ଭୁବନେଶ୍ୱର : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଓ ବନ୍ୟା ଜଳ ମାଡ଼ିଯିବା ଯୋଗୁ ରାଜ୍ୟର ୧୧ଟି ଜିଲ୍ଲାର ୩୯ଟି ବ୍ଲକ୍ ଓ ୯ଟି ସହରାଞ୍ଚଳର ମୋଟ ୨ଲକ୍ଷ ୯୬ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୬୪,୩୫୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା କେବଳ ନିମାପଡ଼ାଠାରେ କୁଶଭଦ୍ରା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ରାଜ୍ୟର ଅନ୍ୟ ସମସ୍ତ ନଦୀର ଜଳସ୍ତର ହ୍ରାସ ପାଉଥିବା ଜଣାପଡ଼ିଛି। […]
ଭୁବନେଶ୍ୱର : ରକ୍ଷାବନ୍ଧନ ପାଇଁ ଚାରିଆଡ଼େ ଉତ୍ସାହ। ଗାଁରୁ ସହର, ପଲ୍ଲୀଠୁ ଦିଲ୍ଲୀ। ଫୁଲ-ଚନ୍ଦନ, ଧୂପ-ଦୀପ ଦେଇ ପ୍ରଥମେ ବନ୍ଦାପନା। ଆଉ ତା ପରେ ମିଠା-ପିଠା ଖୁଆଇ ଭାଇ ହାତରେ ଅତି ସରାଗରେ ରାକ୍ଷୀ ବାନ୍ଧିଛି ଗେହ୍ଲି ଭଉଣୀ । ସଂପର୍କର ଏ ବନ୍ଧନ ଏଇଠି ଅଟକିନି। ପିଏମ୍ଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ପିଲା। ଏପଟେ ଯେଉଁମାନଙ୍କ କାନ୍ଧରେ ଦେଶ ସୁରକ୍ଷାର ଭାର, ସେମାନେ ବି ବାନ୍ଧି ହୋଇଛନ୍ତି ସୁରକ୍ଷାର ବନ୍ଧନରେ। […]
ଭୁବନେଶ୍ୱର : ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ୍ କରି ଲୋକଙ୍କ ସମସ୍ୟା ବୁଝିବା ସହ ପ୍ରଶାସନର କାର୍ଯ୍ୟକାରିତା ନେଇ ବି ନେବେ ଫିଡ୍ବ୍ୟାକ। ଏଥିପାଇଁ ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏକ ନୂଆ କାର୍ଯ୍ୟକ୍ରମ। 5Tକୁ ଭିତ୍ତିକରି ‘ମୋ ସରକାର’ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବେ ୧୯ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଲୋକଙ୍କ […]
କୋଣାର୍କ(ସଂଜୟ ପତି) : ବାତ୍ୟା ଫୋନିରେ ଧ୍ୱସ୍ତ ବିଧ୍ୱସ୍ତ ସବୁଜିମାକୁ ଫେରାଇ ଆଣିବା ପାଇଁ ବୃକ୍ଷରେ ରାକ୍ଷୀ ବାନ୍ଧିଲେ ବାତ୍ୟା ବିପନ୍ନ ଅଞ୍ଚଳର ଛାତ୍ରୀ। ପବିତ୍ର ରକ୍ଷା ବନ୍ଧନ ଅବସରରେ ପୁରୀ ଜିଲ୍ଲାରେ ଫୋନି କ୍ଷତିଗ୍ରସ୍ତ ନିମାପଡା ଅଞ୍ଚଳରେ ଛାତ୍ରୀ ମାନେ ବୃକ୍ଷରାଜିରେ ରକ୍ଷା ବନ୍ଧନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି। ନିଜର ସୁରକ୍ଷା ପାଇଁ ଭାଇ ହାତରେ ଯେମିତି ଭଉଣୀ ରାକ୍ଷୀ ବାନ୍ଧେ ,ସେହିଭଳି ମଣିଷ ସମାଜକୁ ସୁରକ୍ଷା ଦେଉଥିବା ବୃକ୍ଷରାଜିରକୁ ଭାଇ ମାନି […]
ଭୁବନେଶ୍ୱର : ଏଣିକି ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜେ ଲୋକଙ୍କୁ ଫୋନ କରି ସେମାନଙ୍କ ସମସ୍ୟା ବୁଝିବେ। ଆଜି ସ୍ୱାଧୀନତା ଦିବସ ସମାରୋହ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ବିରୋଧୀ ସମାଲୋଚନା କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପ୍ୟାରେଡରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, 5T […]
ବାସୁଦେବପୁର( କିରୀଟି ଦାସ) : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଅଢୁଆଁ ଉପେନ୍ଦ୍ର ପ୍ରସାଦ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବିଦ୍ୟାଳୟ ପରିସରରେ ପଶି ଛାତ୍ରୀ ମାନଙ୍କ ଫଟୋ ଉଠାଉଥିବା ବେଳେ, ପ୍ରଧାନ ଶିକ୍ଷକ ବାରଣ କରିବାରୁ ସମ୍ପୃକ୍ତ ଯୁବକ ଉନ୍ମୁତ୍ତ କାଣ୍ଡ ଘଟାଇଛି । ଯୁବକ ଜଣକ ପ୍ରଧାନ ଶିକ୍ଷକଙ୍କୁ ବାଡିରେ ଗୋଡାଇ ପିଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆଜି […]
ରାଉରକେଲା : ସ୍ୱାଧୀନତା ଦିବସ ଅବସରରେ ରାଉରକେଲାରେ ପ୍ରଦର୍ଶନ କରାଯାଇଛି ପ୍ରାୟ ୧୭ କିଲୋମଟରର ତ୍ରିରଙ୍ଗା। ଏଥିପାଇଁ ଏକ ବିରାଟ ଶୋଭାଯାତ୍ରା ମଧ୍ୟ କରାଯାଇଛି। ହନୁମାନ ବାଟିକା ଛକରୁ ଆରମ୍ଭ ହୋଇଥିଲା ଏହି ଶୋଭାଯାତ୍ରା। ରାଉରକେଲାର ‘ସ୍ମାଇଲ ଫର୍ ଏଭର୍’ ଅନୁଷ୍ଠାନ ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସହରର ସବୁ ଶିକ୍ଷାନୁଷ୍ଠାନ ସହିତ ପ୍ରାୟ ୭୦ ହଜାର ଲୋକ ସାମିଲ ହୋଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି।
ଭୁବନେଶ୍ୱର : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପୁଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପୁଲିସ ପଦକ ପ୍ରଦାନ କରିଛନ୍ତି। ଅଗ୍ନିଶମ ବିଭାଗର ୭ ଜଣ କର୍ମଚାରୀ ଓ ଅଧିକାରୀ, ହୋମଗାର୍ଡ ଓ ସିଭିଲ ଡିଫେନ୍ସର ୪ […]
ଗଞ୍ଜାମ : ଅନ୍ଧ ବିଶ୍ୱାସର କୁପରିଣତି। ସାପ କାମୁଡ଼ିବା ପରେ ତୁରନ୍ତ ଡାକ୍ତରଖାନା ନନେଇ ଝଡ଼ାଫୁଙ୍କା, ପୂଜାର୍ଚ୍ଚନା କରାଯାଉଛି। ଯାହାକି ବ୍ୟକ୍ତିର ମୃତ୍ୟୁ ଘଟୁଛି। ଏପରି କିଛି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ। ବୁଗୁଡ଼ା ଗୋଲା ସାହିର ଶିବପାତ୍ରଙ୍କୁ ଗତକାଲି ସାପ କାମୁଡ଼ିଥିଲା। ଏହାପରେ ତାଙ୍କୁ ହସ୍ପିଟାଲ୍ ନନେଇ ଲୋକେ ଗାଁର ବଳଦେବଜୀଉ ମନ୍ଦିରରେ ପୂଜାର୍ଚ୍ଚନା କରାଇଥିଲେ। ସର୍ବ ସମ୍ମୁଖରେ ଏପରି ଚାଲିଥିଲେ ବି କେହିଁ କିଛି ବି କହିନଥିଲେ। ସାପ କାମୁଡ଼ିବା ପରେ […]
ଭୁବନେଶ୍ୱର : ରାଜ୍ୟ ବାହାରୁ ଆସୁଛି ଡେଙ୍ଗୁ ଡର। କାମ ଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ଲୋକେ ରୋଗ ଧରି ଓଡ଼ିଶା ଫେରିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି। ଚଳିତ ମାସର ପ୍ରଥମ ୧୩ ଦିନରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦୯ ଡେଙ୍ଗୁ ରୋଗୀ। ରାଜ୍ୟରେ ଏବେସୁଦ୍ଧା ଚିହ୍ନଟ ସମୁଦାୟ ୩୦୨ ରୋଗୀଙ୍କ ଭିତରୁ ୧୨୯ ଜଣ ରାଜ୍ୟ ବାହାରୁ ଆସିଛନ୍ତି । ତେଣୁ ଅନ୍ୟ ରାଜ୍ୟରୁ ଟ୍ରେନ୍ରେ ଏକାଠି ଆସୁଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟ […]
ବଲାଙ୍ଗିର : ୨୪ ଘଣ୍ଟା ବନ୍ୟାରେ ଘାଣ୍ଟି ସହରରୁ ଜଳପ୍ରଳୟ ଫେରିଯାଇଛି। ଛାରଖାର, ନାରଖାର ହୋଇଯାଇଛି ସବୁ। କେଉଁଠି ପୋଲ ଭାଙ୍ଗି ସହର ଭିତରେ ବିଚ୍ଛିନ୍ନାଞ୍ଚଳ ପାଲଟିଯାଇଛି କିଛି ଅଞ୍ଚଳ, ତ ଆଉ କେଉଁଠି ବିପର୍ଯ୍ୟସ୍ତ ଭିତ୍ତିଭୂମି। ରାଜରାସ୍ତା, ଜାତୀୟ ରାଜପଥ ସବୁଠି ବଡ଼ ବଡ଼ ଘାଇ। ସାହିବସ୍ତି ତ ପାଲଟିଯାଇଛି ଧ୍ୱଂସର ଗୋଟିଏ ଗୋଟିଏ ସ୍ତୁପ। ନା ବାସ ଅଛି ନା ବସନ। ଭାଙ୍ଗି ଲେପ୍ଟେଇ ପଡ଼ିଛି ଶହ ଶହ କଚ୍ଚା-ଖପର ଛପର ଘର, ବେଘର […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୫ଟି ଏନକାଉଣ୍ଟର ପରେ ମଧ୍ୟ ସକ୍ରିୟ ଅଛନ୍ତି ଲୁଟେରା। ଦିନ ଦି’ପହରରେ ଜଣେ ମହିଳାଙ୍କ ଠାରୁ ଚେନ ଲୁଟ ବେଳେ ତାଙ୍କ ସହ ଥିବା ପୁଅର ଉପସ୍ଥିତ ବୁଦ୍ଧି ଯୋଗୁ ଧରାପଡ଼ିଛନ୍ତି ଦୁଇ ଲୁଟେରା। ଏହି ଘଟଣା ମଞ୍ଚେଶ୍ୱର ଥାନା ଭାଗବତ ସଂଧାନ ନିକଟରେ ଘଟିଛି। ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଲୁଟେରାଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି। ସୁବ୍ରତ ଓଝା ଓ ତାଙ୍କ ମାଆ ମନୋରମା […]
ପୁରୀ : ଶ୍ରୀମନ୍ଦିର ଅନେକ ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଉଛି। ଯାହାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା କୋଠାବାଡ଼ିକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଆସନ୍ତା ୧୯ ତାରିଖରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି। ବିଶେଷ କରି ମେଘନାଦ ପାଚେରୀକୁ ଲାଗି ରହିଥିବା ସିଂହଦ୍ୱାର ନିକଟରେ ଥିବା ସୂଚନାକେନ୍ଦ୍ର, ବିଦ୍ୟୁତ ସବ୍ଷ୍ଟେସନ୍, ଟଏଲେଟ, ପମ୍ପ ହାଉସ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବନ୍ୟା ଆସିଥିବାରୁ ତରତର ହୋଇ ସାଇକେଲ୍ରେ ଘରକୁ ଫେରୁଥିଲେ ଗଣେଶ କୁମ୍ଭାର। ହେଲେ ରାସ୍ତାରେ ପ୍ରବାହିତ ହେଉଥିବା ଜଳ ସ୍ରୋତ ତାଙ୍କୁ ଭସାଇ ନେଇଥିଲା। ଚାଷ ଜମିରୁ ଆଜି ତାଙ୍କର ମୃତଦେହ ମିଳିଛି। ବଲାଙ୍ଗିର ରେଲୱେ ଷ୍ଟେସନ କ୍ୟାଣ୍ଟିନ୍ରେ ଟାଉନ ଥାନା ଅନ୍ତର୍ଗତ ବିଷ୍ଣୁମୁଣ୍ଡା ଗାଁର ଗଣେଶ କୁମ୍ଭାର କାମ କରିବାକୁ ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ଜିଲ୍ଲାରେ ବନ୍ୟା ହୋଇଥିବା ଜାଣି ଗତକାଲି ରାତିରେ ସେ ସାଇକେଲ୍ରେ ଘରକୁ ଫେରୁଥିଲେ। ତେବେ […]
ଭୁବନେଶ୍ୱର : ଚିଲିକା ରାଜହଂସ ନିକଟରେ ଅଟକିଥିବା ମାଲେସିଆର ଏକ ଜାହଜ ପ୍ରସଙ୍ଗରେ କଂପାନୀକୁ ଚିଠି ଲେଖିଲା ଭାରତୀୟ ତଟରକ୍ଷୀ ବାହିନୀ। ଜାହାଜ ଟଗ୍ ଜିନ୍ ହ୍ୱା କଂପାନୀ ସହ ମୁଖ୍ୟ ସଚିବଙ୍କୁ ବି ଅବଗତ କଲା ତଟରକ୍ଷୀ ବାହିନୀ। ଜାହାଜରେ ବିପୁଳ ପରିମାଣର ତେଲ ଥିବାରୁ ଲିକ୍ ହେବା ଆଶଙ୍କା ରହିଛି। ଜାହାଜରେ ୩୦ ହଜାର ଲିଟର ଡିଜେଲ ଥିବା କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି। ସେହିପରି ଜାହାଜରେ ୧୦୦୦ ଲିଟର ଲ୍ୟୁବ୍ ଅଏଲ, ୨ଶହ ଲିଟର […]
ନୟାଗଡ଼ : ୩ ଚୋରକୁ ଧରି ଧରି ନିର୍ଧୂମ ଛେଚିଲେ ଲୋକେ। ନୟାଗଡ଼ ରଣପୁର ଥାନା ନରେନ୍ଦ୍ରପୁର ଗାଁରେ ଚୋରି କରୁଥିବାବେଳେ ଧରାପଡି ନିର୍ଧୂମ ମାଡ଼ ଖାଇଛନ୍ତି ୩ ଜଣ ବ୍ୟକ୍ତି। ଗାଁର ଅଭିମନ୍ୟୁ ସ୍ୱାଇଁ ନାମକ ଜଣେ ଲୋକଙ୍କ ଘରେ ଚୋରି କରିବାକୁ ଉଦ୍ୟମ କରିଥିଲେ ୩ ଜଣ ବ୍ୟକ୍ତି। କବାଟ ଭାଂଗି ଘରେ ପଶିବାକୁ ଉଦ୍ୟମ କରୁଥିବାବେଳେ ଘରେ ଶୋଇଥିବା ଅଭିମନ୍ୟୁ ଜୋରରେ ପାଟି କରିଥିଲେ। ପାଟି ଶୁଣି ଗାଁ ଲୋକେ ଧାଇଁ ସମସ୍ତ […]
କେନ୍ଦୁଝର ( ପ୍ରଣୟ ପାଣି) :୯ ବର୍ଷର ନାତୁଣୀଙ୍କୁ ସମ୍ପର୍କୀୟ ଅଜାର ଦୁଷ୍କର୍ମ ଅଭିଯୋଗ। କେନ୍ଦୁଝର ଜିଲ୍ଲା ସଦର ଥାନା ଅଂଚଳରେ ଘଟିଛି ଏ ଅଭାବନୀୟ ଘଟଣା। ମିଳିଥିବା ସୂଚନା ମୁତାବକ , ନାବାଳିକା ଜଣକ ନିଜ ଘର ନିକଟରେ ଛେଳି ଚରାଉଥିବାବେଳେ ସମ୍ପର୍କୀୟ ଅଜା ଜଣକ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେ ଗୁରୁତର ହୋଇ ପଡିଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ସମ୍ପର୍କୀୟ ଅଜାକୁ ଗିରଫ […]
ଭୁବନେଶ୍ୱର : ସ୍ୱାଧୀନତା ଦିବସ ଅବସରରେ ପୁଲିସ ପଦକ ଘୋଷଣା ହୋଇଛି। ଓଡ଼ିଶାର ୨୩ ଜଣଙ୍କୁ ପୁଲିସ ସାହସିକତା ମେଡାଲ ମିଳିବ। ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ୧୧ ଜଣଙ୍କୁ ମିଳିବ ମେରିଟୋରିୟସ ସେବା ପଦକ। ଡିଏସ୍ପି ପ୍ରମୋଦ ରଥଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ। ଭିଜିଲାନ୍ସ ASI ଶିବ ନାରାୟଣ ରଥଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ୨୩ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର। ଏସ୍ପି କେ. ଶିବା ସୁବ୍ରମଣି, […]
ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ରାଜ୍ୟ ନିର୍ବାଚନ କମିଶନର ହେବେ। ତାଙ୍କର ଏହି ନୂଆ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ମିଳିଛି। ନୂଆ ନିଯୁକ୍ତି ପରେ ଶ୍ରୀ ପାଢ଼ୀ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ତେବେ ତାଙ୍କ ସ୍ଥାନରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ସୂଚନା ଅନୁସାରେ ଉନ୍ନୟନ କମିଶନର ଥିବା ୧୯୮୬ […]
ଭୁବନେଶ୍ୱର : କଂଗ୍ରେସ ପରିବାରରେ ମୋ ଜନ୍ମ, କଂଗ୍ରେସ ଆଦର୍ଶକୁ ବିଶ୍ୱାସ କରେ, ଏବେ ମୁଁ କଂଗ୍ରେସରେ ହିଁ ଅଛି। କିଛି ଦିନର ନିରବତା ପରେ ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ। ଟ୍ରିପଲ୍ ତଲାକ ବିଲ୍ ଆଗତ ଦିନ ରାଜ୍ୟସଭାରେ ଅନୁପସ୍ଥିତ ଥିଲେ ରଞ୍ଜୀବ। ଯାହାକୁ ନେଇ ସେ ଦଳ ଛାଡ଼ୁଥିବା ଚର୍ଚ୍ଚା ଜୋର ଧରିଥିଲା। ଯେଉଁଥିରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି ରଞ୍ଜୀବ ବିଶ୍ୱାଳ। ଏପରିକି ଅନ୍ୟ ଦଳ ସହ କିଛି ଡିଲ୍ […]
ଭୁବନେଶ୍ୱର : ଜୋତା ଭିତରୁ ବାହାରିଲା ସାପ। ଭୁବନେଶ୍ୱର ପଞ୍ଚସଖା ନଗର ରାକେଶ କୁମାର ଦାଶଙ୍କ ଜୋତାରୁ ଏହି ତମ୍ପ ସାପ ବାହାରିଛି। ଆଜି ସକାଳେ ଅଫିସ ପାଇଁ ରାକେଶ ଜୋତା ପିନ୍ଧିଲା ବେଳକୁ ସାପ ଥିବା ଦେଖିବାକୁ ପାଇଥିଲେ। ଘଟଣା ପରେ ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ ପରିବାର ଲୋକେ। ଘଟଣାସ୍ଥଳରେ ତମ୍ପ ସାପ ଛୁଆକୁ ଉଦ୍ଧାର କରାଯାଇଛି।
ଭୁବନେଶ୍ୱର : ରାଜ୍ୟରେ ଉଚ୍ଛେଦ ହେଲା ଗାର୍ଡ ଅଫ୍ ଅନର ବ୍ୟବସ୍ଥା । ଏଣିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ଦିଆଯିବନି ଗାର୍ଡ ଅଫ୍ ଅନର। କେବଳ ୩ଟି ଦିବସରେ ମୁଖ୍ୟ ଅତିଥିଙ୍କୁ ମିଳିବ ଗାର୍ଡ ଅଫ୍ ଅନର୍। ଏହି ସବୁ ଦିନ ଗୁଡ଼ିକ ହେଲା, ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଉତ୍କଳ ଦିବସ। ବ୍ୟବସ୍ଥା ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ […]
ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି। ଏଣିକି ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ୩ଟି ବିଷୟକୁ ୪୫ ମିନିଟ୍ ପରିବର୍ତ୍ତେ ଦେଢଘଣ୍ଟା ଲେଖାଏ ପଢ଼ାଯିବ। ଏଭଳି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସଂପୃକ୍ତ ୩ ବିଷୟରେ ପିଲା କମ୍ ନମ୍ବର ରଖୁଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷା […]
ଆସ୍କା (ମନୋଜ ମୁନି) : ବନ୍ୟା ବିଭୀଷିକାରେ କେରଳରେ ଫସି ରହିଛନ୍ତି ଦୁଇ ଶହରୁ ଅଧିକ ଓଡ଼ିଆ। ଏହି ଶ୍ରମିକମାନଙ୍କ ଘର ଗଞ୍ଜାମ ସାନଖେମୁଣ୍ଡିର ପାଟପୁର, ରାଧାଦେଇପୁର, ଏସ୍.ଗୋପାଳପୁର ଓ ଖଲିଙ୍ଗି ଆଦି ଅଞ୍ଚଳରେ। ସୂଚନା ମୁତାବକ ,ଶ୍ରମିକମାନେ ଗତ କିଛି ମାସ ହେବ କେରଳରେ ବିଭିନ୍ନ କମ୍ପାନୀରେ କାମ କରୁଥିଲେ। ଏହି ଶ୍ରମିକମାନେ କେରଳର ଆନାକୁଲମ,ଆଲୁଆ, ଅଙ୍ଗଗାଲି ଅଂଚଳରେ ରହୁଥିଲେ। ହେଲେ ବନ୍ୟା ଯୋଗୁଁ ଶ୍ରମିକମାନଙ୍କୁ କାମ ତ ମିଳୁନି, ତାସହ ଯାହା ସଞ୍ଚୟ କରିଥିଲେ […]
ଭୁବନେଶ୍ୱର : ରାଜ୍ୟରେ ବର୍ଷା ଓ ବନ୍ୟାଜନିତ ଅଘଟଣରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି କର୍ଲାମୁଣ୍ଡାରେ ସର୍ବାଧିକ ୬୦୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଭିନ୍ନ ଜିଲ୍ଲାର ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବାବେଳେ କେବଳ କଳାହାଣ୍ଡି କାଳୀଗଙ୍ଗା ନଦୀର ଜଳସ୍ତର ବଢ଼ିଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, କଳାହାଣ୍ଡି ସାରଗଡ଼ ଗାଁରୁ […]