ଭୁବନେଶ୍ୱର: ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ବିଜେପି ଟାର୍ଗେଟ୍ କରିଛି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,“ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର କହି ସାଂସଦ ରବୀନ୍ଦ୍ର ଜେନା ବାଲେଶ୍ୱରରେ ହୋର୍ଡିଂ ମାରିଛନ୍ତି। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲାଇ ଅନୁକମ୍ପା ନେବାକୁ ସାଂସଦ ଏପରି କରୁଛନ୍ତି। ସେ ଚିଟ୍ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଥିବା ସହ ସିବିଆଇ ଜେରାର ସାମ୍ନା କରିଥିବା ସାଂସଦ ଏବେ ନିଜର ଭାବମୂର୍ତ୍ତି ତିଆରି ପାଇଁ ମିଛ ପ୍ରଚାର […]
ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କୁ ଆମିକସ୍ କ୍ୟୁରି ରଞ୍ଜିତ କୁମାର ନିଜ ରିପୋର୍ଟ ପ୍ରଦାନ କରିଛନ୍ତି। ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ନିଜ ମତ ରଖିବା ଲାଗି କୋର୍ଟ ସବୁ ପକ୍ଷଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି। ତେବେ ଏପ୍ରିଲ ୨ ସୁଦ୍ଧା ନିଜ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଏହି ମାମଲାରେ ପକ୍ଷଭୁକ୍ତ ହେବାକୁ ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଜଷ୍ଟିସ୍ ଏ. କେ. ସିକ୍ରି, ଜଷ୍ଟିସ୍ […]
ବାଲେଶ୍ୱର(ରଣଜିତ୍ ପାକଳ): ବାଲେଶ୍ୱର ସହରରୁ ଦୁଇଟି ଚମ୍ପା ନାଗ ସାପ ଉଦ୍ଧାର କରାଯାଇଛି। ମିଶନ୍ ଫିଲ୍ଡ ନିକଟରେ ଥିବା ଏକ ହୋଟେଲ ଫାଟକ ପାଖରେ ଗୋଟିଏ ନାଗ ସାପ ବୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ ସେଠାରୁ ୫୦ରୁ ଅଧିକ ଅଣ୍ଡା ସହ ନାଗ ସାପକୁ ଉଦ୍ଧାର କରିଥିଲା। ସେହିପରି ତେଲେଙ୍ଗା ସାହିର ଜଣକ ଘର କବାଟ ପାଖରୁ ଆଉ ଗୋଟିଏ ଚମ୍ପା ନାଗ ସାପ […]
ଭୁବନେଶ୍ୱର : ପ୍ରବଳ ବର୍ଷା ପରେ ତେଲ ନଦୀରେ ହଠାତ୍ ବନ୍ୟା ଅାସିବାରୁ ନଦୀ ମଝିରେ ଥିବା ଏକ ଟାପୁରେ ଫସି ଯାଇଥିବା ୧୭ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ସେମାନଙ୍କ ମଧ୍ୟରେ ବିଦ୍ୟୁତ୍ ବିଭାଗର ୧୩ ଓ ଜଳ ଯୋଗାଣ ବିଭାଗର ୪ ଜଣ କର୍ମଚାରୀ ଅଛନ୍ତି। ବାଞ୍ଜିପଦର ଟାପୁରେ ଥିବା ଏକ ଜଳ ଯୋଗାଣ ପ୍ରକଳ୍ପ କାମ ପାଇଁ ସେମାନେ ଯାଇଥିବାବେଳେ ତେଲ ନଦୀରେ ହଠାତ ବନ୍ୟା ଅାସିବାରୁ ଅାଉ ଫେରିପାରି ନଥିଲେ। […]
ଭୁବନେଶ୍ୱର: ଆଜି ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଜପତି। କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବାଂଲାଦେଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ କାଳବୈଶାଖୀ […]
ପୁରୀ(ମଧୁସୂଦନ ମିଶ୍ର): କେନ୍ଦ୍ରସରକାରଙ୍କ କିଷାନ କ୍ରେଡିଟ୍ କାର୍ଡ ଯୋଜନାରେ ଦେଶର ମତ୍ସ୍ୟଜୀବୀଙ୍କୁ ସାମିଲ କରାଯିବା ସହ ସେମାନଙ୍କ ଆର୍ଥିକ ସ୍ଥିତିର ସୁଧାର ଅଣାଯିବ। ପୁରୀରେ ବିଜେପି ପକ୍ଷରୁ ଆୟୋଜିତ ଭାରତ କେ ମନ କୀ ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଏହି କଥା କହିଛନ୍ତି। ପୁରୀ ପେଣ୍ଠକଟା ଚକ୍ରତୀର୍ଥ ହାଉସ୍ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା କଡ଼ା ସମାଲୋଚନା କରିଥିଲେ। ରାଜ୍ୟରେ […]
ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍କୁ ଗାଧୋଇବାକୁ ଯାଇ ବୁର୍ଲା ମେଡିକାଲ କଲେଜର ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମିତ ସିଂ। ସେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ଥିଲେ। ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ଗତକାଲି ସେ ତାଙ୍କ ସାଙ୍ଗମାନଙ୍କ ସହ ଡ୍ୟାମ୍କୁ ଗାଧୋଇବାକୁ ଯାଇଥିଲେ। ତେବେ କୌଣସି କାରଣରୁ ସେ ବୁଡ଼ି ଯାଇଥିଲେ। ତାଙ୍କ ସାଙ୍ଗମାନେ ସୁମିତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ସଫଳ ହୋଇପାରି ନଥିଲେ। […]
କଟକ: କେଉଁଠି କାନ୍ଥରୁ ସିମେଣ୍ଟ ଖସିପଡ଼ିଲାଣି ତ କେଉଁଠି ଛାତ ଦୁର୍ବଳ ହୋଇଗଲାଣି। ଏମିତି ଅବହେଳିତ ଅବସ୍ଥାରେ ଐତିହ୍ୟର ସ୍ମାରକୀ ଭାବେ ପରିଚିତ କଟକ ଦରଘାବଜାର ଅଞ୍ଚଳରେ ଥିବା ପୁରୁଣା ଜେଲ୍ର ସ୍ଥିତି। ଦେଶର ସ୍ୱାଧୀନତା ପାଇଁ ଆନ୍ଦୋଳନ କରି ଓଡିଶାର ବରପୁତ୍ରମାନେ ଏଠାରେ କାଟିଥିଲେ ବନ୍ଦୀ ଜୀବନ। ସଂଗ୍ରାମର ଜୀବନ୍ତ ସ୍ମୃତିକୁ ସାଉଁଟିବା ପାଇଁ ୨୦୧୦ ମସିହାରେ ସରକାର ଏହାକୁ ସ୍ମାରକୀ କରିବା ପାଇଁ ଘୋଷଣା କଲେ। ହେଲେ ରକ୍ଷଣା ବେକ୍ଷଣ ଅଭାବରୁ ଏହା ଏବେ […]
ଭୁବନେଶ୍ୱର: ଆଜି ବଂଶଧାରା ନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲ୍ରେ ଶୁଣାଣି ହେବ। ଏନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ନିଜ ନିଜ ପକ୍ଷ ଟ୍ରିବ୍ୟୁନାଲ୍କୁ ପ୍ରଦାନ କରିଛନ୍ତି। ଉଭୟ ରାଜ୍ୟ ମଧ୍ୟରେ ୨୮ ଜାନୁଆରୀରେ ବୈଠକ ବସିଥିଲା। ପ୍ରସ୍ତାବିତ ଅଞ୍ଚଳକୁ ପରିଦର୍ଶନ କରିବା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଏନେଇ ତଥ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ଏସବୁକୁ ଅନୁଧ୍ୟାନ କରିବା ପରେ ଟ୍ରିବ୍ୟୁନାଲ୍ ଗ୍ରାଉଣ୍ଡର ସ୍ଥିତି, ପ୍ରକଳ୍ପ ଦ୍ୱାରା କ୍ଷୟକ୍ଷତିର ଆକଳନ ଉପରେ […]
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ବର୍ଷା ବିତ୍ପାତ। ଜିଲ୍ଲାରେ ଗତକାଲିଠାରୁ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ସାନ୍ଦୁଲ, ରେତ ଓ ତେଲ ଦନୀ ଫୁଲିଥିବାରୁ ବିଭିନ୍ନ ତଳିଅା ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ସାନ୍ଦୁଲ ନଦୀରେ ଅଧିକ ବର୍ଷା ପ୍ରବାହିତ ହେବାରୁ ରୁପ୍ରା ରୋଡ୍ ଉପରେ ପାଣି ଚାଲୁଛି। ସେହିଭଳି ନାଏକପଡ଼ା ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ରେତ ନଦୀରେ ପାଣି ପଶି ବୋରିଅା, […]
ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶୁଭ ରଣା (୬୫)। ମୃତଦେହ ପାଖରେ କୀଟନାଶ ଔଷଧ ବୋତଲ ପଡ଼ିଥିବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଚଳିତବର୍ଷ ଶୁଭ ନିଜର ଦୁଇ ଏକର ଜମି ଏବଂ ୩ ଏକର ଭାଗ ଜମିରେ ଧାନଚାଷ କରିଥିଲେ। ଏଥିପାଇଁ ସେ ବ୍ୟାଙ୍କରୁ […]
ଭୁବନେଶ୍ୱର : ସମ୍ବଲପୁର ଯାଏ ସଂପ୍ରସାରିତ ହୋଇଛି ଗଣ୍ଡୱାନା ଏକ୍ସପ୍ରେସ୍। ସମ୍ବଲପୁରବାସୀଙ୍କୁ ଏହା କେନ୍ଦ୍ର ସରକାରଙ୍କ ନିର୍ବାଚନୀ ଭେଟି ବୋଲି ଆଲୋଚନା ହେଉଛି। ଝାରସୁଗୁଡ଼ା ରୋଡ୍ ଦେଇ ଗଣ୍ଡଓ୍ୱାନା ଏକ୍ସପ୍ରେସ ସମ୍ବଲପୁର ଆସିବ। ଏନେଇ ଭୁବନେଶ୍ୱରରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଘୋଷଣା କରିଛନ୍ତି। ପୂର୍ବରୁ ଗଣ୍ଡଓ୍ୱାନା ଏକ୍ସପ୍ରେସ୍ ଛତିଶଗଡ଼ର ରାଇଘର ଯାଏ ଆସୁଥିଲା। ଏହାସହ ସମ୍ବଲପୁରରୁ ସାଲିମାର ମଧ୍ୟରେ ଭାୟା ତାଳଚେର ଦେଇ ସପ୍ତାହକୁ ୩ ଦିନ ଚାଲିବ ଆଉ ଗୋଟିଏ ଟ୍ରେନ୍। କିଛି ଏକ୍ସପ୍ରେସ୍ର […]
ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ତିମିରିଆ ଗାଁରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ଗତକାଲି ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। କିଛି ଦୁର୍ବୃତ୍ତ ମଦ୍ୟପାନ କରି ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଥିବା ଲୋକେ କହିଛନ୍ତି। ଏହି ଘଟଣାକୁ ନେଇ ତିମିରିଆ ଗାଁରେ ଉତ୍ତେଜନା ଦେଖାଦେଇଛି। ତେବେ ଏନେଇ ଗାଁ ଲୋକେ ରଣପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଗୋଶାଳାପଦାରେ ଗୁଳି ମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ଯୁବକଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ପୁଲିସ୍ ତଦନ୍ତ ଚଳାଇଛି।
ବଲାଙ୍ଗିର: ବଲାଙ୍ଗିରରେ ପ୍ରବଳ ବର୍ଷାରେ ଧୋଇଗଲା ଆପ୍ରୋଚ୍ ରୋଡ୍। ଏଥି ଯୋଗୁ ବଲାଙ୍ଗିର ଦେଇ ଯାଇଥିବା ଭବାନୀପଟଣା-ରାୟଗଡ଼ା ୪୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତକାଲି ରାତିରୁ ପ୍ରବଳ ବର୍ଷା ଯୋଗୁଁ ପିପଳ ନାଳରେ ବନ୍ୟା ଆସିଥିଲା। ବର୍ଷା ନ କମିବାରୁ ଜଳସ୍ତର ବୃଦ୍ଧି ପାଇଥିଲା ଓ ପ୍ରଖର ସୁଅରେ ସିକେରକୁପାଠାରେ ଏହି ରାସ୍ତା ଧୋଇ ଯାଇଥିଲା। ରାସ୍ତା ଧୋଇଯିବା ପରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଭବାନୀପାଟଣା ଓ ରାୟଗଡ଼ା ମଧ୍ୟରେ ଯୋଗାଯୋଗ […]
ଭୁବନେଶ୍ୱର: ଓଡ଼ିଶାରେ ରେଲୱେର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ବଜେଟ୍ରେ ଯଥେଷ୍ଟ ଅର୍ଥ ପ୍ରଦାନ କରୁଛନ୍ତି। ତେବେ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ପରିମାଣର ଜମି ଯୋଗାଉ ନାହାନ୍ତି। ଭୁବନେଶ୍ୱର ରେଲୱେ ପ୍ରେକ୍ଷାଳୟରେ ଉଭୟ ରେଲୱେ ଏବଂ ସଂଚାର ମନ୍ତ୍ରାଳୟର ବିଭିନ୍ନ ଯାତ୍ରୀ ସେବା ଓ ଜନହିତକର କାର୍ଯ୍ୟର ଉଦଘାଟନ, ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟ ସରକାର ଯେତେଶୀଘ୍ର […]
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତରେ ଥିବା ଆମପାଣି ଘାଟିରେ ଏକ ଚଳନ୍ତା ଟାଟା ମ୍ୟାଜିକ୍ରେ ନିଆଁ ଲାଗି ଯାଇଛି। ତେବେ ଗାଡ଼ିରେ ଥିବା ୧୦ରୁ ଅଧିକ ଯାତ୍ରୀ ଡେଇଁ ପଡ଼ିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଛି। ଗାଡ଼ିଟି ଘାଟି ଚଢ଼ୁଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଗାଡ଼ିଟି କଳାହାଣ୍ଡିରୁ ନବରଙ୍ଗପୁର ଯାଉଥିଲା। କେଉଁ କାରଣରୁ ଗାଡ଼ିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କଇଥାଡ଼ିହରେ ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାବୁନି ଗୋଛାୟତ। ତାଙ୍କ ଘର ନଦୀଗାଁ ପଞ୍ଚାୟତ ପାଟଣା ଗାଁରେ ବୋଲି ଜଣାପଡ଼ିଛି। ସେ ଗାଁର ଗୋଠପଡ଼ିଆ ନିକଟରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ। ସୂଚନା ଅନୁଯାୟୀ ଏହି ଇଟାଭାଟିରେ ୫ ଜଣ ବ୍ୟକ୍ତି କାମ କରୁଥିଲେ। ସମସ୍ତେ ଇଟାଭାଟି ପାଖରେ ଥିବା ଅସ୍ଥାୟୀ ଘରେ ରହୁଥିଲେ। ଗତକାଲି ବିଳମ୍ୱିତ ରାତିରେ […]
ଭୁବନେଶ୍ୱର: ବର୍ଷାରେ ବି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। କାଲି ମହାତ୍ମାଗାନ୍ଧୀ ମାର୍ଗରୁ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପରେଡ୍ ସ୍ଥଳରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ସାଙ୍ଗକୁ ସିସିଟିଭି ସର୍ଭେଲାନ୍ସରେ ପୂରା ମହାତ୍ମାଗାନ୍ଧୀ ମାର୍ଗ। ସୁରକ୍ଷା ପାଇଁ ଏଥର ନିୟୋଜିତ ହେଉଛନ୍ତି ୧୫୦ ଅଫିସର, ୩୦ ପ୍ଲାଟୁନ୍ ପୋର୍ସ। ନିଜେ ପୋଲିସ୍ କମିଶନର ଆଜି ପରେଡ୍ ସ୍ଥଳରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର […]
ଭୁବନେଶ୍ୱର: ଦିନକୁ ଦିନ କାୟା ବିସ୍ତାର କରୁଛି ଡେଙ୍ଗୁ। ବେଳକୁ ବେଳ ଅସମ୍ଭାଳ ହେଉଛି ସ୍ଥିତି। ୪ ଦିନ ତଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ମାତ୍ର ୬, ଏବେ ଏହା ପହଞ୍ଚିଛି ୫୭ରେ। କୋକସରା ବ୍ଲକ୍ର ଲଡୁଗାଁରୁ କ୍ରମେ ଏହି ଭୂତାଣୁ ଆଏଁଲି, ଓଲମା ଓ ଫୁପଗାଁ ଆଦି ଅଞ୍ଚଳକୁ ବ୍ୟାପିଛି। ସ୍ଥିତି ବିଗିଡ଼ିବା ପରେ ଏବେ ଆକ୍ସନ ମୋଡ୍କୁ ଆସିଛି ଜିଲ୍ଲା ପ୍ରଶାସନ। ପ୍ରଭାବିତ ଅଞ୍ଚଳରେ ଜୋରସୋରରେ ଆରମ୍ଭ ହୋଇଛି […]
ଭୁବନେଶ୍ୱର: ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି। ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ହ୍ୟୁମାନଙ୍କ ସହ ଅନ୍ୟ ଦଳର ଆଉ କିଛି କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଏହାଦ୍ୱାରା ଦଳ ଅଧିକ ମଜବୁତ୍ ହେବ ବୋଲି ନବୀନ କହିଛନ୍ତି।
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଆଜି ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସେ ଭୁବନେଶ୍ୱର ରେଳବାଇ ପ୍ରେକ୍ଷାଳୟରେ ବିଏସ୍ଏନଏଲ୍ ଓ ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନଠାରେ ଫୁଟ ଓଭର ବ୍ରିଜ୍ ଓ ଏସ୍କାଲେଟରକୁ ଲୋକାର୍ପଣ କରାଯିବ। ଏଥିସହ ଭୁବନେଶ୍ୱର ରେଳ ଷ୍ଟେସନଠାରେ ନୂତନ ଏସ୍କାଲେଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ କେନ୍ଦ୍ରମନ୍ତ୍ରୀ ଫୁଲବାଣୀ ଓ […]
ଭୁବନେଶ୍ୱର: ସୋଶାଲ୍ ମିଡିଆରେ ବୁଲୁଛି ମାଓବାଦୀଙ୍କ ଯୁଦ୍ଧ କୌଶଳ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଲାଲ ବାହିନୀ ଟ୍ରେନିଂ କ୍ୟାମ୍ପର ଚିତ୍ର ଭାଇରାଲ ହେବାରେ ଲାଗିଛି। ପୁଲିସକୁ ଟକ୍କର ଦେବାକୁ ମାଓ କ୍ୟାମ୍ପରେ କେମିତି ଦିଆଯାଉଛି ଗରିଲା ଯୁଦ୍ଧର ତାଲିମ ଗୋଟି ଗୋଟି ଦୃଶ୍ୟ ରହିଛି ଏ ଭିଡିଓରେ। ଛତିଶଗଡ଼ ସୁକମା ଜିଲ୍ଲା ଦୁର୍ନିପାଲ ଅଞ୍ଚଳରୁ ଏ ଭିଡିଓ ମାଓବାଦୀଙ୍କ ଦ୍ୱାରା ସୋଶାଲ୍ ମିଡିଆରେ ଛଡ଼ାଯାଇଥିବା ଅନୁମାନ କରାଯାଉଛି। ଗତ ୬ ତାରିଖ ଦିନ ଛତିଶଗଡ଼ ପୁଲିସ ଓ […]
ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାର ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଡମ୍ପରକୁ ‘ଡଲଫିନ୍’ ନାମକ ବସ୍ଟି ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରମାନେ ପଶ୍ଚିମବଙ୍ଗର ଟାଳିଗଞ୍ଜ ଅଞ୍ଚଳର ସପନ ଚୌଧୁରୀ, ସିପ୍ରା ଚୌଧୁରୀ, ଏମ.ଡି କାମୁଏଲ, ଶ୍ୟାମ […]
ଭୁବନେଶ୍ୱର: ଗତକାଲି ଡ୍ରେନ୍ରେ ଭାସିଯାଇ ଜଣଙ୍ଗର ମୃତ୍ୟୁହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା। ବର୍ଷା ବେଳେ ଡ୍ରେନ୍ ନିକଟକୁ ନଯାଇ, ନିଜେ ସଚେତନ ରହିବା ପାଇଁ ଦେଇଛନ୍ତି ପରାମର୍ଶ। ଏପଟେ ଜୀବନ ଯିବା ପରେ ଆରମ୍ଭ ହୋଇଛି ସରକାରୀ ତତ୍ପରତା। ପ୍ରଶାସନର ଅପାରଗତା ଯୋଗୁ ସୋମବାର ଗଙ୍ଗନଗର ଅଞ୍ଚଳରେ ହରିହର ପଟ୍ଟନାୟକ ଡ୍ରେନ୍ରେ ଭାସି ପ୍ରାଣ ହରାଇଲେ। ଡ୍ରେନ୍କୁ ବ୍ୟାରିକେଡିଂ କରାଯିବା ସହ ସତର୍କ ସୂଚନା ଫଳକ ଲଗାଯାଇଛି। ବର୍ଷ ତମାମ୍ […]