ଭୁବନେଶ୍ୱର : ଗତ କିଛି ମାସ ହେଲା ରାଜ୍ୟରେ କ୍ରମାଗତ ଭାବେ ବଢ଼ିଚାଲିଛି ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ମଣିଷ ରକ୍ତରେ ମଣିଷ ଖେଳୁଛି ହୋଲି। କେଉଁଠି ଭାଇର ମୁଣ୍ଡ ଭାଇ ଗଡ଼ାଇଲାଣି, ତ ଆଉ କେଉଁଠି ଅକଥନୀୟ ନିର୍ଯାତନାରେ ଗଲାଣି ବୋହୂର ଜୀବନ। ଏଭଳି ବର୍ବରକାଣ୍ଡ ବିଶେଷ କରି ଗ୍ରାମାଞ୍ଚଳରେ ବେଶୀ ଘଟୁଛି। ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ଚଳିତବର୍ଷ ପ୍ରତି ମାସରେ ହାରାହାରି ଶହେ ହତ୍ୟାକାଣ୍ଡ ଘଟୁଛି। ଏହାକୁ ନେଇ ବିଭିନ୍ନ ମହଲରେ […]
ଭୁବନେଶ୍ୱର : ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବାପରେ ବିଜେଡି ଫୋକସ୍ରେ ପୁଣି ବିଧାନ ପରିଷଦ। ଏହା ଭିତରେ ମୋଦି-ନବୀନ ସଂପର୍କ ଘନିଷ୍ଠ ହୋଇଥିବାରୁ ଏହାର ଫାଇଦା ଉଠାଇ ପାର୍ଲାମେଣ୍ଟରେ ଏ ସଂପର୍କିତ ବିଲ୍ ପାରିତ କରିବା ଚକ୍କରେ ରହିଛି ବିଜେଡି। ଏନେଇ ଦଳ ଭିତରେ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଗତ ନିର୍ବାଚନରେ ହାରିଥିବା ଓ ଟିକଟରୁ ବଞ୍ଚିତ ହୋଇଥିବା ବହୁ ହେଭିୱେଟ୍ଙ୍କୁ ଥଇଥାନ ଲାଗି ବିଧାନ ପରିଷଦ ଗଠନ ବିଜେଡି ପାଇଁ ଏକ ପ୍ରକାର […]
ଭୁବନେଶ୍ୱର : ଭିଜିଲାନ୍ସ ସ୍କାନରରେ ଶିକ୍ଷୟିତ୍ରୀ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ସରକାରୀ ଶିକ୍ଷୟିତ୍ରୀ ଗାୟତ୍ରୀ ତ୍ରିପାଠୀଙ୍କ ଘରେ ଚଢ଼ଉ କରିଛି ଭିଜିଲାନସ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଉଚ୍ଚଶିକ୍ଷା ବିଭାଗର ଅଡିଟର ଥିବା ତାଙ୍କ ସ୍ୱାମୀ ସୁଧୀର ଚନ୍ଦ୍ର ତ୍ରିପାଠୀ ମଧ୍ୟ ଆସିଛନ୍ତି ଭିଜିଲାନସ ସ୍କାନରରେ। ଏନେଇ ତାଙ୍କୁ ମଧ୍ୟ ଭିଜିଲାନସ ଗୁଡେଇ ତୁଡେଇ ପଚରା ଉଚରା କରିଛି। ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ହୋଇଛି। […]
ଭୁବନେଶ୍ୱର : ଭୁବନେଶ୍ୱରରେ ଖୋଲିଲା ଟୋୟୋ ବ୍ରାଣ୍ଡ ସାନିଟାରିର ଏକ୍ସକ୍ଲୁସିଭ ସୋରୁମ୍। ଭୁବନେଶ୍ୱରରେ ଏହା କମ୍ପାନୀର ଦ୍ୱିତୀୟ ସୋରୁମ ହୋଇଥିବା ବେଳେ ସାରା ରାଜ୍ୟରେ ୫୦ରୁ ଅଧିକ ଡିଲର ଅଛନ୍ତି। ଅତ୍ୟାଧୁନିକ ତଥା ଷ୍ଟାଇଲିସ ବାଥରୁମ ଫିଟିଙ୍ଗସ ପ୍ରସ୍ତୁତ କରୁଥିବା କମ୍ପାନୀ ଚଳିତ ବର୍ଷ ଓଡିଶାରେ ୧୨ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ଲକ୍ଷ୍ୟ ରଖିଛି। ତେବେ ସେନ୍ସର ଲାଇଟ୍ ମିରର, ବାଥରୁମ ଭାନିଟି, ହାଣ୍ଡ ସାୱାର, ସେନ୍ସର ଟ୍ୟାବ୍ ଆଦି ଉତ୍ପାଦ ଉପରେ ୧୦ […]
ପୁରୀ : ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ପରେ ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବିବାହ ନୀତି ପାଇଁ ଶ୍ରୀମନ୍ଦିର ଉତ୍ସବ ମୁଖର ହେବ। ସିଂହଦ୍ଵାରରେ ବାଜିବ ତେଲେଙ୍ଗୀ ବାଇଦ ବାଜା। ପ୍ରଥମ ଭୋଗମଣ୍ଡପ ନୀତି ପରେ ରୁକ୍ମଣୀ ହରଣ ନୀତି ପାଇଁ ମହାଲକ୍ଷ୍ମୀ ବିମଳା ମନ୍ଦିରକୁ ବିଜେ କରିବେ। ମହାପ୍ରଭୁଙ୍କ ନିକଟକୁ ଚିଠାଉ ପଠାଯିବା ପରେ ମଦନମୋହନ […]
ଅନୁଗୋଳ(ବିରଜା ଦାସ) : ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜ୍ ତଳମୁଣ୍ଡ ବ୍ରାହ୍ମଣୀ ନଦୀରେ ବୁଡ଼ି ଆଜି ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କାହ୍ନୁ ମହାରଣା ଓ ଲଲା ନାଏକ। ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ ନଦୀରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଆଜି ଦିନ ୩ଟା ବେଳେ କାହ୍ନୁ ଓ ଲଲା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ଅସାବଧାନତା ଯୋଗୁ ନଦୀ […]
ନୟାଗଡ଼: ନୟାଗଡ଼ରେ ବୋମା ମାଡ଼। ଶରଣକୁଳ ଥାନା ଗୋଡ଼ିପଡ଼ାର ଏକ ଢାବା ଉପରେ ଗତକାଲି ରାତିରେ ବୋମାମାଡ଼ ହୋଇଛି। କିଛି ଦୁର୍ବୃତ୍ତ ଢାବା ଉପରେ ବୋମା ଫୋପାଡ଼ିବା ପରେ ୭ ହଜାର ଟଙ୍କା ଲୁଟ୍ କରି ନେଇଛନ୍ତି। ବୋମା ମାଡ଼ରେ ଢାବା ଭିତରେ ଥିବା ବାଇକ୍ ଜଳି ଯାଇଛି। ଏହାସହ ଏକ କାର୍ ବି କ୍ଷତିଗସ୍ତ ହୋଇଛି। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ବୋମାମାଡ଼ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ଘଟଣାସ୍ଥଳରେ […]
ପୁରୀ( ମଧୁସୂଦନ ମିଶ୍ର) : ଦୁଇଦିନ ଧରି ବାତ୍ୟା ଫୋନି ଜନିତ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଆଜି ରାଜ୍ୟ ସରକାରଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା NDMAର ପ୍ରତିନିଧି ଦଳ। ବୈଠକ ପରେ NDMA ଟିମ୍ ସଦସ୍ୟ କମଲ କିଶୋର କହିଛନ୍ତି ଯେ, ଓଡ଼ିଶାର ବାତ୍ୟା ମୁକାବିଲା ଓ ପରିଚାଳନା ବହୁତ ଭଲ ଥିଲା। ବିଭିନ୍ନ ଜିଲ୍ଲାରେ ଏନ୍ଡିଏମ୍ଏ ପକ୍ଷରୁ ଚାଲିଥିବା ଆପଦା ମିତ୍ର ସ୍କିମ୍ ଭଲ ଭାବେ […]
ସମ୍ବଲପୁର(ସଞ୍ଜୟ ଜେନା) : ନାବାଳକର ଚର୍ଚ୍ଚିତ କଳା କାରନାମା । ପ୍ରତିଷ୍ଠିତ ଲୋକଙ୍କ ନାଁ ରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ବିଭିନ୍ନ ଆଳରେ ଟଙ୍କା ଓ ମୂଲ୍ୟବାନ ଜିନିଷ ହଡ଼ପ। ନିଜକୁ ଭିଆଇପି ଓ ମନ୍ତ୍ରୀ ପରିଚୟ ଦେଇ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ସମ୍ବଲପୁରରୁ ଆସିଛି। ସାଇବର କ୍ରାଇମ୍ ମାମଲାରେ ସମ୍ପୃକ୍ତ ନାବାଳକଙ୍କୁ ପୁଲିସ ଗିରଫ କରିଛି। ନାବାଳକର କାରନାମା ବିଷୟରେ ଜାଣିଲେ , ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯିବ। […]
ଭୁବନେଶ୍ୱର : ପୁସ୍ତକ ଓ ଉପନ୍ୟାସ ପଢ଼ିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ସହ ଲେଖକ ଓ ଗାଳ୍ପିକଙ୍କ ସହ ସିଧାସଳଖ ଯୋଡ଼ି ହେବାର ଉଦ୍ଦେଶ୍ୟ ନେଇ ପ୍ରଭାକେତନ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଦ୍ମଶ୍ରୀ ହଳଧର ନାଗ। ତାଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ କବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ହଳଧର ନାଗଙ୍କ ଲିଖିତ କବିତା […]
ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ତାତି ପ୍ରବାହିତ ହେଉଛି। ୪୫ ଡିଗ୍ରୀ ଉପରେ ୬ ସହର ରହିଛି। ୪୫.୬ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର। ତାଳଚେରରେ ୪୫.୩ ଡିଗ୍ରୀ, ହୀରାକୁଦରେ ୪୫.୨ ଡିଗ୍ରୀ, ସୋନପୁରରେ ୪୫.୨ ଡିଗ୍ରୀ, ଝାରସୁଗୁଡ଼ାରେ ୪୫ ଡିଗ୍ରୀ, ଟିଟିଲାଗଡ଼ରେ ତାପମାତ୍ରା ରହିଛି ୪୫ ଡିଗ୍ରୀ। ସେହିପରି ଅନୁଗୋଳରେ ୪୩.୯ ଡିଗ୍ରୀ, ମାଲକାନଗିରିରେ ୪୨.୬ ଡିଗ୍ରୀ, ବଲାଙ୍ଗିରରେ ୪୨.୫ ଡିଗ୍ରୀ, ଭୁବନେଶ୍ୱରରେ ୪୨.୪ ଡିଗ୍ରୀ, ଭବାନୀପାଟଣାରେ ୪୧.୮ ଡିଗ୍ରୀ, କେନ୍ଦୁଝରରେ ୪୦.୯ […]
ଭୁବନେଶ୍ୱର : ପୁରୀ ରଥଯାତ୍ରା ଲାଇଭ ଟେଲିକାଷ୍ଟ ନେଇ ଟେଲିଭିଜିନ ଚ୍ୟାନେଲ ଗୁଡ଼ିକ ଠାରୁ ଟଙ୍କା ନେବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। କହିଛନ୍ତି ଏ ନେଇ ଟେଲିଭିଜନ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ଏ ସମ୍ପର୍କରେ ଅଧିକ ଅନୁଧ୍ୟାନ କରାଯାଉଛି, ଏବଂ ଆସନ୍ତାକାଲି ପୁରୀରେ ବୈଠକ ପରେ ଏ ନେଇ ନିର୍ଯ୍ୟାସ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ରଥଯାତ୍ରାର ଲାଇଭ ଟେଲିକାଷ୍ଟ […]
ଭୁବନେଶ୍ୱର : ଲୋକସଭା ଉପବାଚସ୍ପତି ପଦକୁ ନେଇ ବଢୁଛି ସସ୍ପେନସ୍। କାହାକୁ ମିଳିବ ଏହି ପଦ ? ବିଜେଡି ନା ଓ୍ୱାଇଏସ୍ଆର୍ କଂଗ୍ରେସ୍ ? ଉଭୟ ଜଗନ ଓ ନବୀନଙ୍କୁ ଉପବାଚସ୍ପତି ପଦ ପାଇଁ ଅଫର୍ ମିଳିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ପୂର୍ବରୁ ବିଜେଡିକୁ ଉପବାଚସ୍ପତି ପଦ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ଏନ୍ଡିଏର ଅନ୍ୟତମ ସହଯୋଗୀ ଦଳ ଶିବସେନା ଏହାକୁ ବିରୋଧ କରିଥିଲା। ଆଉ ଏବେ ଏହି ପଦ […]
ଭୁବନେଶ୍ୱର : ଏସ୍ଓଜି କମାଣ୍ଡାଣ୍ଟ ଆଇପିଏସ୍ ଅନିରୁଦ୍ଧ ସିଂହଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। କାର୍ଯ୍ୟକ୍ଷେତ୍ରରେ ଅନିରୁଦ୍ଧ ସିଂ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ଆଣିଛନ୍ତି ଜଣେ ସବ୍ଇନ୍ସପେକ୍ଟର। ଏସଓଜି କ୍ୟାମ୍ଫରେ ଟ୍ରେନିଂ ନେଉଥିବା ଘଟଗାଁ ଥାନା ସବଇନ୍ସପେକ୍ଟର ବିଶ୍ୱଜିତ ବେହେରା ଆଣିଛନ୍ତି ଏଭଳି ଅଭିଯୋଗ। ଅନିରୁଦ୍ଧଙ୍କ ବିରୋଧରେ ଚନ୍ଦକା ଥାନାରେ ଅଭିଯୋଗ କରିବା ପାଇଁ ଯିବାକୁ ଚାହୁଁଥିଲେ ମଧ୍ୟ ଟ୍ରେନିଂ କ୍ୟାମ୍ଫ ବାହାରକୁ ଛାଡି ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି। ଏନେଇ […]
ଭୁବନେଶ୍ୱର : ଶ୍ରୀମନ୍ଦିର ସୁରକ୍ଷା ନେଇ ଭୁବନେଶ୍ୱରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିର ଭିତର ମରାମତି କାର୍ଯ୍ୟ ହେବ। ଆସନ୍ତା ୫ ଓ ୬ ତାରିଖରେ ASI ଟିମ୍ ଗର୍ଭଗୃହ ଅନୁଧ୍ୟାନ କରିବେ। ୧୪ ତାରିଖ ସଂଧ୍ୟା ସୁଦ୍ଧା ମରାମତି କାମ ସାରିବାକୁ ASIକୁ ନିର୍ଦ୍ଦେଶ ଦିଆଯାଇଛି।୧୬ ତାରିଖରେ ଜୟବିଜୟ ମୂର୍ତ୍ତି ସଂସ୍ଥାପନ କରାଯିବ। ସେହିପରି ଗର୍ଭଗୃହରେ ଫାଟ ନଥିଲେ […]
କେନ୍ଦ୍ରାପଡ଼ା : କୋରିୟର୍ ସଂସ୍ଥାରୁ ୭ ଲକ୍ଷ ୬୬ ହଜାର ଟଙ୍କା ଲୁଟି ନେଇଥିବା କର୍ମଚାରୀକୁ ଗିରଫ କଲା କେନ୍ଦ୍ରାପଡ଼ା ନିକିରାଇ ପୁଲିସ୍। ଗିରଫ ବ୍ୟକ୍ତି ଜଣକ ହେଲେ ଡେରାବିଶ ସବଳଙ୍ଗ ଗାଁର ପ୍ରକାଶ ଦାସ। ବ୍ୟାଙ୍କରେ ସମ୍ପୃକ୍ତ ସଂସ୍ଥାର ଟଙ୍କା ଜମା କରିବାକୁ ଯାଉଥିବାବେଳେ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଥିଲେ ପ୍ରକାଶ। ତେବେ ପୁଲିସର ତଦନ୍ତ ବେଳେ ପ୍ରକାଶଙ୍କ ଅଭିଯୋଗରେ ତାଳମେଳ ରହୁ ନଥିବାର ଲକ୍ଷ୍ୟ କରାଯାଇଥିଲା। ପରେ ପ୍ରକାଶଙ୍କୁ ଅଟକ ରଖି […]
ଭୁବନେଶ୍ୱର : ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆକାଶରୁ ଅଗ୍ନି ବର୍ଷା ହୋଇଥିଲା। ଏମିତି କିଛି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ତେବେ ୧୭ଟି ଜିଲ୍ଲାରେ ଆଜିଠୁ ୩ ଦିନ ଯାଏଁ ହିଟ୍ୱେଭ୍ କଣ୍ଡିସନ୍ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା,କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା ଓ ଭଦ୍ରକ । ସେହିପରି ସାରା ରାଜ୍ୟରେ […]
ଭୁବନେଶ୍ୱର : ଓଡ଼ିଶା ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି। ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାହା ସହ କେନ୍ଦ୍ରୀୟ ଯୋଜନାରେ ଭାଗିଦାରୀ ଅନୁପାତକୁ ୯୦-୧୦ କରିବା, ଫୋନି ବାବଦକୁ ଆଉ ୫ ହଜାର କୋଟିର ସହାୟତା, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ୫ ଲକ୍ଷ ପକ୍କା ଘର ପାଇଁ ମଧ୍ୟ ଦାବି ରଖିଛନ୍ତି ନବୀନ। […]
ଭୁବନେଶ୍ୱର : ମହାପ୍ରଭୁଙ୍କ ରଥଯାତ୍ରାର ସିଧାପ୍ରସାରଣ ପାଇଁ ସପ୍ତାହେ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ଚ୍ୟାନେଲମାନେ ବିଡିଂ ଦାଖଲ କରିଥିଲେ। ଗତକାଲି ଖୋଲିଥିବା ବିଡିଂରେ ଓଡ଼ିଶାର ନମ୍ୱର ୱାନ୍ ନ୍ୟୁଜ୍ ଚ୍ୟାନେଲ୍ ‘ଓଟିଭି’ ସବୁଠୁ ଆଗରେ ରହିଥିଲା। କିନ୍ତୁ ନିଲାମ ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ପରେ ଶ୍ରୀମନ୍ଦିର ପ୍ରଶାସନର ୟୁ-ଟର୍ଣ୍ଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଟ୍ୱିଟ୍ କରି ଶ୍ରୀ ପଣ୍ଡା ଲେଖିଛନ୍ତି,“ସରକାରଙ୍କ ପ୍ରିୟ ଚ୍ୟାନେଲ ବଦଳରେ OTV […]
ଭୁବନେଶ୍ୱର : ଓଡ଼ିଆ କଥାସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧର ଗାଳ୍ପିକ ସ୍ଵର୍ଗତ କନହେଇ ଦାସଙ୍କ ସ୍ମୃତିରେ ଦିଆଯାଉଥିବା ସମ୍ମାନଜନକ ‘କନହେଇ କଥା ପୁରସ୍କାର- ୨୦୧୯’ ପାଇବେ ପ୍ରତିଭାଦୀପ୍ତ ଗାଳ୍ପିକ ଅମରେଶ ବିଶ୍ୱାଳ। ଗତକାଲି ସଂଧ୍ୟାରେ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ବାସଭବନ ‘ସଂକେତ’ରେ କନହେଇଲାଲ୍ ଦାସ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବା ସହ ସମାରୋହ ପାଳନର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଛି। କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ […]
ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଅଞ୍ଚଳରେ NDMAର ତିନିଜଣିଆ ଟିମ୍। ପ୍ରଥମ ଦିନରେ ଓସ୍ଡମା କନ୍ଫରେନ୍ସ ହଲ୍ରେ ସ୍ୱତନ୍ତ୍ର ରିଲିଫ କମିଶନର, ଓଡିଶା ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଭେଟି ଫୋନି କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛି ଟିମ୍। ଆଜି ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ କ୍ଷୟକ୍ଷତି ବହୁତ ରହିଥିବା ଟିମ୍ ସଦସ୍ୟ କହିଛନ୍ତି। ବିଶେଷ କରି ଟେଲିକମ୍, ବିଦ୍ୟୁତ ସେବା ଓ ହାଉସିଂ କ୍ଷେତ୍ରରେ ବ୍ୟାପକ କ୍ଷତି […]
ପୁରୀ : କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ଘୋଷଯାତ୍ରାର ସିଧାପ୍ରସାରଣ ପାଇଁ ସପ୍ତାହେ ତଳେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଖବର କାଗଜରେ ଏହି ବିଜ୍ଞାପନ ବାହାର କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଉଭୟ ଉଦ୍ବେଗ ଓ ସନ୍ଦେହ ପ୍ରକାଶ ପାଇଥିଲା। ଏହା ପରେ ଚ୍ୟାନେଲମାନେ ବିଡିଂ ଦାଖଲ କଲେ। ଗତକାଲି ଖୋଲିଥିବା ବିଡିଂରେ ଓଡ଼ିଶାର ନମ୍ୱର ୱାନ୍ ନ୍ୟୁଜ୍ ଚ୍ୟାନେଲ୍ ଓଟିଭି ସବୁଠୁ ଆଗରେ ରହିଥିଲା। କିନ୍ତୁ ଆଜି ଶ୍ରୀମନ୍ଦିର […]
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ଲାଗି ବଢ଼ିବନି ବିଦ୍ୟୁତ୍ ଦର। ଏ ନେଇ ଆଜି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହା ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପୂର୍ବ ବର୍ଷର ପ୍ରଚଳିତ ଦର ଲାଗୁ ହେବ। ସେହିଭଳି ଡିଜିଟାଲ ପେମେଣ୍ଟ ଲାଗି ଗ୍ରାହକଙ୍କୁ ଆଗରୁ ୧ ପ୍ରତିଶତ ରିହାତି ମିଳୁଥିବା ବେଳେ ଏବେ ୨ ପ୍ରତିଶତ ମିଳିବ। ରାଜ୍ୟର ସମସ୍ତ ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଲାଗି ଏହି […]
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍ରେ ଲୋକଙ୍କୁ ନାନା ଲୋଭନୀୟ ଅଫର ଦେଇଥିଲେ ରାଜ୍ୟ ସରକାର। ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଆଣିବା ପାଇଁ ଏବେ କସରତ ଆରମ୍ଭ କରିଛି ଅର୍ଥ ବିଭାଗ। ଜୁନ ୧୫ ତାରିଖ ଯାଏ ଯେ କୌଣସି ଲୋକ ଇମେଲ୍, ହ୍ୱାଟ୍ସଆପ ଓ SMSରେ ବଜେଟ୍ ନେଇ ସରକାରଙ୍କୁ ପରାମର୍ଶ ଦେଇପାରିବେ। ତା’ ପରେ ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇ ସରକାର ଜୁନ ୨୮ ତାରିଖରେ ଉପସ୍ଥପାନ କରିବେ […]
ଭୁବନେଶ୍ୱର : ତାତିରୁ ତ୍ରାହି ନାହିଁ। ଆଜି ରାଜ୍ୟର ୧୩ଟି ସହର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି। ୪୫ ଡ଼ିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ରହିଛି। ତା’ ପଛକୁ ରହିଛି ହୀରାକୁଦ। ଏଠାରେ ତାପମାତ୍ରା ୪୪.୪ ଡ଼ିଗ୍ରୀ ରହିଛି। ସେହିପରି ଝାରସୁଗୁଡ଼ାରେ ୪୪.୨ ଡ଼ିଗ୍ରୀ , ସୋନପୁରରେ ୪୪ ଡ଼ିଗ୍ରୀ , ଟିଟିଲାଗଡ଼ରେ ୪୩.୪ ଡ଼ିଗ୍ରୀ , ତାଳଚେରରେ ୪୨.୫ ଡ଼ିଗ୍ରୀ , ବଲାଙ୍ଗିରରେ ୪୧.୮ ଡ଼ିଗ୍ରୀ , ଅନୁଗୋଳରେ ୪୧.୭ ଡ଼ିଗ୍ରୀ , […]