ବାରିପଦା (ମାଣିକ ଲାଲ୍ ପାଣି) : ପାଠ ପଢ଼ାଇବା ବାହାନାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଜଣେ ଲମ୍ପଟ ଶିକ୍ଷକ! ଏହାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଶିକ୍ଷକଙ୍କୁ ଶ୍ରେଣୀ ଗୃହରେ ପୂରାଇ ତାଲା ପକାଇ ଦେଇଛନ୍ତି। ଆଜି ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଓ ଆଖପାଖ ଅଞ୍ଚଳରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗତକାଲି ସ୍କୁଲର ସହକାରୀ ଶିକ୍ଷକ […]
କଟକ : ଅସରାଏ ବର୍ଷାରେ ଉବୁଟୁବୁ କଟକ ଏସ୍ସିବି ମେଡିକାଲ୍। ୱାର୍ଡଭିତରେ ପଶିଲା ବର୍ଷା ପାଣି। ରଞ୍ଜନ ରଶ୍ମୀ ଓ ସର୍ଜରୀ ୱାର୍ଡରେ ବର୍ଷା ପାଣି ପସିଯାଇଛି । ଫଳରେ ଏକ୍ସରେ ବାଧାପ୍ରାପ୍ତ ହୋଇଛି । ବହୁ ସଂଖ୍ୟାରେ ରୋଗୀ ହସ୍ପିଟାଲ୍ରେ ରହିଛନ୍ତି। ଏହି ୱାର୍ଡ ଗୁଡ଼ିକରେ ପାଣି ପଶିଯିବା ଫଳରେ ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପୂର୍ବରୁ ମଧ୍ୟ ଏହା ଜଣାଅଛି ଯେ ଅସରାଏ ବର୍ଷାରେ କଟକ ସହର ଜଳମଗ୍ନ ହୋଇଯାଏ । କିନ୍ତୁ […]
ଭୁବନେଶ୍ୱର : ସରକାରଙ୍କ 5-T କାର୍ଯ୍ୟକ୍ରମ ଭାଣ୍ଡାମୀ ଓ ଲୋକଙ୍କ ସହ ଛଳନା। ମୋ ସରକାର ଓ 5T କାର୍ଯ୍ୟକ୍ରମକୁ କଟାକ୍ଷ କରି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ମନ୍ତ୍ରୀ କହିଛନ୍ତି, ବସ୍ତା ଡାକ୍ତରଖାନା ଯାଇଥିଲି ହେଲେ ସେଠାରେ ଡାକ୍ତର ନାହାନ୍ତି। ଆଉ ସେଠାରେ ରୋଗୀଙ୍କୁ ମାଗଣା ଔଷଧ ମଧ୍ୟ ଦିଆଯାଉନି। ରାଜ୍ୟରେ ଆର୍ଥିକ ସ୍ଥିତି ବିପଦଜନକ ରହିଛି। ଏଥିସହ କ୍ଷମତା ପାଇଁ ଲୋକ ଦେଖାଣିଆ କାର୍ଯ୍ୟକ୍ରମ କରି ଭୋଟ୍ କିଣୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। […]
ଭୁବନେଶ୍ୱର : ଚଳିତ ବର୍ଷ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ୮୦ ଦଶକରେ ଅଭିଜିତ୍ ଜେଏନୟୁରେ ପାଠ ପଢ଼ୁଥିବା ବେଳେ ନିଜ ଓଡ଼ିଆ ବନ୍ଧୁଙ୍କ ସମର୍ଥନରେ ତିହାର ଜେଲ୍ ଯିବାକୁ ପଛାଇ ନଥିଲେ। କେବଳ ଏତିକି ନୁହେଁ, ଦାରିଦ୍ର୍ୟ ଦୂରୀକରଣ ଉପରେ ଗବେଷଣା ବେଳେ ବି ସେ ନିଜ ପତ୍ନୀ ତଥା ସହ-ନୋବେଲ୍ ବିଜେତା ଏଷ୍ଟାର ଡୁପ୍ଲୋଙ୍କ ସହ ଅନେକ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍ ଓ ଆପାର୍ଟମେଣ୍ଟ ଆଦିରେ ଆଦାୟ ହେଉଥିବା ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ନିର୍ଦ୍ଦେଶ ଦେଇଛି। ବିଡିଏ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, ବିଭିନ୍ନ ସପିଂ ମଲ୍ , ମଲଟିପ୍ଲେକ୍ସ, ଆପାର୍ଟମେଣ୍ଟ୍ ଓ ହସ୍ପିଟାଲରେ ସାଧାରଣ ଲୋକଙ୍କଠୁ ଗାଡ଼ି ପାର୍କିଂ ଫି’ ଆଦାୟ କରାଯାଉଥିବା ବିଡିଏ ଦୃଷ୍ଟିକୁ ଆସିଛି। ବିଡିଏ ଦ୍ୱାରା ଅନୁମୋଦିତ ହେଉଥିବା ବିଲିଡିଂ […]
ଯାଜପୁର : ଡ୍ୟୁଟିରେ ଥିବା ବେଳେ ମହିଳା ପଞ୍ଚାୟତ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ସେ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ସେ ହେଲେ ପିଇଓ(ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ) ସ୍ମିତାରାଣୀ। ସୂଚନା ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ଆଜି ଭତ୍ତା ବଣ୍ଟନ ଲାଗି ପଞ୍ଚାୟତକୁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ବାଣ୍ଟିଥିଲେ । ଖରାବେଳେ ସେ ଖାଇବାକୁ […]
କଟକ/ଜଗତସିଂହପୁର : ୭ ଦିନ ଧରି ଚାଲିଥିବା ଆଶା ଆଶଙ୍କା ଓ କଳ୍ପନାଜଳ୍ପନାର ଘଟିଛି ଅନ୍ତ। ଦାମ୍ପତ୍ୟ କଳହରୁ ସ୍ତ୍ରୀ ଓ ପୁଅଙ୍କ ଆଗରେ କାଠଯୋଡ଼ି ନଦୀକୁ ଡେଇଁ ପଡିଥିବା ନିଆଳି ଅଞ୍ଚଳର ଯୁବକ ଦେବବ୍ରତ ମହାପାତ୍ରଙ୍କର ମିଳିଛି ମୃତଦେହ। କଟକ ରହମ୍ବା ନିକଟ ଦେବୀ ନଦୀରୁ ଆଜି ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ମ୍ରିୟମାଣ ହୋଇ ପଡିଛନ୍ତି ପରିବାର। ଦେବବ୍ରତଙ୍କ ଶ୍ୱଶୁର ଘର ଲୋକେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବୁଢୀ ମା’ […]
କଲ୍ୟାଣସିଂହପୁର (ମାଉଡି ବାରିକ): ଅଧା ବାଟରେ ପଙ୍କଚର ହେଲା ଆମ୍ବୁଲାନ୍ସ। ଚାଲିଗଲା ରୋଗୀଙ୍କ ଜୀବନ। ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ। କରବା ଗାଁର ସମନାଥ ବିଦିକାଙ୍କ ପତ୍ନୀ କଲ୍ୟାଣୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲ୍ ନେବା ପାଇଁ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ଫୋନ ପାଇବା ପରେ ଆମ୍ୱୁଲାନ୍ସ ନିର୍ଦ୍ଧାରିତ ସମୟରେ ଗାଁରେ ପହଞ୍ଚଥିଲା। ଆଉ ତା’ପରେ ଆମ୍ୱୁଲାନ୍ସ ରୋଗୀଙ୍କୁ ଧରି କଲ୍ୟାଣସିଂହପୁର ମେଡିକାଲ୍ ଫେରୁଥିଲା। […]
ଭଦ୍ରକ/ ବ୍ରହ୍ମପୁର/ ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟ୍କା। ସରକାରଙ୍କ ପାଖରୁ ବୀମା ବାବଦରେ ବକେୟା ପାଉଣା ନ ପାଇବାରୁ ଘରୋଇ ହସ୍ପିଟାଲଗୁଡ଼ିକ ଏହି ଯୋଜନାରେ ଆଉ ସେବା ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟର ୩ ଶହରୁ ଅଧିକ ଘରୋଇ ହସ୍ପିଟଲାରେ ଆଉ କାମ ଦେବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ଗୋଟିଏ ପଟେ ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରତ୍ୟାଖାନ କରି ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ନେଇ ନିର୍ବାଚନ […]
ଭୁବନେଶ୍ୱର : ସେନାରେ ନିଯୁକ୍ତି ପାଇଁ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସିଥିବା ଓଡ଼ିଆ ପରୀକ୍ଷାର୍ଥୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଗୋଟିଏ ଟ୍ରେନ ଭୁବନେଶ୍ୱରରୁ କୋରାପୁଟ ଓ ଅନ୍ୟଟି ପୁରୀରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ। କୋରାପୁଟ ଅଭିମୁଖେ ଯାଉଥିବା ଟ୍ରେନ୍ଟି ଆଜି ରାତି ୮ଟାରେ ଭୁବନେଶ୍ୱରରୁ ଛାଡ଼ିବ। ଉକ୍ତ ଟ୍ରେନ୍ଟି ବ୍ରହ୍ମପୁର, ବିଜୟନଗରମ, ରାୟଗଡ଼ା ଦେଇ କୋରାପୁଟ ଯିବ। ସେହିପରି ସମ୍ବଲପୁର ଅଭିମୁଖେ ଯିବାକୁ ଥିବା ଟ୍ରେନଟି ଆଜି ରାତି ୧୧ଟାରେ ପୁରୀରୁ […]
ଢ଼େଙ୍କାନାଳ : ଢ଼େଙ୍କାନାଳରେ ଧୂମଧାମରେ ଚାଲିଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ପୂଜାରେ ମୀନାବଜାର, ଗଣେଶ ବଜାର, କୈବଲ୍ୟ ବଜାର ଓ ଗୁଡିଆନାଳୀର ଚାନ୍ଦି ମେଢ , ଲକ୍ଷ୍ମୀ ବଜାରର ଜରି ମେଢ ଓ ପାର୍ଶ୍ୱ ପ୍ରତିମୂର୍ତ୍ତି , ବିଭିନ୍ନ ବଜାରରେ ସୁଉଚ୍ଚ ତୋରଣ ସାଙ୍ଗକୁ ଦଶ କିଲୋମିଟର ବ୍ୟାପୀ ଆଲୋକ ସାଜସଜ୍ଜା ଆଦି ମୁଖ୍ୟ ଆକର୍ଷଣ ସାଜିଛି। ମେଢ଼ ଓ ପୂଜା ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼କୁ ଆଖି ଆଗରେ ରଖି ପୁଲିସ ଓ ପ୍ରଶାସନ […]
ଭୁବନେଶ୍ୱର : ସେନାରେ ଭର୍ତ୍ତି ପାଇଁ ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ଭୁବନେଶ୍ୱର ରେଳ ଷ୍ଟେସନ୍ର ସୁରକ୍ଷା ବ୍ୟବସ୍ଥା ବଢ଼ିଲା। ରେଳ ଷ୍ଟେସନ୍କୁ ଆଜିଠାରୁ ଜଗିବେ ୨ ପ୍ଲାଟୁନ୍ ଆରପିଏଫ୍ ଓ ଜିଆର୍ପି। ଦିଲ୍ଲୀ ତଥା ଦୂରଗାମୀ ଟ୍ରେନ୍ ପାଇଁ ମୁତୟନ ହେବେ ଫୋର୍ସ। କେବଳ ଟିକେଟ ଥିବା ଯାତ୍ରୀଙ୍କୁ ବଗି ଭିତରକୁ ଛାଡ଼ାଯିବ। ସେପଟେ ସେନା ପରୀକ୍ଷାର୍ଥୀଙ୍କ ଉତ୍ପାତରେ ଅତିଷ୍ଠ ହୋଇଛି ଭୁବନେଶ୍ୱର କମିଶନରେଟ୍ ପୁଲିସ। ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ପୁଲିସ […]
ଭୁବନେଶ୍ୱର : ସ୍କୁଲ ପିଲାମାନଙ୍କୁ ପୁଷ୍ଠିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ସେଥିପାଇଁ ବିଆର୍ସି ଓ ସିଆର୍ସି ସ୍କୁଲ ଯାଇ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି। ଏହା ସତ୍ତ୍ୱେ ଅସାବଧାନତା ଯୋଗୁଁ ଆଜି ବାଲେଶ୍ୱରରେ ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନରୁ ବାହାରିଛି ଝିଟିପିଟି। ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଜାଣିପାରି ମଧ୍ୟାହ୍ନ ଭୋଜନ ଖାଇଥିବା ସବୁ ପିଲାଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଛନ୍ତି। ସଦର ବ୍ଲକ ବଇଁଚା ପଞ୍ଚାୟତର ତୋଟାପାଳ ପାଳବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ସବୁ ଦିନ ପରି […]
ନୀଳଗିରି : ତେଲ କଡ଼େଇରେ ପଡି ଶିଶୁ ଗୁରୁତର। ଏମିତି ଏକ ଦୁଃଖଦ ଖବର ଆସିଛି ନୀଳଗିରିର ରାଜନଗର ଅଞ୍ଚଳରୁ। ତେଲ କଡ଼େଇରେ ହାତ ବୁଡାଇ ଦେବାରୁ ଜଣେ ଶିଶୁ ଗୁରୁତର ଆହତ ହୋଇଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରାଜନଗର ଗାଁର ସନ୍ତୋଷ ପଣ୍ଡାଙ୍କ ତିନିବର୍ଷର ଶିଶୁ ସତ୍ୟଜିତ୍ ଘରେ ଖେଳୁଥିଲେ। ଏତିକି ବେଳେ ତେଲ କଡ଼େଇରେ ହାତ ବୁଡାଇ ଦେଇଥିଲେ।
ସମ୍ୱଲପୁର : ବିଜେପୁର ଉପନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ ଅଶୋକ ପାଣିଗ୍ରାହୀ। ଆଜି ଓଟିଭିକୁ ଏହି ସୂଚନା ଦେଇଛନ୍ତି ଅଶୋକ। କହିଛନ୍ତି ସମର୍ଥକଙ୍କ ସହ ପରାମର୍ଶ ପରେ ସେମାନଙ୍କ ମତ ନେଇ ମୁଁ ଏଇ ନିଷ୍ପତ୍ତି ନେଇଛି । ତେବେ ଏହି ସମର୍ଥନ ଅସ୍ଥାୟୀ ଏବଂ ଏଇ ନିର୍ବାଚନ ପର୍ଯ୍ୟନ୍ତ ସୀମିତ ବୋଲି କହିଛନ୍ତି ଅଶୋକ। ବିଜେପି ଅଣଦେଖା ଓ ଗୁରୁତ୍ୱ ଦେଉନଥିବା କହି ଗତକାଲି ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ ଅଶୋକ। ବିଜେପିକୁ […]
ଭୁବନେଶ୍ୱର : ଜନନୀ ମୁହଁରେ ଯନ୍ତ୍ରଣାର କାହାଣୀ। ଗତକାଲି ରାଜଧାନୀର ବଡ଼ ସରକାରୀ ହସ୍ପିଟାଲ୍ କ୍ୟାପିଟାଲ୍ ହସ୍ପିଟାଲ୍କୁ ସନ୍ତାନ ପ୍ରସବ ପାଇଁ ଆସି ଚରମ ଅବହେଳାର ଶିକାର ହୋଇଥିଲେ। ବ୍ଲଡ୍ ବ୍ୟାଙ୍କ ଫୁଟ୍ପାଥ୍ରେ ପ୍ରସବ କରିଥିବା ମହିଳା ପାନା ମୁର୍ମୁ ଆଜି ଓଟିଭି ଆଗରେ ବଖାଣିଛନ୍ତି ଛାତିଥରା ଅନୁଭୂତି । ପାନା କହିଛନ୍ତି, ପ୍ରସବ ଯନ୍ତ୍ରଣା ହେବାରୁ ଶୁକ୍ରବାର ରାତି ୮ଟା ଭିତରେ ସେ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇଥିଲେ। ସେଠାରେ ଦାୟିତ୍ୱରେ ଥିବା ଡାକ୍ତର କିନ୍ତୁ ତାଙ୍କର […]
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ମ୍ୟୁଜିୟମରେ କାମ କରୁଥିବା ଜଣେ ଆଡହକ କର୍ମଚାରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ଲୋକେ । ମୃତ ଯୁବକଙ୍କ ନାଁ ଅବକାଶ ପାଇକରାୟ । ଭୁବନେଶ୍ୱର କଳ୍ପନାସ୍ଥିତ ମ୍ୟୁଜିୟମରେ ଆଡହକରେ ସେ କାମ କରୁଥିଲେ । ଅବକାଶ ପରିବାର ଲୋକଙ୍କ କହିବା କଥା, ଅବକାଶ ପ୍ରେମ ବିବାହ କରିଥିଲେ। ପତ୍ନୀ ଉପରେ ସନ୍ଦେହ ଯୋଗୁ ଦାମ୍ପତ୍ୟ ଜୀବନ ଠିକ୍ ନଥିଲା। […]
କେବଳ ଗ୍ରାସଆର୍ଟ ପାର୍କ ନୁହେଁ, ପୂର୍ବରୁ ଆଇଟିଆଇଟି ପରିସରରେ ଲାଗିଛି ବିରାଟ ବିରାଟ ଲୁହାର କଳାକୃତି ସ୍କ୍ରାପ୍
ବ୍ରହ୍ମପୁର (ଜଗନ୍ନାଥ ସାହୁ): କୁମାର ପୂର୍ଣ୍ଣିମା ଅବସରରେ ପରମ୍ପରା ନାଁରେ ତାସ୍ ଖେଳ ଓ ଜୁଆ ଆଡ୍ଡାର ଦୁଇଟି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। କୁମାର ପୂର୍ଣ୍ଣିମା ଲାଗି ଗାଁରୁ ସହର ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଘରେ ଘରେ ପରିବାର ଲୋକଙ୍କ ମଧ୍ୟରେ ଚାଲିଛି ତାସ ଖେଳର ଆସର। ତା ସାଙ୍ଗକୁ ପିଠା ପଣା, ନାଚ ଗୀତ । ଏ ହେଉଛି ଗଞ୍ଜାମ ଜିଲ୍ଲାର ପରମ୍ପରାର ଖେଳ। ଦିନ ସାରା ତାସ୍ […]
ମୟୂରଭଞ୍ଜ : ମହଙ୍ଗା ପଡ଼ିଲା ଯୁବତୀଙ୍କୁ ଅସଦାଚରଣ। ବିଚ୍ ରାସ୍ତା ଉପରେ ଆଣ୍ଠେଇଲେ ଯୁବକ। ଏପରି କିଛି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି ମୟୂରଭଞ୍ଜ କେସିଙ୍ଗା ଅଞ୍ଚଳରେ। ମାଣତ୍ରୀ ଛକରେ ଯୁବକଙ୍କୁ ମାଡ଼ ସହ ସର୍ବ ସମ୍ମୁଖରେ ବସାଇ ଦେଇଛନ୍ତି ସ୍ଥାନୀୟଲୋକେ। ସୂଚନା ମୁତାବକ, ଆଜି ସକାଳେ ସ୍ଥାନୀୟ ଅଞ୍ଚଳର ଜଣେ ଛାତ୍ରୀ ମାଣତ୍ରୀ ଛକରେ ଥିବା ଏକ ପାଥୋଲୋଜିକୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ। ତେବେ ସେଠାରେ କାମ କରୁଥିବା ଟେକ୍ନିସିଆନ୍ ତାଙ୍କୁ ଅସଦାଚରଣ କରିଥିବା […]
ସୋର : ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ, ପରେ ପ୍ରତାରଣା। ଯୁବକଙ୍କ ଘରୁ ନିର୍ଯାତିତ ହୋଇ ଯୁବତୀ ଫେରୁଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଅଞ୍ଚଳରେ। ଅଭିଯୋଗ ଅନୁସାରେ କରଞ୍ଜାବନ୍ଧାର ଅନନ୍ତ ଦାସ ଅନୁଗୁଳର ଏକ ହୋଟେଲରେ କାମ କରୁଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା। ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବକ […]
ଭଦ୍ରକ : ଭଦ୍ରକ ଧାମନଗର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ଟିଉସନରୁ ଫେରିବା ସମୟରେ ଜଣେ ଯୁବକ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ଛାଡି ପଳାଇଥିଲା ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ପରେ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୁଲିସ ।
ରାଉରକେଲା : ହସ୍ପିଟାଲରେ କିପରି ହେଉଛି ରୋଗୀ ସେବା ? ରୋଗୀଙ୍କୁ କିପରି କରାଯାଉଛି ବ୍ୟବହାର ? ରାଜ୍ୟ ସ୍ୱାସ୍ଥ୍ୟ ସେବାର ଅସଲ ମୁଖା ଖୋଲିଛନ୍ତି ରାଉରକେଲାର ଟିନା ମୁଖୀ। ଆଜି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡ଼ି ସମ୍ମୁଖକୁ ଆସି ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଟିନା ଓ ତାଙ୍କ ପରିବାର । ସେକ୍ଟର ୨୦ରେ ରହୁଥିବା ଟିନା ମୁଖୀ ଗତକାଲି ତାଙ୍କ ଅସୁସ୍ଥ ଶିଶୁ ପୁତ୍ରକୁ ନେଇ ହସ୍ପିଟାଲ୍ ଯାଇଥିଲେ। ଡାକ୍ତରଙ୍କୁ ଚିକିତ୍ସା […]
ବଣାଇ (ରଣଜିତ୍ ଚୌଧୁରୀ) : ମଧ୍ୟାହ୍ନ ଭୋଜନରେ ଚିକେନ୍ ଖାଇ ସସ୍ପେଣ୍ଡ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଇଓଙ୍କ ସମର୍ଥନରେ ବାହାରିଛନ୍ତି ତିଲେଇମାଲ ସ୍କୁଲ୍ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଟୁପି ଚାନ୍ଦ କିଷାନ ଓ ଜଣେ ଶିକ୍ଷୟିତ୍ରୀ। ବିଇଓଙ୍କ ମିଛଟାରେ ଫସେଇ ଦିଆଯାଇଛି ବୋଲି ସେମାନେ କହିଛନ୍ତି। ଶ୍ରୀ କିଷାନ କହିଛନ୍ତି, “ବିଇଓଙ୍କ ନାଁରେ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ବିଇଓ ଚିକେନ୍ ନୁହେଁ, ସାଧା ଖାଇଥିଲେ। ବିଇଓଙ୍କୁ ଫସାଇବା ଲାଗି ଏହା ଏକ ଷଡ଼ଯନ୍ତ୍ର। ଘଟଣାର […]
କୋରାପୁଟ : ପୁଣି ଭାରରେ ବୁହା ହେଲେ ରୋଗୀ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଜଣେ ରୋଗୀଙ୍କୁ ୪ କିଲୋମିଟର ଭାରରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଅଣାଯାଇଥିଲା। ଏହାପରେ ଗାଡ଼ିରେ ହସ୍ପିଟାଲ ନିଆଯାଇଛି। ଦାମନଯୋଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ଚାଲିଛି। ଦାମନଯୋଡ଼ିର ନାଲକୋ ଖଣି ଅଞ୍ଚଳରୁ ୪ କିଲୋମିଟର ଦୂରରେ ବିଜାଘାଟି ପଞ୍ଚାୟତ। ଏହା ଅନ୍ତର୍ଗତ ଉପରରଙ୍ଗ ପାଣି ଗାଁର ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ମେଡିକାଲ ଅଣାଯାଇଥିଲା।