• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

heat
ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ପ୍ରଚଣ୍ଡ ଖରାର ପ୍ରକୋପ। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଗରମ ସହ ଗୁଳୁଗୁଳି। ତାତିରୁ ତ୍ରାହି ପାଇଁ ଦିନ ମଜୁରିଆ, ରିକ୍ସା ଚାଳକ ମାନେ ରାସ୍ତା କଡ଼ରେ, ଗଛ ଛାଇରେ ବିଶ୍ରାମ ନେଉଥିବାର ଦେଖିବାକୁ ମିଳୁଛି। ତେବେ ଦ୍ୱିପ୍ରହରରେ ତାତି ସମୟରେ ବିଦ୍ୟୁତ୍‌ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। […]

  • Saturday, 17 July 2021
van
ଚୋରା କିରୋସିନି ଭ୍ୟାନ୍ ଜବତ, ଗାଡ଼ି ଚାଳକ ଅଟକ

ବାସୁଦେବପୁର (କିରୀଟ ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଭୈରବପୁର ବ୍ରିଜ୍‌ ନିକଟରୁ ଚୋରା କିରାସିନି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି ପୁଲିସ୍। ଏହି ଗାଡ଼ିରୁ ୨୫ ଶହରୁ ଊର୍ଦ୍ଧ୍ୱ ଲିଟର କିରାସିନି ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଗାଡ଼ି ଚାଳକକୁ ଅଟକ ରଖି ପଚରାଉଚରା କରୁଛି। କିରାସିନି ବୋଝେଇ ପିକ୍‌ଅପ୍‌ଟି ଆଜି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳକୁ ଯାଉଥିଲା। ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଁ ଗାଡ଼ିକୁ ଅଟକାଇଥିଲା। ଗାଡ଼ିର ଚାଳକଙ୍କୁ […]

  • Saturday, 17 July 2021
kalpana--dash
ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଏଭରେଷ୍ଟରୁ ସଫଳତାର ସହ ଉଦ୍ଧାର କରାଯାଇଛି। ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଳ୍ପନାଙ୍କ ମରଶରୀରକୁ ନେପାଳୀ ଶେରପା ଓ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ବେସକ୍ୟାମ୍ପ-୪କୁ ଅଣାଯାଇଛି। ବେସ୍ କ୍ୟାମ୍ପରେ ଆସନ୍ତାକାଲି ସମସ୍ତ ଫର୍ମାଲିଟି ପୂରଣ କରାଯିବା ପରେ ମରଶରୀରକୁ କାଠମାଣ୍ଠୁ ନିଆଯିବ ଏବଂ ସେଠାରେ ଥିବା ଭାରତୀୟ ଦୂତାବାସ ଓ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଭୁବନେଶ୍ୱର ଅଣାଯିବ। କଳ୍ପନାଙ୍କ ମୃତଦେହ ଆଣିବାକୁ ଓଡ଼ିଶାରୁ ୩ ଜଣିଆ […]

  • Saturday, 17 July 2021
husband
ମଦ ନିଶାରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

କେନ୍ଦ୍ରାପଡ଼ା( ମନୋଜ ସ୍ୱାଇଁ) : ନିଶା ଉଜାଡ଼ି ଦେଲା ସଂସାର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାର ଗୋପାଳପୁରରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର। ମଦ ନିଶାରେ ଚୁର୍ ବାବୁଲି ସୂତାର ସହ କୌଣସି କାରଣରୁ ସ୍ତ୍ରୀ ବାସନ୍ତୀର ଝଗଡ଼ା ହୋଇଥିଲା। ନିଶାସକ୍ତ ବାବୁଲି ଉତକ୍ଷିପ୍ତ ହୋଇ କାଠ ଫାଳିଆରେ ବାସନ୍ତୀକୁ ପିଟି ପିଟି ମାରି ଦେଇଥିଲା ବୋଲି ଅଭିଯୋଗ ହୋଇଛି। ଏହାପରେ ବାହାର ପଟୁ କବାଟ ବନ୍ଦ କରି ଫେରାର ହୋଇଯାଇଛି। ଘର ବାହାରେ ବାବୁଲିର […]

  • Saturday, 17 July 2021
cuttack
କଟକ-ଭୁବନେଶ୍ୱର ଭିତର ଦେଇ ଯାଇଥିବା NHରେ ବ୍ଲାକସ୍ପଟ୍ ଚିହ୍ନଟ

ଭୁବନେଶ୍ୱର : କଟକ ଓ ଭୁବନେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥରେ ଦୁର୍ଘଟଣା ପ୍ରବଣ ସ୍ଥାନ ବା ବ୍ଲାକ୍ ସ୍ପଟ୍ ଚିହ୍ନଟ କରିଛି ଟ୍ରାଫିକ୍‌ ପୁଲିସ। ଜାତୀୟ ରାଜପଥର ୫ଟି ବ୍ଲାକସ୍ପଟ୍ ଚିହ୍ନଟ କରାଯାଇଛି। ଭୁବନେଶ୍ୱରରୁ ଖୋର୍ଦ୍ଧା ରାସ୍ତାର ବାଟଭୁଆସୁଣୀ, ଖଣ୍ଡଗିରି ନିକଟ ଆଇଗିଣିଆ, ପାହାଳ, ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଓ ନୟାପଲ୍ଲୀ ସିଦ୍ଧାର୍ଥ ହୋଟେଲ ସମ୍ମୁଖ ଜାତୀୟ ରାଜପଥକୁ ଅତ୍ୟଧିକ ଦୁର୍ଘଟଣା ପ୍ରବଣ ସ୍ଥାନ ଭାବେ ଚିହ୍ନଟ କରାଯାଇଛି। ଗତ କିଛିଦିନ ଭିତରେ ଭୁବନେଶ୍ୱରରେ […]

  • Saturday, 17 July 2021
RAIN
୧୧ଟି ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିବ। ୩୦ରୁ ୪୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ବରଗଡ଼, ସମ୍ବଲପୁର, ବୌଦ୍ଧ,କେନ୍ଦୁଝର, ଅନୁଗୋଳ, କନ୍ଧମାଳ, ନୟାଗଡ଼ ଓ ମୟୂରଭଞ୍ଜ। ଅପରାହ୍ନ ୫ଟା ୩୦ ଯାଏ ଏହି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ […]

  • Saturday, 17 July 2021
niranjan
ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସରେ ଇସ୍ତଫାର ସୁଅ

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସର ବିପର୍ଯ୍ୟୟ ପରେ ରାଜ୍ୟ କଂଗ୍ରେସ ସଭାପତିଙ୍କ ଇସ୍ତଫାର ସୁଅ ଛୁଟିଛି। ଆଜି ସୁଦ୍ଧା ୬ ଜଣ ପିସିସି ସଭାପତି ପଦ ଛାଡ଼ି ସାରିଲେଣି। ଝାଡ଼ଖଣ୍ଡ ରାଜ୍ୟ କଂଗ୍ରେସ ସଭାପତି ଅଜୟ ରାୟ, ଆସାମ ପିସିସି ସଭାପତି ରିପୁନ ବୋରା ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନିଲ ଝାକର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ଇମେଲ୍ କରି ଦେଇଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ପିସିସି ମୁଖ୍ୟ ରାଜ […]

  • Saturday, 17 July 2021
naveen---low perfermance
ବିଜେଡିର ପରାଜୟ ସମୀକ୍ଷା

ଭୁବନେଶ୍ୱର :  ବିଜେଡିରେ ଆରମ୍ଭ ହୋଇଛି ପରାଜୟ ସମୀକ୍ଷା। ୯ଲୋକସଭା ଆସନରେ କାହିଁକି ଜିତିଲେନି ଦଳୀୟ ପ୍ରାର୍ଥୀ। ବିଧାନସଭା କ୍ଷେତ୍ରରେ କେଉଁ କାରଣରୁ ହାରିଲେ ନିଶ୍ଚିତ ବିଜୟ ସମ୍ଭାବନା ଥିବା ନେତା। ସ୍ପ୍ଲିଟ୍ ଭୋଟିଂ ନା ଅନ୍ତର୍ଘାତୀ କାର୍ଯ୍ୟ, କାରଣ ଜାଣିବାକୁ ରିପୋର୍ଟ ମାଗିଛନ୍ତି ସୁପ୍ରିମୋ। ଅନେକ ପରାଜିତ ପ୍ରାର୍ଥୀ ଆଜି ନବୀନଙ୍କୁ ଭେଟିବା ପରେ ନିର୍ବାଚନ ପରର ସମୀକ୍ଷା ନିହାତି ଦରକାର ବୋଲି ମତ ରଖିଥିବାବେଳେ ଆଉ କେହି କେହି ସିଧା ନିଜ ଅଞ୍ଚଳର ନେତାଙ୍କୁ […]

  • Saturday, 17 July 2021
nv
ନବୀନଙ୍କ ପଞ୍ଚମ ଇନିଂସ ପାଇଁ ଗେମ୍‌ ଚେଞ୍ଜର ହେଲା କି 'କାଳିଆ' ଓ 'ମିଶନଶକ୍ତି' ?

ଭୁବନେଶ୍ୱର : ନବୀନ ପଞ୍ଚମ ଥର କ୍ଷମତାକୁ ଫେରିବା ପଛରେ କଣ ହେଲା ଗେମ ଚେଞ୍ଜର? ସଫଳ ନିର୍ବାଚନ ପରିଚାଳନା, ବ୍ରାଣ୍ଡ ନବୀନ ନା ଲୋଭନୀୟ ଯୋଜନା? ଚର୍ଚ୍ଚା ହେଉଛି ଚାଷୀଙ୍କ ପାଇଁ କାଳିଆ ଓ ମିଶନ ଶକ୍ତି ହିଁ ନବୀନଙ୍କୁ ନୂଆ ବଳ ଦେଲା। ଯଦିଓ ଏହି ଦୁଇ ଯୋଜନାକୁ କାଉଣ୍ଟର କରିବା ପାଇଁ ବିଜେପି ପିଏମ୍ କିଷାନ ଓ ଉଜ୍ଜ୍ୱଳା ଦିଦି ପରି ଯୋଜନା ଆଣିଲା, ହେଲେ ଦଳ ଏଥିରେ ପଛରେ ପଡ଼ିଗଲା। ଆସନ୍ତୁ […]

  • Saturday, 17 July 2021
minister oath
ନବୀନ ନିବାସରେ ମନ୍ତ୍ରୀପଦ ପାଇଁ ଲାଗିଛି ଆଶାୟୀଙ୍କ ଗହଳି

ଭୁବନେଶ୍ୱର : ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଜୋରଦାର ପ୍ରସ୍ତୁତି।  ସେପଟେ ନବୀନ ନିବାସରେ ମନ୍ତ୍ରୀପଦ ପାଇଁ ଲାଗିଛି ଆଶାୟୀଙ୍କ ଗହଳି। ପଞ୍ଚମ ଥର ପାଇଁ ଜିତିବା ପରେ ସୁପ୍ରିମୋଙ୍କୁ ଶୁଭେଛା ଜଣାଇବା ବାହାନାରେ ଚାଲିଛି ଲବି। ହେଲେ ଏପର୍ଯ୍ୟନ୍ତ ନବୀନ ତାଙ୍କ କାର୍ଡ ଖୋଲୁନଥିବାରୁ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଲାଗି ରହିଛି ସସ୍‌ପେନ୍ସ। ମନ୍ତ୍ରୀ ପଦ ପାଇଁ ଅନେକ ମାପଦଣ୍ଡ ରଖାଯାଇଥିବା ବେଳେ ଏଥର କିଛି ନୂଆ ଫର୍ମୁଲା […]

  • Saturday, 17 July 2021
accident--2
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗଲା ୬ ଜୀବନ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗଲା ୬ଟି ଅମୂଲ୍ୟ ଜୀବନ। ଆଜି ଢେଙ୍କାନାଳରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୪ ଜଣ ପ୍ରାଣ ହାରଇଛନ୍ତି। କଣ୍ଟାନାଳି ବାଇପାସ୍ ନିକଟରେ ଟ୍ରକ୍ ଧକ୍କାରେ ଯୁବକ ଯୁବତୀଙ୍କ ମୃତ୍ୟୁ ହୋଇଛି। ସେହିଭଳି ଭଗବାନପୁର ଗାଁରେ ଟ୍ରକ୍ ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଦୁଇଜଣ ରାସ୍ତାକଡ଼ ଘର ନିକଟରେ କଥା ହେଉଥିବା ବେଳେ ଏକ ଦୃତଗାମୀ ଟ୍ରକ୍‌ ମାଡ଼ି ଯିବାରୁ ସେମାନଙ୍କ […]

  • Saturday, 17 July 2021
thief3
ଚୋରି କରିବାବେଳେ ଧରାପଡ଼ିଲେ ୩ ଚୋର

ସାଲେପୁର ( ମନୋଜ ଆଚାର୍ଯ୍ୟ) : ଚୋରଙ୍କ ପାଇଁ କାଳ ହେଲା ରମଜାନ ମାସ। ଚୋରି କରିବାବେଳେ ଘର ଲୋକଙ୍କ ହାତରେ ଧରାପଡ଼ିଲେ ୩ ଚୋର। ଏହାପରେ ଗାଁ ଲୋକଙ୍କ ସହାୟତାରେ ପୁଲିସର ଜିମା ଦିଆଯାଇଛି। ଗିରଫ ତିନି ଜଣ ହେଲେ ସେହି ଗାଁର ବୀରକିଶୋର ସାହୁ, ଲକ୍ଷ୍ମୀଧର ସାହୁ ଓ ସୁନାଖଣ୍ଡି ଗାଁର ଗଣେଶ୍ୱର କାଣ୍ଡି। କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ଅଢ଼ଙ୍ଗ ଗାଁର ଅବଦୁଲ ମଲ୍ଲିକ ଖାନଙ୍କ ଘରୁ ଚୋରି ଉଦ୍ୟମବେଳେ ଏହି ୩ […]

  • Saturday, 17 July 2021
heatwave
ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ନିଆଁ ବର୍ଷିବ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ନିଆଁ ବର୍ଷିବ। ଭୟଙ୍କର ଗ୍ରୀଷ୍ମ ପ୍ରବାହ କଲବଲ କରିବ ଉପାନ୍ତରୁ ଉପକୂଳ ଯାଏଁ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗ୍ରୀଷ୍ମପ୍ରବାହକୁ ଦେଖି ରାଜ୍ୟର ୯ଟି ଜିଲ୍ଲା ପାଇଁ ହିଟ୍‌ୱେଭ୍ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲା ପାଇଁ ଏହି ସତର୍କସୂଚନା ଜାରି କରାଯାଇଛି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ଏସବୁ ଜିଲ୍ଲାରେ ଭୟଙ୍କର ତାତି […]

  • Saturday, 17 July 2021
puri
ଭିଜିଲାନ୍ସ ଜାଲରେ ଗୋପ ଥାନା ଆଇ.ଆଇ.ସି

କୋଣାର୍କ( ସଂଜୟ ପତି) : ଭିଜିଲାନ୍ସ ଜାଲରେ ଥାନା ଆଇ.ଆଇ.ସି। ପୁରୀ ଗୋପ ଥାନା ଆଇଆଇସି ସୌମ୍ୟାଜିତ ମିଶ୍ରଙ୍କୁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ଗିରଫ କରିଛି। ନୂଆଖୋଲମରାର ଓରତଣ୍ଡା ଗାଁରେ ଏକ ବିବାହ ଉତ୍ସବରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଘଟଣାର ସମାଧାନ ପାଇଁ ଗୋଟିଏ ପକ୍ଷଙ୍କ ଠାରୁ ଆଇଆଇସି ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ପ୍ରସ୍ତୁତ […]

  • Saturday, 17 July 2021
modi--naveen
ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର : ନବୀନଙ୍କ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ। ରାଜ୍ୟର ୫ମ ଥର ପାଇଁ ଶାସନ କ୍ଷମତାକୁ ଆସିଥିବା ବିଜେଡି ସରକାରର ନୂଆ ମନ୍ତ୍ରିମଣ୍ଡଳର ଆସନ୍ତା ୨୯ ତାରିଖ ସାଢ଼େ ୧୦ଟା ବେଳେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ନିମନ୍ତ୍ରଣ ଜଣାଇଛି ବିଜେଡି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ ନେଇ ରାଜଭବନ ପକ୍ଷରୁ […]

  • Saturday, 17 July 2021
childline
ନାବାଳିକା ବିବାହକୁ କେନ୍ଦ୍ର କରି ତୁମୁଳକାଣ୍ଡ

ଚୌଦ୍ୱାର  : ନାବାଳିକା ବିବାହକୁ କେନ୍ଦ୍ର କରି ଚୌଦ୍ୱାରରେ ତୁମୁଳକାଣ୍ଡ। ଏହି ବେଆଇନ ବିବାହକୁ ବନ୍ଦ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ୍ ଏବଂ ଚୌଦ୍ୱାର ପୁଲିସକୁ ତୀବ୍ର ବିରୋଧ କରିବା ସହ ନାବାଳିକାଙ୍କୁ ଜଣେ ଯୁବକଙ୍କ ସହ ବିବାହ କରିଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ,କଟକ ସାଲେପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ଚୌଦ୍ୱାର ଅଞ୍ଚଳର ଜଣେ ନାବାଳିକାଙ୍କୁ ଗାଁର ଶିବ ମନ୍ଦିରରେ ବିବାହ କରାଯାଉଥିଲା। ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଚାଇଲ୍ଡ […]

  • Saturday, 17 July 2021
heat
ଆହୁରି ୩ ଦିନ ପର୍ଯ୍ୟନ୍ତ ନିଆଁ ବର୍ଷିବ

ଭୁବନେଶ୍ୱର  : ଆହୁରି ୩ ଦିନ ପର୍ଯ୍ୟନ୍ତ ନିଆଁ ବର୍ଷିବ। ଉପାନ୍ତରୁ ଉପକୂଳ ଯାଏ ଭୟଙ୍କର ଗ୍ରୀଷ୍ମ ପ୍ରବାହ କଲବଲ କରିବ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୯ଟି ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ତେବେ ଗତ ୨ ସପ୍ତାହରୁ ଅଧିକ ସମୟ ଧରି ପାରଦ ଉପରକୁ ଯିବାରେ ଲାଗିଛି। ଆଜି ରାଜ୍ୟର ୧୧ ସହର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ୪୪.୬ ଡିଗ୍ରୀ […]

  • Saturday, 17 July 2021
naveen bjd
ନବୀନଙ୍କ ପଞ୍ଚମ ପାଳିରେ ପୁଣି ଚର୍ଚ୍ଚାରେ ମେ ୨୯

ଭୁବନେଶ୍ୱର : ନବୀନଙ୍କ ପଞ୍ଚମ ପାଳିରେ ପୁଣି ଥରେ ଚର୍ଚ୍ଚାରେ ମେ ୨୯। କାରଣ ଏହି ଦିନ ହେବ ବିଜେଡିର ଶପଥ ଗ୍ରହଣ ସମାରୋହ। ତେବେ ମେ୨୯କୁ କାହିଁକି ବାଛିଛି ବିଜେଡି। ତାକୁ ନେଇ ଚାଲିଛି ଚର୍ଚ୍ଚା। ୨୦୧୨, ମେ ୨୯ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବା ପାଇଁ ହୋଇଥିଲା ମିଡ୍ ନାଇଟ୍ ଅପରେସନ୍। ଆଉ ଏବେ ସେହି ମେ ୨୯ରେ ହେବ ବିଜେଡିର ଶପଥ ଗ୍ରହଣ ସମାବେଶ। ତେବେ ୬ ବର୍ଷ ତଳର […]

  • Saturday, 17 July 2021
bjp
ରାଜ୍ୟରେ ପ୍ରଥମଥର ବିରୋଧୀ ଆସନରେ ବସିବ ବିଜେପି

ଭୁବନେଶ୍ୱର : ଓଡିଶା ରାଜନୀତିରେ ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଭୂମିକାରେ ବିଜେପି ରହିବ। କଂଗ୍ରେସକୁ ପଛରେ ପକାଇ ଦଳ ଏହି ଯୋଗ୍ୟତା ହାସଲ କରିଛି। ତେବେ ବିରୋଧୀ ଦଳ ନେତା କିଏ ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ପରେ ଅର୍ଥାତ ୩୦ ତାରିଖ ପରେ ବିଜେପି ବିଧାୟକ ଦଳ ବୈଠକ ବସି ନେତା ଚୟନ କରାଯିବ। ତେବେ ସମ୍ବଲପୁରରୁ ୪ ଥର ଜିତିଥିବା ଜୟନାରୟଣ […]

  • Saturday, 17 July 2021
bijaya
ବିଜେଡିର ଫଳାଫଳର ପ୍ରଭାବ ପାଟକୁରାରେ ପଡ଼ିବନି: ବିଜୟ ମହାପାତ୍ର

ଭୁବନେଶ୍ୱର : ବିଧାନସଭାରେ ବିଜେଡି ସପକ୍ଷରେ ଯାଇଥିବା ଫଳାଫଳର ପ୍ରଭାବ ନିର୍ବାଚନ ହେବାକୁ ବାକି ଥିବା ପାଟକୁରା ଆସନ ଉପରେ ପଡ଼ିବ ନାହିଁ। ଆଜି ଏଭଳି ଦମ୍ଭୋକ୍ତି କରିଛନ୍ତି ପାଟକୁରା ଆସନରୁ ଲଢୁଥିବା ପୂର୍ବତନ ମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କହିଛନ୍ତି,“ପାଟକୁରା ଭୋଟର ଖରିଦ କିମ୍ବା ବିକ୍ରି ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ। ପୂର୍ବରୁ ଏଠାକାର ଭୋଟର ଯାହା ମନ ସ୍ଥିର କରିଛନ୍ତି, ସେଥିରେ ପରିବର୍ତ୍ତନ କରିବେନି। ଯଦିଓ ପାଟକୁରା ପାଇଁ […]

  • Saturday, 17 July 2021
puri
ଫୋନି ପ୍ରଭାବିତ ପୁରୀ ସହରରେ ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ

ପୁରୀ( ପ୍ରଦୀପ ମହାନ୍ତି)  : ଫୋନି ପ୍ରଭାବିତ ପୁରୀ ସହରରେ ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ। ୨୬ ଜଣିଆ ଏହି ଟିମ୍ ପୁରୀର ବିଭିନ୍ନ ଅଂଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପର୍ଯ୍ୟଟନ, ଶିଳ୍ପ, ହେରିଟେଜ୍ ବିଲଡିଂ, ବିଦ୍ୟୁତ୍‌ ସରବରାହ କ୍ଷେତ୍ର, ରାସ୍ତାଘାଟ ଗୁଡିକର ଆକଳନ କରିଛନ୍ତି ପ୍ରତିନିଧି ଦଳ। ଏନେଇ ପୁରୀ ସର୍କିଟ୍ ହାଉସ ପରିସରରେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛି ଟିମ୍। ବର୍ତ୍ତମାନ ସୁଦ୍ଧା […]

  • Saturday, 17 July 2021
school
ସ୍କୁଲ ବାରଣ୍ଡାରେ ଦୁଇ ଝିଅଙ୍କ ସହ ରହୁଛନ୍ତି ଅସହାୟ ବିଧବା

ଚୌଦ୍ୱାର : ବଦଳୁଛି ବିକାଶର ଧାରା,ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ଲାଗି କରାଯାଉଛି ଅନେକ ଯୋଜନା। ସରକାରୀ ପାଣ୍ଠିରୁ ପାଣି ପରି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଶୁଖୁନି ଗରିବ ଆଖିର ଲୁହ। ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକାରୀ ଅନୁଦାନରୁ ବାଦ୍‌ ପଡ଼ୁଛନ୍ତ। ଏଭଳି ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗି ବ୍ଲକ୍‌ ନପଙ୍ଗ ପଂଚାୟତ ସାଇଣ୍ଟୋ ଗ୍ରାମରେ। ସ୍ୱାମୀ ମରିବାର ୩ବର୍ଷ ବତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ସଉରୀ ସାମଲଙ୍କୁ ମିଳିପାରିନାହିଁ ବିଧବା ଭତ୍ତା। […]

  • Saturday, 17 July 2021
puri
ଆଜି ଭଉଁରୀ ତିଥି

ପୁରୀ : ଆଜି ଭଉଁରୀ ତିଥି। ପରମ୍ପରା ଅନୁସାରେ ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ନିର୍ମାଣ ଚାଲିଥିବା ପ୍ରତି ରଥରେ ଆଜି ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୋଗ କରାଯାଇଛି। ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ରଥଖଳାକୁ ବିଜେ କରିଥିଲେ। ଏହାପରେ ଭୋଇ ସେବାୟତ ଚକରେ ଅଖ ସଂଯୋଗ କରିଥିଲେ। କମାର ସେବକମାନଙ୍କ ପକ୍ଷରୁ ପନ୍ଦାରି ଚାବି କାଠି ନିତି ମଧ୍ୟ ଅନୁକୁଳ ହୋଇଛି। ଏଥିସହ ଅକ୍ଷୟ ତୃତୀୟା ଦିନରୁ ଚାଲିଥିବା ବାହାର ଚନ୍ଦନ […]

  • Saturday, 17 July 2021
kanhu
କଂଗ୍ରେସର ପରାଜୟକୁ ନେଇ ବର୍ଷିଲେ କାହ୍ନୁ ଲେଙ୍କା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଉପରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା କାହ୍ନୁ ଚରଣ ଲେଙ୍କା। ଦଳର ବିଫଳତା ପାଇଁ ସେ ସିଧାସଳଖ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି। ଏହାସହ ଦଳର ସାଂଗଠନିକ ଦାୟିତ୍ୱରେ ଥିବା ବରିଷ୍ଠ ନେତା ଭକ୍ତ ଦାସ ଓ ହେମାନନ୍ଦ ବିଶ୍ୱାଳଙ୍କ ସମେତ ଅନ୍ୟ କିଛି ତୁଙ୍ଗ ନେତାଙ୍କ ବିରୋଧରେ ବି ବିଷୋଦଗାର କରିଛନ୍ତି। ଏପରିକି ପିସିସି ସଭାପତି କଂଗ୍ରେସ ଭଳି ଜାତୀୟ ଦଳକୁ […]

  • Saturday, 17 July 2021
NARAJ
ନରାଜରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କଟକ : ସାଙ୍ଗମାନଙ୍କ ସହିତ ଗାଧୋଇବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ର ବୁଡ଼ି ଯାଇଛନ୍ତି। ସେ ହେଉଛନ୍ତି ଝାରଖଣ୍ଡର ଭିକି କୁମାର। ସେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଏକ ଇଞ୍ଜିନିୟରିଂ ସ୍କୁଲରେ ପାଠ ପଢ଼ୁଥିଲେ। ଆଜି ଭିକି ତାଙ୍କର ୪ ଜଣ ସାଙ୍ଗଙ୍କ ସହ କଟକର ନରାଜ ମହାନଦୀ ଆନିକଟରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ନଦୀ ସୁଅରେ ଭାସି ଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି ପହଁରି କୂଳକୁ ଫେରିଆସିଥିଲେ। ମାତ୍ର […]

  • Saturday, 17 July 2021