ସୋରୋ( ଶଶୀକାନ୍ତ ବେହେରା) : ବାଲେଶ୍ୱର ସୋରରେ ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍। ଏଥିରେ ବସ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜାତୀୟ ରାଜପଥ ବାରିକପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ଟ୍ରକ୍ର ଚକା ଫାଟିଯିବାରୁ, ଗାଡ଼ିର ଡ୍ରାଇଭର ଚକ ଖୋଲୁଥିବାବେଳେ ବସ୍ଟି ପଛରୁ ଧକ୍କା ଦେଇଥିଲା। ଏଥିରେ ବସ୍ର ହେଲପର ଗୁରୁତର ହୋଇପଡିଥିଲେ। ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି […]
ବଲାଙ୍ଗିର ( ଘଟେଶ୍ୱର ମିଶ୍ର ) : ଗତ ୧ ତାରିଖରେ ବଲାଙ୍ଗିର ରାଜୀବନଗର ହାତପାପୁଲି କଟା ଘଟଣାରେ ଜଣେ ଯୁବତୀଙ୍କ ସହ ୫ ଜଣ ଯୁବକଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୁଲିସ। ପୁଲିସ ସେମାନଙ୍କ ଠାରୁ ଦୁଇଟି ଟାଙ୍ଗିଆ ,ଗୋଟିଏ ଦେଶୀ ବନ୍ଧୁକ ଏବଂ ଚାରୋଟି ମୋବାଇଲ ଫୋନ ଜବତ କରିଛି। ଆଗରୁ ଏକ ବାହାଘର ପ୍ରୋସେସନକୁ ନେଇ ଆଲୋକ ରଂଜନ ଦାସ ଓ ଟୁନା ପାଢ଼ୀଙ୍କ ଭିତରେ ଶତ୍ରୁତା ଥିଲା। ସେହି ଘଟଣାରେ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ସହର କୋରିଆଁ ନିକଟରେ ଏକ ମାରୁତି ଗାଡ଼ିରୁ ୯ ଲକ୍ଷ ୫୭ ହଜାର ଟଙ୍କା ଜବତ ହୋଇଛି। ଟାଉନ୍ ଥାନା ପୁଲିସ ପାଟ୍ରୋଲିଂ ବେଳେ ଏହି ଟଙ୍କା ଜବତ କରିଥିଲା। ତେବେ ଏହି ଟଙ୍କା କୁଆଡେ ଓ କାହିଁକି ଯାଉଥିଲା, ସେ ସମ୍ପର୍କରେ ସଠିକ୍ ସୂଚନା ଜଣାପଡିନାହିଁ। ଏହି ଘଟଣାରେ ଟଙ୍କା ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ ଥାନା ପୁଲିସ୍। ସେହିପରି ବାଲେଶ୍ୱର […]
ଭୁବନେଶ୍ୱର : ଚିଟ୍ଫଣ୍ଡ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଚିଟ୍ଫଣ୍ଡ ଲିଙ୍କ୍ରେ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ଲିଙ୍କ୍ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଏ ପ୍ରସଙ୍ଗରେ ଶ୍ୱେତପତ୍ର ଦାବି କରିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ। ବିଜେଡି ମାନେ ଚିଟ୍ଫଣ୍ଡ ଓ ଚିଟ୍ଫଣ୍ଡ ମାନେ ବିଜେଡି ବୋଲି ସେ କହିଛନ୍ତି। ବିଜେଡି ସବୁଠାରୁ ଜାଲିଆତି ଦଳ, ଜଣେ ଚିଟ୍ଫଣ୍ଡ ଅଭିଯୁକ୍ତଙ୍କୁ ଧରିପାରୁନାହାନ୍ତି। ୨୦ ଲକ୍ଷ ଲୋକ ଚିଟ୍ଫଣ୍ଡ […]
ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ ଦାବିକୁ ନେଇ ନବୀନ ନିବାସ ଆଗରେ ବିଜେପିର ଧାରଣା। ବରିଷ୍ଠ ନେତା ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହାର ଧାରଣା ଦେଇଛନ୍ତି। ନିଜେ ଭୂଦାନ ମଧ୍ୟ ଧାରଣାରେ ବସିଛନ୍ତି। ଆଜି ସକାଳେ ସେମାନେ ନବୀନ ନିବାସ ଯାଇଥିଲେ। ଭୂଦାନ ମୁର୍ମୁ ଅଭିଯୋଗ କରିଛନ୍ତି, ୨୦୧୮ ଅକ୍ଟୋବର ୪ ତାରିଖରୁ ସରକାରୀ ଚାକିରିରୁ ଇସ୍ତଫା ଦେଲେଣି। କିନ୍ତୁ ରାଜ୍ୟ ସରକାର ଏଯାଏ ତାଙ୍କର ଇସ୍ତଫା ଗ୍ରହଣ କରି […]
ଭୁବନେଶ୍ୱର : ପୁଲିସ୍ କବଜାରେ ବେଆଇନ ପଥର ଖଣି ସହ ବ୍ରାଉନସୁଗାର କାରବାର ଗ୍ୟାଙ୍ଗ। ପଥର ଖଣିରୁ ବେଆଇନ ଇନକମ୍, ଇନଭେଷ୍ଟମେଣ୍ଟ ବ୍ରାଉନସୁଗାରରେ। ଦାମୀ କାରରେ ହେଉଥିଲା ସପ୍ଲାଏ। ସୋମବାର ରାତିରେ ପାକୁ ଗ୍ୟାଙ୍ଗକୁ ଧରିବା ପରେ ସାମନାକୁ ଆସିଛି ଏଭଳି ତଥ୍ୟ। ଗିରଫଙ୍କ ମଧ୍ୟରେ ଅଛନ୍ତି ମାଷ୍ଟର ମାଇଣ୍ଡ ସୋମନାଥ ଭୁଜବଳ ଓରଫ୍ ପାକୁ। ଏହାସହ ପାକୁଙ୍କ ୪ ସହଯୋଗୀଙ୍କୁ ମଧ୍ୟ କମିଶନରେଟ ପୁଲିସ ଗିରଫ କରିଛି। ଚକମା ଦେଇ ଖସି ପଳାଉଥିବାବେଳେ ସହିଦନଗର ଅଞ୍ଚଳରୁ […]
ବାରିପଦା/କରଞ୍ଜିଆ(ମାଣିକଲାଲ୍ ପାଣି/ସତ୍ୟବ୍ରତ ବେହେରା) : ସଂସାର କଣ ଜାଣି ନାହାନ୍ତି। ତାହା ପରେ ବି ମୁଣ୍ଡ ଉପରେ ସଂସାରର ବୋଝ। ଦୁଷ୍କର୍ମରେ ଶିକାର ହୋଇ ନାବାଳିକା ମାଆ ହେଲେ। ନାବାଳିକାଙ୍କ ଏପରି ଦୁଃଖ ସମୟରେ ହାତ ଟେକିଦେଲେ ପ୍ରଶାସନିକ ଅଧିକାରୀ। ଏପରିକି ଆଶା ଓ ଅଙ୍ଗନବାଡ଼ି କର୍ମୀ ନାବାଳିକାଙ୍କୁ କୌଣସି ସହାୟତା ଦେଲେ ନାହିଁ। ଓଲଟା ସେମାନେ ନାବାଳିକାଙ୍କ ବାପାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୂରା ଘଟଣା ଏମିତି। ଝିଅଟିର ନାଁ ଝୁମୁରୀ(ଛଦ୍ମନାମ)। ସପ୍ତମ ଶ୍ରେଣୀରେ […]
ଯାଜପୁର (ଅଭୟ ପତି) : ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ହୋଇଛି। ଅନେକେ ସ୍ଥାନରେ ବଡ଼ ବଡ଼ କୁଆପଥର ପଡିଥିବାର ଦେଖିବାକୁ ମିଳିଛି। ଯାଜପୁର ରୋଡ଼, କୋରେଇ, କଳିଙ୍ଗ ନଗର, କୁଆଖିଆ ଆଦି ସ୍ଥାନରେ କୁଆପଥର ମାଡ଼ରେ ଅନେକ ଘରର ଆଜବେଷ୍ଟସ କଣା ହୋଇଯାଇଥିବା ବେଳେ ଅନେକ ଗାଡ଼ିର କାଚ ଫାଟି ଯାଇଥିବା ଦେଖିବାକୁ ମିଳିଛି। ତେବେ କେହି ମୃତାହତ ହୋଇନଥିବା ଜଣାପଡିଛି।
ବରଗଡ଼ (ଦୀପକ ଶର୍ମା) : ବରଗଡ଼ ଜିଲ୍ଲାର ଜଣେ ବିଜେଡି ନେତାଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ। ପ୍ରେମ ପଟେଲ ନାମକ ଜଣେ ବିଜେଡି ନେତାଙ୍କ ଗାଡିରୁ ୧୨ ଲକ୍ଷ ନଗଦ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ। ଭଟଲି ବଉଲସିଂହାରୁ ଜବତ କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ। ଗାଡ଼ିଟି ବିଜେଡି ନେତା ପ୍ରେମ ପଟେଲ୍ଙ୍କର ବୋଲି ଜଣାପଡ଼ିଛି। ତେବେ ଏତେ ପରିମାଣର ଟଙ୍କା କାହାର ଏବଂ କେଉଁ ଉଦ୍ଦେଶ୍ୟରେ ବିଜେଡି ନେତାଙ୍କ ଗାଡ଼ିରେ ନିଆଯାଉଥିଲା, ସେନେଇ […]
ଭୁବନେଶ୍ୱର : ଓଡ଼ିଶା ରାଜନୀତିର ଟପ୍ ଫୋକସ୍ରେ କେନ୍ଦ୍ରାପଡ଼ା ଲୋକସଭା ଆସନ। ଦମଦାର ଫାଇଟ୍ ପାଇଁ ଏଠି ମଇଦାନକୁ ଓହ୍ଲାଇ ସାରିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ଯୋଦ୍ଧା। ହେଲେ ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ବିଜେଡି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ତୃତୀୟ ଥର ଲାଗି ପ୍ରାର୍ଥୀ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା। କ୍ରମାଗତ ବିଜେଡି ଆକ୍ରୋଶର ଶିକାର ହୋଇ ଗତ ମାସରେ ବିଜେପିରେ ସାମିଲ ହେବା […]
ଭୁବନେଶ୍ୱର : କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ଟ୍ୟାଗ୍ ଜିଓଗ୍ରାଫିକାଲ ଇଣ୍ଡିକେସନ ପଞ୍ଜୀକରଣ କାର୍ଯ୍ୟାଳୟ ପକ୍ଷରୁ ମାନ୍ୟତା ମିଳିଥିବା ନେଇ ସୂଚନା ଦିଆଯାଇଛି। ଜିଆଇ ମାନ୍ୟତା କନ୍ଧମାଳରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି ଆବେଦନ କରିଥିବା ସଂଗଠନ ‘କସମ୍’। କନ୍ଧମାଳ ଆପେକ୍ସ ସ୍ପାଇସେସ୍ ଆସୋସିଏସନ ଫର ମାର୍କେଟିଂ ବା KASAM ପକ୍ଷରୁ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲା MSME ମନ୍ତ୍ରାଳୟ ଅଧିନରେ ଥିବା CTTC। ଜିଆଇ […]
ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି। ରଥ ଖଳା ବେଶ୍ ଚଳଚଞ୍ଚଳ ରହିଛି। ପ୍ରାୟ ୭୦ଜଣ କାରିଗର ରଥ ନିର୍ମାଣ କାମରେ ଲାଗିଛନ୍ତି। ଚାରି ନାହାକା ଏବଂ ୨ଟି ଓରା ଚଳିତବର୍ଷ ସଂପୂର୍ଣ୍ଣ ନୂଆ ତିଆରି ହେଉଛି। ପ୍ରଥମ ପର୍ଯ୍ୟାୟରେ ଚକ ପ୍ରସ୍ତୁତି ହେଉଛି। ଏପ୍ରିଲ୍ ୧୨ ତାରିଖ ସୁଦ୍ଧା ସଂପୂର୍ଣ୍ଣ ରଥ କାମ ଶେଷ ହେବ ବୋଲି ମହାରଣା ସେବାୟତ ଅଖିଳ କୁମାର ମହାରଣା […]
ବଣାଇଗଡ଼ ( ରଣଜିତ୍ ଚୌଧୁରୀ) : ସୁନ୍ଦରଗଡ ଜିଲ୍ଲା ପାଟମୁଣ୍ଡା ରାଣୀଶାଳ ଜଙ୍ଗଲରୁ ଖଣି ଚୋରା ଚାଲାଣ ବେଳେ ଧରାପଡିଲା ଅଭିଯୁକ୍ତ। ଗତକାଲି ରାତିରେ ଜଙ୍ଗଲରୁ ମାଙ୍ଗାନିଜ ଚୋରା ଚାଲାଣ କରୁଥିବା ବେଳେ ରାଣୀଶାଳ ଗାଁର କିଛି ଲୋକ ଗାଡ଼ିକୁ ପିଛା କରିଥିଲେ। ସାନଇନ୍ଦିପୁର ଛକ ଠାରେ ବୋଲେରୋକୁ ଅଟକାଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଥିବାବେଳେ କେଣ୍ଡୁଲିନା ନାମକ ବ୍ୟକ୍ତିକୁ ଅଟକ ରଖି ଲୋକେ ପୁଲିସର ଜିମା ଦେଇଥିଲେ। ଗିରଫ କେଣ୍ଡୁଲିନାଙ୍କ ଘର କେନ୍ଦୁଝର ଜିଲ୍ଲା ଗୁରୁଡା […]
ଜଳେଶ୍ୱର(ଅଜିତ୍ ଦାସ) : ସମାଧାନ ହେବାର ନା ଧରୁନି ଓଡିଶା-ପଶ୍ଚିମବଙ୍ଗର ସୀମା ନିର୍ଦ୍ଧାରଣ ବିବାଦ। ବାଲେଶ୍ୱର ଭୋଗରାଇ ଉଦୟପୁର ବେଳାଭୂମିକୁ ପଶ୍ଚିମବଙ୍ଗ ନିଜ ଅକ୍ତିଆରକୁ ନେବା ପାଇଁ ବିଭିନ୍ନ ରଣନୀତି ଓ କୌଶଳ କରି ଚାଲିଛି। ଜଳେଶ୍ୱର ତହସିଲ ଅନ୍ତର୍ଗତ ମାଙ୍କିଡିଆ ଠାରୁ ଭୋଗରାଇ ଉଦୟପୁର ପର୍ଯ୍ୟନ୍ତ ପାଖାପାଖି ୮୪ଟି ଗାଁ ସୀମା ବିବାଦ ଭିତରେ ଘାଣ୍ଟି ହେଉଛନ୍ତି। ଖାଲି ସେତିକି ନୁହେଁ, ସୀମା ନିର୍ଦ୍ଧାରଣ ଖୁଣ୍ଟକୁ ପଶ୍ଚିମବଙ୍ଗ ସରକାର ଗତ ତିନି ବର୍ଷ ତଳେ ଭାଙ୍ଗି […]
ଭଞ୍ଜନଗର ( ପ୍ରଦୀପ ସ୍ୱାଇଁ) : ବଜ୍ରପାତ ନେଲା ୨ ଜୀବନ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବଜ୍ରାଘାତ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇଜଣ ବେଲଗୁଣ୍ଠା ଆଇଟିଆଇ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ସେମାନେ ହେଲେ ସୁତୁମସରା ଗାଁର ଦୀପକ ଦଳାଇ ଓ ପୋଲାର ଗାଁର ଦ୍ୱିତୀକୃଷ୍ଣ ସାହୁ। ଆହତ ଦୁଇ ଜଣଙ୍କୁ ସ୍ଥାନୀୟ ବେଲଗୁଣ୍ଠା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଠେଙ୍ଗାଧର-ମନ୍ଦାର ରାସ୍ତାରେ ୨ଟି […]
ଭୁବନେଶ୍ୱର : ନିର୍ବାଚନୀ ତାତି ସାଙ୍ଗକୁ ତାଳ ଦେଇ ବଢ଼ୁଛି ଗ୍ରୀଷ୍ମର ତାତି। ଉପାନ୍ତରୁ ଉପକୂଳ ସବୁଠି ଗ୍ରୀଷ୍ମ ପ୍ରବାହ ଅନୁଭୁତି ହୋଇଛି। ଫଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ତେବେ ୪୨ ଡିଗ୍ରୀ ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର ରହିଛି। ଏହାପଛକୁ ରହିଛି ମାଲକାନଗିରି। ଏଠାରେ ତାପମାତ୍ରା ୪୧ ଡିଗ୍ରୀ ରହିଛି। ସେହିପରି ତାଳଚେରରେ ୪୦.୬, ଭବାନୀପାଟଣାରେ ୪୦.୨, ଅନୁଗୋଳରେ ୪୦.୧, ବଲାଙ୍ଗିରରେ ୪୦, […]
ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): କଥା କଥାରେ ହସର ଫୁଆରା ଛୁଟାଉଥିବା ସିଦ୍ଦୁ ଆଜି ବି ହସେଇଲା ଭଳି କଥା ପଦେ କହିଛନ୍ତି। ଯାହାକୁ ଶୁଣି ଆପଣ ବି ତାଙ୍କ ଷ୍ଟାଇଲରେ କହିବେ “ଠୋକୋ ତାଲି” । ଆମେ ଆପଣଙ୍କୁ AICCI ବୈଠକ ସମ୍ପର୍କରେ କହିବାକୁ ଯାଉଛୁ। ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଦୁ କଂଗ୍ରେସର ଏହି ୮୪ତମ ମହାଧିବେଶନରେ ଯୋଗଦେଇ ୨୦୧୯ ସାଧାରଣ ନିର୍ବାଚନ କଥା ଉଠାଇଛନ୍ତି। ସିଦ୍ଦୁ ଭାଷଣ ଛଳରେ କହିଛନ୍ତି “କଂଗ୍ରେସ ମୁଖିଆ […]
କଟକ (ବିବର୍ତ୍ତନ ପଣ୍ଡା) : ସୁପ୍ରିମ୍କୋର୍ଟ ପୂର୍ବତନ ଚିଫ୍ ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଇନ୍ କ୍ଷେତ୍ରରେ ଜଷ୍ଟିସ୍ ମିଶ୍ରଙ୍କୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଛି। ଗତ ୨୮ ତାରିଖରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ଉତ୍ସବରେ ଜଷ୍ଟିସ୍ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ତେବେ ଏହି ସମ୍ମାନକୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦ ଜଷ୍ଟସ୍ ମିଶ୍ରଙ୍କୁ ତାଙ୍କ କଟକ […]
ଆଳି (ବନମାଳୀ ସାହୁ) : ଗରିବ ଅସହାୟ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ସରକାରଙ୍କ ବସୁନ୍ଧରା ଯୋଜନା କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଗୋପାଳଜୀଉପାଟଣା ଗାଁର ନିରାକାର ତରାଇଙ୍କ ପାଇଁ ଯୋଜନା ଦିଗହରା। ୪ଟି ସନ୍ତାନକୁ ନେଇ ଦୀର୍ଘ ୨୦ ବର୍ଷ ହେବ ରାସ୍ତା କଡ଼ରେ ମାଟି ଝୁମ୍ପୁଡି ଘରେ ରହିଆସୁଛନ୍ତି ନିରାକାର। ହେଲେ ରାସ୍ତା ପ୍ରଶସ୍ତିକରଣ ପାଇଁ ତାଙ୍କୁ ସେଠାରୁ ଉଠିବାକୁ ବାଧ୍ୟ କରାଯାଉଛି। ତାଙ୍କର ଝିଅ ଜଣେ ମାନସିକ ବିକାରଗ୍ରସ୍ତ। ଏଭଳି […]
ଭୁବନେଶ୍ୱର : ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷାବ୍ୟବସ୍ଥାକୁ ନେଇ ନବୀନ ସରକାର ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି, ନିୟମ ଅନୁସାରେ ୩୦ ପିଲାଙ୍କ ପାଇଁ ଜଣେ ଶିକ୍ଷକ ରହିବା କଥା, ୬୬% ସରକାରୀ ସ୍କୁଲରେ ଏହି ନିୟମ ପାଳନ ହୋଇନାହିଁ। ୭% ସରକାରୀ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ପାଠ ପଢ଼ାଉଛନ୍ତି। ୩୦ ହଜାର ପ୍ରାଥମିକ ବିଦ୍ୟାଳୟରେ ଅଛନ୍ତି କାମଚଳା ପ୍ରଧାନଶିକ୍ଷକ। ୫୩ ହଜାର ୨୫୨ଟି […]
ମୟୂରଭଞ୍ଜ : ମୟୂରଭଞ୍ଜ ,କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ଗାଁରେ ଥିବା ଏକ ଓଭରହେଡ ପାଣି ଟାଙ୍କିରେ ମୃତଦେହ ଠାବ ହୋଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକମାନେ ଏହି ପାଣି ଟାଙ୍କିରୁ ନିୟମିତ ପାଣି ପିଅନ୍ତି। ଏଣୁ ଏହା ଭିତରୁ ମୃତଦେହ ବାହାରିବା ପରେ କେମିତି ପାଣି ପିଇବେ ସେନେଇ ଚିନ୍ତିତ ଗ୍ରାମବାସୀ। ପାଣି ପିଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ […]
ପୁରୀ( ମଧୁସୂଦନ ମିଶ୍ର ) : ପୁରୀ ବଡ଼ ଡାକ୍ତରଖାନାରେ ଅଭାବନୀୟ ଘଟଣା। ଚିକିତ୍ସାବେଳେ ଅପରେସନ ଥିଏଟରରେ ନାବାଳକଙ୍କୁ ଡ଼ାକ୍ତର ମାଡ଼ ମାରିଥିବା ଅଭିଯୋଗ। ଡାକ୍ତର ପି.କେ ଜେନାଙ୍କ ମାଡ଼ରେ ନାବାଳକଙ୍କର ଥୋଡି ଫାଟଯିବା ସହ ଆଖି ଫୁଲିଯାଇଛି। ଏନେଇ ନାବାଳକଙ୍କର ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଅର୍ଜୁନ ମାନସିଂହ ତାଙ୍କ ନାବାଳକଙ୍କ ପୁଅକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ। ଅପରେସନ୍ ପାଇଁ ଇଞ୍ଜେକସନ ଦିଆଯିବା ପରେ ନାବାଳକ […]
ପୁରୀ ( ମଧୁସୂଦନ ମିଶ୍ର) : ପୁରୀ ସଂସଦୀୟ କ୍ଷେତ୍ର ପାଇଁ ଆଜି କଳିଙ୍ଗ ସେନା ପକ୍ଷରୁ ସବ୍ୟସାଚୀ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି କଳିଙ୍ଗ ସେନା କର୍ମୀଙ୍କ ସହ ସବ୍ୟସାଚୀ ଆସି ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ନିକଟରେ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଶେଷ କରି ପୁରୀର ବିକାଶ, ଯୁବପିଢିଙ୍କୁ ନିଯୁକ୍ତି ସହ କଳାଧନ ଦୁର୍ନୀତି ବିରୋଧରେ ଲଢେଇ କରାଯିବ ବୋଲି ସେ କହିଛନ୍ତି।
ଅନୁଗୁଳ ( ବିରଜାଜ ଦାସ) : ମହଙ୍ଗା ପଡ଼ିଲା ଶିକ୍ଷୟତ୍ରୀଙ୍କୁ ଦୁର୍ବ୍ୟବହାର। ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିଛନ୍ତି ଭାରପ୍ରାପ୍ତ ପ୍ରଧାନଶିକ୍ଷକ। ଏଭଳି କିଛି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକର। ସ୍ଥାନୀୟ କନ୍ଧପଡ଼ା ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନେଶ୍ୱର ବିଶ୍ୱାଳ ସେହି ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ଦୁର୍ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗକାରିଣୀ ଶିକ୍ଷୟତ୍ରୀ ସ୍କୁଲ ପରିସରରେ ଧାରଣା ଦେଇଥିଲେ। ଯାହାପରେ ନିଜ ଭୁଲ ମାନି କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନଶିକ୍ଷକ।
ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଅଧ୍ୟକ୍ଷା ରୀତାଞ୍ଜଳି ହାତୀ ଆଜି ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଦେଢ଼ମାସ ହେଲା ବିଡିଓ ପଦବୀ ଖାଲି ପଡ଼ିଥିବା ପ୍ରତିବାଦରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ବିଡିଓଙ୍କ ବଦଳି ପରେ ରିଆମାଳ ତହସିଲଦାର ବିମଳା ବିରୁଡ଼ିଙ୍କୁ ଅସ୍ଥାୟୀ ଭାବେ ଏହି ପଦବୀରେ ଅବସ୍ଥାପିତ କରାଯାଇଛି। ମାତ୍ର ସେ କୌଣସି ଫାଇଲ୍ ଓ କାଗଜପତ୍ରରେ ଦସ୍ତଖତ କରୁ ନଥିବାରୁ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ଆଗେଇ ପାରୁନାହିଁ। ଇନ୍ଦିରା […]