ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପୁଣିଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତାଙ୍କର ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ଚୟନ କରିବେ। ନିଜର ଉତ୍ତରାଧିକାରୀ ବାଛିବାରେ ସେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି। ଆଜି ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଲିଟେରାରୀ […]
ଭୁବନେଶ୍ୱର : କାଳିଆ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ କେବଳ ସଭା ଓ ପ୍ରଚାରରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୫୦ କୋଟିରୁ ଅଧିକ ଟଙ୍କା। ଏମିତିକି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଲୋକ ବୋହି ନେବାକୁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଲୋକ ନେବାକୁ ଆର୍ଟିଓ ମାନଙ୍କୁ ଦିଆଯାଇଛି ୨୫ ଲକ୍ଷ ଲେଖାଁଏ ଟଙ୍କା। ଫେବୁଆରୀ ୨୧ ବରଗଡ଼ ଚାଷୀ ସମାବେଶରେ କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲା […]
ଜୟପୁର : ଲଟେରି ନାଁରେ ଯୁବକଙ୍କଠାରୁ ୩ଲକ୍ଷରୁ ଅଧିକ ଟଙ୍କା ଠକେଇ। ୨୫ ଲକ୍ଷ ଟଙ୍କା ଲୋଭରେ ଲକ୍ଷାଧିକ ଟଙ୍କା ହରାଇଲେ ଯୁବକ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡି ନିକଟସ୍ଥ ମାଳିଗୁଡାରେ। ଅଭିଯୋଗ ଅନୁସାରେ କିଛି ଦିନ ତଳେ ମୁମ୍ବାଇର ରାଣା ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ନିଜକୁ ଜିଓ କମ୍ପାନୀର କର୍ମଚାରୀ ପରିଚୟ ଦେଇଥିଲେ। ଏହାସହ ସେ ୨୫ଲକ୍ଷ ଟଙ୍କା ଲଟେରି ଜିତିଥିବା କହିଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ତାଙ୍କ ଏସ୍ଟିଆଇ […]
ଖୋର୍ଦ୍ଧା : ଗ୍ରାହକ ସାଜି ଗହଣା ଦୋକାନରୁ ଲୁଟ୍। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଠାରୁ ମାତ୍ର ୧୦୦ମିଟର ଦୂର ଗହଣା ଦୋକାନରୁ ଦିନ ଦ୍ୱିପ୍ରହରରେ ହୋଇଛି ଲୁଟ୍। ବାଣପୁର ସହରର ଭଗବତୀ ଜୁଏଲାରୀରେ ପ୍ରଥମେ ଜଣେ ବ୍ୟକ୍ତି ଗ୍ରାହକ ସାଜି ୨୦ ହଜାର ଟଙ୍କାର ସୁନା କିଣିଲେ। ପରେ ଦୋକାନୀକୁ ବିଭ୍ରାନ୍ତ କରି ସୁନା ମୁଦି ଡବାକୁ ଝାମ୍ପି ଚମ୍ପଟ ମାରିଥିଲା। ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଥିବା ବେଳେ ସୁନା ଦୋକାନୀ ଏନେଇ ବାଣପୁର […]
ଭୁବନେଶ୍ୱର : ପୁଣି କନ୍ଦାଇଲା ପିଆଜ। ଗତ କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ କିଲୋ ପ୍ରତି ଦର ଏବେ ୫୦ ଟଙ୍କା ଟପିଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ତେବେ ପିଆଜର ଏଭଳି ଦରବୃଦ୍ଧି ପଛରେ ସ୍ୱଳ୍ପ ଆମଦାନୀକୁ ଦାୟୀ କରିଛନ୍ତି ବ୍ୟବସାୟୀ। ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି। ସେପଟେ ପିଆଜ […]
ଉଦଳା ( ମାନସ ପାଣି) : ଭୂତ ଭୟରେ ହଷ୍ଟେଲ ଛାଡ଼ିଲେ ୫ ଛାତ୍ର। ଏଭଳି ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ଉଦଳା ଖଇରା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠରେ। ଆଜି ଭୋର୍ରୁ କାହାକୁ ନଜଣାଇ ସ୍କୁଲ ହଷ୍ଟେଲର ୫ ଛାତ୍ର ପଳାଇ ଆସିଥିବା ଅଭିଯୋଗ ହୋଇଛି। ତେବେ ଉଦଳା ବସ୍ଷ୍ଟାଣ୍ଡରେ ଓହ୍ଲାଇବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଛାତ୍ରଙ୍କୁ ଧରି ଉଦଳା ପୁଲିସର ଜିମା ଦେଇଛନ୍ତି ଲୋକେ। ଗତକାଲି ରାତିରେ ୧୫ଜଣଙ୍କ ମଧ୍ୟରୁ ୫ଜଣ ଛାତ୍ର […]
ରାଉରକେଲା : ପୁଣି ଖାକିରେ ଲାଗିଲା ଦାଗ। ରାଉରକେଲା ଅବକାରୀ ବିଭାଗରେ କାର୍ଯ୍ୟରତ ଜଣେ ଏସ.ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ। ଏକ୍ସସାଇଜ ଏସଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ରାଉରକେଲା ଅବକାରୀ ବିଭାଗ ଅଫିସର ଜଣେ ମହିଳା କନଷ୍ଟେବଲ। ମହିଳା କନଷ୍ଟେବଲ ଅଭିଯୋଗରେ କହିଛନ୍ତି, ‘୧୮ସେପ୍ଟେମ୍ୱର ୨୦୧୯ରେ ଆମେ ଗୋଟିଏ ଗ୍ରାମକୁ ଡ୍ୟୁଟିରେ ଯାଇଥିଲୁ, ଘର ସର୍ଚ୍ଚ କଲାବେଳ ସୂର୍ଯ୍ୟ ନାରାୟଣ ରଥ ବାରମ୍ୱାର ମୋ ଦେହକୁ ଟଚ୍ କଲେ, ମୁଁ ପ୍ରତିବାଦ […]
ଭୁବନେଶ୍ୱର : ଉପନିର୍ବାଚନ ବିଗୁଲ ବାଜିବା ପରେ ପୁଣି ପଲିଟିକାଲ୍ ହଟ୍ସ୍ପଟ୍ ପାଲଟୁଛି ବିଜେପୁର। କେଉଁ ଦଳ କେଉଁ ଯୋଦ୍ଧାକୁ ମୈଦାନ୍କୁ ଓହ୍ଲାଇବେ ତା ଉପରେ ତ ନଜର ରହିଛି, ହେଲେ ସବୁଠୁ ଅଧିକ ଫୋକସ୍ ବିଜେପି-ବିଜେଡି ଲଢ଼େଇକୁ ନେଇ। ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ନେଇ ଦୁଇ ଦଳ ଭିତରେ ଥିବା ବର୍ତ୍ତମାନର ମଧୁର ସଂପର୍କ ଦୃଷ୍ଟିରୁ ବିଜେପୁରରେ ହେବ କି ଫ୍ରେଣ୍ଡସିପ୍ ମ୍ୟାଚ୍ ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦୁଇ ଦଳ କିନ୍ତୁ […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଅଲିଭ୍ ରିଡ୍ଲେ କଇଁଛ ଚିନ୍ତା ଘାରିଛି। ସେମାନଙ୍କ ସୁରକ୍ଷା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ। ଜାଲ୍ରେ ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ୍(TED) ଲଗାଇବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଉଛି। ଏହାଦ୍ୱାରା ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଜୀବନ ବଞ୍ଚିପାରିବ। ସେମାନେ ଜାଲରେ ପଡ଼ିଲେ ଛନ୍ଦି ନ ହୋଇ ଅତି ସହଜରେ ବାହାରି ପାରିଯାଇ ପାରିବେ। ଆଉ ମୃତ୍ୟୁ ମୁଖରେ ପଡ଼ିବେନାହିଁ। ପ୍ରତିବର୍ଷ ଓଡ଼ିଶା ଉପକୂଳକୁ ଲକ୍ଷ ଲକ୍ଷ ଅଲିଭ୍ […]
ଅନୁଗୋଳ(ବିରଜା ଦାଶ): ମାଟ୍ରିକ୍ ପ୍ରି’ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଏକ ଟ୍ରକ୍। ଫଳରେ ଛାତ୍ରୀଙ୍କର ମେଡିକାଲ୍ରେ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଥାନା କୁମଣ୍ଡ ନିକଟରେ ଘଟିଛି। କୁମଣ୍ଡ ଗାଁର ଅରୁଣ ସାହୁଙ୍କ ଝିଅ ଆଂଚଲ ସାହୁ । କୁମଣ୍ଡ ଗାଁର ଅରୁଣ ସାହୁଙ୍କ ଝିଅ ଆଞ୍ଚଲ ଆଜି ଦଶମ ଶ୍ରେଣୀ ପ୍ରି’ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିଲେ। ବିଦ୍ୟାଳୟ ନିକଟରେ ଏକ ଟ୍ରକ […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ବଡ଼ସୁଆଁଳ ଗାଁରେ କାନ୍ଥ ଭୁଶୁଡ଼ି ୭ ଗୁରୁତର। ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାମ ବେଳେ ଘଟିଛି ଅଘଟଣ। ରାସ୍ତା କାମ ପାଇଁ ଉଚ୍ଛେଦ ଚାଲିଥିବା ବେଳେ ଘର କାନ୍ଥ ପଡି ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଛୋଟ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ […]
ସାଲେପୁର (ମନୋଜ ଆଚାର୍ଯ୍ୟ) : ଚାକିରି କରାଇଦେବା ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଠକାମୀର ଶିକାର ଦମ୍ପତି। ଆୟକର ବିଭାଗରୁ ନୋଟିସ ଆସିବା ପରେ ଏବେ ହରଡ଼ଘଣାରେ ପଡିଛନ୍ତି ଉଭୟ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ଦେବେନ୍ଦ୍ର ରାଉତ ଓ ତାଙ୍କ ପତ୍ନୀ ସସ୍ମିତା ସେଠୀ। କଟକ ପୁରୀଘାଟ ଅଂଚଳର ବୀରକିଶୋର ଦାସ ଏବଂ ପବନ ଜୋର୍ଜାନିଆ ନାମକ ଦୁଇ ବ୍ୟକ୍ତିଙ୍କ କଥାରେ ପଡ଼ି ଦୁଇଟି ପୃଥକ ପୃଥକ ବ୍ୟାଙ୍କ୍ରେ ଖାତା ଖୋଲିଥିଲେ। ଉଭୟଙ୍କୁ ଚାକିରି […]
ସୋର (ଶଶିକାନ୍ତ ବେହେରା) : ବ୍ୟାଙ୍କରୁ ଟଙ୍କା ଉଠାଇ ପୋଷ୍ଟ ଅଫିସ୍ରେ ଜମା କରିବାକୁ ଆସୁଥିଲେ। ହେଲେ ଜମା କରିବା ପୂର୍ବରୁ ଗାଡ଼ି ଡିକି ଖୋଲି ଦୁର୍ବୃତ୍ତ ଟଙ୍କା ଲୁଟିନେଲେ। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମହିଷାପଟା ଗାଁର ବିଜୟ କୁମାର ପାଣିଗ୍ରାହୀ ଆଜି ଗୋପାଳପୁର ଷ୍ଟେଟ୍ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା […]
ପାରଳାଖେମୁଣ୍ଡି( ଆଦର୍ଶ ଦାସ) : ଅସହ୍ୟ ହେଲା ପୁଅ-ବୋହୂଙ୍କ ନିର୍ଯାତନା। ଏସ୍ପିଙ୍କୁ ଭେଟି ନିଜ ଘରକୁ ଜରାଶ୍ରମ କରିବାକୁ ଅନୁରୋଧ କଲେ ୭୫ ବର୍ଷର ବୃଦ୍ଧା ମାଆ। ଗଜପତି ଜିଲ୍ଲା ପାରଳେଖେମୁଣ୍ଡିରେ ସାମ୍ନାକୁ ଆସିଛି ଏମିତି ଘଟଣା। ନିର୍ଯାତିତା ବୃଦ୍ଧାଙ୍କ ନାଁ ଜାନକୀ ଅଧିକାରୀ। ପାରଳାଖେମୁଣ୍ଡି ଗୋପିନୀ ସାହିର ସ୍ୱର୍ଗତ ଡାକ୍ତର ରାମଚନ୍ଦ୍ର ଅଧିକାରୀଙ୍କ ବିଧବାପତ୍ନୀ ଜାନକୀଙ୍କ ଅଭିଯୋଗ ଅନୁଯାୟୀ ୧୭ ବର୍ଷ ତଳେ ପୁଅକୁ ବିବାହ ଦେବା ପରଠାରୁ ପୁଅ-ବୋହୂଙ୍କ ଦ୍ୱାରା ନିର୍ଯାତିତ ହୋଇ ଆସୁଛନ୍ତି। […]
ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ରକେଟ୍ ମ୍ୟାନ୍ କେ. ଶିବନ୍। ଆସନ୍ତାକାଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଭୁବନେଶ୍ୱର ଆସୁଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରଯାନ-୨ ମିଶନ୍ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ. ଶିବନ୍ଙ୍କ ନାମ। ତାମିଲନାଡ଼ୁର ଏହି ରକେଟ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଦାୟିତ୍ୱ ନେଇଥିଲେ। କନ୍ୟାକୁମାରୀ ଜିଲ୍ଲାର ତାରାକାନ୍ଭିଲ୍ଲାଇ ଗାଁର […]
ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହଣାକଟା। ୨ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ମାରଣାସ୍ତ୍ରରେ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ ଛାତ୍ର ଜଣକ ଗୁରୁତର ହୋଇ ପଡିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ MKCGକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଫଉଲିସ ପହଞ୍ଚି ୨ ଛାତ୍ରଙ୍କୁ ଥାନାରେ ଅଟକ ରଖିଛି। ପୂର୍ବରୁ ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା।
ଢେଙ୍କାନାଳ (ରାଜଶ୍ରୀ ଶତପଥୀ ) : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲଙ୍କାକାଣ୍ଡ। ଜିଲ୍ଲାପାଳ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଭଙ୍ଗାରୁଜା ସହ ଉତ୍ତେଜନା ଦେଖାଦେଇଛି। ଅତିରିକ୍ତ ଜିଲ୍ଲାପାଳଙ୍କୁ ଓକିଲମାନେ ଠେଲାପେଲା କରିଥିବା ସୂଚନା ମିଳିଛି। ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ତାତିଥିଲେ ଓକିଲ। ସଂଘବଦ୍ଧ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଘେରାଉ କରିଥିଲେ। ସୂଚନା ମୁତାବକ, ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ମାମଲା ବିଚାର ହେବାର ଥିଲା। ଓକିଲମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ […]
ପଟ୍ଟାମୁଣ୍ଡାଇ : ପୁଲିସ ହେପାଜତରେ ମୃତ୍ୟୁ ଆଶଙ୍କାକୁ ନେଇ ଉତ୍ତେଜନା । ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ। ଅରଡପଲ୍ଲୀ ଗାଁର ଜଣେ ବ୍ୟକ୍ତିଙ୍କୁ ପୁଲିସ ପିଟିପିଟି ମାରିଦେଇଥିବା ଆଶଙ୍କା କରିଛନ୍ତି ପରିବାର ଲୋକେ। ତାସହ ଗ୍ରାମବାସୀଙ୍କ ସହ ମିଶି ପଟ୍ଟାମୁଣ୍ଡାଇ ଥାନା ଘେରାଉ କରିଛନ୍ତି। ସୁଶାନ୍ତ ବେହେରା ଓରଫ୍ ମଙ୍ଗୁଳିକୁ ପୁଲିସ ଚୋରାମଦ କାରବାର ଅଭିଯୋଗରେ ଧରି ଆଣିଥିଲା। ତାପରଠୁ କୌଣସି ଖୋଜ ଖବର ମିଳୁନି ମଙ୍ଗୁଳିର। ପୁଲିସର କହିବା କଥା, ଅସୁସ୍ଥ ହେବାରୁ […]
ଭୁବନେଶ୍ୱର : ଏଣିକି କେବଳ ଗରିବ ପରିବାରର ନୁହେଁ, ସବୁ ବର୍ଗର ପିଲାଙ୍କୁ ସ୍କୁଲରେ ମିଳିବ ଜୋତା ଓ ଡ୍ରେସ୍। ସବୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ସହ ଜୋତା ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବିପିଏଲ୍ ପରିବାରର ପିଲାଙ୍କୁ ଜୋତା ଓ ଡ୍ରେସ୍ ମିଳୁଥିଲା। ହେଲେ ଏଣିକି ସବୁ ସରକାରୀ ସ୍କୁଲ୍ ପିଲାଙ୍କୁ ଜୋତା ଓ ଡ୍ରେସ୍ ସହ […]
ଭୁବନେଶ୍ୱର : ଜେଲ ଅନ୍ତେବାସୀ ହେବେ ରେଡ଼ିଓ ଜକି (ଆର୍ଜେ)। ସ୍ୱତନ୍ତ୍ର ଷ୍ଟୁଡିଓରୁ କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ। ଏପରିକି ଗୀତ, ଭଜନ, ଜୀବନଧର୍ମୀ ଆଲୋଚନା ଓ ମନୋରଞ୍ଜନ ପରି ସବୁ ଶୁଣିବାକୁ ମିଳିବ। ଠିକ୍ ଯେମିତି ବଲିଉଡ୍ର ଫିଲ୍ମ “ଲଗେ ରହୋ ମୁନ୍ନାଭାଇ”ର ଅଭିନେତା ସଂଜୟ ଦତ୍ତଙ୍କ ଜେଲ୍ ଜୀବନର ଆର୍ଜେ ଭଳି। ପୁନେ ଏରଓ୍ୱାଡ଼ା ସେଣ୍ଟ୍ରାଲ୍ ଜେଲ୍ରେ ବନ୍ଦୀ ଜୀବନ ବିତାଉଥିବା ବେଳେ ସଂଜୟ ଯେଉଁଭଳି ଆର୍ଜେ ସାଜି କଏଦୀଙ୍କ […]
କେନ୍ଦୁଝର (ପ୍ରଣୟ ପାଣି): ସହରାଇ ଓରାମ୍ । ଆଜି ଯେମିତି ଏ ନାଁ ଅଜଣାଅଶୁଣା। ଦିନେ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ରାଜ୍ୟ ଶାସନରେ ତାଙ୍କର ଥିଲା ଅଖଣ୍ଡ ପତିଆରା। ତିନି ତିନି ଥରର କ୍ୟାବିନେଟ୍ ମନ୍ତ୍ରୀ, ୫ ଥରର ବିଧାୟକ ଥିଲେ । ହେଲେ ଆଜି ସେ ନିଃସ୍ୱ। ୧୦ ବର୍ଷ ଧରି ଶଯ୍ୟାଶାୟୀ। ସ୍ଥିତି ଏମିତି ଯେ ଔଷଧ କିଣିବାକୁ ବି ସାମର୍ଥ୍ୟ ନାହିଁ। ଏକଦା କେନ୍ଦୁଝରରେ ଜନତା ଦଳର ମୂଳଦୁଆ ପକାଇଥିଲେ ଏବଂ […]
ଫୁଲବାଣୀ (ତ୍ରିନାଥ ସାହୁ) : ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଓ ୫୦,୦୦୦ ଟଙ୍କା ଜୋରିମାନା ହୋଇଛି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ନାବାଳିକା ଦୁଷ୍କର୍ମ ମାମଲାକୁ ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି। ୨୦୧୫ ମସିହାର ଘଟଣା। ରାତିରେ ନାବାଳିକା ଜଣକ ପାଖ ନାଳକୁ ଶୌଚ ପାଇଁ ଯାଇଥିଲା। ଏହି ସମୟରେ ଦଶରଥ ସେଠୀ ଓ ଅନ୍ୟ ଜଣେ ତାକୁ […]
ବାଙ୍କୀ (ସଞ୍ଜିବ କୁମାର ନାୟକ) : ଭାଇ ଭଉଣୀ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ଯେଉଁ ଭଉଣୀ ନିଜର ସୁରକ୍ଷା ପାଇଁ ରକ୍ଷା ବନ୍ଧନରେ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲେ, ସିଏ ସାଜିଲା ଯୌନ ରାକ୍ଷସ। ଦାଦା ଓ ଖୁଡ଼ିଙ୍କ ଅନୁପସ୍ଥିତିରେ ସାନ ଭଉଣୀକୁ ବଡ଼ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅଟି ୭ ମାସର ଗର୍ଭବତୀ। ଏପରି ଅଭିଯୋଗ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅଞ୍ଚଳରୁ ଆସିଛି। ଅଷ୍ଟମ […]
ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ ବେଳେ ବାଲିପାଟଣା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଖାଁ ଖାଁ। ଆଜି ସକାଳ ୧୦ଟା ୪୦ ମିନିଟରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ। କେବଳ ୨ଜଣ କର୍ମଚାରୀଙ୍କୁ ଛାଡ଼ିଦେଲେ ଅଫିସରେ କୌଣସି ଅଧିକାରୀ ଉପସ୍ଥିତ ନଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ। ଅନୁପସ୍ଥିତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଦିନକର ଦରମା କାଟ ନିର୍ଦ୍ଦେଶ ଦିଆଯାଇଛି। […]
କଟକ : ଜଗତସିଂହପୁର ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାରେ ମିଳିଛି ନୂଆ ସୁରାକ୍। ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ୍ ରାଜାର ହାତ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଏହି ଘଟଣାରେ କିଶୋରର ବାପା, ଭାଇ ଓ ୪ ଜଣ ସାଙ୍ଗଙ୍କୁ ବିରିଡ଼ି ଥାନାରେ ପଚରା ଉଚରା କରୁଛି ପୁଲିସ। ଅନ୍ୟପଟେ ମୃତ ନିହାରିକାଙ୍କ ଭିଣୋଇ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ କିଶୋର ଚନ୍ଦ୍ର ଅଞ୍ଚଳ ହିଁ ହତ୍ୟାକାରୀ। ନିହାରିକା ନିଖୋଜ ପରେ […]