• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅଦରକାରୀ ଲୁହା ଉପରେ କୃତ୍ରିମ ସବୁଜ ଘାସ

  • ଅଦରକାରୀ ଲୁହା ଉପରେ କୃତ୍ରିମ ସବୁଜ ଘାସ

  • ଅଦରକାରୀ ଲୁହା ଉପରେ କୃତ୍ରିମ ସବୁଜ ଘାସ

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ବ୍ରହ୍ମପୁର ସରକାରୀ ଆଇଟିଆଇରେ ସ୍ଥାପିତ ହୋଇଛି ରାଜ୍ୟର ପ୍ରଥମ ଗ୍ରାସଆର୍ଟ ପାର୍କ । ଅଦରକାରୀ ଲୁହାକୁ ବିଭିନ୍ନ ରୂପ ଦେଇ ତା’ଉପରେ ଲଗାଯାଉଛି କୃତ୍ରିମ ସବୁଜ ଘାସ । ଋଷିଆ ଶୈଳୀରେ ତିଆରି ହେଉଥିବା ଏହି ଆର୍ଟ ପାର୍କରେ ଲାଗୁଥିବା କଳାକୃତି ପାଇଁ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଯାହା ଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ଭୟ ଦୂର ହେବା ସହ ଏଭଳି କଳାକୃତି ତିଆରି କରିବାରେ ସେମାନେ ପାରଙ୍ଗମ ହୋଇ ପାରୁଛନ୍ତି ।

କେଉଁଠି ହାତୀ, ଘୋ଼ଡା, ଜେବ୍ରା ଓ ଠେକୁଆ ତ ଆଉ କେଉଁଠି ଠିଆ ହୋଇଛି ମୟୂର, ଗାଇ ଏବଂ ମା ଓ ଶିଶୁର କଳାକୃତି । କୃତ୍ରିମ ସବୁଜ ଘାସରେ ଚକ୍ ଚକ୍ କରୁଛି ସବୁକିଛି । ବ୍ରହ୍ମପୁର ଆଇଟିଆ ପରିସରରେ ରହିଛି ଭଳିକି ଭଳି ପ୍ରକାରର ଆକର୍ଷଣୀୟ କଳାକୃତି । ଅଦରକାରୀ ଲୁହାକୁ କାଟି ପରେ ସେଥିରେ ୱେଲଡିଂ କରି ପଶୁ ପକ୍ଷୀର ଢାଞ୍ଚା ଦିଆଯାଇଛି । ଏହାପରେ ସେଥିରେ ଲଗାଯାଇଛି କୃତ୍ରିମ ସବୁଜ ଘାସ । ଅଠା ବଦଳରେ ବ୍ୟବହାର ହୋଇଛି ଜିଆଇ ତାର । ବାସ୍ ତାପରେ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ସୁନ୍ଦର ସୁନ୍ଦର କଳାକୃତି । ଏହି କାମରେ ଲାଗିଛନ୍ତି ଆଇଟିଆଇର ଫିଟର, ୱେଲଡର, ମେକାନିକାଲ ବିଭାଗର ଛାତ୍ରଛାତ୍ରୀ ଓ ଶିକ୍ଷକ ।

କେବଳ ଗ୍ରାସଆର୍ଟ ପାର୍କ ନୁହେଁ, ପୂର୍ବରୁ ଆଇଟିଆଇଟି ପରିସରରେ ଲାଗିଛି ବିରାଟ ବିରାଟ ଲୁହାର କଳାକୃତି ସ୍କ୍ରାପ୍ । ୱେଷ୍ଟ ମୋବାଇଲ, ଟିଭି ଓ କମ୍ପ୍ୟୁଟର ସହ ଇଲେକ୍ଟ୍ରୋନିକ୍ସ ଜିନିଷରୁ ତିଆରି ହୋଇଛି ଏସବୁ କଳାକୃତି । ଦିନ ତମାମ ଆଇଟିଆଇ ପରିସରରେ ସେଲଫି ପାଇଁ ଭିଡ ଜମୁଛି । ରାତିରେ ବି ଲୋକଙ୍କୁ ଆକର୍ଷିତ କରୁଛି ରଙ୍ଗୀନ ସ୍କାପ୍ କଳାକୃତି । ନୂଆ କନସେପ୍ଟରେ ତିଆରି ହୋଇଥିବା ସବୁଜ ଆର୍ଟ ପାର୍କ । ରାଜ୍ୟରେ ପ୍ରଥମ ଯାହା ଋଷ ପରେ ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଭର୍ଚୁଆଲ ମୋଡରେ ଏହାକୁ ଆରମ୍ଭ କରିଛନ୍ତି ସ୍କିଲଡ୍ ଓଡ଼ିଶା ମୁଖ୍ୟ ସୁବ୍ରତ ବାଗଚୀ ।