ଭୁବନେଶ୍ୱର: ପାଟକୁରା ଓ ବିଜେପୁର ଉପନିର୍ବାଚନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରଖି ଏଥର ନିର୍ବାଚନ କରିବେ ରାଜ୍ୟ ନିର୍ବାଚନ କମିଶନ । ତେଣୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସମ୍ପର୍କିତ କସରତ ସାରି ତୁରନ୍ତ ତଥ୍ୟ ଦେବାକୁ କମିଶନ୍ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବକୁ ବିଧାନସଭାରେ ପାରିତ କରିବାକୁ ଥିବାରୁ ଏନେଇ ଏବେ ମୁହଁ ଖୋଲୁନି ନଗର […]
ଭୁବନେଶ୍ୱର: ଈଶ୍ୱରଙ୍କ ଅଦ୍ୱିତୀୟ ରୂପ ପିତାମାତା । ଯିଏ ଜନ୍ମଦାନଠୁ ଆରମ୍ଭ କରି ନିଜ ସନ୍ତାନଙ୍କୁ ଦୁନିଆକୁ ଚିହ୍ନାଇବାର ପଣ କରିଥାନ୍ତି। ସେହି ପିତାମାତା ଆଜି ଅବହେଳିତ। କିନ୍ତୁ ଏଣିକି ସେମାନଙ୍କୁ ହତାଦର କଲେ ମିଳିବ ଦଣ୍ଡ। ସେ ପୁଅ ହେଉ କିମ୍ବା ଝିଅ ଅଥବା ବୋହୂ । ଜେଲଦଣ୍ଡ ଭୋଗିବାର ମଧ୍ୟ ସମ୍ଭାବନା ରହିଛି। ବାପା, ମା’ଙ୍କ ସୁରକ୍ଷା ପାଇଁ ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଏଭଳି ଆଇନ ଆଣିବାକୁ ଯାଉଥିବା ଦେଖି ରାଜ୍ୟ […]
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧ୍ୟକ୍ଷା ଅନୁ ଭୂଏଙ୍କ ନାଁରେ ମିଥ୍ୟା ଭିଡିଓ ଭାଇରାଲ କରିବା ଅଭିଯୋଗରେ ବିଜେଡି ନେତା ଅଜୟ ଦାସ ଓ ସୀମାନିବାହାଲର ହୁଲେଶ୍ୱର ହଂସଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି ଥାନାରେ ମାମଲା ରୁଜୁ ହୋଇଛି । ବ୍ଲକ ଅଧ୍ୟକ୍ଷା ଲାଞ୍ଚ ଓ ପିସି ନେଉଥିବା ନେଇ ଅଜୟ ଏବଂ ହୁଲେଶ୍ୱର ଗୋଟିଏ ଫେକ୍ ଭିଡିଓ ତିଆରି କରିଥିଲେ। ସେ ଜଣେ ଆଦିବାସୀ […]
ଆଠଗଡ଼: ଆଠଗଡ଼ରେ ହାତୀ-ମଣିଷ ସଂଘର୍ଷ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବନ ବିଭାଗ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ କରିଛନ୍ତି। ଆଠଗଡ଼ ବନଖଣ୍ଡର ତିଗିରିଆ ବନାଞ୍ଚଳ ହରିଡ଼ାପସିଠାରେ ଘଟିଛି ଏହି ଅଘଟଣ। ଶରତ ବେହେରା ନାମକ ଜଣେ ବ୍ୟକ୍ତି ଆଜି ଭୋରରୁ ଶୌଚ ହେବାକୁ ଯାଉଥିବା ବେଳେ ହାତୀଙ୍କ ହାବୁଡ଼ରେ ପଡ଼ିଥିଲେ । ହାତୀ ଶରତଙ୍କୁ ଦଳି ମାରିଦେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳକୁ ଯାଇଥିବା ବନ […]
ଭୁବନେଶ୍ୱର: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆସନ୍ତା ଅଗଷ୍ଟ ୧୬ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏମ୍ସର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ଗାର୍ଡ ଅଫ ଅନର୍ ଦିଆଯିବ। ସେଠାରୁ ସେ ସିଧା ଏମ୍ସ ଅଭିମୁଖେ ଯିବେ।
ବେଲପାହାଡ଼: ବେଲପାହାଡ଼ ପୌରାଞ୍ଚଳ କଦଳୀପିଟା ଗାଁ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଝାଡ଼ଖଣ୍ଡର ମହମ୍ମଦ ରସିଦ । ସେ ବେଲପାହାଡ଼ସ୍ଥିତ ନିଜ ଭିଣୋଇଙ୍କ ଘରକୁ ଆସିଥିଲେ । ଗାଧୋଇବା ଲାଗି ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ । ଗ୍ରାମବାସୀ ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ […]
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଦଣ୍ଡିମା ଗାଁ ପାଖ ଜଙ୍ଗଲରେ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ଜଙ୍ଗଲ ଭିତରେ ଦେଶୀ ବନ୍ଧୁକ କାରଖାନା ଚାଲୁଥିବା ଖବର ପାଇ ପୋଲିସ ଆଜି ସକାଳେ ଚଢ଼ାଉ କରିଥିଲା। ଚଢ଼ାଉବେଳେ ୨ଟି ବନ୍ଧୁକ ସହ ବହୁ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଓ ଯନ୍ତ୍ରାଂଶ ଜବତ କରିଛି ପୋଲିସ। ଏଥିରେ ସଂପୃକ୍ତ ଥିବା ଶ୍ରାନିକେତା ଗାଁର ଅଭିଯୁକ୍ତ କୁନା ପ୍ରଧାନକୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍ରୁ ଜଣେ କଏଦୀ ଚମ୍ପଟ୍ ମାରିଛନ୍ତି। ଜେଲ୍ ପରିସରରେ ଥିବା ବଗିଚାରେ କାମ କରୁଥିବା ବେଳେ ସେ ଖସି ପଳାଇ ଯାଇଛନ୍ତି। ତାଙ୍କ ନାଁ ଭବସାଗର ଶବର (୪୦)। ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ ନାରୀ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିଲେ। ଅନ୍ୟପକ୍ଷରେ, ଫେରାର କଏଦୀକୁ ଧରିବାକୁ ପୁଲିସ୍ ତନାଘନା ଚଳାଇଛି
ପୁରୀ: ପୁରୀ ବାସେଳିସାହି ନିକଟ ବସ୍ତିରେ ବୋମାମାଡ଼ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପଣାପ୍ରିୟା ଠାକୁରାଣୀ ପୀଠ ନିକଟ ବସ୍ତିରେ ହୋଇଛି ୨ଟି ବୋମାମାଡ଼ । ଏହି କାଣ୍ଡ ଭିଆଇଥିବା ଯୁବକଙ୍କ ସହ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି। ୨ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ସହ ବାସେଳିସାହି ପୋଲିସ ତନାଘନା ଜାରି ରହିଛି।
ମାଲକାନଗିରି: ଆଜିଠାରୁ ମାଓମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ସହିଦ ସପ୍ତାହ ଆରମ୍ଭର ପ୍ରଥମ ଦିନରୁ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଜିଲ୍ଲାର କୁମ୍କୁମ୍ପୁଡ଼ି ଗାଁରେ ନକ୍ସଲମାନେ ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ ଜୟରାମ। ଗତକାଲି ରାତିରେ ୨୦ରୁ ୨୫ ଜଣ ନକ୍ସଲ ଜୟରାମଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ଗୁଳି କରି ହତ୍ୟା କରିଥିଲେ। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ […]
ଭୁବନେଶ୍ୱର: ଯେତିକି ନୂଆ ସେତିକି ପୂରୁଣା। ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୦ନୂଆ ମୁହଁ, ୬ଜଣ ମନ୍ତ୍ରୀ ରିପିଟ୍। ୩ ବିଧାୟକ ପ୍ରଥମ ଥର ଲାଗି ନିର୍ବାଚତ ହୋଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । କିନ୍ତୁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳୁଥିବା ବିଜେଡି, ମନ୍ତ୍ରୀମଣ୍ଡଳରେ କିନ୍ତୁ ସେହି ଅନୁପାତରେ ମହିଳାଙ୍କୁ ସୁଯୋଗ ଦେଇନାହିଁ । ଏହା ବାଦ୍ ୧୨ ଜିଲ୍ଲା ମନ୍ତ୍ରୀଶୂନ୍ୟ ରହିଛି। ସେହିପରି ସ୍ୱାଭିମାନ ଲଢ଼େଇ ପାଇଁ ଅଧିକ ଚର୍ଚ୍ଚାରେ ଥିବା କେନ୍ଦ୍ରପଡ଼ା ଜିଲ୍ଲାରୁ ମଧ୍ୟ […]
ଭୁବନେଶ୍ୱର: ଆଜିର ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ଶିଳ୍ପପତି, ଜଣାଶୁଣା କଳାକାର, ଶିକ୍ଷକ ଓ ନାମକରା ଡାକ୍ତର ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ତେବେ ଅତିଥିମାନଙ୍କ ଭିତରେ ଅଧିକ ଆକର୍ଷଣ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ। ଏ ଦୁହିଁଙ୍କ ବ୍ୟତିତ ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ୍ କୁମାର ମଙ୍ଗଳମ୍ ବିର୍ଲା, ବିଶିଷ୍ଟ ହୃଦ୍ଶଲ୍ୟ ବିଶେଷଜ୍ଞ ରମାକାନ୍ତ ପଣ୍ଡା, ଆପୋଲୋ ହସ୍ପିଟାଲର ଜଏଣ୍ଟ ମ୍ୟାନେଜିଂ […]
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନୂଆ ଇତିହାସ। ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ ।ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୧ ଜଣିଆ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମ ଥର ଲାଗି ରାଜଭବନ ବାହାରେ ଅନୁଷ୍ଠିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଯାହାଙ୍କ ମଧ୍ୟରେ ଥିଲେ ନବୀନଙ୍କ ଭଉଣୀ ଗୀତା […]
ଭୁବନେଶ୍ୱର: ବଢିଲା କାଳିଆ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ।ପୂର୍ବରୁ ସରକାର ୪୨ ଲକ୍ଷ ଚାଷୀ ପରିବାରକୁ କାଳିଆ ଯୋଜନାରେ ସାମିଲ କରିଥିବା ବେଳେ ଏବେ ୭୫ ଲକ୍ଷ ପରିବାର ଯୋଜନାର ଲାଭ ପାଇବେ। ନୂଆକରି ସାମିଲ ୩୩ ଲକ୍ଷ ପରିବାରକୁ ଆଜିଠାରୁ ଯୋଜନା ବାବଦ ୫ ହଜାର ଟଙ୍କା ମିଳିବ। ସପ୍ତାହକ ମଧ୍ୟରେ ୨୫ ଲକ୍ଷ ପରିବାର ଟଙ୍କା ପାଇଯିବେ ବୋଲି ଆଜି ବସିଥିବା ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକ ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି […]
ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। MBBS ଓ BDS କୋର୍ସରେ ଆଡମିଶନ ନେଇ ବମ୍ବେ ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ଆଡମିଶନ ଅପେକ୍ଷାରେ ଦେଶର ହଜାର ହଜାର ଛାତ୍ରଛାତ୍ରୀ। ଏହି କାରଣ ପାଇଁ ନିଟ୍ ଅଧୀନରେ ଆସୁଥିବା ଓଡ଼ିଶାର ୧୦ଟି ପ୍ରତିଷ୍ଠାନରେ ଖାଲି ପଡ଼ିଛି ୨୧୩ ସିଟ୍। ରାଜ୍ୟ କୋଟା ଅଧିନରେ ଓଡ଼ିଶାର ଅଧିକାଂଶ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ଆଡମିଶନ ନେଇଛନ୍ତି। ରାଜ୍ୟ କୋଟାରେ ହାତଗଣତି ସିଟ୍ ଖାଲି ପଡିଥିବା ବେଳେ ପ୍ରତି କଲେଜରେ […]
ଭୁବନେଶ୍ୱର: ବିଧାନସଭା ନିର୍ବାଚନରେ ବିଜେପି ୧୨୦ ପ୍ଲସ୍ ମିଶନ ରଖିଥିଲା। କିନ୍ତୁ ଜିତିଲା ମାତ୍ର ୨୩। ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବିଜେପିକୁ ମିଳିଥିବା ବିପୁଳ ସମର୍ଥନ ଏଥର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଲାନାହିଁ। ଏପରିକି ଗତ ବିଧାନସଭାର ୧୦ ବିଧାୟକଙ୍କ ଭିତରୁ କେବଳ ଦେବଗଡ଼ ଆସନକୁ ଛାଡି ଦେଲେ ବାକି ୯ଟି ସ୍ଥାନରେ ଦଳର ପ୍ରାର୍ଥୀ ପରାଜୟର ମୁହଁ ଦେଖିଲେ। ଗତ ପଞ୍ଚାୟତ ଭୋଟରେ ବିଜେଡି ତୁଳନାରେ ବିଜେପି ୪୭ଟି ବିଧାନସଭା କ୍ଷେତ୍ରରେ ଅଧିକ ଭୋଟ […]
ଭୁବନେଶ୍ୱର: ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର ଓ ଇନଫୋସିଟି ପ୍ରଶାନ୍ତି ବିହାର ସବୁଠି ହେଲ୍ମେଟ୍ ଭିତରେ ମୁହଁ ଲୁଚେଇ ଘରେ କଳାକନା ବୁଲାଇଥିଲା ସଞ୍ଜୟ ନିଶ। ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ କୈଳାସ ବିହାରସ୍ଥିତ ଏକ ଆପାର୍ଟମେଣ୍ଟରେ ହେଲ୍ମେଟ୍ ପିନ୍ଧି ପୁରା ହିରୋମାର୍କା ଷ୍ଟାଇଲ୍ରେ ପସିଥିଲା ସଂଜୟ। ଆଉ କିଛି ସମୟ ପରେ ବ୍ୟାଗ୍ରେ ଚୋରି ସାମଗ୍ରୀ ଭର୍ତ୍ତି କରି ଛୁ ମାରିଥିଲା। ଠିକ୍ ସେହିପରି ମଞ୍ଚେଶ୍ୱର ସତ୍ୟବିହାରରେ ଚୋରି କରି ଫେରିବା ବାଟରେ ଘରମାଲିକଙ୍କ ହାବୁଡ଼ରେ ପଡ଼ିଥିଲା ସଂଜୟ। କିନ୍ତୁ […]
ଭୁବନେଶ୍ୱର: ପଞ୍ଚମ ଥର ରାଜ୍ୟରେ ବିଜେଡିର କ୍ଷମତା ଦଖଲ ପରେ ଏବେ ମନ୍ତ୍ରୀ ହେବା ପାଇଁ ନେତାଙ୍କ ଲବି ଜୋରଦାର ହୋଇଛି। ସେପଟେ ସମତୁଲ ମନ୍ତ୍ରୀମଣ୍ଡଳ ପାଇଁ ନବୀନ ମହିଳା, ଯୁବ ଓ ସ୍ୱଚ୍ଛ ଚେହେରାକୁ ଗୁରୁତ୍ୱ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ କିଏ ରହିବ ନବୀନଙ୍କ ଗୁଡ୍ବୁକ୍ରେ, କାହାକୁ କେଉଁ ବିଭାଗ ଦିଆଯିବ ସେନେଇ ବି ଚାଲିଛି ଚର୍ଚ୍ଚା । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସୁଥିବା ବେଳେ ୨୯ରେ ପ୍ରଦର୍ଶନୀ ପଡିଆରେ […]
ବ୍ରହ୍ମପୁର (ଜଗନ୍ନାଥ ସାହୁ): ପ୍ରେମିକଙ୍କୁ ଘରେ ପୂରାଇ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଧରାକୋଟ ଥାନା ଢଉଗାଁର ଅଲେଖ ନାହାକ ଗାଁରେ ଚାଲିଥିବା ଯାତ୍ରା ଦେଖିବା ପାଇଁ ଜେଜେବାପାଙ୍କ ଘରକୁ ଯାଇଥିଲେ। […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ନୟାପଲ୍ଲୀ ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ମୃତାହତମାନେ ବାଇକ୍ରେ ଯାଉଥିବା ବେଳେ ଟ୍ରକ୍ଟି ସେମାନଙ୍କୁ ଧକ୍କା ଦେଇଥିଲା। ଏମାନେ ସମସ୍ତେ ଏଥର ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ବୋଲି ଜଣାପଡ଼ିଛି। ଗୁରୁତର ଭାବେ ଆହତ ଛାତ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ଟ୍ରକ୍ର ପଛ ଚକା ତଳେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏ […]
ବଲାଙ୍ଗିର: ବଲାଙ୍ଗିର ଟାଉନଥାନା ଲକ୍ଷ୍ମୀନଗର ପଡ଼ାରେ ଜଣେ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଛି। ଶିଶୁଟିର ମୃତ୍ୟୁ ଆକସ୍ମିକ ନୁହେଁ ବରଂ ଏହା ଏକ ନରବଳି ବୋଲି ସନ୍ଦେହ କରାଯାଉଛି। ଲକ୍ଷ୍ମୀନଗର ଅଞ୍ଚଳର ଜଗଦୁ ସ୍ୱାଇଁଙ୍କ ପୁଅ ଜିତୁ ଗତକାଲିଠାରୁ ନିଖୋଜ ହୋଇଯାଇଥିଲେ। ଘରେ ଖେଳୁଥିବା ବେଳେ ହଠାତ୍ କେଉଁଆଡେ ଉଭାନ୍ ହୋଇଯିବାରୁ ଘର ଲୋକେ ଚିନ୍ତିତ ହୋଇପଡିଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁର କୌଣସି ପତ୍ତା ମିଳି ନ ଥିଲା । […]
ଭୁବନେଶ୍ୱର:ରାଜ୍ୟ ରାଜନୀତିରେ ନୂଆ ରେକର୍ଡ ସହ ଲଗାତାର ପଞ୍ଚମ ଥର ପାଇଁ ନୂଆ ସରକାର ଗଠନ କରିବାକୁ ଯାଉଛି ବିଜେଡି । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସୁଥିବାବେଳେ ୨୭ ତାରିଖ ଅର୍ଥାତ୍ ସୋମବାର ଶପଥ ଗ୍ରହଣ ଉତ୍ସବ ହେବାର ସମ୍ଭାବନା ରହିଛି । ଏପଟେ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ନବୀନ ତାଙ୍କ ପଂଚମ ଇନିଂସରେ କେତେ ପୁରୁଣା, କେତେ ନୂଆ ମୁହଁ ଓ କେତେ […]
ବିଷମ କଟକ : ଅାସନ୍ତାକାଲି ଠାରୁ ମାଓବାଦୀଙ୍କ ସହିଦ୍ ସପ୍ତାହ ପାଳନ ହେବାକୁ ଥିବାବେଳେ ବିଷମ କଟକ କୁର୍ଲା ପଞ୍ଚାୟତ ଅଫିସ୍ ସମ୍ମୁଖରେ ଅାଜି ଦେଖିବାକୁ ମିଳିଛି ମାଓ ବ୍ୟାନର ଓ ପୋଷ୍ଟର। ଗତକାଲି ରାତିରେ ମାଓବାଦୀମାନେ ଏହି ପୋଷ୍ଟର ମାରିଥିବା ଜଣାପଡ଼ିଛି। ମାଓ ସଂଗଠନ ବଂଶଧାରା ଘୁମୁଷର ନାଗାବଳୀ ଡ଼ିଭିଜନ ପକ୍ଷରୁ ଜାରି କରାଯାଇଥିବା ଏହି ବ୍ୟାନର ଓ ପୋଷ୍ଟରରେ ସହିଦ୍ ହୋଇଥିବା ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଯିବା ସହ ଅାସନ୍ତାକାଲି ଠାରୁ ଅଗଷ୍ଟ ୩ ତାରିଖ […]
ଭୁବନେଶ୍ୱର: ସାରା ଦେଶରେ ମୋଦି ଲହର ବିଜେପିକୁ ଅଭୂତପୂର୍ବ ସଫଳତା ଦେଇଥିବା ବେଳେ ଓଡ଼ିଶା ବିଧାନସଭା କ୍ଷେତ୍ରରେ କିନ୍ତୁ ସେପରି ହେଲାନି। ମିଶନ ୧୨୦ ଲକ୍ଷ୍ୟରେ ଲଢୁଥିବା ରାଜ୍ୟ ବିଜେପି ମାତ୍ର ୨୩ ଆସନରେ ସୀମିତ ରହିଲା । ତେବେ ଲୋକସଭା କ୍ଷେତ୍ରରୁ କିନ୍ତୁ ଦଳ ଅପେକ୍ଷାକୃତ ପ୍ରଦର୍ଶନ ଭଲ କଲା। କଂଗ୍ରେସର ଭୋଟ୍ ହାର ଉଭୟ ଲୋକସଭା ଓ ବିଧାନସଭାରେ କମିଥିବା ବେଳେ ଏହାର ଫାଇଦା ଗଲା ବିଜେପିକୁ। ବିଜେଡିର ଭୋଟ୍ ହାର କେବଳ ବିଧାନସଭା […]
ଭୁବନେଶ୍ୱର: ଓଡ଼ିଶାରେ ଲୁହାପଥର ଓ କୋଇଲା ଦରକୁ ନେଇ ଶିଳ୍ପପତି ନବୀନ ଜିନ୍ଦଲ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶ୍ୱରେ ଲୁହାପଥର ଦର କମୁଥିବା ବେଳେ ଓଡିଶାରେ ବଢୁଛି ବୋଲି କହିଛନ୍ତି ନବୀନ ଜିନ୍ଦଲ। ଆଜି ସେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ନେଇ ଆଲୋଚନା କରିଛନ୍ତି। ନବୀନ କହିଛନ୍ତି, ରାଜ୍ୟରେ ପରିବହନକାରୀ ଦର ବଢାଇ ଚାଲିଛନ୍ତି। ସାରା ଦୁନିଆରେ ସବୁଠାରୁ ଅଧିକ ଦରରେ କୋଇଲା ଓଡିଶାରୁ କିଣା ଯାଉଛି। କୋଇଲା ବି ଉତ୍ପାଦନରେ ପ୍ରମୁଖ […]