ଭୁବନେଶ୍ୱର : ଅସ୍ତ୍ରୋପଚାର ପରେ ସାପ ଦେହରୁ ବାହାରିଲା ବଂଶୀକଣ୍ଟା। ଭୁବନେଶ୍ୱର ଓୟୁଏଟିର ଏକ ଡ଼ାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି। ବାଲେଶ୍ୱର ଜଳେଶ୍ୱର ନଛିମପୁର ଅଞ୍ଚଳରେ ଜଣେ ବ୍ୟକ୍ତି ମାଛ ଧରିବା ପାଇଁ ପୋଖରୀରେ ବଂଶୀକଣ୍ଟା ପକାଇଥିବା ବେଳେ ଏକ ସାପ କଣ୍ଟାଟିକୁ ଗିଳିଦେଇଥିଲା। ପରେ ସାପଟିକୁ ଉଦ୍ଧାର କରାଯାଇ ଓୟୁଏଟିକୁ ଅଣାଯାଇଥିଲା। ଓୟୁଏଟିରେ ଏକ୍ସ-ରେ କରିବା ପରେ କଣ୍ଟାଟି ସାପ ଦେହରେ ଥିବା ଜଣାପଡିଥିଲା। ପରେ ଡାକ୍ତରୀ ଟିମ୍ ସହାୟତାରେ ସାପ ଦେହରୁ କଣ୍ଟାଟିକୁ […]
ଯାଜପୁର : ଯାଜପୁର PEO ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଟୁଇଷ୍ଟ। ଓଟିଭି ଆଗରେ ପ୍ରଥମ ଥର ପାଇଁ ମୁହଁଖୋଲିଲେ ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ର। ନିଜ ସ୍ୱାମୀଙ୍କୁ ନିର୍ଦ୍ଦୋଷ କହିଥିବା ବେଳେ ସ୍ମିତାରାଣୀଙ୍କ ପରିବାକୁ ପାଲଟା ଦାୟୀ କରିଛନ୍ତି। ନିଜ ସ୍ୱାମୀଙ୍କୁ ନିର୍ଦ୍ଦୋଷ କହି ଏମିତି ଢଙ୍ଗରେ ସ୍ମିତାରାଣୀଙ୍କୁ ଦାୟୀ କରିଛନ୍ତି ଗିରଫ ରୁପେଶଙ୍କ ପତ୍ନୀ ତଥା ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ର। ମଧୁସ୍ମିତାଙ୍କ ଅଭିଯୋଗ, ସ୍ମିତାରାଣୀ ନାରୀ ହୋଇ ବି ଅନ୍ୟ ଜଣେ ନାରୀର […]
ନବରଙ୍ଗପୁର : ମାଲ ଭାଇ ସାଜିଲେ ମନୋହର ରାନ୍ଧାରୀ । ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର କେନ୍ଦୁଗୁଡ଼ା ଗାଁରେ ଆଜି ସକାଳୁ ଇନ୍ଦ୍ର ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା। ଇନ୍ଦ୍ର ଅତ୍ୟନ୍ତ ଗରୀବ ପରିବାର ହୋଇଥିବାରୁ ତାଙ୍କ ଅନ୍ତିମ ସସ୍କାର ପାଇଁ ସବୁ ବନ୍ଦୋବସ୍ତ ଖୋଦ୍ ବିଧାୟକ କରିଥିଲେ । ଏହାପରେ କାନ୍ଧ ଦେଇ ଶବ ସତ୍କାର କରାଇଥିଲେ ବିଧାୟକ ମନୋହର ରନ୍ଧାରୀ । ବିଧାୟକଙ୍କ ଏପରି […]
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଲିଙ୍ଗିପୁରର ଏକ ଘରୁ ଗତକାଲି ରାତିରେ ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଅତି ସନ୍ଦେହଜନକ ସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଦୀପାଳି ପ୍ରିୟଦର୍ଶନୀ ଜେନା। ତାଙ୍କ ଘର ଭଦ୍ରକ ଜିଲ୍ଲାରେ। ସେ ଏଠାରେ ଭଡ଼ା ଘରେ ରହୁଥିଲେ। ସୂଚନା ଅନୁଯାୟୀ, ଗତକାଲି ଦୀପାଳି ଓ ତାଙ୍କ ପୁରୁଷ ବନ୍ଧୁ ଘରେ ଥିଲେ। ସେତେବେଳେ ଦୀପାଳିଙ୍କ ସାନ ଭଉଣୀ ବାହାରକୁ ଯାଇଥିଲେ। ରାତିରେ ସେହି ବ୍ୟକ୍ତି […]
ବଲାଙ୍ଗିର : ଗୋଟିଏ ପଟେ ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ବିଭିନ୍ନ ସଚେତନତା ସୃଷ୍ଟି କରୁଛନ୍ତି ସରକାର। କହୁଛନ୍ତି ବିନା ଲାଇସେନ୍ସରେ ମାନବ ଚାଲାଣ ବେଆଇନ। କିନ୍ତୁ ଲାଇସେନ୍ସ ଦେବାକୁ ଶ୍ରମ ବିଭାଗରେ କିଭଳି ଚାଲିଛି ଭିତିରିଆ କଳା କାରବାର, ତାର ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି। ତା ପୁଣି ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରୁ। ଆଇନଗତ ଭାବେ ଶ୍ରମିକ ପଠାଇବା ପାଇଁ ଲାଇସେନ୍ସ ଦେବାକୁ ଲାଞ୍ଚ ନେଉଛନ୍ତି ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀଙ୍କ […]
ଯାଜପୁର (ଗୁଲାମ ଗସ୍) : ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ୪ ଦିନ ପରେ ବି ଘଟଣା ଉପରୁ ହଟିନି ପରଦା । ପୁଲିସ୍ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସମେତ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ସ୍ମିତାରାଣୀଙ୍କ ଏଭଳି ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ତାଙ୍କ ସହକର୍ମୀ। ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ସେମାନେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି । ପିଇଓଙ୍କ […]
କଟକ : କଟକର ସମ୍ମୁ ବିଓ୍ୱି । ପରିବାର ପ୍ରତିପୋଷଣ କରି ସ୍ୱାବଲମ୍ବୀ ହେବା ସହ ସମାଜ ପାଇଁ ପାଲଟିଛନ୍ତି ଉଦାହରଣ । କେବଳ ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ତା ନୁହଁ, ଅନ୍ୟ ଦୁଇଜଣଙ୍କୁ ରୋଜଗାରର ରାସ୍ତା ମଧ୍ୟ ଦେଖାଇଛନ୍ତି। ଦୃଢ ଇଚ୍ଛାଶକ୍ତି ବଳରେ ପାଇଛନ୍ତି ବଞ୍ଚିବାର ରାହା । କାର ଧୋଉଥିବା ଏହି ମହିଳା ଜଣକ ହେଉଛନ୍ତି କଟକର ସମ୍ମୁ ବିଓ୍ୱି। ରାଣୀହାଟ ତାଳଦଣ୍ଡା କେନାଲ କଡ଼ରେ ନିଜର ଏକ ସର୍ଭିସ ସେଣ୍ଟର କରି ଦୀର୍ଘ […]
ଉଦଳା( ମାନସ ପାଣି) : ପ୍ରିନ୍ସିପାଲଙ୍କ ଚ୍ୟାମ୍ବର୍ ପାଲଟିଲା ରେସ୍ଲିଂ ରିଙ୍ଗ୍। ଆକାଉଣ୍ଟାଣ୍ଟ୍ ଓ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଓ ଠେଲାପେଲାରୁ କଥା ପୁରାପୁରି ମାରପିଟ୍ ଯାଏଁ ଗଲା । ଶେଷରେ ପ୍ରିନ୍ସିପାଲ୍ ବି ଏଥିରେ ସାମିଲ ହୋଇ ଛାତ୍ରଙ୍କ ମୋବାଇଲ୍ ଛଡ଼ାଇ ଆଣି ତଳେ ଫୋପାଡ଼ି ଭାଙ୍ଗି ପକାଇଲେ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ପୁରୁଣା କଟକ ଡ଼ିଗ୍ରୀ କଲେଜର ପ୍ରିନ୍ସିପାଲଙ୍କ ଚ୍ୟାମ୍ବର୍ରେ ଗତକାଲି ଘଟିଥିବା ଏ ତମାମ୍ ଘଟଣାର ଦୃଶ୍ୟ କଏଦ ହୋଇଛି […]
ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ସାମଗ୍ରୀକୁ ହ୍ୟାଣ୍ଡଲୁମ୍ ମାର୍କ ମିଳିଛି। ଏହା ଫଳରେ ଜେଲର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ସାମଗ୍ରୀକୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହୋଇପାରିବ। ପୂର୍ବରୁ ଜେଲ ପରିସରରେ ଜେଲ ଅନ୍ତେବାସୀଙ୍କ ନିର୍ମିତ ସାମଗ୍ରୀ ବିକ୍ରି ହେଉଥିବା ବେଳେ ଏବେ ଏହାର ବଜାର ଆହୁରି ବ୍ୟାପକ ହେବ। ଓରମାସ ସହାୟତାରେ ଏହାକୁ ବାହାରକୁ ପଠାଯିବ। ଏହାଦ୍ୱାରା ଅନ୍ତେବାସୀ ମାନେ କିଛି ଅର୍ଥ ରୋଜଗାର କରିବା ସହ […]
ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିବ। ଏଥିଲାଗି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି। ଆଜି ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ଏନଏସି ଅଞ୍ଚଳରେ ପ୍ରଚାର କରିବେ। ତାଙ୍କ ସହ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ପ୍ରଚାରରେ ସାମିଲ ହେବେ। ବିଜେପି ପ୍ରାର୍ଥୀ ସନତ ଗଡତିଆ ଗାଇସିଲେଟ ବ୍ଲକର ବିଭିନ୍ନ […]
କଟକ : କଟକ ଜଗତପୁର ଥାନା ତ୍ରିଲୋଚନପୁର ମହାଜନପୁର ଗାଁରେ ବେଆଇନ ବାଣ କାରଖାନା ଉପରେ ପୁଲିସ ଚଢ଼ଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ବାଣ ଜବତ ହୋଇଛି। ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ସହ ବିସ୍ଫୋରକ ଜବତ ହୋଇଛି। ଥାନାରେ ୮ ବେପାରୀଙ୍କୁ ଅଟକ ରଖିଛି ପୁଲିସ୍। ବେଆଇନ ବାଣ କାରଖାନା ସମ୍ପର୍କରେ ସୂଚନା ପାଇବା ୪ ପ୍ଲାଟୁନ୍ ଫୋର୍ସ ସହ ୧୦ ଅଫିସର ରାତି ଅଧରେ ଚଢ଼ଉ କରିଥିଲେ।
ଭୁବନେଶ୍ୱର : ଆସନ୍ତାବର୍ଷ ୨୦୨୦ ଅକ୍ଟୋବର ୨ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ ପୂରା ବ୍ୟାନ୍ ହେବ। ବର୍ତ୍ତମାନ ରାଜ୍ୟର ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ୍ କରାଯାଇଛି। ହେଲେ ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର କମ୍ କରାଯିବା ସହ ଉପଯୁକ୍ତ ଡିସ୍ପୋଜ ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ଜିଲ୍ଲାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଂ ସେଣ୍ଟର ନିର୍ମାଣ କରାଯିବ। ଏଥିସହ ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ […]
ମାଲକାନଗିରି : ଓଟିଭି ପ୍ରଭାବ। ୧୩ବର୍ଷ ଧରି ଶଯ୍ୟାଶାୟୀ ହୋଇ ପଡିରହିବା ଏବଂ ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣାରେ ପଦକ୍ଷେପ। ଓଟିଭିରେ ଏହି ଖବର ପ୍ରସାରଣ ହେବା ପରେ ଆଜି ଏକ ଡାକ୍ତରୀ ଟିମ୍ ସର୍ଗିଗୁଡ଼ା ଯାଇ ଚମ୍ପା କାଲାକୁରାଙ୍କୁ ମାଲକାନଗିରି ସଦର ଡାକ୍ତରଖାନାକୁ ନେଇଛନ୍ତି। ସେଠାରେ ଚମ୍ପାଙ୍କ ଅଧିକ ଚିକିତ୍ସା କରାଯିବ। ପରିବାର ଲୋକଙ୍କ କହିବା ଅନୁସାରେ, ୨୦୦୬ ମସିହାରେ ସପ୍ତମ ଶ୍ରେଣୀ ପାଠ ପଢୁଥିବାବେଳେ ହଠାତ ଚମ୍ପାଙ୍କ ଗୋଡହାତ ଝିମା […]
ରାଉରକେଲା : ଟିକଟକ୍ ଭିଡିଓ ନିଶାରେ ଆହତ ହେବା ପରେ ବି ଛାଡୁନି ଟିକଟକ୍ ଭିଡିଓ ମୋହ। ଗୁରୁତର ଆହତ ହୋଇ ହସ୍ପିଟାଲରେ ଆଡମିଶନ୍ ହେବା ପରେ ମେଡିକାଲ ବେଡ୍ରେ ବି ସୁଟିଂ କଲେ ଟିକ୍ଟକ୍ ଭିଡିଓ। ସୋଶାଲ୍ ମିଡିଆରେ ଭାଇରାଲ୍ ପରେ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି ରାଉରକେଲା ଗୋଲଘର ଅଞ୍ଚଳର ଅଲିନ୍ ଗୋଚ୍ଛାୟତ୍। କିଛି ଦିନ ତଳେ ଟିକ୍ଟକ୍ରେ ଭିଡିଓ ପାଇଁ ସେ ଛାତରୁ ଖସି ଆହତ ହୋଇଥିଲେ। ଏକ ପରିତ୍ୟକ୍ତ ଘରର ଛାତ […]
ସୋନପୁର(ରବୀନ୍ଦ୍ର ହୋତା): ବାରହା ଫାଶରେ ଫସି ପ୍ରାଣ ହରାଇଲେ ବାପ-ପୁଅ। ଅନ୍ୟଜଣେ ପୁଅ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ପିତାମହୁଲ ଗାଁରେ। ସୁବର୍ଣ୍ଣପୁର ଥାନା ସୁବଳୟା ଥାନା ପିତାମହୁଲ ବାଉରିଜୋର ଜଙ୍ଗଲକୁ ଗତକାଲି ରାତିରେ ନିଜ ଦୁଇ ପୁଅ ସହ ଯାଇଥିଲେ ୫୫ ବର୍ଷୀୟ ସହଦେବ ସାହୁ। ତେବେ ସେଠାରେ ବାର୍ହା ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ବାପ ସହଦେବ ଓ ପୁଅ ଦେବାନନ୍ଦଙ୍କ(୩୧) ମୃତ୍ୟୁ […]
ସମ୍ବଲପୁର : ସମ୍ବଲପୁର ଭୀମସାରରେ ଅଗ୍ନିକାଣ୍ଡ। କାର୍ଡିଓଲୋଜି ବିଭାଗ ପାଖରେ ଥିବା ଜେନେରେଟର ରୁମ୍ରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ। ସୁରକ୍ଷା କର୍ମୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଜେନେରେଟର ଖରାପ ହୋଇଯାଇଥିବାରୁ ମେଡିକାଲର ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରାଂଶ ଚାଲୁ କରିବାରେ ବାଧା ସୃଷ୍ଟି ହୋଇଛି। ଏଥିସହ ମେଡିକାଲ ଏକପ୍ରକାର ଅନ୍ଧାରରେ ରହିଛି।
ବାଲେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତେବେ ତାଙ୍କ ବାସଭବନ ସମେତ ୭ଟି ଜାଗାରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ବାଲେଶ୍ୱର ଜିଲ୍ଲାର ଶରିଷା ଗାଁ, ଶ୍ୱଶୁର ଓ ପୈତୃକଘର ସମେତ ଭୁବନେଶ୍ୱରରେ ଥିବା ତାଙ୍କର ଏକ ଫ୍ଲାଟ୍ରେ ମଧ୍ୟ ଚଢ଼ଉ ହୋଇଛି।
ମୋହନା(ମିହିର ଜତି): ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବଡ଼ବଦା ଗାଁ ନିକଟରେ ଥିବା ଘାଟିରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ଭୋର୍ରେ ଏହି ଦୁର୍ଘଟଣା ଘଟିଛି। ‘ଇସ୍ପାତ’ ନାମକ ଏକ ବସ୍ କଟକରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ବଡ଼ପଦା ଘାଟିରେ ଭାରସାମ୍ୟ ହରାଇ ରାସ୍ତାର ବାମପଟକୁ […]
ବରଗଡ଼(ଦୀପକ ଶର୍ମା): ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ସରିବ। ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଗାଇସିଲଟ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ଗତକାଲି ମୁଖ୍ୟମନ୍ତ୍ରୀ ବିଜେପୁର ଓ ବରପାଲି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରି ବରଗଡ଼ରେ ରାତ୍ରିଯାପନ କରିଥିଲେ। ବିଜେପି ପକ୍ଷରୁ ଆଜି […]
ଖୋର୍ଦ୍ଧା : ସାବାଡ଼ ହେଉଛନ୍ତି ଦୁର୍ନୀତିଖୋର୍ ସରକାରୀ ଅଧିକାରୀ। ନିଜ ନାଁରେ ୨ଟି ଭିଜିଲାନ୍ସ ମାମଲା ଥିବାରୁ ଖୋର୍ଦ୍ଧା SPଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ SI ବନମାଳୀ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଚାକିରି ଆହୁରି ୪ ବର୍ଷ ବାକି ଥିବା ସତ୍ତ୍ୱେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି। ସବ୍ଇନ୍ସପେକ୍ଟର ବନମାଳୀ ପୁରୀ ଓ ଖୋର୍ଦ୍ଧାରେ କାର୍ଯ୍ୟରତ ଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ତାଙ୍କ ନାଁରେ ମାମଲା […]
ପୁରୀ : ପିପିଲି ନିମାପଡ଼ା ତାରକାଜ ଛକ ନିକଟରେ ଏନକାଉଣ୍ଟର। ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି। ତା ଗୋଡ଼ରେ ଗୁଳି ବାଜିଛି। ଭାଗୁକୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲକୁ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଭାଗୁ ନାଁରେ ଅନେକ ଅପରାଧିକ ମାମଲା ରହିଛି। ତାଠାରୁ ଗୋଟିଏ ମଟର ସାଇକେଲ, ପିସ୍ତଲ ଓ ଗୁଳି ଜବତ ହୋଇଛି।
ଆସିକା (ମନୋଜ ମୁନୀ): ନିଶାର୍ଦ୍ଧ ରାତିରେ ଶୂନ୍ଶାନ୍ ଥିଲା ଶ୍ମଶାନ। ଆଉ ଏହି ରାତିର ନୀରବତାକୁ ଭାଙ୍ଗୁଥିଲା ଏକ ଛୋଟ ଶିଶୁର କୁଆଁ କୁଆଁ ରାବ। ଏତିକି ବେଳେ ଜଣେ ମୃତକଙ୍କୁ ଖାଦ୍ୟ ଅର୍ପଣ କରିବା ପାଇଁ ସେହି ଶ୍ମଶାନକୁ ଯାଇଥିଲେ ଜଣେ ବିଧବା ମହିଳା ସୁଚି (ଛଦ୍ମନାମ)। ସେଠାରେ ଶୁଣିବାକୁ ପାଇଲେ ଏକ ଛୋଟ ଶିଶୁର ବିକଳ କାନ୍ଦ। କିଛି ଦୂରରେ ପଡ଼ିଥିଲା ଏକ ମୁହଁ ବନ୍ଧା ଅଖା। ତା’ଭିତରୁ ଉଦ୍ଧାର କରିଥିଲେ କ୍ରନ୍ଦନରତ ଶିଶୁକୁ। […]
ନିବେଶକୁ ଫଳାଫଳରେ ରୂପାନ୍ତରିତ କରିବାରେ କେତେ ସଫଳ ହୋଇଛି ଓଡ଼ିଶା ? ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଭାରତ ନବୋନ୍ମେଷ ସୂଚକାଙ୍କରେ ଓଡ଼ିଶା ଦ୍ୱାଦଶ ସ୍ଥାନ ଅଧିକାର କରିଛି। ମାନବ ସମ୍ବଳ, ନିବେଶ, ଟେକ୍ନୋଲୋଜି ଓ ବ୍ୟବସାୟିକ ସ୍ଥିତିକୁ ନେଇ ପ୍ରସ୍ତୁତ ଏହି ନବୋନ୍ମେଷ ମାନ୍ୟତାରେ କର୍ଣ୍ଣାଟକ ଶୀର୍ଷରେ ଥିବା ବେଳେ, ପଛକୁ ତାମିଲନାଡୁ, ମହାରାଷ୍ଟ୍ର ଓ ଦିଲ୍ଲୀ ରହିଛି। ଶୀର୍ଷ ୧୦ଟି ନବୋନ୍ମେଷୀ ରାଜ୍ୟ ମଧ୍ୟରେ ଅଧିକ ଦକ୍ଷିଣ ଓ ପଶ୍ଚିମ ଭାରତୀୟ ରାଜ୍ୟ ରହିଛନ୍ତି। […]
ଯାଜପୁର (ଗୁଲାମ ଗସ୍ ) : ଯାଜପୁର ହରିଦାସପୁରରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପଛର ରହସ୍ୟ କ’ଣ ? ୨୪ ଘଣ୍ଟା ପରେ ବି ସୁରାଗ୍ ପାଇପାରୁନି ପୋଲିସ। କିନ୍ତୁ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇରହିଛି ସରପଞ୍ଚଙ୍କ ସ୍ୱାମୀଙ୍କ ସେହି ବ୍ୟକ୍ତିଗତ ଗେଷ୍ଟହାଉସ୍ ଉପରେ । ଯେଉଁଠିକୁ ଦିନ ଦ୍ୱିପହରରେ ଯାଇଥିଲେ ପିଇଓ ଏବଂ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ । ସେପଟେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ନେଇ ପିଇଓଙ୍କ […]
ଭୁବନେଶ୍ୱର : ନୂଆ ଘୋଷଣା ପାଇଁ ଋଣ ଭରସା। ‘ମୋ ସରକାର’ରେ ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ଘୋଷଣା କରିଥିବା ବେଳେ ଗତକାଲି ସରକାର ଖୋଲା ବଜାରରୁ ପୁଣି ୫୦୦ କୋଟି ଟଙ୍କା ଋଣ କରିଛନ୍ତି। ଏଥର ଅତିରିକ୍ତ ବଜେଟ୍ରେ ଅଧିକ ଟଙ୍କା ନ ମାଗିବାକୁ ସବୁ ବିଭାଗକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେବା ପରେ ନୂଆ ଘୋଷଣା ପାଇଁ ଅର୍ଥ ଯୋଗାଡ଼, ଆର୍ଥିକ ଶୃଙ୍ଖଳାକୁ ଗଡ଼ବଡ଼ କରିବାର ଆଶଙ୍କାକୁ ବଢ଼ାଇ ଦେଇଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି […]