ଭୁବନେଶ୍ୱର : ସେପ୍ଟେମ୍ବର ୫ରୁ ଜୋରଦାର ହେବ ଶିକ୍ଷକ ଅାନ୍ଦୋଳନ। ସେପ୍ଟେମ୍ବର ୫ ଗୁରୁଦିବସକୁ କଳା ଦିବସ ଭାବେ ପାଳିବ ମିଳିତ ମଞ୍ଚ। ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଷ୍ଟିୟରିଂ କମିଟିରେ ଏହି ନିଷ୍ପତ୍ତି ହୋଇଛି। ୬ ତାରିଖରୁ ସବୁ ସ୍କୁଲ କଲେଜରେ ତାଲା ପକାଇବାକୁ ମଞ୍ଚ ନିଷ୍ପତ୍ତି ନେଇଛି। ଗତ ୧୬ ତାରିଖରୁ ଶହ ଶହ ଶିକ୍ଷକ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ […]
କଟକ : ପରକୀୟା ପ୍ରୀତିରୁ ଅାତ୍ମହତ୍ୟା ନା ସୁଚିନ୍ତିତ ହତ୍ୟାକାଣ୍ଡ। କଟକ ସାଲେପୁର ଥାନା ଖଣ୍ଡଗାଁର ଏକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳା ଓ ସଂପର୍କୀୟ ଦିଅରଙ୍କ ମୃତ ଦେହ ମିଳିବା ପରେ ଏବେ ଗାଁରେ ଚର୍ଚ୍ଚା। ବୁଧବାର ରାତିରେ ଗାଁର କ୍ଷୀରୋଦ ବେହେରାଙ୍କ ଘରକୁ ପଡ଼ୋଶୀ ଭଞ୍ଜ ପାତ୍ର ଯାଇଥିଲେ। ଏହି ସମୟରେ କ୍ଷୀରୋଦ ସ୍ତ୍ରୀ ତୁଳସୀ ଓ ଭଞ୍ଜଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖି ବାହାରୁ କବାଟ ଦେଇ ତାଲା ପକାଇ ଦେଇଥିଲେ। ଏନେଇ […]
ବାଲେଶ୍ୱର : ବାଲେଶ୍ୱରର ସମଲପୁରରେ ଏମ୍ସର ସାଟେଲାଇଟ୍ ସେଣ୍ଟରର ନିଜସ୍ୱ ଗୃହ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୩୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୃହ ନିର୍ମାଣ କରାଯିବ। ଏଠାରେ ଏକ ଓପିଡି ମଧ୍ୟ ଖୋଲାଯିବ, ଯାହାଫଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଅାଯିବ। ବର୍ତ୍ତମାନ ଏହି ସେବା ଡିଅାରଡିଓ ଭିତରେ ମିଳୁଥିବାବେଳେ ନିଜସ୍ୱ ଗୃହ ନିର୍ମାଣ ହେଲେ ସୁଫଳ ମିଳିବ ବୋଲି […]
ଭୁବନେଶ୍ୱର: ବଢୁଛି ତାତି। ଅସହ୍ୟ ଖରାରେ ହନ୍ତସନ୍ତ ରାଜ୍ୟବାସୀ। ଏଥିପାଇଁ ସକାଳ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ଶ୍ରମିକମାନେ ଆଉ କାମ କରିପାରିବେ ନାହିଁ। ଆସନ୍ତା ଜୁନ ୧୫ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ନେଇ ହୋଇଥିବା ସମୀକ୍ଷା ବୈଠକ ପରେ ଏହି ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର OSDMA ପକ୍ଷରୁ ହିଟ ୱେଭ୍ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ୱେବ […]
କଣ୍ଟାବାଞ୍ଜି(ସୁରଦାସ ବାଗ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଭାଲୁମୁଣ୍ଡା ଗାଁ ଫୁଗୁଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ପଦ୍ମିନୀ ମଲ୍ଲିକ(୧୦)। ତାଙ୍କ ଘର ଧୂମସୁ ଗାଁରେ। ପଦ୍ମିନୀ କିଛି ଦିନ ହେବ ତାଙ୍କ ମାମୁ ଘର ଫୁଗୁଡ଼ାକୁ ଆସିଥିଲେ। ଆଜି ସକାଳେ ସେ ଛକ ନିକଟରେ ଥିବା ଦୋକାନକୁ ଯାଉଥିଲେ। ଏହି ସମୟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। […]
ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାଇଘର ବ୍ଳକ ରାହାସପାରା ଗାଁର ଦେବ ମାଝୀ। ୪ ମାସ ତଳେ ସେ ଏକ ହତ୍ୟାକାଣ୍ଡ ଅଭିଯୋଗରେ ଜେଲରେ ଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ଦେହ ଖରାପ ହେବାରୁ ପ୍ରଥମେ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ […]
ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳର କଂସର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି। ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ ହେବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। କଂସର ସଂରକ୍ଷିତ ଜଙ୍ଗଲରେ ଥିବା ପଥରଗୁମ୍ପା ନିକଟରୁ ୪୩ଟି ଡେଟୋନେଟର, ୫ କେଜିରୁ ଅଧିକ ଜିଲୋଟିନ୍ ଷ୍ଟିକ, ୫୦ ମିଟର ବିଦ୍ୟୁତ ତାର, ବିସ୍ଫୋରକରେ ବ୍ୟବହୃତ ହେଉଥିବା ୟୁରିଆ ସାର, ବ୍ୟାଟେରୀ ଏବଂ ରେଡିଓ ଜବତ […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଦମ୍ପତିଙ୍କୁ ଦଳିଦେଲେ ହାତୀପଲ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କାଟେଣୀ କାଜୁ ଜଙ୍ଗଲ ପାଖରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଚାଉଳିଆ ଗାଁର ଡମ୍ୱରୁ ପ୍ରଧାନ ଓ ତାଙ୍କ ପତ୍ନୀ ସୁକାନ୍ତି ପ୍ରଧାନ। ଗତକାଲି ରାତିରେ ସେମାନେ ଦୁଧୁକାଟେଣୀକୁ ଯାତ୍ରା ଦେଖିବାକୁ ଯାଇଥିଲେ। ତେବେ ଯାତ୍ରା ଦେଖି ସାରି ଭୋରରେ ନିଜ ଗାଁ ଚାଉଳିଆକୁ ଫେରିବା ବେଳେ କାଟେଣୀ କାଜୁ ଜଙ୍ଗଲ ପାଖରେ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ସୁକାନ୍ତିଙ୍କର […]
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ରାଜପୁର ଠାରେ ଏକ ମାଲ୍ବାହୀ ଟ୍ରେନ୍ ଏକ ହାଇୱାକୁ ଧକ୍କା ଦେବା ଫଳରେ ଟ୍ରେନ୍ର ଗୋଟିଏ ବଗି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ହାଇୱାଟିର ବ୍ରେକ୍ ଡାଉନ୍ ହୋଇଯିବାରୁ ରେଳ ଧାରଣାରେ ଫସି ଯାଇଥିଲା। ଏତିକିବେଳେ ଏକ ମାଲ୍ବାହୀ ଟ୍ରେନ୍ ଆସି ଏହାକୁ ଧକ୍କା ଦେଇଥିଲା। ଜଗୁଆଳି ବିହୀନ ରେଳ କ୍ରସିଂ ପାଇଁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏହି […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ ହେଉଛି। ଆଜି ମଧ୍ୟରାତ୍ରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ବାପ ଘରକୁ ଆସିବେ। ଏଥତ୍ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରମ୍ପରା ଅନୁଯାୟୀ ବାପଘର ଲୋକ ପ୍ରଥମେ ଯାଇ ମା’ଙ୍କୁ ସମୟ ଜଣାଇବେ। ଏହାପରେ ବାପଘର ମଧ୍ୟ ରାତ୍ରରେ ମା’ଙ୍କ ଘଟ ଓ ଫୁଲ ଧରି ଆସିବେ। ତେଣୁ ପରମ୍ପରା ଅନୁଯାୟୀ ବାପା ଅର୍ଥାତ ଦେଶୀ ବେହେରା ମନ୍ଦିରକୁ ଦିନ […]
ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ ବେଳେ ଏକ ଇନୋଭା ଗାଡ଼ିରୁ ୨ ଲକ୍ଷ ୫୦ ହଜାର ଟଙ୍କା ପୁଲିସ୍ ଜବତ କରିଛି। ଗାଡ଼ିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବା ଜଣାପଡ଼ିଛି। ଗାଡ଼ିର ମାଲିକ ଛତିଶଗଡ଼ ଚମ୍ପାର ବ୍ୟବସାୟୀ ଅରବିନ୍ଦ ଅଗ୍ରଓ୍ୱାଲ। ଅରବିନ୍ଦଙ୍କୁ ବଡମାଲ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା ଜାରି ରଖିଛି। ଟଙ୍କା କେଉଁଠୁ ଆସିଲା ସେନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି। ସାଧାରଣ ର୍ନିବାଚନକୁ ଦୃଷ୍ଟିରେ ରଖି […]
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ବଡ ଧରଣର ଲୁଟ୍ ହୋଇଛି। ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟର ଏକ ଜୁଏଲାରୀ ଦୋକାନ ଆଗରୁ ୨୫ ଲକ୍ଷ ଟଙ୍କାର ସୁନା ଲୁଟି ନେଲେ ଲୁଟେରା। ଗତକାଲି ରାତିରେ ସୁନା ଭର୍ତ୍ତି ବ୍ୟାଗକୁ ତଳେ ରଖି ଗହଣା ଦୋକାନୀ ତାଲା ପକାଉଥିବା ବେଳେ ଲୁଟେରା ଲୁଟି ନେଲେ । ଏନେଇ ନୟାପଲ୍ଲୀ ଥାନାରେ ଦୋକାନୀ ଏତଲା ଦେବା ପରେ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। ତେବେ ଲୁଟ୍ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା […]
ଭୁବନେଶ୍ୱର: ଆଜି ଆସିପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା। ଗତକାଲି ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ଏଥିରେ ଓଡ଼ିଶାର ବାକି ଥିବା ଆସନର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ବୈଠକରେ ଉପସ୍ଥିତ ଥିଲେ। ଗତକାଲି ଅନ୍ୟ କିଛି ରାଜ୍ୟର ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପୂର୍ବରୁ ଓଡ଼ିଶାର ୮ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ୩ଟିରେ ଅନ୍ୟ ଦଳ ସହ ବୁଝାମଣା ହୋଇଛି।
ଜୟପୁର(ଟି.ଗୌରୀ ଶଙ୍କର): ଆଜି ଜୟପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପ୍ରଧାନମନ୍ତ୍ରୀ କୋରାପୁଟ ଜିଲ୍ଲାରୁ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ସାଧାରଣ ଲୋକେ ବେଶ୍ ଉତ୍ସାହୀତ ଅଛନ୍ତି। ସକାଳ ସାଢେ ୯ଟାରେ ମୋଦି ଜୟପୁର ସଦର ଥାନା ବାଙ୍କବିଜାଠାରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡରେ ଓହ୍ଲାଇବେ। ଏହାପରେ ସେ ସାଧାରଣ ସଭାରେ ଯୋଗ ଦେବେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ବିଜେପି ସଭାପତି […]
ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଜୋଡ଼ିଙ୍ଗା ନିକଟ ରାସ୍ତା କଡ଼ରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ସାଧାରଣ ନିର୍ବାଚନକୁ ବିରୋଧ କରାଯାଇଛି। ଏହାସହ ଜଳ, ଜଙ୍ଗଲ ଓ ଜମିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିବାକୁ ଆହ୍ୱାନ ଦିଆଯାଇଛି। ନିର୍ବାଚନ ପାଖେଇ ଆସୁଥିବାବେଳେ, ମାଓବାଦୀ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିବା ପୁଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଘଟଣାର […]
ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଣ୍ଡୁରିମରା ଗାଁରେ ପିଲାଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଉଦ୍ଧାର କରିଥିଲା। ଅଭିଯୋଗ ଅନୁସାରେ, କ୍ଷେତ ପାଖରେ ଖେଳୁଥିବା ବେଳେ ଜଣେ ଶିଶୁ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ଶିଶୁଟିକୁ ଜଣେ ଅଜଣା ଯୁବକ ସହ ଦେଖିବାକୁ ମିଳିଥିଲା। ଏହାପରେ ପିଲାଚୋରି ଅଭିଯୋଗରେ ସ୍ଥାନୀୟ ଲୋକମାନେ ଯୁବକଙ୍କୁ […]
ନୟାଗଡ଼ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ରାମଚନ୍ଦ୍ରପୁରରେ ଗଛକୁ ପିଟିଲା ଯାତ୍ରୀବାହୀ ବସ। ୧୨ ଅାହତ ୧୨ ଜଣ ଅାହତଙ୍କୁ ପ୍ରଥମେ ଖଣ୍ଡପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ୫ ଜଣଙ୍କୁ ନୟାଗଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଡ଼ିଟି ଗଣିଅାରୁ କୋସିକା ଦେଇ ନୟାଗଡ଼ ଅାସିବା ବେଳେ ରାମଚନ୍ଦ୍ରପୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା ନେଇ ଅାହତ ଯାତ୍ରୀ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର […]
ଭୁବନେଶ୍ୱର: ଭୁବନେଶ୍ୱରର ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଗଦାଧର ସ୍ୱାଇଁ। ସେ ଏକ ମାର୍ବଲ ଦୋକାନରେ କାମ କରୁଥିଲେ। ଆଜି ସକାଳେ ଦୋକାନକୁ ଲାଗି ଥିବା ଏକ ଘରେ ତାଙ୍କ ମୃତଦେହକୁ ଠାବ କରାଯାଇଥିଲା। ସୂଚନା ପାଇବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି ପୁଲିସ୍। ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା […]
କୋରାପୁଟ : କୋରାପୁଟ କୋଟପାଡ଼ ଥାନା ସାମ୍ନାରେ NH ଅବରୋଧ କଲେ ଲୋକେ । ଏକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହେବାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି କୋଟପାଡ଼ ଥାନା ଢମଣାହାଣ୍ଡି ନିକଟରେ ଏକ ଦୁର୍ଘଟଣା ଘଟିଥିଲା। କାର୍ ଧକ୍କାରେ ବାଇକ୍ରେ ଯାଉଥିବା ୩ଜଣ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗୁରୁତର ୩ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହେବା ପରେ ଉତ୍ତେଜନା ଦେଖାଦେଇଛି।
ଭୁବନେଶ୍ୱର: ଭୁବନେଶ୍ୱରର ଝାରପଡ଼ା ଜେଲ୍ରେ ଚଢ଼ଉ କରି ବହୁ ପରିମାଣର ନିଶା ଦ୍ରବ୍ୟ ଜବତ କରିଛି କମିଶନରେଟ୍ ପୁଲିସ। ଜେଲ୍ ଭିତରକୁ ମାଦକ ଦ୍ରବ୍ୟ ପଶୁଥିବା ସୂଚନା ମିଳିବା ପରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଜେଲ୍ର ବିଭିନ୍ନ ଓ୍ୱାର୍ଡରୁ ମାଦକ ଦ୍ରବ୍ୟ, ସିଗାରେଟ୍, ଗୁଟଖା, ସିମ୍ କାର୍ଡ ଓ ଗ୍ଲୋବସ ମିଳିଛି। ଜେଲ୍ ଭିତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାବେଳେ, ଏତେ ପରିମାଣର ମାଦକ ଦ୍ରବ୍ୟ ମିଳିବା […]
ସମ୍ବଲପୁର: ଅନ୍ତଃରାଜ୍ୟ ବନ୍ୟା ପରିଚାଳନା ତଥ୍ୟ ଅାଦାନ ପ୍ରଦାନ ନେଇ ଅାଜି ବୁର୍ଲାରେ ଏକ ବୈଠକ ବସିବ। ଓଡିଶା ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗର ଅଧିକାରୀ ସ୍ତରୀୟ ଏହି ବୈଠକରେ ମହାନଦୀ ଜଳ ପରିଚାଳନା ନେଇ ଅାଲୋଚନା ହେବ। ବିଶେଷକରି ହୀରାକୁଦ ଡ଼୍ୟାମର ଉତ୍ତର ମୁଣ୍ଡ ଛତିଶଗଡ ଅଂଚଳରେ ବର୍ଷା ପରିମାଣ, ଜଳ ନିଷ୍କାସନ, ସେଠାକାର ଡ୍ୟାମ୍ ଓ ବ୍ୟାରେଜରେ ଜଳ ପତ୍ତନ ନେଇ ତଥ୍ୟ ଅାଦାନ ପ୍ରଦାନ କରାଯିବ। ବୈଠକରେ ହୀରାକୁଦ ଡ୍ୟାମର ମୁଖ୍ୟ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଦୁଇଟି ପୃଥକ୍ ଘଟଣାରେ ୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଆମ୍ବାଗନ ଛକରୁ ଗୋଟିଏ କାର୍ରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ସେହିପରି କୁଆରମୁଣ୍ଡା-ବୀରମିତ୍ରପୁର ରାସ୍ତାରେ ଏକ କାର୍ରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ଦାୟିତ୍ୱରେ ଥିବା ୩ ଜଣିଆ ଟିମ୍ ଏହି ଟଙ୍କା ଜବତ କରିଛି। ଏହିସବୁ ଟଙ୍କା କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା ସେ ନେଇ ତଦନ୍ତ ଚାଲିଛି।
ବରଗଡ଼ : ରାତିରେ ଭାଇଭଉଣୀ ଗୋଟିଏ ଘରେ ଶୋଇଥିଲେ। ହେଲେ ସକାଳୁ ଶବ ହୋଇ ବାହାରିଲେ। ବରଗଡ଼ ଅତାବିରା ଥାନା ସିଂହପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅାଜି ସକାଳୁ ଗାଁର ଦାଶରଥି ମେହେରଙ୍କ ଘର ଭିତରୁ ମିଳିଛି ତାଙ୍କ ପୁଅ ବିକାଶ ଓ ଝିଅ ମିନତୀଙ୍କ ମୃତଦେହ। ବିକାଶଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ମିନତୀଙ୍କ ବୟସ ୨୦ ବର୍ଷ। ଗତକାଲି ରାତିରେ ନିଜ ଘରେ ରାତ୍ରି ଭୋଜନ ପରେ ଉଭୟେ ଶୋଇବାକୁ […]
ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ସୋମବାର ଘରେ ପଞ୍ଚୁଦୋଳ ଉତ୍ସବ ଚାଲିଥିବା ବେଳେ ନାବାଳିକାଙ୍କୁ ଘରୁ ଉଠାଇନେଇ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଦୁଇ ଦିନ ପରେ ପୀଡ଼ିତାଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଶିଳ୍ପାଞ୍ଚଳ ଥାନା ପୁଲିସ୍ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଥିବା କୋଇଲା ଖଣି ଆବଣ୍ଟନ ମାମଲାର ଶୁଣାଣି ତୁରନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ମାମଲାର ତଦନ୍ତ କରୁଥିବା ସିବିଆଇକୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ ହୋଇଛି। ୨୬ ମାର୍ଚ୍ଚ ୨୦୧୪ରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। M/S ସେଣ୍ଟ୍ରାଲ କୋଲିଆରିଜ୍ କୋ. ଲିମିଟେଡକୁ ୧୯୯୮ରେ କୋଲ ବ୍ଲକ୍ ଆବଣ୍ଟନ କରାଯାଇଥିଲା। ପଞ୍ଜିକୃତ ହେବା ଆଗରୁ କମ୍ପାନୀକୁ ମହାରାଷ୍ଟ୍ରର ତକ୍ଲି-ଜେନା-ବେଲୋରା କୋଲ ଫିଲ୍ଡ ପ୍ରଦାନ କରାଯାଇଥିଲା। […]