• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

temperature
ଆଜି ୧୦ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ୧୦ଟି ସହରର ପାରଦ ୪୦ ଡ଼ିଗ୍ରୀରୁ ଅଧିକ ରହିଛି।  ୪୨.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅସହ୍ୟ ଗରମରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ବିଳମ୍ବିତ ହେଉଛି ମୌସୁମୀ। ଆସନ୍ତା ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ […]

  • Saturday, 17 July 2021
manoj
କଂଗ୍ରେସ ନେତା ମନୋଜ ଜେନା ହତ୍ୟାକାଣ୍ଡର ପର୍ଦ୍ଦାଫାସ

ବ୍ରହ୍ମପୁର (ଅଶୋକ ବ୍ରହ୍ମା) : ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଶୁକ୍ରବାର ରାତିରେ ବ୍ରହ୍ମପୁର ଗୋଳନ୍ଥରା ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରରୁ ମିଳିଛି କଂଗ୍ରେସ ନେତା ମନୋଜ ଜେନାଙ୍କ ହତ୍ୟାକାଣ୍ଡର ଲିଙ୍କ୍। ଏନ୍‌କାଉଣ୍ଟରରେ ଆହତ ହୋଇଥିବା ଦୁଇ ଅଭିଯୁକ୍ତ, ମନୋଜ ଜେନାଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ସ୍ପଷ୍ଟ କରିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଦୁଇ ଅପରାଧୀ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର। ଉଭୟଙ୍କୁ ଗିରଫ କରାଯାଇଛି। ଆସିକାର କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ […]

  • Saturday, 17 July 2021
ଯୂମାମଦ
ଏଥର ନୂଆ ମନ୍ତ୍ରୀ ସମସ୍ୟାର ସମାଧାନ କରିବେ ବୋଲି ବୁଣାକାରଙ୍କ ଆଶା

କୋରାପୁଟ : ଯାହା ବର୍ଷ ବର୍ଷ ଧରି ରାଜ୍ୟ ସରକାର ଶୁଣି ନାହାନ୍ତି, ତାହା ନୂତନ ଭାବେ ବୟନ ଓ ହସ୍ତତନ୍ତ ଶିଳ୍ପ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୋଟପାଡ ବିଧାୟିକା ପଦ୍ମିନୀ ଦିୟାନ ସମାଧାନ କରିବେ ବୋଲି କୋଟପାଡର ବୁଣାକାର ଆଶା ବାନ୍ଧିଛନ୍ତି। ରାଜ୍ୟ ସରକାର ସେମାନଙ୍କ ବର୍ଷ ବର୍ଷର ଦାବିକୁ ଅଣଦେଖା କରିଛନ୍ତି ବୋଲି ପଦ୍ମଶ୍ରୀ ସମ୍ମାନ ପାଇଥିବା ବୁଣାକାର ଗୋବର୍ଦ୍ଧନ ପାନିକା ଅଭିଯୋଗ କରିଛନ୍ତି। ସମ୍ମାନ ପାଇଥିବା ବ୍ୟକ୍ତିଙ୍କୁ କେତେ ଭତ୍ତା […]

  • Saturday, 17 July 2021
kanhu2
ପରାଜୟ ପରେ ବଢୁଛି କଂଗ୍ରେସ କନ୍ଦଳ ; ହେମାନନ୍ଦଙ୍କୁ ଟାର୍ଗେଟ କଲେ କାହ୍ନୁ

ଭୁବନେଶ୍ୱର : ନିର୍ବାଚନ ହାରିବା ପରେ ରାଜ୍ୟ କଂଗ୍ରେସର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଉପରେ ବର୍ଷିଛନ୍ତି ଆଉ ଜଣେ ବର୍ଷୀୟାନ ନେତା କାହ୍ନୁଚରଣ ଲେଙ୍କା। ସେ କହିଛନ୍ତି,“ରାଜ୍ୟର ୧୨୧ ଦିନର ମୁଖ୍ୟମନ୍ତ୍ରୀ ଭାବେ ହେମାନନ୍ଦ ବିଶ୍ୱାଳଙ୍କୁ ଲୋକେ ଜାଣିଛନ୍ତି। ଏବେ ସେ କଂଗ୍ରେସର ଶୃଙ୍ଖଳା କମିଟିର ଚେୟାରମ୍ୟାନ ଅଛନ୍ତି। ସେ କାହିଁକି ନିଜେ ଶୃଙ୍ଖଳା ଭଙ୍ଗ କରି ବାରମ୍ୱାର ମିଡିଆରେ ଚର୍ଚ୍ଚିତ ହେଉଛନ୍ତି? ଯିଏ ଶୃଙ୍ଖଳା କମିଟିର […]

  • Saturday, 17 July 2021
jau
ଜଉ କଣ୍ଢେଇ ବାହାଘରକୁ ନେଇ ଉତ୍ସବ ମୁଖର ବାଲେଶ୍ୱର ସହର

ବାଲେଶ୍ୱର : ଜଉ କଣ୍ଢେଇ ବାହାଘରକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ବାଲେଶ୍ୱର ସହର। ବରକନ୍ୟା ବାହାଘର ପରେ ବର୍ତ୍ତମାନ ଚାଲିଛି ବନ୍ଧୁମିଳନ। ଏହି ଅବସରରେ ପାରମ୍ପରିକ ନାଚଗୀତରେ ଝୁମୁଛି ସାରା ପରିବେଶ। ବିବାହ ଉତ୍ସବକୁ ଧୂମ୍‌ଧାମ୍‌ର ସହ ପାଳନ କରୁଛନ୍ତି ଲୋକେ। ଗତ ୨୯ ତାରିଖରୁ ବାଲେଶ୍ୱରରେ ଆରମ୍ଭ ହୋଇଛି ଜଉ କଣ୍ଢଇ ବାହାଘର। ପାରମ୍ପରିକ ରୀତିନୀତିରେ ବରକନ୍ୟା ବାହାଘର ଗତ ୩୦ ତାରିଖରେ ସମ୍ପନ୍ନ ହୋଇଥିଲା। ବର ଶଙ୍କର ଆଦିବାସୀ ସମ୍ପ୍ରଦାୟର ଟୁସୁ […]

  • Saturday, 17 July 2021
naveen bijepur
ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ୱର : ରାଜନୀତିର ପଶାପାଲିରେ ପୁଣି ଥରେ ଫୋକସରେ ରହିଛି ବିଜେପୁର। ଏଠି ବର୍ଷେ ୩ ମାସ ଭିତରେ ତୃତୀୟ ଥର ନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି ଏବଂ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଗତକାଲି ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପରେ କୁହାଯାଉଛି, ନବୀନ ବିଜେପୁର ଛାଡ଼ିପାରନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଆଲୋଚନା ଜୋର ଧରିଛି। ଦିନେ ବିଜେପୁର କଂଗ୍ରେସର ଗଡ଼ ଥିଲା। […]

  • Saturday, 17 July 2021
rain
ଆଜି ରାତିରେ ପ୍ରବଳ ବର୍ଷିବ, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆଜି ରାତିରେ ପ୍ରବଳ ବର୍ଷା ହେବ। ଏପରିକି ଘଡଘଡ଼ି ମାରିବାର ଆଶଙ୍କା ରହିଛି। ଏଥିପାଇଁ ୧୩ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାତି ୧୧ଟା ୪୦ ପର୍ଯ୍ୟନ୍ତ କେନ୍ଦୁଝର, ବାଲେଶ୍ୱର, ମୟୂରଭଂଜ, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଝଡ଼ବର୍ଷା ହେବ। ଏପରିକି ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ […]

  • Saturday, 17 July 2021
maharathy
ହତାଶ ପ୍ରେମିକ ମୁଁ ନୁହେଁ : ପ୍ରଦୀପ ମହାରଥୀ

ଭୁବନେଶ୍ୱର : “ମୁଁ ହତାଶ ପ୍ରେମିକ ନୁହେଁ। ବିଧାୟକ ହେବା ପାଇଁ ଲୋକେ ମୋତେ ଭୋଟ୍‌ ଦେଇଛନ୍ତି। ମନ୍ତ୍ରୀ କରିବା ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର। ତଥାପି ମୁଁ ଭାବୁଛି ନିର୍ବାଚନମଣ୍ଡଳୀର କାମ କରିବି।” ମନ୍ତ୍ରୀ ପଦ ମିଳି ନଥିବା ବେଳେ ଆଜି ଏ କଥା କହିଛନ୍ତି ଯାତ୍ରା ମହାରଥୀ ଭାବେ ପରିଚିତ ପିପିଲି ବିଧାୟକ ପ୍ରଦୀପ ମହାରଥୀ। ବିଧାୟକଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଆଜି ସେ ବିଧାନସଭାକୁ ଆସିଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି […]

  • Saturday, 17 July 2021
iic
ମହଙ୍ଗା ପଡିଲା ଲାଞ୍ଚ ନେବା ; ଗୋପ ଥାନା ଆଇଆଇସି ସୌମ୍ୟଚିତ ମିଶ୍ର ସସ୍‌ପେଣ୍ଡ

ଭୁବନେଶ୍ୱର : ଲାଞ୍ଚ ନେବା ଅଭିଯୋଗରେ ଗିରଫ ଗୋପ ଥାନା ଆଇଆଇସି ସୌମ୍ୟଚିତ ମିଶ୍ର ସସ୍‌ପେଣ୍ଡ। ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହ ତୁରନ୍ତ ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୫ ତାରିଖରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନଇର ଶାସନ ଗାଁର ଶିବ ପ୍ରସାଦ ଜେନାଙ୍କ ଠାରୁ ସେ ୩୦୦୦ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ୨୭ ତାରିଖରେ ଅଭିଯୁକ୍ତ ଆଇଆଇସିଙ୍କୁ ଗିରଫ […]

  • Saturday, 17 July 2021
fire
କେନ୍ଦୁପତ୍ର ଗୋଦାମ ଜଳିଗଲା

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ ଦେଓବନ୍ଦ ସ୍ଥିତ ଜଙ୍ଗଲ ବିଭାଗର କେନ୍ଦୁପତ୍ର ଗୋଦାମ ପୋଡ଼ି ଯାଇଛି। ଏଥିରେ କେତେ କେନ୍ଦୁପତ୍ର ପୋଡ଼ିଛି, ବନ ବିଭାଗ ପକ୍ଷରୁ ତା’ର ଆକଳନ କରାଯାଇନି। ଏପରିକି ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନି। ଗତକାଲି ରାତି ୨ରୁ ୩ ଟା ମଧ୍ୟରେ ୧୫ ରୁ ୨୦ ଜଣ ସଶସ୍ତ୍ର ଦୁର୍ବୃତ୍ତ ଆସି କେନ୍ଦୁପତ୍ର ଗୋଦାମରେ ରହୁଥିବା କର୍ମଚାରୀଙ୍କୁ ଡାକିଥିଲେ। କବାଟ ଖୋଲିବା କ୍ଷଣି ସେମାନେ ମାରଣାସ୍ତ୍ର […]

  • Saturday, 17 July 2021
kalabaisakhi
ପାଲଲହଡ଼ା ବ୍ଲକରେ କାଳ ବୈଶାଖୀର ତାଣ୍ଡବ

ପାଲଲହଡ଼ା (ରବି ନାରାୟଣ ପ୍ରଧାନ) : ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକରେ କାଳ ବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଠାକାର ଆଠଟି ପଞ୍ଚାୟତର ବହୁ ଘର ଉପରେ ବଡ଼ ବଡ଼ ଗଛ ପଡି ଘର ଭାଙ୍ଗିରୁଜି ଯାଇଛି। ଚାଳ ଘର ଛପର ଉଡି ଯିବା ଫଳରେ ଏବେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି ଲୋକେ। ଅନେକ ସ୍ଥାନରେ ଇଲେକ୍ଟ୍ରି ଖୁଣ୍ଟ  ଉପୁଡିବା ସହ ତାର ଛିଣ୍ଡିବା ଫଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ପାଳଲହଡ଼ା, […]

  • Saturday, 17 July 2021
kalpana
କାଠମାଣ୍ଡୁରେ ପର୍ବତାରୋହିଣୀ କଳ୍ପନା ଦାଶଙ୍କ ପୋଷ୍ଟମର୍ଟମ ଶେଷ

ଭୁବନେଶ୍ୱର :  ଏଭେରେଷ୍ଟ ଆରୋହଣକାରୀ ସ୍ୱର୍ଗତ କଳ୍ପନା ଦାସଙ୍କ ମୃତ ଶରୀର ଆସନ୍ତା କାଲି ରାତି ୧୦ଟାରେ ଓଡିଶାରେ ପହଞ୍ଚିବା ସମ୍ଭାବନା ରହିଛି। ଆଜି କାଠମାଣ୍ଡୁରେ ଥିବା ଟି.ୟୁ  ଟିଚିଂ ହସପିଟାଲରେ ଶରୀରର ବ୍ୟବଛେଦ ହୋଇଥିଲା। ବ୍ୟବଛେଦ ରିପୋର୍ଟ ସହ ମୃତ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ଦିଆଯାଇଥିଲା। ଦୂତାବାସର ସମସ୍ତ ଡକ୍ୟୁମେଣ୍ଟସନ ସରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଗତକାଲି ବେସ କ୍ୟାମ୍ପ ଟୁ ଠାରୁ  ମୃତ ଶରୀରକୁ ହେଲିକପ୍ଟଟର ଯୋଗେ କାଠମାଣ୍ଡୁ ଅଣାଯାଇଥିଲା। ଶରୀରରଟି […]

  • Saturday, 17 July 2021
sushanta singh
ମୋଦିଙ୍କ ଦ୍ୱିତୀୟ ସରକାରରେ ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା କରାଯାଇଛି : ସୁଶାନ୍ତ ସିଂ

ଭୁବନେଶ୍ୱର : ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ସରକାରରେ ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା କରିଥିବା ଅଭିଯୋଗ ଆଣିଲା ବିଜେଡି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ବିଜେପି ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ଯାକ ଲୋକସଭା ଆସନରେ ବିଜୟୀ ହୋଇଛି। ହେଲେ ଏମାନଙ୍କ ମଧ୍ୟରୁ କାହାକୁ ଜଣକୁ ମନ୍ତ୍ରୀ କରାଯାଇ ନାହିଁ। ଏହାଦ୍ୱାରା ପଶ୍ଚିମ ଓଡ଼ିଶାବାସୀ ନିରାଶ ହୋଇଛନ୍ତି। ସେପଟେ ନବୀନ ପଟ୍ଟନାୟକ କିନ୍ତୁ ପଶ୍ଚିମ ଓଡ଼ିଶାରୁ ୬ ଜଣଙ୍କୁ ମନ୍ତ୍ରୀ […]

  • Saturday, 17 July 2021
dharmendra-pratap
କେନ୍ଦ୍ରରେ ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ ମନ୍ତ୍ରୀ, ବାଦ୍ ପଡ଼ିଲେ ଜୁଏଲ

ଭୁବନେଶ୍ୱର : କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାରରେ ଓଡ଼ିଶାରୁ ପୁଣିଥରେ ୨ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ତେବେ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦି ସରକାରରେ ୨ଥର ଆଦିବାସୀ ବ୍ୟାପାରର କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଜୁଏଲ ଓରାମ ଏଥର ବାଦ୍ ପଡ଼ିଛନ୍ତି। ଓଡ଼ିଶାରେ ବିଜେପିର ଚେହେରା ସାଜିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ଧର୍ମେନ୍ଦ୍ର […]

  • Saturday, 17 July 2021
congress
ରାଜ୍ୟରେ ପରାଜୟର ଆତ୍ମମନ୍ଥନ କଲା କଂଗ୍ରେସ

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଆଜି କଂଗ୍ରେସ ଭବନରେ ଦଳର ନେତା ପରାଜୟର କାରଣ ଖୋଜିବା ସହ ନିର୍ବାଚନୀ ଫଳାଫଳର ସମୀକ୍ଷା କରିଛନ୍ତି। ପ୍ରଥମଥର ପାଇଁ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଥିବାରୁ ଦଳର ବରିଷ୍ଠ ନେତାମାନେ ଉଦବେଗ ପ୍ରକାଶ କରିବା ସହ ବ୍ୟାପକ ପୁନର୍ଗଠନ ଓ ଅତିକମରେ ୩୦ ପ୍ରତିଶତ ଭୋଟ୍ ଶେୟାର ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ […]

  • Saturday, 17 July 2021
assembly
ଆଜି ବିଧାନସଭାରେ ଶପଥ ନେଲେ ୧୦୬ ବିଧାୟକ

ଭୁବନେଶ୍ୱର : ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ୧୦୬ଜଣ ନବନିର୍ବାଚିତ ବିଧାୟକ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଷୋଡ଼ଶ ବିଧାନସଭାର କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହର ସଦସ୍ୟ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅରୁଣ ସାହୁ, ସୁଦାମ ମାର୍ଣ୍ଡି, ବଦ୍ରି ନାରାୟଣ ପାତ୍ର, ଅନନ୍ତ ଦାସ, ପ୍ରଫୁଲ୍ଲ […]

  • Saturday, 17 July 2021
loot
ରାଜମହଲ ଛକରୁ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର  : ଭୁବନେଶ୍ୱର ରାଜମହଲ ଛକରୁ ଅଭିନବ ଉପାୟରେ ଦୁର୍ବୃତ୍ତ ଆଜି ୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ସେମାନେ ପ୍ରଥମେ କାର୍ ଇଞ୍ଜିନରୁ ତେଲ ବୋହୁଛି ବୋଲି ପାଟି କରି କହିବାରୁ ଚାଳକ ଓ ମାଲିକ ଗାଡ଼ିରୁ ଓହ୍ଲାଇ ପଡ଼ି ଇଂଜିନ ଦେଖିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଗାଡ଼ି ଭିତରେ ଥିବା ଟଙ୍କା ବ୍ୟାଗ ଧରି ଆଖି ପିଛୁଳାକେ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳର ସନ୍ତୋଷ, ତାଙ୍କ ସାଙ୍ଗ ଦାମୋଦର ମହାପାତ୍ର […]

  • Saturday, 17 July 2021
arrest3
ପ୍ରେମିକାର ସ୍ୱାମୀଙ୍କୁ ହତ୍ୟା ମାମଲାରେ ପ୍ରେମିକ ଗିରଫ

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ) : ବର୍ଷେ ତଳେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍‌ ମେହେର Youtubeରୁ ଫର୍ମୁଲା ଶିଖି କରିଥିଲା ବ୍ଲାଷ୍ଟ। ଏହି ଭୟଙ୍କର ଘଟଣା ଏବେବି ସମସ୍ତଙ୍କ ମନେ ଅଛି। ଏବେ ଠିକ୍‌ ସେମିତି ଏକ ଘଟଣା ରାୟଗଡ଼ ଜିଲ୍ଲାରେ ଘଟିଛି। ପ୍ରେମିକାର ସ୍ୱାମୀକୁ ହତ୍ୟା କରିବା ପାଇଁ Youtubeରୁ ଫର୍ମୁଲା ନେଇଥିଲେ ପ୍ରେମିକ। ଯେଉଁଥିରେ ଖୋଦ୍‌ ପ୍ରେମିକାଙ୍କ ହାତ ରହିଥିବା ପୁଲିସ କହିଛି। ପୂରା ଘଟଣା ଏମିତି। ମୁନିଗୁଡ଼ା ଥାନା […]

  • Saturday, 17 July 2021
naveen--0
ନବୀନଙ୍କୁ ମିଶାଇ ଶପଥ ନେବେ ୨୧ ମନ୍ତ୍ରୀ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ପଞ୍ଚମଥର ପାଇଁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ ବୋଲି ଆଜି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ମନ୍ତ୍ରୀ ପଦକୁ ନବୀନ ଖାଲି ରଖିଛନ୍ତି। ମୁଖ୍ୟମନ୍ତ୍ରୀ – ନବୀନ ପଟ୍ଟନାୟକ କ୍ୟାବିନେଟ୍ ପାହ୍ୟା ୧- ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨- ବିକ୍ରମ କେଶରୀ ଆରୁଖ ୩- ପ୍ରଫୁଲ୍ଲ […]

  • Saturday, 17 July 2021
minister
ମୋଦିଙ୍କ ନୂଆ ଟିମ୍‌ରେ ଓଡ଼ିଶାରୁ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : କେନ୍ଦ୍ରରେ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିଜେପି ସଭାପତି ଅମିତ ଶାହ। ମନ୍ତ୍ରିମଣ୍ଡଳ ଗଠନ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ଏଣେ ମୋଦିଙ୍କ ନୂଆ ଟିମ୍‌ରେ ଓଡ଼ିଶାରୁ କାହାକୁ ସ୍ଥାନ ମିଳିବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଜାତୀୟ ଗଣମାଧ୍ୟମ ଖବର ଅନୁସାରେ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ସେମାନଙ୍କ ସ୍ଥାନ ବଜାୟ ରଖିବେ। ତେବେ ପଶ୍ଚିମବଙ୍ଗରେ ବିଜେପିର […]

  • Saturday, 17 July 2021
surya pramila
ସୂର୍ଯ୍ୟ ପାତ୍ର ହେବେ ବାଚସ୍ପତି , ପ୍ରମିଳା ମୁଖ୍ୟ ସଚେତକ !

ଭୁବନେଶ୍ୱର : ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ଥର ପାଇଁ ଶପଥ ନେବେ। ନୂଆ ମନ୍ତ୍ରିମଣ୍ଡଳରେ ବହୁ ନୂଆ ଓ ପୁରୁଣା ମୁହଁ ସ୍ଥାନ ପାଇଛନ୍ତି। ତେବେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାୟଣ ପାତ୍ର ବିଧାନସଭାରେ ବାଚସ୍ପତି ହୋଇପାରନ୍ତି। ସେହିପରି ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ ଶାସକ ଦଳର ମୁଖ୍ୟ ସଚେତକ ହୋଇପାରନ୍ତି। କାରଣ ଏମାନଙ୍କ ପାଖକୁ ଆଜି ନବୀନ ନିବାସରୁ କଲ୍‌ ଯାଇଛି। ସେହିପରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ପାଇଁ ନବୀନ […]

  • Saturday, 17 July 2021
cm
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବୀନ

ଭୁବନେଶ୍ୱର : ଆସନ୍ତାକାଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ ଶପଥ ଗ୍ରହଣ ଉତ୍ସବ। ପଞ୍ଚମ ପାଳି ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌। ତା’ପୂର୍ବରୁ ଆଜି ନବୀନ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ସେପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ଓ ନୂଆ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। […]

  • Saturday, 17 July 2021
PHONE CALL
ନବୀନଙ୍କ ନୂଆ ଟିମ୍ !

ଭୁବନେଶ୍ୱର : ପଞ୍ଚମ ପାଳିରେ ନବୀନଙ୍କ ନୂଆ ସମ୍ଭାବ୍ୟ ନୂଆ ଟିମ୍ ନେଇ ଚର୍ଚ୍ଚା। ଆସନ୍ତାକାଲି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ନେବାକୁ ଥିବା ବେଳେ ତା ପୂର୍ବରୁ ଆସିଛି ମନ୍ତ୍ରୀଙ୍କ ସମ୍ଭାବ୍ୟ ତାଲିକା। ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ନବୀନ ନିବାସରୁ ଯାଇଥିବା ଫୋନ କଲ ଅନୁସାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୮ ଜଣଙ୍କ ନାଁ ସ୍ପଷ୍ଟ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ- ଭଟଲି ବିଧାୟକ ସୁଶାନ୍ତ ସିଂ, ଟିଟିଲାଗଡ଼ ବିଧାୟିକା ଟୁକୁନି […]

  • Saturday, 17 July 2021
chaka
ସୁଭଦ୍ରାଙ୍କ ରଥ ଚକର ତୁମ୍ବରେ ଫାଟ

ପୁରୀ : ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ କାମ ଜୋରସୋରରେ ଚାଲିଥିବା ବେଳେ ସୁଭଦ୍ରାଙ୍କ ରଥ ଚକର ତୁମ୍ବରେ ଫାଟ ଦେଖିବାକୁ ମିଳିଛି। ରଥର ବିଶ୍ୱକର୍ମା ଏ ସମ୍ପର୍କରେ ଶ୍ରୀମନ୍ଦର ପ୍ରଶାସନକୁ ଅବଗତ କରିଛନ୍ତି। ଫାଟ ଜଣାପଡିବା ପରେ ତୁମ୍ବ ବଦଳାଇବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାମ ବାତ୍ୟା ପରେ ସାମାନ୍ୟ ଧିମେଇ ଯାଇଥିଲା। ଏବେ କିନ୍ତୁ ଦ୍ରୁତ ଗତିରେ କାମ ଚାଲିଛି […]

  • Saturday, 17 July 2021
kalpana dash
ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଲା କଳ୍ପନା ଦାଶଙ୍କ ପୋଷାକ

ଭୁବନେଶ୍ୱର /ଢେଙ୍କାନାଳ : ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କୁ ଶ୍ରଦ୍ଧାଞ୍ଜଳି। ୨୦୦୮ ମସିହାରେ କଳ୍ପନା ଏଭରେଷ୍ଟ ଚଢ଼ିବା ବେଳେ ଯେଉଁ ପୋଷାକ ଓ ଉପକରଣ ବ୍ୟବହାର କରିଥିଲେ ସେସବୁ ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛି।  ଏହି ମହାନ ଏଭରେଷ୍ଟ ବିଜୟିନୀଙ୍କ ବାବଦରେ ସମସ୍ତେ ଯେମିତି ଜାଣିପାରିବେ ସେଥିପାଇଁ କଳ୍ପନାଙ୍କ ପୋଷାକ ପ୍ରଦର୍ଶିତ କରାଯାଇଛି। ଏହି ପୋଷାକକୁ କଳ୍ପନା ରାଜ୍ୟ ସଂଗ୍ରହାଳୟକୁ ୨୦୧୭ ମସିହାରେ ଅର୍ପଣ କରିଥିଲେ।  ଆଗାମୀ ଦିନରେ କଳ୍ପନାଙ୍କ ପୋଷାକକୁ […]

  • Saturday, 17 July 2021