ସୋନପୁର (ରବିନ୍ଦ୍ର ହୋତା) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ରେ ଝାଡ଼ାବାନ୍ତିରେ ୪୧ ଆକ୍ରାନ୍ତ। ଜନମୁରା ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨୩ ଜଣ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି। ଅନ୍ୟ ଆକ୍ରାନ୍ତମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତିର କାରଣ ସ୍ପଷ୍ଟ ହୋଇନାହିଁ। ଲୋକମାନେ ଖୋଲା ପୋଖରୀ ଓ କୂଅରୁ ପାଣି ପିଉଥିବାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି […]
କଟକ ( ପ୍ରଭାତ ବିଷୋୟୀ) : ନିୟମିତ ଟ୍ରେନ୍ ବିଳମ୍ବରେ ଛାଡ଼ିବା ପ୍ରତିବାଦରେ ହୋଇଥିବା ରେଳ ରୋକ୍ ପ୍ରତ୍ୟାହୃତ ହୋଇଛି। କପିଳାସ ରୋଡ୍ ଓ ନିର୍ଗୁଣ୍ଡି ମଧ୍ୟରେ ରେଲୱେ ଟ୍ରାକ୍ ଉପରେ ଧାରଣାରେ ବସିଥିଲେ ଉତ୍ତ୍ୟକ୍ତ ଲୋକେ। ଫଳରେ ଉଭୟ ଦିଗରେ ୫ଟି ଟ୍ରେନ୍ ଅଟକି ରହିଥିଲା। ସେହିପରି ଅଧାବାଟରେ ଅଟକି ରହିଥିଲା ଭଦ୍ରକ-ଭୁବନେଶ୍ୱର ଡିଏମ୍ୟୁ। ପୁରୀ ଏକ୍ସପ୍ରେସ୍ ଓ ନନ୍ଦନକାନନ ଏକ୍ସପ୍ରେସ ବି ଅଧାରେ ଅଟକି ରହିଥିଲା। କେନ୍ଦୁଝର-ଭୁବନେଶ୍ୱର, ବାଙ୍ଗିରିପୋଷି-ଭୁବନେଶ୍ୱର ପାସେଞ୍ଜର ମଧ୍ୟ ଅଟକି ରହିଥିଲା।
ଆନନ୍ଦପୁର (ମୁନ୍ନା ସିଂହ) : ବିବାହର ଚତୁର୍ଥୀ ଦିନ ବଜ୍ରପାତରେ ମୃତ୍ୟୁବରଣ କରିଥିବା କେନ୍ଦୁଝର ଟାଙ୍ଗିରିପାଳର ଜଣେ ବ୍ୟକ୍ତିଙ୍କ ମରଶରୀର ଏଯାଏଁ ବ୍ୟବଛେଦ ହୋଇନି। ଫଳରେ ସତ୍କାର ହୋଇନପାରିବାରୁ ଗାଁରେ ଅଖିଆ ଅପିଆ ଅବସ୍ଥାରେ ରହିଛନ୍ତି। ବ୍ୟବଛେଦ ପାଇଁ ଡାକ୍ତର ସହଯୋଗ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। କାଲି ସନ୍ଧ୍ୟା ୬ଟାରୁ ମେଡିକାଲ୍ରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିଛି। ପୋଷ୍ଟମର୍ଟମ ହୋଇନଥିବାରୁ ମେଡିକାଲ୍ରେ ଗାଁ ଲୋକେ ଅପେକ୍ଷା କରିଛନ୍ତି। ଆଦିବାସୀ ପରମ୍ପରା ଅନୁସାରେ ସତ୍କାର ଶେଷ […]
ଫୁଲବାଣୀ (ତ୍ରିନାଥ ସାହୁ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ଗାଁରୁ ୨୭ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇ ସହ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଯୁବକ ଜଣଙ୍କ ଫୁଲବାଣୀ ସହରର ଚନ୍ଦନ ଦିଗାଲ। ମିଳିଥିବା ସୂଚନା ଅନୁସାରେ, ଚନ୍ଦନ ଫିରିଙ୍ଗିଆରୁ ଗଞ୍ଜେଇ ନେଇ ନୟାଗଡ଼ ଯାଉଥିବା ବେଳେ ତାକୁ ଅବକାରୀ ବିଭାଗର ଅଧିକାରୀମାନେ ଗିରଫ କରିଥିଲେ।
ଟିଟିଲାଗଡ଼(ମାନସ ରଂଜନ ମହାନ୍ତି) : ଟିଟିଲାଗଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଦେଓବନ୍ଧରେ ମୃତଦେହ ଭାସୁଥିବାର କିଛି ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ପୁଲିସକୁ ଖବର ଦେବା ପରେ ଶବ ଉଦ୍ଧାର କରାଯାଇଥିଲା। ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପାରିପାର୍ଶ୍ୱିକ ସ୍ଥିତିରୁ କେହି ହତ୍ୟା ପରେ ବନ୍ଧକୁ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।
ଅନୁଗୁଳ(ବିରଜା ଦାଶ) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଦୁର୍ଗାପୁର ବଜାରରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ମଧ୍ୟ ରାତ୍ରରେ ବଜାରରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତିନିଟି ଦୋକାନ ସମ୍ପୂର୍ଣ୍ଣ ରୂପେ ପୋଡ଼ି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଅଧିବାସୀ ଓ ବ୍ୟବସାୟୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ। ଠିକଣା ସମୟରେ ଦମକଳ ବାହିନୀ ଆସିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ବଜାରର ଅନ୍ୟ ଦୋକାନ ସବୁ ବର୍ତ୍ତି ଯାଇଛି। ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।
କଟକ (ପ୍ରଭାତ ବିଷୋୟୀ) : କଟକରେ ବ୍ୟବସାୟୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ଘଟଣାରେ କଟକ ଡିସିପି ଏବଂ MSME ସଚିବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡ଼ିଶା ଶିଳ୍ପ ସଂଘ। ଗତକାଲି ଏନେଇ ଶିଳ୍ପସଂଘ ତରଫରୁ ଏକ ବୈଠକ ଡକାଯାଇଥିଲା। ଏଥିରେ ୨୪ଘଣ୍ଟା ମଧ୍ୟରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି। ଘଟଣା ନେଇ ସଂଘ ରାଜ୍ୟ ସରକାର ଏବଂ ପୁଲିସ କମିଶନରଙ୍କୁ ମଧ୍ୟ ଅବଗତ କରିଥିବା କହିଛି। ୨୪ଘଣ୍ଟା ମଧ୍ୟରେ […]
ସାଲେପୁର( ମନୋଜ ଆଚାର୍ଯ୍ୟ) : ସେବାୟତ ବିବାଦକୁ ନେଇ ଗତ ୩ଦିନ ଧରି ମନ୍ଦିରରେ ପୂଜାପାଠ ବନ୍ଦ। ଉପବାସରେ ମାଆ ହରଚଣ୍ଡୀ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ର ପ୍ରସିଦ୍ଧ ଶକ୍ତିପୀଠ ଅଶୁରେଶ୍ୱର ହରଚଣ୍ଡୀ ମନ୍ଦିରରେ। ଅଭିଯୋଗ ଅନୁସାରେ, ଡ଼ଙ୍ଗା ସମସ୍ୟାକୁ ନେଇ ଚଳିତବର୍ଷ ମହାପ୍ରଭୁଙ୍କ ଚାପ ଖେଳ ବନ୍ଦ ହୋଇଯାଇଥିଲା। ତେବେ ଏହାକୁ ବିରୋଧ କରି ସେବାୟତମାନଙ୍କ ଭିତରୁ ଗୋଟିଏ ଗୋଷ୍ଠୀ ମନ୍ଦିରରେ ତାଲା ପକାଇଦେଇଛନ୍ତି। ଦୁଇ ସେବାୟତ ଗୋଷ୍ଠୀକୁ ବୁଝାସୁଝା କରିବାପାଇଁ […]
ନୟାଗଡ଼ / ମୁନିଗୁଡ଼ା : ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣ ମୃତ। ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ଗତକାଲି ରାତିରେ ନୟାଗଡ଼ ଜିଲ୍ଲା କୋରଡ଼ା ନିକଟରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ରାସ୍ତା ପାର ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସେ ପ୍ରାଣ ହରାଇଥିଲେ। ମୃତକ ଜଣକ ହେଲେ ମୁଦୁରାଙ୍ଗ ଗାଁର ଯୋଗେନ୍ଦ୍ର ନାଏକ। କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ ଘଟଣା […]
ନୂଆପଡ଼ା ( ମାୟାଧର ସରାଫ) : ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ବିଡିଓ ଥାନାରେ ଅଟକ। ଗତକାଲି ସଂଧ୍ୟାରେ ନୂଆପଡ଼ାର ଏକ ହୋଟେଲରେ ରାତ୍ରି ଭୋଜନ ବେଳେ ଜଣେ ମହିଳାଙ୍କୁ ବିଡ଼ିଓ ଶ୍ୟାମଳ ରାୟ ଦୁର୍ବ୍ୟବହାର କରିଥିବା ସଦର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ବିଡିଓଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ଅଭିଯୋଗକୁ ବିଡିଓ ଅସ୍ୱୀକାର କରିବା ସହ ପାଲଟା ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା […]
କଟକ : ରେଳ ଲାଇନ କଡ଼ରୁ ଗୁରୁତର ନାବାଳିକା ଉଦ୍ଧାର ଘଟଣାରେ ମୋଡ଼ ବଦଳିଲା। ସମ୍ପୃକ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଆଜି ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ନେଇ କଟକ ସଦର ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ଘଟଣା ଦିନ ରାତିରେ ବାହାରକୁ ଶୌଚ ପାଇଁ ଯାଇଥିଲେ ନାବାଳିକା। ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକ ନାବାଳିକାକୁ ବଳପୂର୍ବକ ଉଠାଇ ଗଣବଳାତ୍କାର ପରେ ରେଳ ଲାଇନ କଡ଼ରେ ପକାଇ ପଳାଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। […]
ବାଲେଶ୍ୱର (ରଞ୍ଜିତ ପାକଳ) : ଚିଙ୍ଗୁଡ଼ି ଘେରିକୁ ମେସିନ୍ ସଜାଡ଼ିବାକୁ ଯାଇଥିବା ବେଳେ ହେଲା ବଜ୍ରପାତ। ଚାଲିଗଲା ୨ ଜଣ ଯୁବକଙ୍କ ଜୀବନ। ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ସିଙ୍ଗଲା ଥାନା ରାଣେଶ୍ୱରପୁର ଡିହଚକସର୍ଥା ଗାଁର ବାବୁରାମ ସିଂ ଓ ବାସୁଦେବ ଜେନା ଚିଙ୍ଗୁଡ଼ି ଘେରିକୁ ମେସିନ୍ ସଜାଡିବାକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ ବର୍ଷା ହୋଇଥିଲା। ସେମାନେ ସେଠାରୁ ପଳାଇ ଆସି […]
ଆନନ୍ଦପୁର(ମୁନ୍ନା ସିଂ): ଚତୁର୍ଥୀ ଭୋଜି ପାଇଁ ଚାଲିଥିଲା ଆୟୋଜନ। ସମସ୍ତେ ବ୍ୟସ୍ତ ଥିଲେ। ଏହି ସମୟରେ ହେଲା ବଜ୍ରପାତ। ବରଙ୍କ ମୃତ୍ୟୁ ଘଟିଥିବା ବେଳେ ବଧୂଙ୍କ ସମେତ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ହରିଚନ୍ଦନପୁର ଥାନା ଟାଙ୍ଗିରିଆପାଳ କୋଠଘାଟି ସାହିରେ ନବ ବିବାହିତ ଯୁବକ ଜିତେନ୍ଦ୍ର ମୁର୍ମୁଙ୍କର ଆଜି ଥିଲା ଚତୁର୍ଥୀଭୋଜି। ଭୋଜିକୁ ବନ୍ଧୁବାନ୍ଧବ […]
ଭୁବନେଶ୍ୱର : ବିଜେଡି ଓ ଦଳ ମୁଖିଆ ନବୀନଙ୍କ ବିରୋଧରେ ତଥାଗତଙ୍କ ବିଷୋଦ୍ଗାର। ବିଜେଡି କୌଣସି ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ ରାଜନୈତିକ ଦଳ ଭାବେ ତିଆରି ହୋଇନି, ଏହା ଓ୍ୱାନ୍ ମ୍ୟାନ୍ ଶୋ। ଏକ ଇଂରାଜୀ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଜେଡି ନେତା ତଥାଗତ ଶତପଥୀ। ସେ ଆହୁରି କହିଛନ୍ତି ସାଂପ୍ରତିକ ରାଜନୀତିରେ ନବୀନ ପଟ୍ଟନାୟକ ଅପରିହାର୍ଯ୍ୟ କହିବା ଠିକ୍ ହେବନି। ଜାତୀୟ ଦଳ ଠାରୁ ରାଜ୍ୟବାସୀଙ୍କ ଅସନ୍ତୋଷ ହିଁ ତାଙ୍କୁ ଫାଇଦା […]
ଭୁବନେଶ୍ୱର : ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ସହ ପବନ ବହିବ। ଏପରିକି ବଜ୍ରପାତ ମଧ୍ୟ ମାରିବ। ଏଥିପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ରାତି ୮ଟା ୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ, ବଲାଙ୍ଗିର, ନୟାଗଡ଼, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି […]
ଖୋର୍ଦ୍ଧା( ବଳରାମ ଲେଙ୍କା) : ଦିନ ଦ୍ୱିପ୍ରହରରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏଜେଣ୍ଟଙ୍କୁ ହାଣି ଲୁଟିଲେ ଦୁର୍ବୃତ୍ତ। ଖୋର୍ଦ୍ଧା ବୋଲଗଡ଼ ଥାନା ଶ୍ରୀରାମପୁର-ଠଣାପଲ୍ଲୀ ରାସ୍ତାରେ ଏହି ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଛନ୍ତି ଦିବ୍ୟ ପ୍ରସାଦ ସାହୁ। ସେ ମାସିକ ଋଣର କିସ୍ତି ଆଦାୟ କରି ରାଜସୁନାଖଳା ଫେରୁଥିବା ବେଳେ ବାଇକ୍ରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ପ୍ରଥମେ ମାରଣାସ୍ତ୍ରରେ ହାଣି ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ। ଏ […]
ପୁରୀ : ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ଫୋନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପାଇଁ ଆଜି ରିଲିଫ୍ ଘୋଷଣା କରିଛନ୍ତି ନବୀନ। ପୁରୀ ଗସ୍ତ ଅବସରରେ ପ୍ୟାକେଜ ଘୋଷଣା କରି ନବୀନ କହିଛନ୍ତି ଯେ, ପ୍ରତି ପରିବାରକୁ ମାଗଣାରେ ଅଢ଼େଇ ଲିଟର କିରାସିନି ମିଳିବ। ପ୍ରତି ୧୦ ଦିନରେ ଥରେ ଅଢ଼େଇ ଲିଟର କିରାସିନି ମାଗଣା ମିଳିବ। ବିଦ୍ୟୁତ ଯୋଗାଣ ସ୍ୱାଭାବିକ୍ ନହେବା ଯାଏ ମିଳିବ […]
ବାଙ୍କୀ( ସଂଜୀବ ନାୟକ) : ଉଡିଯାଇଛି ଚାଳ ଛପର। ଭାଙ୍ଗି ଯାଇଛି ଝାଟି ମାଟି ଘର। ପୁଣି ଥରେ ଅସଜଡା ଘରକୁ ସଜାଡିବା ପାଇଁ ଚେଷ୍ଟା ଚଳାଇଛନ୍ତି ବାତ୍ୟା ବିପନ୍ନ। ଫୋନି ପରେ ବାଙ୍କୀ ରତାଗଡ଼ ଲୋଚନପୁର ଗାଁର ଏଭଳି ଅବସ୍ଥା। ଅର୍ଥାଭାବରୁ ଭଙ୍ଗା ଦଦରା ଘରକୁ ସଜାଡିବାରେ ଅକ୍ଷମ ଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳିନ ଥିବା ଅଭିଯୋଗ କରିଛନ୍ତି ଲୋଚନପୁର ବାସିନ୍ଦା। ଖାଲି ସେତିକି ନୁହେଁ, ପ୍ରକୃତ କ୍ଷତିଗ୍ରସ୍ତଙ୍କ ବଦଳରେ ବଡ଼ କୋଠା […]
ଉଦଳା(ମାନସ ପାଣି) : ବାତ୍ୟା ପରେ ଏବେ କାଳବୈଶାଖି ଦାଉ। ଫୋନିର ଭୟାବହତା ମନରୁ ଲିଭି ନଥିବା ବେଳେ ଏବେ କାଳବୈଶାଖୀର ତାଣ୍ଡବ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ରେ କାଳବୈଶାଖୀ ହୋଇଥିଲା। ପୁରୁଣାବାରିପଦା, ଚତୁରୀ, ରାଇପଦା, ସାଇଁକୁଳା, କୁଶଳଦା ଆଦି ଅଂଚଳରେ ପ୍ରବଳ ଝଡତୋଫାନ ଓ ବର୍ଷା ଫଳରେ ଅନେକ ଳୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ରାସ୍ତା ଉପରେ ପଡିଛି। କେବଳ […]
ରାଉରକେଲା( ସତ୍ୟାନନ୍ଦ ମହାନ୍ତି): ରାଉରକେଲା ମାଲଗୋଦାମ ଅଞ୍ଚଳରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହେବାରୁ କିଛି ସମୟ ଲାଗି ସେହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ମାଲଗୋଦାମ ପାଖ ଟ୍ରାକ୍ରେ ସିମେଣ୍ଟ ବୋଝେଇ ଟ୍ରେନ୍ର ୨ଟି ବଗି ଲାଇନ୍ ତଳକୁ ଖସିଯାଇଥିଲା। ପରେ ବଗି ଦୁଇଟିକୁ ବାହାର କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭିବିକ ହୋଇଛି। ଟ୍ରେନ୍ଟି ଛତିଶଗଡ଼ ରାୟପୁରରୁ ସିମେଣ୍ଟ ନେଇ ପଶ୍ଚିମବଙ୍ଗ ଯାଉଥିଲା।
ପୁରୀ (ମଧୁସୂଦନ ମିଶ୍ର) : ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ସ୍ଥିତି ନେଇ ହଟିଲା ଆଶଙ୍କା। ଅଭୟାରଣ୍ୟରେ ହରିଣ ଜୀବୀତ ଥିବା ନେଇ ସୂଚନା ଦେଇଛନ୍ତି ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ଡିଏଫ୍ଓ ହର୍ଷବର୍ଦ୍ଧନ ଉଦଗାତା। ଗତକାଲି ରାତିରେ ରେଞ୍ଜ୍ ଅଫିସ୍ ପାଖରେ ୨୫ଟି ହରିଣ ଦେଖା ଦେଇଛନ୍ତି। ରେଂଜ ଅଫିସ୍ ପାଖ ଅଂଚଳରେ ଲଗାଯାଇଥିବା ଟ୍ରାପ୍ କ୍ୟାମେରାରେ ଏହି ସବୁ ହରିଣ ଗୁଡିକ ଦେଖାଦେଇଛନ୍ତି। ତେଣୁ ହରିଣଙ୍କ ଜୀବନହାନି ନେଇ ଯେଉଁ ଆଶଙ୍କା ଥିଲା ତାହା ଦୂର […]
ଭୁବନେଶ୍ୱର : ରାଜ୍ୟରେ ବାତ୍ୟା ଫୋନି ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍ର ଆକଳନ ପରେ ସଚିବାଳୟରେ ବୈଠକ ଶେଷ ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଓ ବିଭାଗୀୟ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ବୁଲି ଅନୁଧ୍ୟାନ ପରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ଆଲୋଚନା କରି କ୍ଷୟକ୍ଷତି ସଂପର୍କରେ ସମୀକ୍ଷା କରିଛନ୍ତି। ଆଲୋଚନା ପରେ ଏସଆରସି କହିଛନ୍ତି ଯେ, […]
ଭୁବନେଶ୍ୱର : ଜୁନ ୪ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍। ଏହାପୂର୍ବରୁ ମୌସୁମୀ ମେ ୨୨ ସୁଦ୍ଧା ଆଣ୍ଡାମାନ ଛୁଇଁବା ନେଇ ମଧ୍ୟ ସଂସ୍ଥା ଆକଳନ କରିଛି। ତେବେ କେରଳ ଛୁଇଁବାର ୧ରୁ ୨ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ତାସହ ଏଥର ସ୍ୱାଭାବିକ ଠାରୁ କମ୍ ମୌସୁମୀ ବର୍ଷା ହେବ ବୋଲି ସ୍କାଏମେଟ୍ ପୂର୍ବାନୁମାନ କରିଛି। ସେପଟେ ରାଜ୍ୟରେ ଅସହ୍ୟ ଗରମ […]
ଭୁବନେଶ୍ଵର : ଓଡ଼ିଶାର ଜଣାଶୁଣା ଗହଣା ବ୍ରାଣ୍ଡ୍ ଖିମଜୀ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ଆଜି ଖିମଜୀ ଗ୍ରୁପର ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତ ଖିମଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୨୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଗତ ୩ ତାରିଖରେ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫୋନି ଦ୍ଵାରା ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାକାର ପ୍ରଭାବିତ ଲୋକଙ୍କ […]
ଭୁବନେଶ୍ୱର : ପ୍ରାଣବନ୍ତ ଶ୍ରୀକ୍ଷେତ୍ରକୁ ସତେ ଯେମିତି ପ୍ରାଣଶୂନ୍ୟ କରିଦେଇଛି କାଳରୂପୀ ବାତ୍ୟା ‘ଫୋନି’। ଝଡ଼ର ପ୍ରଚଣ୍ଡ ଆକ୍ରମଣରେ ବିଦୀର୍ଣ୍ଣ ହୋଇଯାଇଛି ସବୁଜିମାର ଭରା କ୍ଷେତ୍ର ଶ୍ରୀକ୍ଷେତ୍ର। ଯୁଆଡ଼େ ଚାହିଁଲେ ଦେଖାଯାଉଛି ବଡ଼ଦେଉଳ। ଦିନ କେଇଟା ତଳେ ପତିତପାବନ ବାନାକୁ ସାମାନ୍ୟ ଦୂରରୁ ଦେଖିବା ସମ୍ଭବ ହେଉନଥିଲା। ଏବେ କିନ୍ତୁ ସ୍ଥିତି ଏମିତି ହୋଇଛି, ସହରର ଯେଉଁ ସ୍ଥାନରୁ ଓ ଯେତେ ଦୂରରେ ଥିଲେ ବି ସ୍ପଷ୍ଟ ଦୃଶ୍ୟମାନ ହେଉଛି ଶ୍ରୀମନ୍ଦିର ଚୂଡ଼ାରେ ଅବସ୍ଥିତ ନୀଳଚକ୍ର ସହ […]