ୍ ସହ ତାଙ୍କ ଲିଙ୍କ୍ ନେଇ ଏସ୍‌ଟିଏଫ୍‌ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ପଚରାଉଚରା କରିଛି। ସେପଟେ ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥିବା କହି ଭୁବନଙ୍କୁ ଏସ୍‌ଟିଏଫ୍‌ର ଜେରାକୁ ବିଜେପି ବିରୋଧ କରିଛି। ଏ ନେଇ ଦଳର କିଛି […]

  • Friday, 16 July 2021
suspend
ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ଘଟଣା : ପୁଲିସ ASI ସସ୍‌ପେଣ୍ଡ

ପାଟଣାଗଡ଼ (ବଂଶୀଧର ସେଠ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ଘଟଣାରେ ପୁଲିସ ASI ସସ୍‌ପେଣ୍ଡ। ତାଙ୍କ ନାଁ ଅନାଦି ମଟାରି। ଗତକାଲି ପିଲାଚୋରି ଘଟଣାକୁ ନେଇ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶିଶୁର ପରିବାର ଲୋକେ ଏବଂ ଲକ୍ଷେଘର ଗଣ୍ଡ ସମାଜ। ତେବେ ଏହି ସମୟରେ ପୁଲିସ ଏଏସ୍ଆଇ ଅନାଦି ମଟାରୀ ନବଜାତ ଶିଶୁର ବାପାଙ୍କୁ ମାଡ଼ ମାରିଥିଲେ। ଏଥିରେ ନବଜାତ ଶିଶୁର ବାପା ଚେତା ହରାଇବା ସହ ମେଡିକାଲରେ […]

  • Friday, 16 July 2021
crocodile attack
ଗାଧୋଉଥିବା ବେଳେ କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ) : କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍‌ ରାଜପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆକ୍ରମଣରେ ଯୁବକ ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାଁ ଭାଗବତ ରାଉତ। ସେ ଆଜି ସକାଳେ ଘାଟରେ ଗାଧୋଉଥିଲେ। ଏହି ସମୟରେ ହଠାତ୍‌ ଏକ କୁମ୍ଭୀର ତାଙ୍କ ବାମ ହାତକୁ ଆକ୍ରମଣ କରିଥିଲା। ତେବେ କୁମ୍ଭୀର ସହ ଲଢି ସେ କୌଣସି ମତେ ନିଜକୁ ବଂଚାଇଥିବା ଜଣାପଡିଛି। ଭାଗବତଙ୍କୁ ପ୍ରଥମେ […]

  • Friday, 16 July 2021