ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ‘ଫୋନି’ର ପ୍ରଭାବ ଜଗତସିଂହପୁରରେ ମଧ୍ୟ ପଡିଛି। ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇ କ୍ଷୁବ୍ଧ ହୋଇଛନ୍ତି ଏଠାକାର କ୍ଷତିଗ୍ରସ୍ତ। ବିରିଡି ବ୍ଲକ୍ର ଅନେକ ଲୋକ ଆଜି ପ୍ରତିବାଦରେ ବ୍ଲକ୍ ଓ ତହସିଲ ଅଫିସ୍ ଘେରାଉ କରିଥିଲେ। ଏପରିକି ତହସିଲ ଅଫିସ୍ରେ ଧସେଇ ପଶିଥିଲେ ଏବଂ ତାଲା ମଧ୍ୟ ପକାଇ ଦେଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍କୁ ଡାକିବାକୁ ପଡିଥିଲା। ତେବେ ଉତ୍ତ୍ୟକ୍ତ ଲୋକ ପୁଲିସ୍ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ଧସ୍ତାଧସ୍ତି […]
ପୁରୀ : ବାତ୍ୟା ଫୋନି ପ୍ରକୋପରୁ ବାଦ୍ ପଡିନି ଶ୍ରୀମନ୍ଦିର। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ଦ୍ୱାରପାଳଙ୍କ ମଧ୍ୟରୁ ଜୟଙ୍କ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦକ୍ଷିଣ, ପଶ୍ଚିମ ପାର୍ଶ୍ୱ ଉପରେ ଥିବା ୨ଟି ସିଂହ ମୂର୍ତ୍ତିର ମଧ୍ୟ କ୍ଷତି ହୋଇଛି। ମନ୍ଦିରର ମରାମତି କାମ ପାଇଁ ASI ପକ୍ଷରୁ ଲାଗିଥିବା ଲୁହା ଭାରା ପବନରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଲୁହାଭାରା ଭୁଶୁଡ଼ି ପଡ଼ିବାରୁ ତଳେ ଥିବା ସାକ୍ଷୀଗୋପାଳ ଓ […]
ଭୁବନେଶ୍ୱର : ବାତ୍ୟା ‘ଫୋନି’ ବିପର୍ଯ୍ୟୟ ଆଣିବ। ଏକଥା ରାଜ୍ୟ ସରକାର ଜାଣିଥିଲେ। ତେଣୁ ଏହାର ମୁକାବିଲା ପାଇଁ ବସୁଥିଲା ଘନ ଘନ ବୈଠକ। ସେହି ସମୟରେ ସରକାର କହିଥିଲେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ଆଉ ତା’ପରେ ଜିରୋ କାଜୁଆଲିଟିରେ କାମ ଆରମ୍ଭ ହୋଇଥିଲା। ୧୨ ଆଇଏଏସ୍ ଓ ୧୧ ଆଇପିଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଲେ ସରକାର। ହେଲେ ସବୁ ପ୍ରସ୍ତୁତି ମଧ୍ୟରେ ‘ଫୋନି’ ନେଇଗଲା ଅନେକ ଜୀବନ। ମୃତ୍ୟୁ ସଂଖ୍ୟା ଏକ ଅଙ୍କରେ ଥିବା […]
ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶାରେ ହେବାକୁ ଥିବା ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ସାଇକ୍ଲୋନ ଫୋନି ଜନିତ କ୍ଷୟକ୍ଷତି ଯୋଗୁଁ ରାଜ୍ୟ ସରକାର ଓ ବିଭିନ୍ନ ବିଭାଗ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତେଣୁ ଏଭଳି ସ୍ଥିତିରେ ନିଟ୍ ପରୀକ୍ଷା ଆୟୋଜନ କରାଯିବା କଷ୍ଟକର ବ୍ୟାପାର। ତେଣୁ ବର୍ତ୍ତମାନ ପାଇଁ ପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏହାକୁ ସ୍ଥଗିତ ରଖାଯାଇଛି ବୋଲି ଉଚ୍ଚଶିକ୍ଷା […]
କଟକ : କଟକ ଜିଲ୍ଲାରେ ଫୋନି ପ୍ରଭାବରେ ଆଉ ଜଣଙ୍କର ମୃତ୍ୟୁ। ଚୌଦ୍ୱାର ମହିଷାଲଣ୍ଡା ବନ୍ତ ଗାଁରେ କାନ୍ଥ ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ଲକ୍ଷ୍ମୀ ଦେହୁରୀ। ଗତକାଲି ଝଡ଼ବର୍ଷା ହେବାବେଳେ ଗାଁ ଲୋକେ ସମସ୍ତେ ଆଶ୍ରୟସ୍ଥଳୀକୁ ପଳାଇଥିଲେ। ଲକ୍ଷ୍ମୀଙ୍କ ସ୍ୱାମୀ ମଧ୍ୟ ଘର ଛାଡ଼ି ପଳାଇଥିଲେ ; ହେଲେ କୌଣସି କାରଣରୁ ଲକ୍ଷ୍ମୀ ରହି ଯାଇଥିଲେ। ସକାଳୁ ପଡ଼ିଯାଇଥିବା କାନ୍ଥ ତଳୁ ଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ବାରିପଦା (ମାଣିକଲାଲ ପାଣି): ବାତ୍ୟା ‘ଫୋନି’ ନେଲା ୪ ଜୀବନ! ଗତକାଲି ‘ଫୋନି’ ପ୍ରଭାବରେ ହୋଇଥିବା ପବନରେ ଗଛ ପଡ଼ି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ଦୁଇ ଜଣ ଯୁବକ ବାଇକ୍ରେ ବାରିପଦା ସହର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଯାଉଥିବା ବେଳେ ବେଳେ ସେମାନଙ୍କ ଉପରେ ଗୋଟିଏ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ସେହିପରି ମୁର୍ଗାବାଡ଼ି ଅଞ୍ଚଳରେ ଦୋକାନ ଉପରେ ଗଛ ଉପୁଡ଼ିବାରୁ ଦୋକାନୀଙ୍କ […]
ଭୁବନେଶ୍ୱର : ଆଜି ସକାଳ ସାଢେ ୮ଟା ବେଳେ ପୁରୀ ସହର ପାଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଫୋନି’। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦିନ ୧୨ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏବେ ଘଣ୍ଟାକୁ ୨୩ କି.ମି ବେଗରେ ଗତି କରୁଛି ‘ଫୋନି’। ଲ୍ୟାଣ୍ଡଫଲ୍ ବେଳେ ୧୭୦ରୁ ୧୮୦ କିମି ବେଗରେ ପବନ ବହିବ। ସ୍ଥଳ ବିଶେଷରେ ପବନ ବେଗ ୨ଶହ କିମି ପର୍ଯ୍ୟନ୍ତ ହୋଇପାରେ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ। ସେ କହିଛନ୍ତି-“ଲ୍ୟାଣ୍ଡଫଲ୍ […]
ଭୁବନେଶ୍ୱର : ବାତ୍ୟା ଫୋନି ଏବେ ପୁରୀ ମୁହାଁ । ଭୟଙ୍କର ରୂପ ନେଇ ଘଣ୍ଟା ପ୍ରତି ୧୭ କି.ମି ବେଗରେ ଏହା ସ୍ଥଳଭାଗକୁ ମାଡିଆସୁଛି। ପୁରୀରୁ ଏବେ ୨୦୦କି.ମି ଦୂରରେ ଅଛି। ସୂଚନା ମୁତାବକ, ପୁରୀ ପାଖାପାଖି ଅଂଚଳରେ ଫୋନି ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ୧୭୦ରୁ ୧୮୦କି.ମି ରହିବା ସମ୍ଭାବନା। ଆଜି ସକାଳ ୮ରୁ ୧୦ଟା ଭିତରେ ସ୍ଥଳଭାଗ ଛୁଇଁବ ବାତ୍ୟା ଫୋନି। ଭୁବନେଶ୍ୱର ଓ କଟକରେ ୧୦୦ରୁ ଅଧିକ କି.ମି ବେଗରେ […]
ପୁରୀ ଠାରୁ ୧୬୦ କି.ମି ଦୂରରେ ବାତ୍ୟା ଫୋନି । ପାରାଦୀପରେ ୧୨, ଚାନ୍ଦବାଲି ଓ ବାଲେଶ୍ୱରରେ ୮ ମିଲିମିଟର ବର୍ଷା ହୋଇଛି। ପୁରୀରେ ୬୫ ଓ ଭୁବନେଶ୍ୱରରେ ୧୮ ମିଲିମିଟର ବର୍ଷା ହୋଇଛି। ପାରାଦୀପରେ ୧୨, ଚାନ୍ଦବାଲି ଓ ବାଲେଶ୍ୱରରେ ୮ ମିଲିମିଟର ବର୍ଷା ହୋଇଛି। ଆଜି ସକାଳ ୮ରୁ ୧୦ଭିତରେ ଛୁଇଁବ ସ୍ଥଳଭାଗ ଉତ୍ତର ପୁରୀ-ଦକ୍ଷିଣ ରମ୍ଭା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ‘ଫୋନି’ : IMD ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ‘ଫୋନି’ର […]
ଭୁବନେଶ୍ୱର : ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଫୋନି। ସର୍ବସାଧାରଣଙ୍କ ଅବଗତ ପାଇଁ ୩୦ଟି ଜିଲ୍ଲାରେ ଜରୁରୀକାଳୀନ କଣ୍ଟ୍ରୋଲ ନମ୍ୱର ଖୋଲିଛନ୍ତି ସରକାର। ଜିଲ୍ଲା ଯୋଗାଯୋଗ ନମ୍ୱର ଅନୁଗୋଳ ୦୬୭୬୪-୨୩୦୯୮୦ ବାଲେଶ୍ୱର ୦୬୭୮୨-୨୬୨୨୮୬, ୨୬୨୬୪୭ ବରଗଡ଼ […]
କଲ୍ୟାଣସିଂହପୁର (ମାଉଡି ବାରିକ): ବାତ୍ୟା ‘ଫୋନି’ ପାଇଁ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଏହି ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାୟଗଡ଼ା ସିଡିଏମ୍ଓ ଡାକ୍ତର ଶିବପ୍ରସାଦ ପାଢ଼ୀଙ୍କୁ ସସ୍ପେଣ୍ଡ କରାଯାଇଛି। ଏସ୍ଆର୍ସି ତାଙ୍କୁ ଆଜି ସସ୍ପେଣ୍ଡ କରିଛନ୍ତି। ରାୟଗଡ଼ା ଏଡିଏମ୍ଓ ଡାକ୍ତର ଶକ୍ତି ମହାନ୍ତିଙ୍କୁ ସିଡିଏମ୍ଓ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ, ଡାକ୍ତର ପାଢ଼ୀ କିଛି ଦିନ ତଳେ ଛୁଟି ନେଇ ରାଜ୍ୟ ବାହାରକୁ ଯାଇଥିଲେ। ଏହି ସମୟରେ ସାମୁଦ୍ରିକ ଝଡ଼ ‘ଫୋନି’ […]
ଭୁବନେଶ୍ୱର : ବାତ୍ୟା ‘ଫୋନି’ ପାଇଁ ପୂର୍ବତଟ ରେଲୱେ ଆଜି ଆଉ ୪୦ଟି ଟ୍ରେନ୍ ବାତିଲ କରିଛି। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦେଖି ପୂର୍ବତଟ ରେଲୱେ ଏପରି ପଦକ୍ଷେପ ନେଇଛି। ଆଜି ପାଇଁ ୩ଟି, ଆସନ୍ତାକାଲି ୨୧ଟି ଓ ୪ ତାରିଖ ପାଇଁ ୧୬ଟି ଟ୍ରେନ ବାତିଲ କରାଯାଇଛି। ସେହିପରି ବିଶାଖା ଏକ୍ସପ୍ରେସ୍କୁ ୨ ପାର୍ଶ୍ୱରୁ ଆଂଶିକ ବାତିଲ ବାତିଲ କରାଯାଇଛି। ଉଲ୍ଲେଖନୀୟ ଯେ, ପୂର୍ବରୁ ପୂର୍ବତଟ ରେଲୱେ ୧୦୭ଟି ଟ୍ରେନ ବାତିଲ କରିଛି। ଏଥିସହ […]
ଭୁବନେଶ୍ୱର : ବାତ୍ୟା ଫୋନିକୁ ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଣ ବିଭାଗ। ଫୋନିକୁ ନେଇ ପ୍ରଭାବିତ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ, ୟଲୋ ଏବଂ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଓ ଆସନ୍ତାକାଲି ମଧ୍ୟରେ ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଏବଂ କନ୍ଧମାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଆସନ୍ତାକାଲି ଓ ୪ ତାରିଖ ପର୍ଯ୍ୟନ୍ତ ୧୭ ଜିଲ୍ଲା ପାଇଁ […]
ଭୁବନେଶ୍ୱର : ବାତ୍ୟା ଫୋନିକୁ ଲକ୍ଷ୍ୟ ରଖି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚଳାଚଳ କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ସମସ୍ତ ବିମାନକୁ କାଲି ପାଇଁ ବାତିଲ କରି ଦିଆଯାଇଛି। ଭୁବନେଶ୍ୱରକୁ ଆସୁଥିବା ଓ ଭୁବନେଶ୍ୱରରୁ ଅନ୍ୟସ୍ଥାନକୁ ଯାଉଥିବା ସମସ୍ତ ୨୪ଟି ବିମାନକୁ ଇଣ୍ଡିଗୋ ଏୟାରଲାଇନ୍ସ ବାତିଲ କରିଦେଇଛି। ଏହାଫଳରେ ଆସନ୍ତାକାଲି ଇଣ୍ଡିଗୋର ସମସ୍ତ ବିମାନ ଚଳାଚଳ ବନ୍ଦ ରହିବ।
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବରେ ଢେଙ୍କାନାଳରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା କାଲି ଢେଙ୍କାନାଳକୁ ରେଡ୍ ୱାର୍ଣ୍ଣି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ସହ ରିଲିଫ୍ ସାମଗ୍ରୀ ପହଁଞ୍ଚାଯିବା ଉପରେ ଧ୍ୟାନ ଦିଆଯାଉଛି। ଅନ୍ୟପକ୍ଷେ, ଫୋନି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ ବର୍ଷା ଆରମ୍ଭ ହୋଇଯାଇଛି। ରାଜଧାନୀ ଭୁବନେଶ୍ୱର, ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁର […]
ନୂଆଦିଲ୍ଲୀ : ସାମୁଦ୍ରିକ ଝଡ଼ ଫୋନିର ମୁକାବିଲା ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଖାଦେବାକୁ ଥିବା ପରିସ୍ଥିତିର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପ୍ରଭାବିତ ହେବାକୁ ଥିବା ରାଜ୍ୟ ସହ ସମନ୍ୱୟ ରକ୍ଷା କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ସହ ଯଥା ସମ୍ଭବ ଉଦ୍ଧାର କାର୍ଯ୍ୟ କରିବାକୁ କହିଛନ୍ତି। […]
ଭଦ୍ରକ : ମଦମୃତ୍ୟୁ ବିଭୀଷିକାରୁ ମୁକୁଳିପାରୁନି ଭଦ୍ରକ ଜିଲ୍ଲାର ତିହିଡ଼ି ଅଞ୍ଚଳ। ଭୋଟ୍ ପୂର୍ବରାତିର ମଜ୍ଲିସ୍, ଆତଙ୍କ ଖେଳାଇଦେଇଛି ପୀରହାଟ ନୂଆସାହିରେ। ଗତରାତିରେ ଆଉ ୨ ଜଣ ଆଖିବୁଜିବା ପରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ଏପଟେ ଶତାଧିକ ଅସୁସ୍ଥଙ୍କ ଭିତରୁ ୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୫ ଜଣ ଭଦ୍ରକ ମେଡିକାଲ୍ରେ ଓ ୭ରୁ ଅଧିକ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍ରେ ଏବେବି ଚିକିତ୍ସାଧୀନ ଅଛନ୍ତି। ତେବେ କେଉଁଠୁ ଆସିଲା […]
ପୁରୀ : କାଲି ଦିନ ୧୨ଟା ସୁଦ୍ଧା ପୁରୀ ଜିଲ୍ଲାରୁ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଚିଲିକା ଭିତରେ ଥିବା ଓ ଏହାକୁ ଲାଗି ରହିଥିବା ସବୁ ଗାଁ ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ। ପୁରୀର ବିଭିନ୍ନ ହୋଟେଲର ତଳ ମହଲାରେ ଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ। ମୁହାଣ ନିକଟବର୍ତ୍ତୀ ଗାଁର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ପୁରୀ ଜିଲ୍ଲା […]
ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ। ଆସନ୍ତାକାଲି ସନ୍ଧ୍ୟାରୁ ଭଦ୍ରକ ଓ ବିଜୟନଗରମ୍ ମଧ୍ୟରେ ୮୧ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ। ଏହା ସହ ଦୁଇଟି ଟ୍ରେନ୍ର ଗତିପଥ ବଦଳାଇ ଦିଆଯାଇଛି। ଗତିପଥ ବଦଳି ଥିବା ଦୁଇଟି ଟ୍ରେନ୍ ହେଉଛି ବେଙ୍ଗାଳୁରୁ କ୍ୟାଣ୍ଟ-ଗୁଆହାଟି ଏକ୍ସପ୍ରେସ୍ ଏବଂ ବିଶାଖାପାଟଣାରୁ ଅମ୍ରିତସର ଯାଉଥିବା ହୀରାକୁଦ ଏକ୍ସପ୍ରେସ୍। ସେହିଭଳି ଭୁବନେଶ୍ୱରରୁ ପୁରୀ ପାଇଁ ଗତକାଲି ସଂଧ୍ୟାରେ ଟ୍ରେନ ଚଳାଚଳ କରିବ ନାହିଁ। ହାୱଡ଼ାରୁ ଚେନ୍ନାଇ ପାଇଁ କରମଣ୍ଡଳ […]
ଭୁବନେଶ୍ୱର : ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’। ସମୟ ଯେତିକି ଅତିବାହିତ ହେଉଛି, ମନରେ ଦକ ସେତିକି ବଢୁଛି। ବିଶାଖାପାଟଣା ଠାରୁ ୩୯୦ ଓ ପୁରୀଠାରୁ ୬୫୦କିଲୋମିଟର ଦୂରରେ ଥିବା ଫୋନି ଏବେ ଘଣ୍ଟାକୁ ୬ କିଲୋମିଟର ବେଗରେ ଆଗକୁ ବଢୁଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ଓଡ଼ିଶା ମୁହାଁ ହେବା ଆଶଙ୍କା ରହିଛି। ପୁରୀର ନିକଟରେ ଓ ଗୋପାଳପୁର-ଚାନ୍ଦବାଲି ମଧ୍ୟରେ ଫୋନି ଓଡ଼ିଶା ଉପକୂଳ ଅତିକ୍ରମ […]
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଫୋନି ଲାଗି ଟ୍ରେନ୍ ସେବା ପ୍ରଭାବିତ ହେବ। ଏଥିଲାଗି ୭୪ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଟ୍ରେନ୍ ସେବା ବାତିଲ୍ କରାଯାଇଛି। ସୂଚନା ମୁତାବକ, ଆସନ୍ତା କାଲି ଠାରୁ ଭଦ୍ରକ-ବିଜୟନଗର ମଧ୍ୟରେ ରେଳ ଚଳାଚଳ ସ୍ଥଗିତ ରହିବ ଏବଂ ଭୁବନେଶ୍ୱର ଓ ପୁରୀ ଅଭିମୁଖେ ଆସୁଥିବା ସବୁ ଟ୍ରେନ୍, ହାୱଡ଼ାରୁ ଇଷ୍ଟକୋଷ୍ଟ ଓ କରମଣ୍ଡଳ ଏକ୍ସପ୍ରେସ୍ ,ହାୱଡ଼ାରୁ ପୁରୀ ଅଭିମୁଖେ […]
ଭୁବନେଶ୍ୱର : ବାତ୍ୟା ‘ଫୋନି’ ପାଇଁ ଅଧିକ ଫୋର୍ସ ସଜାଗ ରହିବା ସହ IPSଙ୍କ ଛୁଟି ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି DGP। ବାତ୍ୟା ‘ଫୋନି’ର ମୁକାବିଲା ସହ ରିଲିଫ, ଥଇଥାନ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ୧୧ଜଣ ଆଇପିଏସ ଅଧିକାରୀଙ୍କୁ ୧୧ଟି ଜିଲ୍ଳାର ଦାୟିତ୍ୱ ଦିଆଯାଇଛି। ଏଡିଜି (ସିଆଇଡି କ୍ରାଇମବ୍ରାଞ୍ଚ) ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଯାଜପୁର, ରେଳବାଇ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଜଗତସିଂହପୁର, ପୋଲିସ ଆଧୁନିକୀକରଣ ଏଡିଜି ବିନୟ ତୋଷ […]
ଭୁବନେଶ୍ୱର : ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫୋନି’ ପାଇଁ ବିପିୟୁଟି ଅଧୀନରେ ଥିବା ୧୬୪ କଲେଜର ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨, ୩ ଓ ୪ ତାରିଖରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ଘୁଞ୍ଚାଇ ଦିଆଯାଇଛି। ଉକ୍ତ ପରୀକ୍ଷାଗୁଡ଼ିକ ଯଥାକ୍ରମେ ମେ’ ୨୫, ୨୭ ଓ ୨୮ରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ‘ଫୋନି’ ପାଇଁ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ଭୁବନେଶ୍ୱର : ଓଡ଼ିଶାକୁ ସାମୁଦ୍ରିକ ଝଡ଼ ‘ଫୋନି’ ଭୟ। ଭୀଷଣ ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡି ଆସୁଛି ବାତ୍ୟା ‘ଫୋନି’। ଏଥିନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା କୌଣସି କର୍ମଚାରୀ ଛୁଟିରେ ଯାଇପାରିବେନି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଛୁଟିରେ ଯାଇଥିବା ଅଧିକାରୀ ଜିଲ୍ଲା ମୁଖ୍ୟରେ ଆସି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୁରୀ : ପୁରୀ ନିକଟରେ ବାତ୍ୟା ଫୋନି ଲ୍ୟାଣ୍ଡ ଫଲ୍ କରିବା ସଂଭାବନା ଥିବାରୁ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶସାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାତ୍ୟାରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଆସନ୍ତା କାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା ବାନ୍ଧିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଅଧିକ ଜରୁରୀ ପରିସ୍ଥିତିରେ ଶ୍ରୀଜିଉଙ୍କ ନୀତି ସଂପାଦନ ବ୍ୟାହତ ନହେବା ପାଇଁ ଅନ୍ୟ ଏକ […]