• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

acci-dkl
ସଡ଼କ ଦୁର୍ଘଟଣାରେ ମାଆ, ଝିଅ ଓ ଝିଆରୀ ମୃତ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଶ୍ରାବଣୀ ଶତପଥୀ, ଲଭଲି ଦେବତା ଓ ନମିତା ଶତପଥୀ। ମିଳିଥିବା ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ତାଳଚେର କାକୁଡୁ ଗାଁରୁ ଏକ ସ୍କୁଟିରେ ନମିତା ଶତପଥୀ ତାଙ୍କ ଝିଅ ଶ୍ରାବଣୀ ଓ ତାଙ୍କ ଭାଇଙ୍କ ଝିଅ ଲଭ୍‌ଲି ଦେବତାଙ୍କ ସହ ପରଜଙ୍ଗ ମୁଣ୍ଡେଇଲୋ ଗାଁକୁ ଆସୁଥିବା ବେଳେ ପରଜଙ୍ଗ ଥାନା ସରାଙ୍ଗ […]

  • Saturday, 17 July 2021
rain
ଆଜି ରାତିରେ ରାଜ୍ୟର ୧୧ ଜିଲ୍ଲାରେ ଧୂଳିଝଡ଼ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ରାତିରେ ରାଜ୍ୟର ୧୧ ଜିଲ୍ଲାରେ ଧୂଳିଝଡ଼ ହେବ। ଏହାଛଡ଼ା ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ରାତି ସାଢ଼େ ୧୦ଟା ସୁଦ୍ଧା ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଧୂଳିଝଡ଼ ସହ ବର୍ଷା ହେବ। ଏହି ସମୟରେ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। […]

  • Saturday, 17 July 2021
heatwave
ଭୁବନେଶ୍ୱରର ତାପମାତ୍ରା ୪୦.୨ ଡ଼ିଗ୍ରୀ

ଭୁବନେଶ୍ୱର : ରାଜ୍ୟର ୧୫ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ପୁଣି ଥରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ଟିଟିଲାଗଡ଼। ଏଠାରେ ତାପମାତ୍ରା ଆଜି ୪୫.୮ ଡ଼ିଗ୍ରୀ ରହିଛି। ତାତିରୁ ନିସ୍ତାର ପାଇନି ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ। ଏଠାରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ ଓ ବଲାଙ୍ଗିର ତାପମାତ୍ରା ୪୫ ଡ଼ିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ୪୫.୮ ଡ଼ିଗ୍ରୀ , ବଲାଙ୍ଗିରରେ ୪୫.୫ ଡିଗ୍ରୀ, ସମ୍ବଲପୁରରେ ୪୪.୬ ଡ଼ିଗ୍ରୀ, […]

  • Saturday, 17 July 2021
j
ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ସୁପାରିସ କଲେ ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର : ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ସୁପାରିସ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଷୋଡ଼ଶ ବିଧାନସଭା ଗଠନ ପାଇଁ ହୋଇଥିବା ନିର୍ବାଚନ ପାଇଁ ଆସନ୍ତା ୨୩ତାରିଖରେ ଭୋଟ ଗଣନା ହେବାର କାର୍ଯ୍ୟକ୍ରମ ରହିଛି। […]

  • Saturday, 17 July 2021
ch
କଟକରେ ଚିକେନ ବଜାର ଆକାଶ ଛୁଆଁ

କଟକ( ଦେବାଶିଷ ମହାନ୍ତି) : ବାତ୍ୟା ଫୋନିକୁ ବିତିଛି ୧୫ଦିନ। ହେଲେ ଏବେବି କଟକରେ ସୁଧୁରିନି ସ୍ଥିତି। ବାତ୍ୟାରେ କଟକ ଆଖପାଖ ଅଂଚଳର ଶତାଧିକ କୁକୁଡ଼ା ଫାର୍ମ ନଷ୍ଟ ହୋଇଯାଇଛି। କାହାର ଛାତ ଉଡିଯାଉଛି ତ କାହାର କୁକୁଡ଼ା ଫାର୍ମ ସଂପୂର୍ଣ୍ଣ ଭାଙ୍ଗିଯାଇଛି। କଟକ ବୈୟାଳିଶି ମୌଜା ଅଂଚଳରେ ଅଧିକାଂଶ ଲୋକ କୁକୁଡ଼ା ଫାର୍ମ କରି ପେଟପାଟଣା କରିଥାନ୍ତି। ହେଲେ ବାତ୍ୟା ଫୋନି ଏଠାରେ ଉଜାଡି ଦେଇଛି ଜୀବନ ଜୀବିକା। ଆଉ ମଧ୍ୟ କଟକ ପ୍ରେସ୍‌ଛକ ସ୍ଥିତ […]

  • Saturday, 17 July 2021
sm3
ଶ୍ରୀମନ୍ଦିର ବୁଲିବା ସହ କ୍ଷତିଗ୍ରସ୍ତ ଜୟବିଜୟ ଦ୍ୱାର ଦେଖିଲେ ମୁଖ୍ୟମନ୍ତ୍ରୀ

ପୁରୀ( ମଧୁସୂଦନ ମିଶ୍ର): ଆସନ୍ତା ଜୁନ ୧୭ ତାରିଖ ସୁଦ୍ଧା ଶେଷ ହେବ ଫୋନି ଦ୍ୱାରା ପ୍ରଭାବିତ ଶ୍ରୀମନ୍ଦିରର ମରାମତି କାର୍ଯ୍ୟ। ଆଜି ଶ୍ରୀମନ୍ଦିର ପରିଦର୍ଶନରେ ଯାଇ ଏଏସଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିରକୁ ଫୋନିରେ କ୍ଷତିଗ୍ରସ୍ତ ଜୟବିଜୟ ଦ୍ୱାର ବୁଲି ଦେଖିବା ସହ ଓ ବେଢ଼ା ପରିକ୍ରମା ପରେ କ୍ଷୟକ୍ଷତି ନେଇ ASI […]

  • Saturday, 17 July 2021
tread
ସାଲେପୁରରେ ସାମୂହିକ ବ୍ରତୋପନୟନ ଅନୁଷ୍ଠିତ

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ସାଲେପୁରରେ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ସାମୂହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ଜାଗାରେ ୨୪ ଜଣ ଗରିବ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଗଣବ୍ରତୋପନୟନରେ ସାମିଲ୍ ହୋଇ ଉଭୟ ଅଭିଭାବକ ଓ ବ୍ରହ୍ମଚାରୀ ବେଶ୍ ଖୁସି ଥିବା କହିଛନ୍ତି। ବ୍ରତୋପନୟନ କାର୍ଯ୍ୟକ୍ରମରେ ବ୍ୟବହୃତ ସମସ୍ତ ଦ୍ରବ୍ୟ ଅନୁଷ୍ଠାନ ପକ୍ଷରୁ ସଂଗ୍ରହ କରାଯାଇଛି। କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ୨୪ ଜଣ ବ୍ରାହ୍ମଣ ପରିବାରଙ୍କୁ […]

  • Saturday, 17 July 2021
l
ଜୁଆ ଖେଳ ପାଇଁ ଗଲା ଯୁବକର ଜୀବନ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ ) : କାଳ ହେଲା ଜୁଆ ଖେଳ। ଜୁଆ ନେଇଗଲା ଜୀବନ। ଗତକାଲି ମାଲକାନଗିରି ଜିଲ୍ଲା ବାଲିମେଳା ପୋଷ୍ଟ ଅଫିସ କଲୋନୀର ନଦୀ କୂଳରେ ଜୁଆଖେଳ ଚାଲିଥିବା ଖବର ପାଇ ବାଲିମେଳା ପୁଲିସ ଚଢ଼ଉ କରିଥିଲା । ଏହି ସମୟରେ ୪ ଜଣ ଜୁଆଡି ପୁଲିସକୁ ଦେଖି ଭୟଭୀତ ହୋଇ ନଦୀକୁ ଡେଇଁ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ବଞ୍ଚି ଯାଇଥିବା ବେଳେ ଜଣେ ନିଖୋଜ ଥିଲେ। ଆଜି ତାଙ୍କର […]

  • Saturday, 17 July 2021
encouner
୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଖୋର୍ଦ୍ଧା ( ବଳରାମ ଲେଙ୍କା) : ଖୋର୍ଦ୍ଧା ଅଞ୍ଚଳରେ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର। ବେଗୁନିଆ ପୁଲିସର ଏନ୍‌କାଉଣ୍ଟରରେ ୨ଜଣ ଅପରାଧୀ ଆହତ ହୋଇଛନ୍ତି। ଏହି ୨ ଜଣ ଅପରାଧୀ ହେଲେ ପିଣ୍ଟୁ ମାଝୀ ଓ ଉମେଶ ସାହୁ। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଏନ୍‌କାଉଣ୍ଟର ବେଳେ ଅପରାଧୀଙ୍କ ପାଲଟା ଆକ୍ରମଣରେ କିଛି ପୁଲିସ କର୍ମୀ ବି ଆହତ ହୋଇଛନ୍ତି। ପିଣ୍ଟୁ ଏବଂ ଉମେଶ କାଳୁଚୁଆ ଗୁଳିମାଡ଼ ଏବଂ […]

  • Saturday, 17 July 2021
district
ବାତ୍ୟା ବେଳେ ଦାୟିତ୍ୱରେ ଅବହେଳା ପାଇଁ ୪ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର : ବାତ୍ୟା ‘ଫୋନି’ ବେଳେ ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲର ୪ ଜଣ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଲମ୍ୱିତ କରିଛନ୍ତି। ନିଲମ୍ବିତ ଡାକ୍ତରଙ୍କ ମଧ୍ୟରେ ଚିଲିକା ନୂଆପଡ଼ା CHCର ୨ ଜଣ ଡାକ୍ତର ଜାକେଶ ସାମନ୍ତରାୟ ଓ ଜାହାନା ପରବିନ ଅଛନ୍ତି। ସେହିଭଳି ବ୍ରହ୍ମଗିରି ରେବଣା ନୂଆଗାଁ CHCର ୨ ଜଣ ଡାକ୍ତର ବାପୁଜୀ ନାୟକ ଓ ଜସ୍ମିନ ନୀଳିମା ପଣ୍ଡାଙ୍କୁ ନିଲମ୍ୱିତ କରାଯାଇଛି। ବାତ୍ୟା ବେଳେ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ […]

  • Saturday, 17 July 2021
puri
ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହଇଜା ବ୍ୟାପି ନାହିଁ: ସ୍ୱାସ୍ଥ୍ୟ ବିଭାଗ

ପୁରୀ  : ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହଇଜା ବ୍ୟାପି ନାହିଁ ବୋଲି ସଫେଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁ କେତେକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବାସି ଖାଦ୍ୟ ଏବଂ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି। ଗୋଟିଏ ବି ନମୂନା ପରୀକ୍ଷାରେ ହଇଜାର ପ୍ରମାଣ ମିଳିନାହିଁ। ତେବେ ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ବ୍ଲକର ଝାଡ଼ାବାନ୍ତି ରୋଗୀଙ୍କ ରକ୍ତ ପରୀକ୍ଷା ସହ ଆବଶ୍ୟକୀୟ ଚିକିତ୍ସା ସେବା ପ୍ରଦାନ କରାଯାଉଛି […]

  • Saturday, 17 July 2021
modi
ମୋଦି ସରକାରକୁ ବହୁମତ ନମିଳିଲେ କଣ ହେବ ଦିଲ୍ଲୀ ଦୃଶ୍ୟପଟ୍ଟ

ଭୁବନେଶ୍ୱର : କେନ୍ଦ୍ରରେ ଯଦି ନରେନ୍ଦ୍ର ମୋଦିଙ୍କୁ ବହୁମତ ନମିଳେ ତାହା ହେଲେ କଣ ହେବ ପରବର୍ତ୍ତୀ ଦୃଶ୍ୟପଟ୍ଟ ? ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା। ବିଜେପିକୁ କ୍ଷମତା ଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ କସରତ ଆରମ୍ଭ କରିଥିବା ବେଳେ ନଜର ରଖିଛି ବିଜେଡି ଭଳି ଆଞ୍ଚଳିକ ଦଳଙ୍କ ଉପରେ। ଆଉ ଏଭଳି ସ୍ଥିତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ […]

  • Saturday, 17 July 2021
heat
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି, ୧୦ ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ୧୦ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତତଲାଗଡ଼ ଭାବେ ପରିଚିତ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିରରେ ୪୪.୬ ଡିଗ୍ରୀ, ସୋନପୁରରେ ୪୪, ସମ୍ବଲପୁରରେ ୪୩.୩, ଝାରସୁଗୁଡ଼ାରେ ୪୩.୨, ହୀରାକୁଦରେ ୪୨.୪, ଅନୁଗୋଳରେ ୪୧.୭, ସୁନ୍ଦରଗଡ଼ରେ ୪୧.୫, ତାଳଚେର ଓ […]

  • Saturday, 17 July 2021
jee
ଶନିବାର ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଶନିବାର ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ଓଜେଇଇ। ରାଜ୍ୟର ୨୦ଟି ସହରର ୫୩ଟି କେନ୍ଦ୍ରରେ ଅଫ୍‌ଲାଇନ୍ ଏଣ୍ଟ୍ରାନ୍ସ ହେବ। ଏଥିଲାଗି ୨୯ ହଜାର ୯ ଶହ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି। ଦୁଇଟି ସିଟିଂରେ ହେବ ଏଣ୍ଟ୍ରାନ୍ସ। ସକାଳ ୯ଟାରୁ ୧୨ଯାଏ ବି. ଫାର୍ମ ଏବଂ ୯ଟାରୁ ୧୦ ଯାଏ ଆଇଏମ୍‌ବିଏ, ଲାଟେରାଲ୍ ଏଣ୍ଟ୍ରି ଟୁ ବି.ଫାର୍ମ ଓ ଲାଟେରାଲ୍ ଏଣ୍ଟ୍ରି ଟୁ ବି.ଟେକ୍ ଏଣ୍ଟ୍ରାନ୍ସ ହେବ। ସେହିପରି ଦ୍ୱିତୀୟ ସିଟିଂ ୨ଟାରୁ ୪ଟା […]

  • Saturday, 17 July 2021
sun stroke
ପୁରୀରେ ଅଂଶୁଘାତରେ ଜଣକର ମୃତ୍ୟୁ ଅଭିଯୋଗ

ପୁରୀ : ପୁରୀରେ ଅଂଶୁଘାତରେ ଜଣକର ମୃତ୍ୟୁ ଅଭିଯୋଗ। ମୃତକ ଜଣକ ହେଲେ ବ୍ରହ୍ମଗିରି ଅଞ୍ଚଳର ସୁରେନ୍ଦ୍ର କୁମାର ରଣସିଂହ। ତାଙ୍କର ବୟସ ପ୍ରାୟ ୪୦ ବର୍ଷ। ସେ ଦୁଧଓ୍ୱାଲା ଧର୍ମଶାଳା ନିକଟରେ ହଠାତ୍‌ ରାସ୍ତାରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅଂଶୁଘାତରେ ହିଁ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ସେହିପରି ବଲାଙ୍ଗିରରୁ […]

  • Saturday, 17 July 2021
death
ଘରେ ଶୋଇଥିବା ବେଳେ ବୃଦ୍ଧ ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

କରଞ୍ଜିଆ : ଘରେ ଶୋଇଥିବା ବେଳେ ବୃଦ୍ଧ ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ। ବୃଦ୍ଧ ମୃତ, ବୃଦ୍ଧା ଗୁରୁତର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ମହୁଲଡ଼ିହା ଥାନା ଜରକ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ୱାମୀ-ସ୍ତ୍ରୀ ଶୋଇଥିବା ବେଳେ ବୃଦ୍ଧଙ୍କ ବେକକୁ ଚୋଟ ମାରିବା ସହ ବୃଦ୍ଧାଙ୍କ ଡାହାଣ ହାତ ଅଙ୍ଗୁଳି କାଟି ଫେରାର ହୋଇଯାଇଛି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। ସାଇଣ୍ଟିଫିକ୍ ଟିମ୍ ସହ […]

  • Saturday, 17 July 2021
flag march
ସାନି ମତଦାନ ପୂର୍ବରୁ ପୁଲିସର ଫ୍ଲାଗ ମାର୍ଚ୍ଚ

ଯାଜପୁର( ଗୁଲାମ ଗସ୍‌) : ଆସନ୍ତା ୧୯ ତାରିଖରେ ରାଜ୍ୟର ୩୪ଟି ବୁଥ୍‌ରେ ହେବ ସାନି ମତଦାନ। ଯେଉଁଥିରେ ଯାଜପୁର ବରୀ ନିର୍ବାଚନମଣ୍ଡଳୀର ସର୍ବାଧିକ ୫ଟି ବୁଥ୍, ବିଞ୍ଝାରପୁରର ୨ଟି ଏବଂ ଧର୍ମଶାଳା ଓ ସୁକିନ୍ଦାର ଗୋଟିଏ ଲେଖାଏଁ ବୁଥ୍‌ରେ ଭୋଟ୍ ହେବ। ଉତ୍ତେଜନାପୂର୍ଣ୍ଣ ବୁଥ୍ ଗୁଡିକରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁଲିସ ଫ୍ଲାଗ୍‌ ମାର୍ଚ୍ଚ କରିଛି। ଗତ ଏପ୍ରିଲ ୨୯ ତାରିଖରେ ନିର୍ବାଚନ ବେଳେ ବୁଥ୍ ରିଗିଂର ଅଭିଯୋଗ ଆସିଥିଲା। ଏହାପରେ ଜିଲ୍ଲାପାଳ ବିଭିନ୍ନ ତଥ୍ୟ […]

  • Saturday, 17 July 2021
vote
ଆସନ୍ତା ୨୩ରେ ଭୋଟ୍ ଗଣତି ; ସୁନ୍ଦରଗଡ଼ରେ ପ୍ରଶିକ୍ଷଣ ଶିବିର ଆରମ୍ଭ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ଲାଗି ହୋଇଥିବା ମତଦାନର ହେବ ଭୋଟ୍ ଗଣତି। ଆଉ ଏଥିପାଇଁ ସୁନ୍ଦରଗଡ଼ରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର। ଆସନ୍ତା ୧୮ ତାରିଖ ଯାଏ ଚାଲିବ ଏହି ଶିବିର। ରାଉରକେଲା, ରଘୁନାଥପଲ୍ଲୀ, ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ଭୋଟ୍ ଗଣତି ରାଉରକେଲାର ଉଦିତନଗର ହାଇସ୍କୁଲରେ ହେବ। ସେହିଭଳି ବଣାଇ ବିଧାନସଭା ନିର୍ବାଚନୀମଣ୍ଡର ଗଣତି ବଣେଇ ରାଜା ଧରଣୀଧର ହାଇସ୍କୁଲରେ ହେବ। ଭୋଟ୍ ଗଣତି ପ୍ରଶିକ୍ଷଣରେ ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମୀତା […]

  • Saturday, 17 July 2021
d
ଝାଡ଼ାବାନ୍ତିରେ ୪୧ ଆକ୍ରାନ୍ତ , ୨୩ ଜଣ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ସୋନପୁର (ରବିନ୍ଦ୍ର ହୋତା) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍‌ରେ ଝାଡ଼ାବାନ୍ତିରେ ୪୧ ଆକ୍ରାନ୍ତ। ଜନମୁରା ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨୩ ଜଣ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି। ଅନ୍ୟ ଆକ୍ରାନ୍ତମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତିର କାରଣ ସ୍ପଷ୍ଟ ହୋଇନାହିଁ।  ଲୋକମାନେ ଖୋଲା ପୋଖରୀ ଓ କୂଅରୁ ପାଣି ପିଉଥିବାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି […]

  • Saturday, 17 July 2021
train
ନିୟମିତ ଟ୍ରେନ୍‌ ବିଳମ୍ବରେ ଛାଡ଼ିବା ପ୍ରତିବାଦରେ ରେଳ ରୋକ୍‌

କଟକ ( ପ୍ରଭାତ ବିଷୋୟୀ) : ନିୟମିତ ଟ୍ରେନ୍‌ ବିଳମ୍ବରେ ଛାଡ଼ିବା ପ୍ରତିବାଦରେ ହୋଇଥିବା ରେଳ ରୋକ୍‌ ପ୍ରତ୍ୟାହୃତ ହୋଇଛି। କପିଳାସ ରୋଡ୍ ଓ ନିର୍ଗୁଣ୍ଡି ମଧ୍ୟରେ ରେଲୱେ ଟ୍ରାକ୍‌ ଉପରେ ଧାରଣାରେ ବସିଥିଲେ ଉତ୍ତ୍ୟକ୍ତ ଲୋକେ। ଫଳରେ ଉଭୟ ଦିଗରେ ୫ଟି ଟ୍ରେନ୍ ଅଟକି ରହିଥିଲା। ସେହିପରି ଅଧାବାଟରେ ଅଟକି ରହିଥିଲା ଭଦ୍ରକ-ଭୁବନେଶ୍ୱର ଡିଏମ୍‌ୟୁ। ପୁରୀ ଏକ୍ସପ୍ରେସ୍ ଓ ନନ୍ଦନକାନନ ଏକ୍ସପ୍ରେସ ବି ଅଧାରେ ଅଟକି ରହିଥିଲା। କେନ୍ଦୁଝର-ଭୁବନେଶ୍ୱର, ବାଙ୍ଗିରିପୋଷି-ଭୁବନେଶ୍ୱର ପାସେଞ୍ଜର ମଧ୍ୟ ଅଟକି ରହିଥିଲା।

  • Saturday, 17 July 2021
dead
ଆନନ୍ଦପୁର ମେଡିକାଲ୍‌ରେ ୧୭ ଘଣ୍ଟା ହେଲା ପଡ଼ି ରହିଛି ମୃତଦେହ

ଆନନ୍ଦପୁର (ମୁନ୍ନା ସିଂହ) : ବିବାହର ଚତୁର୍ଥୀ ଦିନ ବଜ୍ରପାତରେ ମୃତ୍ୟୁବରଣ କରିଥିବା କେନ୍ଦୁଝର ଟାଙ୍ଗିରିପାଳର ଜଣେ ବ୍ୟକ୍ତିଙ୍କ ମରଶରୀର ଏଯାଏଁ ବ୍ୟବଛେଦ ହୋଇନି। ଫଳରେ ସତ୍କାର ହୋଇନପାରିବାରୁ ଗାଁରେ ଅଖିଆ ଅପିଆ ଅବସ୍ଥାରେ ରହିଛନ୍ତି। ବ୍ୟବଛେଦ ପାଇଁ ଡାକ୍ତର ସହଯୋଗ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। କାଲି ସନ୍ଧ୍ୟା ୬ଟାରୁ ମେଡିକାଲ୍‌ରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିଛି। ପୋଷ୍ଟମର୍ଟମ ହୋଇନଥିବାରୁ ମେଡିକାଲ୍‌ରେ ଗାଁ ଲୋକେ ଅପେକ୍ଷା କରିଛନ୍ତି। ଆଦିବାସୀ ପରମ୍ପରା ଅନୁସାରେ ସତ୍କାର ଶେଷ […]

  • Saturday, 17 July 2021
car seized
୨୭ କିଲୋ ଗଞ୍ଜେଇ ସହ କାର୍ ଜବତ

ଫୁଲବାଣୀ (ତ୍ରିନାଥ ସାହୁ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ଗାଁରୁ ୨୭ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇ ସହ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫ ଯୁବକ ଜଣଙ୍କ ଫୁଲବାଣୀ ସହରର ଚନ୍ଦନ ଦିଗାଲ। ମିଳିଥିବା ସୂଚନା ଅନୁସାରେ, ଚନ୍ଦନ ଫିରିଙ୍ଗିଆରୁ ଗଞ୍ଜେଇ ନେଇ ନୟାଗଡ଼ ଯାଉଥିବା ବେଳେ ତାକୁ ଅବକାରୀ ବିଭାଗର ଅଧିକାରୀମାନେ ଗିରଫ କରିଥିଲେ।

  • Saturday, 17 July 2021
deadbody
ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼(ମାନସ ରଂଜନ ମହାନ୍ତି) : ଟିଟିଲାଗଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଦେଓବନ୍ଧରେ ମୃତଦେହ ଭାସୁଥିବାର କିଛି ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ପୁଲିସକୁ ଖବର ଦେବା ପରେ ଶବ ଉଦ୍ଧାର କରାଯାଇଥିଲା। ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପାରିପାର୍ଶ୍ୱିକ ସ୍ଥିତିରୁ କେହି ହତ୍ୟା ପରେ ବନ୍ଧକୁ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।  

  • Saturday, 17 July 2021
fire in shop
ଛେଣ୍ଡିପଦା ଦୁର୍ଗାପୁର ବଜାରରେ ଅଗ୍ନିକାଣ୍ଡ , ଜଳିଗଲା ୩ଟି ଦୋକାନ

ଅନୁଗୁଳ(ବିରଜା ଦାଶ) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଦୁର୍ଗାପୁର ବଜାରରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ମଧ୍ୟ ରାତ୍ରରେ ବଜାରରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତିନିଟି ଦୋକାନ ସମ୍ପୂର୍ଣ୍ଣ ରୂପେ ପୋଡ଼ି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଅଧିବାସୀ ଓ ବ୍ୟବସାୟୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ। ଠିକଣା ସମୟରେ ଦମକଳ ବାହିନୀ ଆସିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ବଜାରର ଅନ୍ୟ ଦୋକାନ ସବୁ ବର୍ତ୍ତି ଯାଇଛି। ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।

  • Saturday, 17 July 2021
odisha
ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ଶିଳ୍ପ ସଂଘ

କଟକ (ପ୍ରଭାତ ବିଷୋୟୀ) : କଟକରେ ବ୍ୟବସାୟୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ଘଟଣାରେ କଟକ ଡିସିପି ଏବଂ MSME ସଚିବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡ଼ିଶା ଶିଳ୍ପ ସଂଘ। ଗତକାଲି ଏନେଇ ଶିଳ୍ପସଂଘ ତରଫରୁ ଏକ ବୈଠକ ଡକାଯାଇଥିଲା। ଏଥିରେ ୨୪ଘଣ୍ଟା ମଧ୍ୟରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି। ଘଟଣା ନେଇ ସଂଘ ରାଜ୍ୟ ସରକାର ଏବଂ ପୁଲିସ କମିଶନରଙ୍କୁ ମଧ୍ୟ ଅବଗତ କରିଥିବା କହିଛି। ୨୪ଘଣ୍ଟା ମଧ୍ୟରେ […]

  • Saturday, 17 July 2021