• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

badhibabojet
୧୦ ପ୍ରତିଶତ ବଢ଼ିପାରେ ପୂର୍ଣ୍ଣାଙ୍ଗ ବଜେଟ୍, ତାଳ ଦେଇ ଋଣଭାର ବି ବଢ଼ିବା

ଭୁବନେଶ୍ୱର: ବଢିବ ବଜେଟର ଆକାର। ଆଉ ତାକୁ ତାଳ ଦେଇ ବଢିବ ଘରୋଇ କ୍ଷେତ୍ରରୁ ଅଧିକ ଋଣ ଆଣିବାର ପ୍ରକ୍ରିୟା। ୨୮ରେ ନୂଆ ଅର୍ଥମନ୍ତ୍ରୀ ଆଗତ କରିବାକୁ ଥିବା ପୂର୍ଣାଙ୍ଗ ବଜେଟର ରୂପରେଖ ନେଇ ଆଜି ଆଲୋଚନା ବେଳେ ସାମ୍ନାକୁ ଆସିଛ ଏଭଳି ଆଶଙ୍କା । ତେଣୁ ଗୁଣାତ୍ମକ ଉପାୟରେ ଖର୍ଚ୍ଚ କରିବା ପାଇଁ ମତ ଦେଇଛନ୍ତି ଆର୍ଥିକ ବିଷାରଦ। ତେବେ ରାଜସ୍ୱ ଆଦାୟ ଗତବର୍ଷ ତୁଳନାରେ ବଢିଥିବାରୁ ମୋଟାମୋଟି ଗତ ବଜେଟଠାରୁ ଏଥର ପୂର୍ଣାଙ୍ଗ ବଜେଟର […]

vlcsnap-error734
ପେଟ୍ରୋଲ ପମ୍ପରେ ଠକେଇ; ମାଗିଲେ ୧ ଲିଟର, ମିଳିଲା ୬୦୦ ମିଲିଲିଟର

ଜଳେଶ୍ୱର: ବାଲେଶ୍ୱର ଜଳେଶ୍ୱର ବ୍ଲକ୍‌ ନୂଅାବଜାର ସ୍ଥିତ ଦେବୀ ପେଟ୍ରୋଲ ପମ୍ପରେ ମାପକୁ ନେଇ ଠକେଇ ଅଭିଯୋଗ। ପେଟ୍ରେଲ ପମ୍ପରେ ୧ ଲିଟର ବଦଳରେ ୬ଶହ ମିଲିଲିଟର ପେଟ୍ରୋଲ ମିଳିଥିବା ଅଭିଯୋଗ ହୋଇଥିଲା। ଖବର ମୁତାବକ, ଜଣେ ଯୁବକ ପେଟ୍ରୋଲ ପମ୍ପ ଯାଇ ଏକ ଲିଟର ତେଲ ମାଗିଥିଲେ । କିନ୍ତୁ ତେଲ ମାପିବାରୁ ୬୦୦ ମିଲିଲିଟର ହେବାରୁ ସେ ଏହାର ପ୍ରତିବାଦ କରିଥିଲେ।  ଘଟଣାକୁ ନେଇ ପ୍ରତିବାଦ କରି ସ୍ଥାନୀୟ ଲୋକେ ପେଟ୍ରୋଲ ପମ୍ପ ଅାଗରେ […]

  • Monday, 19 July 2021
vlcsnap-error808
ବାରିପଦା ସଦର ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ମାଡ଼, ଭାଇରାଲ ହେଲା ଭିଡିଓ

ବାରିପଦା: ବାରିପଦା ସଦର ବ୍ଲକ୍‌ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ୍‌ଙ୍କୁ ମାଡ଼ ପରେ ଭାଇରାଲ ହୋଇଛି ଏହାର ଭିଡିଓ। ବ୍ଲକ୍‌ ଅଧ୍ୟକ୍ଷା ଏକ ନାବାଳିକା ଅପହରଣ ମାମଲାର ରଫାଦଫା ଲାଗି ନୂଅାଡ଼ିହି ଗାଁକୁ ଯାଇଥିବା ବେଳେ ମହିଳାମାନେ ତାଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଗତ ଗୁରୁବାର ଶଙ୍ଖାଭଂଗା ପଂଚାୟତର ନୂଅାଡିହି ଗାଁରେ ଘଟିଛି ଏହି ଘଟଣା। ମହିଳାଙ୍କ ସହ ଗ୍ରାମବାସୀ ମଧ୍ୟ ଏହି ଘଟଣାରେ ଅଧ୍ୟକ୍ଷାଙ୍କୁ ହଲାପଟା କରିଥିଲେ। ଅଧ୍ୟକ୍ଷା ମଧ୍ୟ ଅାକ୍ରମଣକାରୀ ମହିଳାଙ୍କୁ ପ୍ରତି ଅାକ୍ରମଣ କରିଥିବା […]

  • Monday, 19 July 2021
467
ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ:ସ୍ନାନବେଦୀରେ ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂରତୀ। ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଛି। ଏଥିସହ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି। ମଙ୍ଗଳବାର ମହାପ୍ରଭୁ ଅଣସରରେ ରହିବା ସହ ପଟି ଦିଅଁ ଭାବେ ଭକ୍ତଙ୍କୁ ଦର୍ଶନ ଦେବେ। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁଙ୍କୁ  ଧାଡ଼ି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିରାଜମାନ କରିଥିଲେ। ଶ୍ରୀମନ୍ଦିର […]

strike
ବିଧାୟକ ବୁଝାଇବା ପରେ ଶାନ୍ତ ପଡିଲା ପରିସ୍ଥିତି

ନବରଙ୍ଗପୁର: ନବରଙ୍ଗପୁର କୋଡ଼ିଙ୍ଗା ଥାନାରେ ପୋଲିସ ମାଡ଼ରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ ଘଟଣାର ସ୍ଥାୟୀ ସମାଧାନ ହୋଇଛି। ସ୍ଥାନୀୟ ତହସିଲଦାର ଓ ଡାବୁଗାଁ ବିଧାୟକ ମନୋହର ରନ୍ଦାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଛି । ମୃତକଙ୍କ ପରିବାର ଲୋକେ ଶବକୁ ଗ୍ରହଣ କରିବା ସହ ଅନ୍ତିମ ସଂସ୍କାର କରିଛନ୍ତି ।ମୃତକଙ୍କ ପରିବାର ଲୋକଙ୍କୁ ଆବାସ […]

11-A
କିଛି ଦିନର ପ୍ରବଳ ଗରମ ଓ ଗୁଳିଗୁଳି ପରେ ଆସ୍ୱସ୍ତ ହେଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକ୍ ମୈାସୁମୀ ବର୍ଷା କିଛି ଦିନର ପ୍ରବଳ ଗରମ ଓ ଗୁଳିଗୁଳି ପରେ ଗତକାଲି ସଂଧ୍ୟାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିଛି । ଫଳରେ ତାପମାତ୍ରାରେ ପରିବର୍ତ୍ତନ ଘଟିଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାକୁ ଆହୁରି ୭ ଦିନ ଲାଗିବ ଅର୍ଥାତ୍ ୨୩ ତାରିଖ ବେଳକୁ ରାଜ୍ୟକୁ ମୌସୁମୀ ପ୍ରବେଶ କରିପାରେ। ମୌସୁମୀ ଆସିବା […]

patkura
ତାରିଖ ଘୋଷଣା ହୋଇନଥିଲେ ବି ସବୁ ଶିବିର ଚଳଚଞ୍ଚଳ

ଭୁବନେଶ୍ୱର: ପୁଣି ଏକ ହାଇ ଭୋଲଟେଜ୍ ଟକ୍କର ଅପେକ୍ଷାରେ କେନ୍ଦ୍ରାପଡ଼ା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ। ଭୋଟ ତାରିଖ ଘୋଷଣା ହୋଇନଥିଲେ ବି କମର କଷିବାକୁ କୌଶଳ ଆରମ୍ଭ କରିଦେଇଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ବିଜେପି। ବିଜୟଙ୍କ ପତିଆରା ଓ ନବୀନଙ୍କ ଲୋକପ୍ରିୟତା ମଧ୍ୟରେ ଏଠି ଲଢେଇ ହେବ ବୋଲି କୁହାଯାଉଥିବାବେଳେ ପାଟକୁରାବାସୀ କାହାକୁ ଭରସା କରିବେ ତାକୁ ଅପେକ୍ଷା। ସେପଟେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଯାଇ ବଳଦେବଜୀଉଙ୍କୁ ଦର୍ଶନ କରି ପାଟକୁରା ନିର୍ବାଚନର ବିଗୁଲ୍ […]

Debasnana-Purnima
ରାତି ପାହିଲେ ଗାଧେଇବେ କାଳିଆ ହାତୀ

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିରାଜିବେ ଚତୁର୍ଦ୍ଧାମୂରତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତିବେଶରେ ଦର୍ଶନ ଦେବେ। ଏହି ଦୁର୍ଲଭ ନୀତି ଓ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଭକ୍ତଙ୍କ ସୁଅ। ରଥଯାତ୍ରାର ଅୟମାରମ୍ଭ ଭାବେ ପରିଚିତ ସ୍ନାନଯାତ୍ରା ପାଇଁ ହୋଇଛି ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା । ସାରା ସହରରେ ମୁତୟନ ହେବେ ୪୨ ପ୍ଲାଟୁନ୍ ଫୋର୍ସ। ଭକ୍ତିମୟ ହେଲାଣି ଶ୍ରୀକ୍ଷେତ୍ର। ଲୋକାରଣ୍ୟ ହେଉଛି […]

electricity
ଫୋନି ପ୍ରଭାବିତ ଅଞ୍ଚଳରୁ କେବେ ଘୁଞ୍ଚିବ ବିଜୁଳି ଦୁଃଖ, ଆଜି ବି ଅନ୍ଧାରରେ ପୁରୀ ଜିଲ୍ଲାର ଶତାଧିକ ଗାଁ

ଭୁବନେଶ୍ୱର:  ଫୋନି ପ୍ରଭାବିତ ଅଞ୍ଚଳରୁ କେବେ ଘୁଞ୍ଚିବ ବିଜୁଳି ଦୁଃଖ? ବାତ୍ୟାକୁ ଦେଢ଼ମାସ ପୂରିବାକୁ ଯାଉଥିବା ବେଳେ ଏ ପ୍ରଶ୍ନର ଉତ୍ତର ଯେମିତି କାହା ପାଖରେ ନାହିଁ । ଆଜି ବି ପୁରୀ ଜିଲ୍ଲାର ଶତାଧିକ ଗାଁରେ ଅନ୍ଧାର ଆଉ ଗରମ ଗୁଳୁଗୁଳିରେ ଷଢୁଛନ୍ତି ଲକ୍ଷ ଲକ୍ଷ ବିପନ୍ନ । ବାତ୍ୟାମାଡ଼ୁଆ ଥୁଣ୍ଟା ଗଛସବୁ ଶାଖା ମେଲିଲେଣି। ପତ୍ର ଆସିଲାଣି। ଧିରେ ଧିରେ ଭାଙ୍ଗିପଡ଼ିଥିବା ଗୋସେଁବାପ ଅମଳର ଘର ପାଖରେ ମୁଣ୍ଡ ଗୁଞ୍ଜିବାକୁ ପଲିଥିନ୍ ଘେରା ଘର […]

ips-515x430
IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ବଦଳିଲେ ଟ୍ୱିନ୍‌ସିଟି ପୋଲିସ୍ କମିଶନର। ୱାଇ.ବି. ଖୁରାନିଅାଙ୍କ ବଦଳରେ ସତ୍ୟଜିତ୍ ମହାନ୍ତି ହୋଇଛନ୍ତି ନୂଅା ପୋଲିସ୍ କମିଶନର। ଅାଇପିଏସ୍ ସ୍ତରରେ ରାଜ୍ୟ ସରକାର କରିଥିବା ଅଦଳବଦଳରେ ୱାଇ.ବି. ଖୁରାନିଅାଙ୍କୁ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଅାଯାଇଛି। ସେହିପରି ସଂଜୀବ ପଣ୍ଡାଙ୍କୁ ପରିବହନ କମିଶନର ଦାୟିତ୍ୱ ମିଳିଛି। ଅାଇଜି ଅାଇନ୍ ଶୃଙ୍ଖଳା ଦାୟିତ୍ୱରେ ଥିବା ଅମିତାଭ ଠାକୁରଙ୍କୁ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ୍ ଅାଇଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଅାଯାଇଛି। ସେହିପରି ଏସ୍‌ପି ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି। […]

  • Monday, 19 July 2021
1
ହାଜତ ମୃତ୍ୟୁ ଘଟଣା,  ତଦନ୍ତ ପାଇଁ ଗଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି

ଭୁବନେଶ୍ୱର: ପୁଣି ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗା ନବରଙ୍ଗପୁର ପୋଲିସ ହେପାଜତରେ ଜଣେ ଅଭିଯୁକ୍ତର ରହସ୍ୟଜନକ ମୃତ୍ୟୁ ପରେ ଏଭଳି ଅଭିଯୋଗ ଆସିଛି । କେବଳ ଏତିକି ନୁହେଁ, ପୋଲିସ ଘଟଣାକୁ ଘଣ୍ଟ ଘୋଡାଇବା ସହ ମୃତଦେହକୁ ହସ୍ତାନ୍ତର କରୁ ନ ଥିବା ମଧ୍ୟ ସଂଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଯାହାକୁ ନେଇ ଆଜି ଦିନ ତମାମ ଥାନା ପରିସରରେ ତୁମୁଳକାଣ୍ଡ ଦେଖିବାକୁ ମିଳିଥିବା ବେଳେ ମୃତଦେହ ହସ୍ତାନ୍ତର କରାଯାଇ ନ ଥିବାରୁ ଚାପା […]

vlcsnap-error220
ବାପାକୁ କାଠ ଫାଳିଆରେ ବାଡେଇ ମାରିଲା ପୁଅ

ମୟୁରଭଞ୍ଜ: କାଠ ଫାଳିଆରେ ବାପାକୁ ବାଡେଇ ବାଡେଇ ମାରିଲା ପୁଅ। ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ୭ ନମ୍ବର ଓ୍ୱାର୍ଡ ନାଗବଣୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କହଳକୁ କେନ୍ଦ୍ର କରି ବାପା କ୍ଷୀରକୁ ପୁଅ ସତ୍ୟବାନ ଏକ କାଠ ଫାଳିଆରେ ମାରିଥିଲା। ଗୁରୁତର ଅବସ୍ଥାରେ ବାପାକୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଘଟଣା ପରେ ପୁଅକୁ ଗ୍ରାମବାସୀମାନେ କାବୁ କରି ନେଇ ଏକ ଗଛରେ […]

  • Monday, 19 July 2021
indira
ଇନ୍ଦିରା ଆବାସ ଘର ଦେବା ପାଇଁ ମଗାଯାଉଛି ୨୦ ହଜାର ଟଙ୍କା

ଢେଙ୍କାନାଳ: ପଇସା ଦିଅ, ଘର ନିଅ। ପଇସା ନାହିଁ ତ ଘର ବି ନାହିଁ। ଇନ୍ଦିରା ଆବାସ ଘର ଦେବା ପାଇଁ ମଗାଯାଉଛି ୨୦ ହଜାର ଲେଖାଏଁ ଟଙ୍କା। ଏଭଳି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ସଦର ବ୍ଲକ ଚଷାପଡ଼ା ଗାଁ’ର ଲୋକେ। ଗାଁର କିଛି ଲୋକ ପଇସା ଦେଇ ନପାରିବାରୁ ଯୋଜନାରୁ ବାଦ୍ ପଡ଼ିଥିବା ଅଭିଯୋଗ କରିଛନ୍ତି। ଅପର୍ତ୍ତୀ ସାହୁ, ଘର ଢେଙ୍କାନାଳ ଚଷାପଡ଼ା ଗାଁରେ। ୬ ପ୍ରାଣୀଙ୍କୁ ନେଇ ଅପର୍ତ୍ତୀଙ୍କ ସଂସାର। ହେଲେ ତାଙ୍କ ଘରର […]

  • Monday, 19 July 2021
fac
ଋଣ ଭାର ସହି ନ ପାରି ଛତୁ ଚାଷୀଙ୍କ ଆତ୍ମହତ୍ୟା

ସୋର: ଋଣ ଭାର ସହି ନ ପାରି ଜଣେ ଛତୁ ଚାଷୀ ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନୂଆପୁରରୁ। ଏହି ଗାଁର ଗୟାଧର ଜେନାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଛତୁ ଚାଷ କରିବା ପାଇଁ ଗୟାଧର ସୋରରେ ଥିବା ଉତ୍ତରେଶ୍ୱର ସେବା ସମବାୟ ସମିତିରୁ ଲକ୍ଷେ ଟଙ୍କା ଓ ହାତ ଉଧାରି ଲକ୍ଷେ ଟଙ୍କା କରଜ କରିଥିଲେ । କିନ୍ତୁ ଚତୁ ଚାଷରୁ ଆଶାନୁରୂପ ରୋଜଗାର ହୋଇ ନ ଥିଲା […]

pf
ପୋଲିସ ହେପାଜତରେ ଥିବା ଅଭିଯୁକ୍ତର ମୃତ୍ୟୁ,  ଥାନାରେ ଗାଁଲୋକଙ୍କ ଲଙ୍କାକାଣ୍ଡ

ନବରଙ୍ଗପୁର: ଅଭିଯୁକ୍ତକୁ ଉଠାଇ ନେଇ ପୁଲିସ୍‌ ମାରି ଦେଇଥିବା ଅଭିଯୋଗରେ ଗାଁ ଲୋକେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନାରେ ଭଙ୍ଗାରୁଜା କରିଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ୍‌ ଲାଠିଚାର୍ଜ କରିବା ସହ ଗାଁରେ ଫ୍ଲାଗମାର୍ଚ୍ଚ କରିଛି। ଗତକାଲି ଖୁଟିଗୁଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ବଡ଼ପଞ୍ଜୁରିଆ ଗାଁର କମଳୁ ହରିଜନ ଓ ଖୁଟୁଗାଁର ଗୋବର୍ଦ୍ଧନ ବିନ୍ଧାଣୀଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ବିଳମ୍ବିତ ରାତିରେ ପୁଲିସ୍‌ ଆସି ଗୋବର୍ଦ୍ଧନଙ୍କ ସ୍ତ୍ରୀ ଓ ଝିଅଙ୍କୁ ନେଇ […]

r5
ଶ୍ୱଶୁର ଘରେ ଜ୍ୱାଇଁ ମୃତ

ସୋର: ଶ୍ୱଶୁର ଘରେ ଜ୍ୱାଇଁର ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ସୋର ମୁନିସିପାଲଟି ମୁଲେଶ୍ୱର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ସୁଦାମ ସାହୁ ତାଙ୍କ ଶ୍ୱଶୁର ଘର ମେଣ୍ଢାଗଡ଼ଇକୁ ୧୫ ଦିନ ହେଲା ପରିବାର ସହ ଯାଇଥିଲେ । ଗତକାଲି ରାତିରେ ସେ ହଠାତ୍ ବିଷ ପିଇଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ତେବେ ବିଷ ପିଇବାର କାରଣ ଏଯାଏଁ ଜଣାପଡି ନ ଥିଲାବେଳେ ସୋର ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି […]

t6
ଟ୍ରେନ ବଗିରୁ ମିଳିଲା ମୃତେଦହ

ରାଉରକେଲା: ଟାଟା ପାସେଞ୍ଜର ଟ୍ରେନର ଏକ ବଗିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଉରକେଲା ଷ୍ଟେସନ ନିକଟରୁ ରେଲେୱେ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ନାକ ଏବଂ ପାଟିରୁ ରକ୍ତ ବାହାରୁଥିବା ବେଳେ ଏକ ବର୍ଥରେ ତାଙ୍କ ମୃତଦେହ ଘୋଡା ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । […]

2
ପାଟକୁରା ଓ ବିଜେପୁର ବାଇ ଇଲେକ୍ସନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ

ଭୁବନେଶ୍ୱର: ପାଟକୁରା ଓ ବିଜେପୁର ଉପନିର୍ବାଚନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ସୀମା  ୫୦ ପ୍ରତିଶତ ଭିତରେ ରଖି ଏଥର ନିର୍ବାଚନ କରିବେ ରାଜ୍ୟ ନିର୍ବାଚନ କମିଶନ । ତେଣୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସମ୍ପର୍କିତ କସରତ ସାରି  ତୁରନ୍ତ ତଥ୍ୟ ଦେବାକୁ କମିଶନ୍ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବକୁ ବିଧାନସଭାରେ ପାରିତ କରିବାକୁ  ଥିବାରୁ ଏନେଇ ଏବେ ମୁହଁ ଖୋଲୁନି ନଗର […]

4
ବଢୁଛି ବୟସ୍କଙ୍କୁ ଉତ୍ପୀଡ଼ନ: ହତାଦର କରୁଥିବା ପୁଅବୋହୂଙ୍କ ବିରୋଧରେ ଦଣ୍ଡବିଧାନ ଲାଗି ଜିଲ୍ଲାପାଳମାନଙ୍କୁ ଚିଠି

ଭୁବନେଶ୍ୱର: ଈଶ୍ୱରଙ୍କ ଅଦ୍ୱିତୀୟ ରୂପ ପିତାମାତା ।  ଯିଏ ଜନ୍ମଦାନଠୁ ଆରମ୍ଭ କରି ନିଜ ସନ୍ତାନଙ୍କୁ ଦୁନିଆକୁ ଚିହ୍ନାଇବାର ପଣ କରିଥାନ୍ତି। ସେହି ପିତାମାତା ଆଜି ଅବହେଳିତ। କିନ୍ତୁ ଏଣିକି ସେମାନଙ୍କୁ ହତାଦର କଲେ ମିଳିବ ଦଣ୍ଡ। ସେ ପୁଅ ହେଉ କିମ୍ବା ଝିଅ ଅଥବା ବୋହୂ । ଜେଲଦଣ୍ଡ ଭୋଗିବାର ମଧ୍ୟ ସମ୍ଭାବନା ରହିଛି। ବାପା, ମା’ଙ୍କ ସୁରକ୍ଷା ପାଇଁ ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଏଭଳି ଆଇନ ଆଣିବାକୁ ଯାଉଥିବା ଦେଖି ରାଜ୍ୟ […]

8
ଲାଞ୍ଚ ନେଉଥିବା ଘଟଣାରେ ଫେକ୍‌ ଭିଡିଓ କରି ଫସିଗଲେ  

କଣ୍ଟାବାଞ୍ଜି:  ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧ୍ୟକ୍ଷା ଅନୁ ଭୂଏଙ୍କ ନାଁରେ ମିଥ୍ୟା ଭିଡିଓ ଭାଇରାଲ କରିବା ଅଭିଯୋଗରେ ବିଜେଡି ନେତା ଅଜୟ ଦାସ ଓ ସୀମାନିବାହାଲର ହୁଲେଶ୍ୱର ହଂସଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି  ଥାନାରେ ମାମଲା ରୁଜୁ ହୋଇଛି । ବ୍ଲକ ଅଧ୍ୟକ୍ଷା ଲାଞ୍ଚ ଓ ପିସି ନେଉଥିବା ନେଇ ଅଜୟ ଏବଂ ହୁଲେଶ୍ୱର ଗୋଟିଏ ଫେକ୍ ଭିଡିଓ ତିଆରି କରିଥିଲେ। ସେ ଜଣେ ଆଦିବାସୀ […]

2
ହାତୀ ମୁଣ୍ଡ ନେଲା, ବନ ବିଭାଗ ଅଧିକାରୀ ମାଡ଼ ଖାଇଲେ

ଆଠଗଡ଼: ଆଠଗଡ଼ରେ ହାତୀ-ମଣିଷ ସଂଘର୍ଷ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବନ ବିଭାଗ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ କରିଛନ୍ତି। ଆଠଗଡ଼ ବନଖଣ୍ଡର ତିଗିରିଆ ବନାଞ୍ଚଳ ହରିଡ଼ାପସିଠାରେ ଘଟିଛି ଏହି ଅଘଟଣ। ଶରତ ବେହେରା ନାମକ ଜଣେ ବ୍ୟକ୍ତି ଆଜି ଭୋରରୁ ଶୌଚ ହେବାକୁ ଯାଉଥିବା ବେଳେ ହାତୀଙ୍କ ହାବୁଡ଼ରେ ପଡ଼ିଥିଲେ । ହାତୀ ଶରତଙ୍କୁ ଦଳି ମାରିଦେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳକୁ ଯାଇଥିବା ବନ […]

vp
୧୬ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆସନ୍ତା ଅଗଷ୍ଟ ୧୬ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏମ୍‌ସର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ଗାର୍ଡ ଅଫ ଅନର୍‌ ଦିଆଯିବ। ସେଠାରୁ ସେ ସିଧା ଏମ୍‌ସ ଅଭିମୁଖେ ଯିବେ।    

  • Monday, 19 July 2021
deat
ପୋଖରୀରେ ବୁଡ଼ିଗଲେ ଝାଡଖଣ୍ଡି ଯୁବକ  

ବେଲପାହାଡ଼: ବେଲପାହାଡ଼ ପୌରାଞ୍ଚଳ କଦଳୀପିଟା ଗାଁ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଝାଡ଼ଖଣ୍ଡର ମହମ୍ମଦ ରସିଦ । ସେ ବେଲପାହାଡ଼ସ୍ଥିତ ନିଜ ଭିଣୋଇଙ୍କ ଘରକୁ ଆସିଥିଲେ । ଗାଧୋଇବା ଲାଗି ପୋଖରୀକୁ ଯାଇଥିବା ବେଳେ  ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ । ଗ୍ରାମବାସୀ ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ […]

Police-seize-a-desi-gun-factory-in-Kandhamal-750x420
ଦେଶୀ ବନ୍ଧୁକ କାରଖାନା ଠାବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଦଣ୍ଡିମା ଗାଁ ପାଖ ଜଙ୍ଗଲରେ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ଜଙ୍ଗଲ ଭିତରେ ଦେଶୀ ବନ୍ଧୁକ କାରଖାନା ଚାଲୁଥିବା ଖବର ପାଇ ପୋଲିସ ଆଜି ସକାଳେ ଚଢ଼ାଉ କରିଥିଲା। ଚଢ଼ାଉବେଳେ ୨ଟି ବନ୍ଧୁକ ସହ ବହୁ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଓ ଯନ୍ତ୍ରାଂଶ ଜବତ କରିଛି ପୋଲିସ। ଏଥିରେ ସଂପୃକ୍ତ ଥିବା ଶ୍ରାନିକେତା ଗାଁର ଅଭିଯୁକ୍ତ କୁନା ପ୍ରଧାନକୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ […]

Capture
ଜେଲ୍‌ରୁ କଏଦୀ ଚମ୍ପଟ୍‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍‌ରୁ ଜଣେ କଏଦୀ ଚମ୍ପଟ୍‌ ମାରିଛନ୍ତି। ଜେଲ୍‌ ପରିସରରେ ଥିବା ବଗିଚାରେ କାମ କରୁଥିବା ବେଳେ ସେ ଖସି ପଳାଇ ଯାଇଛନ୍ତି। ତାଙ୍କ ନାଁ ଭବସାଗର ଶବର (୪୦)। ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ ନାରୀ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିଲେ। ଅନ୍ୟପକ୍ଷରେ, ଫେରାର କଏଦୀକୁ ଧରିବାକୁ ପୁଲିସ୍‌ ତନାଘନା ଚଳାଇଛି

  • Monday, 19 July 2021