ମାଲକାନଗିରି: ପୁଣି ଖଟିଆରେ ବୁହାହେଲେ ରୋଗୀ। ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ଓ ଗାଡ଼ି ଆସିବାର ସୁବିଧା ନ ଥିବାରୁ ଖଟିଆରେ ରୋଗୀଙ୍କୁ ଡାକ୍ତରଖନା ନିଆଯାଇଛି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲିର ଗୋଜିଆଗୁଡ଼ା ଗାଁର ଏହି ଘଟଣା ଘଟିଛି। ବର୍ଷା ପରେ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଆଜି ସକାଳେ ଲକ୍ଷ୍ମଣ ପାଙ୍ଗି ନାମକ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଖଟିଆରେ ତାଙ୍କୁ ମାଥିଲି ଡାକ୍ତରଖାନା ନିଆଯାଇଛି। ତାଙ୍କର ଅବସ୍ଥା ସଂକଟାପନ୍ନ ଅଛି। ଗାଁକୁ […]
ଅନୁଗୁଳ: ଅନୁଗୋଳ ଜିଲ୍ଲା ସାତକୋଶିଆରେ ଏନ୍କ୍ଲୋଜରରେ ଥିବା ବାଘୁଣୀ ‘ସୁନ୍ଦରୀ’କୁ ମୁକ୍ତ କରାଯାଇଛି। ତାକୁ ସାତକୋଶିଆର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି। ପିସିସିଏଫ୍ ଓ ଅତିରିକ୍ତ ପିସିସିଏଫ୍ ଏବଂ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ବାଘୁଣୀ ସୁନ୍ଦରୀକୁ ଏନ୍କ୍ଲୋଜର୍ରୁ ମୁକ୍ତ କରାଯାଇଥିଲା। ଗତ ଜୁନ୍ ୨୧ ତାରିଖରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଏକ ମହାବଳ ବାଘକୁ ଅଣାଯାଇ ସାତକୋଶିଆର ରାଇଗୋଡ଼ା ରେଞ୍ଜରେ ନିର୍ମିତ ସ୍ୱତନ୍ତ୍ର ଏନ୍କ୍ଲୋଜରରେ ରଖାଯାଇଥିଲା। ଜୁନ୍ ୨୮ ତାରିଖରେ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶରୁ ବାନ୍ଧବଗଡ଼ ବ୍ୟାଘ୍ର […]
ପୁରୀ (ପ୍ରଦୀପ ମହାନ୍ତି): ପୁରୀରେ ଏନକାଉଣ୍ଟର ହୋଇଛି। ଅପରାଧୀକୁ ଧରିବାକୁ ଯାଇ ପୁଲିସ୍ ଏନକାଉଣ୍ଟର କରିଛି। ସୂଚନା ଅନୁସାରେ, ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଲବଣିଆ ଥାନା ଅନ୍ତର୍ଗତ କୁମୁଟି ପାଟଣା ଅଞ୍ଚଳରେ ରାକେଶ କୁମାରଙ୍କୁ ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତ ତାଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏହାପରେ ତାଙ୍କୁ ଅନ୍ୟତ୍ର ନେଇ ପୁଣି ଦୁଇ ରାଉଣ୍ଡ ଗୁଳି ମାରିଥିଲେ। ଏହାପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଗୁରୁତର ରାକେଶ ପ୍ରଥମେ ସିଦ୍ଧମହାବୀର ମଣ୍ଡପ ନିକଟରେ […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ପୁଲିସ୍ ଏକ ଜାଲ ନୋଟ୍ ରାକେଟ୍ ଠାକ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩୪ ହଜାର ଜାଲ୍ ନୋଟ୍ ଜବତ କରାଯାଇଛି। ଜବତ ଜାଲ ନୋଟ୍ ମଧ୍ୟରେ ୧୪ଟି ୨ ହଜାର ଟଙ୍କିଆ ନୋଟ୍ ଏବଂ ୧୨ଟି ୫ ଶହ ଟଙ୍କିଆ ନୋଟ୍ ରହିଛି। ଜିଲ୍ଲାରେ ଗଞ୍ଜେଇ ମାଫିଆ ଏହି ଜାଲ ନୋଟ୍ କାରବାର କରୁଥିବା ମାଲକାନଗିରି ଏସ୍ପି କହିଛନ୍ତି।
କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ୩ଟି ପରୀକ୍ଷା କେନ୍ଦ୍ରର ପରୀକ୍ଷା ବାତିଲ୍ ହୋଇଥିଲା। ଏହି ୩ଟି କେନ୍ଦ୍ରର ପରୀକ୍ଷା କେବେ ହେବ ଏନେଇ ଆଜି କଟକ ବୋର୍ଡ ଅଫିସ ପରିସରରେ ବସିବାକୁ ଥିବା ଏକ୍ଜାମିନେସନ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ। ଏହାପରେ ତାରିଖ ଧାର୍ଯ୍ୟ କରାଯିବ। ସୋମବାର ଓଡ଼ିଶା ଅଭିଭାବକ ମହାସଂଘ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି। ୩ଟି ପରୀକ୍ଷା କେନ୍ଦ୍ରରେ ଯଥା ଶୀଘ୍ର […]
ଭୁବନେଶ୍ୱର: ଏଣିକି ମହଙ୍ଗା ପଡ଼ିବ ରଙ୍ଗ୍ ୱେରେ ଗାଡ଼ି ଚାଳନା। ଯଦି ରଙ୍ଗ୍ ୱେରେ ଗାଡ଼ି ଚଳାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଆପଣଙ୍କୁ ଏବେ ଏଥିପାଇଁ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଫାଇନ୍। ରଙ୍ଗ୍ ୱେ ଓ ଫୁଟ୍ଫାଥ୍ରେ ଡ୍ରାଇଭିଂ ରୋକିବାକୁ ଭୁବନେଶ୍ୱର କମିଶନରେଟ ପୁଲିସ୍ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ସଚେତନତା ସାଙ୍ଗକୁ ଫାଇନ୍ ସମାନ୍ତରାଳ ଭାବେ କରାଯିବ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଦୁଇଟି ସ୍ଥାନରେ ଏହି ଡ୍ରାଇଭ ଆରମ୍ଭ ହୋଇଛି। […]
ଭୁବନେଶ୍ୱର : ଓଡ଼ିଶା ଟେଲିଭିଜନ ଲିମିଟେଡ୍ ପକ୍ଷରୁ ପ୍ରଦତ୍ତ ଓଡ଼ିଶା ସିଟିଜେନ ଅାଓ୍ୱାର୍ଡ଼-୨୦୧୮ ପାଇଁ ପ୍ରଥମ ପର୍ଯ୍ୟାୟ ଚୟନ କମିଟିର ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୮ଟି ପ୍ରମୁଖ ବିଭାଗ ଯଥା କୃଷି, କ୍ରୀଡ଼ା, ଉଦ୍ୟୋଗ, କଳା ଓ ସଂସ୍କୃତି, ମନୋରଞ୍ଜନ, ରାଜନୀତି, ସାମାଜିକ ସେବା ଏବଂ ଶିକ୍ଷା ଅାଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅାସିଥିବା ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କୁ ଚୟନ କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ମିହିର […]
ଭୁବନେଶ୍ୱର : ପ୍ରଥମ ଥର ପାଇଁ ଭାଗଚାଷୀଙ୍କ ପାଇଁ ନିୟମ କୋହଳ କଲେ ସରକାର। ଜମିମାଲିକ କିମ୍ବା ସରପଞ୍ଚର ଅନୁମତି ପତ୍ର ନଥିଲେ ବି ଭାଗଚାଷୀ ନାଁ ପଞ୍ଜୀକରଣ କରିପାରିବ। କୋଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର ଏ ନେଇ ସବୁ ଡିଭିଜନାଲ ଡେପୁଟି ରେଜିଷ୍ଟ୍ରାର ଓ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ୍ ସେକ୍ରେଟାରୀଙ୍କୁ ଚିଠି ଲେଖିଛନ୍ତି। ଚାଷୀ ପଞ୍ଜୀକରଣ ପ୍ରକିୟା ପଛେଇ ଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଖରିଫରେ ଧାନ କିଣିବା ପାଇଁ ରାଜ୍ୟର ୨୫ ଶହ ପ୍ରାଥମିକ […]
ଭୁବନେଶ୍ୱର : ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ ଇଡିରେ ହାଜର। ଷ୍ଟାର୍ କନସଲ୍ଟାନ୍ସି ସହ ପଦ୍ମିନୀଙ୍କ ସଂପର୍କ ନେଇ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଥିବା ସୂଚନା ମିଳିଛି। ପ୍ରାୟ ୧ ଘଣ୍ଟା ପରେ ଇଡି କାର୍ଯ୍ୟାଳୟରୁ ପଦ୍ମିନୀ ଫେରିଥିଲେ। ଇଡି ଅଫିସରୁ ଫେରିବା ପରେ ପଦ୍ମିନୀ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରୁ ଥରେ ନୋଟିସ୍ ହୋଇଥିଲା। କିନ୍ତୁ ଜାଣି ପାରିନଥିଲି। ଅାଜି ଯାଇଥିଲି। ପ୍ରାୟ ୧ ଘଣ୍ଟା ଧରି ବିଭିନ୍ନ କଥା ତାଙ୍କୁ […]
ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ବର୍ଷା କମିଛି। ହେଲେ ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା। ୩ ଦିନ ଲଗାଣ ବର୍ଷାରେ ଅନେକ ଘର ଭାଙ୍ଗି ଯାଇଛି। ଅନେକ ଘରେ ଏବେ ବି ପାଣି ଭରି ରହିଛି। ସେପଟେ ବନ୍ୟା କ୍ଷତିଗ୍ରସ୍ଥଙ୍କୁ ଅାଶ୍ରୟ ସ୍ଥଳରେ ରଖାଯାଇ ରନ୍ଧା ଖାଦ୍ୟ ଦିଅାଯାଉଛି। ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଅାଯିବ ବୋଲି କହିଛନ୍ତି କଲ୍ୟାଣସିଂହପୁର ବିଡ଼ିଓ। ଚୁଲିରୁ ଝରୁଛି ପାଣି। କାନ୍ଥ ବାଡ଼ ସବୁ ଭୁଷୁଡ଼ି ଯାଇଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର […]
ବାଲିଗୁଡ଼ା (ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଝିଞ୍ଜିରଗୁଡ଼ା ନିକଟରେ ଗତକାଲି ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଝିଞ୍ଜିରଗୁଡ଼ାର କୈଳାସ ବେହେରା ଦଳାଇ ଓ ଗୁଡ଼ିକିଆର ତାର୍ଜନ ବଳିୟାରସିଂହ। ଏଥିସହ ଆନନ୍ଦ ବଳିୟାର ସିଂହ ଓ ଜୟ ନାୟକ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରାହ୍ଣଣୀ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ମୃତ ତାର୍ଜନ ତାଙ୍କ ଦୁଇଜଣ ବନ୍ଧୁଙ୍କ ସହ ଏକ ବାଇକ ଯୋଗେ […]
ବାଲିଗୁଡ଼ା (ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି କନବାଗିରି ଗାଁରେ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିଲା। ମୃତକ ଜଣଙ୍କ ହେଲେ କଟରଗଣ୍ଡା ଗାଁର ବିଘ୍ନରାଜ ପ୍ରଧାନ। ଆଜି ସକାଳେ ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ବିଘ୍ନରାଜଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଜି.ଉଦୟଗିରି ଏବଂ ବାଲିଗୁଡ଼ା […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ବସିବ। ରାତି ପ୍ରାୟ ସାଢ଼େ ୯ଟାରେ ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହି ସ୍ଥିତ ମା’ଙ୍କ ବାପ ଘର ଆଗରେ ବୈଠକରେ ନୀତି ନିର୍ଘଣ୍ଟ ପରେ ଏହି ଶୁଭଖୁଣ୍ଟ ବିଧିବିଧାନ ଅନୁସାରେ ପୋତାଯିବ। ବୈଠକରେ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେବେ। ବୈଠକରେ ସିଦ୍ଧାନ୍ତି ଯାତ୍ରା ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ। ଏହାପରେ ଶୁଭଖୁଣ୍ଟି ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଯିବ। ସେଠାରେ ପୂଜାର୍ଚ୍ଚନା ପରେ […]
ସୋନପୁର(ରବୀନ୍ଦ୍ର ହୋତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଫଳରେ ସହରର ସବୁ ଦୋକାନ ବଜାର ବନ୍ଦ ରହିଛି। ଏବେ ପରୀକ୍ଷା ସମୟ ଚାଳିଥିବାରୁ ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦରୁ ବାଦ୍ ଦିଆଯାଇଛି। ବୀରମହାରାଜପୁର କୃଷକ ପରିଷଦ ଏହି ବନ୍ଦ ପାଳନ କରୁଛି। ଚାଷୀମାନେ ବିଭିନ୍ନ ସମସ୍ୟାରେ ପେଶି ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉଥିବା କୃଷକ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ହରିହର ଯୋର […]
ଜଳେଶ୍ୱର(ଅଜିତ୍ ଦାସ): ଓଡିଶାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ୨ ଜଣିଆ ଓ କୋଲକତାରୁ ୩ ଜଣିଆ ଏସ୍ଟିଏଫ୍ ଟିମ୍ ବାଲେଶ୍ୱର ରୁପସା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରକ ଜବତ ହୋଇଥିବା ଗାଡ଼ିର ମାଲିକ ଓ ସହଯୋଗୀଙ୍କୁ ସ୍ୱତନ୍ତ୍ର ଟିମ୍ ପଚରାଉଚରା କରୁଛି। ବସ୍ତା ଏସ୍ଡିପିଓ ରଞ୍ଜିତ ପୃଷ୍ଟି ଓ ରୁପସା ଥାନା ଓଆଇସି ସୁଚନ୍ଦ୍ର ମହାଳିକ ତଦନ୍ତରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, […]
ପୁରୀ (ମଧୁସୂଦନ ମିଶ୍ର): ଗତକାଲି ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଚରଣ ବିଧି ଲାଗୁ ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଯୋଜନାର ହୋର୍ଡିଂ ହଟାଇ ଦିଆଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଯୋଜନାର ହୋର୍ଡିଂ ଉଚ୍ଛେଦ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ପୌରସଂସ୍ଥାର ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ଭିଆଇପି ରୋଡ୍ରେ ଥିବା […]
ଭୁବନେଶ୍ୱର: ଆଜି ଯୁକ୍ତଦୁଇ ପରୀକ୍ଷାରେ କଳା ବିଭାଗର ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ପରୀକ୍ଷା ଦେବେ। ପରୀକ୍ଷା ବେଳେ ଯେପରି ପ୍ରଶ୍ନପତ୍ର ଲିକ୍ ନହୁଏ, ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଅଧିକାଂଶ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ଜଗିଛି। ଯେଉଁଠି ସିସିଟିଭି ନାହିଁ, ସେଠାରେ ବିଶୃଙ୍ଖଳା ରୋକିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା ପରିଚାଳନାରେ ତ୍ରୁଟି କିମ୍ବା ଅନ୍ୟ କୌଣସି ଅବ୍ୟବସ୍ଥା ପରିଲକ୍ଷିତ ହେଲେ ଅଭିଯୋଗ ଜଣାଇବା ଲାଗି ସିଏଚ୍ଏସ୍ଇ […]
ଅନୁଗୋଳ(ବିରଜା ପ୍ରସାଦ ଦାଶ): ରାଜ୍ୟରେ ବିଜେପିର ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ବିଧିବଦ୍ଧ ଭାବେ ରାଜ୍ୟରେ ବିଜେପି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି। ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବିଜୟ ସଂକଳ୍ପ ଯାତ୍ରା କରାଯାଉଛି। ଅନୁଗୋଳ ଜିଲ୍ଲା କିଶୋର ନଗରରେ ବିଜୟ ସଂକଳ୍ପ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି। ସେ ସାଧାରଣ ସଭାକୁ ଉଦ୍ବୋଧନ ଦେଇଛନ୍ତି। ଏହି ବିଜୟ ସଂକଳ୍ପ ଯାତ୍ରାରେ ରାଜ୍ୟରେ ୫ହଜାର ସାଧାରଣ ସଭା ଓ ସମାବେଶ କରିବାକୁ ଦଳ ଯୋଜନା […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ। ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ନିର୍ବାଚନରେ ଟିକଟ୍ ଦେବ। ଏହା ସାରା ଭାରତରେ ଇତିହାସ ସୃଷ୍ଟି କରିବ। ଆଜି କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମହିଳା ସମାବେଶରେ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ଦେଇଥିବା ସଂରକ୍ଷଣର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦାହରଣ ଦେଇଥିଲେ। ମହିଳାଙ୍କୁ ଲୋକସଭା ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ […]
ଭୁବନେଶ୍ୱର: ରାଜ୍ୟରେ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ। ମୁମ୍ବାଇ ମିରରକୁ ଦେଇଥିବା ସାକ୍ଷାତକାରରେ ସେ ଏଭଳି କହିଛନ୍ତି। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଏଭଳି ସ୍ଥିତି ବୋଲି ସେ କହିଛନ୍ତି। ଏହାଛଡ଼ା ରାଜନୀତିରୁ ବୟସ୍କ ଲୋକ ବିଦାୟ ନେବା ଉଚିତ ବୋଲି ମଧ୍ୟ ସେ ମତ ଦେଇଛନ୍ତି। ନବୀନ ପଟ୍ଟନାୟକ ୪ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୋଦି ୩ ଥର ମୁଖ୍ୟମନ୍ତ୍ରୀ ଓ ଥରେ ପ୍ରଧାନମନ୍ତ୍ରୀ […]
କଟକ: କଟକ ଆଠଗଡ଼ କନ୍ଦରପୁର ଗାଁରେ ବାର୍ହା ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳୁ କିଛି ଲୋକ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ବାର୍ହା ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲା। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ବାର୍ହାଟି ଏବେ ବି ଗାଁରେ ବୁଲୁଥିବାରୁ ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ବଢ଼ିପାରେ। ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ରାଜ୍ୟରେ ଗରମ ଅନୁଭୂତ ହେବ। ଆସନ୍ତାକାଲିଠୁ ଧୀରେ ଧୀରେ ତାପମାତ୍ରା ବଢ଼ି ୧୫ ତାରିଖ ସୁଦ୍ଧା ଏହା ୫ରୁ ୬ ଡିଗ୍ରୀ ବୃଦ୍ଧି ପାଇବ। ବର୍ତ୍ତମାନ ବାୟୁ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ଆଡ଼କୁ ପ୍ରବାହିତ ହେଉଛି। ଏହାପରେ ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ। […]
କୋଣାର୍କ: ଶୌଚ ପାଇଁ ଯାଇଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ କୋଣାର୍କ-ପୁରୀ ଜାତୀୟ ରାଜପଥର ଏଫସିଆଇ ଛକର ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁଯାଇ, କୋଣାର୍କ ରାମଚଣ୍ଡୀ ଥାନା ଅନ୍ତର୍ଗତ ବଡଗାଁର ହୃଷୀକେଶ ଛୋଟରାୟ ଆଜି ଭୋର୍ ୪ଟାରେ ଶୌଚ ପାଇଁ ଘର ବାହାରକୁ ଯାଇଥିଲେ। ସେହି ସମୟରେ ହୃଷୀକେଶ ତାଙ୍କ ଘର ସାମ୍ନାରେ ଛିଡ଼ି ପଡିଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ […]
ଖୋର୍ଦ୍ଧା: ଖୋର୍ଦ୍ଧା କୋର୍ଟରେ ଓକିଲ ସଂଘର ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏପରିକି ଆନ୍ଦୋଳନକାରୀ ଓକିଲ ଜଜ୍ଙ୍କୁ ମଧ୍ୟ ଭିତରକୁ ଛାଡ଼ୁ ନାହାନ୍ତି। ଫଳରେ ପୁଲିସ୍ କୋର୍ଟ ଗେଟ୍ର ତାଲା ଭାଙ୍ଗି ଜଜ୍ଙ୍କୁ ଭିତରକୁ ନେଇଛନ୍ତି। ସୂଚନାଯୋଗ୍ୟ, ୫ ଦଫା ଦାବିରେ ୪ ଦିନ ହେବ ଓକିଲ ସଂଘ ଆନ୍ଦୋଳନ କରୁଛି। ଆଜି ଓକିଲମାନଙ୍କୁ ଘଉଡ଼ାଇ ପାଇଁ କୋର୍ଟ ଭିତରକୁ ପୁଲିସ୍ ପଶିଥିଲା। ଓକିଲମାନଙ୍କୁ ଘଉଡ଼ାଇଲା ବେଳେ କୋର୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। […]
ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ମାହାଙ୍ଗା ମଣିଯୋରୀର ଗୀତାଞ୍ଜଳି ଦାସ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ହେଲେ ଡାକ୍ତର ପରିବାର ନିୟୋଜନ ପରିବର୍ତ୍ତେ ଭୁଲ୍ ଅସ୍ତ୍ରୋପଚାର କରିଥିଲେ। ଏହାପରେ ଗୀତାଞ୍ଜଳି ଅସୁସ୍ଥ ହୋଇ ପଡ଼ିଥିଲେ। ଏବେ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ମାର୍ଚ୍ଚ ୧ ତାରିଖରେ ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଭୁଲ୍ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୋଧରେ […]