ପୁରୀ : ଫନି କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଦେବାରେ ବଡ଼ ଧରଣର ଘୋଟାଲାର ଗନ୍ଧ। ପ୍ରକୃତ କ୍ଷତିଗ୍ରସ୍ତ ଘର ପାଉ ନଥିବା ବେଳେ ତାଲିକାରେ ସ୍ଥାନ ପାଇଛି ଥିଲାବାଲା ଓ ବଡ଼ବଡ଼ିଆଙ୍କ ନାଁ । ଗୋଟିଏ ଗୋଟିଏ ପରିବାରର ଏକାଧିକ ସଦସ୍ୟ ବି ଜାଲିଆତି କରି ଆବାସ ହାତେଇଥିବା ଅଭିଯୋଗ ଆସିଛି। ଏମିତିକି ନିର୍ବାଚିତ ଜନ ପ୍ରତିନିଧି ମଧ୍ୟ ନିଜ ନାଁକୁ ଆବାସ ଯୋଜନାର ତାଲିକାରେ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ହିତାଧିକାରୀ ଚୟନରେ ହୋଇଥିବା ଘୋଟାଲାର ମିଳିଛି […]
ବିଜେପୁର : ବିଜେପୁର ଉପନିର୍ବାଚନରେ ସଂଧ୍ୟା ୫ଟା ସୁଦ୍ଧା ୭୨% ପ୍ରତିଶତ ଭୋଟିଂ ହୋଇଛି। ଏହି ସୂଚନା ଦେଇଛନ୍ତି CEO ଏସ୍.କେ ଲୋହାନି। ଆଜି ବିଜେପୁରରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ନିଆଯାଇଛି। ଉପନିର୍ବାଚନରେ ଏଥର ବିଜେପୁର ରଣାଙ୍ଗନରେ ୫ଜଣ ପ୍ରାର୍ଥୀ ଅଛନ୍ତି। ତେବେ ଏଠାରେ ମୋଟାମୋଟି ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି। ଭୋଟ ଗ୍ରହଣ ପାଇଁ ନିର୍ବାଚନ ମଣ୍ଡଳିରେ ୨୮୫ଟି ବୁଥ କରାଯାଇଥିଲା। ସୁରକ୍ଷା ପାଇଁ ୩୩ ପ୍ଲାଟୁନ୍ ଫୋର୍ସ ସହ […]
ଯାଜପୁର : ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଥିଲା। ଏଥିଯୋଗୁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଏହି ପରିପ୍ରେକ୍ଷୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଯେ, ସ୍ମିତାରାଣୀ ବିଶ୍ୱାଳଙ୍କୁ ବିଜେଡିର ପ୍ରଭାବଶାଳୀ ନେତାମାନେ ଗଣ ଦୁଷ୍କର୍ମ କରି ହତ୍ୟା କଲେ। କିନ୍ତୁ ପରବର୍ତ୍ତୀକାଳରେ ପୁଲିସ ଦୋଷୀଙ୍କୁ ଧରିବା ଜାଗାରେ ତାଙ୍କୁ ଘଣ୍ଟ ଘୋଡ଼ାଉଛି। ତାଙ୍କୁ […]
ସମ୍ୱଲପୁର : ଭିମ୍ସାରରେ ରୋଗୀଙ୍କ ସଂପର୍କୀୟ ଓ ଡ଼ାକ୍ତର ମାଡ଼ ମରାମରି ଘଟଣାରେ ଡାକ୍ତରଙ୍କ ନାଁରେ ମାମଲା ରୁଜୁ। ମାଡ଼ ଖାଇଥିବା ଯୁବକଙ୍କ ବାପାଙ୍କ ଏତଲା ଆଧାରରେ ଦଫା ୫୦୬, ୩୨୩, ୩୪୧ ଓ ୩୪(IPC)ରେ ମାମଲା ରୁଜୁ କରିଛି ପୁଲିସ। ଅନ୍ୟପଟେ ଡିଆଇଜି ହିମାଂଶୁ ଲାଲ୍ କହିଛନ୍ତି ଆସନ୍ତାକାଲି ଏନେଇ ସମୀକ୍ଷା କରାଯିବ। ଯିଏ ଦୋଷୀ ପ୍ରମାଣିତ ହେବେ ତାଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ। ଗତକାଲି ବୁର୍ଲା ଭିମ୍ସାରରେ ଡାକ୍ତରଙ୍କ ଦାଦାଗିରିର ଭିଡିଓ ଭାଇରାଲ୍ […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଖଣ୍ଡୁଗାଁର ଗଣେଶ ଦାସ। ତାଙ୍କୁ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଗଣେଶଙ୍କ ପରିବାର ଲୋକେ ଫତେଗଡ଼ ଥାନେରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗଣେଶ ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଏକ ଔଷଧ ଦୋକାନରେ କାମ କରୁଥିଲେ। ସେଠାରେ ପତ୍ନୀ ଏବଂ ପାଞ୍ଚ ବର୍ଷର ଝିଅ ସହ ରହୁଥିଲେ। କୌଣସି କଥାକୁ ନେଇ ଗଣେଶଙ୍କର […]
ବଲାଙ୍ଗିର : ବଲାଙ୍ଗିରରେ ନକଲି ହଳଦୀ କାରଖାନା ଠାବ। ବଲାଙ୍ଗିର କ୍ଲବପଡ଼ା ଠାରେ ଚାଲିଥିବା ଏକ ନକଲି ହଳଦୀ କାରଖାନା ଉପରେ ଚଢ଼ଉ କରିଛି ଟାଉନ ପୁଲିସ। ଚଢ଼ଉବେଳେ ହଳଦୀ ଗୁଣ୍ଡ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଚାଉଳ ଗୁଣ୍ଡ ଓ କୁଣ୍ଡା ଜବତ ହୋଇଛି। ଚାଉଳଗୁଣ୍ଡ ଓ କୁଣ୍ଡା ମିଶାଇ ହଳଦୀ ଗୁଣ୍ଡ ପ୍ରସ୍ତୁତ ହେଉଥିବା ଜଣାପଡିଛି। ATM ବ୍ରାଣ୍ଡରେ ହଲଦୀଗୁଣ୍ଡ ପ୍ୟାକେଡ୍ କରି ବିକ୍ରି କରାଯାଉଥିଲା। ଏକ୍ସପାଏରୀ ହୋଇଥିବା କିଛି ହଲଦୀଗୁଣ୍ଡର ପ୍ୟାକେଟ ଏବଂ ଖୋଲା […]
ଭୁବନେଶ୍ୱର : ରାତି ପାହିଲେ ବିଜେପୁର ଉପନିର୍ବାଚନ। ନିର୍ଦ୍ଧାରଣ ହେବ ୫ ପ୍ରାର୍ଥୀଙ୍କ ଭାଗ୍ୟ । ୨୮୫ଟି ବୁଥ୍ରେ ଭୋଟ ଦେବେ ୨ଲକ୍ଷ ୩୨ ହଜାରରୁ ଅଧିକ ଭୋଟର। ସମସ୍ତ ପୋଲିଂ ପାର୍ଟି ଇଭିଏମ, ଭିଭିପାଟ୍ ସହ ବୁଥ୍ ଗୁଡ଼ିକରେ ପହଞ୍ଚି ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି କରିସାରିଛନ୍ତି। ବିଜେପୁରରେ ଏଥର ୧୧ଟି ଆଦର୍ଶ ବୁଥ୍ କରାଯାଇଥିବା ବେଳେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗାଇସିଲେଟ ବ୍ଲକର ୬ଟି ମାଓ ପ୍ରବଣ ବୁଥରେ ସୁରକ୍ଷା କଡ଼ା […]
ମାଲକାନଗିରି/ବରଗଡ଼/ ଭୁବନେଶ୍ୱର : ରାଜ୍ୟରେ ଏବେ ବି ବେଧଡକ୍ ଚାଲିଛି ବାଲ୍ୟ ବିବାହ। ଜାତୀୟ ହାର ତୁଳନାରେ ରାଜ୍ୟରେ ସ୍ଥିତି ସାମାନ୍ୟ ଭଲ ଥିଲେ ବି କିଛି ଅଞ୍ଚଳରେ ସ୍ଥିତି ବେଶ୍ ଉଦ୍ବେଗଜନକ ରହିଛି। ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଏହି ହାର ୩୯ ପ୍ରତିଶତ ଥିବା ବେଳେ ବାଲେଶ୍ୱର ଓ ଗଞ୍ଜାମ ଭଳି ଜିଲ୍ଲାରେ ବି ୧୮ ବର୍ଷରୁ କମ୍ ବୟସରେ ପ୍ରତି ୪ ଜଣରୁ ଜଣେ ଯୁବତୀ ବିବାହ କରୁଛନ୍ତି। ୨୦୩୦ ସୁଦ୍ଧା ବାଲ୍ୟ […]
ଗଜପତି (ଆଦର୍ଶ ଦାସ) /ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ଚାକିରି କଲା ବୋଲି ବୋହୂକୁ ବାସନ୍ଦ କରିଦେଲେ ଶାଶୁଘର ଲୋକେ। କେବଳ ଏତିକି ନୁହେଁ, ଗାଁ ଦାଣ୍ଡରେ କିଛି ମୁଷ୍ଟିମେୟ ନିଶାପ କରି ପୈତୃକ ଗାଁରୁ ବିଦାୟ କରିଦେଲେ ବୋହୂ ସହ ତାଙ୍କ ବାପା, ମାଙ୍କୁ । ଏଭଳି ନିର୍ଯାତନା ପରେ ନ୍ୟାୟ ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ବି କେହି କର୍ଣ୍ଣପାତ କରିନାହାଁନ୍ତି । ଅନ୍ଧାରି ଶାସନରେ ଦୁର୍ବିସହ ଜୀବନ ଜୀଉଁଥିବା ଜଣେ ପୀଡ଼ିତାଙ୍କ ଦରଦଭରା […]
ଭୁବନେଶ୍ୱର : ଅସ୍ତ୍ରୋପଚାର ପରେ ସାପ ଦେହରୁ ବାହାରିଲା ବଂଶୀକଣ୍ଟା। ଭୁବନେଶ୍ୱର ଓୟୁଏଟିର ଏକ ଡ଼ାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି। ବାଲେଶ୍ୱର ଜଳେଶ୍ୱର ନଛିମପୁର ଅଞ୍ଚଳରେ ଜଣେ ବ୍ୟକ୍ତି ମାଛ ଧରିବା ପାଇଁ ପୋଖରୀରେ ବଂଶୀକଣ୍ଟା ପକାଇଥିବା ବେଳେ ଏକ ସାପ କଣ୍ଟାଟିକୁ ଗିଳିଦେଇଥିଲା। ପରେ ସାପଟିକୁ ଉଦ୍ଧାର କରାଯାଇ ଓୟୁଏଟିକୁ ଅଣାଯାଇଥିଲା। ଓୟୁଏଟିରେ ଏକ୍ସ-ରେ କରିବା ପରେ କଣ୍ଟାଟି ସାପ ଦେହରେ ଥିବା ଜଣାପଡିଥିଲା। ପରେ ଡାକ୍ତରୀ ଟିମ୍ ସହାୟତାରେ ସାପ ଦେହରୁ କଣ୍ଟାଟିକୁ […]
ଯାଜପୁର : ଯାଜପୁର PEO ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଟୁଇଷ୍ଟ। ଓଟିଭି ଆଗରେ ପ୍ରଥମ ଥର ପାଇଁ ମୁହଁଖୋଲିଲେ ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ର। ନିଜ ସ୍ୱାମୀଙ୍କୁ ନିର୍ଦ୍ଦୋଷ କହିଥିବା ବେଳେ ସ୍ମିତାରାଣୀଙ୍କ ପରିବାକୁ ପାଲଟା ଦାୟୀ କରିଛନ୍ତି। ନିଜ ସ୍ୱାମୀଙ୍କୁ ନିର୍ଦ୍ଦୋଷ କହି ଏମିତି ଢଙ୍ଗରେ ସ୍ମିତାରାଣୀଙ୍କୁ ଦାୟୀ କରିଛନ୍ତି ଗିରଫ ରୁପେଶଙ୍କ ପତ୍ନୀ ତଥା ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ର। ମଧୁସ୍ମିତାଙ୍କ ଅଭିଯୋଗ, ସ୍ମିତାରାଣୀ ନାରୀ ହୋଇ ବି ଅନ୍ୟ ଜଣେ ନାରୀର […]
ନବରଙ୍ଗପୁର : ମାଲ ଭାଇ ସାଜିଲେ ମନୋହର ରାନ୍ଧାରୀ । ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର କେନ୍ଦୁଗୁଡ଼ା ଗାଁରେ ଆଜି ସକାଳୁ ଇନ୍ଦ୍ର ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା। ଇନ୍ଦ୍ର ଅତ୍ୟନ୍ତ ଗରୀବ ପରିବାର ହୋଇଥିବାରୁ ତାଙ୍କ ଅନ୍ତିମ ସସ୍କାର ପାଇଁ ସବୁ ବନ୍ଦୋବସ୍ତ ଖୋଦ୍ ବିଧାୟକ କରିଥିଲେ । ଏହାପରେ କାନ୍ଧ ଦେଇ ଶବ ସତ୍କାର କରାଇଥିଲେ ବିଧାୟକ ମନୋହର ରନ୍ଧାରୀ । ବିଧାୟକଙ୍କ ଏପରି […]
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଲିଙ୍ଗିପୁରର ଏକ ଘରୁ ଗତକାଲି ରାତିରେ ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଅତି ସନ୍ଦେହଜନକ ସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଦୀପାଳି ପ୍ରିୟଦର୍ଶନୀ ଜେନା। ତାଙ୍କ ଘର ଭଦ୍ରକ ଜିଲ୍ଲାରେ। ସେ ଏଠାରେ ଭଡ଼ା ଘରେ ରହୁଥିଲେ। ସୂଚନା ଅନୁଯାୟୀ, ଗତକାଲି ଦୀପାଳି ଓ ତାଙ୍କ ପୁରୁଷ ବନ୍ଧୁ ଘରେ ଥିଲେ। ସେତେବେଳେ ଦୀପାଳିଙ୍କ ସାନ ଭଉଣୀ ବାହାରକୁ ଯାଇଥିଲେ। ରାତିରେ ସେହି ବ୍ୟକ୍ତି […]
ବଲାଙ୍ଗିର : ଗୋଟିଏ ପଟେ ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ବିଭିନ୍ନ ସଚେତନତା ସୃଷ୍ଟି କରୁଛନ୍ତି ସରକାର। କହୁଛନ୍ତି ବିନା ଲାଇସେନ୍ସରେ ମାନବ ଚାଲାଣ ବେଆଇନ। କିନ୍ତୁ ଲାଇସେନ୍ସ ଦେବାକୁ ଶ୍ରମ ବିଭାଗରେ କିଭଳି ଚାଲିଛି ଭିତିରିଆ କଳା କାରବାର, ତାର ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି। ତା ପୁଣି ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରୁ। ଆଇନଗତ ଭାବେ ଶ୍ରମିକ ପଠାଇବା ପାଇଁ ଲାଇସେନ୍ସ ଦେବାକୁ ଲାଞ୍ଚ ନେଉଛନ୍ତି ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀଙ୍କ […]
ଯାଜପୁର (ଗୁଲାମ ଗସ୍) : ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ୪ ଦିନ ପରେ ବି ଘଟଣା ଉପରୁ ହଟିନି ପରଦା । ପୁଲିସ୍ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସମେତ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ସ୍ମିତାରାଣୀଙ୍କ ଏଭଳି ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ତାଙ୍କ ସହକର୍ମୀ। ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ସେମାନେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି । ପିଇଓଙ୍କ […]
କଟକ : କଟକର ସମ୍ମୁ ବିଓ୍ୱି । ପରିବାର ପ୍ରତିପୋଷଣ କରି ସ୍ୱାବଲମ୍ବୀ ହେବା ସହ ସମାଜ ପାଇଁ ପାଲଟିଛନ୍ତି ଉଦାହରଣ । କେବଳ ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ତା ନୁହଁ, ଅନ୍ୟ ଦୁଇଜଣଙ୍କୁ ରୋଜଗାରର ରାସ୍ତା ମଧ୍ୟ ଦେଖାଇଛନ୍ତି। ଦୃଢ ଇଚ୍ଛାଶକ୍ତି ବଳରେ ପାଇଛନ୍ତି ବଞ୍ଚିବାର ରାହା । କାର ଧୋଉଥିବା ଏହି ମହିଳା ଜଣକ ହେଉଛନ୍ତି କଟକର ସମ୍ମୁ ବିଓ୍ୱି। ରାଣୀହାଟ ତାଳଦଣ୍ଡା କେନାଲ କଡ଼ରେ ନିଜର ଏକ ସର୍ଭିସ ସେଣ୍ଟର କରି ଦୀର୍ଘ […]
ଉଦଳା( ମାନସ ପାଣି) : ପ୍ରିନ୍ସିପାଲଙ୍କ ଚ୍ୟାମ୍ବର୍ ପାଲଟିଲା ରେସ୍ଲିଂ ରିଙ୍ଗ୍। ଆକାଉଣ୍ଟାଣ୍ଟ୍ ଓ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଓ ଠେଲାପେଲାରୁ କଥା ପୁରାପୁରି ମାରପିଟ୍ ଯାଏଁ ଗଲା । ଶେଷରେ ପ୍ରିନ୍ସିପାଲ୍ ବି ଏଥିରେ ସାମିଲ ହୋଇ ଛାତ୍ରଙ୍କ ମୋବାଇଲ୍ ଛଡ଼ାଇ ଆଣି ତଳେ ଫୋପାଡ଼ି ଭାଙ୍ଗି ପକାଇଲେ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ପୁରୁଣା କଟକ ଡ଼ିଗ୍ରୀ କଲେଜର ପ୍ରିନ୍ସିପାଲଙ୍କ ଚ୍ୟାମ୍ବର୍ରେ ଗତକାଲି ଘଟିଥିବା ଏ ତମାମ୍ ଘଟଣାର ଦୃଶ୍ୟ କଏଦ ହୋଇଛି […]
ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ସାମଗ୍ରୀକୁ ହ୍ୟାଣ୍ଡଲୁମ୍ ମାର୍କ ମିଳିଛି। ଏହା ଫଳରେ ଜେଲର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ସାମଗ୍ରୀକୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହୋଇପାରିବ। ପୂର୍ବରୁ ଜେଲ ପରିସରରେ ଜେଲ ଅନ୍ତେବାସୀଙ୍କ ନିର୍ମିତ ସାମଗ୍ରୀ ବିକ୍ରି ହେଉଥିବା ବେଳେ ଏବେ ଏହାର ବଜାର ଆହୁରି ବ୍ୟାପକ ହେବ। ଓରମାସ ସହାୟତାରେ ଏହାକୁ ବାହାରକୁ ପଠାଯିବ। ଏହାଦ୍ୱାରା ଅନ୍ତେବାସୀ ମାନେ କିଛି ଅର୍ଥ ରୋଜଗାର କରିବା ସହ […]
ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିବ। ଏଥିଲାଗି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି। ଆଜି ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ଏନଏସି ଅଞ୍ଚଳରେ ପ୍ରଚାର କରିବେ। ତାଙ୍କ ସହ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ପ୍ରଚାରରେ ସାମିଲ ହେବେ। ବିଜେପି ପ୍ରାର୍ଥୀ ସନତ ଗଡତିଆ ଗାଇସିଲେଟ ବ୍ଲକର ବିଭିନ୍ନ […]
କଟକ : କଟକ ଜଗତପୁର ଥାନା ତ୍ରିଲୋଚନପୁର ମହାଜନପୁର ଗାଁରେ ବେଆଇନ ବାଣ କାରଖାନା ଉପରେ ପୁଲିସ ଚଢ଼ଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ବାଣ ଜବତ ହୋଇଛି। ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ସହ ବିସ୍ଫୋରକ ଜବତ ହୋଇଛି। ଥାନାରେ ୮ ବେପାରୀଙ୍କୁ ଅଟକ ରଖିଛି ପୁଲିସ୍। ବେଆଇନ ବାଣ କାରଖାନା ସମ୍ପର୍କରେ ସୂଚନା ପାଇବା ୪ ପ୍ଲାଟୁନ୍ ଫୋର୍ସ ସହ ୧୦ ଅଫିସର ରାତି ଅଧରେ ଚଢ଼ଉ କରିଥିଲେ।
ଭୁବନେଶ୍ୱର : ଆସନ୍ତାବର୍ଷ ୨୦୨୦ ଅକ୍ଟୋବର ୨ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ ପୂରା ବ୍ୟାନ୍ ହେବ। ବର୍ତ୍ତମାନ ରାଜ୍ୟର ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ୍ କରାଯାଇଛି। ହେଲେ ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର କମ୍ କରାଯିବା ସହ ଉପଯୁକ୍ତ ଡିସ୍ପୋଜ ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ଜିଲ୍ଲାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଂ ସେଣ୍ଟର ନିର୍ମାଣ କରାଯିବ। ଏଥିସହ ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ […]
ମାଲକାନଗିରି : ଓଟିଭି ପ୍ରଭାବ। ୧୩ବର୍ଷ ଧରି ଶଯ୍ୟାଶାୟୀ ହୋଇ ପଡିରହିବା ଏବଂ ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣାରେ ପଦକ୍ଷେପ। ଓଟିଭିରେ ଏହି ଖବର ପ୍ରସାରଣ ହେବା ପରେ ଆଜି ଏକ ଡାକ୍ତରୀ ଟିମ୍ ସର୍ଗିଗୁଡ଼ା ଯାଇ ଚମ୍ପା କାଲାକୁରାଙ୍କୁ ମାଲକାନଗିରି ସଦର ଡାକ୍ତରଖାନାକୁ ନେଇଛନ୍ତି। ସେଠାରେ ଚମ୍ପାଙ୍କ ଅଧିକ ଚିକିତ୍ସା କରାଯିବ। ପରିବାର ଲୋକଙ୍କ କହିବା ଅନୁସାରେ, ୨୦୦୬ ମସିହାରେ ସପ୍ତମ ଶ୍ରେଣୀ ପାଠ ପଢୁଥିବାବେଳେ ହଠାତ ଚମ୍ପାଙ୍କ ଗୋଡହାତ ଝିମା […]
ରାଉରକେଲା : ଟିକଟକ୍ ଭିଡିଓ ନିଶାରେ ଆହତ ହେବା ପରେ ବି ଛାଡୁନି ଟିକଟକ୍ ଭିଡିଓ ମୋହ। ଗୁରୁତର ଆହତ ହୋଇ ହସ୍ପିଟାଲରେ ଆଡମିଶନ୍ ହେବା ପରେ ମେଡିକାଲ ବେଡ୍ରେ ବି ସୁଟିଂ କଲେ ଟିକ୍ଟକ୍ ଭିଡିଓ। ସୋଶାଲ୍ ମିଡିଆରେ ଭାଇରାଲ୍ ପରେ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି ରାଉରକେଲା ଗୋଲଘର ଅଞ୍ଚଳର ଅଲିନ୍ ଗୋଚ୍ଛାୟତ୍। କିଛି ଦିନ ତଳେ ଟିକ୍ଟକ୍ରେ ଭିଡିଓ ପାଇଁ ସେ ଛାତରୁ ଖସି ଆହତ ହୋଇଥିଲେ। ଏକ ପରିତ୍ୟକ୍ତ ଘରର ଛାତ […]
ସୋନପୁର(ରବୀନ୍ଦ୍ର ହୋତା): ବାରହା ଫାଶରେ ଫସି ପ୍ରାଣ ହରାଇଲେ ବାପ-ପୁଅ। ଅନ୍ୟଜଣେ ପୁଅ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ପିତାମହୁଲ ଗାଁରେ। ସୁବର୍ଣ୍ଣପୁର ଥାନା ସୁବଳୟା ଥାନା ପିତାମହୁଲ ବାଉରିଜୋର ଜଙ୍ଗଲକୁ ଗତକାଲି ରାତିରେ ନିଜ ଦୁଇ ପୁଅ ସହ ଯାଇଥିଲେ ୫୫ ବର୍ଷୀୟ ସହଦେବ ସାହୁ। ତେବେ ସେଠାରେ ବାର୍ହା ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ବାପ ସହଦେବ ଓ ପୁଅ ଦେବାନନ୍ଦଙ୍କ(୩୧) ମୃତ୍ୟୁ […]
ସମ୍ବଲପୁର : ସମ୍ବଲପୁର ଭୀମସାରରେ ଅଗ୍ନିକାଣ୍ଡ। କାର୍ଡିଓଲୋଜି ବିଭାଗ ପାଖରେ ଥିବା ଜେନେରେଟର ରୁମ୍ରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ। ସୁରକ୍ଷା କର୍ମୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଜେନେରେଟର ଖରାପ ହୋଇଯାଇଥିବାରୁ ମେଡିକାଲର ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରାଂଶ ଚାଲୁ କରିବାରେ ବାଧା ସୃଷ୍ଟି ହୋଇଛି। ଏଥିସହ ମେଡିକାଲ ଏକପ୍ରକାର ଅନ୍ଧାରରେ ରହିଛି।