କଟକ: କଟକ ଆଠଗଡ଼ କନ୍ଦରପୁର ଗାଁରେ ବାର୍ହା ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳୁ କିଛି ଲୋକ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ବାର୍ହା ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲା। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ବାର୍ହାଟି ଏବେ ବି ଗାଁରେ ବୁଲୁଥିବାରୁ ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ବଢ଼ିପାରେ। ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ରାଜ୍ୟରେ ଗରମ ଅନୁଭୂତ ହେବ। ଆସନ୍ତାକାଲିଠୁ ଧୀରେ ଧୀରେ ତାପମାତ୍ରା ବଢ଼ି ୧୫ ତାରିଖ ସୁଦ୍ଧା ଏହା ୫ରୁ ୬ ଡିଗ୍ରୀ ବୃଦ୍ଧି ପାଇବ। ବର୍ତ୍ତମାନ ବାୟୁ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ଆଡ଼କୁ ପ୍ରବାହିତ ହେଉଛି। ଏହାପରେ ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ। […]
କୋଣାର୍କ: ଶୌଚ ପାଇଁ ଯାଇଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ କୋଣାର୍କ-ପୁରୀ ଜାତୀୟ ରାଜପଥର ଏଫସିଆଇ ଛକର ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁଯାଇ, କୋଣାର୍କ ରାମଚଣ୍ଡୀ ଥାନା ଅନ୍ତର୍ଗତ ବଡଗାଁର ହୃଷୀକେଶ ଛୋଟରାୟ ଆଜି ଭୋର୍ ୪ଟାରେ ଶୌଚ ପାଇଁ ଘର ବାହାରକୁ ଯାଇଥିଲେ। ସେହି ସମୟରେ ହୃଷୀକେଶ ତାଙ୍କ ଘର ସାମ୍ନାରେ ଛିଡ଼ି ପଡିଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ […]
ଖୋର୍ଦ୍ଧା: ଖୋର୍ଦ୍ଧା କୋର୍ଟରେ ଓକିଲ ସଂଘର ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏପରିକି ଆନ୍ଦୋଳନକାରୀ ଓକିଲ ଜଜ୍ଙ୍କୁ ମଧ୍ୟ ଭିତରକୁ ଛାଡ଼ୁ ନାହାନ୍ତି। ଫଳରେ ପୁଲିସ୍ କୋର୍ଟ ଗେଟ୍ର ତାଲା ଭାଙ୍ଗି ଜଜ୍ଙ୍କୁ ଭିତରକୁ ନେଇଛନ୍ତି। ସୂଚନାଯୋଗ୍ୟ, ୫ ଦଫା ଦାବିରେ ୪ ଦିନ ହେବ ଓକିଲ ସଂଘ ଆନ୍ଦୋଳନ କରୁଛି। ଆଜି ଓକିଲମାନଙ୍କୁ ଘଉଡ଼ାଇ ପାଇଁ କୋର୍ଟ ଭିତରକୁ ପୁଲିସ୍ ପଶିଥିଲା। ଓକିଲମାନଙ୍କୁ ଘଉଡ଼ାଇଲା ବେଳେ କୋର୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। […]
ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ମାହାଙ୍ଗା ମଣିଯୋରୀର ଗୀତାଞ୍ଜଳି ଦାସ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ହେଲେ ଡାକ୍ତର ପରିବାର ନିୟୋଜନ ପରିବର୍ତ୍ତେ ଭୁଲ୍ ଅସ୍ତ୍ରୋପଚାର କରିଥିଲେ। ଏହାପରେ ଗୀତାଞ୍ଜଳି ଅସୁସ୍ଥ ହୋଇ ପଡ଼ିଥିଲେ। ଏବେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ମାର୍ଚ୍ଚ ୧ ତାରିଖରେ ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଭୁଲ୍ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୋଧରେ […]
କଟକ(ବିବର୍ତ୍ତନ ପଣ୍ଡା): କଟକ ଚୌଦ୍ୱାର ଜେଲ୍ରେ ଜଣେ ଆଜୀବନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ କଟକ କେଶରପୁର ଅଞ୍ଚଳର ଶୁଭେନ୍ଦୁ ଦାସ ଓରଫ ଟନି। କଟକ ଶେଖ୍ ବଜାରର କେଶବ ବେହେରା ଓରଫ୍ କେସିଆ ହତ୍ୟା ମାମଲାରେ ସେ ଗତ ୬ ବର୍ଷ ହେଲା ଜେଲ୍ରେ ଥିଲେ। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ପୁଅକୁ ଜେଲ୍ […]
ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଭେଜିପୁଟ ହରିଜନସାହିରେ ଜଣେ ଶ୍ରମିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ସନ୍ତୋଷ ନାଇକ। ସନ୍ତୋଷଙ୍କ ଘର ଶଙ୍ଖସାହିରେ। ସେ ସିମେଣ୍ଟ କାମ ସାରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁହଁ, ଗାଲ ଓ ହାତରେ ଆଘାତ ଲାଗିଛି। ସନ୍ତୋଷଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କୁ କାହିଁକି ଆକ୍ରମଣ କରାଯାଇଛି, […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତ କରିବେ। ଏହି ଅବସରରେ ସେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସଫଳ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସମାବେଶରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ମହିଳାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଏହି ସମାବେଶରେ ୧୨,୨୫୦ ସ୍ୱୟଂ ସହାୟିକା ଗୋଷ୍ଠୀ ସମେତ ୯,୨୫୦ ନୂଆ ଗୋଷ୍ଠୀର ସଦସ୍ୟ ଯୋଗ ଦେବେ। […]
ଭୁବନେଶ୍ୱର: ଚୋରା ଚାଲାଣ ବେଳେ ୧୦ କୁଇଣ୍ଟାଲ ବିସ୍ଫୋରକ ଜବତ ହୋଇଛି। ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଏକ ଗାଡିରେ ୨୭ଟି ବସ୍ତାରେ ପ୍ୟାକିଂ ହୋଇ ଚାଲାଣ ହେଉଥିବା ବେଳେ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ ଏହାକୁ ଧରିଛି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏସ୍ଟିଏଫ୍ ୧୦ କୁଇଣ୍ଟାଲ ବିସ୍ଫୋରକ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଇନ୍ଦ୍ରଜିତ ଭୁଇ ଓ ପଦ୍ମଲୋଚନ ଦେ। ଇନ୍ଦ୍ରଜିତର ଘର ବାଲେଶ୍ୱର ବସ୍ତା ବ୍ଲକ […]
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ମା’କୁ ମାରି ପୋତି ଦେଇଥିଲା ପୁଅ। ଘଟଣା ଜଣାପଡ଼ିଯିବା ପରେ ସେ ଫେରାର ହୋଇଯାଇଛି। ପୁଲିସ୍ ମୃତ ଶରୀରକୁ ବାହାର କରି ବ୍ୟବଚ୍ଛେଦ କରାଇଛି। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ତୁନଗାଁରେ। ମୃତ ମହିଳାଙ୍କ ନାଁ ଲଙ୍କା ବେୱା। ଫେରାର ହୋଇଯାଇଥିବା ତାଙ୍କ ପୁଅ ନାଁ ରମେଶ ବେମାଳ। ଫେବୃଆରୀ ୨୫ ତାରିଖରେ କୌଣସି କଥାକୁ ନେଇ ମା’ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ରାଗି ଯାଇ […]
ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ନବ ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ବିଜେଡିରେ ଯୋଗ ଦେବା ପରେ ସୁନୀତା କହିଛନ୍ତି ଯେ କଂଗ୍ରେସ ସହିତ ତାଙ୍କର କୌଣସି ସମସ୍ୟା ନଥିଲା। ତେବେ […]
ଭୁବନେଶ୍ୱର: ବହୁ କୋଟି ଟଙ୍କା ଚିଟଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା କମ୍ପାନୀମାନଙ୍କୁ ତଦନ୍ତ କମିଶନ ପବ୍ଲିକ ନୋଟିସ୍ କରିଛନ୍ତି। ତଦନ୍ତ କମିଶନଙ୍କ ନିକଟରେ ହାଜର ହେଉ ନଥିବା କମ୍ପାନୀମାନଙ୍କୁ ଏହି ନୋଟିସ ଜାରି କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଏହି ନୋଟିସ୍ ଜାରି ହୋଇଛି। ଯେଉଁ ଚିଟଫଣ୍ଡ ସଂସ୍ଥାର ଠିକଣା ଏବଂ ଏହାର ମାଲିକଙ୍କ ସମ୍ପର୍କରେ ସୂଚନା ଥାଇ ମଧ୍ୟ ହାଜର ହୋଇ ନାହାନ୍ତି, ସେମାନଙ୍କୁ ହାଜର ହେବା ଲାଗି ଗୋଟିଏ ନୋଟିସ୍ ଜାରି ହୋଇଛି। ସେହିପରି ଅନ୍ୟ […]
ଭୁବନେଶ୍ୱର: ସହିଦ ନଗର ଥାନା ଅଧିକାରୀ ଓ ଏଏସ୍ଆଇଙ୍କୁ ମାଡ଼ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ସେ ବିଜୁ ଯୁବ ଜନତା ଦଳର ଉପସଭାପତି ଅଛନ୍ତି। ଗତ ୩ ତାରିଖ ରାତିରେ ଥାନା ଭିତରେ ପଶି ବିଜେଡିର କିଛି ନେତା ଓ କର୍ମୀ ପୁଲିସ୍କୁ ନିର୍ଧୂମ ପିଟିଥିଲେ। ଭିଏସ୍ଏସ୍ନଗରରେ ଏକ କାର୍ ସହ ବାଇକ୍ର ଧକ୍କା ହେବା ପରେ ଦୁଇ ଗୋଷ୍ଠୀ ଥାନାରେ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ କାର୍ଟି ବିଜୁ […]
ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ରାହାଞ୍ଜରେ ଦୁର୍ଘଟଣାଗ୍ରସ୍ତ ଗ୍ୟାସ୍ ଟ୍ୟାଙ୍କରକୁ ନେଇ ଲାଗି ରହିଥିବା ବିପଦ ଆଶଙ୍କାର ଅବସାନ ଘଟିଛି। ଅଗ୍ନିଶମ କର୍ମଚାରୀ ଓ ଆଇଓସିଏଲ୍ର ଇଞ୍ଜିନିୟରଙ୍କ ପ୍ରାୟ ୧୪ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗ୍ୟାସ୍ ଲିକ୍ ବନ୍ଦ ହୋଇଛି। ଉକ୍ତ ଟ୍ୟାଙ୍କରରୁ ଅନ୍ୟ ଦୁଇଟି ଟ୍ୟାଙ୍କରକୁ ଗ୍ୟାସ୍ ସ୍ଥାନାନ୍ତର କରାଯାଇଛି। ଫଳରେ ଆଉ କିଛି ବିପଦ ନାହିଁ ବୋଲି ଜଣାପଡ଼ିଛି। ଗ୍ୟାସ୍ ସ୍ଥାନାନ୍ତର ପରେ କ୍ରେନ୍ ସାହାଯ୍ୟରେ ଟ୍ୟାଙ୍କର ଓ ଟ୍ରକ୍କୁ ମଧ୍ୟ ରାସ୍ତାରୁ […]
କଟକ (ଦେବାଶିଷ ମହାନ୍ତି): ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ଓ ଓଏମ୍ଆର୍ ଶୀଟ୍ ଗାଏବ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଗତକାଲି ସରିଛି। ଏବେ ଖାତା ମୂଲ୍ୟାୟନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାରର ବନ୍ଦୋବସ୍ତ ଆରମ୍ଭ କରିଛି। ଆସନ୍ତା ୨୫ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏପ୍ରିଲ୍ ୫ ତାରିଖରେ ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ମୋଟ୍ […]
ସମ୍ବଲପୁର (ସଞ୍ଜୟ ଜେନା): ବରଗଡ଼-ସମ୍ବଲପୁର ରାସ୍ତାର ଚକୁଳିଠାରେ ଏକ ଟ୍ରକ୍କୁ ଏକ ବସ୍ ଧକ୍କା ଦେବା ଫଳରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ବରଗଡ଼ ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରୁଥିବା ଏହି ଘରୋଇ ବସ୍ଟି ଗତକାଲି ରାତି ପ୍ରାୟ ୮ଟା ସମୟରେ ବରଗଡ଼ରୁ ଫେରୁଥିବା ବେଳେ ଏକ ଟ୍ରକ୍କୁ […]
ରାୟଗଡ଼ା : ଲଗାଣ ବର୍ଷାରେ ଧସିଲା ରାୟଗଡ଼ା ଜିଲ୍ଲା ରଘୁବାରି ଘାଟି। ଘାଟି ଧସିବାରୁ ରଘୁବାରି ଓ ଡିମିରିଗୁଡ଼ା ଅଞ୍ଚଳର ପ୍ରାୟ ୪୦ ଖଣ୍ଡ ଗାଁର ୫ ହଜାରରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ରଘୁବାରିରୁ ପାତରପଡ଼ା, ହରିପୁର ଓ ଡିମିରିଗୁଡ଼ା ରାସ୍ତା ଧସି ହୋଇଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏପରିକି ଅମ୍ବାଦଳାକୁ ଯାଇଥିବା ଲୋକେ ନିଜ ଗାଁକୁ ଫେରି ପାରୁ ନାହାନ୍ତି […]
ଭୁବନେଶ୍ୱର : ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ। ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣଅନୁଦାନ ସହ ଚାକିରି ସର୍ତ୍ତାବଳୀ ଦାବିରେ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ସ୍କୁଲ କଲେଜ ଶିକ୍ଷକ,କର୍ମଚାରୀ ମିଳିତ ମଞ୍ଚ। ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳିନଥିବାରୁ ଏହାର ପ୍ରତିବାଦରେ ଭୁବନେଶ୍ୱର ଗାନ୍ଧିମାର୍ଗରେ ଅାନ୍ଦୋଳନ କରୁଛନ୍ତି ମିଳିତ ମଞ୍ଚ। ଏଥିସହ ଅାଜିଠାରୁ ଶିକ୍ଷକମାନେ ଅହୋରାତ୍ର ଧାରଣା ମଧ୍ୟ ଦେବେ। ଏଥିରେ ପ୍ରାୟ ୧ଲକ୍ଷ ଶିକ୍ଷକ ଓ ଅଧ୍ୟାପକ ସାମିଲ ହେବେ। ପୂର୍ବରୁ ହୋଇଥିବା ଅାନ୍ଦୋଳନ ପରେ ସରକାର ଜୁଲାଇ […]
ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କୁ କୌଣସି ମତେ ସହଯୋଗ କରିବ ନାହିଁ ନବନିର୍ମାଣ କୃଷକ ସଂଗଠନ। ଏନେଇ ଆଜି ସଂଗଠନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି,“ ସାଧାରଣ ନିର୍ବାଚନ ସମୟରେ କୃଷକ ଓ ସ୍ଥାନୀୟ ଲୋକେ ରାସ୍ତାରେ ଶୋଇ ନିର୍ବାଚନକୁ ବିରୋଧ କରିବେ। ସମ୍ପୂର୍ଣ୍ଣ ଅହିଂସାତ୍ମକ ଢଙ୍ଗରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। କୃଷି ସାମଗ୍ରୀର ଉଚିତ୍ ମୂଲ୍ୟ ପ୍ରଦାନ, ଚାଷୀଙ୍କୁ ସୁରକ୍ଷା […]
ଭୁବନେଶ୍ୱର: ବିଜେଡିରେ ମିଶିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ଆଜି ସେ ବିଧିବଦ୍ଧ ଭାବେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ସେ ଚାକିରି ଛାଡ଼ିଥିଲେ। ତାଙ୍କ ସହ ପୂର୍ବତନ ଏସ୍ସିଏସ୍ଟି ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସାଏ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି।
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଛି। ଗାଁରେ ଥିବା ଧବଳେଶ୍ୱର ମନ୍ଦିର ଓ ପାଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ଧବଳେଶ୍ୱର ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତ ମାଆ ପାର୍ବତୀଙ୍କ ସୁନା ଚେନ୍ ଓ ରୁପା ମୁକୁଟ ଚୋରି କରିବା ସହ ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ସେହିପରି ଦୁର୍ଗା ମନ୍ଦିରରୁ ରୁପା ମୁକୁଟ ଚୋରି କରିନେଇଥିବା ବେଳେ ଦାନବାକ୍ସ ଭାଙ୍ଗି ଲୁଟ୍ […]
ଭୁବନେଶ୍ୱର: ଆଜି ସାରା ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଛି। ଏନେଇ ଭୁବନେଶ୍ୱରରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମହିଳାଙ୍କୁ ଆର୍ୟା ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ସନ୍ତୋଷିନୀଙ୍କୁ ସମ୍ମାନିତ କରାଯାଇଥିଲା। ସନ୍ତୋଷିନୀ ବହୁ କଷ୍ଟ ସହି ସମାଜର ବାଧାବିଘ୍ନକୁ ପାର କରି ଚାରି କାନ୍ଥ ଡେଇଁ ଅଟୋ ଚଳାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ପୁରସ୍କାର ପ୍ରଦାନ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ। ଆରମ୍ଭ ପରି ଶେଷ ଦିନରେ ମଧ୍ୟ ସମାନ ବିଭ୍ରାଟ୍। ଗୋଟିଏ ପଟେ ପରୀକ୍ଷା ଚାଲିଛି ଆଉ ଅନ୍ୟ ପକ୍ଷେ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଛି। ଆଜି ସାମାଜିକ ବିଜ୍ଞାନ ପରୀକ୍ଷା ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଅଞ୍ଚଳରେ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ନେଇ ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ ପ୍ରତିକ୍ରିୟା ରଖିଛନ୍ତି। ସେ […]
ଭୁବନେଶ୍ୱର: ପ୍ରମୋଦ ଧଳ ଏବଂ ଗ୍ଲୋରିଆ ଧଳଙ୍କ ପୁସ୍ତକ ‘ବାର୍ଡସ୍ ଅଫ୍ ଓଡିଶା, ଏ ପଲିଟିକାଲ ଏନସାଇକ୍ଲୋପେଡିଆ’ ଲୋକାର୍ପିତ ହୋଇଛି। ଏହି ପୁସ୍ତକକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡା ଲୋକାର୍ପିତ କରିଛନ୍ତି। ଓଡ଼ିଶାରେ ଦେଖାଯାଉଥିବା ୩୧୬ ପ୍ରଜାତିର ପକ୍ଷୀଙ୍କ ଫଟୋ ଓ ସବିଶେଷ ତଥ୍ୟକୁ ନେଇ ଏହି ପୁସ୍ତକରେ ରଚନା ହୋଇଛି। ପକ୍ଷୀମାନଙ୍କର ବୈଜ୍ଞାନିକ ନାମ, ସେମାନଙ୍କର ବାସସ୍ଥାନ, ଅଭ୍ୟାସ ଓ ଖାଦ୍ୟପେୟ ବ୍ୟବହାର ନେଇ ବହିରେ ଉଲ୍ଲେଖ ରହିଛି। ୩୨୦ […]
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରରେ ଏକ ସିରିଜ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦାଣ୍ଡକାଳୀ ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି। ମୃତକମାନଙ୍କ ପରିଚୟ ମିଳିନାହିଁ। ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ଉଦଳାରୁ ଭୁବନେଶ୍ୱର ଯାଉଥିବା ଏ ଘରୋଇ ବସ୍ଟି ଦାଣ୍ଡକାଳୀ ମନ୍ଦିର ନିକଟ ବାଳିକା ବିଦ୍ୟାଳୟ ପାଖରେ ଥିବା ଚା’ ଦୋକାନ ସମ୍ମୁଖରେ […]