ରାଉରକେଲା :ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ହେବ। ଏଥିପାଇଁ ଯୋଜନା କରାଯାଉଛି। ଏହାଛଡ଼ା ପ୍ଲାଣ୍ଟର ଆଧୁନିକୀକରଣ ପାଇଁ ଯେଉଁ ସବୁ କାମ ଅଟକି ରହିଛି ସେଗୁଡ଼ିକୁ ତ୍ୱରାନ୍ୱିତ କରାଯିବ। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ମର୍ଚ୍ଚାଣ୍ଟ ଲିଜ୍ ବନ୍ଦ ହେବ ବୋଲି କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଦ୍ୱାରା ସେଲ୍ ଖୋଲା ବଜାରରେ ଲୋ ଗ୍ରେଡ ଆଇରନ୍ ଓର୍ ବିକ୍ରି କରି ପାରିବ । ଫଳରେ ସେଲର ଆର୍ଥିକ ଅଭିବୃଦ୍ଧି ସହ ସେଲ ଉପରେ […]
ଭୁବନେଶ୍ୱର : ‘ସ୍ୱଚ୍ଛ ଭାରତ’ର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ଜିଓ ପକ୍ଷରୁ ଦେଶର ୯୦୦ଟି ରେଳ ଷ୍ଟେସନରେ ସଫେଇ ଅଭିଯାନ ହାତକୁ ନିଆଯାଇଛି । ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଦେଶ ବ୍ୟାପୀ ଆରମ୍ଭ କରାଯାଇଥିବା ‘ଜିଓ ସ୍ୱଚ୍ଛ ରେଳ ଅଭିଯାନ’ରେ ଜିଓ କର୍ମଚାରୀ, ସହଯୋଗୀ,ଅଂଶୀଦାର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ୨୫୦୦୦ରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ । ଭାରତରେ ପ୍ରଥମ କରି ଏହି ଧରଣର ସର୍ବବୃହତ୍ ସ୍ୱଚ୍ଛତା […]
ଧର୍ମଗଡ଼ ( ଇଙ୍ଗିତ ପଣ୍ଡା) : ସବୁଜିମାର ପରିସୀମା ଭିତରେ ଚକାଚକ୍ ସ୍କୁଲ କ୍ୟାମ୍ପସ। ସ୍ୱଚ୍ଛ ପରିବେଶ, ସ୍ୱାସ୍ଥ୍ୟକର ପରିସର। ଚମକୁଛି କ୍ଲାସରୁମ୍, ହାଇଜେନିକ କିଚେନ୍ ସାଙ୍ଗକୁ ସଫାସୁତରା ଶୌଚାଳୟ। କେବଳ ଏତିକି ନୁହେଁ, ଆକର୍ଷଣୀୟ ଲାଇବ୍ରେରୀ ସାଙ୍ଗକୁ ଡିଜିଟାଲ୍ କ୍ଲାସରୁମ୍ ବି ଅଛି ପିଲାଙ୍କ ପାଇଁ । ଦେଖିଲେ ଲାଗୁଛି, କୌଣସି ଏକ ସହରର ଅତ୍ୟାଧୁନିକ ଘରୋଇ ସ୍କୁଲ । ଏ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ […]
ଭୁବନେଶ୍ୱର : ଏଣିକି ପ୍ରତି ରବିବାର ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କ ସମସ୍ୟା ଶୁଣିବ କମିଶନରେଟ ପୁଲିସ। ଏହି ସମୟ ମଧ୍ୟରେ ପ୍ରତି ଥାନାରେ ଥାନାଧିକାରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ତା ସହିତ ନିଜ ନିଜ ପ୍ରେମିସେସରେ ସିସିଟିଭି ଲଗାଇବାକୁ ଅନୁରୋଧ କରିଛନ୍ତି ପୁଲିସ କମିଶନର। ଭୁବନେଶ୍ୱରରେ କମିଶନରେଟ୍ ପୁଲିସ ଏବଂ ବରିଷ୍ଠ ନାଗରିକଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଏହି ନିଷ୍ପତ୍ତି ନିଆଯାଇଛି। ପୁଲିସ ପକ୍ଷରୁ ଜାରି ‘ସହାୟତା ମୋବାଇଲ ଆପ’କୁ ଇନଷ୍ଟାଲ କରି […]
ମାଲକାନଗିରି : ଶିକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ କେତେବେଳେ ଘୋଡ଼ା ପିଠିରେ ଯାତ୍ରା ତ ପୁଣି କେତେବେଳେ ବିପଦପୂର୍ଣ୍ଣ ନୌଯାତ୍ରା। ଏଭଳି ନିଷ୍ଠାପର କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ମାଲକାନଗିରି ତାପରନେତ୍ଲାର ସିଆରସିସି ସାଧନ ସରକାର। ଜିଲ୍ଲାର ଦୁର୍ଗମ ସ୍ୱାଭିମାନ ଅଞ୍ଚଳକୁ ସେ ଏଭଳି ଢଙ୍ଗରେ ଯାତ୍ରା କରୁଛନ୍ତି। ସ୍ୱାଭିମାନ ଅଞ୍ଚଳକୁ ଶିକ୍ଷକମାନେ ନିୟମିତ ଆସୁଛନ୍ତି କି ନାହିଁ, ଛାତ୍ରଛାତ୍ରୀଙ୍କୁ କିଭଳି ପଢାଉଛନ୍ତି ତାର ସେ ତଦାରଖ କରୁଛନ୍ତି। ଏମିତିକି ବେଳେ ବେଳେ ସ୍କୁଲ ଥିବା ଗାଁରେ […]
ଜଗତସିଂହପୁର : ଜଗତସିଂହପୁରରେ ଅଘଟଣ। ସଦର ଥାନା ଅନ୍ତର୍ଗତ ସୁଜଙ୍ଗ ଗାଁରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଜି ସକାଳୁ ସୁଜଙ୍ଗ ଗାଁରେ ଏକ ପାଇଖାନା ଟାଙ୍କିର ସେଣ୍ଟରିଂ ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଶ୍ରମିକ ପ୍ରକାଶ ବାରିକ ଓ ମରିଚାପଡ଼ା ଗାଁର ରାଜୁ ଭୋଇ ଗୁରୁତର ହୋଇପଡ଼ିଥିଲେ। ଉଭୟଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ମୃତ ଘୋଷଣା କରାଯାଇଛି ।
ରାଉରକେଲା : ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କଲେ ପୀଡ଼ିତା। ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଲା ପୁଲିସ୍। ଗତ ୨୨ ତାରିଖରେ ରାଉରକେଲା ସେକ୍ଟର-୭ ଥାନା ଅଞ୍ଚଳରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଛି। ଏକ ପୂଜାରେ ଯୋଗଦେବାକୁ ଯିବାବେଳେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ସେ କହିଛନ୍ତି।
କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଆଇ ସାଧାରଣ ସଂପାଦକ ଡି. ରାଜାଙ୍କ ଟାର୍ଗେଟ। କଟକରେ ସେ ଅଭିଯୋଗ କରିଛନ୍ତି, ନିର୍ବାଚନ ପୂର୍ବରୁ ନବୀନ ଗୋଟିଏ କଥା କହୁଥିଲେ, କିନ୍ତୁ ନିର୍ବାଚନ ପରେ ସଂପୂର୍ଣ୍ଣ ଭାବେ ତାଙ୍କର ସ୍ୱର ବଦଳି ଯାଇଛି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି। ଅର୍ଥନୀତି ଉପରେ ଆକ୍ରମଣ ଚାଲିଥିବା ବେଳେ ଚୁପ୍ ରହୁଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ। ତେଣୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ […]
ଭୁବନେଶ୍ୱର : ରାଜ୍ୟର ଦାଗୀ, ଦୁର୍ନୀତିଗ୍ରସ୍ତ ଓ ଅଳସୁଆ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ସରକାରୀ ଚାକିରିରୁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ପଡ଼ିପାରେ। ରାଜ୍ୟ ସରକାର ନିଜର ୩୨ ବର୍ଷ ପୁରୁଣା ଆଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହ ନିୟମିତ ରିଭ୍ୟୁ କମିଟି ବୈଠକ କରି ସକ୍ରିୟ ଜନସେବାରେ ବାଧକ ସାଜୁଥିବା ଅଫିସର ଓ କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କଡ଼ା ତାଗିଦ୍ କରିଛନ୍ତି। ଯେଉଁ ସଚିବ ଏହି […]
ଯାଜପୁର(ଗୁଲାମ ଗସ୍): ଜୀର୍ଣ୍ଣଶୀର୍ଣ୍ଣ ଦୁର୍ବଳ ଶରୀର ମୁହଁରେ ଲମ୍ବା ଦାଢି। ଆଉ ହାତ ଗୋଡରେ ପଡ଼ିଛି ବେଡି। ଭଙ୍ଗା ଦଦରା ନୂଆଁଣିଆ ଚାଳଛପର ଘରର ଗୋଟିଏ ଅନ୍ଧାର କୋଠରୀରେ ବସି ବାହାରକୁ ଚାହିଁ ରହିଛନ୍ତି। ଏଭଳି ଅବସ୍ଥାରେ ଗୋଟିଏ କୋଠରୀ ଭିତରେ ଦୀର୍ଘ ୩୦ ବର୍ଷ ହେଲାଣି କଟୁଛି ରାତି ଦିନ। ସିଏ ହେଉଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉଦୟପୁର ଗାଁର ରମାକାନ୍ତ ବେହେରା। ମାନସିକ ବିକୃତି ଦେଖାଯିବା ପରେ ପରିବାର ଲୋକଙ୍କୁ ଚିହ୍ନି ପାରିଲେନି […]
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ୫ଜଣିଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଏଆଇସିସିକୁ ପଠାଇଥିବା ପ୍ରଦେଶ କଂଗ୍ରେସ କମିଟି ଆଜି ଦଳର ୯ଜଣ ବରିଷ୍ଠ ନେତାଙ୍କୁ ବିଜେପୁରରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛି। ଏହି ନେତାମାନେ ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍ ଓ ୨ଟି ଏନଏଏସି ଦାୟିତ୍ୱରେ ରହିବେ। ସେମାନେ ନିଜ ନିଜର ଟିମ୍ ସହ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଆଜି ବିଜେଡି ମଧ୍ୟ ନିଜର ୧୪ଜଣ ନେତାଙ୍କୁ […]
ବିଶାଖାପାଟନମ୍ : ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଲେ ଲୋକେ। ଏମିତି ଏକ ଘଟଣା ଘଟିଛି ଓଡ଼ିଶା ସୀମା ଆନ୍ଧ୍ର ଡୁମୁରିଗୁଡ଼ା ଥାନା ପୋଟଳବନ୍ଧ ଗାଁରେ। ମିଳିଥିବା ସୂଚନା ମୁତାବକ ,ଗୁଣିଗାରେଡ଼ି ସନ୍ଦେହରେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଇଛନ୍ତି ଗାଁ ଲୋକେ। ମୃତକ ଓଡ଼ିଆ ଭାଷାଭାଷୀ ପୋଟଳବନ୍ଧା ଗାଁର ଜୟରାମ ଖିଲ। ଗତକାଲି ଗାଁର କିଛି ଲୋକ ଜୟରାମଙ୍କୁ ଧରିନେଇ ତାଙ୍କୁ ବାନ୍ଧି ଦାଣ୍ଡରେ ପୋଡ଼ି ଦେଇଥିଲେ। ଖବର ପାଇ ଡୁମୁରିଗୁଡ଼ା ପୁଲିସ୍ ସେହି […]
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଟ ୧୨ଟି ଏଜେଣ୍ଡା ଉପରେ ବିଚାରବିମର୍ଶ ହେବ ବୋଲି ସୂଚନା ମିଳିଛି। ଅର୍ଥ, ସମବାୟ, ପଞ୍ଚାୟତିରାଜ, ନଗର ଉନ୍ନୟନ, ସାଧାରଣ ପ୍ରଶାସନ, ଆଇନ ଆଦି ବିଭାଗର ଏଜେଣ୍ଡା ଉପରେ କ୍ୟାବିନେଟ୍ ନିଷ୍ପତ୍ତି ନେବେ। ତେବେ ଖବର ଲେଖା ହେବାସୁଦ୍ଧା ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ବୈଠକର ଏଜେଣ୍ଡା […]
ଯାଜପୁର( ଗୁଲାମଗସ୍) : ବିଜେଡି ନେତାଙ୍କ ନାଁରେ ପ୍ରତାରଣା ଅଭିଯୋଗ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର କୁମାର ପ୍ରଧାନଙ୍କ ନାଁରେ ଆସିଛି ଏଭଳି ସଂଗୀନ ଅଭିଯୋଗ। ବିଞ୍ଝାରପୁର ପଇରଖ ଗାଁର ଜିତେନ୍ଦ୍ର ବିବାହ ପ୍ରତିଶ୍ରୁତି ଦେଇ ନିଜର ଜଣେ ସମ୍ପର୍କୀୟ ଭାଣିଜୀଙ୍କ ସହ ଶାରୀରିକ ସଂପର୍କ ରଖି ପ୍ରତାରଣା କରିଥିବା ନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ […]
ଭୁବନେଶ୍ୱର : ଆସନ୍ତା ୩ ମାସ ଯାଏ ରାଜ୍ୟରେ ଯାନବାହନଗୁଡ଼ିକର ପ୍ରଦୂଷଣ ଓ ବୀମା ଯାଞ୍ଚ ହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏପରି ପଦକ୍ଷେପ ନିଆଯାଇଥିବା ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦୋହରାଇଛନ୍ତି। ଅକ୍ଟୋବର ପହିଲାରୁ ଅନଲାଇନ୍ରେ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଆବେଦନ କରିହେବ। ନୂଆ ଟ୍ରାଫିକ ଆଇନକୁ ତରବରିଆ ଭାବେ ଲାଗୁ କରି ରାଜ୍ୟ ସରକାର ସବୁ ମହଲରୁ ସମାଲୋଚନାର ଶିକାର ହୋଇଥିଲେ। ଏଥିନିମନ୍ତେ ବିରୋଧୀଙ୍କ ସମେତ ସାଧାରଣ ଲୋକେ ବି ସରକାରଙ୍କୁ […]
ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା। କେଉଁଠି ମୂଷଳଧାରା ତ’ କେଉଁଠି ତୁହାକୁ ତୁହା ବର୍ଷା ଚାଲିଛି। ଉପକୂଳ ଓ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ଘୂର୍ଣ୍ଣିବଳୟ ପ୍ରଭାବ ସହିତ ମୌସୁମୀ ସକ୍ରିୟ ରହିଥିବାରୁ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ୭ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡିକ ହେଉଛି ମୟୂରଭଂଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା […]
ବ୍ରହ୍ମପୁର : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନବୀନ ନିବାସରୁ ଡାକରା। ମଞ୍ଚ ଉପରେ କର୍ମୀଙ୍କୁ ମାଡ଼ ଘଟଣାରେ ତାଙ୍କୁ ଡକା ଯାଇଥିବା ସୂଚନା ମିଳିଛି। ଗତକାଲି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା କର୍ମୀ ସଂଗ୍ରାମ ସାହୁଙ୍କୁ ଶକ୍ତ ଚାପୁ଼ଡ଼ା ମାରିଥିଲେ ଚନ୍ଦ୍ରଶେଖର। ପାରଳାଖେମୁଣ୍ଡିରେ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବେଳେ ଏହି ଘଟଣା ଘଟିଥିଲା। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଘଟଣା ସମୟରେ ଗଜପତି ଜିଲ୍ଲାର ପ୍ରଭାରୀ ଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ […]
ଜୁନାଗଡ଼ : ଝିଅଟି ଯେତେ ଆକୁଳ ଓ ଆତୁର ହୋଇ ନିବେଦନ କରିଥିଲେ ମଧ୍ୟ ଯୌନ ରାକ୍ଷସମାନେ ଆଦୌ ଛାଡ଼ି ନଥିଲେ। ବରଂ ୬ ଜଣ ଝିଅଟିର ଇଜ୍ଜତ ଲୁଟୁଥିବା ବେଳେ ୩ ଜଣ ଭିଡିଓ ସୁଟିଂ କରିଥିଲେ। ଯାହା ଏବେ ଧୀରେ ଧୀରେ ପଦାକୁ ଆସୁଛି। ଆଜି ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି। କଳାହାଣ୍ଡି ଏଏନ୍ଏମ ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ପୁଲିସ ଏହି ୯ ଜଣଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଜାରି […]
ଭୁବନେଶ୍ୱର : ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସରକାର ଶିକ୍ଷକ ନିଯୁକ୍ତ କରିଛନ୍ତି। ହେଲେ ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷରୁ ଅଧିକ ସମୟ ଧରି ଅନଧିକୃତ ଭାବେ ପ୍ରାୟ ୧୮୯ ଜଣ ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସୁନାହାନ୍ତି। ଏବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଟିଟିଲାଗଡ଼ ବ୍ଲକର ବୁରାବନ୍ଧ ସ୍କୁଲରେ ୫ ବର୍ଷ ତଳେ ସହକାରୀ ଶିକ୍ଷକ ଭାବେ କାମ […]
ନୂଆପଡ଼ା /ଛତ୍ରପୁର : ଭୟଙ୍କର ଚିତ୍କାର…ଅସ୍ୱାଭାବିକ ଆଚରଣ। କେତେବେଳେ କାହା ନାଁ ନେଇ ତ ଆଉ କେତେବେଳେ ଅଜଣା କାହାଣୀ କହୁଛି କିଶୋରୀଟିଏ। ନୂଆପଡ଼ା ଜିଲ୍ଲା ନାଗଝର ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣକ ଅନେକ ଦିନ ହେଲାଣି ଅସ୍ୱାଭାବିକ ଆଚରଣ କରୁଛନ୍ତି। ଏହା ଜାଣିବା ପରେ ପ୍ରତିକାର ପାଇଁ ପରିବାର ଲୋକେ ଡାକ୍ତରଖାନା ବଦଳରେ ଗାଁ ନିକଟ ଏକ ବାବାଜୀ ମଠକୁ ନେଇଥିଲେ । କେବଳ ନାଗଝର ନୁହଁ, ଗତ କିଛି ଦିନ ତଳେ ଜିଲ୍ଲାର […]
ସମ୍ବଲପୁର : ସମ୍ବଲପୁର ଡବଲ୍ ମର୍ଡର ପଛର ଲୋମଟାଙ୍କୁରା କାହାଣୀକୁ ନେଇ ଚର୍ଚ୍ଚା। ଅଭିଯୋଗ ଅନୁଯାୟୀ, ଝିଅ, ବୋହୂଙ୍କୁ କମେଣ୍ଟ ଓ ବାରମ୍ବାର ଅଶ୍ଳୀଳ ବ୍ୟବହାର ଅସହ୍ୟ ହେବାରୁ ନୃଶଂସତାର ଶେଷ ସୀମା ଟପିଗଲେ ଅଭିଯୁକ୍ତ ପରିବାର। କିନ୍ତୁ ଯିଏ ଟାର୍ଗେଟ୍ରେ ଥିଲା ସେ ବର୍ତ୍ତିଗଲା। ବଳିପଡ଼ିଗଲେ ଗଣ୍ଡଗୋଳ ପାଇଁ ଆସିଥିବା ଗୋଟିଏ ପରିବାରର ଚାରି ଭାଇଙ୍କ ମଧ୍ୟରୁ ୨ ଭାଇ। ଗତକାଲି ରାତିରେ ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଗାଁରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣାରେ […]
ବୌଦ୍ଧ : ସ୍କୁଲ ହତା ଭିତରେ କୁମ୍ଭୀର। ଦିନେ କିମ୍ବା ଦୁଇ ଦିନ ନୁହେଁ ଦୀର୍ଘ ୧୭ ଦିନ ଧରି ସ୍କୁଲ ପଛପଟରେ ଥିବା କୁମ୍ଭୀର ୧୭ ଦିନ ପରେ ଉଦ୍ଧାର ହୋଇଛି। ଏମିତି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବହିରା ଗାଁରେ। ସ୍କୁଲର ପଛପଟରେ ଥିବା ନାଳରେ କୁମ୍ଭୀରଟି ବୁଲିଥିଲା। ଯାହାକୁ ଦେଖି ଛାତ୍ରଛାତ୍ରୀ ଓ ଅଭିଭାବକ ଆତଙ୍କୀତ ହୋଇପଡ଼ିଥିଲେ। ହେଲେ ୧୭ ଦିନ ପରେ ଯାଇ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି। ବନ ବିଭାଗ […]
ଭୁବନେଶ୍ୱର : ଖୁବ୍ ଶୀଘ୍ର ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ୍ । ଆଜି ଓ ଆସନ୍ତାକାଲି ସୁଦ୍ଧା ଦଳ ନିଜ ପ୍ରାର୍ଥୀ ନାଁ ଘୋଷଣା କରିପାରେ। ଆଜି ବସିଥିବା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇସାରିଛି । ଏବେ ୫ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କମିଟି ଯାହା ନିଷ୍ପତ୍ତି ନେବ ତାକୁ ହିଁ ଦଳର ପ୍ରାର୍ଥୀ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେପଟେ ଆଜିର […]
ରାଉରକେଲା : ସିସୋର କମ୍ପାନି ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ଆତ୍ମସମର୍ପଣ। ରାଉରକେଲା SDJMଙ୍କ କୋର୍ଟ ନିକଟରେ ଆତ୍ମସମର୍ପଣ କରିଛନ୍ତି ପ୍ରଶାନ୍ତ। ରଘୁନାଥପାଲ୍ଲୀ ଥାନାର ଏକ ଠକେଇ ମାମଲା ରହିଛି। ୨୦୧୩ ମସିହାରେ ରାଉରକେଲାର କୈଳାସ ଲେଙ୍କା ନାମକ ଏକ ବ୍ୟବସାୟୀଙ୍କଠାରୁ ପ୍ରଶାନ୍ତ ୭୫ ଲକ୍ଷ ଟଙ୍କା ନେଇ ଫେରାଇ ନଥିଲେ। ଏହି ମାମଲାରେ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ନୂଆପଡ଼ା : ନଳକୂଅରୁ ଆପେ ଆପେ ବାହାରୁଛି ପାଣି। ହ୍ୟାଣ୍ଡଲ ବ୍ୟବହାର କରିବାକୁ ପଡୁନାହିଁ। ଏହା ଆଜି କାଲି କିମ୍ବା ଦିନେ ଅଧେର କଥା ନୁହେଁ , ପୁରା ୫ ବର୍ଷ ହେଲାଣି ଏହି ନୂଳକୂଅରୁ ଆପେ ଆପେ ପାଣି ବାହାରୁଛି। ଏହି ନଳକୂଅ ଅଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିକଟ ଗୋଲାମୁଣ୍ଡି ବସ୍ଷ୍ଟାଣ୍ଡ ପାଖରେ। ଖରା, ବର୍ଷା, ଶୀତ ସବୁ ଦିନ ସମାନ ପାଣି ବାହାରୁଛି। କେଉଁ ଦିନ ଟିକେ ମଧ୍ୟ କମିବାର ନାହିଁ। ନଳକୂଅ […]