ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ପଞ୍ଚାୟତ ନିୟମକୁ ବେଖାତିର କଲେ ଦଣ୍ଡ । ସରପଞ୍ଚଙ୍କ ଲିଖିତ ଆଇନକୁ ନମାନିଲେ ପଡ଼ିକାର୍ଡରେ ମିଳୁନି ଖାଦ୍ୟ ସାମଗ୍ରୀ । ସରକାରଙ୍କ ସ୍ୱଚ୍ଛ ଭାରତ ମିଶନକୁ ଆଉ ଟିକେ ପ୍ରଭାବୀ ଢଙ୍ଗରେ ଅନୁପାଳନ ଲାଗି ଏମିତି ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ ଗୌତମୀ ପଞ୍ଚାୟତର ସରପଞ୍ଚ। ଗତ ମାସ ୨୦ ତାରିଖରେ ସରପଞ୍ଚ ସୁଶାନ୍ତ ସ୍ୱାଇଁଙ୍କ ପକ୍ଷରୁ ଜାରି ନୋଟିସରେ ସ୍ପଷ୍ଟ ଉଲ୍ଲେଖ ରହିଛି, ଯେଉଁମାନେ ବାହାରେ ମଳତ୍ୟାଗ କରିବେ, […]
ଉଦଳା(ମାନସ ପାଣି): ରାସ୍ତାରେ ପାଠ ପଢିଲେ ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ଜଡ଼ାବଣି ଛକରେ। ଜଡ଼ାବଣି ୟୁପି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆଣି ବଦଳି ଦାବି କରିଥିଲେ ଗ୍ରାମବାସୀ। ଯାହାଫଳରେ ୨ ମାସ ଧରି ପ୍ରଧାନ ଶିକ୍ଷୟିତ୍ରୀ ଛୁଟିରେ ଅଛନ୍ତି। ଏବେ ତାଙ୍କ ଦାୟିତ୍ୱରେ କେହି ନାହାଁନ୍ତି। ଏପରିକି ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ସ୍କୁଲ ପରିଚାଳନାରେ ବ୍ୟାଘାତ ହୋଇଛି। ପିଲାଙ୍କ ପାଠପଢ଼ା […]
କୋଣାର୍କ (ସଞ୍ଜୟ ପତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ବେଶ୍ ସକ୍ରିୟ ଅଛନ୍ତି। ସେମାନେ କେତେବେଳେ କେଉଁ ବିଭାଗକୁ ଚାଲି ଯାଉଛନ୍ତି, ଖୋଦ୍ ବିଭାଗୀୟ ଅଧିକାରୀମାନେ ଜାଣିପାରୁ ନାହାନ୍ତି। ଏହାର ନମୂନା ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। ସମୀରଙ୍କ ପରି ଗତକାଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି […]
ଉମରକୋଟ (କାର୍ତ୍ତିକ ମଲ୍ଲିକ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଫକଟି ଗାଁ ନିକଟରେ ଥିବା ଏକ ଶାଗୁଆନ ଗଛରେ ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ିନଥିବା ବେଳେ ପୁଲିସ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଫକଟି ଗାଁ ନର୍ତ୍ତମ ନାୟକ ଜଣେ ବିବାହିତ ଯୁବକ। ତାଙ୍କର ତିନି ବର୍ଷର ଶିଶୁ ପୁତ୍ର ରହିଛି। ଗତକାଲି ରାତିରେ […]
ବଲାଙ୍ଗିର/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଶିକ୍ଷାଦୀକ୍ଷା ଅଭାବରୁ ହେଉ କି ସଚେତନତା, ଅନ୍ଧବିଶ୍ୱାସର ଅନ୍ଧାରି ଅଞ୍ଚଳରେ ବଞ୍ଚି ରହିଛି କୁସଂସ୍କାର। ରକ୍ତରେ ହୋଲି ଖେଳୁଛି ମଣିଷ। ଯେଉଁଥିପାଇଁ ପ୍ରତିଦିନ ନିରୀହ ଲୋକଙ୍କ ଜୀବନ ଯାଉଛି। ଆଜି ଏଭଳି ଦୁଇଟି ଘଟଣା ଓଡ଼ିଶାରେ ଦେଖାଇବୁ ମିଳିଛି। ଗୋଟିଏରେ ମାନସିକ ପୂରଣ ପାଇଁ ନରବଳିର ସାଂଘାତିକ ଅଭିଯୋଗ ଆସିଥିବା ବେଳେ ଅନ୍ୟଟିରେ ଚୋର ଧରିବାକୁ ଯାଇ ହଲାପଟା ହୋଇଛି ଗୁଣିଆ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାଲେପଡ଼ା ଗାଁର ଚୌବନ କିଶୋର ମାଝୀ ଓରଫ୍ […]
ନୟାଗଡ଼ : ପରିବହନ କାର୍ଯ୍ୟାଳୟ ପରିସର ନୁହେଁ, ଏବେ ଦୂରରେ ରହି ଅପରେଟ କରୁଛନ୍ତି ଦଲାଲ। ନୟାଗଡ଼ରୁ ଜଣେ ଦଲାଲ ଧରାପଡ଼ିବା ପରେ ଏଭଳି ଘଟଣା ସମ୍ନାକୁ ଆସିଛି। ଦଲାଲଙ୍କୁ ଧରିବା ପାଇଁ ଖୋଦ ନୟାଗଡ଼ ଏସ୍ପି ଶଶିଭୂଷଣ ଶତପଥୀ ଜାଲ ବିଛାଇଥିଲେ। ଜଣେ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ପଠାଇଥିଲେ ଏସ୍ପି । ତେବେ ଏସ୍ପିଙ୍କ ଏହି ଜାଲରେ ଫସି ଯାଇଥିଲେ ଦଲାଲ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଟଙ୍କା ନେବା ବେଳେ ସାଧା ପୋଷାକରେ […]
ବାଲିଗୁଡ଼ା (ଅଜିତ ନାୟକ): ଅଦରକାରୀ ନଳକୂଅର ଲୁହା ପାଇପ୍ରେ ତିଆରି ହୋଇଛି ମୋବାଇଲ୍ ଟାୱାର। ଏହା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ। ଗାଁ ଲୋକଙ୍କର ପ୍ରଚେଷ୍ଟା ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଏପରି ମିନି ମୋବାଇଲ ଟାୱାର ତିଆରି ହୋଇଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତରେ। ତିଲୋରୀ ପଞ୍ଚାୟତରେ ୫୦୦୦ରୁ ଅଧିକ ଲୋକ ରୁହନ୍ତି। କିନ୍ତୁ ମୋବାଇଲ ଟାୱାର ନଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରିକି ଆମ୍ୱୁଲାନ୍ସକୁ ଯୋଗାଯୋଗ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହର ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଭୀମଭୋଇ ମେଡିକାଲ କଲେଜଠାରୁ ପ୍ରାୟ ୩୦୦ ମିଟର ଦୂରରେ ଏକ ଘରେ ସେକ୍ସ ରାକେଟ ଚାଲିଥିବା ଖବର ପାଇ ଟାଉନ ପୁଲିସ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ଦେହ ବେପାରରେ ନିୟୋଜିତ ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଗ୍ରାହକଙ୍କୁ ଅଟକ ରଖିଛି। ଏପରିକି ଘରୁ ଭିତରୁ ପୁଲିସ ଅନେକ ଆପତ୍ତିଜନକ ଜିନିଷ ଜବତ କରିଛି। ଦୁଇଟି ପୃଥକ୍ […]
କଳାହାଣ୍ଡି : ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ। ଗର୍ଭବତୀ ଓ ପ୍ରସୂତିଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ କରାଯାଉଥିବା ଅଭିଯୋଗ । କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକର ସର୍ଗୁଲ ମାଳପଡ଼ା ଗାଁରେ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ କରାଯାଇଥିବା ଗର୍ଭବତୀ ମହିଳାମାନେ ଅଭିଯୋଗ କରିଛନ୍ତି। ମାଳପଡ଼ାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ , ପ୍ରସୂତି ମହିଳାମାନଙ୍କୁ ଏହି ଅଣ୍ଡା ଦିଆଯାଇଥିଲା । ପରେ ସେହି ଅଣ୍ଡାକୁ ତରକାରୀ କରିବା ବେଳେ ଜରି ଭଳି ଗୋଟିଏ ପ୍ରସ୍ତର ବାହାରୁଥିବା ଦେଖିବାକୁ ମିଳିଥିଲା।
କୋରାପୁଟ(ସୂର୍ଯ୍ୟକାନ୍ତ ପଣ୍ଡା): ଉପାସରେ ୩ ଅନାଥ ପିଲା। ମାଆ ମରିଗଲା ପରେ ଗତକାଲି ଠାରୁ ଖାଇବାକୁ ପାଇନାହାନ୍ତି ବାପଛେଉଣ୍ଡ ତିନୋଟି ଆଦିବାସୀ ପିଲା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ବଦଳିକୁଡୁମ ଗାଁରେ। ଗାଁର ଜଣେ ଦଶ ବର୍ଷର ଝିଅ ସହ ନିର୍ଜନ ଘରେ ରହିଥିବା ପାଂଚ ବର୍ଷ ଓ ଦୁଇ ବର୍ଷର ଭାଇ ଗତକାଲିଠାରୁ ଖାଇ ନ ଥିବା ଜଣାପଡିଛି । ସେମାନଙ୍କ ବାପା ଦୁଇବର୍ଷ ପୂର୍ବେ […]
କେନ୍ଦୁଝର (ପ୍ରଣୟ ପାଣି) : ଗୁଣିଗାରେଡି ସନ୍ଦେହ ଗୋଟିଏ ପରିବାରରେ ୮ ଜଣଙ୍କୁ ହତ୍ୟା କରିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏଡିଜେ ସାକ୍ଷୀଙ୍କ ବୟାନ ଆଧାରରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ଜଣକା ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଆଉ ବର୍ଷେ ଲେଖାଏଁ ଦଣ୍ଡ ଭୋଗିବାକୁ ପଡ଼ିବ। ତେବେ ଗୁଣି ସନ୍ଦେହରେ ଗିରଫ ମହିଳାଙ୍କୁ କୋର୍ଟ ୩ […]
ଭୁବନେଶ୍ୱର : 5T ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ। ରାଜ୍ୟ ସରକାରଙ୍କ 5T ଉପରେ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଭଳି ବ୍ୟବସ୍ଥା କରିବା ଦ୍ୱାରା, ମନ୍ତ୍ରୀ ଓ ସଚିବମାନେ ଗୌଣ ହେଉଛନ୍ତି । ତା ସହିତ ସେମାନଙ୍କ ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଇ, ସେମାନଙ୍କ ମନିଟର୍ କରାଯିବା ଦ୍ୱାରା ଏକ ସମାନ୍ତରାଳ ଶାସନ ବ୍ୟବସ୍ଥା ଲାଗୁ ହେବା ପରି ମନେହେଉଥିବା ଅପରାଜିତା କହିଛନ୍ତି। […]
ମାଲକାନଗିରି(ଜିତେନ୍ଦ୍ର ବେଉରା) : ଅର୍ଥ ଅଭାବରୁ ମୃତଦେହକୁ ମିଳିଲାନି ସମ୍ମାନ। ୪୦ କିଲୋମିଟର ମୃତଦେହ ବୋହିଲେ ପରିବାର ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଟେମୁରୁପାଲି ଅଞ୍ଚଳରେ। ଗତ କିଛି ଦିନ ହେବ ଟେମୁରୁପାଲି ଗାଁର ମୁଡେ କାଲମରି ନାମକ ଜଣେ ମହିଳାଙ୍କ ଦେହ ହାତ ଫୁଲିବାରେ ଲାଗିଥିଲା। ତେଣୁ ପରିବାର ଲୋକେ ତାଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ପରିବାର ଲୋକେ ତାଙ୍କୁ ଘରକୁ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଚାଞ୍ଚଲ୍ୟ। ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ। କୁଆଁରମୁଣ୍ଡା ଥାନା ଅଞ୍ଚଳର ଏକ ଜଙ୍ଗଲରେ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଘଟଣାଟି ମଙ୍ଗଳବାର ରାତିରେ ଘଟିଛି। କୁଆରମୁଣ୍ଡା ଅଞ୍ଚଳର ଜଣେ ଯୁବକଙ୍କ ସହ ଜଣେ ଯୁବତୀଙ୍କ ଚିହ୍ନା ପରିଚୟ ଥିଲା । ଉକ୍ତ ଯୁବକ ଜଣକ […]
ଭୁବନେଶ୍ୱର / ବାଲେଶ୍ୱର : ଆଗକୁ ରାସ୍ତାରେ ଚାଲି ନପାରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଦେଶରେ ବଢ଼ି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ ସ୍କ୍ରାପ୍ ପଲିସି ଆଣୁଛନ୍ତି କେନ୍ଦ୍ର ସରକାର। ଆଉ ଏପଟେ ଏହି ମର୍ମରେ ରାଜ୍ୟ ସରକାରଙ୍କ ପାଖକୁ ଅଥରାଇଜ୍ଡ ସ୍କ୍ରାପ୍ ସେଣ୍ଟର ଖୋଲିବା ନେଇ ମତାମତ ମଗାଯିବା ପରେ ପୁରୁଣା ଗାଡ଼ି ରଖିଥିବା ଲୋକଙ୍କ ଭିତରେ ଛନକା। ଯେମିତି ବାଲେଶ୍ୱରର ଦେବବ୍ରତ ମିଶ୍ର । ଏକ ଗାଡ଼ିକୁ ଦେବବ୍ରତଙ୍କ ପରିବାର ୨୦୦୪ରେ […]
କୁଚିଣ୍ଡା : ଦୁର୍ଘଟଣାଗ୍ରସ୍ତ ହେଲା କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍। ଆହତ ପିକଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ବଞ୍ଚାଇବେ କଣ ବରଂ କୁକୁଡ଼ାକୁ ନେଇ ଚମ୍ପଟ ମାରିଲେ ଲୋକେ। ଏମିତି ଏକ ଘଟଣା ଘଟିଛି କୁଚିଣ୍ଡା ମହୁଲପାଲି ଥାନା କେସାଇବାହଲ ନିକଟସ୍ଥ ଟେଣ୍ଡାକୁଦରରେ। ଗତ ମଙ୍ଗଳବାର ଭୋର ସମୟର ଏ ଘଟଣା। ଦୁର୍ଘଟଣାପରେ କୁକୁଡ଼ା ସବୁକୁ ବୋହିନେଉଥିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୁଳରୁ ରାଜଗାଙ୍ଗପୁର ଅଭିମୁଖେ ଯାଉଥିବା ଏକ କୁକଡ଼ା ବୋଝେଇ ବୋଲେରୋ ପିକଅପ […]
ସୁନ୍ଦରଗଡ଼ : ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନ୍ଧା ପଡ଼ିଥିବା ହାଇସ୍କୁଲ ସାର୍ଟିଫିକେଟ୍ ମିଳିଲା। ସ୍କୁଲର ବକେୟା ଫିସ୍ ଦେଇ ନପାରିବାରୁ ହାଇସ୍କୁଲ ସାର୍ଟିଫିକେଟ ବନ୍ଧା ପଡ଼ିବାର ଦୁଇ ବର୍ଷପରେ ମିଳିଲା ସାର୍ଟିଫିକେଟ୍। ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଳକ ରିଓ ଗାଁର ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶ୍ରୀ ସିଂହଙ୍କୁ ନିଜ ସ୍କୁଲ ସାର୍ଟିଫିକଟ୍ ମିଳିଛି। ୨୦୧୭ରୁ ରାଉରକେଲାର ସେଣ୍ଟ ମେରି ସ୍କୁଲରୁ ପାସ୍ କରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫିକେଟ୍ ମିଳିନଥିଲା। ତେବେ ଏନେଇ ଗଣମାଧ୍ୟମରେ […]
ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ନଭେମ୍ୱର କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଦେବା ପାଇଁ ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏନେଇ ବିଜେପି ଅଭିଯୋଗ କରି କହିଛି, ନିର୍ବାଚନ ସରୁ ସରୁ କାଳିଆ ଟଙ୍କା ଦେବେ ବୋଲି ସରକାର ଆଗରୁ କହିଥିଲେ। ଏତେ ଡେରି କାହିଁକି ହେଲା ? ତେଣୁ ନିର୍ବାଚନରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଏପରି ଘୋଷଣା କରାଯାଇଥିଲା ବୋଲି କହି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ […]
ଜୟପୁର : ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟନ ଅବସରରେ କଳାକାରଙ୍କ ସହ ନାଚିଲେ ବିଧାୟକ ତାରା ବାହିନୀପତି । କୋରାପୁଟ ଜିଲ୍ଲା କୋଟପାଡ଼ ହାଇସ୍କୁଲ ପଡ଼ିଆରେ ଗତକାଲି ରାଜ୍ୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା। ପ୍ରତିଯୋଗିତାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉଦଘାଟନ କରିଥିବା ବେଳେ ମନ୍ତ୍ରୀ ପଦ୍ମିନୀ ଦିଆନ, ଜୟପୁର ବିଧାୟକ ତାରା ବାହିନୀପତି, ପଟ୍ଟଙ୍ଗୀ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ନୃତ୍ୟ ପ୍ରଦର୍ଶନ କରିଥିବା […]
ଭୁବନେଶ୍ୱର : ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ କୃଷି ସଚିବ ସୂଚନା ଦେଇ କହିଛନ୍ତି ଯେ, କାଳିଆ ଯୋଜନାର ହିତାଧିକାରୀ ପାଇଁ ଗତ ଅଗଷ୍ଟରେ ଯାଞ୍ଚ ପ୍ରକ୍ରିୟା ସରିଛି। ଆସନ୍ତା ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ । ତେବେ କେତେ ଯୋଗ୍ୟ, କେତେ ଅଯୋଗ୍ୟ ସେନେଇ କୃଷି ସଚିବ କୌଣସି ସୂଚନା […]
ଜୟପୁର : ଟଙ୍କା ଆଗରେ ତୁଚ୍ଛ ହେଲା ସଂପର୍କ। ଭାଇ ଭୁଲିଗଲା ଭାଇର ଭାବ ବନ୍ଧନ । ମାତ୍ର ୨୯ ହଜାର ଟଙ୍କା ପାଇଁ ନିଜ ଭାଇକୁ ବନ୍ଧା ପକାଇଲା ଭାଇ । ଆଉ ୪୮ ଘଣ୍ଟା ପରେ ଅପହରଣକାରୀଙ୍କ କବଳରୁ ଖସି ଆସିବାପରେ ସାମ୍ନାକୁ ଆସିଛି ଏହି ଘଟଣା। ସୂଚନା ମୁତାବକ ,କୋରାପୁଟ ଜିଲ୍ଲା ଦେଉଳଗୁଡ଼ାର ରମଣୀ ଅମାନତ୍ୟଙ୍କୁ ତାଙ୍କ ସଂପର୍କୀୟ ଭାଇ ୨୯ ହଜାର ଟଙ୍କା ପାଇଁ ୫ଜଣ ଯୁବକଙ୍କ ପାଖରେ ବନ୍ଧକ ରଖିଥିଲା। […]
ଭୁବନେଶ୍ୱର : ରାଜ୍ୟରେ ବାଟବଣା ହୋଇଛି ବର୍ଷାଜଳ ଅମଳ ଓ ଭୂତଳ ଜଳସ୍ତର ବୃଦ୍ଧି ଯୋଜନା। ପ୍ରକଳ୍ପ ପାଇଁ ଥିବା ୧୦୦ କୋଟିରୁ ୫ ବର୍ଷରେ ଅଧା ବି ଖର୍ଚ୍ଚ କରିପାରିନାହାଁନ୍ତି ସରକାର। ଘରୋଇ ଭାବେ ନିଜ ଛାତରେ ପ୍ରକଳ୍ପ କରିଥିବା ଲୋକଙ୍କୁ ସବ୍ସିଡି ବି ଦେଉନାହାଁନ୍ତି। ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଆକ୍ସନ ପ୍ଲାନ ନ କରି ୪ ମାସ ହେବ ଚୁପ୍ ବସିଛନ୍ତି ରାଜ୍ୟ ସରକାର। ଫଳରେ ଅନେକ ଯୋଜନା ପରି ଏ ଯୋଜନା […]
ଗଜପତି : ଓଡ଼ିଶାରେ କୁନି ପରିବେଶ ସୁରକ୍ଷା କର୍ମୀ ଲିସିପ୍ରିୟା କଙ୍ଗୁଜମ। ଚଳିତ ବର୍ଷ ଭାରତ ଶାନ୍ତି ପୁରସ୍କାର ପାଇଛନ୍ତି ମଣିପୁରର ଏହି ଚର୍ଚ୍ଚିତ ୮ ବର୍ଷୀୟ ଝିଅ ଲିସିପ୍ରିୟା। ସେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ କୁଲଙ୍ଗ ଗାଁରେ ପାହା଼ଡ଼ ଧସି ସର୍ବସ୍ୱ ହରାଇଥିବା ବିପନ୍ନଙ୍କୁ ଭେଟିଛନ୍ତି। ବିପନ୍ନଙ୍କ ସହ କଥା ହେବା ସହ ସେ ଜଙ୍ଗଲ ସୁରକ୍ଷା ସଂପର୍କରେ ସେମାନଙ୍କୁ ବୁଝାଇଥିଲେ ଓ ଗଛ ନକାଟିବାକୁ ସଚେତନ କରିଥିଲେ। ଏଥିସହ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ଜାତୀୟ […]
ନବରଙ୍ଗପୁର : ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଡଙ୍ଗରା ଗାଁ ପ୍ରାଥମିକ ବିଦ୍ୟାଳୟର ୧୪ ଜଣ ହଷ୍ଟେଲ ଛାତ୍ରଙ୍କୁ ଶିକ୍ଷୟତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ଛାତ୍ରମାନେ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଶିକ୍ଷୟିତ୍ରୀଙ୍କ ସାବୁନ ବ୍ୟବହାର କରିବା ଓ ପାଣି ବୋତଲରୁ ପାଣି ପିଇବା ପରେ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଘଟଣାକୁ ଶିକ୍ଷୟିତ୍ରୀ […]
ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ହେଉ ଅଡିଟ୍ । ଏହି ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଖୋଲିବା ସହ ସମସ୍ତ ଅଳଙ୍କାରର ତାଲିକାକୁ ସାର୍ବଜନୀନ କରିବାକୁ ଚିଠିରେ ସେ ଉଲ୍ଲେଖ କରିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରର ସଠିକ ଅଡିଟ୍ ସହ ୧୯୭୮ରେ ପ୍ରସ୍ତୁତ ତାଲିକା ଅନୁସାରେ ଅଳଙ୍କାର ମେଳ କରାଯାଉ ବୋଲି ବି ଦାବି କରିଛନ୍ତି। ଏହା […]