ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟାକୁ ଶ୍ରୀକାନ୍ତ ଜେନାଙ୍କ ଟାର୍ଗେଟ। ଖଣି ଗୁଡ଼ିକୁ ନିଲାମ ନକରି ରାଜ୍ୟ ସରକାର ନିଜ ନିୟନ୍ତ୍ରଣରେ ରଖିବାକୁ ଦାବି କରିଛନ୍ତି ଶ୍ରୀକାନ୍ତ। ଏହାଦ୍ୱାରା ରାଜ୍ୟକୁ ୧୦ ଗୁଣ ଅଧିକ ରାଜସ୍ୱ ଆସିବ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଖଣି ସମ୍ପର୍କିତ ସମସ୍ତ ନିୟମାବଳୀକୁ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ଦାବି କରିଛନ୍ତି। ଏହା ସହ ଖଣି ଚୋରି କରିଥିବା ମାଲିକଙ୍କୁ ନିଲାମ ପ୍ରକ୍ରିୟାରୁ ବାଦ୍ ଦେବା […]
ବାରିପଦା (ମାଣିକଲାଲ୍ ପାଣି) : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା। ବଢ଼େଇ ସେବାୟତ ଠାରୁ ଆରମ୍ଭ କରି ଚିତ୍ରକାର ସେବାୟତ ସମସ୍ତେ ନିଜ ନିଜ କାର୍ଯ୍ୟ ସମ୍ପନ୍ନ କରିବାରେ ଲାଗିପଡିଛନ୍ତି। ଚଳିତ ବର୍ଷ ନୂଆ ଦାଣ୍ଡକନା ଓ ନୂଆ ରଥ ଦଉଡ଼ିରେ ଚମକିବ ତିନି ରଥ। ତେବେ ତିନି ରଥର ୮୦ ପ୍ରତିଶତ କାମ ସରିଥିବା ବେଳେ ନବଯୌବନ ଦର୍ଶନ ପୂର୍ବରୁ ସମସ୍ତ କାର୍ଯ୍ୟ ସରିଯିବ ବୋଲି ଆଶା ରଖିଛନ୍ତି ରଥ […]
ସୋରୋ ( ଶକ୍ତିକାନ୍ତ ବେହେରା) : ବାଲେଶ୍ୱର ବାଉଁଶଗଡ଼ିଆ ଜଙ୍ଗଲରୁ ବହୁ ପରିମାଣରେ ଦେଶୀ ମଦ, ମହୁଲ ପୋଚ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ପ୍ରଫୁଲ୍ଲ ସେଠୀ, ବାବୁଲାଲ ସାମଲ ଏବଂ ଭେଲା ମାଝୀ। ସୂଚନା ମୁତାବକ, ବାଉଁଶଗଡ଼ିଆ ଜଙ୍ଗଲରେ ମଦ ପ୍ରସ୍ତୁତି ସମୟରେ ସୋର ଅବକାରୀ ଟିମ୍ ଚଡ଼ଉ କରିଥିଲା। ଘଟଣାସ୍ଥଳରୁ ଗୁଡ଼, ପେଚ ସହ ମଦ ରନ୍ଧା ସାମଗ୍ରୀ ଏବଂ ୩୪୦ ଲିଟର […]
ସମ୍ୱଲପୁର(ସଞ୍ଜୟ ଜେନା) : କଟାମୁଣ୍ଡ ସହ ସମ୍ପର୍କୀୟ ଭାଇ ଗିରଫ। କଟା ମୁଣ୍ଡ ସହ ଅଭିଯୁକ୍ତ ସମ୍ପର୍କୀୟ ଭାଇକୁ ଗିରଫ କରିଛି ସମ୍ବଲପୁର ଅଇଁଠାପାଲି ପୁଲିସ୍। ହତ୍ୟାକାଣ୍ଡ ସ୍ଥଳର ଅଳ୍ପ ଦୂରରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ତା ଠାରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ ହୋଇଛି। ସମ୍ବଲପୁର ଭାଲୁପାଲି ଅଂଚଳର ତିଲେଇମାଲରେ ଗତକାଲି ରାତିରେ ସତ୍ୟନାରାୟଣ ମୁଣ୍ଡା ଘର ବାହାରେ ଶୋଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ମୁଣ୍ଡ କାଟି ନେଇଯାଇଥିଲା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଘଟିଥଲା ଏହି […]
ନୀଳଗିରି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସେ ନୂଆ ସହଯୋଗୀ। ପଦ, କ୍ଷମତା ଓ ପତିଆରା କେଉଁଥିରେ ବି ଉଣା ନୁହଁନ୍ତି। ହେଲେ ଗାଁ ମାଟିରେ ପାଦ ରଖିଲେ ଏସବୁ ଯେମିତି ତୁଛ। ସେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସଂସଦରେ ପାଦ ଦେବା ପରଠୁ ନିଜ ସାଧାରଣ ଜୀବନଶୈଳୀକୁ ନେଇ ଚର୍ଚ୍ଚାରେ ଥିବା ପ୍ରତାପ ଗତକାଲି ଗାଁକୁ ଫେରିଥିଲେ। ଜନ୍ମମାଟି ଗୋପୀନାଥପୁରରେ ପାଦ ଦେବା ପୂର୍ବରୁ ପ୍ରଥମେ ଯାଇଥିଲେ ନିଜ ଗୁରୁଙ୍କ ନିକଟକୁ। […]
ଭୁବନେଶ୍ୱର : ନିର୍ବାଚନ ଫଳ ଆସିବାର ମାସେ ନ ପୂରୁଣୁ ସବୁ ଦଳକୁ ପୁଣି ସଂଗଠନ ଚିନ୍ତା । ଦ୍ୱିତୀୟ ସ୍ଥାନକୁ ଉଠିଥିବା ବିଜେପି ନୂଆ ରାଜ୍ୟ ସଭାପତି ଓ ବିରୋଧୀ ଦଳ ନେତା ଚୟନ ସହିତ ମଜଭୁତ୍ ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ତୟାର ହେଉଛି । ସେପଟେ ବିଜେପିର ଅଭିବୃଦ୍ଧିକୁ ଚେକ୍ ଦେବାକୁ ଶାସକ ବିଜେଡି ନିଜ ସଂଗଠନରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି । ଅନ୍ୟପକ୍ଷରେ ବିପର୍ଯ୍ୟୟ ପରେ କଂଗ୍ରେସ୍ ମଧ୍ୟ […]
କଟକ : କାହାର ହେବ ଯୋବ୍ରା ବ୍ୟାରେଜ? କିଏ କରିବ ଏକାକୀ ବ୍ୟବସାୟ ? କଟକରେ ମାଛ ବ୍ୟବସାୟକୁ ନେଇ ଦୀର୍ଘଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଶେଷରେ ନେଇଛି ହତ୍ୟାକାଣ୍ଡର ରୂପ। ଘରୁ ଡାକି ଆଣି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ରବିବାର ରାତିରେ ମାଟିଆ ମଙ୍ଗଳା ସାହିର ତପନ ନାୟକ ତାଙ୍କ ଘରେ ବସି ଖାଉଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ହାପି, ମୁନ୍ନା ରେଡ୍ଡି ଓ […]
ପୁରୀ : ପୁରୀ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟିଭି ଚ୍ୟାନେଲ ଗୁଡ଼ିକ ଠାରୁ ଶ୍ରୀମନ୍ଦିର ପ୍ରଶାସନ ମଗାଇଥିବା ବିଡିଂକୁ ଆଜି ଅପରାହ୍ନରେ ଖୋଲାଯାଇଛି। ବିଡିଂ ପ୍ରକ୍ରିୟାରେ ଓଡ଼ିଆ ଓ ହିନ୍ଦୀ ସମେତ ମୋଟ ୭ଟି ଚ୍ୟାନେଲ ଅଂଶ ଗ୍ରହଣ କରିଥିଲେ। ସେଥିରେ ଓଡ଼ିଶାର ନମ୍ୱର ୱାନ୍ ନେଟ୍ୱାର୍କ ଓଟିଭିର ସର୍ବୋଚ୍ଚ ବିଡିଂ ପରିମାଣ ଥିବା ସୂଚନା ମିଳିଛି। ତେବେ କାହାକୁ ସ୍ନାନଯାତ୍ରାଠୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସିଧାପ୍ରସାରଣର ଅଧିକାର […]
ଭୁବନେଶ୍ୱର : ପୁଲିସ କବଜାରେ ଜ୍ୟୋତିଷ ୪୨୦। ବିଶ୍ୱାସ ଜନ୍ମାଇ ଜଣେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ସହ କାର ଠକି ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଜ୍ୟୋତିଷ ବିଶ୍ୱଜ୍ୟୋତି ଅରବିନ୍ଦ ମହାନ୍ତି। ଜଣେ ବ୍ୟବସାୟୀଙ୍କ ପାରିବାରିକ ସମ୍ପର୍କରେ ସୁଧାର ଆଣିବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ପତ୍ନୀଙ୍କୁ ହାତକରି ଲକ୍ଷାଧିକ ଟଙ୍କା ଠକି ନେଇଥିଲେ। ବ୍ୟବସାୟୀଙ୍କ ପତ୍ନୀଙ୍କୁ ହାତ କରି ଜମି ଓ ସୁଧ କାରବାର ନାଁରେ ଲକ୍ଷାଧିକ ଟଙ୍କା ନେଇଥିଲେ। ତେବେ ଏଇ ସବୁ […]
ବାରିପଦା (ମାଣିକଲାଲ ପାଣି) : ଭିଣୋଇ ପାଇଁ ମହଙ୍ଗା ପଡ଼ିଲା ଶାଳୀକୁ ଜବରଦସ୍ତ ଭଲ ପାଇବା। ଆଉ ତା’ପରେ ପ୍ରେମିକ ସହ ମିଶି ଭିଣୋଇଙ୍କୁ ମର୍ଡ଼ର କଲା ଶାଳୀ! ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ଝାରପୋଖରିଆ ଥାନା ଅନ୍ତର୍ଗତ ମହୁଲବରୀ ଗାଁର ଅଜୟ କଲିଆ ନିଜ ସମ୍ପର୍କୀୟ ଶାଳୀ ଜିନ୍ନା (ଛଦ୍ମନାମ)ଙ୍କୁ ଏକ ତରଫା ଭଲ ପାଉଥିଲେ। […]
ବଲାଙ୍ଗିର( ମନୋରଞ୍ଜନ ଯୋଶୀ) : ପାଟଣାଗଡ଼ ବିଜେଡି ବିଧାୟକଙ୍କ ଦବଙ୍ଗଗିରିର ପ୍ରମାଣ ଲାଗିଛି ଜିଲ୍ଲାପାଳଙ୍କ ହାତରେ। ବିଧାୟକ ସରୋଜ ମେହେର ପିଡବ୍ଲୁଡିର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଯେଭଳି ଭାବେ କାନ ଧରି ଉଠ୍ବସ୍ କରାଇଛନ୍ତି, ତାହାର ସବିଶେଷ ରିପୋର୍ଟ ପାଇଛନ୍ତି ଜିଲ୍ଲାପାଳ। ନିର୍ମାଣାଧିନ ରାସ୍ତାରେ ନିମ୍ନମାନର କାମ ହେଉଥିବାରୁ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କୁ ସର୍ବସାଧାରଣରେ ଦଣ୍ଡିତ କରିଛନ୍ତି ବୋଲି ସ୍ପଷ୍ଟ କରିଛି ପ୍ରଶାସନ। ବିଧାୟକ ଯଦି ଏଭଳି କରିନଥାନ୍ତେ ତେବେ ଲୋକେ […]
ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ୩୦ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରାଯିବ। ୨୫ ତାରିଖରେ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗୃହକୁ ସମ୍ବୋଧନ କରିବେ। ଏହାପରେ ୨୬ ତାରିଖରେ ଉପ ବାଚସ୍ପତି ନିର୍ବାଚନ ସଂପର୍କରେ ଘୋଷଣା କରାଯିବ ଏବଂ ପରଦିନ ଉପ ବାଚସ୍ପତି ନିର୍ବାଚନ ହେବ। ଜୁନ୍ ୨୮ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ […]
ନୟାଗଡ଼ : ନୟାଗଡ଼ରେ ଲଜ୍ଜା। ୫ ବର୍ଷର ଶିଶୁ କନ୍ୟା ସହିତ ଦୁଷ୍କର୍ମ ଅଭିଯୋଗ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଜଗତିପାଟଣାରେ ଶିଶୁକନ୍ୟା ସହ ଏଭଳି ଦୁଷ୍କର୍ମ ହୋଇଛି। ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଗାଁର ଜଣେ ଯୁବକ ଶିଶୁକୁ ଚକଲେଟ୍, ଆଇସକ୍ରିମ୍ ଦେବା ବାହାନାରେ ଏକ ନିକାଞ୍ଚନ ଜାଗାକୁ ନେଇ ଦୁଷ୍କର୍ମ କରିଥିବା ନେଇ ଏତଲାରେ ଦର୍ଶାଯାଇଛି। ଗତକାଲି ରାତିରେ ଶିଶୁଟି ପୂରା ଘଟଣା ସମ୍ପର୍କରେ ମାଆଙ୍କୁ କହିବା ପରେ ଘଟଣା ଜଣାପଡିଥିଲା। […]
ଭୁବନେଶ୍ୱର : ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପାଟକୁରା ବିଧାନସଭା ନିର୍ବାଚନ ତାରିଖ। ସେଥିପାଇଁ ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ କ୍ଷମତାକୁ ଫେରିବା ପରେ ପାଟକୁରା ନିର୍ବାଚନ ବିଜେପି ଓ ବିଜେଡି ପାଇଁ ପ୍ରେଷ୍ଟିଜ୍ ବ୍ୟାଟଲ୍ ହେବାକୁ ଯାଉଛି। କାରଣ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭେଟେରାନ୍ ଲିଡର୍ ବିଜୟ ମହପାତ୍ର। ତାଙ୍କୁ ଟକ୍କର ଦେବା ପାଇଁ ମୈଦାନରେ ଅଛନ୍ତି ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ୍ […]
ପାଟଣାଗଡ଼ : ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ଅଡୁଆ ବଢ଼ିଲା। ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍ ବସ୍ କରାଇବା ଘଟଣାରେ ସତ୍ୟତା ଥିବା ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଘଟଣାର ତଦନ୍ତ କରିଥିବା ଉପଜିଲ୍ଲାପାଳଙ୍କ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ। ଉଲ୍ଲେଖନୀୟ ଯେ, ନିମ୍ନମାନର ରାସ୍ତା କାମକୁ ନେଇ କନିଷ୍ଠ ଯନ୍ତ୍ରୀ […]
ସମ୍ବଲପୁର( ସଂଜୟ ଜେନା) : ନିଜ ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା। ସମ୍ବଲପୁର କିସିଣ୍ଡା ଥାନାର OSAP ବାରାକ୍ ଛାତ ଉପରେ ଜଣେ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ , ମୃତ ଯବାନଙ୍କ ନାଁ ଅମିର ସାହୁ। ଘର ବରଗଡ଼ ଗାଇସିଲଟ ଅଞ୍ଚଳରେ। ଅମିର ତାଙ୍କ ଇନସାସ ବନ୍ଧୁକରୁ ନିଜ ବେକକୁ ୩ ରାଉଣ୍ଡ ଗୁଳି କରିଥିବା କୁହାଯାଉଛି। ତେବେ ଯବାନ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା […]
ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ। ଏଥିରେ ସ୍ନାନଯାତ୍ରା ଠାରୁ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ତିନି ଠାକୁରଙ୍କ ସମସ୍ତ ନୀତି ସଂପର୍କରେ ଆଲୋଚନା ହେଉଛି। ୧୧ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ କରାଯିବ। ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ଠାରୁ ଜଳଲାଗି, ହାତୀ ବେଶର ସମୟ ନିର୍ଘଣ୍ଟ ଉପରେ […]
ଯାଜପୁର : କଷ୍ଟ ସହି ନପାରି ଦେହରେ କିରୋସିନ ଢାଳି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପାଥପୁର ଗ୍ରାମରେ। ଗ୍ରାମର ବୃଦ୍ଧ ପାଣ୍ଡବ ମଲ୍ଲିକ ପକ୍ଷାଘାତ ରୋଗରେ ପୀଡିତ ଥିଲେ। ତାଙ୍କ ପତ୍ନୀ କେସା ମଲ୍ଲିକ ତାଙ୍କର ସେବା କରୁଥିଲେ। ବୃଦ୍ଧାବସ୍ଥାରେ ସ୍ୱାମୀଙ୍କ ସେବାରେ ସେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପରିବାର ଓ ପଡୋଶୀ କହିଛନ୍ତି। ମିଳିଥିବା ସୂଚନା ମୁତାବକ ,ଶୁକ୍ରବାର […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ) : ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳ ଅରଖକୁଦରେ ସ୍ତ୍ରୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ। ଏହାପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଗାଁରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ଗାଁର ଚନ୍ଦନ ଜେନା ୫ ବର୍ଷ ତଳେ ମାହାଙ୍ଗା ଥାନା ଅଞ୍ଚଳର କୁମୁଡ଼ା ଜୟପୁର ଗାଁର ବନିତା ଜେନାଙ୍କୁ ପ୍ରେମ ବିବାହ କରିଥିଲେ। କୌଣସି କାରଣରୁ ସକାଳେ […]
ଭୁବନେଶ୍ୱର : ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ବ୍ୟବସାୟୀ ଶିବସୁନ୍ଦର ଦାସଙ୍କୁ ଅପହରଣ ଘଟଣାର ସିସିଟିଭି ଫୁଟେଜ୍ ପୁଲିସକୁ ମିଳିଛି। ଏହି ଫୁଟେଜ ଆଧାରରେ ଅପରାଧୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି କମିଶନରେଟ୍ ପୁଲିସ। ଶୁକ୍ରବାର ରାତିରେ ଆଇଆରସି ଭିଲେଜ ଅଞ୍ଚଳରେ ରହୁଥିବା ଶିବସୁନ୍ଦର ଘର ବାହାରେ କାର୍ରେ ଶୋଇଥିଲେ। ୬ ଜଣ ଦୁର୍ବୃତ୍ତ ଗୋଟିଏ ଇନୋଭାରେ ଆସି ଗାଡ଼ି ପାଖରେ ରହିଥିଲେ। ତା ପରେ ତାଙ୍କ ଗାଡ଼ିରେ ପଶି ଅପହରଣ କରିନେଇଥିଲେ। ରାସ୍ତାରେ ଯିବାବେଳେ ବାଣୀବିହାର ଓଭରବ୍ରିଜ୍ […]
ଭୁବନେଶ୍ୱର : ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପିର ଖରାପ ପ୍ରଦର୍ଶନର ସମୀକ୍ଷା କରାଯିବ। ଓଡ଼ିଶାରେ ବିଜେପି ଆଶାନୁରୂପ ସଫଳତା ନ ପାଇବା ପଛରେ କେଉଁ କାରଣ ଦାୟୀ, ତାର ସମୀକ୍ଷା କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ। ଦଳକୁ ତୃଣମୂଳ ସ୍ତରରୁ ଆହୁରି ସଂଗଠିତ କରିବାକୁ ପଡ଼ିବ ବୋଲି ଅରୁଣ କହିଛନ୍ତି। ଏହାସହ ଆସନ୍ତାକାଲି ଦଳର ବୈଠକ ବସି ପାଟକୁରା, ବିଜେପୁର ଉପନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି […]
ଭୁବନେଶ୍ୱର / ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାସେ ଠୁ ବି କମ୍ ସମୟ। କିଏ ପୁରୀ ଯାଇ ରଥାରୁଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ପ୍ରସ୍ତୁତି କଲାଣି, ତ ଆଉ କିଏ ଟିଭି ପରଦାରେ ଏହାର ସିଧାପ୍ରସାରଣ ଦେଖିବାକୁ ଆଶା ବାନ୍ଧିଛି। ଏଭଳି ସ୍ଥିତିରେ, ସାମ୍ନାକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନର ଏକ ନୋଟିସ୍। ଏଣିକି ଯେକୌଣସି ଚ୍ୟାନେଲ କରିପାରିବେନି ପୁରୀ ରଥାଯାତ୍ରାର ସିଧା ପ୍ରସାରଣ। ବିଡିଂ ଜରିଆରେ ଗୋଟିଏ ଚ୍ୟାନେଲ୍କୁ ମିଳିବ ସିଧା ପ୍ରସାରଣ ଅଧିକାର। ସ୍ନାନଯାତ୍ରାଠୁ […]
ଭୁବନେଶ୍ୱର : ନିର୍ବାଚନ ପରେ ମୋଦି-ନବୀନ ଭେଟ୍ଘାଟ୍। ଉଭୟ ନେତା କ୍ଷମତା ବଜାୟ ରଖିବା ପରେ ଆସନ୍ତା ୧୧ରେ ପ୍ରଥମ ଥର ଲାଗି ପରସ୍ପରକୁ ଭେଟିବେ। ଏହି ଅବସରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମି ନିର୍ମାଣ ଲାଗି ସହାୟତା, ଫୋନି କ୍ଷୟକ୍ଷତି ବାବଦରେ ରାଜ୍ୟ ଦାବି କରିଥିବା ସହାୟତା ଖୁବ୍ ଶୀଘ୍ର ପ୍ରଦାନ, କେନ୍ଦ୍ରୀୟ ବଜେଟ୍ରେ ରାଜ୍ୟକୁ ଅଧିକ ଅନୁଦାନ, କୋଇଲା ରୟାଲ୍ଟି ସଂଶୋଧନ ଆଦି ଦାବି ଦୋହରାଇ […]
କେନ୍ଦ୍ରାପଡା : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାଣିଲେ କେନ୍ଦ୍ରାପଡ଼ାର କିଛି ଲୋକ। ମାମଲାରେ ନବୀନଙ୍କୁ ପକ୍ଷଭୁକ୍ତ କରିବାକୁ ଟାଉନ୍ ଥାନାରେ ଲିଖିତ ଆବେଦନ କରିଛନ୍ତି କେନ୍ଦ୍ରାପଡାର କିଛି ସଚେତନ ନାଗରିକ। ଟାଉନ୍ ଥାନା ଅଧିକାରୀଙ୍କୁ ଦେଇଥିବା ଏହି ଆବେଦନରେ ସେମାନେ ଦର୍ଶାଇଛନ୍ତି, ବୈଜୟନ୍ତଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦୁଇ ଦୁଇ ଥର ନିଜ ସ୍ୱାକ୍ଷରରେ ଦଳୀୟ ଟିକେଟ ଦେଇଛନ୍ତି। […]
ଭୁବନେଶ୍ୱର : ପରାଜୟ ଭିତରେ ବି ବିଜୟର ଖୁସି। ଯେଉଁ ସ୍ଥାନରେ ନବୀନ ପଞ୍ଚମ ପାଳି ସରକାରର ଶପଥ ନେଲେ, ଠିକ୍ ସେହି ସ୍ଥାନରେ ବିଜେପି ସମ୍ବର୍ଦ୍ଧନା ସଭା କରି ଶକ୍ତି ପ୍ରଦର୍ଶନ କରିଛି। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ସବୁ ବିଧାୟକ ଓ ସାଂସଦଙ୍କ ଉଦ୍ଦେଶ୍ୟରେ ଦଳ ଆଜି ଭବ୍ୟ ଆୟୋଜନ କରି ବିଜେଡି ଠାରୁ କିଛି କମ୍ ନୁହେଁର ବାର୍ତ୍ତା ଦେବାକୁ ପ୍ରୟାସ କରିଛି। ଓଡ଼ିଶା ମାଟିରେ ଓଡ଼ିଆ ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନ। […]